• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

attack on pcr van
ପିସିଆର୍‌ ଭ୍ୟାନ୍‌ ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଆଇଆର୍‌ସି ଭିଲେଜ ସ୍ଥିତ ଭିଆଇପି କଲୋନୀରେ ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଭ୍ୟାନ୍‌ ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ କମିଶନରେଟ୍ ପୋଲିସ୍ ଆଜି‌ ୫ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ପିସିଆର୍ ଭ୍ୟାନ୍‌ ଭଙ୍ଗାରୁଜା ଓ ୨ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଜଣ […]

  • Tuesday, 13 July 2021
police
ବିଳମ୍ବିତ ରାତିରେ ୧୩ ଜଣଙ୍କୁ ଉଠାଇ ନେଲା ପୋଲିସ୍‌

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗାଁରେ ପୋଲିସ୍‌ ଗାଡ଼ି ପୋଡ଼ି ଘଟଣାରେ ୧୩ ଜଣଙ୍କୁ ଅଟକ ରଖାଯାଇଛି। ଗତକାଲି ବିଳମ୍ବିତ ରାତିରେ ଘରେ ପଶି ପୋଲିସ୍‌ ୧୩ ଜଣଙ୍କୁ ଉଠାଇ ନେଇଛି। ଗତକାଲି ପଣସୁଧା ଗାଁରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଘଟଣାର ସମାଧାନ ପାଇଁ ଗାଁରେ ପହଞ୍ଚିଥିବା ପୋଲିସ୍ ଗାଡ଼ିକୁ ପୋଡ଼ି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ଏହି ଘଟଣାରେ ପୋଲିସ୍‌ ୧୩ ଜଣଙ୍କୁ ଅଟକ ରଖିଛି। ସୂଚନା ଅନୁସାରେ, ଅଷ୍ଟପ୍ରହରୀ […]

  • Tuesday, 13 July 2021
sarpanch
ଓଡ଼ିଆ ଜାଣି ନଥିବାରୁ ହାତରୁ ଗଲା ସରପଞ୍ଚ ପଦ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ଯୋଗୁ ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ସରପଞ୍ଚ ପି.ସିମାଦ୍ରୀଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୭ ପଞ୍ଚାୟତ ନିର୍ବାଚନରେ ପି.ସିମାଦ୍ରୀ ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କ ବିରୋଧରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନିବାସୀ ଗୌଡ଼ ସେହି ସମୟରେ ଛତ୍ରପୁର ସିଭିଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ନିବାସୀ ଗୌଡ଼ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଥିଲ, ପି.ସିମାଦ୍ରୀ ଓଡ଼ିଆ ପଢି ନାହାନ୍ତି। ଏପରିକି […]

  • Tuesday, 13 July 2021
attack
ରାଜଧାନୀରେ ଚାଞ୍ଚଲ୍ୟ: ବିଚ୍‌ ରାସ୍ତାରେ ଡ୍ରାଇଭରଙ୍କୁ ହାଣିଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ଛାତିଥରା ଘଟଣା ଘଟିଛି। ଦୁଇ ଜଣ ଯୁବକ ଜଣେ ପିକ୍ଅପ୍ ଭ୍ୟାନ ଡ୍ରାଇଭରଙ୍କୁ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। ଘଟଣା ପରେ ହତ୍ୟାକାରୀଙ୍କୁ ପିସିଆର୍‌ ଭ୍ୟାନ୍‌ରୁ ଆଣି ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ପିଟିଛନ୍ତି। ଦୁଇ ହତ୍ୟାକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ଉତ୍ତ୍ୟକ୍ତ ଲୋକେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ନାଁ ଜଟିଆ ଓ ଆକ୍ରମଣକାରୀ ୨ ଭାଇ ହେଲେ ସୁଧୀର ଓ ସାଗର ବୋଲି ସୂଚନା […]

