• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dengue
ରାଜଧାନୀ ଭୁବନେଶ୍ୱରରୁ ୬ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱରରୁ ୬ ଡେଙ୍ଗୁ ରୋଗୀ ଚିହ୍ନଟ ଶୈଳଶ୍ରୀବିହାର ଏବଂ କଳ୍ପନା ଅଞ୍ଚଳରୁ ଚିହ୍ନଟ ଡେଙ୍ଗୁ ବ୍ୟାପିବାର କାରଣ ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟ ଅଧିକାରୀ ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାରର ବିଭିନ୍ନ କଲୋନୀ ବୁଲିଲେ ଭୁବନେଶ୍ୱର : ରାଜ୍ୟରେ କରୋନା କାୟା…

  • Tuesday, 06 July 2021
minor-girl
ଝୁଲନ୍ତା ଅବସ୍ଥାରେ ନାବାଳିକାର ମୃତଦେହ; ଶରୀରରେ ଥିବା ଚିହ୍ନକୁ ନେଇ ସନ୍ଦେହ

କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଗଚୁଆଁ ନିକଟରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ସଂଧ୍ୟାରୁ ଝିଅର ପତ୍ତା ନ ଥିଲା। ଆଜି ସକାଳୁ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇବା ପରେ ପୋଲିସ ଆସି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ଏହି ଘଟଣାରେ ଜଣକୁ ଅଟକ ରଖି ପଚରା ଉଚରା କରୁଛି […]

  • Tuesday, 06 July 2021
bank
ଓଡ଼ିଶାର ଏହି ଜିଲ୍ଲାରେ ସପ୍ତାହେ ପାଇଁ ସବୁ ବ୍ୟାଙ୍କ ବନ୍ଦ

କନ୍ଧମାଳ: କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କ ସପ୍ତାହେ ପାଇଁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ କିଛି ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସବୁ କର୍ମଚାରୀଙ୍କୁ ସପ୍ତାହେ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ହୋମ୍ କ୍ୱାରେଣ୍ଟିନ୍ ବେଳେ ଯଦି କିଛି ଲକ୍ଷଣ ଦେଖାଯାଏ ତେବେ ପ୍ରଶାସନକୁ ଜଣାଇବାକୁ କୁହାଯାଇଛି। ଏହାସହ ATMରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ […]

  • Tuesday, 06 July 2021
drought
ଓଡ଼ିଶାକୁ ଆଉ ଏକ ବିପଦ !

ଭୁବନେଶ୍ୱର: କରୋନା ମହାମାରୀ ବେଳେ ଓଡ଼ିଶାକୁ ଆଉ ଏକ ବିପଦ ଆସୁଛି। ଚଳିତବର୍ଷ ରାଜ୍ୟରେ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ଅତି କମ୍ ବର୍ଷା ହୋଇଛି। ତେଣୁ ଏହି ୧୧ଟି ଜିଲ୍ଲାରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି। ପୁରୀ ଜିଲ୍ଲାରେ ସ୍ୱାଭାବିକଠାରୁ ୫୫ ପ୍ରତିଶତ କମ୍‌ ବର୍ଷା ହୋଇଛି। ବାଲେଶ୍ୱର, ଢେଙ୍କାନାଳ, ସୁବର୍ଣ୍ଣପୁର, ଭଦ୍ରକ, ନୟାଗଡ, କଟକ, ଯାଜପୁର, ଖୋର୍ଦ୍ଧା, […]

  • Tuesday, 06 July 2021
avi
କଟକର ସମାଜସେବୀ ଅଭିମନ୍ୟୁଙ୍କୁ କ୍ରିକେଟର୍ ମହମ୍ମଦ କୈଫଙ୍କ ପ୍ରଶଂସା

