• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

heavy rainfall
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିଥିବା ବେଳେ ଗତକାଲିଠୁ ବର୍ଷାର ପରିମାଣ ହ୍ରାସ ପାଇଛି। ମାତ୍ର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ଆସନ୍ତା ୧୮, ୧୯, ୨୦ ତାରିଖ ଆଡ଼କୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ସେହିପରି ଆସନ୍ତା ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା […]

  • Monday, 12 July 2021
puri
ବିପଦରେ ପୁରୀ ଇନ୍ଦ୍ରଦ୍ୟୁମ୍ନ ପୋଖରୀ; ପାଚେରି ଭୁଶୁଡ଼ିଥିଲା, ଏବେ ରାସ୍ତା ଦବିଗଲା

ପୁରୀ: ବିପଦରେ ତୀର୍ଥକ୍ଷେତ୍ର ପୁରୀ। ଏଠାରେ ଥିବା ପର୍ଯ୍ୟଟନସ୍ଥଳୀ ଗୋଟିଏ ପରେ ଗୋଟିଏ ମାଟିରେ ମିଶିବାକୁ ଲାଗିଥିବାବେଳେ ଏହାର ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନର ନଜର ନାହିଁ। ପୁରୀରେ ଥିବା ପଞ୍ଚ ତୀର୍ଥ ମଧ୍ୟରୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଗୋଟିଏ। ହେଲେ ଏହି ପବିତ୍ର ପୁଷ୍କରିଣୀର ସ୍ଥିତି ଏବେ ବିପଦସଙ୍କୁଳ ଅବସ୍ଥାରେ।     ତୀର୍ଥ ପୁଷ୍କରଣୀ ଇନ୍ଦ୍ରଦ୍ୟୁମ୍ନର ସୁରକ୍ଷା ପାଚେରି ନିକଟ ଦେଇ ଯାଇଥିବା ରାସ୍ତା ଗତ ରାତିରେ ଦବି ଯାଇଛି। । ଏହି ରାସ୍ତାରେ ମଧ୍ୟରେ ବିରାଟ […]

  • Monday, 12 July 2021
constable
ନକ୍ସଲ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ଗିରଫ ହେଲେ କନଷ୍ଟେବଲ୍‌

ରାୟଗଡ଼ା: ନକ୍ସଲ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ଜଣେ ଡିଭିଏଫ୍ ପୁଲିସ୍‌ କନଷ୍ଟେବଲ୍‌ଙ୍କୁ ଗିରଫ କରାଯାଇଛି। ତାଙ୍କ ନାଁ ଜି.ଶ୍ରୀକାନ୍ତ କୁମାର। ଗତକାଲି ବିଷମକଟକ ଥାନା ପୁଲିସ୍‌  ତାଙ୍କୁ ଗିରଫ କରିଛି। ଜି.ଶ୍ରୀକାନ୍ତ କୁମାର ନିଜକୁ ନକ୍ସଲର ପରିଚୟ ଦେଇ ଜୟପୁର ଅଞ୍ଚଳର ଶବନ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ। ତେବେ ସେ ଜଣେ ଡିଭିଏଫ୍ ପୁଲିସ୍ କନଷ୍ଟେବଲ୍‌ ବୋଲି ଜଣାପଡ଼ିବା ପରେ ଶବନ ପୁଲିସ୍‌କୁ ଜଣାଇଥିଲେ। ଏହାପରେ ପୁଲିସ୍‌ […]

  • Monday, 12 July 2021
odisha
ରାଜ୍ୟ ସରକାରଙ୍କ ପାଠ୍ୟ ପୁସ୍ତକରେ ତ୍ରୁଟି

ନୟାଗଡ଼: ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ପାଠ୍ୟ ପୁସ୍ତକରେ ତ୍ରୁଟି। ତୃତୀୟ ଓ ନବମ ଶ୍ରେଣୀ ସାହିତ୍ୟ ବହିରେ ଏଭଳି କିଛି ତଥ୍ୟଗତ ଭୁଲ୍ ଦେଖିବାକୁ ମିଳିଛି। ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପ୍ରକାଶିତ ତୃତୀୟ ଶ୍ରେଣୀ ସାହିତ୍ୟ ବହିରେ ଏଭଳି ଏକ ତ୍ରୁଟି ଅଛି। ବହିର ୩୨ ନମ୍ବର ପୃଷ୍ଠାରେ ଥିବା ତୁଳସୀ ଦୁଇ ପତ୍ରରୁ ବାସେ ଅଧ୍ୟାୟରେ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ବାପାଙ୍କ ନାଁ ଶ୍ୟାମ ସୁନ୍ଦର ସିଂ ଲେଖାଯାଇଛି। ପ୍ରକୃତରେ […]

