• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

samir das
ମାଟ୍ରିକ୍‌ରେ ଶୂନ ରେଜଲ୍ଟ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌

କଟକ: ମାଟ୍ରିକ୍ ପରୀକ୍ଷାରେ ଶୂନ ରେଜଲ୍ଟ ହୋଇଥିବା ସ୍କୁଲକୁ ନୋଟିସ୍ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ୮୨ଟି ସ୍କୁଲକୁ ନୋଟିସ୍‌ ଜାରି କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଗସ୍ତ କରିଥିଲେ। ଏହି ଅବସରରେ ସେ କହିଛନ୍ତି,“ ଶୂନ ରେଜଲ୍ଟ କରିଥିବା ସ୍କୁଲକୁ ମୁଁ ନିଜେ ଗସ୍ତ କରିବି। କ’ଣ ଅସୁବିଧା ରହିଛି ସେ ନେଇ ସମୀକ୍ଷା କରାଯିବ ଓ ଆବଶ୍ୟକ ପଦକ୍ଷେପ […]

  • Saturday, 10 July 2021
shivsena
ବିଜେଡିକୁ ଶିବସେନାର ବିରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର: ଲୋକସଭାରେ ଉପବାଚସ୍ପତି ପଦବୀକୁ ନେଇ ବଢ଼ିଲା ରେସ୍। ବିଜେଡି ପ୍ରାର୍ଥୀଙ୍କ ନାଁକୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ଶିବସେନା ପ୍ରଶ୍ନ ଉଠାଇଛି। ବିଜେଡିକୁ ଏହି ପଦବୀ କିପରି ମିଳିବ ବୋଲି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ବିଜେପି ବିରୋଧରେ ବିଜେଡି ନିର୍ବାଚନ ଲଢ଼ିଛି। ତେଣୁ ବିଜେଡିକୁ ଏହି ପଦବୀ ମିଳିବ ନାହିଁ। ଖାଲି ଏତିକି ନୁହେଁ, ଲୋକସଭାର ଉପବାଚସ୍ପତି ପଦବୀ କେବଳ ଶିବସେନାର। ଏହା ତାଙ୍କର ଦାବି ନୁହେଁ ଅଧିକାର। କାରଣ […]

  • Saturday, 10 July 2021
balangir
ରାସ୍ତା ଉପରେ ସରକାରୀ ଅଧିକାରୀଙ୍କୁ ଉଠ୍‌ବସ୍ କରାଇଲେ ବିଧାୟକ, ଭିଡିଓ ଭାଇରାଲ

ବଲାଙ୍ଗିର: ବିଧାୟକଙ୍କ କଙ୍ଗାରୁ କୋର୍ଟ! ରାସ୍ତା ଉପରେ ସରକାରୀ ଅଧିକାରୀଙ୍କୁ ଦଣ୍ଡିତ କଲେ ବିଧାୟକ। ନବ ନିର୍ବାଚିତ ପାଟଣାଗଡ଼ ବିଧାୟକ ସରୋଜ ମେହେର ଜଣେ ସରକାରୀ ଅଧିକାରୀଙ୍କୁ ଉଠ୍‌ବସ୍ କରାଉଥିବା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ନିମ୍ନମାନର ରାସ୍ତା କାମ ହୋଇଥିବାରୁ ଏଥିପାଇଁ ସଂପୃକ୍ତ ଅଧିକାରୀଙ୍କୁ ଦାୟୀ କରି ବିଧାୟକ ଶହେ ଥର ଉଠ୍‌ବସ୍ ହେବାକୁ କହୁଥିବା ଭିଜୁଆଲରେ ଦେଖିବାକୁ ମିଳିଛି। ସଂପୃକ୍ତ ଅଧିକାରୀ ବିଧାୟକଙ୍କ କଥା ମାନି ଉଠ୍‌ବସ୍ ମଧ୍ୟ ହେଉଛନ୍ତି। ପୁଣି […]

  • Saturday, 10 July 2021
accident
ଟ୍ରକ୍‌ ପଛରେ ପିଟି ହେଲା ବୋଲେରୋ; ୨ ମୃତ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ସୁନାଖଳା ନିକଟରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁସାରେ, ବିଷମକଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏକ ବୋଲେରୋ ସୁନାଖଳା ଛକରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବୋଲେରୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। […]

