• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

indipence-day
ଏଥର ରାଜ୍ୟରେ କେମିତି ପାଳନ ହେବ ସ୍ୱାଧୀନତା ଦିବସ? ଆସିଲା ଗାଇଡଲାଇନ୍‌

ଭୁବନେଶ୍ୱର: ରାଜ୍ୟରେ ନିରାଡ଼ମ୍ବର ଭାବେ ପାଳନ ହେବ ସ୍ୱାଧୀନତା ଦିବସ। ସ୍ୱାଧୀନତା ଦିବସ ପାଳନ ଲାଗି ସରକାରଙ୍କ ତରଫରୁ ଗାଇଡଲାଇନ ଜାରି କରାଯାଇଛି। ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିଙ୍କୁ ସରକାରଙ୍କ ତରଫରୁ ଚିଠି ଲେଖାଯାଇଛି। ଏହି ନିମୟ ଜିଲ୍ଲା ସମେତ ବ୍ଲକ ଏବଂ ପଞ୍ଚାୟତସ୍ତରରେ ମଧ୍ୟ ଏହି ନିୟମକୁ ଅନୁସରଣ କରି ସ୍ୱାଧୀନତା ଦିବସ ପାଳନ କରାଯିବ। ସକାଳ ୯ଟାରେ ଜାତୀୟ ପତାକା ଉତ୍ତୋଳନ ପାଇଁ ସମୟ ସ୍ଥିର ହୋଇଛି। ଜାତୀୟ ପତାକା […]

  • Monday, 05 July 2021
murder
କୁଚିଣ୍ଡାରେ ଚାଞ୍ଚଲ୍ୟ; ଦାଦା ଓ ୪ ବର୍ଷର ପୁତୁରାକୁ ହତ୍ୟା

କୁଚିଣ୍ଡା: କୁଚିଣ୍ଡା ଗୋବିନ୍ଦପୁର ଥାନା ତାଳଡିହି ଗାଁରେ ଡବଲ ମର୍ଡର ଘଟିଯାଇଛି। ୪ ବର୍ଷର ଶିଶୁପୁତ୍ର ସହ ଦାଦାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ର ପାଇଖାନା ଟାଙ୍କିରୁ ମୃତଦେହକୁ ଉଦ୍ଧାର କରାଯାଇଛି। ପୋଲିସ ସାନଭାଇକୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଥିଲା। ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ବଡ ଭାଇ ଓ ୪ ବର୍ଷର ପୁତୁରାର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଭାଉଜକୁ ଗୁରୁତର […]

  • Monday, 05 July 2021
student
ସେପ୍ଟେମ୍ବର ୯ରୁ ୧୫ ଯାଏ ହେବ OJEE

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ରୁ ୧୫ ଯାଏ ଅନୁଷ୍ଠିତ ହେବ OJEE। ଏ ନେଇ ୧୬ଟି ଜିଲ୍ଲାର ସରକାରୀ ପଲିଟେକନିକ ଓ ITI କଲେଜର ଅଧ୍ୟକ୍ଷମାନଙ୍କୁ ପତ୍ର ଲେଖିଲେ ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟ। OJEE ଓ TCSର ଅଧିକାରୀ ଏ ସବୁ କଲେଜ ପରିଦର୍ଶନ କରି OJEE ପରୀକ୍ଷା କେନ୍ଦ୍ର ଚୟନ କରିବେ। ପରିଦର୍ଶନ ସମୟରେ ସହଯୋଗ କରିବାକୁ ଅଧ୍ୟକ୍ଷମାନଙ୍କୁ ଅନୁରୋଧ କରାଯାଇଛି। ଚଳିତ ବର୍ଷ ପ୍ରଥମ କରି OJEE, କମ୍ପୁଟର ମାଧ୍ୟମରେ ଅନୁଷ୍ଠିତ […]

  • Monday, 05 July 2021
vigilance
ଗିରଫ ହେଲେ କୋଟିପତି ଡିଏଫ୍ଓ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଚିଲିକା ଡିଏଫ୍ଓ ଆଲୋକ ରଞ୍ଜନ ହୋତା । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଆଲୋକ ରଞ୍ଜନ ହୋତା। ଗତ କାଲି ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ତାଙ୍କର ଭୁବନେଶ୍ୱର ଘର ସମେତ ୫ଟି ସ୍ଥାନରେ ରେଡ୍ ହୋଇଥିଲା। ରେଡ ସମୟରେ ଡିଏଫଓଙ୍କ ଘରୁ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଠାବ କରାଯାଇଥିବା ସୂଚନା ମିଳିଛି।

