• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

artist
ଆଗୁଆ ମିଳିବ କଳାକାର ଭତ୍ତା

ଭୁବନେଶ୍ୱର: ରାଜ୍ୟରେ ଆଗୁଆ ମିଳିବ କଳାକାର ଭତ୍ତା। ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ଅଧିନରେ କଳାକାର ଭତ୍ତା ପାଉଥିବା ବ୍ୟକ୍ତିମାନଙ୍କୁ ୪ ମାସର ଆଗୁଆ ଭତ୍ତା ମିଳିବ।  କୋଭିଡ୍‌-୧୯ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗତମାସରୁ ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ୪ ମାସର ଭତ୍ତା ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଇ-ଟ୍ରାନ୍ସଫର ମାଧ୍ୟମରେ କଳାକାରଙ୍କ ଜମା ଖାତାରେ ପଇଠ ହେବ ଟଙ୍କା। ରାଜ୍ୟରେ କରୋନା ସ୍ଥିତି  ନେଇ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି। ସେ […]

  • Monday, 12 July 2021
jllaapala
ଭୁଲ୍‌ ମାନିଲେ ମୋକିଆ SBI ବ୍ରାଞ୍ଚ ମ୍ୟାନେଜର: କାହାକୁ କରୋନା ହୋଇନି

ନବରଙ୍ଗପୁର: ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ବ୍ୟାଙ୍କ କର୍ମଚାରୀଙ୍କୁ ପଠାଯିବା ନୋଟିସ ପ୍ରସଙ୍ଗରେ ନିଜର ଭୁଲ ମାନିଲେ ପାପଡାହାଣ୍ଡି ବ୍ଲକ୍ ମୋକିଆ SBI ବ୍ରାଞ୍ଚ ମ୍ୟାନେଜର। କରୋନା ବିଷୟରେ ଭଲଭାବରେ ନଜାଣି, ପ୍ରଶାସନର ବିନା ଅନୁମତିରେ ସେ ନୋଟିସ୍ ମାରିଥିବା ସ୍ୱୀକାର କରିଛନ୍ତି। ତେବେ  କାହାକୁ କରୋନା ହୋଇନଥିବା ଜଣା ପଡ଼ିବା ପରେ ପୂର୍ବପରି ଆଜି ଆଜି ବ୍ୟାଙ୍କ ଖୋଲା ରହିଛି। ନବରଙ୍ଗପୁର ଜିଲ୍ଲାପାଳ ମଧ୍ୟ ଜିଲ୍ଲାରେ କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ସ୍ପଷ୍ଟ କରିଛନ୍ତି। ଜିଲ୍ଲାର […]

  • Monday, 12 July 2021
jillapala
କାଲିଠୁ ଘରକୁ ଘର ବୁଲି ହେବ ସ୍ୱାସ୍ଥ୍ୟ ପରୀକ୍ଷା

ବ୍ରହ୍ମପୁର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଚାଲିଛି ତନାଘନା। ରାଜ୍ୟରେ କରୋନା ସ୍ଥିତିକୁ ଦେଖିବା ପରେ ଗଂଜାମ ଜିଲ୍ଲାପାଳ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲିଠାରୁ ଜିଲ୍ଲାରେ ଘରକୁ ଘର ବୁଲି ହେବ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗଂଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ବୈଠକ ବସିଥିଲ। ବୈଠକ ପରେ ଜିଲ୍ଲାର ପ୍ରାୟ ୪୦ […]

  • Monday, 12 July 2021
coid
ଓଡ଼ିଶାରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର:ଓଡ଼ିଶାରେ ପ୍ରଥମ ମୁଣ୍ଡ ନେଲା କରୋନା । ମୃତକଙ୍କ ଘର ଝାରପଡ଼ା ଅଞ୍ଚଳରେ। ସେ ୪ ତାରିଖରୁ ଆକ୍ରାନ୍ତ ହୋଇ ଏମ୍‌ସରେ ଭର୍ତ୍ତି ହୋଇଥିଲେ।  ଗତକାଲି ତାଙ୍କର ମୃତ୍ୟୁ ଘଟିଛି। One 72 years male belonging to Jharpada had been admitted to AIIMS Bhubaneswar on 4th April with complaint of respiratory distress. He had history of chronic hypertension. He expired on 6th April. He […]

