କଟକର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ବିନା ଟେଣ୍ଡରରେ ଚାଲିଛି ଆବର୍ଜନା ଉଠା ପ୍ରକ୍ରିୟା କୋଟି କୋଟି ଟଙ୍କା ହଡ଼ପ ଅଭିଯୋଗ ଅବ୍ୟବସ୍ଥାର ପରିଣାମ ଭୋଗୁଛନ୍ତି ସହରବାସୀ କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : କଟକରେ କୋମାରେ ପଡ଼ିଛି ପରିମଳ ବ୍ୟବସ୍ଥା ବିନା ଟେଣ୍ଡରରେ ଠିକାରେ ଚାଲିଛି ଆବର୍ଜନା ଉଠା ପ୍ରକ୍ରିୟା । ଏପରିକି ବିନା ଟେଣ୍ଡରରେ କୋଟି କୋଟି ଟଙ୍କା ହଡ଼ପ ମଧ୍ୟ ହୋଇଥିବା ଅଭିଯୋଗ ଆସିଛି । କିନ୍ତୁ ସିଏମସି ପାଖରେ ଖବର ନାହିଁ । ଅନ୍ୟପଟେ କଟକରେ […]
ନୀଳଗିରି (ବିଶ୍ୱମ୍ବର ଦାସ): ବାହାଘରର ୪ ଦିନ ପରେ ଜିଦରେ ଅଟଳ ବୋହୂକୁ ବାପଘରକୁ ଛାଡିଲେ ଶ୍ୱଶୁର ଘର ଲୋକେ । ଶ୍ୱଶୁର ଘର ଛାଡ଼ିବାକୁ ଯିଦ୍ ଧରିଥିବା ବୋହୂକୁ ଶେଷରେ ଆପୋଷ ବୁଝାମଣା ପରେ ଛାଡିଛନ୍ତି ଶ୍ୱଶୁର ଘର ଲୋକେ। ଏପରି ଅଭାବନୀୟ ଘଟଣା ଘଟିଥିଲା ବାଲେଶ୍ୱର ନୀଳଗିରି ମାଧପୁର ଅଞ୍ଚଳରେ । ଅଭିଯୋଗ ଅନୁସାରେ, ବିବାହର ୪ ଦିନ ପରେ ବୋହୂ ଶ୍ୱଶୁର ଘରେ ରହିବାକୁ ମନା କରିଥିଲା । ବାପଘରକୁ ନଗଲେ ବୋହୂ […]
ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରୁ ଗିରଫ କଲା ବନ ବିଭାଗ ୪୧୫ ଫୁଟର ଫାସ ଜବତ କଲା ବନବିଭାଗ ଠେକୁଆ ଶିକାର ଲାଗି କରୁଥିଲା ଫାସର ବ୍ୟବହାର କରଞ୍ଜିଆ: ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଆଉ ଜଣେ ଶିକାରୀ ଗିରଫ ହୋଇଛି। ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ବେଳେ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଗିରଫ ଶିକାରୀ ହେଲେ ଖଡ଼କୁଦ ଗାଁର […]
କଟକ: କଟକ ଟାଙ୍ଗୀର ବନ୍ଦାଳୋ ଟୋଲ୍ଗେଟ୍ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ରୋଗୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଦୁଇ ଜଣ ମହିଳା ଅଛନ୍ତି। ରାସ୍ତାରେ ଛିଡ଼ା ହୋଇଥିବା କଣ୍ଟେନରକୁ ଆମ୍ବୁଲାନ୍ସ ପଛପଟୁ ଧକ୍କା ଫଳରେ ଏହି ଦୁର୍ଘଟଣା ଘଟିଛି। ପଶ୍ଚିମବଙ୍ଗରୁ ରୋଗୀଙ୍କୁ ନେଇ ଆସୁଥିବା ବେଳେ ବନ୍ଦାଳୋ ଟୋଲ୍ଗେଟ୍ ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା କଣ୍ଟେନରକୁ […]
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ କଟକଣା ୨ଶହ ଲୋକଙ୍କୁ ଦଣ୍ଡନାଚ ପାଇଁ ଅନୁମତି ସଂଖ୍ୟା ଅଧିକ ହେଲେ ଆୟୋଜକ ଦାୟୀ କୌଣସି ଭୋଜିଭାତ କିମ୍ବା ପ୍ରସାଦସେବନ କାର୍ଯ୍ୟକ୍ରମକୁ ବାରଣ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦୌ ହୋଇପାରିବ ନାହିଁ ଦଣ୍ଡନାଚ ପାଇଁ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଅନୁମତି ବାଧ୍ୟତାମୂଳକ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କଟକଣାକୁ ନେଇ ଅସନ୍ତୋଷ । କରୋନା କଟକଣା ଯୋଗୁ ଚଳିତବର୍ଷ କେବଳ ଦଣ୍ଡନାଚ ମାନସିକଧାରୀଙ୍କ […]
ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପ୍ ଝିପ୍ ବର୍ଷା ହେବାସହ ପାଗ କୋହଲା ରହିଛି। ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସାଇକ୍ଲୋନିକ୍ ସର୍କୁଲେସନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ମେଘୁଆ ପାଗ ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର […]
ଜାଗର ପାଇଁ କଟକଣା ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ମନ୍ଦିର ପରିସରରେ ଓ ବାହାରେ ଗହଳି ନ କରିବାକୁ ନିର୍ଦ୍ଦେଶ ମେଳା ବସିବା ଉପରେ ମଧ୍ୟ କଟକଣା ଜାରି କଲେ SRC ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଭୁବନେଶ୍ୱର: ଜାଗର ଯାତ୍ରା ପାଇଁ କଡ଼ା କଟକଣା। ମହାମାରୀର ବଢ଼ୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ମେଳା ଓ ଗହଳିକୁ ମନା କରାଯାଇଛି। ସେହପରି ଯାତ୍ରା ସମୟରେ ମନ୍ଦିର ପରିସରରେ ଓ ବାହାରେ ଗହଳି ନକରିବାକୁ […]
କାମାକ୍ଷାନଗର(ବିଦ୍ୟାଧର ବରାଳ): କମେଣ୍ଟ ମରାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ହତ୍ୟା। ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାସୋଡ଼ା ଗାଁରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ବାଇ। ଗୁରୁତର ଜଣଙ୍କ ହେଲେ ତାଙ୍କ ପୁଅ ମୋହନ ବାଇ। ଅଭିଯୋଗ ଅନୁଯାୟୀ, ମୋହନ ବାଇଙ୍କ ଝିଅ ପ୍ରତିଦିନ କଲେଜ ଯିବାବେଳେ ଗାଁର କିଛି ଯୁବକ ତାଙ୍କୁ କମେଣ୍ଟ ମାରୁଥିଲେ। […]
ବାଲୁଗାଁ( ଶକ୍ତିପ୍ରସାଦ ମହାପାତ୍ର) : ପ୍ରେମରେ ବାଧକ ସାଜିପାରିଲାନି ଅକ୍ଷମତା । କଥା ନୁହେଁ ଇଶାରା ଇଶାରାରେ ପ୍ରେମ ହେଲା। ସତରେ ପ୍ରେମ ପାଇଁ ଦରକାର ପଡ଼େନି ଭାଷା। ଉଭୟେ ଉଭୟଙ୍କ ଭାଷା ବୁଝିପାରନ୍ତିନି,ହେଲେ ହୃଦୟ ସହ ହୃଦୟ ମିଶିଗଲା । ଆଉ ତା’ପରେ ସାତ ଜନମର ସାଥୀ ହେବା ପାଇଁ କଥା ଦିଆନିଆ ହେଲେ ଦୁଇ ଭିନ୍ନକ୍ଷମ ମଣିଷ। ବାଜା ବଜାଇ ବର ଆସିଲା। ଖୁସିରେ ମସଗୁଲ ହେଲେ ବରଯାତ୍ରୀ । ଦୁଇ ମନ ଦୁଇ […]
ଛିନତାଇ ରୋକିବ ସ୍ପେଶାଲ ଟିମ୍ ସ୍ପେଶାଲ ଟିମ୍ ଗଠନ ନେଇ ଭୁବନେଶ୍ୱର ଡିସିପିଙ୍କ ସୂଚନା ପ୍ରତି ଥାନାରୁ ଜଣେ କିମ୍ବା ୨ଜଣ ଅଫିସର ନିଯୁକ୍ତ ହେବେ ଦାୟିତ୍ୱରେ ଥିବା ଅଫିସରଙ୍କୁ ଥାନାର ଅନ୍ୟ ଦାୟିତ୍ୱ ଦିଆଯିବ ନାହିଁ ଏମାନେ ଛିନତାଇ, ଲୁଟ୍ ଭଳି ଅପରାଧ ଉପରେ ନଜର ରଖିବେ ଭୁବନେଶ୍ୱର(ଆଲୋକ ମହାନ୍ତି) : ରାଜଧାନୀରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍ କଲାଣି ତ ଆଉ କିଏ ଘରେ ପଶି […]