  • Monday, 05 July 2021
bhul
'ଭୁଲ ଥିଲେ କ୍ଷମା କର': ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ଲକ୍ଷ୍ମୀକାନ୍ତଙ୍କ ଭାଇ

ଭୁବନେଶ୍ୱର: ଅଡିଓ ଭାଇରାଲ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଲକ୍ଷ୍ମୀକାନ୍ତଙ୍କୁ ରାତି ଅଧିଆ ଗିରଫ ପରେ ଭୟରେ ଥରୁଛନ୍ତି ତାଙ୍କର ପରିବାର। ପୁଅର ଗିରଫଦାରୀରେ ଭୟଭୀତ ହୋଇ ବାପା, ମା’ ଅସୁସ୍ଥ ହୋଇପଡିଛନ୍ତି। ଏପଟେ ପରିବାରର କରୁଣ ଚିତ୍ର ବଖାଣିଛନ୍ତି ଲକ୍ଷ୍ମୀକାନ୍ତଙ୍କ ଭାଇ, ଭାଇବୋହୂ। ୨ ବର୍ଷ ତଳେ ଲକ୍ଷ୍ମୀକାନ୍ତଙ୍କ ପରିବାର ୧୬ ବର୍ଷ ପୁଅକୁ ହରାଇଥିଲେ। ସେବେଠାରୁ ପରିବାର ସବୁ ସଦସ୍ୟ ଗଭୀର ମନସ୍ତାପରେ ରହିଛନ୍ତି। ଏବେ ହଠାତ ଲକ୍ଷ୍ମୀକାନ୍ତଙ୍କୁ ଗିରଫ ନେଇ ଭାଙ୍ଗି ପଡ଼ିଛନ୍ତି ପରିବାର। […]

  • Monday, 05 July 2021
001
କୁଏତରେ ମାସ୍କ, ସାନିଟାଇଜର ବାଣ୍ଟିଲେ ଭାରତୀୟ ପ୍ରବାସୀ ପରିଷଦ

କୁଏତ: କୁଏତସ୍ଥିତ ଭାରତୀୟ ପ୍ରବାସୀ ପରିଷଦ ପକ୍ଷରୁ କୁଏତର ଵିଭିନ୍ନ କମ୍ପାନୀର କର୍ମଚାରୀଙ୍କୁ କରୋନା ମହାମାରୀ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମାଗଣାରେ ମାସ୍କ, ଗ୍ଲୋବସ୍, ସାନିଟାଇଜର ବଣ୍ଟନ କରାଯାଇଛି। ଦୀର୍ଘ କିଛି ମାସ ଧରି ଉକ୍ତ ଆସୋସିଏସନ ବିଭିନ୍ନ ସ୍ଥାନରେ କର୍ମଚାରୀଙ୍କୁୁ ସାନିଟାଇଜର ଏବଂ ମାସ୍କ ବଣ୍ଟନ କରୁଛି। ଭାରତୀୟ ପ୍ରବାସୀ ପରିଷଦ ଓଡିଶା ଆସୋସିଏସନର ସାଧାରଣ ସଚିବ ବିଶ୍ୱ ରଂଜନ ସାହୁ କହିଛନ୍ତି ଯେ, “ଆମେ  ମାସ୍କ ବଣ୍ଟନ କରିବା ସହ ଲୋକଙ୍କ ମଧ୍ୟରେ […]