  • Monday, 12 July 2021
pradipta naik
ବିଧାୟକଙ୍କ ହାତ ପାଣ୍ଠି ୨ ବର୍ଷ ସ୍ଥଗିତ ରଖାଯାଉ-ବିରୋଧୀ ଦଳ ନେତା

ଭୁବନେଶ୍ୱର: ରାଜ୍ୟର ସବୁ ବିଧାୟକଙ୍କ ହାତ ପାଣ୍ଠି ବା ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡ ୨ ବର୍ଷ ପାଇଁ ସ୍ଥଗିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କରୋନା ମୁକାବିଲା ପାଇଁ ସାରା ଦେଶ ଏକ ମନ ଏକ ପ୍ରାଣରେ ଲଢେଇ କରୁଛି । ଦେଶ ଓ ରାଜ୍ୟର ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଲୋକ ପ୍ରତିନିଧିମାନଙ୍କ ବଡ଼ ଭୂମିକା ରହିଛି। ତେଣୁ ରାଜ୍ୟର ସବୁ ବିଧାୟକଙ୍କ ବିଧାୟକ ହାତ ପାଣ୍ଠି […]

  • Monday, 12 July 2021
samir dash
ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଅନଲାଇନ୍‌ରେ ପଢିବେ

ଭୁବନେଶ୍ୱର: କରୋନା ଯୋଗୁ ଘରେ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ଏଥିଯୋଗୁ ପିଲାଙ୍କ ପାଠପଢ଼ା ପୂରା ଠପ୍ ହୋଇଯାଇଛି। ସ୍କୁଲ,  କଲେଜ ଯାଇ ନ ପାରି ପିଲାମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ତା’ଛଡ଼ା ସ୍କୁଲ ଏମିତି ବନ୍ଦ ରହିଲେ କୋର୍ସ କିପରି ସରିବ, ପିଲାମାନେ କିପରି ପରୀକ୍ଷା ଦେବେ ସେ ନେଇ ଅଭିଭାବକ ଓ ଶିକ୍ଷକମାନେ ବି ଚିନ୍ତାରେ। ବିଶେଷ  କରି ଦଶମ ଓ ଦ୍ୱାଦଶ ଶ୍ରଣୀ ପିଲାଙ୍କ ପାଠପଢା ନେଇ ସମସ୍ତେ ଚିନ୍ତିତ।  […]

  • Monday, 12 July 2021
122344
କେନ୍ଦ୍ରାପଡ଼ାରେ କରୋନା ରୋଗୀ ଚିହ୍ନଟ ପରେ ୧୧ ଗାଁ ସିଲ୍‌

କେନ୍ଦ୍ରାପଡ଼ା: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସୋମବାର କେନ୍ଦ୍ରାପଡ଼ାରୁ ଆଉ ଜଣଙ୍କୁ ଚିହ୍ନଟ କରାଯିବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ଗତକାଲି ରାତିରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ।  ସେ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିବା ଜଣାପଡ଼ିଛି। ଉକ୍ତ ଯୁବକଙ୍କ ବୟସ  ୩୨ ବର୍ଷ। ତାଙ୍କୁ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହି […]

  • Monday, 12 July 2021
sp
୧୪ ଦିନ ପାଇଁ ସିଲ୍ ହେଲା କେନ୍ଦ୍ରୀୟ ଗୁଇନ୍ଦା ଅଫିସ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ ୧୪ ଦିନ ପାଇଁ ହେବ ସିଲ୍।ଏହାର ସମସ୍ତ କର୍ମଚାରୀ ହୋମ କ୍ୱାରେଣ୍ଟାଇନ୍‌ରେ ରହିବେ।  ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋର ଜଣେ  କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ସଂକ୍ରମଣ  ଆଶଙ୍କାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ସମେତ  କାର୍ଯ୍ୟାଳୟର ଅନ୍ୟ  ସମସ୍ତ କର୍ମଚାରୀ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିବା BMC କମିଶନର ପ୍ରେମଚନ୍ଦ୍ର ଚୌଧୂରୀ ସୂଚନା ଦେଇଛନ୍ତି। ଏଥିସହିତ ସମସ୍ତଙ୍କ  […]