  • Monday, 12 July 2021
odisha
ଚିଙ୍ଗୁଡ଼ି ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲୁକିରି ଛକ ନିକଟରେ ବୋମାମାଡ଼ରେ ଚିଙ୍ଗୁଡ଼ି ବ୍ୟବସାୟୀଙ୍କ ସମେତ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ଚିଙ୍ଗୁଡ଼ି ବ୍ୟବସାୟୀ ବିଦ୍ୟାଧର ସାମଲ ଓ ଅନ୍ୟ ଜଣେ ଯୁବକ ସୁଦର୍ଶନ ସେଠୀ। ଉଭୟଙ୍କ ଘର ପୋଖରୀ ଗାଁରେ। ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଛି। ସୂଚନା ଅନୁସାରେ, ବାଲୁକିରି ଛକ ନିକଟରେ ଥିବା ଚିଙ୍ଗୁଡ଼ି ଘେରି ପାଖରେ ବିଦ୍ୟାଧର ଓ ସୁଦର୍ଶନଙ୍କ ସମେତ ୫ଜଣ […]

  • Monday, 12 July 2021
representational image
ବାଇକ୍‌ ଦୁର୍ଘଟଣାରେ ୨ ମୃତ; ଜଣେ ଗୁରୁତର

ଫୁଲବାଣୀ(ତ୍ରିନାଥ ବେହେରା): ବାଇକ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ପେନାଗବେରି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ  କଂସ ପ୍ରଧାନ ଓ ରିଙ୍କୁ ପ୍ରଧାନ। ଗୁରୁତରଙ୍କ ନାଁ  ସାଗର ପ୍ରଧାନ। ମୃତାହତଙ୍କ ଘର ପେନାଗବେରି ଗାଁରେ ବୋଲି ଜଣାପଡ଼ିଛି। ସାଗରଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କୌଣସି କାମରେ ସେମାନେ ଏକ […]

  • Monday, 12 July 2021
mangu matha
ମଙ୍ଗୁ ମଠ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଅନୁରୋଧ କରିଛନ୍ତି। ଏକ ଟ୍ୱିଟ୍‌ କରି ସେ କହିଛନ୍ତି, ଗୁରୁ ନାନକଙ୍କ ଐତିହ୍ୟ ସହିତ ଏହି ମଠ ଜଡ଼ିତ। ତେଣୁ ଏହାର ସୁରକ୍ଷା କରାଯାଉ ବୋଲି ସେ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି। Shocked to learn of the decision to demolish the Mangu Mutt in Puri associated with […]

  • Monday, 12 July 2021
representational image
ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଲା ମୃତଦେହ

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯନ୍ତାପାଇ ଗାଁ ମୁଣ୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ରୋଷେଇ ଘରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ରାଜୁ ହାନ୍ତାଳ। ତାଙ୍କ ଘର ଧୁଳିପୁଟ ପଞ୍ଚାୟତର ରାଙ୍ଗନିଗୁଡ଼ା ଗାଁରେ। ରାଜୁଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି। ଅଭିଯୋଗ ଅନୁଯାୟୀ ଗତ ଶୁକ୍ରବାର ଦିନ ସେ ଯନ୍ତାପାଇ ଠାରେ ହେଉଥିବା ସାପ୍ତାହିକ ହାଟକୁ ତାଙ୍କ ଦୁଇ ଝିଅଙ୍କ ସହିତ  ଔଷଧ ଓ ରାସନ ସାମଗ୍ରୀ କିଣିବାକୁ ଯାଇଥିଲେ। ହେଲେ […]