  • Monday, 05 July 2021
nua-khai
ନୂଆଁଖାଇ ପାଇଁ ସମ୍ୱଲପୁରରେ ହେବନି ସଟ୍‌ଡାଉନ୍

ସମ୍ୱଲପୁର: ସମ୍ବଲପୁରରେ ୩ ଦିନ ସଟଡାଉନ୍ ବାତିଲ। ସ୍ୱାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ସଟ୍‌ଡାଉନ। ବିଶେଷ କରି ନୂଆଖାଇ ଯୋଗୁଁ ସଟଡାଉନ୍‌ ନ ହେବାରୁ ଜିଲ୍ଲାବାସୀଙ୍କ ପାଇଁ ଖୁସିର ଖବର ଆଣିଦେଇଛି। ଉଭୟ ପର୍ବ ପାଇଁ ୩ ଦିନ ସଟ୍‌ଡାଉନ କଟକଣା ରହିବନି। ସ୍ୱାଧୀନତା ଦିବସ ଶନିବାର ପଡ଼ୁଥିଲେ ବି ସଟ୍‌ଡାଉନ ହେବନି। ନୂଆଁଖାଇ ପାଇଁ ୨୨ ଓ ୨୩ରେ ମଧ୍ୟ ସଟ୍‌ଡାଉନ୍‌ ହେବନି। ସଟଡାଉନ୍‌ ପରିବର୍ତ୍ତନ ନେଇ ସମ୍ବଲପୁର ଜିଲ୍ଲାପାଳ ନିର୍ଦ୍ଦେଶ […]

  • Monday, 05 July 2021
ff
ଆଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ଦେଲା ଓଟିଭି

ଭୁବନେଶ୍ୱର: କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ଦେଲା ଓଟିଭି। ଭୁବନେଶ୍ୱର DCPଙ୍କ ଠାରେ ଏତଲା କଲା ଓଡ଼ିଶା ଟେଲିଭିଜନ ଲିମିଟେଡ। ଆଇଆଇସି ଆଇନ ଉଲ୍ଲଙ୍ଘନ କରିଥିବା ନେଇ ଏତଲାରେ ଉଲ୍ଲେଖ କରାଯାଇଛି। IPC ଧାରା ୧୬୬, ୧୬୭, ୧୯୩, ୨୧୮ରେ ମାମଲା ରୁଜୁ ପାଇଁ ଡିସିପିଙ୍କ ନିକଟରେ ଆବେଦନ କରିଛି ଓଟିଭି। IIC ରାତି ଅଧିଆ ନୋଟିସ କରି ରିପ୍ଲାଇ ପାଇଁ ସମୟ ନଦେବା ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ […]

  • Monday, 05 July 2021
bmc
ଭୁବନେଶ୍ୱରରୁ ଆଉ ୧୦୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ପୁଣି ଚିନ୍ତା ବଢ଼ାଇଲା ଭୁବନେଶ୍ୱର। ଆଜି ରାଜଧାନୀରୁ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୦ଜଣ କ୍ୱାରେଣ୍ଟିନରେ ଥିଲା ବେଳେ ୪୯ଜଣ ଲୋକାଲ୍ ମାମଲା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ୱିଟ୍ କରି ସୂଚନା ଦେଇଛି। Update on newly detected & cured #COVID19 cases in the last 24 hrs under the BMC area on 11th Aug 2020(till 9am). Further contact tracing is […]

  • Monday, 05 July 2021
ploce
ଭାଇରାଲ୍ ଅଡ଼ିଓ ପ୍ରସଙ୍ଗ: ଲକ୍ଷ୍ମୀକାନ୍ତଙ୍କୁ ପୋଲିସ ଉଠାଇ ନେବା ପରେ ଚିନ୍ତାରେ ବାପା ଶଯ୍ୟାଶାୟୀ

ଭୁବନେଶ୍ୱର: ଭାଇରାଲ୍ ଅଡିଓ ମାମଲାରେ ନିଜସ୍ୱ ମିଶନରେ ସରକାରୀ କଳ ଆଇନ୍ ଆଗରେ ଅପରାଧୀ ସଜେଇ ଅଡିଓରେ ଦୁଇ ଜଣଙ୍କୁ ଗିରଫ ପରେ ଦୁଇ ସାଧାରଣ ଲୋକଙ୍କୁ ଆଜି ଝାରପଡ଼ା ଜେଲ୍‌ରୁ ତିନିଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍। ହେଲେ ଏବେ ବି ପୋଲିସ୍ ସେମାନଙ୍କଠୁ କେଉଁ ଷଡ଼ଯନ୍ତ୍ରର ଥିଓରୀ ଜାଣିବାକୁ ଚାହୁଁଛି ତାକୁ ନେଇ ଆଇନ୍‌ଜୀବୀ ଆଶ୍ଚର୍ଯ୍ୟ ପ୍ରକଟ କରିଛଛନ୍ତି। ଏପଟେ ପୁଲିସିଆ ଜୁଲୁମ୍‌ରେ ତ୍ରସ୍ତ ଗିରଫ ଲକ୍ଷ୍ମୀକାନ୍ତ ବେହାରଙ୍କ ପରିବାର ପୁଅ କଥା ଭାବି […]

