• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jgatsinghpur
୬ ମାସର ଛୁଆକୁ ଧରି ନଦୀକୁ ଡେଇଁଲେ ମହିଳା

ଜଗତସିଂହପୁର: ୬ ମାସର ଛୁଆକୁ ଧରି ନଦୀକୁ ଡେଇଁଲେ ମହିଳା। ଜଗତସିଂହପୁର ପୋକାମୂଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଜଣେ ମହିଳା ନିଜ ୬ ମାସର ଛୁଆକୁ ଧରି ଦେବୀ ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ନାଉଗାଁ ପୁଲିସ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଖୋଜଖୋଜି ଜାରି ରଖିଥିଲେ ବି ଉଭୟଙ୍କ ପତ୍ତା ମିଳି ପାରିନାହିଁ। ନିଖୋଜ ହେଉଛନ୍ତି ଅରକ୍ଷିତ ରାଉତଙ୍କ ପତ୍ନୀ ଲିପିନା ରାଉତ। ପୋକାମୂଳ ଗାଁ […]

  • Monday, 12 July 2021
heavy rainfall
ଆହୁରି ୨ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ଏଥିସହ ପ୍ରବଳ ବର୍ଷା ନେଇ କିଛି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଢ଼େଙ୍କାନାଳ, ଅନୁଗୁଳ, ବଲାଙ୍ଗିର, ସୋନପୁର, ବୌଦ୍ଧ ଓ କନ୍ଧମାଳ। ଏହିସବୁ ଜିଲ୍ଲାରେ ଝଡ଼ତୋଫାନ ସହ ବଜ୍ରପାତ ମଧ୍ୟ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ […]

  • Monday, 12 July 2021
murder
ଭୁବନେଶ୍ୱରରେ ମର୍ଡର! ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ରଙ୍ଗମାଟିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ ଦୀପକ ବେହେରା ଓରଫ ଲଣ୍ଡା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ହତ୍ୟାକାଣ୍ଡରେ ୩ଜଣ ଦୁର୍ବୃତ୍ତ ସମ୍ପୃକ୍ତ ଥିବା କୁହାଯାଉଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୀପକ ଦୋକନ ବନ୍ଦ କରି ଘରକୁ ଫେରିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ବିଚ୍‌ ରାସ୍ତାରେ […]

  • Monday, 12 July 2021
criminal
ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଆହତ

କଟକ: କଟକ ସିଡିଏ ସେକ୍ଟର-୧୩ରେ ଏନ୍‌କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବୁଧିଆ ଦାସ ଆହତ ହୋଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ବୁଧିଆକୁ ଧରିବା ପାଇଁ ଗତକାଲି ବିଳମ୍ବିତ ରାତିରେ ଚାଉଳିଆଗଞ୍ଜ ପୁଲିସ୍‌ ସିଡିଏ ସେକ୍ଟର-୧୩ ଅଞ୍ଚଳରେ  ଚଢାଉ କରିଥିଲା। ଏହି ସମୟରେ ବୁଧିଆ ପୁଲିସ୍‌ ଦେଖି ଗୁଳି ଚଳାଇଥିଲା। ଯାହାର ପାଲଟା ଜବାବରେ ପୁଲିସ୍ ତାକୁ ଏନ୍‌କାଉଣ୍ଟର କରିଥିଲା। ପୁଲିସ୍‌ […]

  • Monday, 12 July 2021
school
ସ୍କୁଲ୍‌ ପିଲାଙ୍କ ବ୍ୟାଗ୍‌ ଓଜନ ପରଖିବ ସ୍ପେଶାଲ ସ୍କ୍ୱାଡ୍‌

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ୍‌ ପିଲାଙ୍କ ବ୍ୟାଗ୍ ଓଜନ ପରଖିବାକୁ ସ୍ପେଶାଲ ସ୍କ୍ୱାଡ୍‌ ଟିମ୍‌ ଗଠନ ହୋଇଛି। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ୩ଟି ଜିଲ୍ଲା ସ୍ତରୀୟ ସ୍କ୍ୱାଡ୍‌ ଗଠନ କରିଛନ୍ତି। ଏହି ସ୍କ୍ୱାଡ୍‌ର ସଦସ୍ୟମାନେ ଅଚାନକ ବିଭିନ୍ନ ସ୍କୁଲକୁ ପରିଦର୍ଶନରେ ଯାଇ ପିଲାମାନଙ୍କ ବ୍ୟାଗ୍ ଓଜନ ପରଖିବେ। ଯାଞ୍ଚ ସମୟରେ ଯଦି ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନ ଥାଏ କିମ୍ବା ଆଇନ ଉଲ୍ଲଂଘନ ହୋଇଥାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। […]

  • Monday, 12 July 2021
lightning
୧୨ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହ ଘଡ଼ଘଡ଼ି ବି ମାରିବ। ଏନେଇ ଦିନ ୧୦ଟା ୪୫ ଯାଏ ସତର୍କ ରହିବାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ନୟାଗଡ଼ । ଗତକାଲି ରାତିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।

  • Monday, 12 July 2021
odisha
ଭୁବନେଶ୍ୱରରେ ତାତିଲେ ଲୋକେ; ଅଟକାଇଲେ ସରକାରୀ ଗାଡ଼ି, ଲାଠି ମାଡ଼ କଲା ପୁଲିସ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତାତିଲେ ଲୋକେ। ଜରିମାନା ଆଦାୟ ନ କରାଯାଇ ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ଲୋକମାନେ ତାତିଛନ୍ତି। ଆଜି ରାଜମହଲ ଛକରେ ଉତ୍ତ୍ୟକ୍ତ ଲୋକେ ୩ଟି ସରକାରୀ ଗାଡ଼ି ଅଟକାଇ ହୋହଲ୍ଲା କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ମୋ ବସ୍, ବିଏମ୍‌ସି ଗାଡ଼ି ଓ ପୁଲିସ୍‌ ଗାଡ଼ି ଅଟକାଇଛନ୍ତି। ମୋ ବସ୍‌ରେ ଓଭରଲୋଡ୍ ଓ ଡ୍ରାଇଭର ସିଟ୍ ବେଲ୍ଟ ବାନ୍ଧି  ନ ଥିବା ଅଭିଯୋଗ ହୋଇଥିବା ବେଳେ ବିଏମ୍‌ସି ଗାଡ଼ି ଓ ପୁଲିସ୍‌ […]

  • Monday, 12 July 2021
odisha
ଘରୋଇ କ୍ଲିନିକ୍ ଲାଗି ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଥିବା ଘରୋଇ କ୍ଲିନିକ୍ ଲାଗି ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି।ଏହାଦ୍ୱାରା ପ୍ରାୟ ୧୮ ଶହ ଘରୋଇ କ୍ଳିନିକ୍  ଉପକୃତ ହେବେ। ରାଜ୍ୟରେ କ୍ଲିନିକାଲ୍‌ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ୍‌ ୧୯୯୦ ମସିହାରେ ଆରମ୍ଭ ହୋଇ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୮୦୦ଟି କ୍ଲିନିକାଲ୍‌ ଏଷ୍ଟାବ୍ଲିସମେଣ୍ଟକୁ ପଞ୍ଜୀକୃତ କରାଯାଇଛି। ଅନଲାଇନ୍ ବ୍ୟବସ୍ଥା ଦ୍ୱାରା ନୂଆ ପଞ୍ଜୀକରଣ, ନବୀକରଣ ଏବଂ ଫାୟାର ସେଫ୍ଟି ସାର୍ଟିଫିକେଟ୍ ପାଇବାରେ ସୁବିଧା ହେବ। ୩୦ ଶଯ୍ୟାରୁ କମ୍‌, ଆଇସିୟୁ ନ ଥିବା, ୩ ମହଲାରୁ କମ୍‌ […]

  • Monday, 12 July 2021
toll gate
ଟୋଲ୍‌ଗେଟ୍‌ରେ ଚେକିଂ କଡ଼ାକଡ଼ି

ଭୁବନେଶ୍ୱର: ରାଜ୍ୟରେ ଦୁର୍ଘଟଣା ରୋକିବାକୁ ଯାନବାହାନକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ଧରିବା ପାଇଁ ଟୋଲ୍‌ଗେଟ୍‌ରେ ଚେକିଂ ଆରମ୍ଭ ହୋଇଛି। ରାଜ୍ୟର ୧୪ଟି ଟୋଲ୍‌ଗେଟ୍‌ରେ ଏହି ଚେକିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଯେଉଁ ଗାଡ଼ି ଚାଳକମାନେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସ୍‌ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ୍‌ ଡିଜିଙ୍କ ଏହି ନିର୍ଦ୍ଦେଶ ପରେ ଗତକାଲି କଟକ ମଙ୍ଗୁଳି ଟୋଲ୍‌ଗେଟ୍‌ରେ ୪ ଜଣ ନିଶାସକ୍ତ […]

