• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

election
ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି

ପିପିଲି: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଜିଠୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। ମାର୍ଚ୍ଚ ୩୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ମାର୍ଚ୍ଚ ୩୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଏପ୍ରିଲ ୩ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏପ୍ରିଲ ୧୭ ତାରିଖ ସକାଳ ୭ରୁ ସଂଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ […]

  • Tuesday, 13 July 2021
cbk mohanty
ସଂକ୍ରମଣ ରୋକିବାର ଏକ ମାଧ୍ୟମ ନାଇଟ୍ କର୍ଫ୍ୟୁ : କହିଲେ DMET ସିବିକେ ମହାନ୍ତି

ରାତିରେ କ୍ଲବ ଓ ପାର୍ଟିରେ ଗହଳି ରୋକିବାକୁ ନାଇଟ୍ କର୍ଫ୍ୟୁ ଦରକାର

vimsar
ମହଙ୍ଗା ପଡ଼ିଲା ରାଗିଂ, ୧୮ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଫାଇନ୍‌

ସମ୍ବଲପୁର(ସଞ୍ଜୟ ଜେନା): ବୁର୍ଲା ଭୀମସାର୍‌ରେ MBBS ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଗିଂ ଘଟଣାରେ MBBS ଚତୁର୍ଥ ବର୍ଷର ୧୮ ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା କରାଯାଇଛି। ଏସମ୍ପର୍କରେ ସେମାନଙ୍କର ଅଭିଭାବକଙ୍କୁ ଜଣାଇ ଦିଆଯାଇଥିବା ଭୀମସାର୍ ଡିନ୍‌ ପ୍ରଫେସର ଜୟଶ୍ରୀ ଦୋରା କହିଛନ୍ତି। ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ‌ଏହି ୧୮ ଜଣ ଛାତ୍ରଙ୍କଠାରୁ ଅଣ୍ଡରଟେକିଂ ମଧ୍ୟ ନିଆଯାଇଛି। ଏହାସହ ମେଡିକାଲ […]

  • Tuesday, 13 July 2021
MAHENDRA TANAYA
ଶୁଖିଲା ପଡିଛି ମହେନ୍ଦ୍ରତନୟା ନଦୀ : ପ୍ରଥମଥର ପାଇଁ ଶୁଷ୍କ ଯୋଗୁଁ ଚିନ୍ତାରେ ପାରଳାଖେମୁଣ୍ଡି ବାସିନ୍ଦା

ମହେନ୍ଦ୍ରତନୟାର ସ୍ରୋତ ଶୁଖିବା ଯୋଗୁଁ ଭୂତଳ ଜଳ ପ୍ରଭାବିତ ହେବା ଆଶଙ୍କା ଆଗକୁ ସ୍ଥିତି ଉତ୍କଟ ହେବା ସମ୍ଭାବନା ଗଜପତି(ଆଦର୍ଶ ଦାଶ): କଷ୍ଟ ଦେଉଛି ଶୁଖିଲା ନଈ । ପାରଳାଖେମୁଣ୍ଡି ସହରବାସୀ, ଗୋଷାଣି ଓ ରାୟଗଡ ବ୍ଲକର ଲାଇଫଲାଇନ୍ ମହେନ୍ଦ୍ରତନୟା ନଦୀ ଏବେ ଶୁଖିଲା ପଡିଛି । ଫଳରେ ଏସବୁ ଅଂଚଳରେ ବିଶେଷ କରି ପାରଳାଖେମୁଣ୍ଡି ସହର ଲୋକେ ନିକଟ ଭବିଷ୍ୟତରେ ଘୋର ଜଳ ସଙ୍କଟର ସମ୍ମୁଖୀନ ହେବା ନିଶ୍ଚିତ ହୋଇଯାଇଛି । ପାନୀୟ ଜଳ ତ […]

  • Tuesday, 13 July 2021
chhatisgad-naxal
ସହିଦ ସୁବାସ ନାୟକଙ୍କୁ ଝୁରୁଛି ଜନ୍ମମାଟି : ଛାତି ଫଟାଇ କାନ୍ଦୁଛି ମା’

ଓଡିଆ ଯବାନ୍ ସୁବାସ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ପୈତୃକ ଗାଁରେ ଶୋକାକୁଳ ପରିବେଶ ନକ୍ସଲ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ସୁବାସ ବିଜାପୁର ନକ୍ସଲ ଅପରେସନରେ ସହିଦ ହୋଇଥିଲେ ୨୨ ଯବାନ କୋକସରା : ମୋର ଗୋଟିଏ ପୁଅ ଥିଲା । ମୁଁ ଦେଖି ପାରିଲିନି ବାବୁ । ପୁଅ ମୋର ସବୁଦିନ ପାଇଁ ଚାଲିଗଲା ବାବୁ । ଘରୁ କାମକୁ ଫେରିବା ବେଳେ ମୋ ପୁଅ ମୋତେ ମୁଣ୍ଡିଆ ମାରି ଯାଇଥିଲା । ଛୁଆଙ୍କୁ ବାଏ ବାଏ […]

police-bbsr
ଏସସିବିକୁ ଦଲାଲମୁକ୍ତ କରିବାକୁ ପ୍ରୟାସ : କମିଶନରେଟ ପୋଲିସର ମିଶନ ଜୋରଦାର

କଟକ : ଏସସିବିକୁ  ଦଲାଲମୁକ୍ତ କରିବାକୁ କମିଶନରେଟ ପୋଲିସର ମିଶନ ଜୋରଦାର । ଗତ କିଛି ଦିନ ଭିତରେ ଏସସିବି ପରିସରରୁ ୯ ଜଣ ଦଲାଲ ଗିରଫ ହେବା ପରେ ଏକ ନର୍ସଂହୋମକୁ ସିଲ୍ କରାଯାଇଛି । ରବିବାର ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ଘରୋଇ ହସ୍ପିଟାଲ ନାଁରେ ଥାନାରେ ରୋଗୀ ଶୋଷଣର ଅଭିଯୋଗ ହୋଇଥିଲା । ଝାଡ଼ଖଣ୍ଡ ଅଞ୍ଚଳର ଜଣେ ମହିଳା ଗତ ୩୦ ତାରିଖରେ ଗୁରୁତର ଅବସ୍ଥାରେ ଏସସିବି କାଜୁଆଲିଟିରେ ଭର୍ତ୍ତି ହୋଇଥିଲୋ […]

  • Tuesday, 13 July 2021
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଭଙ୍ଗାରୁଜା

ସମ୍ବଲପୁର : ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଲାଠି ମାଡ଼ । ବିଶ୍ୱ ବିଦ୍ୟାଳୟରେ ଛାତ୍ରଙ୍କ ଭଙ୍ଗାରୁଜା ପରେ ପୋଲିସର ଲାଠି ମାଡ଼ । +୩ ତୃତୀୟ ସେମିଷ୍ଟର ପରୀକ୍ଷା ଅଫଲାଇନରେ ହେବାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ପ୍ରତିବାଦରେ କୁଳପତିଙ୍କ ଅଫିସରେ ଧସେଇ ପଶିଛନ୍ତି । ଆଉ ସେତିକି ବେଳେ ଲାଠି ଚାଳନା କରିଛି ପୋଲିସ୍  । ବିଶ୍ୱ ବିଦ୍ୟାଳୟ ସମେତ କୁଳପତିଙ୍କ ଅଫିସର ବହୁ ଜିନିଷ ଭଙ୍ଗାରୁଜା ହୋଇଛି  । ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି […]

Naveen
ସଂଧ୍ୟାରେ ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ : ସଂକ୍ରମଣ ବଢ଼ୁଥିବାରୁ ନୂଆ ଘୋଷଣା ହୋଇପାରେ

 ଭୁବନେଶ୍ୱର: ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ଅପରାହ୍ନ ୫ଟାରେ ଏ ନେଇ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ  । ଏଥିରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନେଇ ବୈଠକରେ ପ୍ରସ୍ତୁତ ହୋଇପାରେ ଆକ୍ସନ ପ୍ଲାନ୍ । ଅନ୍ୟପଟେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ପଦକ୍ଷେପ ଘୋଷଣା ହୋଇପାରେ ବୋଲି ଆଶା […]

  • Tuesday, 13 July 2021
govt
ଆଉ ବାରମ୍ବାର ଦୌଡ଼ବାକୁ ପଡ଼ିବନି : ଏଣିକି ସହଜରେ ଉପଲବ୍ଧ ହେବ ଆୟ ଓ ଜାତି ପ୍ରମାଣପତ୍ର

ଭୁବନେଶ୍ୱର : ଏଣିକି ସହଜରେ ମିଳିବ ଆୟ ଓ ଜାତି ପ୍ରମାଣପତ୍ର । ଜାତିଗତ ସହ ବିଭିନ୍ନ ପ୍ରମାଣପତ୍ର ପାଇଁ ସଂଶୋଧିତ ଗାଇଡଲାଇନ ଜାରି ହୋଇଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି କରାଯାଇଛି । ୧୫ ଦିନ ବଦଳରେ ଏଣିକି ୧୦ ଦିନରେ ମିଳିବ ବାସସ୍ଥାନ ଓ ଆୟ ପ୍ରମାଣପତ୍ର । ସେହିପରି ୩୦ ଦିନ ବଦଳରେ ୧୫ ଦିନରେ  ST, SC, SEBC, OBC ପ୍ରମାଣପତ୍ର ମିଳିବ […]

  • Tuesday, 13 July 2021
niranjan mishra
’ଜାତୀୟ ତୁଳନାରେ ରାଜ୍ୟ ସ୍ଥିତି ଭଲ ରହିଛି, ଓଡ଼ିଶାରେ ବଢୁଥିବା ପରିସଂଖ୍ୟାନ ଉଦବେଗଜନକ ନୁହେଁ’

ଭୁବନେଶ୍ୱର: ’ଜାତୀୟ ତୁଳନାରେ ରାଜ୍ୟ ସ୍ଥିତି ଭଲ ରହିଛି । ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗଜନକ ନୁହେଁ । କରୋନାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏପରି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଅଧିକ ଲୋକଙ୍କର ଟ୍ରେସିଂ ଟେଷ୍ଟିଂ କରାଯିବା ଉଚିତ୍ । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ RTPCR ରିପୋର୍ଟ ଆଣିବାକୁ କୁହାଯାଇଛି । ତେବେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଘରୋଇ ହସପିଟାଲକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ […]

  • Tuesday, 13 July 2021
school-fee
ଘରୋଇ ସ୍କୁଲ୍‌ ଫି’ ଛାଡ୍‌ ମାମଲା: ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ରାଜ୍ୟ ଅଭିଭାବକ ମହାସଂଘ

ଭୁବନେଶ୍ୱର: ଘରୋଇ ସ୍କୁଲ୍‌ ଫି’ ଛାଡ୍‌ ମାମଲାରେ ସରକାର ତୁରନ୍ତ ହସ୍ତକ୍ଷେପ କରି ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରନ୍ତୁ। ଗତକାଲି ଏକ ପ୍ରେସ୍‌ମିଟ୍‌ରେ ରାଜ୍ୟ ଅଭିଭାବକ ମହାସଂଘ ଏହି ଦାବି କରିଛି। ମହାମାରୀ କରୋନା ବେଳେ ଘରୋଇ ସ୍କୁଲ୍‌ର ଫି’ ଆଦାୟ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଏମ୍ଓୟୁର କାର୍ଯ୍ୟକାରୀ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ, ଯେଉଁ ଅଭିଯୋଗକାରୀ ସ୍କୁଲ୍‌ ମାନଙ୍କର ଏମ୍ଓୟୁ ଉପରେ ଅଭିଯୋଗ […]

  • Tuesday, 13 July 2021
labour
କୂଅ ନନ୍ଦ ବସାଉଥିବା ବେଳେ ଧସିଲା ମାଟି ଅତଡ଼ା; ଫସିଗଲେ ଶ୍ରମିକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ଗାଁରେ ଅଘଟଣ ୫ ଜଣ ଶ୍ରମିକ କୂଅ ନନ୍ଦ ବସାଉଥିବା ବେଳେ ଧସିଲା ମାଟି ଅତଡ଼ା ୪ ଜଣ ଶ୍ରମିକ ସୁରକ୍ଷିତ, ମାଟି ଭିତରେ ଜଣେ ରହିଥିବା ସୂଚନା ଘଟଣାସ୍ଥଳରେ ଦମକଳ ବାହିନୀ, ଜେସିବି ସହାୟତାରେ ଚାଲିଛି ଉଦ୍ଧାର କାର୍ଯ୍ୟ କାମାକ୍ଷାନଗର : ନିର୍ମାଣାଧୀନ କୂଅରୁ ମାଟି ଅତଡ଼ା ଧସିବାରୁ ଫସିଲେ ଶ୍ରମିକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଳତୁମା ଗାଁରେ ଏହି ଅଘଟଣ ଘଟିଛି । ୫ ଜଣ ଶ୍ରମିକ […]

  • Tuesday, 13 July 2021
puri
କରୋନା ସଂକ୍ରମଣ ବଢ଼ିବା ପରେ ପୁରୀରେ କଡ଼ା ନିୟମ : ୧୨ ରାଜ୍ୟର ପର୍ଟ୍ୟଟକଙ୍କୁ ଦେଖାଇବାକୁ ପଡ଼ିବ RT PCR ନେଗେଟିଭ ରିପୋର୍ଟ

ପୁରୀ ବଢ଼ିଲା କରୋନା କଟକଣା ୧୨ ରାଜ୍ୟର ପର୍ଯ୍ୟଟକଙ୍କୁ RT-PCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ୭୨ ଘଣ୍ଟା ପୂର୍ବର ଏହି ରିପୋର୍ଟ ଦେଖାଇବାକୁ ପଡ଼ିବ  ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ, ଗୁଜରାଟ ପ୍ରମୁଖ ରାଜ୍ୟ ନେଗେଟିଭ୍ ରିପୋର୍ଟ ନ ‌ଆଣିଲେ ୭ ଦିନି‌ଆ ହୋମ୍ ଆଇସୋଲେସନ ପୁରୀ : କରୋନା ସଂକ୍ରମଣ ବୃଦ୍ଧି ପରେ ଜଗନ୍ନାଥ ଧାମ ପୁରୀରେ ନିୟମ କଡ଼ାକଡ଼ି କରାଯାଇଛି । ସଂକ୍ରମଣ ଶୀର୍ଷ ଛୁଇଁଥିଲେ ହେଁ କାଳିଆ ଦର୍ଶନ ପାଇଁ ପ୍ରତିଦିନ ଶହ […]

dl cancelled
୨ ମାସରେ ୧୬ ହଜାରରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌

ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୬ ହଜାରରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌। ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀ ମାସରେ ରାଜ୍ୟବ୍ୟାପୀ ସମସ୍ତ ଆର୍‌ଟିଓର ୧୬ ହଜାର ୮୨୦ ଲୋକଙ୍କ ଡିଏଲଲ୍‌ ବାତିଲ ହୋଇଛି।  ଦ୍ରୁତ ଗତି, ମଦ ପିିଇ ଗାଡ଼ି ଚାଳନା, ନାଲି ବତୀ ପାର୍‌, ଓଭର ଲୋଡ୍, ହେଲମେଟ୍ ବିନା ଡ୍ରାଇଭିଂ ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍‌ ବ୍ୟବହାର ଆଦି ବିଭିନ୍ନ କାରଣରୁ ଲାଇସେନ୍ସ ବାତିଲ ହୋଇଥିବା ରାଜ୍ୟ […]

  • Tuesday, 13 July 2021
happy classes
ଜୟଦେବ ବିହାର ଛକରେ ଥିବା ଘରୋଇ କୋଚିଂ ସେଣ୍ଟର ହାପି କ୍ଲାସେସ ସିଲ୍

ଭୁବନେଶ୍ୱର: କୋଭିଡ ଗାଇଡ଼ ଲାଇନ ଉଲଂଘନ ଅଭିଯୋଗରେ ଜୟଦେବ ବିହାର ଛକରେ ଥିବା ଘରୋଇ କୋଚିଂ ସେଣ୍ଟର ହାପି କ୍ଲାସେସ ସିଲ୍ । ବିଏମସି ଚଢାଉ କରି ଏହି କୋଚିଂ ସେଣ୍ଟର ସିଲ୍ କରିଛି । କୋଭିଡ ନିୟମ ଅନୁସାରେ କୋଚିଂ ସେଣ୍ଟରରେ ଛାତ୍ରାଛାତ୍ରୀ ମାନେ ବସିବା, ସାନିଟାଇଜେସନ ବ୍ୟବସ୍ଥା ନଥିବା ସହ ଛାତ୍ରଛାତ୍ରୀ ମାସ୍କ ପିନ୍ଧିନଥିବାରୁ ଏହାକୁ ସାଲି କରିଛି ବିଏମସି । ତେବେ ଏହି ଚଢାଉ ପରେ ଆଜି ଦିନ ତାମାମ ବିଏମସି ପକ୍ଷରୁ […]

  • Tuesday, 13 July 2021
JHARSUGUDA
କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ : ୨ଟି ଦୋକାନ ସିଲ କଲା ଝାରସୁଗୁଡା ପ୍ରଶାସନ

ଝାରସୁଗୁଡା: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଝାରସୁଗୁଡା ସହରରେ ଥିବା ୨ଟି ଦୋକାନ ସିଲ କଲା ପ୍ରଶାସନ । ସ୍ଥାନୀୟ ପୋଲିସ ଓ ଝାରସୁଗୁଡା ବିଡ଼ିଓଙ୍କ ଉପସ୍ଥିତିରେ ଏହି ଦୁଇଟି ଦୋକାନ ସିଲ କରାଯାଇଛି । କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ଝାରସୁଗୁଡାରେ ଚେକିଂକୁ କଡାକଡି କରାଯାଇଛି । ସାମାଜିକ ଦୂରତା ନରଖିବା ଏବଂ ଦୋକାନୀ ଓ ଗ୍ରାହକ ମାସ୍କ ବ୍ୟବହାର କରୁ ନଥିବା ଯୋଗୁଁ ଗତକାଲି ସଂଧ୍ୟାରେ ଝାରସୁଗୁଡା ସହରର ଦୁଇଟି ଦୋକାନକୁ ସିଲ କରଛି […]

  • Tuesday, 13 July 2021
jail
ପନିପରିବା ଚାଷଠୁ, ମୁର୍ତ୍ତି ତିଆରି ତଥା ସଙ୍ଗୀତ କାର୍ଯ୍ୟକ୍ରମ, ଜେଲ ପରିବେଶକୁ କରିଛି ଭିନ୍ନ

ଜଳେଶ୍ୱର(ଅଜିତ କୁମାର ଦାସ): ଜେଲ୍ କହିଲେ ମନକୁ ଆସେ ଚାରି କାନ୍ଥ , ଅନ୍ଧାର କୋଠରୀ । ଆଉ ଯେଉଁଠି  ଅଣନିଶ୍ୱାସୀ ଲାଗେ, ଏପରି ଏକ ଜେଲ ଅଛି, ଯାହାର ପରିବେଶ କୌଣସି ଏକ ଗାଁର ପରିବେଶ ଠାରୁ କମ ନୁହେଁ । ପନିପରିବା ଚାଷଠୁ ନେଇ ମୁର୍ତ୍ତି ତିଆରି ତଥା ଭଜନ ଓ ସଙ୍ଗୀତ କାର୍ଯ୍ୟକ୍ରମ ଜେଲ ପରିବେଶକୁ କରିଛି ଭିନ୍ନ ।  ବନ୍ଦୀ ଜୀବନ କାଟୁଥିବା ଅନ୍ତେବାସୀଙ୍କ ପାଇଁ ଏପରି ଆୟୋଜନ କରାଯାଇଛି। ଜଳେଶ୍ୱରର […]

  • Tuesday, 13 July 2021
election
ସୁପ୍ରିମକୋର୍ଟରେ ମାମଲା, ତଥାପି ମନମାନି ଚଳାଇଛି ଆନ୍ଧ୍ର

କୋରାପୁଟ: ଧୀରେ ଧୀରେ ଓଡ଼ିଶା ଅକ୍ତିଆର କରୁଛି ଆନ୍ଧ୍ର ପ୍ରଦେଶ ।  କୋଟିଆରେ ନିର୍ବାଚନ ପାଇଁ ପୁଣି ଆନ୍ଧ୍ରର ନୋଟିଫିକେସ୍ । ପଞ୍ଚାୟତ ନିର୍ବାଚନ ପରେ ଏବେ ମଣ୍ଡଳ ଓ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନ । ଏପ୍ରିଲ ୧ ତାରିଖରେ ଏହି ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଭୋଟ ଗ୍ରହଣ ହେବ ଏବଂ ୧୦ ତାରିଖରେ ଭୋଟ ଗଣତି କରାଯିବ । କୋଟିଆର […]

accident
ଆମ୍ବୁଲାନ୍ସ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା: ୪ ମୃତ, ୩ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏନ୍ଏଚ୍-୫୫ ଜରପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସମ୍ବଲପୁରରୁ ୨ ଜଣ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସଟି କଟକ ଅଭିମୁଖେ ଆସୁଥିଲା। ଏହି ସମୟରେ ଜରପଡ଼ା ନିକଟରେ ଏକ […]

  • Tuesday, 13 July 2021
odisha
ପଡ଼ୋଶୀଙ୍କ ଘରେ ନିଆଁ ଲିଭାଇବାକୁ ଯାଇଥିଲେ ମା’ପୁଅ, ଚାଲିଗଲା ଜୀବନ

ଯାଜପୁର: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମା’ପୁଅଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପଡୋଶୀଙ୍କ ଘରେ ଲାଗିଥିବା ନିଆଁ ଲିଭାଇବାକୁ ଚେଷ୍ଟା ବେଳେ ଏହି ଅଘଟଣ ଘଟିଛି। ମୃତକ ହେଲେ ଚାନ୍ଦ ବିବି (୪୨) ଓ ୱସିମ (୭)। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଚାନ୍ଦ ବିବିଙ୍କ ଜଣେ ପଡୋଶୀଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ବିଦ୍ୟୁତ୍‌ ସର୍ଭିସ ତାର […]

  • Tuesday, 13 July 2021
elephant
ହାତୀ ପଲ ପାଇଁ ରାତି ୧୦ ଟା ହେଲେ କଟୁଛି ବିଜୁଳି : ପାଠ ପଢିବାରେ ନାନା ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ

ରାତି ୧୦ ହେଲେ ତେଲକୋଇ ବ୍ଲକରେ ଅନ୍ଧାରର ରାଜୁତି ହାତୀଙ୍କ ଚଳପ୍ରଚଳ ଯୋଗୁଁ ହେଉଛି ବିଦ୍ୟୁତ କାଟ ପାଠ ପଢିବାରେ ନାନା ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ ଶୀଘ୍ର ସମସ୍ୟାର ସମାଧାନ ହେବ କହିଲା ବିଦ୍ୟୁତ ବିଭାଗ ତେଲକୋଇ(ଚିନ୍ମୟ ସାହୁ): ରାତି ୧୦ ହେଲେ କଟୁଛି ବିଜୁଳି । ଏଭଳି ସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ । ଏହି ଅଞ୍ଚଳରେ ହାତୀଙ୍କ ଚଳ ପ୍ରଚଳ ଥିବାରୁ ବିଦ୍ୟୁତ ବିଭାଗ ନେଉଛି ଏଭଳି ପଦକ୍ଷେପ । […]

  • Tuesday, 13 July 2021
kidnapped
ଚେତାଶୂନ୍ୟ ଅବସ୍ଥାରେ ରେଲ୍‌ୱେ ଷ୍ଟେସନ ନିକଟରୁ ଉଦ୍ଧାର ହେଲେ ଅପହୃତ ସୁନା ବ୍ୟବସାୟୀ

ସୋର: ଚେତାଶୂନ୍ୟ ଅବସ୍ଥାରେ ରେଲ୍‌ୱେ ଷ୍ଟେସନ ନିକଟରୁ ଅପହୃତ ସୁନା ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇଛି। ବାଲେଶ୍ୱର ସୋରର ସୁନା ବ୍ୟବସାୟୀ ପ୍ରହଲ୍ଲାଦ ବେହେରାଙ୍କୁ ଗୁରୁବାର ଦିନ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଳଙ୍କାର କିଣିବା ବାହାନାରେ ଜଣେ ଯୁବକ ତାଙ୍କୁ ଡାକି ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁସାରେ, ବେଲଦା ଛକରେ ପ୍ରହଲ୍ଲାଦଙ୍କ ଏକ ସୁନା ଦୋକାନ ଅଛି। ଗୁରୁବାର ଦିନ ଦାଣ୍ଡହରିପୁର ଅଞ୍ଚଳର ଜଣେ ଯୁବକ ଗହଣା କିଣିବା ବାହାନାରେ ପ୍ରହଲ୍ଲାଦଙ୍କୁ ଦାଣ୍ଡହରିପୁରକୁ ଡକାଇଥିଲେ। […]

  • Tuesday, 13 July 2021
president
୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ସିଧା ରାଜଭବନ ଯିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କମିଶନରେଟ୍ ପୋଲିସ ପକ୍ଷରୁ ଆଜି କାରକେଡ୍ ରିହର୍ସଲ କରାଯାଇଛି। କାରକେଡ୍‌ରେ ସାମିଲ ହେବାକୁ ଥିବା ସମସ୍ତ ଗାଡ଼ିକୁ ନେଇ ଏହି ଅଭ୍ୟାସ କରାଯାଇଥିଲା। କିଭଳି ଭାବରେ ରାଷ୍ଟ୍ରପତିଙ୍କୁ ବିମାବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ […]

  • Tuesday, 13 July 2021
odisha
ଦାମନଯୋଡ଼ିରେ ପୋଲିସ୍‌-ବିସ୍ଥାପିତ ମୁହାଁମୁହିଁ, ୧୪୪ ଧାରା ଜାରି

କୋରାପୁଟ: କୋରାପୁଟ ଦାମନଯୋଡ଼ି ନାଲକୋ ଅଁଳାବାଡିରେ ପୋଲିସ୍‌-ବିସ୍ଥାପିତ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ହୋଇଥିବା ସୂଚନା ମିଳିଛି। ଆନ୍ଦୋଳକାରୀଙ୍କ ପଥର ମାଡ଼ରେ ଜଣେ ପୋଲିସ୍‌ କର୍ମଚାରୀ ଆହତ ହୋଇଥିବା ବେଳେ ୨ଟି ଗାଡ଼ି, ପୋଲିସ୍‌ ଓ ମାଜିଷ୍ଟ୍ରେଟଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଛି। ୨୦ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ପୋଲିସ୍‌ ଉଠାଇ ନେଇଛି।ଉତ୍ତେଜନା ପ୍ରକାଶ ପାଇଥିବାରୁ ଅଁଳାବାଡିରୁ ନାଲ୍‌କୋ ମାଇନ୍ସ ଯାଏ୧୪୪ ଧାରା ଜାରି କରାଯାଇଛି। ସୂଚନାଥାଉ କି, ନାଲ୍‌କୋରେ ନିଯୁକ୍ତି ଦାବି କରି […]

  • Tuesday, 13 July 2021
Seal-haba-SBI-Head-office-BBSr
ସିଲ ହେବ ଏସବିଆଇ ମୁଖ୍ୟ ଶାଖା : ୭ କର୍ମଚାରୀ ପଜିଟିଭ ଚିହ୍ନଟ ହେବାପରେ ବିଏମସିର ପଦେକ୍ଷପ

ଭୁବନେଶ୍ୱର : ରାଜ୍ୟରେ ପୁଣି ଡରାଇଲାଣି କରୋନା। ଦିନକୁ ଦିନ ବେକାବୁ ହେଉଛି ମହାମାରୀ । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୁଇ ଦିନ ପାଇଁ ସିଲ୍ ହେବ ଭୁବନେଶ୍ୱରର ସ୍ଥିତ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ । ଏସବିଆଇର ମୁଖ୍ୟ କାର୍ଯ୍ୟାଳୟରେ ୭ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏହି ପଦକ୍ଷେପ ନେଇଛି ବିଏମସି । ଆସନ୍ତା ୨ ଦିନ ପାଇଁ SBI ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରିବାକୁ BMC ନିଷ୍ପତ୍ତି ନେଇଛି । […]

  • Tuesday, 13 July 2021