ଭୁବନେଶ୍ୱର: ମାଆ କ୍ୟାନସର ଯୁଦ୍ଧରେ ହାରିଗଲେ। ଏପରିକି ପରିବାରର ଅନ୍ୟ ସଦସ୍ୟ ଏବଂ ସମ୍ପର୍କୀୟ ମଧ୍ୟ ଆଖି ବୁଜିଲେ। ମାଆ ଓ ସମ୍ପର୍କୀଙ୍କ ମୃତ୍ୟୁରେ ସେ ମନ କଷ୍ଟ ନକରି କ୍ୟାନସର ରୋଗୀଙ୍କ ସେବା କରିବା ପାଇଁ ମନବଳାଇ ଥିଲେ। ଆଉ ଆଜି ତାଙ୍କର ଏହି ମହତ କାମକୁ ପ୍ରଶଂସା କରିଛନ୍ତି ଭାରତର ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍। ସେହି ମହାନ ସମାଜସେବୀ ହେଉଛନ୍ତି କଟକର ଅଭିମନ୍ୟୁ ଦାଶ, ଯିଏ କ୍ୟାନସରରେ ମା’ ଏବଂ ସମ୍ପର୍କୀୟଙ୍କର ମୃତ୍ୟୁ […]

  • Tuesday, 06 July 2021
aditya das
ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ତଦନ୍ତ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୋଟିଭେସନ୍‌ନାଲ୍ ସ୍ପିକର ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଚିଠି ଲେଖିଛନ୍ତି। ଏହି ଘଟଣାରେ ଜିଆର୍‌ପିର ତଦନ୍ତ ସନ୍ତୋଷଜନକ ନୁହେଁ, ତେଣୁ କମିଶନରେଟ୍ ପୋଲିସକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯଦି ବାସ୍ତବରେ ଏହା ଏକ ଆତ୍ମହତ୍ୟା ନ ହୋଇ ହତ୍ୟା ହୋଇଥାଏ, ତେବେ ଦୋଷୀଙ୍କୁ କଠୋର […]

  • Tuesday, 06 July 2021
gajapati
ଗତକାଲି ଆଖି ବୁଜିଥିଲେ ଅତିରିକ୍ତ ଜିଲ୍ଲାପାଳ, ଆଜି କରୋନା ରିପୋର୍ଟ ପଜିଟିଭ

ପାରଳାଖେମୁଣ୍ଡି: ଗତକାଲି  ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ ହୋଇଥିଲ।। ହେଲେ ତାଙ୍କ ମୃତ୍ୟୁ କରୋନା ଜନିତ ବୋଲି  ଆଜି ସ୍ପଷ୍ଟ ହୋଇଛି। କରୁଣାକର ରାଇକା ମୃତ୍ୟୁର ଦିନକ ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା। ଗତ କିଛିଦିନ ହେଲା କରୁଣାକର ଅସୁସ୍ଥ ଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଗତକାଲି ଚିକିତ୍ସାଧିନ ଅବସ୍ଥାରେ କରୁଣାକରଙ୍କ ମୃତ୍ୟୁ ହୋଇଥିଲା। ଜିଲ୍ଲା କୋଭିଡ ହସ୍ପିଟାଲ ଓ […]

  • Tuesday, 06 July 2021
rajyasabha1
ଶପଥ ନେଲେ ଓଡ଼ିଶାର ୪ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ

ଭୁବନେଶ୍ୱର: ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ମୁନ୍ନା ଖାଁ, ସୁଜିତ୍ କୁମାର, ମମତା ମହନ୍ତ, ସୁବାସ ସିଂହ ଆଜି ରାଜ୍ୟସଭା ସଭ୍ୟ ଭାବେ ଶପଥ ନେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଓଡ଼ିଶାର ୪ଜଣଙ୍କ ବ୍ୟତୀତ ରାଜ୍ୟସଭାର ୩୯ଜଣଙ୍କୁ ଶପଥ କରାଯାଇଥିଲା। ମାର୍ଚ୍ଚ ୨୬ ତାରିଖରେ ଅନୁଷ୍ଠିତ ନିର୍ବାଚନରେ ୪ଜଣ ଯାକ ସଦସ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। […]