  • Monday, 05 July 2021
nabarangpur
କୁଷ୍ଠରୋଗୀ କହି ବାସନ୍ଦ କରିଦେଲେ, ପାଇପ୍ ଭିତରେ ବିତୁଛି ଜୀବନ

ନବରଙ୍ଗପୁର: ହଜିଯାଇଛି ମାନବିକତା। ଜଣେ ବୃଦ୍ଧାଙ୍କୁ ବିନା ଡାକ୍ତରୀ ରିପୋର୍ଟରେ କୁଷ୍ଠ ରୋଗୀ ବୋଲି ସନ୍ଦେହ କରି ପରିବାର ଲୋକେ ଏବଂ ସମାଜ ବାସନ୍ଦ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡ଼ା ଗାଁର ୮ ନଂ ୱାର୍ଡରେ। ଅନ୍ୟ ଉପାୟ ନପାଇ ଗାଁର ଶେଷ ମୁଣ୍ଡରେ ପଡିଥିବା ଏକ ଭଙ୍ଗା ହୋମ୍ ପାଇପରେ ମୁଣ୍ଡ ଗୁଞ୍ଜିଛନ୍ତି ବାସନ୍ଦ ହୋଇଥିବା ମହିଳା କମଳା ବିନ୍ଧାଣୀ। ପ୍ରାୟ ୬ ବର୍ଷ ତଳେ ସ୍ୱାମୀ […]

  • Monday, 05 July 2021
police-DG
କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ପୋଲିସ୍ ଡିଜି

ଭଦ୍ରକ: ପୋଲିସ କର୍ମଚାରୀମାନଙ୍କୁ କୋଭିଡ ସମୟରେ କାମ କରିବାକୁ ଉତ୍ସାହିତ କରିବା ଓ ସେମାନଙ୍କ ସହିତ ଆଲୋଚନା ପାଇଁ ପୋଲିସ ଡିଜି ଅଭୟ ଭଦ୍ରକ ଗସ୍ତ କରିଛନ୍ତି। ସେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମେ ଜିଲ୍ଲାର କୋଭିଡ ସ୍ଥିତି ଓ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଏପରିକି ଯେଉଁ ପୋଲିସ ଅଧିକାରୀମାନେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ସେମାନଙ୍କୁ ଉତ୍ସାହିତ ସହ ସମ୍ବର୍ଦ୍ଧିତ କରିଥିଲେ। ସାଇବର କ୍ରାଇମ ସହ ମାନବାଧିକାର […]

  • Monday, 05 July 2021
koraput-kotpad
ଓଡ଼ିଶା ପୋଲିସ୍ ଡିଜିଙ୍କୁ ଜାତୀୟ ST କମିଶନଙ୍କ ଚିଠି

ଭୁବନେଶ୍ୱର: କୋରାପୁଟ କୋଟପାଡ଼ରେ ଆଦିବାସୀ ବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଓଡ଼ିଶା ପୋଲିସ୍ ଡିଜିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ଜାତୀୟ ST କମିଶନ। ଘଟଣାର ନିରପେକ୍ଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଲାଗି କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ୧୫ ଦିନ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାକୁ ନେଇ ରାଜ୍ୟରେ ଅନେକ ତମ୍ବିତୋଫାନ ହୋଇଛି। ବିରୋଧୀ ମଧ୍ୟ ସରକାରଙ୍କ ଟାର୍ଗେଟ କରିଛନ୍ତି। ପୁଲିସ କିନ୍ତୁ […]