  • Saturday, 10 July 2021
students
ଆଜିଠୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି। ଛାତ୍ରଛାତ୍ରୀମାନେ ଆଜିଠୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଦିନ ୧୧ଟାରୁ ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁନ୍ ୨୦ ରହିଛି । ଏଥର ୨ ହଜାର ୪୧ଟି ଜୁନିଅର୍‌ କଲେଜ ପାଇଁ ୪ ଲକ୍ଷ ୫୧ ହଜାର ସିଟ୍‌ ରହିଛି। ଚଳିତ ବର୍ଷ ମୋଟ ୩ ଲକ୍ଷ ୯୭ ହଜାର ୧୨୫ ଜଣ ମାଟ୍ରିକ୍ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଜାଣନ୍ତୁ ଯୁକ୍ତ ୨ରେ […]

  • Saturday, 10 July 2021
harshabardhan
‘ଆୟୁଷ୍ମାନ’ ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରର ଚିଠି। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓଡ଼ିଶା, ଦିଲ୍ଲୀ, ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଦେଶର ସମସ୍ତ ପ୍ରକାର ଲୋକଙ୍କ ପାଖରେ ଏଭଳି ଯୋଜନା ପହଞ୍ଚିବା ଦରକାର ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ, ଦେଶର ୧୦ କୋଟି ୭୪ ଲକ୍ଷ ପରିବାର ଉପକୃତ ହୋଇପାରିବେ। ଏହି ଯୋଜନାରେ ପ୍ରତି ପରିବାରକୁ […]

  • Saturday, 10 July 2021
stray dogs
ମୃତ ଶିଶୁ କନ୍ୟାର ଗୋଡ଼ ନେଇ ପଳାଇଲା କୁକୁର

ସୋର(ଶଶିକାନ୍ତ ବେହେରା): ମୃତ ଶିଶୁ କନ୍ୟାକୁ ଡାକ୍ତରଖାନାରୁ ଝାମ୍ପି ନେଇ ଝୁଣି ଖାଇଲା କୁକୁର।  ବାଲେଶ୍ୱର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଦୁଇ ଜଣ ଯୁବକ ଡାକ୍ତରଖାନାରୁ ଘରକୁ ଯାଉଥିବା ବେଳେ ରାସ୍ତା ଉପରେ  କୁକୁରଟି ଶିଶୁ କନ୍ୟାର ମୃତଦେହ ଖାଉଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ କୁକୁରକୁ ଗୋଡ଼ାଇବାରୁ କୁକୁରଟି ଶିଶୁ କନ୍ୟାର ଗୋଡ଼ ନେଇ ପଳାଇ ଯାଇଥିଲା। ଏହାପରେ ସ୍ଥାନୀୟ ଲୋକେ ଏବଂ ଡାକ୍ତରଖାନାର କର୍ମଚାରୀମାନେ […]

  • Saturday, 10 July 2021
arrest
ଯାଜପୁରରେ ମର୍ଡର, କେରଳରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଯାଜପୁରରେ ମର୍ଡର, କେରଳରୁ ଅଭିଯୁକ୍ତ ଗିରଫ। ଗତ କିଛିଦିନ ତଳେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଉଳି ପାହାଡରୁ  ଜଣେ ମହିଳାଙ୍କ ମୃତଦେହ ସହ ତାଙ୍କ ଝିଅକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍‌ କେରଳରୁ ଗିରଫ କରିଛି। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ନାଁ ବିଜୟ କୁମାର ବେହେରା। ତା’ର ଘର ଦେଉଳି ଗାଁରେ। ଗତ ମାସରେ ଅଭିଯୁକ୍ତ ବିଜୟ ଏହି କାଣ୍ଡ ଘଟାଇ ଫେରାର ହୋଇଯାଇଥିଲା। ସୂଚନା […]

  • Saturday, 10 July 2021
elephant
ମହିଳାଙ୍କୁ ଦଳି ଦେଲା ହାତୀ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ହେଲେ ଆକୁଳ ଗାଁର ରବି ରଣାସିଙ୍ଗଙ୍କ ସ୍ତ୍ରୀ କଦଳୀ ରଣାସିଙ୍ଗ। ଆଜି ସକାଳେ ସେ ମହୁଲ ଗୋଟାଇବାକୁ ମଲଣ୍ଡା ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ବଣୁଆ ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

  • Saturday, 10 July 2021
rain
ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏପରିକି ପବନ ମଧ୍ୟ ବହିବ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି। ଦିନ ୧୨ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ସବୁ ଜିଲ୍ଲାଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସୂଚନାଥାଉ କି, ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ଆସନ୍ତା […]

  • Saturday, 10 July 2021
heavy rainfall
ଓଡ଼ିଶାରେ ଡେରି ହୋଇପାରେ ମୌସୁମୀ ବର୍ଷା

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ଓଡ଼ିଶାରେ ମୌସୁମୀ ବାୟୁ ବିଳମ୍ବରେ ପହଞ୍ଚିବ। ଆସନ୍ତା ୬ ତାରିଖରେ ମୌସୁମୀ କେରଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଏବେ ଆଣ୍ଡାମାନକୁ ପ୍ରଭାବିତ କରି ଆଗକୁ ବଢ଼ୁଛି। ୬ରେ କେରଳ ଛୁଉଁଥିବାରୁ ଓଡ଼ିଶାକୁ ଆସିବାରେ ବିଳମ୍ବ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଓଡ଼ିଶାରେ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ପ୍ରାକ୍-ମୌସୁମୀ ଜନିତ […]

  • Saturday, 10 July 2021
result 11
ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ: ଗତବର୍ଷ ତୁଳନାରେ କମିଲା ପାସ୍‌ ହାର

ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ୯୭, ୭୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦,୭୦୬ ଜଣ ପାସ୍ କରିଛନ୍ତି। ଚଳିତ ବର୍ଷ ୭୨.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି। ଯାହା ଗତବର୍ଷ ତୁଳନାରେ ୪.୬୫% କମ୍। ଚଳିତ ବର୍ଷ ୨୦, ୮୦୬ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୨୩, ୯୦୪ ଜଣ ୨ୟ ଶ୍ରେଣୀରେ ଓ ୨୫, ୩୬୦ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ସେହିପରି ୪୦, […]

  • Saturday, 10 July 2021
lightning
୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆଜି ରାଜ୍ୟର ୭ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି କନ୍ଧମାଳ, ଗଜପତି ଏବଂ ଗଞ୍ଜାମ। ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକୁ ଅପରାହ୍ନ ୩ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଘଡ଼ଘଡ଼ି ଓ ବର୍ଷା ନେଇ ଆଜି ଦିନ ୧୨ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୩ଟି ଜିଲ୍ଲାକୁ ପାଣିପାଗ […]

  • Saturday, 10 July 2021
plus two results
ଏଥର ୯ଟି କଲେଜରେ ରେଜଲ୍ଟ ଶୂନ

ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯ଟି କଲେଜରେ ରେଜଲ୍ଟ ଶୂନ ରହିଥିବା ବେଳେ ୨୯ଟି କଲେଜରେ ଶହେ ପ୍ରତିଶତ ରେଜଲ୍ଟ ହୋଇଛି। ଫଳାଫଳ ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଯେଉଁ ଯେଉଁ କଲେଜରେ କୌଣସି ଛାତ୍ରଛାତ୍ରୀ ପାସ୍ କରିନାହାନ୍ତି, ସେହି କଲେଜ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’। ପ୍ରଥମେ ଅନୁଧ୍ୟାନ କରାଯିବ, ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା […]

  • Saturday, 10 July 2021
rain
୧୩ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାଜ୍ୟର ୧୩ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ। ଦିନ ୧୨ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ସବୁ ଜିଲ୍ଲାଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ […]

  • Saturday, 10 July 2021
pratap
ପୁଣି ଚର୍ଚ୍ଚାରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ; ଅନର୍ଗଳ ସଂସ୍କୃତରେ ଦେଲେ ସାକ୍ଷାତକାର

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତ କିଛି ଦିନ ଧରି ସୋଶାଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନେବାପରେ ତାଙ୍କୁ ନେଇ ଚର୍ଚ୍ଚା କମିବାର ନାଁ ଧରୁନି। ସାରା ଦେଶରେ ତାଙ୍କ ନିଆରା ଜୀବନଶୈଳୀର ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସେଥିରେ ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ିଛି ଡିଡି ନ୍ୟୁଜ୍‌କୁ ସେ ଅନର୍ଗଳ ଏବଂ ସ୍ପଷ୍ଟ ସଂସ୍କୃତ ଭାଷାରେ ଦେଇଥିବା ସାକ୍ଷାତକାର। ପୂର୍ବରୁ ସ୍ପଷ୍ଟ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ […]

  • Saturday, 10 July 2021
accident
ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କପୁରମାଲ ନିକଟସ୍ଥ ରଜାମୁଣ୍ଡା ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳ ପ୍ରାୟ ୬ଟା ବେଳେ ଏହି ଦୁର୍ଘଟଣା ଘଟିଛି। ‘ପ୍ରଧାନ’ ନାମକ ଏହି ଘରୋଇ ବସ୍‌ଟି ସାସ୍ତୁଗୁଡ଼ାରୁ କେସିଙ୍ଗା ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର […]

  • Saturday, 10 July 2021
Lightning
ବଜ୍ରପାତ ନେଲା ୪ ମହିଳାଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ଅନ୍ତର୍ଗତ ଭଦ୍ରା ଗାଁରେ ବଜ୍ରପାତରେ ୨ଜଣଙ୍କ ମୃତ୍ୟୁ ହୋଇଛି। ସଂପର୍କରେ ଏ ଦୁଇ ଜଣ ଯାଆ ବୋଲି ଜଣାପଡ଼ିଛି। ସେମାନେ ହେଲେ ରାଧା ଓ ସୁନୀତା। ଏହି ଘଟଣାରେ ଜଣେ ଶିଶୁ ଓ ୨ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ନାହାଗଣା ଗାଁରେ […]

  • Saturday, 10 July 2021
bjd
ଚତୁର୍ଥ ସିଟ୍‌ ପାଇଁ ଘୋଡ଼ା ବେପାର କରିବ କି ବିଜେଡି?

ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ନିଜ ଦଳର ୬ଜଣ ରାଜ୍ୟସଭା ସାଂସଦଙ୍କୁ ପ୍ରାର୍ଥୀ କରିଥିବା ବିଜେଡି ଏବେ ପୁଣିଥରେ ଏହି ସମସ୍ତ ସିଟ୍‌କୁ ନିଜ ଅକ୍ତିଆରରେ ରଖିବା ପାଇଁ ଅଙ୍କକଷା ଆରମ୍ଭ କରିଦେଇଛି। ବିଜେଡିର ୬ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୪ଜଣ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବାରୁ ଉକ୍ତ ୪ଟି ରାଜ୍ୟସଭା ସିଟ୍‌କୁ ହାତେଇବା ପାଇଁ ଦଳ ରଣକୌଶଳ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବିଜେଡି ୨୦୧୯ର ସାଧାରଣ ନିର୍ବାଚନରେ ଦଳର ୬ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ସରୋଜିନୀ […]

  • Saturday, 10 July 2021
Savitri Brata
ସ୍ୱାମୀଙ୍କ ମଙ୍ଗଳ କାମନା କରି ମହିଳା‌ଙ୍କ ସାବିତ୍ରୀ ବ୍ରତ ପାଳନ

ଭୁବନେଶ୍ୱର: ଆଜି ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ବିବାହିତ ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ଏଥିପାଇଁ ସକାଳୁ ସକାଳୁ ମନ୍ଦିର ଗୁଡିକରେ ମହିଳାଙ୍କ ଭିଡ ଦେଖିବାକୁ ମିଳିଛି। ନୂଆ ଶାଢୀ, ଚୁଡ଼ି, ସିନ୍ଦୂର ଓ ଫଳ ମୂଳ ଇତ୍ୟାଦି ଧରି ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି। ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ପୌରାଣିକ କଥା ଅନୁସାରେ, ଏହି ଦିନ ମହାସତୀ ସାବିତ୍ରୀ […]

  • Saturday, 10 July 2021
accident
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ନିବେଦିତା ଦାଶ ଓ ପଙ୍କଜିନୀ ଦାଶ। ସେମାନଙ୍କ ଘର ରାଇସୁଆଁ ଗାଁରେ। ପ୍ରତିଦିନ ଭଲି ଆଜି ସକାଳେ ଦୁଇ ଭଉଣୀ ମର୍ଣ୍ଣିଂ ୱାକ୍‌ରେ ବାହାରିଥିଲେ। ହେଲେ ସଦର ଥାନା ନିକଟରେ ପଛ ପଟୁ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା।  ଘଟଣାସ୍ଥଳରେ ହିଁ ଦୁଇ ଭଉଣୀଙ୍କ ମୃତୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ […]