  • Tuesday, 13 July 2021
fire in jungle
ଜଳୁଛି ଜଙ୍ଗଲ: ଶିମିଳିପାଳ ସମେତ ରାଜ୍ୟର ୩୦୦ ଜଙ୍ଗଲରେ ବ୍ୟାପୁଛି ନିଆଁ

ଭୁବନେଶ୍ୱର: ଯେତେ ଲିଭେଇଲେ ବି ଲିଭୁନି ଶିମିଳିପାଳ ନିଆଁ। ଗୋଟିଏ ପଟେ ଥମିଲେ ଅନ୍ୟ ପଟେ ବିଜୁଳି ବେଗରେ ବ୍ୟାପୁଛି। ସପ୍ତାହେରୁ ଅଧିକ ସମୟ ଧରି ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ଜଙ୍ଗଲର ଦୁଧିଆଣି, ତାଳବନ୍ଧ, ଗୁରୁଗୁଡ଼ିଆ, କେନ୍ଦୁମୁଣ୍ଡି, ଓ ବରେହିପାଣି ଭଳି ପ୍ରାୟ ୧୦ଟି କୋର୍‌ ଏରିଆରେ ନିଆଁ ଲାଗି ଥିବାରୁ ଏସୁବୁ ସ୍ଥାନକୁ ଅଧିକ ଅଗ୍ନିଶମ ଟିମ୍ ଯାଇଛନ୍ତି। ସେହିପରି ବଫର ଏରିଆରେ ଥିବା ପିଠାବଟା ରେଞ୍ଜ୍ ଖସାଡିହା ଜଙ୍ଗଲରେ ବି ବ୍ୟାପିବାରେ […]

  • Tuesday, 13 July 2021
accident
ବାପାଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରିବା ବାଟରେ ଚାଲିଗଲା ପୁଅର ଜୀବନ

ବୌଦ୍ଧ(ଭାର୍ଜନ ପ୍ରଧାନ): ଏମିତି ବି ଆସେ ମୃତ୍ୟୁ ! ବାପାଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତରଭା ଅଞ୍ଚଳର ଅରୁଣ ମେହେର। ସୂଚନା ଅନୁସାରେ, ବାପାଙ୍କ ଅନ୍ତିମ ସଂସ୍କାର ସାରି ଅରୁଣ, ସମ୍ପର୍କୀୟଙ୍କ ସହ ଏକ କାର୍‌ରେ ଆଜି ସକାଳେ ଫୁରୀରୁ ଫେରୁଥିଲେ। ଏହି ସମୟରେ ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ […]

  • Tuesday, 13 July 2021
man died
ସାଙ୍ଗଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ, ଫେରିବା ବାଟରେ ଯୁବକଙ୍କ ମୃତ୍ୟୁ

ନୀଳଗିରି: ଦୁଇ ଦିନ ତଳେ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ। ତେବେ ଘରକୁ ଫେରିବା ବାଟରେ କାର୍‌ ଭିତରେ ଚେତାଶୂନ୍ୟ ହୋଇପଡ଼ିଲେ ଯୁବକ। ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏହି ଘଟଣା ଘଟିଛି। ମୃତ ଯୁବକ ହେଲେ ବାରିପଦାର ମଣ୍ଟୁ ପାତ୍ର। ସୂଚନା ଅନୁସାରେ, ୨ ଦିନ ତଳେ ମଣ୍ଟୁ ସାଙ୍ଗମାନଙ୍କ ସହ କାର୍‌ରେ ପୁରୀ ବୁଲିବାକୁ ଯାଇଥିଲେ। ଗତକାଲି ପୁରୀରୁ ଫେରିବା […]

  • Tuesday, 13 July 2021
bus accident
ଘାଟିରୁ ଓଲଟିଲା ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌

ଆନନ୍ଦପୁର: ଆନନ୍ଦପୁର-କରଞ୍ଜିଆ ରାସ୍ତାର ସାତକୋଶିଆ ଘାଟିରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘାଟିରୁ ବସ୍‌ ଓଲଟି ପଡ଼ିବା ଯୋଗୁ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘାଟିରୁ ଓଲଟି ପଡ଼ିବା ପରେ ବସ୍‌ରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବସ୍‌ଟି ଆଜି ସକାଳେ କରଞ୍ଜିଆରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା। ଏହି ସମୟରେ ବସ୍‌ଟି ସାତକୋଶିଆ ଘାଟିରୁ […]

  • Tuesday, 13 July 2021
dead body found
ନଦୀ ପଠାରୁ ମିଳିଲା ଯୁବକଙ୍କ କଟା ମୁଣ୍ଡ, ଗୋଡ଼

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ସଦର ଥାନା ବନ୍ଧପାଲି ନିକଟ ଇବ୍‌ ନଦୀ ପଠାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ଘଟଣାସ୍ଥଳରୁ ସମ୍ପୃକ୍ତ ଯୁବକଙ୍କ କଟା ମୁଣ୍ଡ, ଗୋଟିଏ ଗୋଡ଼ ଓ ଶରୀରର ଅନ୍ୟ କିଛି ଅଂଶ ମିଳିଥିଲା। ଆଜି ସକାଳୁ ପାଣି ଭିତରୁ ହାତର କିଛି ଅଂଶ ଓ ଆଉ ଏକ ଗୋଡ଼ ମିଳିଛି। ମୃତକ ତଳସରା ଥାନା ଅଞ୍ଚଳର ଦୁର୍ଗା ମାଝୀ(୩୧) ବୋଲି ଜଣାପଡ଼ିଛି। ସେ ଖତବଡେଗା ମଝାପଡ଼ାରେ […]

  • Tuesday, 13 July 2021
jaga
ଜନ୍ମମାଟିକୁ ଫେରିବ ଜଗା

କଟକ SCBରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିବ ଜଗା SCBରେ ଚିକିତ୍ସାଧୀନ ଥିବା ଜଗାକୁ ଫୁଲବାଣୀ ନେବାକୁ ହୋଇଛି ନିଷ୍ପତ୍ତି SCBରେ ପହଞ୍ଚିଛନ୍ତି ଫୁଲବାଣୀ ମେଡିକାଲର ୨ ଜଣିଆ ଟିମ୍ କଟକ SCB କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ଫୁଲବାଣୀ ଡାକ୍ତରୀ ଟିମ୍ ଆଲୋଚନା ପରେ ଜଗାର ଫେରିବା ନେଇ ପ୍ରକ୍ରିୟା ଆରମ୍ଭ ହେବ ଫୁଲବାଣୀ (ତ୍ରିନାଥ ସାହୁ):  ଜଗା ଫେରିବ କନ୍ଧମାଳ ! ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗାକୁ ନିଜ ଜନ୍ମମାଟିକୁ ଫେରାଇ […]

  • Tuesday, 13 July 2021
president
ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

  ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ ପତ୍ନୀ, ରାଜ୍ୟପାଳ ଓ ଧର୍ମେନ୍ଦ୍ର ବି ଦର୍ଶନ କଲେ ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସକାଳ ପ୍ରାୟ ୯ଟାରେ ରାଷ୍ଟ୍ରପତିଙ୍କୁ, ଗଜପତି ମହାରାଜ ସିଂହଦ୍ୱାର ନିକଟରେ ସ୍ୱାଗତ କରିଥିଲେ । ଏହାପରେ ରାଷ୍ଟ୍ରପତିଙ୍କୁ ମନ୍ଦିର […]