  • Monday, 12 July 2021
crocodile
ଯୁବକଙ୍କୁ ଟାଣିନେଲା କୁମ୍ଭୀର

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ଅଞ୍ଚଳ ବୈତରଣୀ ନଦୀରେ ନେଢ଼ୁଆଳି ଗାଁର ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି। ମୃତ ଯୁବକଙ୍କ ନାଁ ହେମନ୍ତ ମାଝୀ। ତାଙ୍କ ଘର ନେଢ଼ୁଆଳି ଗାଁରେ। ଗତକାଲି ସକାଳେ ହେମନ୍ତ ନଦୀ ପାଖ ବିଲକୁ ଧାନ ରୋଇବା ପାଇଁ ଯାଇଥିଲେ। ହେଲେ ବିଳମ୍ୱ ଯାଏ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଏପରିକି ନଦୀରେ ମଧ୍ୟ ଖୋଜାଖୋଜି ହୋଇଥିଲା। […]

  • Monday, 12 July 2021
jaga-kalia-2
ଆଜି କଟକରେ ପହଞ୍ଚିବେ ଜଗା, କାଳିଆ

ଭୁବନେଶ୍ୱର: ପ୍ରାୟ ୨ ବର୍ଷ ପରେ ଆଜି ଓଡ଼ିଶା ଫେରିବେ ଜଗା-କାଳିଆ। ଅପରାହ୍ନରେ ସେମାନେ କଟକରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସ୍‌ସିବିକୁ ନିଆଯିବ। ଏସ୍‌ସିବିରେ ଜଗା,କାଳିଆଙ୍କ ପାଇଁ ଆଇସିୟୁ ସୁବିଧା ଥିବା ଦୁଇ ଶଯ୍ୟା ବିଶିଷ୍ଟ କୋଠରୀର ବ୍ୟବସ୍ଥା ହୋଇଛି। ଚିକିତ୍ସା ପାଇଁ ୧୬ ଜଣିଆ ଟିମ୍ ଗଠନ କରାଯାଇଛି। ଆବଶ୍ୟକ ହେଲେ ଅଧିକ ଡାକ୍ତରଙ୍କୁ ଟିମ୍‌ରେ ସାମିଲ କରାଯିବ ବୋଲି ମେଡିକାଲ୍‌ ଅଧିକ୍ଷକ କହିଛନ୍ତି। ଗତକାଲି ଦିଲ୍ଲୀରୁ ରାଜଧାନୀ ଏକ୍ସପ୍ରେସରେ କଟକ […]

  • Monday, 12 July 2021
odisha
୬ ଉପଦେଷ୍ଟାଙ୍କୁ ମିଳିଲା ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନବନିଯୁକ୍ତ ଉପଦେଷ୍ଟାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି।  ସେହିପରି ସୁଧୀର ଦାସ ଓ ମୁନ୍ନା ଖାଁଙ୍କୁ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ଅନୁଭବ ପଟ୍ଟନାୟକ, କୃତିବାସ ପାତ୍ର, ରାମଚନ୍ଦ୍ର ପଣ୍ଡାଙ୍କୁ ବି ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା। ସୁଜିତ କୁମାରଙ୍କୁ ମୁଖ୍ୟ ସଚିବ ଏବଂ ଉତ୍କଳ ପରିଡ଼ା ଓ ସୁଲତା ଦେଓଙ୍କୁ ପ୍ରମୁଖ ସଚିବ ପାହ୍ୟା ମିଳିଛି। ଜନ୍ମେଜୟ ଲେଙ୍କା […]

  • Monday, 12 July 2021
Sushant Singh
ନୂଆ ମୋଟରଯାନ ଆଇନ୍‌କୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାପସନ୍ଦ

ଭୁବନେଶ୍ୱର: ଦେଶରେ ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଚେକିଂ ଚାଲିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ କଡ଼ାକଡ଼ି ଭାବେ ଏହାକୁ ପାଳନ କରାଯାଉଛି ଅନ୍ୟପକ୍ଷରେ ଏହି ସଂଶୋଧିତ ଆଇନ୍‌କୁ ମନ୍ତ୍ରୀ ସୁଶାନ୍ତ ସିଂ ନାପସନ୍ଦ କରିଛନ୍ତି। ସେ କହିଛନ୍ତି,‘୨ ଚକିଆ ଯାନରେ ଗଲେ ଯେତିକି ଫାଇନ୍‌ ଦେବାକୁ ପଡୁଛି ୫୦ ଲକ୍ଷ ଟଙ୍କାର ଗାଡ଼ିରେ ଗଲେ ବି ସେତିକି ଫାଇନ ଦେବାକୁ ପଡୁଛି। ଲୋକ ସାଥିରେ ଯେତିକି ଟଙ୍କା ଧରି ଯାଉନାହାନ୍ତି, […]

  • Monday, 12 July 2021
odisha
ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି; ମାସେ ଯାଏ ପଲ୍ୟୁସନ୍‌ ଚେକିଂ କୋହଳ

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବାପରେ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ଚାରିଆଡ଼େ ଜୋରଦାର ଚେକିଂ ଚାଲିଛି। ତେବେ ଏସବୁ ଭିତରେ ଗାଡ଼ି ଚାଳକଙ୍କ ପାଇଁ ଏକ ଖୁସି ଖବର ଆସିଛି। ମାସେ ଯାଏ ପଲ୍ୟୁସନ୍‌ ଚେକିଂ କୋହଳ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ବିଧିବଦ୍ଧ ଭାବେ ପରିବହନ ସଚିବ ଜି. ଶ୍ରୀନିବାସନ ସୂଚନା ଦେଇଛନ୍ତି।   ଯେଉଁମାନଙ୍କର ପଲ୍ୟୁସନ୍‌ ଚେକିଂ ସାର୍ଟିଫିକେଟ୍‌ ନାହିଁ, ସେମାନେ ଏହାକୁ ମାସକ ମଧ୍ୟରେ ବାହାର କରିବେ। […]

  • Monday, 12 July 2021
odisha
ଦୁଷ୍କର୍ମ ଘଟଣା ଚପାଇ ଦେବାକୁ ଉଦ୍ୟମ: ଅଭିଯୁକ୍ତଙ୍କ ସମେତ ବନ୍ଧା ହେଲେ ୧୨

ବାଲିଗୁଡ଼ା(ଅଜିତ ନାୟକ): ଏକ ଦୁଷ୍କର୍ମ ଘଟଣାକୁ ଚପାଇବାକୁ ଗାଁର ଖାପ୍ ପଞ୍ଚାୟତରେ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାକର ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ । ଅଭିଯୋଗକୁ ଭିତ୍ତି କରି ରାଇକିଆ ଥାନା  ପୁଲିସ୍ ଅଭିଯୁକ୍ତଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ଶିବାନୀ ପ୍ରଧାନ। ଗତ ୨୭ ତାରିଖରେ ରାଇକିଆ ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ପଡ଼ୋଶୀ ଯୁବକ ସମ୍ପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା […]

  • Monday, 12 July 2021
odisha
ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଲମତାପୁଟ ଅଞ୍ଚଳରେ ଥିବା ମାଛକୁଣ୍ଡ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି। ମାଛକୁଣ୍ଡର ଜଲାପୁଟ ଡ୍ୟାମ୍‌ର ୮ଟିରୁ ୩ଟି ଗେଟ୍ ଖୋଲା ଯାଇଛି। ଏବେ ୨୨ରୁ ୨୩ ହଜାର କ୍ୟୁସେକ୍‌ ଜଳ ଡ୍ୟାମ୍ ଭିତରକୁ ପ୍ରବେଶ କରୁଥିବା ବେଳେ ୧୨ ହଜାର କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଛି। ଇନ୍ଦ୍ରାବତୀ ଡ୍ୟାମ୍‌ର ୨ଟି ଓ ମୁରାନ୍ ଡ୍ୟାମ୍‌ର ୨ଟି ଗେଟ୍ ଖୋଲା ଯାଇଛି। ସେହିପରି […]