  • Tuesday, 06 July 2021
koraput
ଲକ୍‌ଡାଉନ୍‌ ସମୟରେ ଚାଷୀ ସାଜିଲେ ବିଧାୟକ

କୋରାପୁଟ: ଚାଷୀ ସାଜିଲେ ବିଧାୟକ।  ଲକ୍‌ଡାଉନ୍ ସମୟରେ ବିଧାନସଭା ତ ବନ୍ଦ, ସଭା ସମିତି ମଧ୍ୟ ବନ୍ଦ।  ତେଣୁ ଘରେ ନ ବସି ଚାଷ କାମରେ ମନ ଦେଇଛନ୍ତି କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ। ପ୍ରତିଦିନ ସେ କ୍ଷେତକୁ ଯାଉଛନ୍ତି । ନିଜେ ଚାଷ କାମ କରୁଛନ୍ତି। ରଘୁରାମ କହିଛନ୍ତି, ମୁଁ ଚାଷୀ ଘର ପିଲା। ଲକ୍‌ଡାଉନ୍‌ ସମୟରେ କାମ କିଛି ନାହିଁ। ଲୋକମାନଙ୍କ ସୁବିଧା ଅସୁବିଧା କଥା ଫୋନ୍‌ […]

  • Tuesday, 06 July 2021
harichan
ସରକାରଙ୍କୁ ବିଜେପିର ପ୍ରଶ୍ନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି ତ ?

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ୫ ମାସର ଚାଉଳ ଓ ଡାଲି ଯୋଗାଣ ଘୋଷଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି ତ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। NFSAର ୧୩ ଲକ୍ଷ କାର୍ଡ ଏସେଫେସ ରେ ମିଶିବା ପରେ ଆଉ ଯୋଜନା କେଉଁଠି ଅଛି ବୋଲି ବିଜେପି ପ୍ରଶ୍ନ କରିଛି। ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ […]

  • Tuesday, 06 July 2021
gamat
ଶ୍ୱଶୁର ଘରେ ଜ୍ୱାଇଁ ପାଇଁ ମେନ୍ୟୁରେ ୧୦୫ ଆଇଟମ୍‌  

ପୁରୀ: ଶ୍ୱଶୁର ଘରେ ଜ୍ୱାଇଁ ଚର୍ଚ୍ଚାକୁ ନେଇ କେତେ କଥା କେତେ କାହାଣୀ। ପୁଣି ଯଦି ଡାକ୍ତର ଜ୍ୱାଇଁ ହୋଇଥିବେ। ବାହାହୋଇ ପ୍ରଥମ ଥର ଶ୍ୱଶୁର ଘରକୁ ଆସିଥିବେ,ତାହାହେଲେ ଚର୍ଚ୍ଚାଟା ଟିକେ ଅଲଗା ପ୍ରକାର ହୋଇଥାଏ। ଶାଶୁ ନିଜ ହାତରେ ଭଳିକି ଭଳି ବ୍ୟଞ୍ଜନ କରି ପରଷିଥାନ୍ତି। ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ସହଯୋଗ କରିଥାନ୍ତି। କିନ୍ତୁ ନିମାପଡ଼ାରେ ଦେଖିବାକୁ ମିଳିଛି ପୂରା ଭିନ୍ନ ରକମର ଜ୍ୱାଇଁ ଚର୍ଚ୍ଚା। ଯାହା ଆପଣ କେବେ ଭାବି ନଥିବେ କି […]

  • Tuesday, 06 July 2021
ଈଓଊପୋ
ଜଗନ୍ନାଥ ବଲ୍ଲଭରେ ରଖାଯିବ ଶ୍ରୀଜିଉଙ୍କ ୩ ରଥ

ପୁରୀ: ଜଗନ୍ନାଥ ବଲ୍ଲଭରେ ରଖାଯିବ ଶ୍ରୀଜିଉଙ୍କ ୩ ରଥ। ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ତିନି ରଥକୁ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭରେ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ଜଗନ୍ନାଥ ବଲ୍ଲଭରେ ଉପଯୁକ୍ତ ସ୍ଥାନ ମାପଚୁପ ପରେ ତିନି ରଥକୁ ଖୋଲାଯିବ। ତାହାକୁ କିଭଳି ଢଙ୍ଗରେ କାଢ଼ି ପୁଣି ଯୋଡାଯିବ ସେ ନେଇ ବୈଠକ ହୋଇଥିଲା। ବିଶ୍ୱକର୍ମା ମହାରଣା ଓ ଭୋଇ ସେବକଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ବୈଠକରେ ଏସମ୍ପର୍କିତ ଆଲୋଚନା […]

  • Tuesday, 06 July 2021
adittya
ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ମୋଡ଼; ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ

ସମାଜସେବୀ ଆଦିତ୍ୟ ଦାଶ ରହସ୍ୟଜନକ ମୃତ୍ୟୁ ମାମଲାରେ ନୂଆ ମୋଡ଼। ସାମ୍ନାକୁ ଆସିଛି ଘଟଣା ଦିନର ଏକ ସିସିଟିଭି ଭିଜୁଆଲ। ଯେଉଁଥିରେ ଆଦିତ୍ୟ ଚାଲି ଚାଲି ରାସ୍ତାରେ ଯାଉଥିବାର ଦେଖିବାକୁ ମିଳିଛି।  ଜିଆରପି ଏହି ଘଟଣାର ତଦନ୍ତ କରୁଥିଲେ ବି ତାହା ସନ୍ତୋଷଜନକ ନୁହେଁ ବୋଲି କହିଛି ଆଦିତ୍ୟ ସଂଘ।   ଘଟଣାର ୧୭ ଦିନ ବିତି ଯାଇଥିଲେ ବି କିଛି ଠୋସ ପ୍ରମାଣ ଜିଆରପି ହାତରେ ଲାଗିନି। ନିରପେକ୍ଷ ତଦନ୍ତ କରାଗଲେ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ […]

  • Tuesday, 06 July 2021
rain 2
ଆଷାଢ଼ ଗଲା, ଶ୍ରାବଣ ବି ସରିବାକୁ ବସିଲାଣି, ହେଲେ ବର୍ଷାର ଦେଖାନାହିଁ

ଭୁବନେଶ୍ୱର: ଆଷାଢ଼ ଗଲା, ଶ୍ରାବଣ ବି ସରିବା ସରିବା ହେଲାଣି। ହେଲେ ବର୍ଷାର ଦେଖାନାହିଁ। କାଁ ଭାଁ ଅସରାଏ, ଦିଅସରା ବର୍ଷୁଛି ସିନା ନିୟମିତ ହେଉନି। ଫଳରେ ପଛେଇ ଗଲାଣି ଚାଷକାମ। ଏଣେ କମ୍‌ ବର୍ଷାକୁ ନେଇ ଚାଷୀ ମନରେ ଦ୍ୱନ୍ଦ୍ୱରେ। ରୁଆରୁଇ କରିବା ନା ନାହିଁ। ଆଗକୁ ଯଦି ନ ବରଷେ କଣ ହେବ, ଚାଷୀଙ୍କୁ ସେଇ ଚିନ୍ତା ଘାରିଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଚିତାଲାଗି ଅମାବାସ୍ୟା ବେଳକୁ ରୁଆ, ବେଉଷଣ ସରିବା କଥା। […]

  • Tuesday, 06 July 2021
୨୫ ଟଙ୍କାର ଲୋଭ ଦେଖାଇ ଶିଶୁକୁ ନେଇଗଲେ ମହିଳା, ତା’ପରେ...

ପାରାଦୀପ: ପାରାଦୀପ ଷଣ୍ଢକୁଦ ବସ୍ତିରେ ଶିଶୁ ବଳି ଉଦ୍ୟମ ନେଇ ଅଭିଯୋଗ ହୋଇଛି। ମାତ୍ର ୨୫ ଟଙ୍କାର ଲୋଭ ଦେଖାଇ ଜଣେ ଶିଶୁକୁ ଗୁଣିଗାରେଡ଼ି ସ୍ଥଳକୁ ନିଆଯାଇଥିଲା। ଏହାପରେ ସମ୍ପୃକ୍ତ ଶିଶୁକୁ ବଳି ପାଇଁ ଉଦ୍ୟମ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଷଣ୍ଢକୁଦ ବସ୍ତିର ସତ୍ୟରଞ୍ଜନ ମଣ୍ଡଳଙ୍କ ୭ ବର୍ଷର ପୁଅ ଶନିବାର ଦିନ ଘର ବାହାରେ ଖେଳୁଥିଲେ। ଏହି ସମୟରେ ଜଣେ ମହିଳା ଆସି ସମ୍ପୃକ୍ତ ଶିଶୁକୁ ୨୫ ଟଙ୍କାର ଲୋଭ ଦେଖାଇ ଗୁଣିଗାରେଡ଼ି […]

  • Tuesday, 06 July 2021
ମୋବାଇଲ୍‌ ଦେଖୁଥିଲେ ଯୁବତୀ, ହଠାତ୍‌ ବାହାରିଲା ଧୂଆଁ...

