• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

air craft
ରାଉରକେଲା ଏୟାରପୋର୍ଟରେ ଦୁଇ ବିଦେଶୀ ବିମାନ

ରାଉରକେଲା; ରାଉରକେଲା ଏୟାରପୋର୍ଟରେ ଥିବା ଦୁଇ ବିଦେଶୀ ବିମାନକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି।  ନ୍ୟୁଜିଲାଣ୍ଡର ଏହି ଦୁଇ ବିମାନ ଗତ ୧୦ ଦିନ ହେବ ବିମାନବନ୍ଦରରେ ଛିଡା ହୋଇଥିବା ଦେଖିବାକୁ ମିଳିଛି।  ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ,  ଓଡ଼ିଶା, ଝାରଖଣ୍ଡ, ଛତିଶଗଡ ଏବଂ ପଶ୍ଚିମବଙ୍ଗରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ସର୍ବେକ୍ଷଣ ଲାଗି ଏକ କମ୍ପାନୀକୁ ନିଯୁକ୍ତ କରିଥିଲେ ।  ଉକ୍ତ କମ୍ପାନୀ ସର୍ଭେ ପାଇଁନ୍ୟୁଜିଲାଣ୍ଡରୁ ଏହି ଦୁଇଟି ସ୍ବତନ୍ତ୍ର ବିମାନ […]

  • Monday, 12 July 2021
Untitled-1
ରାଜ୍ୟ ବାହାରେ ଫସିଥିବା ୨୩୦ ଓଡ଼ିଆ ଗ୍ରୁପ ଚିହ୍ନଟ

ଭୁବନେଶ୍ୱର: ବାହାରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି। ବୈଠକ ପରେ ସୂଚନା ଦେଇ ଗୃହ ବିଭାଗ ସଚିବ କହିଛନ୍ତି ଯେ, କୋଭିଡ୍ ୧୯ କଣ୍ଟ୍ରୋଲ ରୁମ୍‌କୁ ବର୍ତ୍ତମାନ ସୁଦ୍ଧା ୫ ହଜାର ୨ଶହ କଲ ଆସିଛି।  ଶହେରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଛି ପ୍ରଶାସନ । ଗୃହ ସଚିବଙ୍କ ସୂଚନା ଅନୁସାରେ, ବାହାର ରାଜ୍ୟରେ ପ୍ରାୟ ୧ ଲକ୍ଷ ୫୦ ହଜାର ଲୋକ ଅଛନ୍ତି । ରାଜ୍ୟ ପାଇଁ […]

  • Monday, 12 July 2021
truck-1111
କରୋନା ଲକ୍‌ଡାଉନ୍‌ ପାଇଁ ବଢିଲା ଗାଡ଼ି କାଗଜପତ୍ରର ବୈଧତା

ଭୁବନେଶ୍ୱର: କରୋନା ଲକ୍‌ଡାଉନ୍‌ ପାଇଁ ବଢିଲା ଗାଡିର ବିଭିନ୍ନ କାଗଜପତ୍ର ବୈଧତା।  ଫେବ୍ରୁଆରୀ ୧ ତାରିଖ ପରେ ସରୁଥିବା ଗାଡିର ଫିଟନେସ୍, ରେଜିଷ୍ଟ୍ରେସନ୍, ପରମିଟ୍, ଡ୍ରାଇଭିଂ ଲାଇସେନ୍ସ ଭଳି କାଗଜପତ୍ରର ବୈଧତାକୁ କେନ୍ଦ୍ର ସରକାର ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଜି ଟୁଇଟ୍ କରି ସୂଚନା ଦିଆଯାଇଛି । ସେହିପରି ଓଡ଼ିଶାରେ ଲର୍ଣ୍ଣିଂ ଲାଇସେନ୍ସ ଏବଂ ପ୍ରଦୂଷଣ ସାର୍ଟିଫିକେଟର ବୈଧତାକୁ ମଧ୍ୟ ୩୦ […]

  • Monday, 12 July 2021
handwash
ରାଜଧାନୀରେ ନକଲି ହ୍ୟାଣ୍ଡଓ୍ୱାଶ୍‌  ଓ ସାନିଟାଇଜର କମ୍ପାନୀ

ଭୁବନେଶ୍ୱର: ବଜାରରେ ହ୍ୟାଣ୍ଡୱାଶ୍‌ ଓ ସାନିଟାଇଜରର ଚାହିଦା ବଢୁଥିବାବେଳେ ଏହାର ଫାଇଦା ଉଠାଉଛନ୍ତି କଳାବଜାରୀ।  ରାଜଧାନୀର ଝାରପଡ଼ା ଅଞ୍ଚଳରେ ଚାଲିଥିଲା ନକଲି ହ୍ୟାଣ୍ଡଓ୍ୱାଶ୍‌  ଓ ସାନିଟାଇଜର ପ୍ରସ୍ତୁତି। ଖବର ପାଇ ଗତକାଲି ଡ୍ରଗ୍ ଇନସପେକ୍ଟର ଚଢ଼ଉ କରିଥିଲେ।  ଚଢାଉବେଳେ  ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି। ଝାରପଡ଼ା ଅଞ୍ଚଳରେ ବିନା ଲାଇସେନ୍ସରେ ଏହି ହ୍ୟାଣ୍ଡଓ୍ୱାସ୍ କାରଖାନା ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ଚଢ଼ଉ କରିଥିଲେ ଡ୍ରଗ୍ ଇନ୍ସପେକ୍ଟର । ଏଠାରେ ବିପୁଳ ପରିମାଣର ନିମ୍ନ ମାନର […]

  • Monday, 12 July 2021
accident
ଦ୍ରୁତ ଗତିରେ ଯାଉଥିଲା, ଟ୍ରକ୍‌କୁ ପିଟିଲା କାର୍‌

ବାଲେଶ୍ୱର: ୬୦ ନମ୍ବର ଜାତୀୟ ରାଜପଥରେ ଫୁଲାଡି ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି।  ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ  ଏକ କାର୍‌ ପଛରୁ  ଧକ୍କା ଦେବାରୁ  ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ  ଡ୍ରାଇଭରଙ୍କ ଘର ରୁପ୍‌ସା ବୋଲି ଜଣାପଡ଼ିଛି। ଆହତ ବ୍ୟକ୍ତିଜଣଙ୍କ ମଧ୍ୟ କାରରେ ବସିଥିଲେ। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ମଧ୍ୟ ରୁପ୍‌ସାରେ। ଆଜି ଭୋର […]

  • Monday, 12 July 2021
bolangir
ଲକଡାଉନ: ମାତ୍ରାଧିକ ଦଣ୍ଡ ଦେଇ ୨ କନଷ୍ଟେବଲ୍‌ ନିଲମ୍ବିତ

ବଲାଙ୍ଗିର: ବଲାଙ୍ଗିର ସହରରେ ଲକଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପୋଲିସକୁ ମହାଙ୍ଗା ପଡ଼ିଲା ।ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଯିବା ଲାଗି ଯୁବକଙ୍କୁ ବାଧ୍ୟ କରିବା ଓ ଲାଠିରେ ବାଡ଼େଇବା ଅଭିଯୋଗରେ ୨ ଓଏସ୍ଏପି କନଷ୍ଟେବଲ୍‌ଙ୍କୁ  ନିଲମ୍ବନ କରିଛନ୍ତି ବଲାଙ୍ଗିର ଏସ୍‌ପି ସନ୍ଦୀପ ସଂପଦ।  ନିଲମ୍ବିତ ୨ କନେଷ୍ଟବଳ ହେଲେ ସୂର୍ଯ୍ୟକାନ୍ତ ସାମନ୍ତରାୟ ଓ ପ୍ରଦ୍ୟୁମ୍ନ ସାମଲ । ଗତ ରାତିରେ ବଲାଙ୍ଗିର ସହରରେ ଲକଡାଉନ ନିର୍ଦ୍ଦେଶ ଉଲ୍ଲଂଘନ କରି କିଛି ଯୁବକ ଯାଉଥିବାର ଦେଖିବାକୁ ମିଳିଥିଲା […]

  • Monday, 12 July 2021
rayagada
ଲକ୍‌ଡାଉନ୍‌: ଆମ୍ବୁଲାନ୍ସରେ ଲୁଚି ଯାଉଥିଲେ, ପୋଲିସ ଧରିନେଲା

ରାୟଗଡା:) ୨୧ ଦିନିଆ ଲକଡାଉନର ଆଜି ଷଷ୍ଠ ଦିନ । ଲକ୍ ଡାଉନର ପ୍ରଭାବ ଦିଲ୍ଲୀଠୁ ପଲ୍ଲି ସବୁଠି ଦେଖିବାକୁ ମିଳୁଛିି।  ବନ୍ଦ ଯୋଗୁ ଶୂନଶାନ ହୋଇପଡୁଛି ରାସ୍ତା ଘାଟ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ଯାହା ଘରୁ ବାହାରୁଛନ୍ତି। କଟକଣାକୁ ମାନିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଛନ୍ତି ଲୋକେ । ଓଡ଼ିଶା ସହ ଲାଗିଥିବା ବିଭିନ୍ନ ରାଜ୍ୟରେ ସୀମା ସିଲ୍ ଲାଗି ନିଆଯାଇଛି ପଦକ୍ଷେପ।  ଯେଉଁଠି କାଁ ଭାଁ ଲୋକେ […]

  • Monday, 12 July 2021
assembly
ଗୃହୀତ ହେଲା ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ୱର: ବିଧାନସଭାରେ ଗୃହୀତ ହେଲା ବ୍ୟୟ ମଞ୍ଜୁରୀ ବିଲ୍ । ଆଜି ସର୍ବସମ୍ମତି କ୍ରମେ ବ୍ୟୟମଂଜୁରୀ ବିଲ୍ ପାସ୍ ହୋଇଥିବା ସୂଚନା ମିଳିଛି। ଏ ନେଇ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ । ବିଲ୍ ପାସ୍ ପରେ ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ହୋଇଥିବା ଜଣାପଡିଛି। କରୋନା ଯୋଗୁଁ ଆଜି ବିଧାନସଭା ବଜେଟ୍ ଅଧିବେଶନ ବିଧାନସୌଧ ବଦଳରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିଥିଲା । ଏହା ପୂର୍ବରୁ ଲୋକସଭା ଭବନର […]

  • Monday, 12 July 2021
rain
ଏସବୁ ଜିଲ୍ଲାରେ ହୋଇପାରେ ବର୍ଷା ସହ ବଜ୍ରପାତ

ଭୁବନେଶ୍ୱର:  ଗତକାଲି ରାତିରେ ହୋଇଥିବା ବର୍ଷା ପରେ ଗତକିଛି ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ମୁକ୍ତି ମିଳିଛି। ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରପ ଲାଇନ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହିତ କେତେକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି।  ସେହିପରି କୋରାପୁଟ, ଗଜପତି, ରାୟଗଡା, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବାଲେଶ୍ୱର,  ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ, […]

  • Monday, 12 July 2021
biman bandar
କୁଆଡେ ଗଲେ ବିଦେଶ ଫେରନ୍ତା ୨,୮୫୬ ଓଡ଼ିଆ ?

ଭୁବନେଶ୍ୱର:ଦେଶରେ କରୋନା ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟ ବାହାରୁ ଫେରୁଥିବା ବ୍ୟକ୍ତିଙ୍କୁ ସୀମାରେ ଅଟକାଇବା ପାଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏଯାଏଁ ୨ ହଜାର ୮୫୬ ଜଣ ବିଦେଶ ଫେରନ୍ତାଙ୍କ ସହ ଯୋଗାଯୋଗ କରିପାରିନାହାନ୍ତି ରାଜ୍ୟ ସରକାର। ଗତ ୧୪ ଦିନ ମଧ୍ୟରେ ୨ ହଜାର ୮୫୬ ଜଣ ବିଦେଶରୁ ଫେରିଥିଲେ । ତେବେ ଜିଲ୍ଲା ସ୍ତରୀୟ ସର୍ଭେଇଲାନ୍ସ ଟିମ୍ ସେମାନଙ୍କ ସହ ଯୋଗାଯୋଗ […]

  • Monday, 12 July 2021
naveen
କରୋନା ମୁକାବିଲା ପାଇଁ ପିଲାଛୁଆଙ୍କ ନାଁରେ ଶପଥ ନେଲେ ନବୀନ

ଭୁବନେଶ୍ୱର: ସୁଦୂର ଚୀନରୁ ଆସି କିଲର କରୋନା ଭାଇରସ୍‌ ଆମ ଘର ପାଖରେ ପହଞ୍ଚି ଗଲାଣି। ହେଲେ ଏହାକୁ ଘର ଭିତରକୁ ପଶିବାକୁ ଦେବା ନାହିଁ। ସେଥିପାଇଁ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଟ୍ୱିଟ କରି ନିବେଦନ କରିଛନ୍ତି। ମହାମାରୀ କରୋନାର ଭୟାବହତା ଦେଖିବା ପରେ ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣ୍ଟାଭିଡ଼ିଛନ୍ତି। ସାରା ଦେଶକୁ ୩ ସପ୍ତାହ ପାଇଁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରାଧାନମନ୍ତ୍ରୀ ନବୀନ […]

  • Monday, 12 July 2021
ODISHA
ନିୟମ ଉଲ୍ଲଘଂନ କଲେ, ଏମିତି ସଜା ପାଇଲେ

ଫୁଲବାଣୀ: ସାରା ଦେଶ ଲକ୍‌ଡାଉନ୍‌। ଘରୁ ନ ବାହାରିବା ପାଇଁ ଦେଶବାସୀଙ୍କୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଘରେ ରହିବା ପାଇଁ ବିନମ୍ର ନିବେଦନ କରିଛନ୍ତି। କାରଣ କରୋନାରୁ ବର୍ତ୍ତିବା ପାଇଁ ଏହା ହେଉଛି ଏକମାତ୍ର ରାସ୍ତା। ଏହାସତ୍ତ୍ୱେ ଲୋକେ ବାହାରେ ବୁଲିବା ଅଭ୍ୟାସ ଛାଡ଼ି ପାରୁନାହାନ୍ତି। ତେଣୁ  ନିୟମ ଖିଲାପକାରୀଙ୍କ ପାଇଁ ଅଭିନବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି କନ୍ଧମାଳ ଜିଲ୍ଲା ପ୍ରଶାସନ।  ଯେଉଁମାନେ ନିୟମ ଉଲ୍ଲଘଂନ […]

  • Monday, 12 July 2021
rathakhala
ଏଥର ଗଡ଼ିବ ତ ରୁକୁଣା ରଥ ?

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ୍‌ ହୋଇଛି।  ମନ୍ଦିର ଦର୍ଶନ ଉପରେ କଟକଣା ଜାରି ହୋଇଛି।  ଉତ୍ସବ ଓ ଜନସମାଗମ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ସରକାର ତେବେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ ନା କେବଳ ପରମ୍ପରା ବଜାୟ ରଖିବାକୁ ନୀତି ପାଳନ ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏସବୁ ପରେ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି ଲିଙ୍ଗରାଜଙ୍କ ରଥଖଳା। ରଥ କାମ ଆଗେଇ ଚାଲିଛି। ଯଦି […]

  • Monday, 12 July 2021
puri
ୟୁନିୟନ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ରହିବା ନିଷ୍ପତ୍ତି ରଦ୍ଦ

ପୁରୀ: ୟୁନିୟନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଏମିତି ସୂଚନା ଦେଇଛି ପ୍ରଶାସନ। ୟେସ ବ୍ୟାଙ୍କ ଦେବାଳିଆ ହେବା ପରେ ଜଗା ଟଙ୍କାକୁ ନେଇ ରାଜ୍ୟବାସୀ ଉଦ୍‌ବେଗ  ପ୍ରକାଶ କରିଥିଲେ। ଏହାକୁ ନେଇ ବହୁତ ତୁମ୍ଭିତୋଫାନ ହେବା ପରେ ଶେଷରେ  ମହାପ୍ରଭୁଙ୍କ ଟଙ୍କା ୟୁନିୟନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବ ବୋଲି  ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଥିଲେ । ହେଲେ ଏବେ ଏହି ନିଷ୍ପତ୍ତି […]

  • Monday, 12 July 2021
lock down
ଲକ୍‌ଡାଉନ- କ’ଣ ଖୋଲା ରହିବ, କ’ଣ ବନ୍ଦ ରହିବ

ଭୁବନେଶ୍ୱର: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଦେଖା ଦେଇଛି ଏକ ସଙ୍ଗୀନ ପରିସ୍ଥିତି। କିଲର କରୋନାରୁ ବର୍ତ୍ତିବା ପାଇଁ ଭାରତ ସରକାର ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି। ରାଜଧାନୀ ଦିଲ୍ଲୀ ସମେତ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍ ଘୋଷଣା କରାଯାଇଛି । ମୋଟ ୫୪୮ଟି ଜିଲ୍ଲାରେ ଲକ ଡାଉନ୍ କରାଯାଇଛି  । ସମ୍ପୂର୍ଣ୍ଣ ଓଡ଼ିଶା ମଧ୍ୟ ଲକ୍‌ଡାଉନ କରାଯାଇଛି। ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ଥିବାବେଳେ ଆଜି ଦିନ […]

  • Monday, 12 July 2021
subrat
ପୂରା ଓଡ଼ିଶା ହେଲା ଲକ୍‌ଡାଉନ

ଭୁବନେଶ୍ୱର: କରୋନା ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା। ସାରା ଓଡ଼ିଶା ଲକ୍ ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ସମସ୍ତ ୩୦ଟି ଜିଲ୍ଲାକୁ ଲକ୍‌ଡାଉନ କରିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମଧ୍ୟରାତ୍ରିରୁ ମାର୍ଚ୍ଚ ୨୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅବଶିଷ୍ଟ ୧୬ଟି ଜିଲ୍ଲା ଲକ୍‌ଡାଉନ ହେବ । ପ୍ରଥମେ ୫ଟି ଜିଲ୍ଲା ଏବଂ ଗତକାଲି ୯ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରିଥିଲେ । ରାଜ୍ୟ ସରକାର ଗତ ୨୨ତାରିଖରୁ ୫ଟି […]

  • Monday, 12 July 2021
accident
ଟ୍ରାକ୍ଟର ତଳେ ଚାପି ହୋଇଗଲେ ୪ ଶ୍ରମିକ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଗତକାଲି ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି।  କାଦୁଅପଦରଠାରେ ଏକ ଟ୍ରାକ୍ଟର ଓଲଟି ୩ ମହିଳାଙ୍କ ସମେତ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଶ୍ରମିକମାନେ କାମ ସାରି ରାତି ୮ଟାରେ ନିଜ ଗାଁ ଲାବେନସରକୁ ଟ୍ରାକ୍ଟରରେ ବସି  ଯାଉଥିବା ବେଳେ କାଦୁଅ ପଦରଠାରେ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ  ଟ୍ରାକ୍ଟର ତଳେ ଚାପି ହୋଇ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ୨ଜଣଙ୍କର ମେଡିକାଲରେ ଜୀବନ ଯାଇଛି । […]

  • Monday, 12 July 2021
bus bandh
୧୪ ଜିଲ୍ଲା ଲକ୍‌ଡାଉନ୍‌; ଦିନ ୧୧ଟାରୁ ବସ୍‌ ଚଳାଚଳ ବାତିଲ

ଭୁବନେଶ୍ୱର:  କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର କଠୋର ପଦକ୍ଷେପମାନ ନେଉଛନ୍ତି। ରାଜ୍ୟରେ ମୋଟ ୧୪ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି। ଗତ ୨୨ତାରିଖରୁ ୫ଟି ଜିଲ୍ଲାକୁ ଲକ୍ ଡାଉନ ଘୋଷଣା କରାଯାଇଥିଲା ବେଳେ ଆଜିଠୁ ଆଉ ୯ ଜିଲ୍ଲାରେ ଲକ୍‌ଡାଉନ ଲାଗୁ ହୋଇଛି । ଏହି ଜିଲ୍ଲା ଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର , ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା। ଆଜି ସକାଳ ୭ଟାରୁ ଏହି ସବୁ ଜିଲ୍ଲାରେ […]

  • Monday, 12 July 2021
Untitled-1 copy
କରୋନା ଲକ୍‌ ଡାଉନ୍‌; ନିୟମ ଭାଙ୍ଗି ଗିରଫ ହେଲେ ବ୍ୟବସାୟୀ

ଭଦ୍ରକ: ଗତକାଲି ଲାଗୁ ହୋଇଥିବା କର୍ଫ୍ୟୁକୁ ଲୋକେ ମାନି ଘରେ ରହିଥିଲେ ହେଁ, ଆଜି କଟକଣାକୁ କେହି ମାନୁ ନାହାନ୍ତି। ଏପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପରିସ୍ଥିତିକୁ ଦେଖି ଲକଡାଉନ୍‌କୁ ନେଇ କଟକଣା କଡାକଡି କରିବାକୁ ଘୋଷଣା କରାଯାଇଛି। କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରାଯାଇଥିଲା। ଏପରି ପରିସ୍ଥିତିରେ ଭଦ୍ରକରେ କଟକଣା ଭାଙ୍ଗି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି।  ଭଦ୍ରକ ଟାଉନ ପୋଲିସ ଏହି  ବ୍ୟବସାୟୀଙ୍କୁ ଗିରଫ […]

  • Monday, 12 July 2021
high court
କରୋନା ପାଇଁ ହାଇକୋର୍ଟରେ ଜାରି ହେଲା ଏମିତି କଟକଣା

କଟକ:  କରୋନାକୁ ନେଇ ସରକାରଙ୍କ ପକ୍ଷରୁ କଟକଣା ଜାରି ହୋଇଥିବାବେଳେ ଅଦାଲତରେ ବିଭିନ୍ନ ମାମଲାର ଶୁଣାଣି ନେଇ କଟକଣା ଜାରି କଲେ ଓଡ଼ିଶା ହାଇକୋର୍ଟ । କଟକଣା ଜାରି ହୋଇଥିବା ଖୋର୍ଦ୍ଧା, କଟକ, ଗଂଜାମ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା ସହ ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର, ଯାଜପୁର ରୋଡ ଏବଂ ଭଦ୍ରକ ସହରରେ ଥିବା ଅଦାଲତଗୁଡିକ ପାଇଁ ଏହି କଟକଣା ଜାରି ହୋଇଛି । ଏହି ସବୁ ଜିଲ୍ଲା ଏବଂ ସହରରେ ଥିବା ଜିଲ୍ଲା […]

  • Monday, 12 July 2021
dead
କରୋନା: ରାଜ୍ୟରେ ୨୮ ଜଣ ଆଇସୋଲେସନରେ

ଭୁବନେଶ୍ୱର: ଓଡ଼ିଶାରେ ୨ରେ ସୀମିତ ରହିଛି କରୋନା ପଜିଟିଭଙ୍କ ସଂଖ୍ୟା । ବିଦେଶରୁ ଫେରି ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୪୭୪ ଜଣ ନାଁ ପଞ୍ଜୀକରଣ କରିଛନ୍ତି। ଏପର୍ଯ୍ୟନ୍ତ ପରୀକ୍ଷା ହୋଇଥିବା ୭୬ଟି ନମୁନାର ରିପୋର୍ଟ ଆସିଥିବା ବେଳେ ସେଥିରୁ ୨ଟି ପଜିଟିଭି ଜଣାପଡ଼ିଛି । ୨୮ ଜଣଙ୍କୁ ହସ୍ପିଟାଲ ଆଇସୋଲେସନରେ ରଖାଯାଇଛି ବୋଲି ପ୍ରେସମିଟ୍‌ରେ ସୂଚନା ଦିଆଯାଇଛି । ତେବେ ବିଦେଶରୁ ଫେରି ହୋମ୍ କ୍ୱାରାଣ୍ଟାଇନରେ ଥିବା କଟକର ଜଣେ ବ୍ୟକ୍ତି ପ୍ରଶାସନର ନିର୍ଦ୍ଦେଶ […]

  • Monday, 12 July 2021
nabarangapur
ନବରଙ୍ଗପୁର ଜିଲ୍ଲାର ୨ ସହରରେ ଲାଗିଲା କଟକଣା

ନବରଙ୍ଗପୁୁର: କରୋନାକୁ ନେଇ ରାଜ୍ୟରେ କଟକଣା ଆଜି ବି ଜାରି ରହିଛି। ସରକାର ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ୫ ଜିଲ୍ଲା ଓ ୯ ସହରକୁ ପ୍ରାୟ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏବେ ନବରଙ୍ଗପୁୁର ଜିଲ୍ଲାର ୨ ସହରରେ ଲାଗିଛି କଟକଣା। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ସଦର ମହକୁମା ନବରଙ୍ଗପୁର ଏବଂ ଅନ୍ୟ ପ୍ରମୁଖ ସହର ଉମରକୋଟରେ କଟକଣା ଜାରି ହୋଇଛି । ଜିଲ୍ଲା ପ୍ରଶାସନ ହଠାତ ରବିବାର […]