  • Monday, 12 July 2021
representational image
ନାବାଳିକାଙ୍କ ଉପରେ ଚଢ଼ିଗଲା ଟ୍ରକ୍

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ନୁନମାଠ ଗାଁ ଛକରେ ଜଣେ ନାବାଳିକାଙ୍କ ଉପରେ ଟ୍ରକ୍ ଚଢ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସସ୍ମିତା ସାହୁ। ତାଙ୍କ ଘର କେସିଙ୍ଗା ଥାନା ଅନ୍ତର୍ଗତ ବୋଗାଡ଼ରେ। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ସସ୍ମିତା ତାଙ୍କ ବାପାଙ୍କ ସହିତ ନୁନମାଠ ଗାଁକୁ ଆସିଥିଲେ। ତାଙ୍କ ବାପା ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ସେ ରାସ୍ତା ପାର ହୋଇ ବିସ୍କୁଟ୍ କିଣିବାକୁ ଯାଉଥିଲେ। ଏହି ସମୟରେ ଏକ […]

  • Monday, 12 July 2021
rainfall
୧୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ଅରେଞ୍ଜ୍‌ ୱାର୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, ବଲାଙ୍ଗିର, ବରଗଡ଼, ନବରଙ୍ଗପୁର, ସୋନପୁର, କଳାହାଣ୍ଡି ଓ ବୌଦ୍ଧ। ଏହାସହ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, […]

  • Monday, 12 July 2021
school
ବର୍ଷା ଯୋଗୁ ସ୍ଥିତି ବେହାଲ୍‌: ଏହି ସବୁ ଜିଲ୍ଲାରେ ସ୍କୁଲ୍‌ ଛୁଟି

ବ୍ରହ୍ମପୁର/ଫୁଲବାଣୀ: ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା। କେଉଁଠି ପୋଲ ଭାଙ୍ଗି ଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ବନ୍ଦ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଯିବେନି, କିନ୍ତୁ ଶିକ୍ଷକମାନେ ଯିବେ। ସେହିପରି କନ୍ଧମାଳ ଜିଲ୍ଲାର ମଧ୍ୟ ସବୁ ସ୍କୁଲକୁ ଆଜି […]

  • Monday, 12 July 2021
jaga
ଆଜି ଦିଲ୍ଲୀରୁ ବାହାରିବେ ଜଗା, କାଳିଆ

ଭୁବନେଶ୍ୱର: ଏସ୍‌ସିବିରୁ ଯାଇଥିବା ୨ ଜଣିଆ ଡାକ୍ତରୀ ଟିମ୍‌ଙ୍କ ସହ ଦିଲ୍ଲୀରୁ ଆଜି ଓଡ଼ିଶା ଅଭିମୁଖେ ଯାତ୍ରା କରିବେ ଜଗା, କାଳିଆ। ନୂଆଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଦିଲ୍ଲୀରୁ ଆଜି ସନ୍ଧ୍ୟାରେ ସେମାନେ ବାହାରିବେ। ଜଗା କାଳିଆ ଓଡ଼ିଶାରେ ପହଞ୍ଚିବା ପରେ କଟକ ଏସ୍‌ସିବି ମେଡିକାଲ୍‌ରେ ସେମାନଙ୍କର ଚିକିତ୍ସା ହେବ। ଏଥିପାଇଁ ୬ ଜଣିଆ ଡାକ୍ତରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ଆବଶ୍ୟକ ପଡ଼ିଲେ ଚିକିତ୍ସା ପାଇଁ ୧୬ ଜଣ ଡାକ୍ତରଙ୍କ […]

  • Monday, 12 July 2021
odisha
ପ୍ରସୂତିଙ୍କ ଷ୍ଟିଚ୍‌ ଖୋଲିବାକୁ ଲାଞ୍ଚ ମାଗିଥିବା ନର୍ସ ନିଲମ୍ବିତ

