• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ips
ଆଇପିଏସ୍‌ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଜି ରାଜ୍ୟରେ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇ ଯାଇଛି। ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ ହୋଇଛନ୍ତି।  ପୁରୀ ଏସପି ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ଦାୟିତ୍ୱ ନେଇଥିବାବେଳେ  କଟକ ଡିସିପି ହେଲେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରତୀକ ସିଂହ  ।  ୧୯୯୫ ବ୍ୟାଚ୍‌ ଆଇପିଏସ୍‌ ଆର୍‌କେ ଶର୍ମାଙ୍କୁ ଇଣ୍ଟେଲିଜେନ୍ସି ଡାଇରେକ୍ଟର ଦାୟିତ୍ୱ ଦିଆଯାଇଛି। ସେହିପରି ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସ ମୁଖ୍ୟ ଦାୟିତ୍ୱ ଦିଆଯାଇଛି। ସେହପରି […]

  • Tuesday, 13 July 2021
lightning
ବର୍ଷା ସହ ବଜ୍ରପାତ ଆଶଙ୍କା, ୧୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସକାଳ ୧୦ଟା ୩୦ ଯାଏ ପର୍ଯ୍ୟନ୍ତ ୧୯ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, […]

  • Tuesday, 13 July 2021
corona-virus-w
ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତାଙ୍କ ଘର ସୁନ୍ଦରଗଡ଼ରେ ଓ ତାଙ୍କୁ ଖୁବ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି। ସୁଚନାଥାଉ କି, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚି ଥିବାବେଳେ ପୂର୍ବରୁ ସେମାନଙ୍କ ମଧ୍ୟରୁ ୧୮ଜଣ ସୁସ୍ଥ ହୋଇଥିଲେ। ଆଜି ଆଉ ଜଣେ ସୁସ୍ଥ ହେବାପରେ ଏହି […]

  • Tuesday, 13 July 2021
corona77777
ଓଡିଶାରେ ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏମାନେ କେଉଁ ଅଞ୍ଚଳର ତାହା ଜଣାପଡିନାହିଁ। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ୨୯୮ଟି ସାମ୍ପଲ ଟେଷ୍ଟ ହୋଇଥିଲା। ସେଥିମଧ୍ୟରୁ ୨୯୬ଟି ନେଗେଟିଭ ଆସି ଥିବାବେଳେ ୨ଟି ପଜିଟିଭ ଆସିଥିଲା। […]

  • Tuesday, 13 July 2021
2
ଚାଷ ନୁହେଁ ଶିଳ୍ପ ପାଇଁ ମହାନଦୀ ପାଣି ବ୍ୟବହାର କରୁଛି ଛତିଶଗଡ଼

ଓଡ଼ିଶା: ପୁଣି ଉଠିଲା ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦ ପ୍ରସଙ୍ଗ। ଛତିଶଗଡ଼ କୃଷି ଜଳସେଚନ ପାଇଁ ନୁହେଁ ବରଂ ଶିଳ୍ପ ପାଇଁ ମହାନଦୀ ଜଳକୁ ଅଧିକ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଅଣମୌସୁମୀ ଋତୁରେ ଅନ୍ୟ ବର୍ଷ ତୁଳନାରେ ଏବର୍ଷ ହୀରାକୁଦକୁ ଅଧିକ ଜଳ ଆସିଛି । ଏକ୍‌ଡାଉନ ଯୋଗୁଁ ଶିଳ୍ପ ବନ୍ଦ ହୋଇଯାଇଥିବାରୁ ଏଭଳି ହୋଇଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ । ତାଙ୍କ ଯୁକ୍ତି ହେଉଛି, ପୂର୍ବ […]

