• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

konark temple
କୋଣାର୍କ ମନ୍ଦିରରେ ପୁଣି ଆରମ୍ଭ ହେଲା ଲାଇଟ୍ ଏଣ୍ଡ ସାଉଣ୍ଡ ବ୍ୟବସ୍ଥା

କୋଣାର୍କ: ବାତ୍ୟା ‘ଫୋନି’ରେ କ୍ଷତିଗ୍ରସ୍ତ ହୋଇଥିବା ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିରର ଲାଇଟ୍ ଏଣ୍ଡ ସାଉଣ୍ଡ ବ୍ୟବସ୍ଥା ମରାମତି ପରେ ପୁଣିଥରେ ଗତକାଲିଠୁ ଆରମ୍ଭ ହୋଇଛି। ‘ଫୋନି’ ତାଣ୍ଡବର ୨୮ ଦିନ ପରେ କୋଣାର୍କ ମନ୍ଦିର ପରିସରରେ ଏହି ଲାଇଟ୍‌ ଏଣ୍ଡ ସାଉଣ୍ଡ ବ୍ୟବସ୍ଥା ଆରମ୍ଭ ହୋଇଛି। ମନ୍ଦିର ପରିସରରେ ପ୍ରତିଦିନି ସନ୍ଧ୍ୟା ସାଢ଼େ ୭ଟାରୁ ରାତି ୮ଟା ୧୦ ଏବଂ ରାତି ୮ଟା ୨୦ରୁ ୯ ପର୍ଯ୍ୟନ୍ତ ଦୁଇଟି ଶୋ’ ଅନୁଷ୍ଠିତ ହେବ। ବିଶ୍ୱ ଐତିହ୍ୟକୁ […]

  • Saturday, 10 July 2021
admission
ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି, ଜୁନ୍‌ ୬ରୁ ମିଳିବ ଆବେଦନ ପତ୍ର

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୨ରେ ନାମଲେଖା ନେଇ DHSE (ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୬ ତାରିଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୩ ଶହ ଟଙ୍କା, ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜାଣନ୍ତୁ ଯୁକ୍ତ ୨ରେ ନାମଲେଖା ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ… ୧. ଅନ୍‌ଲାଇନ୍‌ ଆପ୍ଲିକେସନ୍‌ ଫର୍ମ(ଆବେଦନ ପତ୍ର) www.samsodisha.gov.in […]

  • Saturday, 10 July 2021
surya
ସୂର୍ଯ୍ୟ ପାତ୍ର ହେଲେ ବିଧାନସଭା ବାଚସ୍ପତି

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାମ ପ୍ରସ୍ତାବ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସମର୍ଥନ କରିଥିଲେ। ତା’ପରେ ବାଚନିକ ଭୋଟ୍‌ରେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଥିଲା। ଏହା ସହିତ ସେ ବିଧାନସଭାର ୨୨ତମ ବାଚସ୍ପତି ହୋଇଛନ୍ତି। ତେବେ ବାଚସ୍ପତି ନିର୍ବାଚନ ବେଳେ ବିଜେପି ସଦସ୍ୟମାନେ ଗୃହରେ ଅନୁପସ୍ଥିତ ଥିଲେ। ଏଥରକୁ ମିଶାଇ […]

  • Saturday, 10 July 2021
women-fire
କଲେଜ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ ସହପାଠୀ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଗାନ୍ଧିନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କଲେଜ ଛାତ୍ରୀଙ୍କ ଉପରେ ତାଙ୍କ ସହପାଠୀ ଛାତ୍ର ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ନିଆଁ ଲଗାଇ ଦେଇଥିବା ଯୁବକଙ୍କ ଘର ନନ୍ଦପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତକାଲି ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଛାତ୍ର ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ଛାତ୍ରୀଙ୍କ ଦେହରେ ପେଟ୍ରୋଲ ଢାଳି ଦେଇଥିଲେ ଓ ଏହାପରେ […]