ନୂଆପଡ଼ା: ମୋବାଇଲ୍‌ ଦେଖୁଥିବା ବେଳେ ହଠାତ୍‌ ମୋବାଇଲଟି ଗରମ ହୋଇଯାଇଥିଲା, ଏହାପରେ ଏଥିରୁ ଧୂଆଁ ବାହାରିଥିଲା। ଭୟରେ ମୋବାଇଲ୍‌କୁ ତଳେ ଫିଙ୍ଗିବା ପରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ନୂଆପଡା ଜିଲ୍ଲା ସିନାପାଲି ଗାଁ ହାଇସ୍କୁଲପଡାରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ହାଇସ୍କୁଲପଡାରେ ରହୁଥିବା ଯମୁନା ମେହେର ନାମକ ଜଣେ ଯୁବତୀ ୪ ମାସ ତଳେ ଅନ୍‌ଲାଇନ୍‌ରେ ଏହି ଦାମୀ କମ୍ପାନୀର ମୋବାଇଲ୍ ଅର୍ଡର କରିଥିଲେ। ମଙ୍ଗଳବାର ଦିନ ସେ ମୋବାଇଲ୍‌ ଚଲାଉଥିବା ବେଳେ ଫୋନ୍‌ଟି ଗରମ […]

  • Tuesday, 06 July 2021
aditya das death
ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ଆସିଲା ସୁଇସାଇଡ଼୍‌ ନୋଟ୍‌ର ଫୋରେନସିକ୍ ରିପୋର୍ଟ

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଏକ ନୂଆ ମୋଡ଼ ନେଇଛି। ତଦନ୍ତ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଦିଗ କୁହାଯାଉଥିବା ସୁଇସାଇଡ଼୍‌ ନୋଟ୍‌କୁ ନେଇ ବଡ଼ ଖୁଲାସା ହୋଇଛି। ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀର ହାତଲେଖାକୁ ନେଇ ଯେଉଁ ସସପେନ୍ସ ସୃଷ୍ଟି ହୋଇଥିଲା, ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ସୁଇସାଇଡ୍ ନୋଟ୍ ନିଜେ ଆଦିତ୍ୟ ଲେଖିଥିବା ଫୋରେନସିକ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ନିଜେ ଆଦିତ୍ୟ […]

  • Tuesday, 06 July 2021
binika
ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର  ତିନି ଜଣଙ୍କୁ ଏକ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ବୁଲୁ ଭୋଇ(୬୫), ତାଙ୍କ ସ୍ତ୍ରୀ ବଇଦେହି ଭୋଇ(୫୫) ଓ ପୁଅ ଶିବ ଭୋଇ(୨୫) । ଖବର ଅନୁଯାୟୀ, ଗତକାଲି ରାତିରେ କେହି ଦୁର୍ବୁତ୍ତ ବୁଲୁଙ୍କ ଘରେ ପଶି ସେମାନଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଅ ଶିବର ମୃତେଦହ ଘର ବାହାରେ […]

  • Tuesday, 06 July 2021
actress
ରାସ୍ତା କଡ଼ରେ ଫଳ ବିକୁଛନ୍ତି ଓଡ଼ିଆ ଆଲ୍‌ବମ୍‌ ଅଭିନେତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଓ ଲକଡାଉନ୍ କଟକଣା ସମସ୍ତଙ୍କ ଜୀବନ ଉପରେ ବେଶ୍ ପ୍ରଭାବ ପକାଇଛି। ରୋଜଗାର ହରାଇ ଅନେକ ଲୋକ ଅଭାବ ଅନଟନରେ ରହିଛନ୍ତି। କଳାକାରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ଟିଭି ସିରିୟଲ୍‌, ଆଲ୍‌ବମ୍‌, ମଞ୍ଚ ନାଟକ ଓ ଷ୍ଟେଜ୍ ଶୋ’ କରିଥିବା ଓଡ଼ିଆ ଅଭିନେତ୍ରୀ ପ୍ରତିଭା ମହାରଣା ଓରଫ ରିଙ୍କି ଏବେ ରାଜଧାନୀର ରାସ୍ତାକଡ଼ରେ ଫଳ ବିକ୍ରି କରୁଛନ୍ତି। ଫଳ ବେପାର କରି ସେ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ୪ […]