  • Saturday, 10 July 2021
kalpana
ଜନ୍ମମାଟିରେ କଳ୍ପନାଙ୍କ ମରଶରୀର

ଢେଙ୍କାନାଳ: ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର ଜନ୍ମମାଟି ଢେଙ୍କାନାଳରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା ମିନି ଷ୍ଟାଡିୟମରେ ତାଙ୍କର ଶେଷ ଦର୍ଶନ କରିଛନ୍ତି। କଳ୍ପନାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ତାଙ୍କ ଗାଁ ସାରିଆପଡ଼ାକୁ ନିଆଯାଇଛି। ସେଠାରେ ଲୋକେ ଅନ୍ତିମ ଦର୍ଶନ କରିବା ପରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ତାଙ୍କର ଶେଷ କୃତ୍ୟ କରାଯିବ। ଆଜି ସକାଳେ କଳ୍ପନାଙ୍କ ମରଶରୀର ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱରରେ […]

  • Saturday, 10 July 2021
crocodile
ଯୁବକଙ୍କୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ମଣ୍ଡପଡ଼ା ଗାଁରେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି। ଯୁବକଙ୍କ ନାଁ ସଞ୍ଜୟ ପ୍ରଧାନ । ଆଜି ସକାଳେ ସଞ୍ଜୟ ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବାବେଳେ ହଠାତ୍‌ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ଗାଁ ଲୋକ କୁମ୍ଭୀର ମୁହଁରୁ ତାଙ୍କୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ସୂଚନାଥାଉ କି, ମାର୍ଚ୍ଚ ୭ରେ ରାଜନଗର ବ୍ଳକ୍‌ ରାଜପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ କୁମ୍ଭୀର […]

  • Saturday, 10 July 2021
bbsr
ଭୁବନେଶ୍ୱର ଏସ୍‌ପ୍ଲାନେଡ୍‌ରେ ଡାଇନୋସର୍‌!

ଭୁବନେଶ୍ୱର: ଭୁବନେଶ୍ୱର ଏସ୍‌ପ୍ଲାନେଡ୍ ମଲ୍‌ରେ ଡାଇନୋସର୍‌! କଥା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ହେଲେ ଏହା କୌଣସି ସତସତିକା ଡାଇନୋସର୍‌ ନୁହେଁ ବରଂ କୃତ୍ରିମ ଡାଇନୋସର୍‌। ରାଜଧାନୀର ସବୁଠାରୁ ଏହି ବଡମଲ୍‌ରେ ଡାଇନୋସର୍‌  ବୁଲୁଥିବା ଖବର ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଖରା ଛୁଟି ଥିବାରୁ ମଲ୍‌ରେ ପିଲାଙ୍କ ଭିଡ ଜମୁଛି। ଏସ୍‌ପ୍ଲାନେଡ୍‌ ପକ୍ଷରୁ ଛୋଟ ପିଲାଙ୍କୁ ଆକର୍ଷିତ କରିବା ପାଇଁ ଏପରି କରାଯାଇଛି। ଏହାଛଡା ଏହି ବିଲୁପ୍ତ ପ୍ରାଣୀ ବିଷୟରେ ପିଲାଙ୍କୁ ଜଣାଇବା ମଧ୍ୟ […]

  • Saturday, 10 July 2021
murder in bbsr
ରାଜଧାନୀରେ ମର୍ଡର! ପେଟି ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ମର୍ଡର! ଭୁବନେଶ୍ୱର ନୟାପଲ୍ଲୀ ଥାନା ହର୍ଟିକଲ୍ଚର୍ ଅଫିସ୍ ନିକଟରୁ ଏକ ପେଟି ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଦିଲୀପ ସାହୁ। ତାଙ୍କ ଘର ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ବୋଲି ଜଣାପଡ଼ିଛି। ଏକ ଅଟାକଳରେ ସେ କାମ କରୁଥିଲେ।  ଏହି ଘଟଣାରେ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତାଙ୍କ ନାଁ ପ୍ରକାଶ ଜେନା। ପ୍ରକାଶ ମଧ୍ୟ ସେହି ଅଟାକଳରେ କାମ କରୁଥିଲେ ଯେଉଁଠି ଦିଲୀପ କାମ କରୁଥିଲେ। ପାରିପାର୍ଶ୍ୱିକ ପରିସ୍ଥିତିରୁ […]

  • Saturday, 10 July 2021