  • Saturday, 10 July 2021
surya
ସୂର୍ଯ୍ୟ ନାରାୟଣ ପାତ୍ର ହେବେ ରାଜ୍ୟର ୨୨ତମ ବାଚସ୍ପତି

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି। ଏବେ କାମଚଳା ବାଚସ୍ପତି ବିଧାନସଭା ଚଳାଉଥିବା ବେଳେ ଆଜି ହେବ ବାଚସ୍ପତି ନିର୍ବାଚନ। ବରିଷ୍ଠ ନେତା ତଥା ସାତ ଥର ବିଧାୟକ ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଶାସକ ବିଜେଡି ବାଚସ୍ପତି ପ୍ରାର୍ଥୀ କରିଛି। ଗତ ଗୁରୁବାର କାମଚଳା ବାଚସ୍ପତି ଅମର ଶତପଥୀ ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଷୋଡ଼ଶ ବିଧାନସଭାର ବାଚସ୍ପତି ତଥା ରାଜ୍ୟର ୨୨ତମ ବାଚସ୍ପତି ଭାବେ […]

  • Saturday, 10 July 2021
akshaya mohanty wife
ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀଙ୍କ ପରଲୋକ

ଭୁବନେଶ୍ୱର: ଲୋକପ୍ରିୟ ସଂଗୀତଜ୍ଞ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା ମହାନ୍ତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଗତକାଲି ରାତିରେ ପ୍ରବୀଣା ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ହସ୍‌ପିଟାଲ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।  ତାଙ୍କ ମରଶରୀରକୁ କଟକ ଶେଖବଜାର ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଛି।

  • Saturday, 10 July 2021
encounter
ବ୍ରହ୍ମପୁରରେ ଏନ୍‌କାଉଣ୍ଟର; ୨ ଅପରାଧୀ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏନ୍‌କାଉଣ୍ଟର। ବ୍ରହ୍ମପୁର ଗୋଳନ୍ଥରା ଅଞ୍ଚଳରେ ପୁଲିସ୍‌ର ଏନ୍‌କାଉଣ୍ଟରରେ ୨ ଜଣ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଗଣେଶ ନାୟକ ଓ ହୃଷି ପାତ୍ର। ସେମାନଙ୍କ ନିକଟରୁ ୨ ଟି ପିସ୍ତଲ ସହିତ ଅଫୁଟା ଗୁଳି, ଗୋଟିଏ ବାଇକ୍‌ ପୁଲିସ୍‌ ଜବତ କରିଛି। ଘଟଣାସ୍ଥଳରୁ ଅନ୍ୟ ୩ ଜଣ ଖସି ପଳାଇଥିବା ନେଇ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ […]

  • Saturday, 10 July 2021
dharmendra
ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୨ ଓଡ଼ିଆଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ୱ

ଭୁବନେଶ୍ୱର: ଗୁରୁବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ନରେନ୍ଦ୍ର ମୋଦି ଆଜି ତାଙ୍କ ଟିମ୍‌ରେ କାହାକୁ କେଉଁ ବିଭାଗ ମିଳିଛି, ତାହା ଘୋଷଣା କରିଛନ୍ତି। ମୋଦିଙ୍କ ସମେତ ଏନଡିଏ-୨ ସରକାରରେ ୫୮ ଜଣ ସଦସ୍ୟ ରହିଛନ୍ତି। ମୋଦିଙ୍କୁ ମିଶାଇ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ମିଳିଛି। ତେବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆଙ୍କୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର […]

  • Saturday, 10 July 2021
monsoon
ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ କେରଳ ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ପରିବେଶ ଅନୁକୂଳ ନ ଥିବାରୁ ମୌସୁମୀ ବାୟୁ ଆଣ୍ଡାମାନ ଉପକୂଳରେ ସ୍ଥିର ରହିଛି। ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ଏହା କେରଳ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବର୍ତ୍ତମାନ ପାଇଁ ତାତିରୁ ନିସ୍ତାର ନାହିଁ। ପଶ୍ଚିମ ଓଡ଼ିଶାରେ ଆହୁରି ଦୁଇ ତିନି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। […]

  • Saturday, 10 July 2021
labourer
ଦୁବାଇରେ ଫସିଛନ୍ତି ୧୦ ଦାଦନ ଶ୍ରମିକ; ଫେରାଇ ଆଣିବାକୁ ପ୍ରଶାସନକୁ କଲେ ନିବେଦନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପୁଣି ସାମନାକୁ ଆସିଲା ଦାଦନ ଦୁଃଖ। ପରିବାର ପୋଷଣ ପାଇଁ ଯାଇ ଦୁବାଇରେ ଫସି ରହିଛନ୍ତି ୧୦ଦାଦନ ଶ୍ରମିକ। ୧୧ମାସ ହେଲା ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ପରିବାର ଲୋକେ ସରକାରଙ୍କ ପାଖରେ ନେହୁରା ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା କୁରୁଡାଙ୍ଗିର ୨ ଜଣ ଶ୍ରମିକ ଥିବାବେଳେ ରାଜ୍ୟର ଅନ୍ୟ ଅଞ୍ଚଳର ୮ଜଣ ଶ୍ରମିକ ଅଛନ୍ତି। ନୟାଗଡ଼ର ୨ ଶ୍ରମିକ ହେଲେ ପ୍ରକାଶ ମହାରଣା ଓ ଗୁମାନ ମହାରଣା। ଏହି ଶ୍ରମିକଙ୍କୁ ଦଲାଲ […]

  • Saturday, 10 July 2021
fire
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫୦ରୁ ଅଧିକ ବଖରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜାଲକଣା ଗାଁରେ ୩୩ଟି ପରିବାରର ୫୦ରୁ ଅଧିକ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମହାକାଳପଡ଼ା, କେନ୍ଦ୍ରାପଡା ଓ ମାର୍ଶାଘାଇ ସମେତ ୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ବାସିନ୍ଦା ଅଜୟ ପ୍ରଧାନଙ୍କ ପାଳ ଗଦାରେ ନିଆଁ ଲାଗି ପୂରା ଗାଁକୁ ବ୍ୟାପି ଯାଇଥିଲା […]

  • Saturday, 10 July 2021
man killed wife
ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ଜଳେଶ୍ୱର(ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀକୁ ସ୍ୱାମୀ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ସ୍ୱାମୀ କମଳାକାନ୍ତଙ୍କୁ ଗିରଫ କରିଛି। କମଳାକାନ୍ତଙ୍କ ଘର ପଶ୍ଚିମବଙ୍ଗର ରାମନଗରରେ। ସୂଚନା ଅନୁସାରେ, କମଳାକାନ୍ତ କମର୍ଦ୍ଦା ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ଗତକାଲି ରାତି ପ୍ରାୟ ୧ଟା ସମୟରେ କମଳାକାନ୍ତ ନିଜ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ। ସ୍ତ୍ରୀର […]

  • Saturday, 10 July 2021
naveen patnaik
ବିଜେପୁର ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବିଜେପୁରରେ ଥିବା ୩୪ ହଜାର କଚା ଘର ପକ୍କା ଘର ହେବା ସହ ଜିଲ୍ଲାରେ ୧୧୨୦ କୋଟିର ୨ଟି ପାଇପ୍ ଜଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫଳରେ ଜିଲ୍ଲାର ୫୦୫ଟି ଗାଁର ୮ ଲକ୍ଷ ଲୋକ ଏହା ଦ୍ୱାରା ଉପକୃତ ହେବେ। ଏଥିସହ ୨ବର୍ଷ ମଧ୍ୟରେ ବିଜେପୁରର ପ୍ରତି ଘରକୁ ପାଇପ ଜଳ ଯୋଗାଣ ହେବ। ଗାଇସିଲଟ ବ୍ଲକ୍‌ରେ […]

  • Saturday, 10 July 2021
petrol pump
କୋଚିଂ ସେଣ୍ଟର ଓ ପେଟ୍ରୋଲ ପମ୍ପରେ ଚଢ଼ାଉ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ସୁନ୍ଦରଗଡ଼ ସହରର ପ୍ରାୟ ୮ଟି କୋଚିଂ ସେଣ୍ଟର ଏବଂ ୩ଟି ପେଟ୍ରୋଲ ପମ୍ପରେ ଚଢ଼ାଉ କରାଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଚଢ଼ାଉ ସମୟରେ କୌଣସି କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି। ସମସ୍ତ କୋଚିଂ ସେଣ୍ଟର ମାଲିକଙ୍କୁ ତାଗିଦ କରିବା ସହ ଯଥା ଶୀଘ୍ର ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ଏବଂ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପାଇଁ ଆବେଦନ […]

  • Saturday, 10 July 2021
cm
ସଚିବାଳୟର ସେଇ ଲକି ଚେୟାର ଓ ନବୀନ...

