ଅହମଦାବାଦ: ନିଷ୍ଠାବାନ ମଣିଷଙ୍କ ପାଇଁ କୌଣସି ପଥ ଦୁଃସାଧ୍ୟ ନୁହେଁ। କୌଣସି କାମ ଅସାଧ୍ୟ ନୁହେଁ। ଏମାନେ ପାହାଡର ଅଙ୍କାବଙ୍କା ପଥୁରିଆ ରାସ୍ତାରେ ବି ଫୁଟାଇ ପାରିବେ ଫୁଲ। ଏମିତି ଜଣେ ନିଷ୍ଠାବାନ ଯୁବକ ହେଉଛନ୍ତି ସାଫିନ ହସନ। ଯୁବ ଆଇପିଏସ୍ ଅଫିସର। ଅନେକ ପ୍ରତିକୂଳ ପରିସ୍ଥିତିରେ ସମୟ ସହ ଲଢି ମାତ୍ର ୨୨ ବର୍ଷରେ ତିଆରି କରିପାରିଛନ୍ତି ନିଜ ପରିଚୟ। ଗୁଜରାଟର ସାଫିନ ପ୍ରଥମ ଉଦ୍ୟମରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇପିଏସ ପାଇଛନ୍ତି। ସାଫିନଙ୍କ […]
ଭୁବନେଶ୍ୱର: ପୁରୀ ଗଣ ଦୁଷ୍କର୍ମ ମାମଲାରେ ତାତି ଉଠିଛନ୍ତି ବିରୋଧୀ। ଛାତ୍ର କଂଗ୍ରେସ ପକ୍ଷରୁ ଘଟଣାର ଦୃଢ ପ୍ରତିବାଦ କରାଯାଇଛି। ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ଏହି ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସର ସଦସ୍ୟମାନେ ଏପରି ଟମାଟୋ ମାଡ଼ କରିଛନ୍ତି । ଏଥି ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କିରଛି ଛାତ୍ର କଂଗ୍ରେସ। ଇସ୍ତଫା ନଦେଲେ ଆଗକୁ ମୁଖ୍ୟମନ୍ତ୍ରୀଙ୍କ […]
କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଜଖପୁରା ମଇଥାନ ଇସ୍ପାତ କାରଖାନାରେ ତେଜିଛି ଶ୍ରମିକ ଅଶାନ୍ତି। ଦଶ ମାସର ଦରମା ଏବଂ ଦୁଇ ବର୍ଷର ଵୋନସ ଦାବିରେ ଶ୍ରମିକ ଓ କର୍ମଚାରୀ ମହିଳା ଶିଳ୍ପପତି ରୀତା ସିଂଙ୍କୁ ଘେରାଉ କରିବା ସହ ହୋଟେଲ ସାମ୍ନାରେ ଧାରଣାରେ ବସିଛନ୍ତି। ଜଣେ ଶ୍ରମିକ ନିଜ ଦେହରେ କିରାସିନି ଢାଳି ଦେବାରୁ ପୋଲିସ ତାଙ୍କୁ ଉଦ୍ଧାର କରିଛି। ତେବେ ଏ ପର୍ଯ୍ୟନ୍ତ ମହିଳା ଶିଳ୍ପପତିଙ୍କୁ ଉଦ୍ଧାର କରିପାରିନି ପୋଲିସ। ମଇଥାନ […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସେକ୍ସ ରାକେଟ ଠାବ । ନାକଟିଗୁଡ଼ା ଛକରେ ଏକ ଘରେ ଏହି ସେକ୍ସ ରାକେଟକୁ ଠାବ କରିଛି ଟାଉନ୍ ଥାନା ପୋଲିସ। ଏହି ଘରୁ ୫ ଜଣ ଯୁବତୀଙ୍କ ସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖିଛି । ୫ ଯୁବତୀଙ୍କ ମଧ୍ୟରୁ ୩ ଜଣ ପଶ୍ଚିମବଙ୍ଗର ବୋଲି କହିଛି ପୋଲିସ। ଅଟକ ଥିବା ଯୁବତୀ ଓ ଗ୍ରାହକଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି। ତେବେ ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ କୁହାଯାଉଥିବା […]