  • Monday, 12 July 2021
boat
ମାଲକାନଗିରିରେ ଡଙ୍ଗା ବୁଡ଼ି ୩ ନିଖୋଜ

ଚିତ୍ରକୋଣ୍ଡା: ମାଲକାନଗିରି ଚିତ୍ରକୋଣ୍ଡାରେ ଡଙ୍ଗା ବୁଡ଼ି ୩ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଗତକାଲି ଅପରାହ୍ଣ ୪ଟା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଏମାନେ ସମସ୍ତେ ଡଙ୍ଗାରେ ବାଲିମେଳା ଜଳଭଣ୍ଡାର ଦେଇ ତୋଟାଗୁଡ଼ାକୁ ଫେରୁଥିବା ବେଳେ ଆମ୍ବିଳିବେଢା ନିକଟରେ ଝଡ଼ ତୋଫାନ ହୋଇଥିଲା। ଫଳରେ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାରେ ମୋଟ୍‌ ୪ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପହଁରି ପହଁରି କୂଳକୁ ପଳାଇ ଆସିଥିବା ବେଳେ ଏବେ ବି ତିନି […]

  • Monday, 12 July 2021
odisha
ପୁଲିସ୍‌ ଗାଡ଼ିରୁ କଳା ଧୂଆଁ ବାହାରୁଥିବା ଦେଖି ପିଛା କଲେ ଲୋକେ, ଆଉ ତା’ପରେ...

ବ୍ରହ୍ମପୁର: ନୂଆ ଟ୍ରାଫିକ୍  ନିୟମ ଲାଗୁ ହେବାପରେ ଏବେ ପୁଲିସ ଓ ପବ୍ଲିକ୍ ମଧ୍ୟରେ ଚାଲିଛି ଛକାପଞ୍ଝା। ସାଧାରଣ ଲୋକେ ଟ୍ରାଫିକ୍  ନିୟମ ଭାଙ୍ଗିଲେ ପୁଲିସ୍‌ ସେମାନଙ୍କ ନିକଟରୁ ଜରିମାନା ଆଦାୟ କରୁଥିବାବେଳେ ପୁଲିସର ଆଇନ ଉଲ୍ଲଂଘନକୁ ବି ଆଙ୍ଗୁଳି ଉଠାଇବାକୁ ପଛାଉ ନାହାନ୍ତି ପବ୍ଲିକ୍। ଗଞ୍ଜାମ ଜିଲ୍ଲାରେ ଏଭଳି ଏକ ଘଟଣାକୁ ନେଇ ଏକ ଭିଡିଓ ଏବେ ଭାଇରାଲ ହୋଇଛି। ହୁମାରୁ ପାଲୁଲ ଅଭିମୁଖେ ଯାଉଥିବା ଏକ ପୁଲିସ୍‌ ଗାଡ଼ିରୁ ପ୍ରଚୁର ପରିମାଣର କଳା ଧୂଆଁ […]

  • Monday, 12 July 2021
rourkela
ଟିକା ନେବା ଯୋଗୁ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ: ଘଟଣାର ତଦନ୍ତ ପାଇଁ ଗଠନ ହେଲା ଟିମ୍‌

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସ୍କୁଲରେ ଟିକା ନେବା ଯୋଗୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ରାଉରକେଲା ସେକ୍ଟର ୬ ସ୍ଥିତ ଏକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର। ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ଅଭିଭାବକଙ୍କ ସମେତ ସ୍ଥାନୀୟ ଲୋକେ ସ୍କୁଲକୁ ଘେରାଉ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ପରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ସବୁ […]

  • Monday, 12 July 2021
nit
ରାଉରକେଲା NITର ମେଟାଲର୍ଜି ବିଭାଗର ଶ୍ରେଷ୍ଠ ସ୍ନାତକଙ୍କୁ ମିଳିବ ଡକ୍ଟର ବଂଶୀଧର ପଣ୍ଡା ଗୋଲଡ୍‌ ମେଡାଲ

ଭୁବନେଶ୍ୱର: ରାଉରକେଲା ଏନ୍‌ଆଇଟିର ମେଟାଲର୍ଜି ବିଭାଗର ଶ୍ରେଷ୍ଠ ସ୍ନାତକଙ୍କୁ ଡକ୍ଟର ବଂଶୀଧର ପଣ୍ଡା ଗୋଲଡ୍‌ ମେଡାଲରେ ସମ୍ମାନିତ କରିବ ଇମ୍ଫା । ଏଥିପାଇଁ ଇମ୍ଫା ଓ ଏନ୍‌ଆଇଟି ରାଉରକେଲା ଅନୁବନ୍ଧିତ ହୋଇଛନ୍ତି। ୨୦୨୦ରୁ ମେଟାଲର୍ଜିରେ ଶ୍ରେଷ୍ଠ ସ୍ନାତକଙ୍କୁ ଇମ୍ଫା ପକ୍ଷରୁ ଏହି ପଦକ ପ୍ରଦାନ କରାଯିବ। ସ୍ୱର୍ଗତ ବଂଶୀଧର ପଣ୍ଡା ଜଣେ ବିଖ୍ୟାତ ମେଟାଲର୍ଜିଷ୍ଟ ଥିଲେ। ଏହାସହ ସେ ଏନ୍‌ଆଇଟି ରାଉରକେଲାର ଗଭର୍ଣ୍ଣିଂ ବୋର୍ଡ ଚେୟାରମ୍ୟାନ ଭାବେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