  • Monday, 12 July 2021
CORON
ଅଭିଯୋଗ ଶୁଣାଣି ପାଇଁ ରାଜ୍ୟ ସରକାର ଜାରି କଲେ ଟୋଲ୍ ଫ୍ରି ନମ୍ବର

ଭୁବନେଶ୍ୱର: କରୋନା କାୟା ବିସ୍ତାର କରି ଚାଲିଛି। ଏହା ସହିତ ଆମକୁ ମୁକାବିଲା କରିବାକୁ ପଡ଼ିବ। ଏଥି ସହିତ ଲୋକେ ଅସୁବିଧାର ସମ୍ମୁଖୀନ ହେବେନି। ଏହାକୁ ଦଷ୍ଟିରେ ରଖି ସରକାର ପଦକ୍ଷେପ ନେଇଛନ୍ତି। ଖାଉଟିଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ନେଇଛନ୍ତି ଦୃଢ ପଦକ୍ଷେପ। ଏପରି ଭୟାବହତା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂପର୍କିତ ଅଭିଯୋଗର ଶୁଣାଣି ପାଇଁ ରାଜ୍ୟ ସରକାର ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି।  ଉପଭୋକ୍ତାଙ୍କ ସୁବିଧା ପାଇଁ ସରକାର ଏପରି ପଦକ୍ଷେପ […]

  • Monday, 12 July 2021
pass
ଜରୁରୀ କାମରେ ଯାଉଥିଲେ ପାସ୍‌ ରଖନ୍ତୁ

ଭୁବନେଶ୍ୱର: କରୋନା ପ୍ରତି ସତର୍କ ରୁହନ୍ତୁ, କରୋନାଠାରୁ ଦୂରେଇ ରୁହନ୍ତୁ-ଏଇ ଉଦ୍ଦେଶ୍ୟରେ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଆଜି ବି ୨ୟ ଦିନରେ ଲକ୍‌ଡାଉନ ଜାରି ରହିଛି।  ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି।  ଅତି ଜରୁରୀ ପରିସ୍ଥିତିରେ ବାହାରକୁ ଯିବାର ଥିଲେ ପାସ୍ ଯୋଗାଇ ଦେବେ ବୋଲି କହିଛି କମିଶନରେଟ୍ ପୋଲିସ । ଗତକାଲିଠାରୁ ମାର୍ଚ୍ଚ ୨୯ ତାରିଖ ୯ଟା ଯାଏଁ ଲକ୍ ଡାଉନ ଲାଗୁ ହୋଇଛି । ତେଣୁ ନିହାତି ଜରୁରୀ ନ ହେଲେ […]

  • Monday, 12 July 2021
subrat
ଦିନ ୧୧ଟାରୁ ଗଡ଼ିବନି ଆନ୍ତଃରାଜ୍ୟ ବସ୍

ଭୁବନେଶ୍ୱର: କରୋନା ସତର୍କତା ସୂରୁପ ଆଜି ଦିନ ୧୧ଟାଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ । ରାଜ୍ୟ ଭିତରକୁ ଗଡିବନି କୌଣସି ବାହାର ରାଜ୍ୟର ବସ୍ । ସେହିପରି ରାଜ୍ୟ ଭିତରୁ ବାହାର ରାଜ୍ୟକୁ ବି ଯିବନି ବସ୍ । ଏପଟେ ରାଜ୍ୟରେ ଲକ ଡାଉନ ବେଳେ ମାଲବାହୀ ଯାନ ଉପରେ ଲାଗିବନି କୌଣସି କଟକଣା । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ବାଧା ନଉପୁଜିବା ପାଇଁ ମାଲବାହୀ ଯାନବାହନ ଉପରେ କୌଣସି କଟକଣା ଲାଗିବ […]

  • Monday, 12 July 2021