ଚୌଦ୍ୱାର: ଅନ୍ଧବିଶ୍ୱାସର କୁପରିଣତି କେତେ ଭୟଙ୍କର ହୋଇପାରେ ! ଏହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଚୌଦ୍ୱାର ମଙ୍ଗରାଜପୁର ବେରେଣା ଗାଁରେ। ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଶବକୁ ଗାଁ ନିକଟ ଜଙ୍ଗଲରେ ପକାଇ ଦେଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ସିଙ୍ଗରା ସଏ । ସେ ଗତକାଲି ରାତିରେ ଧାନକ୍ଷେତ ଜଗିବାକୁ ବିଲକୁ ଯାଇଥିଲେ। ସେଠାରେ ତାଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା […]
ଢେଙ୍କାନାଳ: ଢେଙ୍କାନାଳ ଡାକ୍ତରଖାନା ପରିସରରେ ଠିଆ ହୋଇଥିଲା ଧଳା ରଙ୍ଗର କାର୍। ଭିତରେ କେହି ନ ଥିଲେ। କିଛି ସମୟ ପରେ ହଠାତ୍ ଦେଖା ଗଲା ଭିତରେ ଛୋଟ ଝିଅଟିଏ କାନ୍ଦୁଛି । ବୟସ ଦେଢ ବର୍ଷ ହେବ। ପିଲାଟିର ସ୍ୱର ବାହାରକୁ ଶୁଭା ଯାଉ ନ ଥିଲେ ବି ଲୋକେ ଦେଖି ପାରୁଥିଲେ। ଗଦା ହୋଇଗଲେ ଲୋକେ। ଛୁଆଟିକୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନ ଥିଲେ। କାରଣ କାରଟି […]
ଭୁବନେଶ୍ୱର:ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ।ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପ୍ରସିଦ୍ଧ ସମ୍ମାନ ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗ ଦେଇ କହିଛନ୍ତି ଯେ, ଉତ୍କର୍ଷ ସମ୍ମାନରେ ସମ୍ମାନିତ ବ୍ୟକ୍ତିଗଣ କେବଳ ଓଡ଼ିଶାର ଉତ୍କର୍ଷ ନୁହେଁ, ସାରା ବିଶ୍ୱର ଉତ୍କର୍ଷ ଅଟନ୍ତି। ରାଜ୍ୟର ବିଶିଷ୍ଟ ବ୍ୟକ୍ତିଗଣ ନିଜ […]
ରାଉରକେଲା: ପ୍ରେମିକଙ୍କ ସହ ପଳାଇଯିବା ପରେ ମହିଳାଙ୍କୁ ପୂର୍ବତନ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଲକ୍ଷେ ଟଙ୍କା ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଏ ନେଇ ମହିଳା ଓ ତାଙ୍କ ପ୍ରେମିକ ରାଉରକେଲା ଏସ୍ପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ମହିଳା ଜଣକ ଗତ ମେ’ ମାସରେ ବ୍ରାହ୍ମଣୀତରଙ୍ଗ ଥାନା ମାଣ୍ଡିଆକୁଦର ଜମ୍ବୁ ଓରାମଙ୍କୁ ବିବାହ କରିଥିଲେ । ହେଲେ ସ୍ୱାମୀ ପସନ୍ଦ ନ ହେବାରୁ ୨ […]