  • Monday, 05 July 2021
child
କଟୁରୀ ଚୋଟରେ ୨ ଖଣ୍ଡ ହୋଇଗଲା ଶିଶୁର ହାତ

ସୋର: ଯୁବକଙ୍କ କଟୁରୀ ଚୋଟରେ ଜଣେ ଶିଶୁକନ୍ୟାର ହାତ ଦୁଇ ଖଣ୍ଡ ହୋଇଯାଇଛି। ଶିଶୁଟିର ବୟସ ମାତ୍ର ୨ ମାସ ହେବ ବୋଲି ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ପାଇକିପଡ଼ା ଗାଁରେ ଏଭଳି ଜଘନ୍ୟ ଘଟଣା ଘଟିଛି। ପାଇକିପଡ଼ା ଗାଁର ପଙ୍କଜ ନାଇକି ତାଙ୍କ ଝିଅଙ୍କ ସହ ଘରେ ବସିଥିଲେ। ଏହି ସମୟରେ ପଡ଼ୋଶୀ ବାଇଧର ନାଇକୀଙ୍କ ପୁଅ ଗଣେଶ ନିଶାସକ୍ତ ଅବସ୍ଥାରେ ଆସିଥିଲେ ଓ ହାତରେ ଏକ କଟୁରୀ ଧରିଥିଲେ। ପାଟିତୁଣ୍ଡ କରିବା […]

  • Monday, 05 July 2021
train
 ଖୁବ୍‌ ଶୀଘ୍ର ଏହି ରୁଟ୍‌ରେ ଗଡ଼ିବ ପାସେଞ୍ଜର ଟ୍ରେନ୍

ପାଟକୁରା: ଖୁବ୍‌ ଶୀଘ୍ର ହରିଦାସପୁର-ପାରାଦୀପ ରେଳ ଲାଇନ୍‌ରେ ଗଡ଼ିବ ପାସେଞ୍ଜର ଟ୍ରେନ୍। ପ୍ରଥମେ ଏହି ରୁଟ୍‌ରେ ମାଲ୍‌ବାହୀ ଟ୍ରେନ୍‌ ଚାଲିବ। ମାଲ୍‌ବାହୀ ଟ୍ରେନ୍‌ ଗଡ଼ିବା ପରେ ସୁରକ୍ଷା ଯାଞ୍ଚ ସହ ଯାତ୍ରୀଙ୍କ ପାଇଁ ଅନ୍ୟ ସୁବିଧା କରାଯିବା ପରେ ପାସେଞ୍ଜର ଟ୍ରେନ୍‌ ଚଳାଚଳ ନେଇ ଯୋଜନା ଚାଲିଛି। ଗତକାଲି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ବୈଠକରେ ଉପସ୍ଥିତ ଥିବା ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଏହି […]

  • Monday, 05 July 2021
bombing
ପୁଣି ଖୋର୍ଦ୍ଧାରେ ଫୁଟିଲା ବୋମା

ଖୋର୍ଦ୍ଧା: ଖୋର୍ଦ୍ଧାରେ ପୁଣି ବୋମାମାଡ଼। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁରେ ଜଣଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଥାଉ କି, ଅଗଷ୍ଟ ୫ରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଇଚ୍ଛାବପୁର ଗାଁରେ ବୋମାମାଡ଼ ହୋଇଥିଲା। […]

  • Monday, 05 July 2021
ସ୍ୱତନ୍ତ୍ର ସଚିବଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଅଜୟ କୁମାର ଦାସଙ୍କ ଟଙ୍କପାଣି ରୋଡ ସ୍ଥିତ ଘର, ଭୁବନେଶ୍ୱର ରତ୍ନାକର ବାଗ ସ୍ଥିତ ଘର, ବାଲେଶ୍ୱର ସ୍ଥିତ ଘର, ଭୁବନେଶ୍ୱର ନୂଆଗାଁ ଆଉଟ୍‌ ହାଉସ୍ ଓ ପଟିଆ ଫ୍ଲାଟ୍‌ରେ‌ ଚଢ଼ାଉ କରାଯାଇଛି। ଏବେ ବି ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି। ଭିଜିଲାନ୍ସ ରେଡ୍‌ରେ ଏବେ […]

  • Monday, 05 July 2021
odisha
ଅଡିଓ ଭାଇରାଲ୍‌ ମାମଲା: ଗିରଫ ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତ୍‌ଙ୍କୁ ମିଳିଲା ଜାମିନ୍‌