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରସୂତିଙ୍କୁ ଲାଞ୍ଚ ମାଗିବା ଘଟଣାରେ ସମ୍ପୃକ୍ତ ନର୍ସଙ୍କୁ ନିଲମ୍ବନ କରାଯାଇଛି। ଗତ ୩ ତାରିଖରେ ଜଣେ ପ୍ରସୂତିଙ୍କ ଷ୍ଟିଚ୍ ଖୋଲିବାକୁ ସମ୍ପୃକ୍ତ ନର୍ସ ଜଣକ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ମାଗିବା ବେଳର ଭିଜୁଆଲ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ପ୍ରସୂତିଙ୍କ ପରିବାର ପକ୍ଷରୁ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା।

  • Monday, 12 July 2021
fire
ରାଜଧାନୀର ରାସ୍ତା ମଝିରେ ଜଳିଗଲା ଚଳନ୍ତା ଭ୍ୟାନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ଭ୍ୟାନ୍। କିମ୍‌ସ୍‌ ହସ୍ପିଟାଲ ପଛପଟ ରାସ୍ତାରେ ଏକ ଚଳନ୍ତା ଭ୍ୟାନ୍‌ରେ ଏହି ନିଆଁ ଲାଗି ଯାଇଛି। ଆଜି ଅପରାହ୍ଣ ପ୍ରାୟ୧ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ସୂଚନ ଅନୁସାରେ, ହଠାତ୍‌ ରାସ୍ତା ଉପରେ ଭ୍ୟାନ୍‌ଟିରେ ନିଆଁ ଲାଗି ଯାଇଥିଲା। ଭ୍ୟାନ୍‌ରେ ବିପୁଳ ପରିମାଣରେ କୌଣସି ରାସାୟନିକ ଦ୍ରବ୍ୟ ଲଦା ଯାଇଥିବା ଦେଖିବାକୁ ମିଳିଥିଲା। ଫଳରେ କୌଣସି କାରଣରୁ ନିଆଁ ଲାଗି ପୁରା ଗାଡ଼ି ଜଳିଯାଇଥିବା […]

  • Monday, 12 July 2021
odisha
ଗଣେଶ ଭସାଣି ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ମୁର୍ଷୁଣ୍ଢି ଗାଁରେ ଗଣେଶ ପୂଜା ଭସାଣି ସମୟରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଉଭୟ ପକ୍ଷରୁ ୧୫ରୁ ଅଧିକ ଆହତ ହୋଇଛନ୍ତି। ବୀରମହାରାଜପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଫେରିଛନ୍ତି। ସୂଚନା ଅନୁସାରେ, ଗତକାଲି ମୁର୍ଷୁଣ୍ଢି ଗାନ୍ଧିପଡ଼ା ଯୁବକ ଜ୍ୟୋତି ସଂଘ ପକ୍ଷରୁ ଗଣେଶ ଭସାଣି ଆୟୋଜିତ ହୋଇଥିଲା। ଭସାଣି ଗାନ୍ଧି ପଡ଼ିଆରୁ ବାହାରି ମୁର୍ଷୁଣ୍ଢି ଗାଁ ପରିକ୍ରମା କରି ଟିକ୍ରିପଡାରେ ପହଞ୍ଚିବା ପରେ […]

  • Monday, 12 July 2021
accident
ଟ୍ରକ୍‌ ଧକ୍କାରେ ବାପା ମୃତ, ପୁଅ ଗୁରୁତର

କୋଣାର୍କ(ସଞ୍ଜୟ ପତି): ଟ୍ରକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ବାଣୀଶ୍ରୀ କଲେଜ୍‌ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାଁ କୈଳାସ ଚନ୍ଦ୍ର ବିଶ୍ୱାଳ। ତାଙ୍କ ଘର କାଜିପୁର ଗାଁରେ। ଗୁରୁତରଙ୍କ ନାଁ ବ୍ରହ୍ମାନନ୍ଦ ବିଶ୍ୱାଳ। ସୂଚନା ଅନୁସାରେ, କୈଳାସ ଓ ତାଙ୍କ ପୁଅ ବାଇକ୍‌ରେ ପୁରୀ ଯାଉଥିଲେ। ତେବେ ବାଣୀଶ୍ରୀ କଲେଜ ନିକଟରେ ପଛରୁ ଆସୁଥିବା […]

  • Monday, 12 July 2021
heavy rainfall
ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ସ୍ଥାନରେ ଆଜି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, ବରଗଡ଼, ବଲାଙ୍ଗିର। ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବଜ୍ରପାତ ହୋଇପାରେ। […]

  • Monday, 12 July 2021