ଭୁବନେଶ୍ୱର: ସାରଥୀଙ୍କ ପାଖରେ କୌଣସି ଦିବ୍ୟ ଶକ୍ତି ନ ଥିଲା। ସେ କୌଣସି ଐଶ୍ୱରିକ ଶକ୍ତିର ଅଧିକାରୀ ମଧ୍ୟ ନୁହଁନ୍ତି। ଏକଥା ନିଜେ ସ୍ୱୀକାର କରିଛନ୍ତି ସାରଥୀ ବାବା। ତା ପୁଣି ତଦନ୍ତ ଅଧିକାରୀ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କ ସାମ୍ନାରେ। Sorry to disappoint you but Sarathi was treated with dignity due to any human being. No third degree at all. You can ask […]
ସୁରଟ: ସୁଦୂର ସୁରଟ୍ରେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଓଡ଼ିଆ ଛାତ୍ର। ମୃତ ଛାତ୍ରଙ୍କ ନାଁ କିଶନ । ସେ ତାଙ୍କ ପରିବାର ସହ ସୁରତରେ ରହୁଥିଲେ। ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର କିଶନ ନିଜର ସାଙ୍ଗ ସହ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଗାଧୋଇବାବେଳେ କିଶନର ଗୋଡ଼ ଖସିଯିବାରୁ ସେ ଗଭୀର ପାଣିକୁ ଚାଲି ଯାଇଥିଲା। ସାଙ୍ଗକୁ ବୁଡ଼ି ଯାଉଥିବା ଦେଖି ଅନ୍ୟ ପିଲାଟି ତାକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲା। ଫଳରେ ଉଭୟେ […]
ଭୁବନେଶ୍ୱର: ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ତ୍ରୁଟି ସାମ୍ନାକୁ ଆସିବା ପରେ ଏହାକୁ ନେଇ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। କେନ୍ଦ୍ରରୁ ଆସୁଥିବା ପାଣ୍ଠିକୁ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗରେ ଅନେକ ଯୋଜନା ପ୍ରସ୍ତୁତ ହେଉଛି । ହେଲେ ସେଥିପାଇଁ ଆସୁଥିବା ଟଙ୍କା ଫେରିଯାଉଛି । ଯାହା ସରକାରଙ୍କ ଅପାରଗତାକୁ ସାମ୍ନାକୁ ଆଣୁଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗରେ ଟଙ୍କା ଖର୍ଚ୍ଚ ହୋଇଥିବା ଦେଖାଇ ଆତ୍ମସାତ […]
ଭୁବନେଶ୍ୱର: ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ସହ ଜଡ଼ିତ ରଙ୍ଗଶାଳା ରକ୍ଷା ପାଇଁ ପ୍ରଶାସନର ଉଦ୍ୟମକୁ ଲାଗିଛି ଜୋରଦାର ଝଟ୍କା। ରୂପେଶ ଭଦ୍ରଙ୍କ ରଙ୍ଗଶାଳାକୁ ନ ଭାଙ୍ଗି ଜନହିତ କାର୍ଯ୍ୟରେ ଲଗାଇବାକୁ ଯାଜପୁର ଜିଲ୍ଲାପାଳ ରାଜସ୍ୱ ବିଭାଗକୁ ଅନୁମତି ଲୋଡ଼ିଥିଲେ । ହେଲେ ଏହାକୁ ଅଗ୍ରାହ୍ୟ କରିଦେବା ସହ ରାଜସ୍ୱ ବିଭାଗ ପରୋକ୍ଷରେ ଜିଲ୍ଲାପାଳଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି। ଜିଲ୍ଲାପାଳଙ୍କୁ ଚିଠି କରି ରାଜସ୍ୱ ବିଭାଗ ସ୍ପଷ୍ଟ କରିଛି ଯେ, ଏଭଳି ଜବରଦଖଲ ସଂପତ୍ତିର କୌଣସି ବିକଳ୍ପ […]
ଭୁବନେଶ୍ୱର:ଧନ୍ତେରାସ ହେଉ ବା ଦଶହରା, ସୁନା କିଣିବାକୁ ଦୋକାନରେ ଭାରି ଭିଡ଼। ହେଲେ କେବେ ପଚାରିଛନ୍ତି, ଆପଣ କିଣୁଥିବା ଏହି ସୁନା ଖାଣ୍ଟି ତ ! ଯଦି ଜାଣି ନାହାନ୍ତି, ତେବେ ଶୁଣନ୍ତୁ ଏକ ସାଂଘାତିକ ତଥ୍ୟ। ଚଉଦ କ୍ୟାରେଟ ଦେଇ ବାଇଶ କ୍ୟାରେଟର ଦାମ୍ ନେଉଛନ୍ତି ସୁନା ଦୋକାନୀ। ଗୋଟେ କି ଦୁଇଟା ଦୋକାନରେ ନୁହେଁ, ରାଜ୍ୟବ୍ୟାପୀ ଚାଲିଛି ଏପରି ଠକେଇ। ବଡ ବଡ ଦୋକାନୀ ମଧ୍ୟ ଏପରି ଭାବେ ଠକୁଛନ୍ତି। ଓଜନରେ ଠକୁଛନ୍ତି, ଅପମିଶ୍ରଣ […]
ବାଲେଶ୍ୱର:ଦେଶୀ କୁକୁଡ଼ା, ହେଲେ ରଙ୍ଗ ତାର କଳା। ନାଁ ତାର କଡକନାଥ କୁକୁଡା। କୁହାଯାଏ, ଏହାର ସ୍ୱାଦ ନିଆଁରା। ପୁଣି ହାଇବେଟିସ୍ ରୋଗୀଙ୍କ ପାଇଁ ବି ଏହା ବେଶ ଭଲ। ଏମିତି କୁକୁଡ଼ା ମିଳେ ବାଲେଶ୍ୱର ଜିଲ୍ଲାର କିରଣ କୁମାରଙ୍କ ଫାର୍ମରେ। କିରଣ ଜଣେ ଇଞ୍ଜିନିୟର। ଘର ଆନ୍ଧ୍ରପ୍ରଦେଶର ବିଜୟୱାଡା। ସମସ୍ତେ ଭାବିଥିଲେ, ପାଠ ପଢି ଚାକିରି କରିବେ। ହେଲେ କିରଣଙ୍କ ରୁଚି ଥିଲା ଚାଷରେ। ତେଣୁ ଚାକିରି ନ କରି ଚାଷ କରିବାକୁ ଇଚ୍ଛା କରିଥିଲେ। […]
ନୂଆପଡ଼ା:କାନ୍ଥର ଗୋଟିଏ ପଟରେ ଶୋଭା ପାଉଛି କୋମନା ଗଡର ଐତିହ୍ୟ, କଳା, ସଂସ୍କୃତି, ପରମ୍ପରାର ନିଖୁର ଛବି। ଅନ୍ୟପଟେ କୋମନାର ଦର୍ଶନୀୟ ସ୍ଥାନ ତୂଳୀରେ ନେଇଛି ଜୀବନ୍ତ ରୂପ। ଚିତ୍ର ବି ଏଠି କହିଦିଏ ଲୋକଙ୍କ ଜୀବନଜୀବିକାର କାହାଣୀ। ଭାବୁଥିବେ ଏହା କୌଣସି ମ୍ୟୁଜିୟମର ଦୃଶ୍ୟ ବୋଧେ ! ହେଲେ ନା, ଏହା ମ୍ୟୁଜିୟମ ନୁହେଁ, ଏକ ସ୍କୁଲର ପରିବେଶ। ଏମିତି ପରିବେଶ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଜିତାମିତ୍ର ଉଚ୍ଚ ବିଦ୍ୟାଳୟରେ। ଏଠି ଥରେ ପିଲାମାନେ […]
ବଲାଙ୍ଗିର: ବିଜ୍ଞାପନ ଦେଖି, ଋଣ କରିବା ଆଶାରେ ଠକେଇର ଶିକାର ହେଲେ ଯୁବକ। ଏଭଳି ଘଟଣା ଘଟିଛି ବଲାଙ୍ଗିର ମୁରୀବାହାଲ ବ୍ଳକ ଚଲକି ଗାଁରେ। ଗାଁର ନାଦିଆ ବାଗ ନାମକ ବ୍ୟକ୍ତି ଖବର କାଗଜରେ ଟାଟା ମନି ନାମକ ଏକ କମ୍ପାନୀର ବିଜ୍ଞାପନ ଦେଖି ଋଣ ପାଇଁ ଯୋଗାଯୋଗ କରିଥିଲେ। ବ୍ୟାଙ୍କ ଋଣ ଦେଉନ ଥିଲେ ମାର୍କସିଟ ଓ ଆଧାର କାର୍ଡ ଦେଇ, ୪ ଶତକଡ଼ା ସୁଧ ଏବଂ ୩୫ ଶତକଡ଼ା ଛାଡ଼ରେ ପ୍ରାୟ ୨୫ ଲକ୍ଷ […]
ମାଲକାନଗିରି: ପୁଣି ତେଜିଲା ପୋଲାଭରମ ବିରୋଧୀ ଆନ୍ଦୋଳନ। ଏକାଠି ହେଲେ ଚାରିଟି ରାଜ୍ୟର ଲୋକେ ଓ ଜନପ୍ରତିନିଧି। ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଚିନ୍ତୁରରେ ଏହି ସଭାର ଆୟୋଜନ ହୋଇଥିଲା। ଗତ କିଛି ବର୍ଷ ଧରି ପୋଲାଭରମକୁ ନେଇ ଆନ୍ଦୋଳନ ଜୋର ଧରିଥିବାବେଳେ ଏବେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ଓଡ଼ିଶାର ପ୍ରଭାବିତ ହେବାକୁ ଥିବା ଅଚଂଳର ଶତାଧିକ ଲୋକଙ୍କ ସହ ଜନପ୍ରତିନିଧି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ। ପୋଲାଭରମ ପ୍ରକଳ୍ପ ହେଲେ ଏହି ୪ ରାଜ୍ୟର ଅନେକ […]
ଭୁବନେଶ୍ୱର: ଆଖିର ଜନ୍ମ କାନ୍ଦିବା ପାଇଁ। ହେଲେ କାନ୍ଦିବେନି ବୋଲି ତାଙ୍କୁ ଭଗବାନ ନା ଦେଲେ ଆଖି….ନା ଦେଲେ ଲୁହ….ତାଙ୍କ ଦରଦୀ କଣ୍ଠରୁ ଅଭିମାନ ଭରା ଏଇ ଗୀତ ପଦଟିଏ ଶୁଣିଲେ ପଥରରୁ ବି ନିଗିଡି ପଡିବ ପାଣି। କିନ୍ତୁ ଭଗବାନ ତରଳିଲେନି….। ଦୁନିଆକୁ ଦେଖିବାର ଭାଗ୍ୟ ତାଙ୍କଠାରୁ ଛଡ଼ାଇ ନେଲେ। ହେଲେ ସେ କିନ୍ତୁ ହାରି ଯାଇ ନାହାନ୍ତି । ଭଗବାନଙ୍କ ଉପରେ ଅଭିମାନ କରିନାହାନ୍ତି। ସେ ଦୁନିଆ ନ ଦେଖିଲେ କ’ଣ ହେଲା ? […]
ଭୁବନେଶ୍ୱର: ହକ୍ ପାଇଁ ଧାରଣା ଦେଇଥିବା ଆଇସିଟି ସଂଯୋଜକଙ୍କୁ ପୋଲିସର ମାଡ଼। ଛଟେଇ ପ୍ରତିବାଦରେ ଗତକାଲି ପ୍ରାୟ ୪ ହଜାର ଆଇସିଟି କର୍ମଚାରୀ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ଏହି ସମୟରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଆନ୍ଦୋଳନରତ ସଂଯୋଜକଙ୍କୁ ମାଡ଼ ମାରିଥିଲେ । ସଂଯୋଜକଙ୍କୁ ଆଇଆଇସି ଗୋଇଠା ମାରିବାର ଦୃଶ୍ୟ ଏବେ ସିସିିଟିଭିରେ କଏଦ ହୋଇଛି । ସେତିକି ନୁହେଁ, ଆନ୍ଦୋଳନରତ ୨୨ ଜଣଙ୍କୁ ଖାରବେଳନଗର ଥାନା ପୋଲିସ ଅଟକ […]
ରାଉରକେଲା: ଭାରତ ଏବେ ଟେକ୍ନୋଲଜି ଦିଗରେ ଆଗେଇ ଚାଲିଛି । ବିଶ୍ୱର ଆଇଟି ହବ୍ ହେବାକୁ ଯାଉଛି। ପାଠ ପଢାରେ ଆମର ଛାତ୍ରଛାତ୍ରୀ ବହୁତ ଆଗରେ। ଏବେ ପାଠ ପଢ଼ା ବହି ଛାଡି ନିଜେ ଷ୍ଟାଟ୍ ଅଫ୍ ତିଆରି କରନ୍ତୁ। ସେମାନେ ଚାକିରି ପଛରେ ନ ଧାଇଁ ନିଜ ଆଇଡିଆ, ଯୋଶକୁ ନେଇ ଆଗକୁ ବଢନ୍ତୁ। ଆଗାମୀ ଦିନରେ ଦେଶ ଆଇଟି କ୍ଷେତ୍ରରେ ଏକ ପ୍ରଡକ୍ଟିଭିଟି ଦେଶ ଭାବେ ପରିଚିତ ହେବାକୁ ଯାଉଛି। ନିଜର ପ୍ଲାଟଫର୍ମ ନିଜେ […]
ଭଞ୍ଜନଗର: ରାଗରେ ମଣିଷ କ’ଣ କରେ ଜାଣିପାରେନି। ସେ ବି ବୁଝିପାରିଲେନି ଯେ ରାଗରେ ପୋଛି ଦେଉଛନ୍ତି ନିଜ ମଥାର ସିନ୍ଦୂର । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ପଟାଧାର ଗାଁରେ ଗତକାଲି ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ସ୍ୱାମୀସ୍ତ୍ରୀ ମଧ୍ୟରେ ବିବାଦ ଲାଗିଲା। ଆଉ ଏହି ବିବାଦକୁ ନେଇ ପତ୍ନୀ ଏତେ ଉତ୍ତ୍ୟକ୍ତ ହୋଇଗଲେ ଯେ, ନିଜ ଭାଇ ସହ ମିଶି ସ୍ୱାମୀକୁ ନୃଶଂସ ଭାବେ ହାଣି ହତ୍ୟା କରିଦେଲେ ମୃତକ ହେଲେ […]
ଅନୁଗୋଳ: ଲାଲଗଡ଼ରେ ପ୍ରେମ, ଆଉ ତା’ ପରେ ଆତ୍ମସମର୍ପଣ । ଶେଷରେ ବାହାଘର। ଏ ହେଉଛି ଦୁଇ ନକ୍ସଲ କମାଣ୍ଡର ମୁଖ୍ୟଙ୍କ ଜୀବନ କାହାଣୀ। ଉଭୟ ମୁଖ ସ୍ରୋତରେ ସାମିଲ ପରେ ସାତ ଜନ୍ମର ସାଥୀ ହୋଇଛନ୍ତି । ଅନୁଗୁଳ ମଝିପଡ଼ାରେ ଥିବା ଶିବ ମନ୍ଦିରରେ ବୈଦିକ ରୀତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଆତ୍ମ ସମର୍ପଣ କରିଥିବା ଏଇ ଦମ୍ପତ୍ତି ହେଲେ ଛୋଟୁ ଓ ଜଲି। ଝାଡଖଣ୍ଡର ଛୋଟୁ ଗଞ୍ଜୁ। ପିଲାବେଳୁ ମାଓ ସଂଗଠନରେ […]
ଭୁବନେଶ୍ୱର: ଯାଜପୁର ବ୍ଲକ ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୁରୁତର ଅଭିଯୋଗ ଆଣିଛନ୍ତି। ସ୍ମିତାରାଣୀଙ୍କ ବାପା ଏବଂ ଶ୍ୱଶୁରଙ୍କ ଦସ୍ତଖତ ଏକ କାଗଜରେ ଜୋର ଜବରଦସ୍ତ ନିଆଯାଇଛି ଯାହାକୁ FIR ଭାବେ ଗ୍ରହଣ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଗୃହର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍ମିତରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ସ୍ମିତାଙ୍କ ସ୍ୱାମୀ ଦେଇଥିବା […]
ବାଲେଶ୍ୱର:ବାଲେଶ୍ୱର ଜିଲ୍ଲାର ବାଲିଆ ଅଞ୍ଚଳରେ ଧୂମ୍ଧାମ୍ରେ ପାଳିତ ହୋଇଯାଇଛି ପ୍ରଥମାଷ୍ଟମୀ। ଏହି ଅବସରରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ମହିଳାମାନେ ନୂଆ ପୋଷାକ ପିନ୍ଧିଛନ୍ତି। ହଦଳିପତ୍ରରେ ତିଆରି ଇଣ୍ତୁରୀ ପିଠା ମହମହ ବାସୁଛି। ଷଠୀ ଦେବୀଙ୍କୁ ପୂଜା କରି ପିଠା ଖାଇ ଖୁବ୍ ଖୁସି ମନାଉଛନ୍ତି ଘରର ପ୍ରଥମ ସନ୍ତାନମାନେ। ମାର୍ଗଶୀର ମାସ କୃଷ୍ଣପକ୍ଷ ପ୍ରଥମ ଅଷ୍ଟମୀରେ ପାଳିତ ହୁଏ ପ୍ରଥମାଷ୍ଟମୀ। ଏହି ପର୍ବ ଘରର ପ୍ରଥମ ସନ୍ତାନମାନଙ୍କ ପାଇଁ ସମର୍ପିତ। ବାପା-ମା’ ହେବାର ପ୍ରଥମ ଅନୁଭୂତି […]
ଭୁବନେଶ୍ୱର: ରାଜ୍ୟରେ ସୁନା ଦୋକାନୀମାନେ ଗ୍ରାହକଙ୍କୁ ଠକି ଚାଲିଛନ୍ତି । ମାପ ଏବଂ ଓଜନରେ ବ୍ୟାପକ ଠକେଇ ହେଉଛି।ଗୃହରେ ଏଭଳି ତଥ୍ୟ ରଖିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ, ୨୦୧୮-୧୯ରେ ୩୧ ଏବଂ ଏ ବର୍ଷ ୧୧ଟି ସୁନା ଦୋକାନରେ ରେଡ୍ ହୋଇଛି। ସାରୁ ଭିତରେ ମାରୁ ଥିଲେ ନିଶ୍ଚିତ ଧରିବୁ ବୋଲି କହିଛନ୍ତି […]