ଭୁବନେଶ୍ୱର: କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହୋଇଥିବା ଅଡିଓ ଘଟଣାରେ ଗିରଫ ହୋଇଥିବା ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜାମିନ ମିଳିଛି। ଭୁବନେଶ୍ୱର SDJM କୋର୍ଟ ଉଭୟଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି। ଜାମିନ ନେଇ ଲକ୍ଷ୍ମୀକାନ୍ତଙ୍କ ଓକିଲ ଶିଳାଭଦ୍ର ଶାସ୍ତ୍ରୀ ସୂଚନା ଦେଇଛନ୍ତି। ପୋଲିସ୍‌ ଉଭୟଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା। ତେବେ ରିମାଣ୍ଡ ସରିବା ପୂର୍ବରୁ […]

  • Monday, 05 July 2021
nilagiri
୧୨ ଘଣ୍ଟାର କସରତ ପରେ ଗିରଫ ହେଲା ଅଭିଯୁକ୍ତ

ନୀଳଗିରି: ୧୨ ଘଣ୍ଟାର କସରତ ପରେ ଗିରଫ ହେଲା ଅଭିଯୁକ୍ତ। ବାଲେଶ୍ୱର ନୀଳଗିରି ନିଛନ୍ଦପୁର ଗାଁରୁ ଅଭିଯୁକ୍ତ ରାଜା ଦଲେଇକୁ ନିଜ ହେପାଜତକୁ ନେଲା ପୋଲିସ୍। ଗ୍ରାମବାସୀଙ୍କୁ ବୁଝାସୁଝା ପରେ ପୋଲିସ ଅଭିଯୁକ୍ତ ଓ ତାଙ୍କ ମାଆଙ୍କୁ ହେପାଜତକୁ ନେଇଛି। ଅଭିଯୁକ୍ତକୁ ନେଇ ନିଛନ୍ଦପୁର ଗାଁରେ ଉତ୍ତେଜନା ଦେଖା ଦେଇଥିଲା। ବାରମ୍ବାର ଗଣ୍ଡଗୋଳ କରୁଥିବା ଯୁବକକୁ ନେଇ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଥିଲେ। ଏନେଇ ଯୁବକଙ୍କୁ ପାନେ ଦେବାକୁ ଘର ଆଗରେ ଅଡ଼ି ବସିଥିଲେ ଗ୍ରାମବାସୀ। ତେବେ ଘଟଣା […]

  • Monday, 05 July 2021
.jpg
ଲେବାନନ୍ ବିସ୍ଫୋରଣ ପରେ ସବୁ ଫ୍ୟାକ୍ଟ୍ରିକୁ ରିପୋର୍ଟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଲେବାନନ ବିସ୍ଫୋରଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ସବୁ କଳ କାରଖାନାକୁ ଚିଠି ଲେଖିଛନ୍ତି ଫ୍ୟାକ୍ଟ୍ରି ଆଣ୍ଡ ବ୍ରଏଲର୍ ନିର୍ଦ୍ଦେଶକ। ଫ୍ୟାକ୍ଟ୍ରିର ନିରାପତ୍ତା ଓ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ସେ କହିଛନ୍ତି। ଏଥିପାଇଁ କଣ ପ୍ରସ୍ତୁତି ରହିଛି, ତାହା ମଧ୍ୟ ସେ ଜଣାଇବାକୁ କହିଛନ୍ତି। ଫ୍ୟାକ୍ଟ୍ରିରେ କେତେ ବିସ୍ଫୋରକ ସାମଗ୍ରୀ ଅଛି, ଇନ୍ଧନ ଜାତୀୟ ସାମଗ୍ରୀ କେତେ ରହିଛି, ତାର ରିପୋର୍ଟ ମଧ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଗତ ୪ ତାରିଖରେ […]

  • Monday, 05 July 2021
nabalika
ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲାରେ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ରାଉଲକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ଘଟଣାର ତଦନ୍ତ କରିବା ପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍। ଏହି ଘଟଣାରେ ସମ୍ପୃକ୍ତ ବହିଷ୍କୃତ ଥାନା ଅଧିକାରୀ ଓ ଡାକ୍ତରଙ୍କୁ ଜେରା କରିପାରେ କ୍ରାଇମବ୍ରାଞ୍ଚ। ଘଟଣାରେ ଆଉ କାହାର ହାତ ଅଛି  କି ନାହିଁ,ଏ ନେଇ ମଧ୍ୟ ଖୋଳତାଡ଼ କରିପାରେ କ୍ରାଇମବ୍ରାଞ୍ଚ । ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀଙ୍କୁ ପୂର୍ବରୁ ଗିରଫ କରିଥିଲା […]