frog
ବେଙ୍ଗକୁ ଦାଣ୍ଡରେ ବାନ୍ଧି ନଚାଇଲେ ଗାଁ ଲୋକେ, ଜାଣନ୍ତୁ କାହିଁକି

ଆଠଗଡ଼: ଯୁଗ ବଦଳି ଗଲାଣି। ଲୋକେ ଚନ୍ଦ୍ରପୃଷ୍ଠ ଓ ମଙ୍ଗଳ ଗ୍ରହରେ ଘର କଲେଣି। କିନ୍ତୁ ଏବେ ବି କିଛି ଲୋକେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଛନ୍ତି। ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅନ୍ଧବିଶ୍ୱାସରେ ଛନ୍ଦି ହୋଇ ପଡ଼ିଥିବା ମଣିଷମାନେ ଏପର୍ଯ୍ୟନ୍ତ ସେଥିରୁ ମୁକୁଳି ପାରୁନାହାନ୍ତି। ଯେପରି ବର୍ଷା ନହେଲେ ଏକ ବେଙ୍ଗକୁ ଆଣି ତା’ର ଗୋଡ଼ରେ ସୂତା ବାନ୍ଧି ଗାଁ ଦାଣ୍ଡରେ ନଚାଇଲେ ବର୍ଷା ହୁଏ ବୋଲି ଗାଁ ଲୋକଙ୍କର ବିଶ୍ୱାସ ରହିଛି। ଏଭଳି ଅଜବ ପରମ୍ପରା […]

  • Tuesday, 06 July 2021
bridge
ରାଜ୍ୟର କୋଡ଼ିଏଟି ଜିଲ୍ଲାରେ ନଦୀବନ୍ଧ ଦୁର୍ବଳ

ଭୁବନେଶ୍ୱର: ରାଜ୍ୟର କୋଡ଼ିଏଟି ଜିଲ୍ଲାରେ ନଦୀବନ୍ଧ ଦୁର୍ବଳ ରହିଛି। ବର୍ଷା ଦିନ ଆସିଥିବାରୁ ସମସ୍ତ ଦୁର୍ବଳ ନଦୀ ବନ୍ଧ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ।    କେନ୍ଦୁଝର, ନୟାଗଡ଼, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି ସମେତ ରାୟଗଡ଼ା, ଭଦ୍ରକ, ବୌଦ୍ଧ, ଫୁଲବାଣୀ, ଯାଜପୁର ସେହିଭଳି ଢେଙ୍କାନାଳରେ ଥିବା ଦୁର୍ବଳ ନଦୀବନ୍ଧରେ ଉପରେ ନଜର ରଖିଛି ଜଳସମ୍ପଦ ବିଭାଗ। ସେହିପରି ଅନୁଗୁଳ, କଟକ, ଜଗତ୍ସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର ଏବଂ କଳାହାଣ୍ଡି, କୋରାପୁଟ ଓ ମାଲକାନଗିରରେ ମଧ୍ୟ ନଦୀ ବନ୍ଧ […]

  • Tuesday, 06 July 2021
jail
ଅଭିଯୁକ୍ତ କରୋନା ପଜିଟିଭ, ହୋମ୍‌ ଆଇସୋଲେସନ୍‌ରେ ପୋଲିସ କର୍ମଚାରୀ

ଚୌଦ୍ୱାର: ବାରଙ୍ଗ ଅଞ୍ଚଳରୁ ଗିରଫ ହୋଇ ଚୌଦ୍ୱାର ଜେଲ୍‌କୁ ପଠାଯାଇଥିବା ଜଣେ ଅଭିଯୁକ୍ତ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ୨ ଦିନ ତଳେ ବାରଙ୍ଗ ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜଣଙ୍କ କରୋନା ପଜିଟିଭ୍ ହୋଇଥିବା ଜଣାପଡିବା ପରେ ବାରଙ୍ଗ ଥାନା ଓ ଫାଣ୍ଡିର ସମସ୍ତ ପୋଲିସ କର୍ମଚାରୀଙ୍କ ସ୍ୱାବ୍ ସଂଗ୍ରହ ହୋଇଛି। ଏଥିସହ ସମସ୍ତ ଷ୍ଟାଫ୍ ହୋମ୍ ଆଇସୋଲେସନ୍‌ରେ ଥିବା କଟକ DCP ସୂଚନା ଦେଇଛନ୍ତି।