  • Monday, 12 July 2021
representational image
ମୋବାଇଲ୍‌ ପାଇଁ ଅଧ୍ୟାପକଙ୍କ ଜୀବନ ନେଲା ଯୁବକ

ସମ୍ବଲପୁର: ସାମାନ୍ୟ ମୋବାଇଲ ଫୋନ୍ ପାଇଁ କିଏ କାହାର ଜୀବନ ନେଇପାରେ ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ସମ୍ବଲପୁର ଜିଲ୍ଲାରେ ଏଭଳି କିଛି ଘଟଣା ଘଟିଛି। ସାମାନ୍ୟ ମୋବାଇଲ୍‌ ପାଇଁ ଜଣେ ଯୁବକ ଅଧ୍ୟାପକଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଗତ ୫ ତାରିଖରେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମୁରା କଲେଜ୍‌ର ଅଧ୍ୟାପକ ହୃଦାନନ୍ଦ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ଏଭଳି କିଛି ପର୍ଦ୍ଦାଫାସ ହୋଇଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୫ ତାରିଖ ରାତିରେ ହୃଦାନନ୍ଦ […]

  • Monday, 12 July 2021
child
ମନ୍ତ୍ରୀଙ୍କ ମହାନତା: ଅଜଣା ରୋଗରେ ପୀଡ଼ିତ କୁନି ଝିଅକୁ ବଢ଼ାଇଲେ ସହାୟତାର ହାତ

ଭୁବନେଶ୍ୱର: ଅଜଣା ରୋଗରେ ପୀଡ଼ିତ ଜଣେ କୁନି ଝିଅକୁ ସହାୟତାର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏହି ଛୋଟ ଝିଅଟି ରାଜଧାନୀ ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଆଦର୍ଶ ବସ୍ତିରେ ରୁହନ୍ତି। ତାଙ୍କ ନାଁ ତୁଳସୀ। ବର୍ଷେ ହେବ ସେ ଅଜଣା ରୋଗରେ ପୀଡ଼ିତ ହୋଇ ସ୍ଥାଣୁ ପାଲଟି ଯାଇଛନ୍ତି। ଏପରିକି ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲଠାରୁ ଆରମ୍ଭ କରି ଏମ୍ସ ପର୍ଯ୍ୟନ୍ତ ସବୁଠି ଦେଖା ସରିଛି। ହେଲେ ରୋଗ ନିରୁପଣ ହୋଇ ପାରୁ ନ […]

  • Monday, 12 July 2021
school-1
ଟଏଲେଟ୍‌ରେ ପିଲା, ସ୍କୁଲ୍‌ ଗେଟ୍‌ରେ ତାଲା

ବାଲେଶ୍ୱର: ଠିକ୍‌ ଛୁଟି ହେବା ବେଳକୁ ପ୍ରଥମ ଶ୍ରଣୀର ପିଲାଟି  ଟଏଲେଟ୍‌ ଯାଇଥିଲା। ଆଉ ଏପଟେ ସ୍କୁଲ ଗେଟ୍‌ରେ ତାଲା ପକାଇ ଶିକ୍ଷକ ଓ ପିଅନ ଛୁ ମାରିଥିଲେ । ଏକ ଘଣ୍ଟା ପରେ ଗ୍ରାମବାସୀଙ୍କ ଦ୍ୱାରା ଉକ୍ତ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲ୍ଲା ମଠସାହି ମହାବୀର ନୋଡ଼ାଲ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣା ଗତକାଲିର । ସ୍କୁଲ ଛୁଟିର କିଛି ସମୟ ପୂର୍ବରୁ ସମ୍ପୃକ୍ତ ଛାତ୍ର ଟଏଲେଟ୍‌ ଯାଇଥିଲେ। […]

  • Monday, 12 July 2021
lightning
ଦିନ ୧ଟା ୩୦ ଯାଏ ସତର୍କ ରୁହନ୍ତୁ

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧ଟା ୩୦ ପର୍ଯ୍ୟନ୍ତ ୧୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କଟକ, ପୁରୀ, ଖୋର୍ଦ୍ଧା ଓ ଝାରସୁଗୁଡ଼ା। ସୂଚନା ଅନୁସାରେ, ବର୍ଷା ଓ […]

  • Monday, 12 July 2021
rain
୧୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ

ଭୁବନେଶ୍ୱର: ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ଏକ ମନ୍‌ସୁନ୍‌ ଟ୍ରପ୍‌ ଲାଇନ୍‌ ମଧ୍ୟ ଓଡ଼ିଶା ଉପରି ଭାଗରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ତେବେ ଆସନ୍ତା ୧୬ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ […]

  • Monday, 12 July 2021
lightning
ବର୍ଷା ସହ ବଜ୍ରପାତ ସମ୍ଭାବନା; ୧୪ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ୧୪ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା- ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କଟକ, ପୁରୀ, ଝାରସୁଗୁଡ଼ା।

  • Monday, 12 July 2021
rainfall
ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମବଙ୍ଗ ଓ ଏହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୩ ଦିନ ପାଇଁ ଏହାର ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏନେଇ ୭ଟି ଜିଲ୍ଲା ପାଇଁ ଅରେଞ୍ଜ୍ ଓ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ(ପ୍ରବଳ ବର୍ଷା) ଜାରି କରାଯାଇଛି। ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ(ପ୍ରବଳରୁ ଅତି ପ୍ରବଳ ବର୍ଷା) […]

  • Monday, 12 July 2021
odisha
ଦାବି ପୂରଣ ନ ହେଲେ ଓଡ଼ିଶା ଛାଡ଼ି ଆନ୍ଧ୍ର ପ୍ରଦେଶରେ ମିଶିବାକୁ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଧମକ

ଲମତାପୁଟ: ଦାବି ପୂରଣ ନ ହେଲେ ଓଡ଼ିଶା ଛାଡ଼ି ଆନ୍ଧ୍ର ପ୍ରଦେଶରେ ମିଶିବାକୁ ବିଚ୍ଛିନ୍ନାଞ୍ଚଳବାସୀ ଧମକ ଦେଇଛନ୍ତି। ଗତକାଲି ମାଲକାନଗିରି ଜିଲ୍ଲା ଓରାପଦରରେ ଆୟୋଜିତ ସମାବେଶରେ ବିଚ୍ଛିନ୍ନାଞ୍ଚଳର ୬ଟି ପଞ୍ଚାୟତବାସୀ ଏଭଳି ଧମକ ଦେଇଛନ୍ତି। ଅଭିଯୋଗ ଅନୁସାରେ, ପଣସପୁଟ, ଅଣ୍ଡରାପାଲି, ଜଡାଆମ୍ବ, ଯନ୍ତ୍ରୀ, ଗାଜୁଲ ମାମୁଡି ଓ ମୁଦୁଲିପଡ଼ା ପଞ୍ଚାୟତରେ ଥିବା ବିଦ୍ୟାଳୟ ଗୁଡ଼ିକରେ ଉପଯୁକ୍ତ ଶିକ୍ଷକ ନାହାନ୍ତି। ଏହାସହ ନିୟମିତ ସ୍କୁଲ ଓ ଅଙ୍ଗନବାଡି ମଧ୍ୟ ଖୋଲା ଯାଉନି। ତେଣୁ ତୁରନ୍ତ ଭଙ୍ଗା ସ୍କୁଲ ମରାମତି […]

  • Monday, 12 July 2021
jgatsinghpur
୬ ମାସର ଛୁଆକୁ ଧରି ନଦୀକୁ ଡେଇଁଲେ ମହିଳା

ଜଗତସିଂହପୁର: ୬ ମାସର ଛୁଆକୁ ଧରି ନଦୀକୁ ଡେଇଁଲେ ମହିଳା। ଜଗତସିଂହପୁର ପୋକାମୂଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଜଣେ ମହିଳା ନିଜ ୬ ମାସର ଛୁଆକୁ ଧରି ଦେବୀ ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ନାଉଗାଁ ପୁଲିସ୍‌ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଖୋଜଖୋଜି ଜାରି ରଖିଥିଲେ ବି ଉଭୟଙ୍କ ପତ୍ତା ମିଳି ପାରିନାହିଁ। ନିଖୋଜ ହେଉଛନ୍ତି ଅରକ୍ଷିତ ରାଉତଙ୍କ ପତ୍ନୀ ଲିପିନା ରାଉତ। ପୋକାମୂଳ ଗାଁ […]

  • Monday, 12 July 2021
heavy rainfall
ଆହୁରି ୨ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ଏଥିସହ ପ୍ରବଳ ବର୍ଷା ନେଇ କିଛି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଢ଼େଙ୍କାନାଳ, ଅନୁଗୁଳ, ବଲାଙ୍ଗିର, ସୋନପୁର, ବୌଦ୍ଧ ଓ କନ୍ଧମାଳ। ଏହିସବୁ ଜିଲ୍ଲାରେ ଝଡ଼ତୋଫାନ ସହ ବଜ୍ରପାତ ମଧ୍ୟ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ […]

  • Monday, 12 July 2021
murder
ଭୁବନେଶ୍ୱରରେ ମର୍ଡର! ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ରଙ୍ଗମାଟିଆ ଅଞ୍ଚଳରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ ଦୀପକ ବେହେରା ଓରଫ ଲଣ୍ଡା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ହତ୍ୟାକାଣ୍ଡରେ ୩ଜଣ ଦୁର୍ବୃତ୍ତ ସମ୍ପୃକ୍ତ ଥିବା କୁହାଯାଉଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୀପକ ଦୋକନ ବନ୍ଦ କରି ଘରକୁ ଫେରିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ବିଚ୍‌ ରାସ୍ତାରେ […]

  • Monday, 12 July 2021
criminal
ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଆହତ

କଟକ: କଟକ ସିଡିଏ ସେକ୍ଟର-୧୩ରେ ଏନ୍‌କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବୁଧିଆ ଦାସ ଆହତ ହୋଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ବୁଧିଆକୁ ଧରିବା ପାଇଁ ଗତକାଲି ବିଳମ୍ବିତ ରାତିରେ ଚାଉଳିଆଗଞ୍ଜ ପୁଲିସ୍‌ ସିଡିଏ ସେକ୍ଟର-୧୩ ଅଞ୍ଚଳରେ  ଚଢାଉ କରିଥିଲା। ଏହି ସମୟରେ ବୁଧିଆ ପୁଲିସ୍‌ ଦେଖି ଗୁଳି ଚଳାଇଥିଲା। ଯାହାର ପାଲଟା ଜବାବରେ ପୁଲିସ୍ ତାକୁ ଏନ୍‌କାଉଣ୍ଟର କରିଥିଲା। ପୁଲିସ୍‌ […]

  • Monday, 12 July 2021
school
ସ୍କୁଲ୍‌ ପିଲାଙ୍କ ବ୍ୟାଗ୍‌ ଓଜନ ପରଖିବ ସ୍ପେଶାଲ ସ୍କ୍ୱାଡ୍‌

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସ୍କୁଲ୍‌ ପିଲାଙ୍କ ବ୍ୟାଗ୍ ଓଜନ ପରଖିବାକୁ ସ୍ପେଶାଲ ସ୍କ୍ୱାଡ୍‌ ଟିମ୍‌ ଗଠନ ହୋଇଛି। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ୩ଟି ଜିଲ୍ଲା ସ୍ତରୀୟ ସ୍କ୍ୱାଡ୍‌ ଗଠନ କରିଛନ୍ତି। ଏହି ସ୍କ୍ୱାଡ୍‌ର ସଦସ୍ୟମାନେ ଅଚାନକ ବିଭିନ୍ନ ସ୍କୁଲକୁ ପରିଦର୍ଶନରେ ଯାଇ ପିଲାମାନଙ୍କ ବ୍ୟାଗ୍ ଓଜନ ପରଖିବେ। ଯାଞ୍ଚ ସମୟରେ ଯଦି ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନ ଥାଏ କିମ୍ବା ଆଇନ ଉଲ୍ଲଂଘନ ହୋଇଥାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। […]

  • Monday, 12 July 2021