  • Monday, 05 July 2021
d brothers
କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ

କଟକ: କଟକର କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ। ଦୁଇ ଅଭିଯୁକ୍ତ ହେଲେ ଡାନି ଓ ରନିଆ। କଟକର ଲାଲବାଗ ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି। ଦୁଇ ଅପରାଧୀଙ୍କଠାରୁ ୨ଟି ବନ୍ଧୁକ, ୬୯ଟି ଗୁଳି, ୩ଟି ମ୍ୟାଗଜିନ ଜବତ ହୋଇଛି। ଏହି ଦୁଇ ଜଣ ଗିରଫ ହେବା ପରେ ଡି ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଥିବା ଜଣାପଡୁଛି। କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି, ଗତରାତିରେ ଲାଲବାଗ ଥାନାରେ ଜଣେ ବ୍ୟକ୍ତି […]

  • Monday, 05 July 2021
jajpur
ଜମିବାଡ଼ି ବିବାଦରୁ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ପୁଲିସକୁ ବି ଛାଡ଼ିଲେନି

ଯାଜପୁର: ଜମିବାଡ଼ି ବିବାଦରୁ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଘଟଣା ସ୍ଥଳକୁ ଯାଇଥିବା ପୋଲିସ୍‌କୁ ମଧ୍ୟ ଆକ୍ରମଣ କରିଛନ୍ତି ଆକ୍ରାଣକାରୀ। ଟେକାପଥର ମାଡ଼ରେ ପୋଲିସ ପିସିଆର ଭ୍ୟାନ୍ କ୍ଷତିଗ୍ରସ୍ତ ହୋଇଥିବା ୨ଟି ବାଇକ୍‌ ମଧ୍ୟ ଜାଳି ଦେଇଛନ୍ତି। ପାଣିକୋଇଲି ଥାନା ଅମୃତିଆ ଗାଁରେ ଏଭଳି ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ୪ଜଣଙ୍କୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ମଧ୍ୟ ଘଟଣାସ୍ଥଳରୁ ପଳାଇ ଆସିଥିବା ସୂଚନା ମିଳିଛି। ଅନ୍ୟପଟେ ଯାଜପୁର […]

  • Monday, 05 July 2021
asit trupathy
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ଆଜିର ନିଷ୍ପତ୍ତିରେ ମୋଟ ୨୦ଟି ପ୍ରସ୍ତାବ ମଂଜୁରୀ ପାଇଥିବା ମୁଖ୍ୟ ଶାସନ ସଚିବ ଆସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ, ୨୦୦୭ ଓ ୨୦୧୫ ଶିଳ୍ପନୀତି ଓ ଫ୍ୟାକ୍ଟ୍ରି ଆକ୍ଟ ୧୯୫୮ରେ ସଂଶୋଧନ କରାଯାଇଛି। ସଂଶୋଧିତ ନିୟମ ଅନୁସାରେ, କାରଖାନାରେ ଓଭର ଟାଇମ ବୃଦ୍ଧିକୁ କ୍ୟାବିନେଟ ମଂଜୁରୀ ମିଳିଛି। ୩ ମାସରେ […]

  • Monday, 05 July 2021
nua-khai
ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ: ଅଗଷ୍ଟ ୨୩ରେ ନବାନ୍ନ ଭକ୍ଷଣ

ସମ୍ବଲପୁର: ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଅଗଷ୍ଟ ୨୩ ତାରିଖ ପଞ୍ଚମୀ ତିଥିରେ ନବାନ୍ନ ଭକ୍ଷଣ ହେବ। ୨୩ ତାରିଖ ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା ପରେ ସାଧାରଣ ଲୋକେ ନୂଆଁ ଖାଇବେ। ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଜି ଏହି ଲଗ୍ନ ଘୋଷଣା ହୋଇଛି। ନୂଆଁଖାଇ ଲଗ୍ନ ବାହାର କରିବାକୁ ଆଜି ସମ୍ବଲପୁର […]

  • Monday, 05 July 2021