  • Tuesday, 06 July 2021
phytanb
ଛେଳିଛୁଆକୁ ଗିଳିଥିବା ଅଜଗର ଉଦ୍ଧାର

ଯାଜପୁର: ଛେଳିଛୁଆକୁ ଗିଳି ଦେଇଥିବା ଏକ ଅଜଗରକୁ ଉଦ୍ଧାର କଲେ ଗ୍ରାମବାସୀ।  ଘଟଣା ଯାଜପୁର ଜିଲ୍ଲା  ସୁକିନ୍ଦା ବନାଞ୍ଚଳ ବନ୍ଧଗାଁ ପଞ୍ଚାୟତ କୋଇଲ ଗ୍ରାମର। ଏଠାରେ ଏକ ଅଜଗରଟି ଶାବକ ଛେଳି ଛୁଆକୁ ଗିଳି ଦେଇଥିବା ବେଳେ ଗ୍ରାମବାସୀଙ୍କ ନଜରକୁ ଆସିଥିଲା। ତୁରନ୍ତ ବନବିଭାଗ କର୍ମଚାରୀ ଓ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରାଯାଇଥିଲା। ପରେ ସ୍ନେକ୍ ହେଲ୍ପଲାଇନର ସୌମ୍ୟାଜିତ ଗ୍ରାମ ବାସୀଙ୍କ ସହଯୋଗରେ ସାପଟିକୁ ଉଦ୍ଧାର କରିବା ପରେ ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଅଜଗରଟିର ଲମ୍ବ […]

  • Tuesday, 06 July 2021
igp
ଆଇଜିଏଚ୍‌ରେ ଆରମ୍ଭ ହେବ ପ୍ଲାଜମା ଥେରାପି

ରାଉରକେଲା: ରାଉରକେଲା ଆଇଜିଏଚ୍‌ରେ ଆରମ୍ଭ ହେବ ପ୍ଲାଜମା ଥେରାପି।  ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସାଧୀନ ଥିବା ଗୁରୁତର କରୋନା ରୋଗୀଙ୍କୁ ଆଇଜିଏଚ୍‌ରେ ପ୍ଲାଜମା ଥେରାପି ଦିଆଯିବ।  ଏଥିପାଇଁ ସେଠାରେ ପ୍ଲାଜମା ବ୍ୟାଙ୍କ୍ ମଧ୍ୟ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏଥିସହ ସଂକ୍ରମଣ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର୍ ସେଣ୍ଟର ଭିତ୍ତିଭୂମି ବିକାଶ ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି।  […]

  • Tuesday, 06 July 2021
jaypur
ଝୁଲନ୍ତା ଅବସ୍ଥାରେ ନାବାଳକର ମୃତଦେହ ଉଦ୍ଧାର

ଜୟପୁର: ଜୟପୁରସ୍ଥିତ ସରକାରୀ ଶିଶୁ ସଦନରେ ନାବାଳକଙ୍କ ମୃତଦେହ ଉଦ୍ଧାର। ଝୁଲନ୍ତା ଅବସ୍ଥାରେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ତନାଘନା ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ତହସିଲଦାର ଅଶ୍ୱିନୀ ମହାପାତ୍ର ଓ ଟାଉନଥାନା ଅଧିକାରୀ ବାଲେଶ୍ୱର ଗିଧି ଶିଶୁ ସଦନରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ନାବାଳକ ଜଣକ ପଞ୍ଚମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ଘର କୋରାପୁଟ ଜିଲ୍ଲାରେ ବୋଲି ଜଣାପଡିଛି। ନାବାଳକର ମୃତ୍ୟୁର […]

  • Tuesday, 06 July 2021