  • Tuesday, 13 July 2021
corona ..
ଓଡିଶା ପାଇଁ ଖୁସି ଖବର: ସୁସ୍ଥ ହେଲେ ଆଉ ୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶା ପାଇଁ ଏକ ଖୁସି ଖବର। ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ  ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରର ୫ ଜଣ, ଭଦ୍ରକର ୨ ଜଣ ଓ କଟକ, ଯାଜପୁର, ପୁରୀର ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ରିପୋର୍ଟ ନେଗେଟିଭ ଆସିଛି। ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ […]

  • Tuesday, 13 July 2021
corona-virus-w
ଓଡ଼ିଶାରେ ୪ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଆଉ ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି। ତେବେ ଏହି ୪ ନୂଆ ଆକ୍ରାନ୍ତ କେଉଁ ଅଞ୍ଚଳର ତାହା ଜଣାପଡିନାହିଁ। ଏହି ୪ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 48ରେ ପହଞ୍ଚିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ 2ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 45। ଅର୍ଥାତ ବର୍ତ୍ତମାନ […]

  • Tuesday, 13 July 2021
ruppe
ସମାନ ନମ୍ବରରେ ଦୁଇଟି ଟଙ୍କା: ନକଲି ନୁହେଁ ଅସଲି

ଟିଟିଲାଗଡ: ଭାରତୀୟ ଟଙ୍କା ଉପରେ ଥିବା କ୍ରମିକ ସଂଖ୍ୟା ଅନେକ ଗୁରୁତ୍ୱ ବହନ କରେ। ରିଜର୍ଭ ବ୍ୟାଙ୍କ ଦ୍ୱାରା ଛପା ହେଉଥିବା ଏହି ନୋଟରେ  ପ୍ରାୟତଃ ଭୁଲ୍ ନଥାଏ । ବିଶେଷକରି ପ୍ରତ୍ୟେକ ଟଙ୍କାରେ ଥିବା ନମ୍ବର ସବୁବେଳେ ଅନ୍ୟଠାରୁ ଅଲଗା। ହେଲେ ଟିଟିଲାଗଡରେ ଦେଖା ଦେଇଛି ଏହାର ବ୍ୟତିକ୍ରମ।  ଟିଟିଲାଗଡ଼ର ଜଣେ ବ୍ୟବସାୟୀଙ୍କ ପାଖରେ ସମାନ ନମ୍ବର ଥିବା ୨ଟି ୧୦ ଟଙ୍କିଆ ରହିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ନୋଟ ଦୁଇଟି […]

  • Tuesday, 13 July 2021
corona77777
ଓଡିଶାରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୬୦ ବର୍ଷୀୟ ବୃଦ୍ଧଙ୍କ ଘର ଭୁବନେଶ୍ୱରର ସୂର୍ଯ୍ୟ ନଗର ଅଞ୍ଚଳରେ । ଏନେଇ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଳମ୍ବିତ ରାତିରେ ଟ୍ୱିଟ କରି ସୂଚନା ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଏମସରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ୱାବ୍ ନମୁନା ପରୀକ୍ଷାରୁ ସେ କରୋନା ପଜିଟିଭ ବୋଲି ଜଣାପଡ଼ିଛି। ତାଙ୍କୁ ଏବେ ଭୁବନେଶ୍ୱରରେ ଏମ୍ସ […]

  • Tuesday, 13 July 2021
Murder Jajpur Image
ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ

ଯାଜପୁର: ଦିନ ଦ୍ୱିପ୍ରହରରେ ଜଘନ୍ୟକାଣ୍ଡ। ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ ଦୁର୍ବୃତ୍ତ। ଯାଜପୁର ରୋଡ୍ ରାଛିପୁର ଛକରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତ ଶିକ୍ଷୟିତ୍ରୀଙ୍କ ନାଁ ମହାମାୟା ଜେନା। ଅନ୍ୟ ଜଣେ ଶିକ୍ଷକ ମୋହିନୀ ମୋହନ ମୁଦୁଲିଙ୍କ ସହ ଶିକ୍ଷୟିତ୍ରୀ ଜଣକ ବାଇକ୍‌ରେ ଆସୁଥିବା ବେଳେ ଏହି ଆକ୍ରମଣ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ଶିକ୍ଷୟିତ୍ରୀ ଜଣକଙ୍କ ମୃତ୍ୟୁ ଘଟିଛି।   ସେହିପରି ଶିକ୍ଷକ ମୋହିନୀ ମୋହନ ଗୁରୁତର ଆହତ ହୋଇଛନ୍ତି ।ଘଟଣାସ୍ଥଳରୁ ଫେରାର ହୋଇଯାଇଛି […]

  • Tuesday, 13 July 2021
tara-2
ତାରାତାରିଣୀ ପୀଠରେ କଟକଣା; ଚୈତ୍ର ପର୍ବରେ ଭକ୍ତଙ୍କୁ ମିଳିବନି ସୁବିଧା

ବ୍ରହ୍ମପୁର: ବ୍ରହ୍ମପୁରର ତାରାତାରିଣୀ ପୀଠରେ ପ୍ରସିଦ୍ଧ ଚୈତ୍ର ପର୍ବରେ ହେବନି ଜନସମାଗମ। କରୋନା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଚୈତ୍ର ପର୍ବରେ ଜନସମାଗମ ନହେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅନୁରୋଧ କରିଛନ୍ତି। ତେବେ ମାଙ୍କ ଚୈତ୍ରପର୍ବ ପୂଜାବିଧି ଯଥାରିତି ଅନୁଷ୍ଠିତ ହେବ। ପର୍ବ ସମୟରେ ଲୋକଙ୍କୁ ଯୋଗାଇ ଦିଆଯାଉଥବା ସୁବିଧା ସୁଯୋଗ ପ୍ରତ୍ୟାହୃତ ହେବ। ସମାଗମ ସ୍ଥଳକୁ ନେବା ପାଇଁ ଗାଡ଼ି ବ୍ୟବସ୍ଥାରେ ମଧ୍ୟ […]

  • Tuesday, 13 July 2021
Untitled-1
ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହେଲେ ୮୩ କରୋନା ରୋଗୀ

ସୁନ୍ଦରଗଡ: ଆଜି  ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୮୩ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ଅଛନ୍ତି ୭ ଜଣ କୋଭିଡ ଯୋଦ୍ଧା।  ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଟିଏମସିରୁ ୧୪ ଜଣ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୩  ଜଣ ଅନ୍ୟ ରାଜ୍ୟରୁ ରାଉରକେଲାକୁ ଫେରିଥିଲେ।  ୨୨ଜଣ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ସେହିପରି ୩ଜଣ […]

  • Tuesday, 13 July 2021
lac
LAC ନିକଟରେ ଭାରତର ନିର୍ମାଣ କାମ ଜୋରଦାର, ରାସ୍ତା ସହିତ ଚାଲିଛି ପୋଲ ତିଆରି

ନୂଆଦିଲ୍ଲୀ:  LACରେ ଦୁଇ ଦେଶ ଭାରତ-ଚୀନ ସେନା ମଧ୍ୟରେ ଗତ କିଛି ଦିନ ଧରି ଦେଖା ଦେଇଥିବା ଉତେଜନା ସାମାନ୍ୟ ହ୍ରାସ ପାଇଛି। ଗଲୱାନ ଘାଟିରୁ ଦୁଇ ସେନା ଦୁଇ କିମି ଲେଖାଏ ପଛକୁ ହଟିବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। କିନ୍ତୁ ବିପଦ ସଂପୂର୍ଣ୍ଣ ଟଳି ନାହିଁ । ଭବିଷ୍ୟତକୁ ଦୃଷ୍ଟିରେ ରଖି LAC ନିକଟରେ ଭାରତ ଜୋରଦାର କରିଛି ନିର୍ମାଣ କାମ। ରାସ୍ତା ସହିତ ଅନେକ ପୋଲ ତିଆରି କରାଯାଉଛି । ଯାହା ଫଳରେ  […]

  • Tuesday, 13 July 2021
coronavirus
କଟକରୁ ଆଜି ଚିହ୍ନଟ ହେଲେ  ୨୯ କରୋନା ଆକ୍ରାନ୍ତ

କଟକ: କଟକ ଜିଲ୍ଲାରୁ ଆଜି ଚିହ୍ନଟ ହୋଇଛନ୍ତି  ୨୯ କରୋନା ଆକ୍ରାନ୍ତ। ସମାନଙ୍କ ମଧ୍ୟରୁ CMC ଅଧୀନରେ ଅଛନ୍ତି ୫ଜଣ ।  ଏହା ବ୍ୟତୀତ ଟାଙ୍ଗୀରୁ ୧, ସଦରରୁ ୧, ବାଙ୍କୀରୁ ୧୨, ବଡ଼ମ୍ବାରୁ ୫ , ନରସିଂହପୁରରୁ ୨, ନିଆଳିରୁ ୨ ଏବଂ ସାଲେପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୫୪୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୩୦୩ […]

  • Tuesday, 13 July 2021
1223
ଝାରସୁଗୁଡ଼ା ଫର୍‌ନେସ ବ୍ଲାଷ୍ଟ ଘଟଣାରେ ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ସ୍ଥିତ TPSL (ଠାକୁର ପ୍ରସାଦ ସାଓ ଲିଃ) ସ୍ପଞ୍ଜ କାରଖାନାରେ SMS ର ଫରନେସ ବ୍ଲାଷ୍ଟ ଘଟଣାରେ ଆଜି ଜଣକର ମୃତ୍ୟୁ ଘଟିଛି । ମୃତକ ହେଲେ ଆନନ୍ଦ ସାହୁ । ଗତ ୨ ତାରିଖ ଦିନ TPSL ସ୍ପଞ୍ଜ କାରଖାନାରେ ବିସ୍ଫୋରଣ ହୋଇଥିଲା । ଏଥିରେ ୭ ଜଣ ଶ୍ରମିକ ଆହତ ହୋଇଥିଲେ । ଆହତ ସମସ୍ତଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଝାରସୁଗୁଡ଼ାରେ ବର୍ଣ୍ଣ ୟୁନିଟ ନଥିବାରୁ […]

  • Tuesday, 13 July 2021
111
ଗୋଟିଏ ଗାଁରେ ୪୦ରୁ ଅଧିକ କରୋନା ଆକ୍ରାନ୍ତ

ବଲାଙ୍ଗିର: ବଲାଙ୍ଗୀର ସହର ନିକଟବର୍ତ୍ତୀ ଅଞ୍ଚଳରେ କରୋନା କାୟା ବିସ୍ତାର କରିଛି। ସହର ନିକଟବର୍ତ୍ତୀ ହାତୀଶାଳ ପଡାରୁ ଚିହ୍ନଟ ହୋଇଛନ୍ତି  ୪୦ରୁ ଅଧିକ କରୋନା ଆକ୍ରାନ୍ତ।  ସମସ୍ତେ ସ୍ଥାନୀୟ ସଂକ୍ରମିତ ହୋଇଥିବାରୁ ବଲାଙ୍ଗିର ସହର ଭିତରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହୋଇଛି । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଫୁଲ ଦମ୍‌ରେ ଲାଗି ପଡିଛନ୍ତି ପୋଲିସ ଓ ପ୍ରଶାସନ। ସୂଚନାଥାଉ କି, ଏହି ପଡ଼ାରୁ ପ୍ରଥମେ ୨୫ ତାରିଖ ଗୋଟିଏ ପରିବାରର ଶ୍ୱଶୁର, ବୋହୂଙ୍କ ସ୍ୱାବ […]