  • Monday, 12 July 2021
police
ଖାକି ମଣିଷର ଦରଦୀ ମନ, ନିଜେ ନ ଖାଇ ଅସହାୟ ବୃଦ୍ଧାଙ୍କୁ ଖୁଆଇଲେ

ମାଲକାନଗିରି: ଖାକି ପୋଷାକ ଆଉ  ହାତରେ ରୁଲବାଡି ଧରିଥିବା ପୋଲିସ  ନିର୍ଦ୍ଦୟ, ନିଷ୍ଠୁର…କେବଳ କର୍ତ୍ତବ୍ୟର ଡୋରୀରେ ବନ୍ଧା। ଏମିତି ଏକ ଚିନ୍ତାଧାରା ଅଧିକାଂଶ ଲୋକଙ୍କ ମନରେ ଥାଏ।  ସେମାନଙ୍କ ପାଖରେ ବି ସ୍ନେହ, ଶ୍ରଦ୍ଧା, ସହନୁଭୂତି ରହିଛି ଏକଥା ଭାବିବାକୁ ଅବସର ହିଁ ମିଳେନି। ହେଲେ ମାଲକାନଗିରିର ଏଇ ମହିଳା ପୋଲସ ଅଫିସରଙ୍କ  ଖାକି ପୋଷାକ ତଳେ ଲୁଚି ରହିଥିବା ଦରଦୀ ହୃଦୟକୁ ଦେଖନ୍ତୁ । କର୍ତ୍ତବ୍ୟକୁ ଭୁଲି ନାହାନ୍ତି, ହୃଦୟର ମାନବୀୟ ଆବେଦନକୁ ବି ଏଡାଇ […]

  • Monday, 12 July 2021
shop
୧ ଓ ୪ ନମ୍ବର ମାର୍କେଟରେ କେବଳ ହୋଲସେଲିଂ ଦୋକାନ ଖୋଲାରହିବ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ ୧ ଓ ୟୁନିଟ ୪ମାର୍କେଟରେ  କେବଳ ହୋଲସେଲିଂ ଦୋକାନ ହିଁ ଖୋଲା ରହିବ। ଏହି ଦୁଇଟି ମାର୍କେଟରେ ହୋଲସେଲରମାନେ କେବଳ ରିଟେଲର ବା ଖୁଚୁରା ଦୋକାନୀଙ୍କୁ ହିଁ ସାମଗ୍ରୀ ବିକ୍ରି କରିପାରିବେ। ଗତକାଲି ଏହି ସୂଚନା ଦେଇଛନ୍ତି ବିଏମସି କମିଶନର। ସେ ଆହୁରି କହିଛନ୍ତି ଯେ, କୌଣସି ପରିସ୍ଥିତିରେ ବି ଏହି ହୋଲସେଲର ମାର୍କେଟରେ ଗ୍ରାହକମାନଙ୍କୁ ସାମଗ୍ରୀ ବିକ୍ରି କରାଯାଇପାରିବ ନାହିଁ। ବିଏମସି ପକ୍ଷରୁ ଚିହ୍ନଟ ହୋଇଥିବା ୬୮ଟି ସ୍ଥାନରେ ରିଟେଲିଂ ମାର୍କେଟ […]

  • Monday, 12 July 2021
bbsr
ରାଜଧାନୀରେ ସିଜ୍‌ ହେଲା ୬୩୭ ଗାଡ଼ି

ଭୁବନେଶ୍ୱର: ରାଜଧାନୀରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତଥାପି ଲୋକେ ଲକ୍‌ଡାଉନ ଗାଇଡ୍‌ଲାଇନ ମାନୁନାହାନ୍ତି। ସାମାଜିକ ଦୂରତା ରକ୍ଷା ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ୁଛି। ଦୁଇଦିନିଆ ସଟ୍‌ଡାଉନ୍ ରବିବାର ରାତି ୮ଟାରେ ହଟିବା ପରେ ରାଜଧାନୀରେ ପୁଣି ଅମାନିଆମାନ ମନମାନି ଆରମ୍ଭ କରି ଦେଇଛନ୍ତି। ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବାହାରେ ବିନା କାରଣରେ ବୁଲୁଛନ୍ତି ଏହି ଅମାନିଆ ଗୋଷ୍ଠୀ। ତେବେ ପୋଲିସ ଏଭିଳି ଲୋକଙ୍କ ଗାଡ଼ି ସିଜ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ […]

  • Monday, 12 July 2021
hata
ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଇବ BMC

ଭୁବନେଶ୍ୱର: ଭୁବନେଶ୍ୱରରେ ୩୨ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଅନେକ ଅଞ୍ଚଳକୁ ଆବଦ୍ଧ କରାଯାଇଛି। ସାରା ସହରରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି। ତଥାପି ମାନୁ ନାହାନ୍ତି ଲୋକେ। ତେଣୁ ଲୋକ କିପରି ଘରୁ ନ ବାହାରିବେ  ସେଥିପାଇଁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ରିଛି BMC। ଲୋକଙ୍କ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ BMC ।  ବିଭିନ୍ନ ସଂସ୍ଥା ଦ୍ୱାରା ମୋବାଇଲ୍ ଭ୍ୟାନ୍ ଓ […]

  • Monday, 12 July 2021
maobadi
କରୋନା ପାଇଁ ଅସ୍ତ୍ର ଛାଡ଼ିଲେ ମାଓବାଦୀ

ମାଲକାନଗିରି: ସାରା ବିଶ୍ୱ ମହାମାରୀକୁ ନେଇ ଚିନ୍ତାରେ ଥିବା ବେଳେ ମାଓବାଦୀମାନେ ମଧ୍ୟ ଅସ୍ତ୍ରବିରତି ଘୋଷଣା କରିଛନ୍ତି।ଦେଶରେ କରୋନା ମହାମାରୀ ଲାଗିଥିବାରୁ ମାଓବାଦୀଙ୍କ ପକ୍ଷରୁ କୌଣସି ଇନଫର୍ମର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହଁ।  ଏହାସହ ପୋଲିସ ବାହିନୀ ଉପରେ ମଧ୍ୟ ଆକ୍ରମଣ କରାଯିବ ନାହିଁ ବୋଲି ମାଓନେତା କୈଳାଶ କହିଛନ୍ତି। ସରକାରୀ କର୍ମଚାରୀମାନେ ଆସି ନିର୍ଭୟରେ ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତୁ ବୋଲି ଅଡିଓ ଟେପ୍ ଜାରି କରିଛନ୍ତି ମାଓନେତା। ସରକାର ଦେଉଥିବା ଭତ୍ତା ଓ ଚାଉଳ […]

  • Monday, 12 July 2021
naveen-patnaik_video_647_062417015756
ଏଣିକି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଭୟଭୀତ ହାଇପଡ଼ିଛନ୍ତି। ହେଲେ ବର୍ତ୍ତମାନ ସ୍ଥିତିକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ନବୀନ ଟ୍ବିଟ୍ କରି ଜଣାଇଛନ୍ତି ଯେ ସବୁ ସଂକ୍ରମିତ ଭୁବନେଶ୍ୱରର କଣ୍ଟେନମେଣ୍ଟ ଅଞ୍ଚଳର । ଏଠାରୁ କେହି ବାହାରକୁ ନଯାଇ ଲକଡାଉନ ନିୟମକୁ ସମ୍ମାନ ଦେବାକୁ ସେ ନିବେଦନ କରିଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ […]

  • Monday, 12 July 2021
99999999 (1)
ହାତୀ ନେଇଗଲା ୩ ଜୀବନ

ପଦମପୁର : ବରଗଡ଼ ଜିଲ୍ଲା ପଦମପୁର ଅଞ୍ଚଳରେ ହାତୀ ଆକ୍ରମଣ  ୩  ଜଣଙ୍କର ମୃତ୍ୟୁ ଘଟିଛି।  ୩ ଜଣଯାକ ଗୋଟିଏ ପରିବାରର।ମୃତକମାନେ ହେଲେ ପଦମପୁର ସହର ରଜାପଡ଼ା ସାହିର ହାତୀ ୭୫ ବର୍ଷୀୟ ବୃଦ୍ଧ ଦ୍ୱାରିକାନାଥ ପାଣ୍ଡେ, ତାଙ୍କର ବଡପୁଅ ମଲ୍ଲାଇ ପାଣ୍ଡେ (୪୫ ବର୍ଷ ) ଓ ୧୨ ବର୍ଷର ନାତି ଚିଣ୍ଟୁ ପାଣ୍ଡେ। ମଲାଇ ଓ ତାଙ୍କ ପୁଅ ଚିଣ୍ଟୁ ଶୌଚ ପାଇଁ ଯାଇଥିବାବେଳେ ଦନ୍ତା ସାମ୍ନାରେ ପଡି ଯାଇଥିଲେ। ଫଳରେ ହାତୀ ସେମାନଙ୍କୁ […]

  • Monday, 12 July 2021
thunder
ଉପକୂଳ ଅଞ୍ଚଳରେ ହୋଇପାରେ ଘଡଘଡି ସହ ବର୍ଷା

ଭୁବନେଶ୍ୱର: ସାରା ରାଜ୍ୟରେ ତାପମାତ୍ର ବଢିବାରେ ଲାଗିଛି। ସ୍ୱାଭାବିକ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହୁଛି ତାପମାତ୍ରା। ଆସନ୍ତା ୪ରୁ ୫ ଦିନ ଯାଏ ଉପକୂଳ ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଉପକୂଳ ଓଡିଶା ଏବଂ ଆଖପାଖ ଅଞ୍ଚଳରେ ବିକ୍ଷିପ୍ତ ଭାବେ ଘଡଘଡି ସହ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ […]

  • Monday, 12 July 2021
bandh
୪୮ ଘଣ୍ଟା ପାଇଁ ଶଟ୍‌ ଡାଉନ୍‌ ହେବ ଭୁବନେଶ୍ୱର, ଭଦ୍ରକ ସହର

ଭୁବନେଶ୍ୱର:  ଲକ୍‌ଡାଉନ୍‌ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱରକୁ ପୂରା ଶଟ୍‌ ଡାଉନ୍‌ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସେହିପରି ଭଦ୍ରକ ସହରକୁ ମଧ୍ୟ ୪୮ ଘଣ୍ଟା ପାଇଁ ଶଟ୍ ଡାଉନ୍ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ […]

  • Monday, 12 July 2021
murder
ଜମିବାଡ଼ି ବିବାଦରୁ ଗଣ୍ଡଗୋଳ; ପରିବାରର ୪ ମୃତ

ସୁନ୍ଦରଗଡ଼:ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ। ପରସ୍ପର ମଧ୍ୟରେ ହଣାହଣି ହୋଇ ୨ ପରିବାରର ୪ ଜଣଙ୍କ ମୃତ୍ୟୁ। ଏମିତି ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ସୀମାକୁ ଲାଗିଥିବା ଝାଡ଼ଖଣ୍ଡ ରାଜ୍ୟ  ସିମଡେଗା ଜିଲ୍ଲାରେ। ଏହି ଜିଲ୍ଲା କୁର୍ଡେଗ ଥାନା ଅନ୍ତର୍ଗତ ମୁହାଡିହି ଗାଁରେ ଦୁଇ ଭାଇଙ୍କ ମଧ୍ୟରେ ଗତ କିଛି ଦିନ ଧରି ଜମିବାଡ଼ି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଆଜି ସକାଳେ ଏହି ବିବାଦ ଉଗ୍ର ରୂପ ନେଇଥିଲା। ସକାଳେ ବଡ଼ ଭାଇ ଓ ତାଙ୍କ […]

  • Monday, 12 July 2021
covid hos
କରୋନା ଚିକିତ୍ସା ପାଇଁ ୨ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ। ଭୁବନେଶ୍ୱର ଓ କଟକରେ କରୋନା ରୋଗୀଙ୍କ ଚିକିତ୍ସା ଲାଗି ୬୫୦ ଶଯ୍ୟା ଥିବା ୨ଟି ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ଲାଗି ୨ଟି  ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର କିମ୍‌ସ ହସ୍ପିଟାଲ ପରିସରରେ ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ କଟକର ଅଶ୍ୱିନୀ ହସ୍ପିଟାଲରେ ୧୫୦ଟି ଶଯ୍ୟା ପ୍ରସ୍ତୁତ ହୋଇଛି । ସ୍ୱତନ୍ତ୍ର କୋବିଡ୍ ହସ୍ପିଟାଲ ଓଡ଼ିଶା […]

  • Monday, 12 July 2021
janadhana
ମହିଳା ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ ଆସିବ ଟଙ୍କା

ଭୁବନେଶ୍ୱର: ଆଜିଠାରୁ ଜନଧନ ଆକାଉଣ୍ଟକୁ ଆସିବ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଟଙ୍କା ମହିଳା ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ ଆସିବ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାଧ୍ୟମରେ ପଠାଯିବ ଏହି ଟଙ୍କା । ଓଡ଼ିଶାରେ ୩୯ ଲକ୍ଷ ୫୧ ହଜାର ଜନଧନ ଆକାଉଣ୍ଟଧାରୀ ମହିଳା ଅଛନ୍ତି। ବ୍ୟାଙ୍କକୁ ଟଙ୍କା ଯିବା ପରେ ଏସ୍ଏମଏସ ଯିବ । ପେଟ୍ରୋଲ ପମ୍ପରେ ଏସବିଆଇର ମାଇକ୍ରୋ ଏଟିଏମରେ ମଧ୍ୟ ଟଙ୍କା ଉଠାଣ ହୋଇପାରିବ । […]

  • Monday, 12 July 2021
secretariat-odisha-750x430
କରୋନା ପ୍ରଭାବ: ମନ୍ତ୍ରୀ, ବିଧାୟକ ଓ ନିଗମ ଅଧ୍ୟକ୍ଷଙ୍କୁ ମିଳିବ ମାତ୍ର ୩୦% ଦରମା

ଭୁବନେଶ୍ୱର: ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ଯୋଗୁ ରାଜସ୍ୱ ଆଦାୟ ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ଆଜି କେତେକ କଠୋର ଆର୍ଥିକ ପଦକ୍ଷେପ ନେଇଛନ୍ତି। ତତ୍କାଳ ପ୍ରଭାବରୁ ଏହି ଆର୍ଥିକ ନିଷ୍ପତ୍ତି ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ମାସରେ ପାଇବାକୁ ଥିବା ଦରମାରେ ନିର୍ଦ୍ଧାରିତ ବର୍ଗର ନିର୍ବାଚିତ ପ୍ରତିନିଧି ଓ ଅଫିସରମାନଙ୍କୁ କମ୍ ଦରମା ମିଳିବ ବୋଲି ଜଣାପଡ଼ିଛି। ନିର୍ଦ୍ଦେଶ ଅନୁସାରେ କୋଭିଡ-୧୯ ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, […]

  • Monday, 12 July 2021
hati
କାନ୍ଥ ଭାଙ୍ଗି ହାତୀ ଘରେ ପଶିଗଲା, ଦଳିଦେଲା

ସମ୍ବଲପୁର: ଘର ଭିତରେ ପଶିଗଲା ହାତୀ। ଜିନିଷ ପତ୍ର ଦଳିଚକଟି ନଷ୍ଟ କରବା ସହ  ଦଳିଦେଲା ଆଈ ଓ ନାବାଳିକା ନାତୁଣୀଙ୍କୁ। ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ। ଆଜି ସକାଳୁ ସକାଳୁ ସ୍ଥାନୀୟ କୁଲଗାଁ ଭିତରକୁ ପଶି ଆସିଥିଲା ହାତୀ । ସମସ୍ତେ ଶୋଇଥିଲେ। ହଠାତ୍‌ ହାତୀଟି ଗାଁର ଉର୍ମିଳା ମିର୍ଦ୍ଧାଙ୍କ ଘରର କାନ୍ଥ ଭାଙ୍ଗି ପଶିଗଲା।  ଘର ଭିତରେ ଥିଲେ ଉର୍ମିଳା, ତାଙ୍କ ସ୍ୱାମୀ ଓ ନାବାଳିକା ନାତୁଣୀ ରଶ୍ମୀତା […]

  • Monday, 12 July 2021
exam
ଲକ୍‌ଡାଉନ୍‌ ପାଇଁ ଘୁଞ୍ଚିଲା ଜେଇଇ ମେନ୍

ଭୁବନେଶ୍ୱର: କରୋନା ପାଇଁ  ଜେଇଇ ମେନ୍‌କୁ ଘୁଞ୍ଚାଇ ଦିଆଯାଇଛି । ସମଗ୍ର ଦେଶ ଏବେ ଲକ୍‌ଡାଉନ୍‌ ହୋଇଥିବାରୁ ଏପ୍ରିଲ ୫, ୭, ୯ ଓ ୧୧ ତାରିଖରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଛି ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି। ମେ’ ଶେଷ ସପ୍ତାହରେ ଜେଇଇ ମେନ୍ ପରୀକ୍ଷା କରାଯିବା ନିମନ୍ତେ ପ୍ରସ୍ତାବ ରହିଛି। ତେବେ ପରିସ୍ଥିତି ଦେଖି ଆଗାମୀ କିଛି ସପ୍ତାହ ମଧ୍ୟରେ ପରୀକ୍ଷାର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି […]

  • Monday, 12 July 2021
rukuna ratha
ଆଜି ଅଶୋକାଷ୍ଟମୀ, ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେବନି !

ଭୁବନେଶ୍ୱର: ଆଜି ଅଶୋକାଷ୍ଟମୀ। କିନ୍ତୁ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେବ ନା ନାହିଁ, ତାକୁ ନେଇ ଏବେବି ସସ୍‌ପେନ୍ସ ଲାଗି ରହିଛି । ସରକାରଙ୍କ କୋଭିଡ୍-୧୯ ସଂପର୍କିତ ବିଜ୍ଞପ୍ତିରେ ୫ ଜଣରୁ ଅଧିକ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ତେବେ ଶ୍ରୀ ଜିଉଙ୍କ ରଥ ପ୍ରତିଷ୍ଠା ଓ ତତ୍‌ ସଲଗ୍ନ ଅନ୍ୟ କାର୍ଯ୍ୟକ୍ରମ ପାଇଁ ୫ରୁ ଅଧିକ ସେବାକାରୀଙ୍କ ସେବା ଅନିବାର୍ଯ୍ୟ ଥିବାର ଏହା ସମ୍ଭବପର ନୁହେଁ […]

  • Monday, 12 July 2021
utkal divas
ଲକ୍‌ଡାଉନ ଯୋଗୁ ଫିକା ପଡ଼ିଲା ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ। ୮୪ ବର୍ଷ ତଳେ ଅର୍ଥାତ୍‌ ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ଏଥିପାଇଁ ମହାପୁରୁଷଙ୍କ ଅବଦାନକୁ ରାଜ୍ୟବାସୀ ମନେ ପକାଇବାର ଆଜି ଏକ ଅବସର। ତେବେ କରୋନା ଲକ୍‌ ଡାଉନ୍‌ ଏହି ଉତ୍ସବକୁ ଫିକା କରି ଦେଇଛି। ଲକ୍‌ ଡାଉନ ଯୋଗୁ ଆଜି ରାଜ୍ୟରେ ଅନ୍ୟବର୍ଷ ଭଳି ପାଳିତ ହେବନି ଉତ୍କଳ ଦିବସ।  ଦୀର୍ଘ ବର୍ଷର ଅବଦାନ ଓ ସଂଘର୍ଷ ପରେ ଓଡ଼ିଶା […]

  • Monday, 12 July 2021