ଭୁବନେଶ୍ୱର: ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଗାଦି ଦଖଲ ପଛରେ କାରଣ ଯାହା ଥାଉନା କାହିଁକି, ସଚିବାଳୟରେ ନିଜ ଅଫିସରେ ସେ ଯେଉଁ ଚେୟାରେ ବସୁଛନ୍ତି ସେହି ଚେୟାର୍ କିନ୍ତୁ ତାଙ୍କ ପାଇଁ ଲକି ଚେୟାର।  ଏକଥା ଆମେ କହୁନୁ, ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି। ସେ ଯେଉଁ ସଫଳତା ପାଇଛନ୍ତି, ସେଥିପାଇଁ ସେ ତାଙ୍କ ଚୌକିକୁ ଲକି ଚେୟାର୍ ବୋଲି କହିଛନ୍ତି। ଗତକାଲି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ […]

  • Saturday, 10 July 2021
odisha assembly
ଶପଥ ନେଲେ ନବ ନିର୍ବାଚିତ ବିଧାୟକ

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି। ଏହି ଅବସରରେ ନବ ନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି । କାମଚଳା ବାଚସ୍ପତି ଅମର ଶତପଥୀ ବିଧାୟକ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଧାୟକ ଶପଥ ନେବେ। ଆଜି ଓ ଆସନ୍ତାକାଲି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିବ। ସଂଧ୍ୟା ୫ଟା ଯାଏ ବିଧାନସଭା ଗୃହରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ହେବ। […]

  • Saturday, 10 July 2021
odisha
ଦିନରେ ଦେଇ ରାତିରେ ନେଇଗଲେ ମନ୍ତ୍ରିପଦ

ଭୁବନେଶ୍ୱର: ରାଜ୍ୟରେ ମନ୍ତ୍ରିପଦ ବଣ୍ଟନରେ ଗୁରୁତର ତ୍ରୁଟି ସାମ୍‌ନାକୁ ଆସିଛି। ଜଣେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀଙ୍କୁ ଗୃହ ରାଷ୍ଟ୍ର ବିଭାଗ ଦାୟିତ୍ୱ ଦେବା ଏବଂ ପରବର୍ତ୍ତୀ ସମୟରେ ତ୍ରୁଟି ସୁଧାରିବା ପଛରେ ସରକାରଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନବାଚୀ ଛିଡ଼ା ହୋଇଛି। ଗତକାଲି କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଇସ୍ପାତ, ଖଣି ଓ ପୂର୍ତ୍ତବିଭାଗ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ପଦ ଦିଆଯାଇଥିଲା। ତେବେ ନିୟମ ଅନୁଯାୟୀ, ଜଣେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀଙ୍କୁ […]

  • Saturday, 10 July 2021
Representational Image
ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ସଲିଳ ସମାଧି

ନୂଆପଡ଼ା(ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ନୂଆପଡ଼ା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ମାମୁ ଘରକୁ ବୁଲିବାକୁ ଆସିଥିବା ୨ ଭଉଣୀ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି।ମୃତକ ହେଲେ ଶୀତଳ ବଘେଲ ଓ ତନିସା ବଘେଲ। ସେମାନଙ୍କ ଘର ଛତିଶଗଡ଼ର ରାୟପୁରରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ଶୀତଳ ଓ ତନିଶା ଆଈଙ୍କ ସହ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗୋଡ ଖସିଯିବାରୁ ଦୁହେଁ ବୁଡ଼ି ଯାଇଥିଲେ। ଦୁଇ ନାତୁଣୀ […]

  • Saturday, 10 July 2021
odisha
ମନ୍ତ୍ରୀ ହେଉ ହେଉ ସମୀକ୍ଷା କଲେ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।  ଗତକାଲି ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ୯ ଜଣ ରାଷ୍ଟ୍ରାପାହ୍ୟା ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ମନ୍ତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗ ବଣ୍ଟା ଯାଇଥିଲା। କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦାୟିତ୍ୱ ମିଳିବା ପରେ ସେ ସଙ୍ଗେ ନିଜ ବିଭାଗର ସମୀକ୍ଷା କରିଥିଲେ। ବାତ୍ୟା ‘ଫୋନି’ରେ […]

  • Saturday, 10 July 2021
orang utan bini
ଆଖି ବୁଜିଲା ଓରାଙ୍ଗଓଟାନ୍ ‘ବିନି’

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକମାତ୍ର ଓରାଙ୍ଗଓଟାନ୍ ‘ବିନି’ର ମୃତ୍ୟୁ ହୋଇଛି। ଗତକାଲି ରାତି ୯ଟା ୪୦ ମିନିଟ୍‌ରେ ଏହି ପ୍ରାଣୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାକୁ ୪୧ ବର୍ଷ ବୟସ ହୋଇଥିଲା। ୨୦୦୩ ନଭେମ୍ବରେ ପୁଣେ ଚିଡିଆଖାନାରୁ ଏହି ଓରାଙ୍ଗଓଟାନ୍ ‘ବିନି’କୁ ଅଣାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା। ପ୍ରାୟ ବର୍ଷେ ଧରି ବୟସାଧିକ ଜନିତ ଶ୍ୱାସନଳୀ ସଂକ୍ରମଣର ଶିକାର ହୋଇ ଓରାଙ୍ଗଓଟାନ୍ ‘ବିନି’ ଚିକିତ୍ସାଧୀନ ଥିଲା। ଓରାଙ୍ଗଓଟାନ୍ ‘ବିନି’ ଆମେରିକା […]

  • Saturday, 10 July 2021
accident
ଦୁର୍ଘଟଣାରେ ଚାଲିଗଲା ବାପା, ମା’ ଓ ପୁଅର ଜୀବନ

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଏନ୍ଏଚ୍ ୪୯ର ପିପିଲିମାଲ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେବା ଫଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବାପା ବିଶିକେଶନ କାଲୋ, ମା’ ତପସ୍ୱିନୀ କାଲୋ ଓ ପୁଅ ସତ୍ୟନାରାୟଣ କାଲୋ। ମିଳିଥିବା ସୂଚନା ଅନୁଯାୟୀ, ବିଶିକେଶନଙ୍କ ପୁଅ ବାହାଘର ଥିଲା। ଆଜି ବିଶିକେଶନ ନିଜ ପୁଅ ବାହାଘର ପାଇଁ  ବେଲପାହାଡ଼ରୁ ଜିନିଷ କିଣି ସ୍ତ୍ରୀ […]

  • Saturday, 10 July 2021
police station
ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଧିକାରୀ। ସ୍ଥାନୀୟ ଅଞ୍ଚଳର ଜଣେ କ୍ରସର ମାଲିକଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାନା ଅଧିକାରୀ ସନ୍ତୋଷ ପ୍ରଧାନ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ମାସିକ ଚାନ୍ଦା ଆଦାୟ ଉଦ୍ଦେଶ୍ୟରେ ଥାନା ବାବୁ ସେ ଏହି ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ଲାଞ୍ଚ ଟଙ୍କା ନେଉଥିବା ବେଳେ ଢେଙ୍କାନାଳ ଭିଜିଲାନ୍ସ ଶାଖା ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ମାମଲାରେ ଅଧିକ ପଚରାଉଚରା ପାଇଁ […]

  • Saturday, 10 July 2021
modi-naveen
ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର: କ୍ରମାଗତ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ ଜରି‌ଆରେ ନବୀନ ଓ ତାଙ୍କ ସହ ଶପଥ ନେଇଥିବା ନୂଆ ମନ୍ତ୍ରିମଣ୍ଡଳକୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଓଡ଼ିଶାର ବିକାଶରେ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ କରିବ ବୋଲି ମୋଦି ଭରସା ଦେଇଛନ୍ତି। Congratulations to Shri Naveen Patnaik Ji on taking oath as Odisha’s Chief Minister. Best […]

  • Saturday, 10 July 2021
cm naveen
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଇଂରାଜୀରେ ଶପଥ ନେଇଛନ୍ତି। ପ୍ରଥମ ଥର ଲାଗି ରାଜଭବନ ବାହାରେ ଅର୍ଥାତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାଙ୍କ ୨୦  ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି। ନବୀନଙ୍କ ଏହି ଶପଥ ସମାରୋହ ଲାଗି […]

  • Saturday, 10 July 2021
bbsr
ଶପଥ ଗ୍ରହଣ ଉତ୍ସବରେ ନବୀନଙ୍କ ଭାଇଭଉଣୀ

ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ଆଜି ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବେ। ପ୍ରଥମ ଥର ଲାଗି ରାଜଭବନ ବାହାରେ ଅର୍ଥାତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ୨୦  ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେବେ। ନବୀନଙ୍କ ଏହି ଶପଥ ସମାରୋହ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶପଥ ସମାରୋହରେ ନବୀନ ପଟ୍ଟନାୟକଙ୍କ ପହଞ୍ଚି ସାରିଥିବା ବେଳେ ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟା ମଧ୍ୟ ଯୋଗ […]

  • Saturday, 10 July 2021