T0-M_23r
ଥଟ୍ଟାମଜାକୁ ନେଇ ସ୍କୁଲ୍‌ ଭିତରେ ଛୁରାମାଡ଼

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଥଟ୍ଟାମଜାରୁ କଥା କଟାକଟି, ଆଉ ତା’ପରେ ଛୁରା ମାଡ଼। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ ବୋରସିଂ ହାଇସ୍କୁଲ୍‌ରେ ଜଣେ ଛାତ୍ର ଆଉ ଜଣେ ଛାତ୍ରଙ୍କୁ ଛୁରାମାଡ଼ କରିଛନ୍ତି। ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଛାତ୍ରଙ୍କ ନାଁ ଅମିତ ନାୟକ। ସେ ବଡ଼ ବୋରସିଂ ଗାଁର ବୋଲି ଜଣାପଡ଼ିଛି। ଆକ୍ରମଣ କରିଥିବା ଛାତ୍ରଙ୍କୁ ସ୍କୁଲ୍‌ କର୍ତ୍ତୃପକ୍ଷ ଅଟକ ରଖିଛନ୍ତି। ସୂଚନା ଅନୁସାରେ, ଆଜି […]

  • Tuesday, 13 July 2021
traibal
ଆଦିବାସୀ କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ

: ଆଧୁନିକତାର ଛାପ ଯୋଗୁଁ ଲୋପ ପାଇବାକୁ ବସିଲାଣି ଆଦିବାସୀ କଳା ସଂସ୍କୃତି  । ଏଭଳି ସ୍ଥିତିରେ ଏହାକୁ ବଞ୍ଚାଇବା ଲାଗି ଆରମ୍ଭ ହୋଇଛି ଉଦ୍ୟମ।

  • Tuesday, 13 July 2021
tigress sundari
ଫେରିଯିବ ସୁନ୍ଦରୀ : ବାଘୁଣୀକୁ ନେବା ପାଇଁ ସାତକୋଶିଆ ଆସୁଛନ୍ତି ୬ ଜଣିଆ ଟିମ୍

କାହ୍ନାକୁ ଫେରିଯିବ ସୁନ୍ଦରୀ  ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଫେରିଯିବ ବାଘୁଣୀ ସୁନ୍ଦରୀ  ସୁନ୍ଦରୀକୁ ନେବା ପାଇଁ ସାତକୋଶିଆ ଆସୁଛନ୍ତି ୬ ଜଣିଆ ଟିମ୍ ଟିମ୍ ଆସି ସୁନ୍ଦରୀର ବ୍ୟବହାର ଓ ସ୍ୱାସ୍ଥ୍ୟ ସମୀକ୍ଷା କରିବ ଭୁବନେଶ୍ୱର: ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ବାଘୁଣୀ ସୁୁନ୍ଦରୀ । ତାକୁ ନେବା ପାଇଁ ସେଠାରୁ ଗୋଟିଏ ୬ ଜଣିଆ ଟିମ୍ ଆଜି ଆସିଛନ୍ତି । ଟିମରେ ଜଣେ ଏସିସିଏଫ୍ ଓ ଡାକ୍ତର ଅଛନ୍ତି । ଏହି ଟିମ୍ ସୁନ୍ଦରୀର ବ୍ୟବହାର, […]

  • Tuesday, 13 July 2021
jagaku-dekhi-govinda
’ମହାପ୍ରଭୁ ଜଗନ୍ନାଥ ମୋ ସ୍ୱପ୍ନରେ ଆସିଥିଲେ’

ପୁରୀ : ବଲିଉଡ ଷ୍ଟାର ଗୋବିନ୍ଦା ଓ ତାଙ୍କ ପତ୍ନୀ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରରେ ମହାପ୍ରଭୁଙ୍କୁ ଅତି ନିକଟକୁ ଦର୍ଶନ କରିବା ପରେ ବିଭୋର ହୋଇଯାଇଛନ୍ତି ଗୋବିନ୍ଦା । ସେ କହିଛନ୍ତି, ମୋ ଉପରେ  ଭଗବାନଙ୍କ ବହୁତ କୃପା ରହିଛି। ଅନେକ ଅସୁବିଧାରୁ ମହାପ୍ରଭୁ ମତେ ମୁକ୍ତ କରିଛନ୍ତି।  ଜଗନ୍ନାଥ ମୋ ସ୍ୱପ୍ନରେ ଆସିଥିଲେ। କିଛି ଦିନ ଧରି ମୁଁ ବନ୍ଧନଯୁକ୍ତ ହୋଇ ଯାଇଥିଲି । ହେଲେ ଏବ ମହାପ୍ରଭୁଙ୍କ […]

  • Tuesday, 13 July 2021
accident
୩ ବାଇକ୍ ଆରୋହୀଙ୍କୁ ଚାପି ଦେଲା ଟ୍ରକ୍‌

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବରେଇପାଲି ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ୨ଟି ବାଇକ୍‌ରେ ୪ଜଣ ଯାଉଥିବା ବେଳେ ସେମାନଙ୍କୁ ଟ୍ରକ୍‌ ଚାପି ଦେଇଥିଲା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକଙ୍କ ଘର ହୀରାକୁଦ ଅଞ୍ଚଳରେ ବୋଲି ଜଣାପଡ଼ିଛି। 

  • Tuesday, 13 July 2021
exam
RRB ପରୀକ୍ଷାର୍ଥୀଙ୍କୁ ହୋମ୍ କ୍ୱାରେଣ୍ଟିନ୍ ମନା

ଭୁବନେଶ୍ୱର: ଆର୍‌ଆର୍‌ବି(Railway Recruitment Board) ପରୀକ୍ଷାର୍ଥୀଙ୍କୁ ହୋମ୍ କ୍ୱାରେଣ୍ଟିନ୍ ମନା। ଆଜିଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ RRB ପରୀକ୍ଷା ହେବ। ତେବେ ପରୀକ୍ଷାର୍ଥୀଙ୍କ ପାଇଁ ହୋମ୍ କ୍ୱାରେଣ୍ଟିନ୍ କଟକଣା ଲାଗୁ ହେବ ନାହିଁ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ରେଲ୍‌ୱେ ଏବଂ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖି ଏସମ୍ପର୍କରେ ଜଣାଯାଇଛି। ପ୍ରାୟ ୧୦,୫୦୦ ପରୀକ୍ଷାର୍ଥୀଙ୍କୁ ପୂର୍ବରୁ […]

  • Tuesday, 13 July 2021
odisha
ଅଭିଶପ୍ତ ଗାଁ ରଚାକୋନା

ବୀରମିତ୍ରପୁର(ରାକେଶ ସାହୁ):  ନା ଅଛି ରାସ୍ତା ଘାଟ ନା ଅଛି ଶିକ୍ଷାର ବ୍ୟବସ୍ଥା। ଗାଁରେ ପାନୀୟ ଜଳ ସୁବିଧା ବି ନାହିଁ। ରୋଗଗ୍ରସ୍ତ ହେଲେ ଭଗବାନ ଭରସା। ସରକାରୀ ଯୋଜନା ତ ଦୂର କଥା ନିତିଦିନିଆ ସୁବିଧା ବି ଏଠାରେ ସାତ ସପନ। ଅଭିଶପ୍ତ ଭାବେ ଦୀର୍ଘ ୭୪ ବର୍ଷ ହେବ କାଳ କାଟୁଛନ୍ତି ରଚାକୋନା ଗ୍ରାମର ଅଧିବାସୀ I ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ  ସମସ୍ତେ ଚେଇଁ ଶୋଇଛନ୍ତି l ସରକାରୀ […]

  • Tuesday, 13 July 2021
soro
ସେ ଯିବା ପରେ ମୋ ଦୁନିଆ ଅନ୍ଧାର . . . . ତା’ ବିନା ମୁଁ ଅଧୁରା