ଆନନ୍ଦପୁର(ମୁନା ସିଂ): କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ଦ୍ରୁତ ଗତିରେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଉପରେ ହଠାତ୍ ଲୁହାପଥର ବୋଝେଇ ଟ୍ରକ୍ ଖସି ପଡ଼ିଥିଲା। ଏହି ସମୟରେ ବସ୍ରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ, କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, […]
କେନ୍ଦ୍ରାପଡ଼ା,ଭଞ୍ଜନଗର( ମନୋଜ ସ୍ୱାଇଁ, ରାଜେଶ ପଣ୍ଡା) : ଏବେ ମହିଳାଙ୍କୁ ଆଉ କାହା ଉପରେ ନିର୍ଭର କରିବାକୁ ପଡୁନି । କାରଣ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇ ପାରୁଛନ୍ତି । କିଏ ଟେଲରିଂ କରି ନିଜ ପରିବାର ଚଳାଇବା ସହ ଅନେକ ପରିବାର ପାଇଁ ରୋଜଗାରର ମାଧ୍ୟମ ହେଉଛି ତ ଆଉ କିଏ ଘରେ ବସି ବିଭିନ୍ନ ସାମଗ୍ରୀ ତିଆରି କରି ହଜାର ହଜାର ଟଙ୍କା ରୋଜଗାର କରୁଛି। ଆଜି […]
କଟକ: SCBରେ ରୋଗୀଙ୍କ ଉପରେ ଖସି ପଡ଼ିଲା ଫ୍ୟାନ୍ । ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥାରେ ଚିକିତ୍ସିତ ହେଉଥିବ ମହିଳାଙ୍କ ଉପରେ ଫ୍ୟାନ୍ ଛିଡ଼ି ପଡ଼ିଛି। ତେବେ ଫ୍ୟାନ୍ ପଡ଼ିବା ପରେ ମହିଳା ରୋଗୀ ଜଣକ ଗୁରୁତର ହୋଇଛନ୍ତି, ତାଙ୍କୁ ଏବେ ICUରେ ଭର୍ତ୍ତି କରାଯାଇଛି। ୪ ଦିନ ତଳେ ଯାଜପୁର ଜିଲ୍ଲାର ମହିଳା ଜଣକ ନିଆଁରେ ପୋଡ଼ି ଯାଇଥିବାରୁ SCBରେ ଭର୍ତ୍ତି ହୋଇଥିଲେ ଓ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ । କଟକ SCBରେ ମହିଳା […]
ସୋନପୁର/ସମ୍ବଲପୁର(ରବୀନ୍ଦ୍ର ହୋତା/ସଞ୍ଜୟ ଜେନା): ରାଜ୍ୟର ୨ଟି ସ୍ଥାନରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି। ବେଆଇନ୍ କିରୋସିନ୍ ଓ ଡିଜେଲ୍ କାରବାର ଅଭିଯୋଗରେ ସମ୍ବଲପୁରରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିବା ବେଳେ ଲାଞ୍ଚ ନେବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ପୂର୍ବତନ ଆର୍ଆଇ ଓ ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲର ସୁପରଭାଇଜର ନଗେନ୍ଦ୍ର ମହାକୁର ଓ ସୁବଳୟାର ପୂର୍ବତନ ଆର୍ଆଇ ବାବାଜୀ ଚରଣ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। […]
କଟକ(ଦେବାଶିଷ ମହାନ୍ତି) : ବର୍ଷା ଯୋଗୁଁ ବାରବାଟୀରେ ଆଉ ବାତିଲ ହେବ ନାହିଁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ତଥା ଫିଲ୍ଡକୁ ମ୍ୟାଚ ଉପଯୋଗୀ କରିବା ପାଇଁ ଓସିଏ ଆରମ୍ଭ କରିଛି ନୂଆ ପ୍ରୟାସ । ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ଆରମ୍ଭ ହୋଇଛି ବାରବାଟୀ ଗ୍ରାଉଣ୍ଡ ମରାମତି । ପୂରା ଫିଲ୍ଡକୁ ବାଲିରେ ପୋତାଯାଇ ତିଆରି କରାଯାଉଛି । ଏଥିପାଇଁ ପିଚ୍ କ୍ୟୁରେଟରଙ୍କୁ ନେଇ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଟ୍ରେନିଂ […]
ପୁରୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଶ୍ରୀମନ୍ଦିର ରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ କରିଛନ୍ତି। ଆଜି ସକାଳୁ କଙ୍ଗନା ଭୁବନେଶ୍ୱରରୁ ବାହାରି ପୁରୀରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। କଙ୍ଗନା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପାଛୋଟି ନେଇ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ଅଭିନେତ୍ରୀ କଙ୍ଗନା […]
ଆସିକା(ମନୋଜ ମୁନି): ୨୬୧ ବର୍ଷ ଧରି ଲିଭିନି ଜୁଇ ନିଆଁ । ବର୍ଷ ପରେ ବର୍ଷ ଏହି ନିଆଁ ଜଳୁଛି। ରାଜତନ୍ତ୍ର ବିଲୋପକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଏବେବି ଅନେକ ସ୍ଥାନରେ ରାଜକୀୟ ପ୍ରଥା ଓ ପରମ୍ପରା ବଜାୟ ରହିଛି । ସିଂହାସନ ଆହୋରଣ, ଦେବନୀତି ଓ ରାଜବଂଶ ପରମ୍ପରାରେ ଅନେକ ପ୍ରଥା ପାଳିତ ହୋଇ ଆସୁଛି ଏଭଳି ଏକ ରାଜକୀୟ ପରମ୍ପରା ପାଳିତ ହୋଇ ଆସୁଛି । ଗଂଜାମ ଜିଲ୍ଲା ଧରାକୋଟ ରାଜବଂଶରେ ଏଠାରେ […]
ନୀଳଗିରି(ବିଶ୍ୱମ୍ବର ଦାସ): ନିଷ୍ପାପ ଶିଶୁ ଉପରେ ଦାଉ ସାଜୁଛି ଦଇବ। ଶରୀର ତୁଳନାରେ ଅସ୍ୱାଭାବିକ ଭାବେ କୁନି ଝିଅର ମୁଣ୍ଡ ବଢ଼ୁଛି। ଓଜନ ସମ୍ଭାଳି ନ ପାରି ଦିନରାତି ଯନ୍ତ୍ରଣାରେ କାନ୍ଦୁଛି ଦେଢ଼ ବର୍ଷର ଶିଶୁ। ଏତେ କମ ବୟସରୁ ତା’ଠାରୁ ଈଶ୍ୱର ଛଡ଼ାଇ ନେଇଛନ୍ତି ଶୈଶବ। ସେପଟେ ନିଜ ଛୁଆର ଯନ୍ତ୍ରଣାର କାହାଣୀ କହି କାନ୍ଦି ପକାଉଛି ମା’। ନିଷ୍ଠୁର ଭାଗ୍ୟ ମା’ ଛୁଆଙ୍କ ସହ ଖେଲୁଛି ନିର୍ଦ୍ଦୟ ଖେଳ। ଏଭଳି ଦୁଃଖଦ ସମୟରେ ଅର୍ଥ […]
କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା) : ଧରଣୀରୁ ଶୀତ ଚାଲିଯାଇଥିବା ବେଳେ, ଥିରି ଥିରି ପାଦ ଥାପୁଛି ବସନ୍ତ । ଏହି ଋତୁର ଆଗମନରେ ଚଳଚଂଚଳ ହୋଇଉଠିଛନ୍ତି ବୃକ୍ଷଲତା, ପ୍ରକୃତି ଓ ପରିବେଶ ଆଉ ପ୍ରେମିକ । ଗହଳିଆ ବନରୁ କୋଇଲିର କୁହୁ ତାନ ଶୁଭୁଛି। ମୃଦୁ ମଳୟର କାଉଁରୀ ସ୍ପର୍ଷରେ ଉଲ୍ଲସିତ ହେଉଛି ତନୁମନ। ରାସ୍ତାକଡ ଠାରୁ ଗାଁ ଆମ୍ବତୋଟା ଯାଏଁ ଚାରିଆଡ଼େ ବସନ୍ତ ଭରିଦେଇଛି ଆମ୍ବ ବଉଳ । ଲାଗୁଛି ସେତ କି ଯେମିତି ପ୍ରକୃତି […]
ଧର୍ମଗଡ଼(ଇଙ୍ଗିତ ପଣ୍ଡା): ବାହା ହେବା ପାଇଁ ଆସିଥିଲେ। ବର, ବରଯାତ୍ରୀ, ରୋଷଣୀ, ବାଣ ନେଇ ଆସିଥିଲେ। ହେଲେ ବାହା ହେବେ କ’ଣ ହଟହଟ୍ଟା ହେଲେ। ପୁଣି ଥରେ ନୁହେଁ, ଦୁଇ ଦୁଇ ଥର। ପ୍ରଥମେ ବାହା ହେବାକୁ ଆସି ଶୁଣିଲେ କନିଆ ଫେରାର। ଶେଷରେ ତାଙ୍କର ନାବାଳିକା ସାନ ଭଉଣୀକୁ ବାହା ହେବାକୁ ବସିଲେ ଯେ, ପୋଲିସ ପହଞ୍ଚି ବାହାଘର ଅଟକାଇଥିଲା। ଏମିତି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଅନ୍ତର୍ଗତ ତେନ୍ତୁଳି […]
ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଛି। ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବା ନେଇ ଆଜି ସଦସ୍ୟଙ୍କ ସହ ବାଚସ୍ପତି ସୂର୍ଯ୍ୟ ପାତ୍ର ଆଲୋଚନା କରିଛନ୍ତି। ଏଥର ବିଧାନସଭାରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ। ଦିନ ସାଢ଼େ ୧୦ରୁ ସାଢ଼େ ୧ଟା, ଅପରାହ୍ନ ୪ରୁ ୬ଟା ଯାଏ ଅଧିବେଶନ ଚାଲିବ। ସ୍ୱତନ୍ତ୍ର କାର୍ଯ୍ୟ ଦିବସରେ ଅଧିବେଶନ ସନ୍ଧ୍ୟା ୭ଟା ଯାଏ ଚାଲିବ। ପୂର୍ବଭଳି ଦିନ ୧୦ଟା ୩୦ରୁ ୧୧ଟା ୩୦ ଯାଏ ପ୍ରଶ୍ନକାଳ ହେବ। ମୁଲତବି […]
ରାଉରକେଲା(ପୱନ କୁମାର ): ପ୍ରଦୂଷଣ ପାଇଁ ରାଉରକେଲା ଶ୍ରୀହିନ ହେବାକୁ ବସିଛି। ଇସ୍ପାତ ସହର ରାଉରକେଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ପ୍ରଦୂଷଣ। ପ୍ରଦୂଷଣ ମାତ୍ରା ଏତେ ବଢ଼ିଛି ଯେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରେ ହେଉ କି ବାହାରେ ସବୁଠି ଏବେ ଖାଲି ଧୂଳି ଓ ଧୂଆଁର ଆସ୍ତରଣ। ସାରା ରାଜ୍ୟର ୭ ଟି ସହରରେ ପ୍ରଦୂଷଣର ବଢ଼ିଥିବେ ବେଳେ ସେହି ତାଲିକାରେ ଅଛି ଷ୍ଟିଲ ସିଟି। ରାଉରକେଲା ଷ୍ଟିଲ ପ୍ଳାଣ୍ଟରୁ ବାହାରୁଥିବା ଧୂଆଁ ଓ […]
ବରଗଡ଼/ବାଲିଗୁଡ଼ା(ଦୀପକ ଶର୍ମା/ଅଜିତ ନାୟକ): ରାଜ୍ୟ ୨ଟି ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ବରଗଡ଼ ଓ କନ୍ଧମାଳ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ବ୍ରିଜ୍ରୁ ତଳକୁ ଅଟୋ ଖସି ପଡ଼ିବା ଯୋଗୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ସର୍ନାପାଲିରେ ଏହି ଦୁର୍ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ […]
ଜାଗରରେ ଏକାଠି ଦୀପ ଜାଳିବା ମନା ସେବାୟତ ନିଯୋଗଙ୍କ ସହ ପୋଲିସ ପ୍ରଶାସନର ବୈଠକ ପରେ ନିଷ୍ପତ୍ତି ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିପରି ବାହାରକୁ ଯିବେ ଧ୍ୟାନ ଦିଆଯିବ ଜାଗର ଦୀପ ଜାଳିବା ପାଇଁ ଶ୍ରଦ୍ଧାଳୁ ଏକତ୍ର ବସିପାରିବେ ନାହିଁ ଭୁବନେଶ୍ୱର: ଜାଗରରେ ଏକାଠି ଦୀପ ଜାଳିବାକୁ ବାରଣ। କୋଭିଡ କଟକଣା ମଧ୍ୟରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା । କୋଭିଡ୍ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବେ । ଲିଙ୍ଗରାଜ […]
ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ଥିବା ବେଳେ ସକାଳୁ ସକାଳୁ ସ୍ୱଳ୍ପ ବର୍ଷା ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଏବଂ ଆସନ୍ତାକାଲି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ […]