• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

haider-frnd
ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ସଲ୍ଲୁ

କଟକ : ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ । ଗ୍ୟାଙ୍ଗଷ୍ଟର ଫେରାର ଥିବାବେଳେ ତା’ର ସହଯୋଗୀ ଆଜି ପୋଲିସ ହାତରେ ଧରାଦେଇଛି । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ଘନିଷ୍ଠ ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ ଖାନ୍। SCB ମେଡିକାଲରେ ଚିକିତ୍ସା ଚାଲିଥିବା ସମୟରେ ହାଇଦରକୁ ଭେଟୁଥିଲା ୟାକୁବ। ଏହା ସହ ସେ ତାକୁ ବିରିୟାନୀ ମଧ୍ୟ ଖୁଆଇଥିଲା। ତେବେ ଆତ୍ମସମର୍ପଣ କରିବା ସହ ସେ ପୋଲିସକୁ ସମସ୍ତ ପ୍ରକାରର ସହଯୋଗ କରିବ […]

medical
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା : ଦୀର୍ଘ ବର୍ଷ ହେଲା ଡାକ୍ତରଙ୍କ ସମେତ ଆବଶ୍ୟକ ଷ୍ଟାଫ ପଦବୀ ଖାଲି

ନାହିଁ ନାହିଁରେ ଚାଲିଛି ଯାଜପୁରର ଉତଙ୍ଗରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଦୀର୍ଘ ବର୍ଷ ହେଲା ଡାକ୍ତରଙ୍କ ସମେତ ଆବଶ୍ୟକ ଷ୍ଟାଫ ପଦବୀ ଖାଲି ଜଣେ ଆୟୁଷ ଡାକ୍ତର ଓ ଜଣେ ଫାର୍ମାସିଷ୍ଟଙ୍କ ଉପରେ ସମସ୍ତ ଦାୟିତ୍ୱ ରୋଗୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଯାଜପୁର(ଗୁଲାମ ଗସ): ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ସରକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନ ସ୍ଥାପନ କରିଛନ୍ତି । ହେଲେ କେଉଁଠି ଡାକ୍ତରଙ୍କ ଅଭାବ ତ ଆଉ […]

  • Tuesday, 13 July 2021
tapan
ସଜନା ଚାଷ କରି ଲକ୍ଷପତି ତପନ ସାହୁ

କୁଚିଣ୍ଡା(ଦେବେନ୍ଦ୍ର ବେହେରା) : ସଜନା ଚାଷ କରିଛି ସ୍ୱାବଲମ୍ବୀ । ଯେଉଁଠି ପାଣି ବିନା ଦୁବ କଅଁଳିବା ଅସମ୍ଭବ, ସେଠାରୁ ରୋଜଗାର କରି ପରିବାର ପୋଷୁଛନ୍ତି ।  ଅଦମ୍ୟ ଇଚ୍ଛାଶକ୍ତି ଆଉ କଠିନ ପରିଶ୍ରମ ରୋଜଗାର ଯୋଗାଇବାର ଏକମାତ୍ର ମୂଳମନ୍ତ୍ର ସାଜିଛି । ବାଲିଆ ମାଟି, ପାଣି ନାହିଁ । ଦୂର ପୋଖରୀରୁ ଡାଲା ଅଟୋରୁ ପାଣି ଆଣି ନିଜ ଛୋଟ ବଗିଚାରେ ସୁନାର ଫସଲ ଫଳାଇଛନ୍ତି ଯୁବଚାଷୀ ତପନ ସାହୁ ।  ପାଣି ବିନା ଗଛ […]

  • Tuesday, 13 July 2021
VACCINE
ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ

ଭୁବନେଶ୍ୱର : ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଜି ଏହି ସୂଚନା ଦେଇଛନ୍ତି । ଆଜି ୫୭୯ଟି କେନ୍ଦ୍ରରେ ଟିକାକରଣ ଚାଲିଛ ଏବଂ ଟିକା ନଆସିଲେ କାଲି ଅଧତ୍କାଂଶ ଜିଲ୍ଲାରେ ଷ୍ଟକ୍ ଆଉଟ୍ ହୋଇଯିବ ସେ କହିଛନ୍ତି । ଯେଉଁ ଜିଲ୍ଲାକୁ ଟିକା ଯାଇଛି ସେଠି ଟିକାକରଣ ଜାରି ରହିବ, ହେଲେ ଅନ୍ୟ ଜିଲ୍ଲାରେ ବାଧ୍ୟ ହୋଇ ଟିକାକରଣକୁ ବନ୍ଦ ରଖାଯିବ । ରାଜ୍ୟରେ […]

  • Tuesday, 13 July 2021
samir-ranjan-dash
ଆସନ୍ତା ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନିଷ୍ପତ୍ତି : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା

ଭୁବନେଶ୍ୱର: ସରକାର ଓ ଶିକ୍ଷା ବିଭାଗ ଚାହୁଁଛି ନବମ ଶ୍ରେଣୀ ପିଲାମାନେ ପରୀକ୍ଷା ଦିଅନ୍ତୁ । ସଂକ୍ରମଣ ବଢ଼ୁଥିବାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରାଯାଇଛି, ଆଗାମୀ ସ୍ଥିତିକୁ ଦେଖି ପରୀକ୍ଷା ସମ୍ପର୍କରେ ବିଚାର କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ନବମ ଶ୍ରେଣୀ ପିଲାଙ୍କ କୋର୍ସ ପ୍ରାୟ ଅଧା ସରିଯାଇଛି, ଅଳ୍ପ ବାକି ରହିଛି । ଯେତିକି ପାଠପଢ଼ା ହୋଇଛି, ସେତିକି ପରୀକ୍ଷା କରାଇବା ପାଇଁ ବିଭାଗର ଇଚ୍ଛା […]

  • Tuesday, 13 July 2021
bear
ଲୋକେ ନଷ୍ଟ କରୁଛନ୍ତି, ଭାଲୁ ଜଗୁଛି ଜଙ୍ଗଲ !

ଜଗନ୍ନାଥପ୍ରସାଦ( ରାଜେଶ କୁମାର ପଣ୍ଡା) : ଜଙ୍ଗଲ ସୁରକ୍ଷା ଦାୟିତ୍ୱ ନେଇଛି ଭାଲୁ । ହେଲେ ଏ ସତସତିକା ଭାଲୁ ନୁହେଁ  ଜଙ୍ଗଲୀ ଭାଲୁ ସଦୃଶ ଦେଖାଯାଉଥିବା ଜଣେ ବ୍ୟକ୍ତି । କେତେବେଳେ ରାସ୍ତା ଉପରେ ତ ଆଉ କେତେବେଳେ ଗାଁକୁ ଗାଁ ବୁଲି ଜଙ୍ଗଲ ସୁରକ୍ଷା ନେଇ ସଚେତନ କରୁଛନ୍ତି । ଜଙ୍ଗଲ ନିଆରୁ ସବୁଜିମାର ସୁରକ୍ଷା ସହ ପରିବେଶ ପ୍ରଦୂଷଣ ରୋକିବାକୁ ନିଜକୁ ଭାଲୁ ବେଶରେ ସଜାଇ ଜଙ୍ଗଲ ସୁରକ୍ଷା ଲାଗି ନିବେଦନ କରୁଛନ୍ତି […]

  • Tuesday, 13 July 2021
accident
ବରଯାତ୍ରୀ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍, ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା‌

ବୌଦ୍ଧ/ସୋନପୁର: ରାଜ୍ୟର ଦୁଇଟି ସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ସ୍ଥାନରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁ ୧୦ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଏକ ସ୍ଥାନରେ ବୋଲେରୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଗୁରୁତର ଆହତ ହୋଇଛନ୍ତି। ବୌଦ୍ଧ ଜିଲ୍ଲା ଓ ବଲାଙ୍ଗିର-ସୋନପୁର ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ବଲାଙ୍ଗିର-ସୋନପୁର ରାସ୍ତା ବଡ଼ଝିଙ୍କି ନିକଟରେ ଏକ ବରଯାତ୍ରୀ ଗାଡ଼ି-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁ ୮ ଜଣ ଗୁରୁତର ଆହତ […]

  • Tuesday, 13 July 2021
darsahn munda
କୁକୁଡା ଚିଆଁ ଫୁଟା ମେସିନ୍ ତିଆରି କରି ଚର୍ଚ୍ଚାରେ ଆଦିବାସୀ ଯୁବକ

ଆନନ୍ଦପୁର(ମୁନା ସିଂ) : ଆଦିବାସୀ ଯୁବକଙ୍କର ନିଆରା ପ୍ରୟାସ । ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ତିଆରି କରିଛନ୍ତି ଦେଶୀ ଇନକ୍ୟୁବେଟର୍ ମେସିନ୍ । ଯେଉଁଥିରେ ଅଣ୍ଡା ଫୁଟାଇବା ଠାରୁ ଆରମ୍ଭ କରି କୁକୁଡା ଚିଆଁ ବଢିବା ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି । ଲକଡାଉନ୍ ସମୟରେ ଚାକିରୀ ହରାଇଥିବା ଗରିବ ଘରର ଯୁବକ ଆଗକୁ ଜଣେ ଶିଳ୍ପଦ୍ୟୋଗୀ ହେବାର ଆଶା ରଖିଛନ୍ତି । ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକର ନାନୀକାବାହାଳି ଗାଁ । ଗାଁର ଆଦିବାସୀ […]

  • Tuesday, 13 July 2021
mask
କୋଭିଡ୍ ଅମାନିଆଙ୍କୁ ଧରିବ ସିସିଟିଭି : ଗଠନ ହେଲା ସ୍ୱତନ୍ତ୍ର ଟିମ୍

ଭୁବନେଶ୍ୱର : କୋଭିଡ୍ ନିମୟ ମାନୁନଥିବା ଅମାନିଆଙ୍କୁ ସାବାଡ଼ କରିବାକୁ ଗଠନ ହେଲା ସ୍ୱତନ୍ତ୍ର ଟିମ୍ । ପୋଲିସ ଆଖିରେ ଧୂଳି ଦେଇ ମାସ୍କ ପିନ୍ଧୁନଥିବା ତଥା ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ଲୋକେ ଆଉ ରକ୍ଷା ପାଇବେ ନାହିଁ । ସିସିଟିଭି ଆଧାରରେ ଅମାନିଆଙ୍କ ନିକଟରେ ପହଞ୍ଚିବା ସହ ତାଙ୍କ ଠାରୁ ଫାଇନ୍ କଟାଯିବ । ସଂକ୍ରମଣ ବଢ଼ୁଥିବା ବେଳେ ନିୟମ ଉଲ୍ଲଂଘନ କଲେ ଆଉ ନିସ୍ତାର ମିଳିବ ନାହିଁ । ତେବେ ନୂଆ ନିୟମ […]

  • Tuesday, 13 July 2021
odisha
ଗେଷ୍ଟ୍‌ ହାଉସ୍‌ରୁ ମିଳିଲା କଲେଜ ଛାତ୍ରଙ୍କ ମୃତଦେହ‌

ଭୁବନେଶ୍ୱର: ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା ଏକ ଗେଷ୍ଟ୍‌ ହାଉସ୍‌ରୁ ଜଣେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଲେ କଟକ ଉରାଳି ଅଞ୍ଚଳର ଅଭିଷେକ ନାୟକ। ଗତ ୨ ଦିନ ହେବ ସେ ଏହି ଗେଷ୍ଟ୍‌ ହାଉସ୍‌ରେ ରହୁଥିଲେ ବୋଲି ସୂଚନା ମିଳିଛି। ବାଣିଜ୍ୟରେ ତୃତୀୟ ବର୍ଷର ଛାତ୍ର ଅଭିଷେକ ୧୨ ତାରିଖରୁ ସେ ନିଖୋଜ ଥିଲେ। ତେବେ ଗତକାଲି ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା ଏକ ଗେଷ୍ଟ୍‌ ହାଉସ୍‌ରୁ ତାଙ୍କର […]

  • Tuesday, 13 July 2021
odisha
ଯୁବତୀଙ୍କୁ ବାହାର ରାଜ୍ୟରେ ବିକ୍ରି ଅଭିଯୋଗ; ଯାତ୍ରା ପାର୍ଟି ମାଲିକାଣୀ ଅଟକ

ନୀଳଗିରି(ବିଶ୍ୱମ୍ବର ଦାସ): ଯୁବତୀଙ୍କୁ ବାହାର ରାଜ୍ୟକୁ ବିକ୍ରି କରିବା ଅଭିଯୋଗରେ ଯାତ୍ରା ପାର୍ଟି ମାଲିକାଣୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଦାସରଥୀପୁର ଗାଁରେ ପଡ଼ିଥିବା ଏହି ଯାତ୍ରା ପାର୍ଟିର ମାଲିକାଣୀଙ୍କୁ ଗ୍ରାମବାସୀମାନେ ଅଟକ ରଖିଥିବା ଜଣାପଡ଼ିଛି।  ଅଭିଯୋଗ ଅନୁସାରେ, ରାଉଳଖୁଣ୍ଟା ଗାଁର ଜଣେ ଯୁବତୀ ଲକ୍‌ଡାଉନ୍‌ ପରେ ଏକ ଯାତ୍ରା ପାର୍ଟିର ମାଲିକାଣୀଙ୍କ ଜରିଆରେ ବିହାରକୁ ଡାନ୍ସର ଭାବେ ଯାଇଥିଲେ। ହେଲେ ତାଙ୍କୁ ସେଠାରେ ଯାତ୍ରା ପାର୍ଟିର ମାଲିକାଣୀ ବିକ୍ରି କରି […]

  • Tuesday, 13 July 2021
vaccine
ଓଡ଼ିଶାରେ ପହଞ୍ଚିଲା ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ କୋଭିସିଲଡ ଟିକା ପହଞ୍ଚିବା ପରେ ଏଗୁଡିକୁ ସବୁ ଜିଲ୍ଲାକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଟିକା ଉତ୍ସବ ପାଳନ ହେବ ଏବଂ ସବୁ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଜି ଅଢ଼େଇ ଲକ୍ଷ ଟିକା ଆସିଥିବା ବେଳେ ଟିକା ପର୍ଯ୍ୟା ୟ କ୍ରମେ ଆସିବ ବୋଲି ସେ କହିଛନ୍ତି […]

  • Tuesday, 13 July 2021
vigilance raid
ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ୧୩ ଶହ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମ୍ୟୁଟେସନ୍‌ କେସ୍‌ର ତଦନ୍ତ ରିପୋର୍ଟ ଦେବାକୁ ୧୩ ଶହ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ। ସୂଚନା ଅନୁସାରେ, ଖୋର୍ଦ୍ଧା ବେଗୁନିଆ ତହସିଲ ଅନ୍ତର୍ଗତ ସିକୋ ରାଜସ୍ୱ ନିରୀକ୍ଷକ ମନୋଜ କୁମାର ନାୟକ ଗୋଡିକିଲୋ ଗାଁର ତ୍ରିନାଥ ଛୁଆଳସିଂଙ୍କ ଜମିର ମ୍ୟୁଟେସନ୍‌ କେସ୍‌ର ରିପୋର୍ଟ ଦେବାକୁ ୧୩ ଶହ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ସେ ଖୋର୍ଦ୍ଧା ଭିଜିଲାନ୍ସ […]

  • Tuesday, 13 July 2021
train
ମାର୍ଚ୍ଚ ୩୦ରୁ ଗଡ଼ିବ ପାସେଞ୍ଜର ଟ୍ରେନ୍

ଭୁବନେଶ୍ୱର: କୋଭିଡ୍ କଟକଣା ମଧ୍ୟରେ ମାର୍ଚ୍ଚ ୩୦ରୁ ଗଡ଼ିବ ପାସେଞ୍ଜର ଟ୍ରେନ୍। ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ MEMU ଟ୍ରେନ୍ ଚଳାଚଳ କରିବ। ଏଥିସହ ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଭୁବନେଶ୍ୱର-କେନ୍ଦୁଝରଗଡ଼ MEMU ଟ୍ରେନ୍‌ ମାର୍ଚ୍ଚ ୩୦ରୁ ଅପରାହ୍ଣ ୪ଟା ୩୫ରେ ଭୁବନେଶ୍ୱରରୁ ଛାଡ଼ି ରାତି ୯ଟା ୩୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ। କେନ୍ଦୁଝରଗଡ଼-ଭୁବନେଶ୍ୱର MEMU ଟ୍ରେନ୍ ସକାଳ ୬ଟା ୩୦ରେ କେନ୍ଦୁଝରଗଡ଼ରୁ ବାହାରି ଦିନ ୧୧ଟା […]

  • Tuesday, 13 July 2021
boudh
ଚାଷୀଙ୍କ ସଫଳତାର କାହାଣୀ : ରୋଜଗାର ଯୋଗାଉଛି ବାଡ଼ି କଲରା, ଦିନକୁ ତୋଳୁଛନ୍ତି ୧୦ କିଲୋ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): କଲରା ଚାଷ ଦେଇଛି ପରିଚୟ। ବୌଦ୍ଧ ଜିଲ୍ଲାର ଜଣେ ଚାଷୀ ଜୈବିକ ପଦ୍ଧତିରେ କଲରା ଚାଷ କରି ଭଲ ଦୁଇ ପାଇସା ରୋଜଗାର କରିବା ସହିତ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ଯୁବଚାଷୀ ରଶ୍ମୀ ରଞ୍ଜନ । ଏକ ଏକର ଜମିକୁ ସବୁଜ ରଙ୍ଗରେ ରଙ୍ଗୀନ କରିଛନ୍ତି ଚାଷୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ଼ ପଂଚାୟତ କୁଇଲିସୁତା ଗ୍ରାମର ଯୁବଚାଷୀ ରଶ୍ମୀ ରଞ୍ଜନ ବାଘ। ଗୋଟିଏ ଏକର ଚାଷ ଜମିରେ ଜୈବିକ […]

  • Tuesday, 13 July 2021
park
ପାର୍କ ପରି ସଜେଇ ହୋଇଛି ସରକାରୀ ସ୍କୁଲ : ଭଳି କି ଭଳି ଫୁଲ ଫୁଟିଛି, ପନିପରିବା ବି ଫଳିଛି

ସୁବର୍ଣ୍ଣପୁର: କରୋନା ବଦଳାଇଦେଲା ସ୍କୁଲର ଚିତ୍ର । ପାର୍କର ଭ୍ରମ ସୃଷ୍ଟି କରୁଛି ସ୍କୁଲ । ଶିକ୍ଷକଙ୍କ ପ୍ରୟାସ କ୍ରମେ ଶିକ୍ଷାନୁଷ୍ଠାନ ଏବେ ପାଲଟି ଯାଇଛି ମନୋରମ ଉଦ୍ୟାନ । ଭଳିକି ଭଳି ଫୁଟ ଫୁଟିଛି, ପନିପରିବା ବି ଫଳିଛି । ସ୍କୁଲ ପାଚେରୀରେ ଅଙ୍କା ହୋଇଛି ଆଖି ଲାଖି ଗଲା ପରି ଚିତ୍ର । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ମାନେ ଶିକ୍ଷାଲାଭ କରିବା ସହିତ ମନୋରମ ପରିବେଶକୁ ଉପଭୋଗ କରି ସଚେତନତାର ବାର୍ତ୍ତା  ପାଇବେ […]

  • Tuesday, 13 July 2021
rukuna
ସଂକ୍ରମଣ ଭୟ : ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଲକ୍ଷ ଲକ୍ଷ ଭକ୍ତ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ରଥାରୂଢ଼ ଶ୍ରୀଲିଙ୍ଗରାଜଙ୍କୁ ଆଖି ପୂରାଇ ଦେଖିବା ପାଇଁ। ହେଲେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନାହିଁ ।  ଏବର୍ଷ ବି ରୁକୁଣା ରଥ ଟାଣିପାରିବେନି ଶ୍ରଦ୍ଧାଳୁ । ସଂକ୍ରମଣ ବଢ଼ୁଥିବା ବେଳେ ପରମ୍ପରା ରକ୍ଷା କରି କିପରି ଯାତ୍ରା ହୋଇ ପାରିବ ସେ ନେଇ ଅନୁରୋଧ କରାଯାଇଥିଲା । ନିଷ୍ପତ୍ତି ଅନୁସାରେ […]

bhubaneswar
ପ୍ରେମୀ ଯୁଗଳଙ୍କ ହାଇଡ୍ରାମା: ପ୍ରଥମେ କଥାବାର୍ତ୍ତା ପରେ ରାଗରୁଷା, ଶେଷରେ ଆତ୍ମହତ୍ୟା ଉଦ୍ୟମ !

ଭୁବନେଶ୍ୱର: ବିଚ୍‌ ରାସ୍ତାରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା। ପ୍ରଥମେ କଥାବାର୍ତ୍ତା ପରେ ରାଗରୁଷା, ଶେଷରେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ ଯୁବତୀ ଏ ଦୃଶ୍ୟ କେଉଁ ପିଲ୍ମର ନହେଁ, ସତ ଘଟଣା। ରାଜଧାନୀ ଭୁବନେଶ୍ୱରର ବିଚ୍‌ ରାସ୍ତାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ସୋମବାର ଦିନ ଦ୍ୱିପ୍ରହରରେ ଭୁବନେଶ୍ୱର ଭରତପୁର ମୁଖ୍ୟ ରାସ୍ତାରେ ଏହି ଘଟଣା ଘଟିଥିଲା। ରାସ୍ତା ଉପରେ ଯୁବକ-ଯୁବତୀ କଥାବାର୍ତ୍ତା ହେଉଥିଲେ। ହେଲେ ଏହି ସମୟରେ ହଠାତ୍ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ […]

  • Tuesday, 13 July 2021
binika
ମାଗଣାରେ ପଛୁଆ ଅଞ୍ଚଳର ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଦିବ୍ୟାଙ୍ଗ ଦୟାନିଧି ସାର

ଶରୀରରୁ ସିନା ଦିବ୍ୟାଙ୍ଗ, ହେଲେ ମନରୁ ପୂର୍ଣ୍ଣାଙ୍ଗ ଶିକ୍ଷାଦାନ ତାଙ୍କର ପେଶା ନୁହେଁ, ଏହା ତାଙ୍କ ନିଶା ପଛୁଆ ଅଞ୍ଚଳର ଗରିବ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଚର୍ଚ୍ଚାରେ ସୁବର୍ଣ୍ଣପୁର ବିନିକା ଅରିଗାଁର ଦୟାନିଧି ନାଏକ ବିନିକା(ଦିଲ୍ଲୀପ ସାହୁ) : ଦିବ୍ୟାଙ୍ଗ ସାର୍ ଦୟାନିଧି ନାଏକଙ୍କୁ ଶତ ଶତ ପ୍ରଣାମ । ଜଣେ ନିସ୍ୱାର୍ଥପର ମଣିଷର ମହତ ପ୍ରୟାସ ।  ସେ ଧନୀ ନୁହନ୍ତି, ହେଲେ କୌଣସି ଦାନୀଠୁ ବି କମ୍ ନୁହନ୍ତି । ଶିକ୍ଷାଦାନ ତାଙ୍କର ପେଶା […]

  • Tuesday, 13 July 2021
students
ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମେଡ଼ିକାଲ୍‌ ଓ ଇଞ୍ଜିନିୟରିଂରେ ସଂରକ୍ଷଣ ନେଇ ବିଧାନସଭାରେ ସଂକଳ୍ପ

ଭୁବନେଶ୍ୱର: ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦେବାକୁ ବିଧାନସଭାରେ ସଂକଳ୍ପ ପାରିତ ହୋଇଛି। ସରକାରୀ ହାଇସ୍କୁଲରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢ଼ିବା କ୍ଷେତ୍ରରେ ୧୫ ପ୍ରତିଶତ ସଂରକ୍ଷଣ ଦିଆଯିବ। ହାଇ ପାଓ୍ୱାର କମିଟିର ସୁପାରିଶ ଅନୁସାରେ ବିଧାନସଭାରେ ସଂକଳ୍ପ ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି ସଂକଳ୍ପ ଆଗତ କରିଥିଲେ। ସରକାରୀ ସ୍କୁଲରେ ପଢ଼ିବା ଲାଗି ଉତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। କିଛି ମାସ […]

  • Tuesday, 13 July 2021
election
ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି

ପିପିଲି: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଜିଠୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। ମାର୍ଚ୍ଚ ୩୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ମାର୍ଚ୍ଚ ୩୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଏପ୍ରିଲ ୩ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏପ୍ରିଲ ୧୭ ତାରିଖ ସକାଳ ୭ରୁ ସଂଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ […]

  • Tuesday, 13 July 2021
cbk mohanty
ସଂକ୍ରମଣ ରୋକିବାର ଏକ ମାଧ୍ୟମ ନାଇଟ୍ କର୍ଫ୍ୟୁ : କହିଲେ DMET ସିବିକେ ମହାନ୍ତି

ରାତିରେ କ୍ଲବ ଓ ପାର୍ଟିରେ ଗହଳି ରୋକିବାକୁ ନାଇଟ୍ କର୍ଫ୍ୟୁ ଦରକାର

vimsar
ମହଙ୍ଗା ପଡ଼ିଲା ରାଗିଂ, ୧୮ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଫାଇନ୍‌

ସମ୍ବଲପୁର(ସଞ୍ଜୟ ଜେନା): ବୁର୍ଲା ଭୀମସାର୍‌ରେ MBBS ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଗିଂ ଘଟଣାରେ MBBS ଚତୁର୍ଥ ବର୍ଷର ୧୮ ଜଣ ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା କରାଯାଇଛି। ଏସମ୍ପର୍କରେ ସେମାନଙ୍କର ଅଭିଭାବକଙ୍କୁ ଜଣାଇ ଦିଆଯାଇଥିବା ଭୀମସାର୍ ଡିନ୍‌ ପ୍ରଫେସର ଜୟଶ୍ରୀ ଦୋରା କହିଛନ୍ତି। ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ‌ଏହି ୧୮ ଜଣ ଛାତ୍ରଙ୍କଠାରୁ ଅଣ୍ଡରଟେକିଂ ମଧ୍ୟ ନିଆଯାଇଛି। ଏହାସହ ମେଡିକାଲ […]

  • Tuesday, 13 July 2021
MAHENDRA TANAYA
ଶୁଖିଲା ପଡିଛି ମହେନ୍ଦ୍ରତନୟା ନଦୀ : ପ୍ରଥମଥର ପାଇଁ ଶୁଷ୍କ ଯୋଗୁଁ ଚିନ୍ତାରେ ପାରଳାଖେମୁଣ୍ଡି ବାସିନ୍ଦା

ମହେନ୍ଦ୍ରତନୟାର ସ୍ରୋତ ଶୁଖିବା ଯୋଗୁଁ ଭୂତଳ ଜଳ ପ୍ରଭାବିତ ହେବା ଆଶଙ୍କା ଆଗକୁ ସ୍ଥିତି ଉତ୍କଟ ହେବା ସମ୍ଭାବନା ଗଜପତି(ଆଦର୍ଶ ଦାଶ): କଷ୍ଟ ଦେଉଛି ଶୁଖିଲା ନଈ । ପାରଳାଖେମୁଣ୍ଡି ସହରବାସୀ, ଗୋଷାଣି ଓ ରାୟଗଡ ବ୍ଲକର ଲାଇଫଲାଇନ୍ ମହେନ୍ଦ୍ରତନୟା ନଦୀ ଏବେ ଶୁଖିଲା ପଡିଛି । ଫଳରେ ଏସବୁ ଅଂଚଳରେ ବିଶେଷ କରି ପାରଳାଖେମୁଣ୍ଡି ସହର ଲୋକେ ନିକଟ ଭବିଷ୍ୟତରେ ଘୋର ଜଳ ସଙ୍କଟର ସମ୍ମୁଖୀନ ହେବା ନିଶ୍ଚିତ ହୋଇଯାଇଛି । ପାନୀୟ ଜଳ ତ […]

  • Tuesday, 13 July 2021
chhatisgad-naxal
ସହିଦ ସୁବାସ ନାୟକଙ୍କୁ ଝୁରୁଛି ଜନ୍ମମାଟି : ଛାତି ଫଟାଇ କାନ୍ଦୁଛି ମା’

ଓଡିଆ ଯବାନ୍ ସୁବାସ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ପୈତୃକ ଗାଁରେ ଶୋକାକୁଳ ପରିବେଶ ନକ୍ସଲ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ସୁବାସ ବିଜାପୁର ନକ୍ସଲ ଅପରେସନରେ ସହିଦ ହୋଇଥିଲେ ୨୨ ଯବାନ କୋକସରା : ମୋର ଗୋଟିଏ ପୁଅ ଥିଲା । ମୁଁ ଦେଖି ପାରିଲିନି ବାବୁ । ପୁଅ ମୋର ସବୁଦିନ ପାଇଁ ଚାଲିଗଲା ବାବୁ । ଘରୁ କାମକୁ ଫେରିବା ବେଳେ ମୋ ପୁଅ ମୋତେ ମୁଣ୍ଡିଆ ମାରି ଯାଇଥିଲା । ଛୁଆଙ୍କୁ ବାଏ ବାଏ […]