ସୋର (ଶଶିକାନ୍ତ ବେହେରା): ଅଜଣା ରାଇଜରେ ହଜିଯାଇଛି ପ୍ରାଣପ୍ରିୟା ସ୍ତ୍ରୀ । ତଥାପି ଅଫେରା ରାସ୍ତାକୁ ଅପଲକ ନୟନରେ ଚାହିଁ ବସିଛନ୍ତି। ଇନ୍ଦ୍ରଧନୁ ପରି ପ୍ରେମ ଜୀବନକୁ କେବେ ସାତ ରଙ୍ଗରେ ରଙ୍ଗେଇ ଦିଏ ତ, ଆଉ କେତେ ବେଳେ ଦୁଃଖର ସାଗରରେ ଭସାଇ ଦିଏ। ଏପରି ହୋଇଛି ଉପେନ୍ଦ୍ର ମଳିକଙ୍କ କ୍ଷେତ୍ରରେ। ପ୍ରାଣପ୍ରିୟା ସ୍ତ୍ରୀର ମୃତ୍ୟୁ ପରେ ଆଜି ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଆଲୋକକୁ ନଆସି ଅନ୍ଧାରେ କ’ଣ ସବୁ କହିଯାଉଛନ୍ତି। ଅନ୍ଧାରୀ […]

  • Tuesday, 13 July 2021
CUTTACK
ଫିକା ପଡ଼ିବ ହୋଲି: ଦୋଳ ମେଳଣ ଉପରେ କଟକଣା

କୋଭିଡ କଟକଣାରେ ପାଳନ ହେବ କଟକରେ ଦୋଳ ମେଳଣ ମେଳଣ ପଡ଼ିଆରେ ୨ଶହରୁ ଅଧିକ ଲୋକଙ୍କ ପ୍ରବେଶ ନେଇ କଟକଣା ଲାଇଟ ଓ ଜନଗହଳିକୁ ବାରଣ  ଏକାଠି ହୋଲି ଖେଳିବା ମନା ଜନଗହଳି ସ୍ଥାନରେ ଗୀତ, ନାଚ, ଡିଜେ ଆଦି ବଜାଇବା ଉପରେ ବାରଣ କଟକ : ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଅଞ୍ଚଳରେ ଦୋଳ ଯାତ୍ରା ଲାଗି ଗାଇଡଲାଇନ୍ ଜାରି କରିଛି କମିଶନରେଟ୍ ପୋଲିସ । ଆଜି କଟକ ଡିସିପି ସମସ୍ତ […]

  • Tuesday, 13 July 2021
pakhala
ଆଜି ପଖାଳ ଦିବସ : ଶାଗ ପଖାଳରେ ପୂରେ ଓଡ଼ିଆଙ୍କ ପେଟ

ଭୁବନେଶ୍ୱର:  ଓଡ଼ିଆ ଜାତିର ଗର୍ବ ପଖାଳ।  ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ପଖାଳ ।  ଓଡ଼ିଆ ହାଣ୍ଡିଶାଳର ସ୍ୱତନ୍ତ୍ର ବ୍ୟଞ୍ଜନ ପଖାଳ। ଖରା ହେଉ କି ଶୀତ ସବୁଦିନ ମନ ମୋହେ ପଖାଳ । ଚୂନା ମାଛ ସାଙ୍ଗକୁ ଆଳୁ ଭର୍ତ୍ତା, ବଡ଼ି ଚୁରା, ଛୁଇଁ ଭଜା, ଟମାଟୋ, ବାଇଗଣ ଚକଟା ଆଉ ପିଆଜ ଖଣ୍ଡେ । ଆଃ, କହିଦେଲେ ମୁହଁରେ ପାଣି ଆସିଯାଉଛି।  ଖରାରେ ଆସି ଗୁଣ୍ଡେ ଖାଇ ଢ଼ୋକେ ପିଇଦେଲେ ସବୁ ଶାନ୍ତି […]

  • Tuesday, 13 July 2021
sweets
ମିଠାରେ ନିଶା ଦେଇ ଘରେ କଳା କନା ବୁଲାଇଲେ ଭଡ଼ାଟିଆ

ମାଲକାନଗିରି: ଅଭିନବ ଷ୍ଟାଇଲ୍‌ରେ ଲୁଟ୍। ମିଠାରେ ନିଶା ମିଶାଇ ଖାଇବାକୁ ଦେବାପରେ ଜଣେ ସୁନା ବ୍ୟବସାୟୀଙ୍କ ଘରେ କଳା କନା ବୁଲାଇଛନ୍ତି ଲୁଟେରା। ଲୁଟ୍‌ ପାଇଁ ୩ ମାସ ପୂର୍ବରୁ ଲୁଟେରାମାନେ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ। ସବୁଠାରୁ ବଡ଼ କଥା, ଲୁଟ୍‌ କରିଥିବା ଲୁଟେରା ଆଉ କେହି ନୁହଁନ୍ତି ବରଂ ସୁନା ବ୍ୟବସାୟୀଙ୍କ ଘରେ ରହୁଥିବା ଭଡ଼ାଟିଆ। ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ଏହି ଲୁଟ୍‌ ହୋଇଛି। ମିଠାରେ ନିଶା ମିଶାଇ ଖାଇବାକୁ ଦେବାପରେ […]

  • Tuesday, 13 July 2021
odisha
କମେଣ୍ଟ ମରାକୁ ପ୍ରତିବାଦ କରିବାରୁ କଲେଜ ଛାତ୍ରୀଙ୍କ ଘରେ ପଶି ଭଙ୍ଗାରୁଜା

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ତୁମୁଳକାଣ୍ଡ। କଲେଜ ଛାତ୍ରୀଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ ଏଭଳି ଅଭିଯୋଗ ଆସିଛି। ବାଲୁଗାଁ ସାମନ୍ତରାପୁର ବେହେରା ସାହିରେ ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଛାତ୍ରୀଙ୍କ ଘରେ ପଶି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଅପରାହ୍ଣ ୪ଟା ବେଳେ ଛାତ୍ରୀ ଜଣକ ଘରକୁ ଫେରୁଥିବା ବେଳେ ଗାଁର ବିନାୟକ ବେହେରା ନାମକ ଜଣେ ଯୁବକ ସମ୍ପୃକ୍ତ […]

  • Tuesday, 13 July 2021
kuakhai-bridge
ଆଜିଠୁ ପୁରୁଣା କୁଆଖାଇ ପୋଲରେ ଯାତାୟାତ ବନ୍ଦ

କଟକ: ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ଆଜିଠୁ ବନ୍ଦ ରହିବ ଯାତାୟାତ। ଏହି ବ୍ରିଜ ଦୀର୍ଘ ଦିନ ଧରି ବିପଦସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ଏହାର ମରାମତି ପାଇଁ ଆଜିଠୁ ମେ ୨ ତାରିଖ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରହିବ। କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି। ଏହି ବ୍ରିଜ୍‌ ମରାମତି ହେବାକୁ ଥିବାରୁ ଏହା ବ୍ରିଜ୍‌ ଉପରେ କୌଣସି ଯାନବାହନ ଚଳାଚଳ ହେବ ନାହିଁ। ଭୁବନେଶ୍ୱର ପଟୁ […]

  • Tuesday, 13 July 2021
ranedra-pratap
’ବଞ୍ଚିତ ହେବେ ନାହିଁ ପଞ୍ଜୀକୃତ ଚାଷୀ, ୩୧ ସୁଦ୍ଧା କିଣାଯିବ ଧାନ’

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ। ଧାନ କ୍ରୟ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ୍ ଟନ ଧାନ କିଣାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ । #ସବୁ_ପଞ୍ଜୀକୃତ_ଚାଷୀଙ୍କ_ଧାନ_କିଣାଯିବ ଧାନ କିଣା ନେଇ ବିଧାନସଭାରେ ଉତ୍ତର ରଖିଲେ […]

  • Tuesday, 13 July 2021