  • Tuesday, 13 July 2021
EYCf8nfXgAQoADH
କରୋନାରେ ପୁଣି ଚାଲିଗଲା ୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ ପୁଣି ୪ ମୁଣ୍ଡ ନେଲା କରୋନା । ଏଥିମଧ୍ୟରୁ ଅଛନ୍ତି ଗଞ୍ଜାମ ଜିଲ୍ଲାରୁ ପୁଣି ୩ କରୋନା ରୋଗୀ। ଗଞ୍ଜାମର ୩ ମୃତକ ପୁରୁଷ ଓ ସେମାନଙ୍କର  ବୟସ ୭୦, ୬୦ ଓ ୫୩ ବର୍ଷ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଆଉ ଜଣେ ମୃତକ କଟକ ଜିଲ୍ଲାର  ୪୮ ବର୍ଷୀୟ ପୁରୁଷ। ଏହାକୁ ମିଶାଇ କଟକ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା […]

  • Tuesday, 13 July 2021
coronavirus-cuutack
୫୭୧ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ ୨୭୩

ଭୁବନେଶ୍ୱର:  ରାଜ୍ୟରେ ଆଜି ୫୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୭୧ ମଧ୍ୟରୁ ୪୦୩ କ୍ୱାରେଣ୍ଟିନ ସେଣ୍ଟରର ଓ ୧୬୮ ଲୋକାଲ୍ କେସ୍‌ ଥିବା ଜଣାଯାଇଛି। ଗଞ୍ଜାମରୁ ସର୍ବାଧିକ ୨୭୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏଯାବତ୍ ପଜିଟିଭ୍ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା  କରୋନା ସଂକ୍ରମଣରୁ ସୁସ୍ଥ ହେଲେଣି ୬୪୮୬। ବର୍ତ୍ତମାନ ଆକ୍ଟିଭ […]

  • Tuesday, 13 July 2021
america
ଗଞ୍ଜାମ୍‌ରେ ବିଗୁଡୁଛି କରୋନା ସ୍ଥିତି; କାଲିଠୁ ଡୋର ଟୁ ଡୋର ସ୍କ୍ରିନିଂ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ହେବ ଡୋର ଟୁ ଡୋର ସ୍କ୍ରିନିଂ । ଆସନ୍ତାକାଲିଠୁ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ।  ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ସହରାଞ୍ଚଳରେ ଅକ୍ସିମିଟର ସ୍କ୍ରିନିଂ କରାଯିବ । ଏଥିପାଇଁ ୨୦୦ ଜଣିଆ ଟିମ୍ ଗଠନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ଆଣ୍ଟିଜେନ୍ କିଟ୍ ମଧ୍ୟ ବ୍ରହ୍ମପୁରରେ ପହଞ୍ଚି ସାରିଛି । ତେବେ ସହରାଞ୍ଚଳର କେଉଁ କେଉଁ ଜାଗାରେ କରାଯିବ, ସେନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ଜଣାଇବେ।  ଡାକ୍ତର, ସିଡିଏମ୍ଓଙ୍କ ସହ କଥାବାର୍ତ୍ତା ଚଳାଇଛନ୍ତି ଜିଲ୍ଲାପାଳ […]

  • Tuesday, 13 July 2021
naxal
ଏନ୍‌ଉଣ୍ଟରରେ ମାଓବାଦୀ ନିହତ

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଶିର୍ଲା ଜଙ୍ଗଲରେ ପୁଣି ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତ ମାଓବାଦୀ ଜଣକ ବଂଶଧାରା ଘୁମୁସର ନାଗାବଳୀ ଡିଭିଜନ ସଦସ୍ୟ ବୋଲି କୁହାଯାଉଛି । ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ଏହାସହ ଶିର୍ଲା ଅଞ୍ଚଳରେ ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛ। ସୂଚନାଥାଉ କି, ଦିନକ ପୂର୍ବରୁ ଶିର୍ଲା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିରେ […]

  • Tuesday, 13 July 2021
vigilance
ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ

ଦେବଗଡ଼:  ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଦେବଗଡ଼ ମ୍ୟୁନିସିପାଲିଟି କର୍ପୋରେସନର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିଥିଲା। ଅଭିଯୋଗ ପାଇବା ପରେ ସମ୍ବଲପୁର ଭିଜିଲାନ୍ସ ଡିଏସ୍‌ପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍  ଚଢଉ କରିଛନ୍ତି। ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲରେ ଥିବା ଶ୍ୱଶୁର ଘର ଓ ଗଣ୍ଡଗରାରେ ଥିବା ପୈତୃକ […]

  • Tuesday, 13 July 2021
ctc
ଆଜିଠାରୁ କଟକ, ଗଞ୍ଜାମରେ ଆଣ୍ଟିଜେନ ଟେଷ୍ଟ

କଟକ: ଆଜିଠାରୁ କଟକ ଓ ଗଞ୍ଜାମରେ ହେବ ଆଣ୍ଟିଜେନ ଟେଷ୍ଟ। କଟକ SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ। ପରୀକ୍ଷା ପରେ ହିଁ ନୂଆ ରୋଗୀଙ୍କୁ SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଡମିଶନ କରାଯିବ। କଟକ ଓ ଏହି ସହରର ୩ଟି ପ୍ରମୁଖ ହସ୍ପିଟାଲ SCB, ଆଚାର୍ଯ୍ୟ ହରିହର କ୍ୟାନସଲ ହସ୍ପିଟାଲ ଓ ଶିଶୁ ଭବନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା […]

  • Tuesday, 13 July 2021
bishnu
ଆଜି ସନ୍ଧ୍ୟାରେ ବିଧାୟକ ବିଷ୍ଣୁ ଦାସଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ମରଶରୀର ଜନ୍ମମାଟି ଜଗତସିଂହପୁର ଅଭିମୁଖେ ଯାଉଛି। ବିଷ୍ଣୁଙ୍କ ମରଶରୀର ପ୍ରଥମେ ରାଜ୍ୟ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ପରେ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ବହୁ ନେତା ଓ ମନ୍ତ୍ରୀମାନେ ଆସି ବିଷ୍ଣୁଙ୍କ ଶେଷ ଦର୍ଶନ କରିଥିଲେ। ଆଜି ସନ୍ଧ୍ୟାରେ ଶେଷକୃତ୍ୟ ହେବା ନେଇ ସୂଚନା ମିଳିଛି। ଗତକାଲି ବିଧାୟକ ବିଷ୍ଣୁ ଦାସଙ୍କର ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬ […]

  • Tuesday, 13 July 2021
corona
ଗଞ୍ଜାମରେ ୪ କରୋନା ଯୋଦ୍ଧା ଆଖି ବୁଜିଲେ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ଆଖି ବୁଜିଲେ ୪ କରୋନା ଯଦ୍ଧା ।  ମୃତକଙ୍କ ମଧ୍ୟରେ ୨ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ଅଛନ୍ତି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ସୂଚନାଥାଉ କି, ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି। ଆଜି ରାଜ୍ୟରେ ରାଜ୍ୟରେ ଅଜି ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୫୬ କରୋନା ପଜିଟିଭ।  ଗଜିଲ୍ଲାରେ ସର୍ବାଧିକ ୧୬୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମିଶାଇ ରାଜ୍ୟରେ […]

cinbd
୨୪ ଜିଲ୍ଲାରୁ ଚିହ୍ନଟ ହେଲେ ୪୫୬ କରୋନା ପଜିଟିଭ

ଭୁବନେଶ୍ୱର; ରାଜ୍ୟରେ ଆଜି ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୫୬ କରୋନା ପଜିଟିଭ। ଏହାକୁ ମିଶାଇ ରାଜ୍ୟରେ ମାଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଜିଲ୍ଲାରେ ଚିହ୍ନଟ ୪୫୬ କରୋନା ରୋଗୀଙ୍କ ମଧ୍ୟରୁ ୩୦୯ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ କେସ ୧୪୭ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୬୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। Covid-19 Report For 5th July […]

  • Tuesday, 13 July 2021