• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

quarantine-centre
ସବୁ ପଞ୍ଚାୟତରେ ଖୋଲିବ କ୍ୱାରେଣ୍ଟାଇନ ସେଣ୍ଟର

ଭୁବନେଶ୍ୱର: ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ କ୍ୱାରେଣ୍ଟାଇନ ସେଣ୍ଟର। ପ୍ରତି ସେଣ୍ଟରରେ ଶଯ୍ୟା, ବିଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା ଯୋଗାଇ ଦିଆଯିବ। କରୋନା ସଂକ୍ରମଣ ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ସବୁ ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟର ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ପଞ୍ଚାୟତକୁ ଏଥିଲାଗି ୫ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ସରକାରୀ ହାଇସ୍କୁଲରେ କ୍ୱାରେଣ୍ଟାଇନ୍ ସେଣ୍ଟର ଲାଗି ସବୁ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ସୁଦ୍ଧା ପୁରା ସେଣ୍ଟର […]

  • Wednesday, 14 July 2021
d
କରୋନା ପାଇଁ କ'ଣ ବନ୍ଦ ହେବ ଓ କ'ଣ ଖୋଲା ରହିବ ଜାଣନ୍ତୁ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ମଲ, ପାର୍କ, ସିନେମା ହଲ, ସୁଇମିଂ ପୁଲ, ଜିମ ସେଣ୍ଟର ଆଦି ବନ୍ଦ କରାଯାଇଛି। କିନ୍ତୁ ଦ୍ୱୈତ ନଗରୀରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନଗୁଡିକ ଖୋଲା ରଖିବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ କଟକ ଓ ଭୁବନେଶ୍ୱରରେ ତେଜରାତି ଦୋକାନ, ଫଳ, ‍କ୍ଷାର, ଔଷଧ ଦୋକାନ ଖୋଲା ରହିବ। କେବଳ ସେତିକି […]

  • Wednesday, 14 July 2021
mask1
କେତେବେଳେ ମାସ୍କ ପିନ୍ଧିବା ଆବଶ୍ୟକ?

ଭୁବନେଶ୍ୱର: ବଜାରରେ ମାସ୍କର ପ୍ରବଳ ଚାହିଦା। ଔଷଧ ଦୋକାନ ଠାରୁ ଆରମ୍ଭ କରି ରାସ୍ତା କଡ଼ରେ ମିଳୁଛି ମାସ୍କ। କରୋନା ସଂକ୍ରମଣ ଆଶଙ୍କାରେ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମାସ୍କ ବ୍ୟବହାର କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ଔଷଧ ଦୋକାନଗୁଡିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି। ଏପରିକି ଦୋକାନ ଆଗରେ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି। ହେଲେ ଏବେ ବି ଅନେକ ଲୋକ ମାସ୍କକୁ ନେଇ ସମ୍ପୂର୍ଣ୍ଣ ଭାବେ ସଚେତନ ନାହାନ୍ତି। ଜାଣନ୍ତୁ […]

  • Wednesday, 14 July 2021
matric
କାଲିଠୁ ମାଟ୍ରିକ ଖାତା ମୂଲ୍ୟାୟନ; ଗହଳି ରୋକିବାକୁ ୩ଟି ପର୍ଯ୍ୟାୟରେ ଖାତାଦେଖା

ଭୁବନେଶ୍ୱର: ମାଟ୍ରିକ୍ ଖାତା ମୂଲ୍ୟାୟନ ସମୟରେ କରୋନା ସତର୍କତା ଅବଲମ୍ବନ କରାଯିବ। ଶି‍କ୍ଷକ ଓ ଶିକ୍ଷୟତ୍ରୀ ସାନିଟାଇଜର ବ୍ୟବହାର କରିବେ ଓ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରି ଖାତା ଦେଖିବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସୂଚନା ଦେଇଛି। ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ୍ ଖାତା ମୂଲ୍ୟାୟନ। ତେବେ ଖାତା ଦେଖା ବେଳେ କରୋନା ସତର୍କତା ଅବଲମ୍ବନ କରାଯିବ। ସବୁ ଡିଇଓ, ବିଇଓ ଓ ଚିଫ୍ ଏକଜାମିନରଙ୍କୁ ଭିଡିଓ କନଫରେନସିଂ ଜରିଆରେ ସ୍କୁଲ […]

  • Wednesday, 14 July 2021
coronna
ସଚେତନତା ହିଁ କରୋନାର ପ୍ରତିଷେଧକ: ସୁସ୍ଥ ହେଲେଣି ୮୪,୩୦୭

ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ଭାଇରସ୍ ତଥା ‘କୋଭିଡ୍-୧୯’କୁ ନେଇ ଛାନିଆ  ନହେବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏହାସହ କେବଳ ସତର୍କତାମୂଳକ ପଦକ୍ଷେପ ନେଲେ ଏହି ମହାମାରୀକୁ ଏଡାଇ ପାରିବା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କହିଛି। ଭାରତରେ ଏହି ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ମୋଟ ୧୧୫ ଜଣଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛି। ସେଥିରେ ଜଣେ ଓଡ଼ିଶାର ଅଛନ୍ତି। ଦେଶରେ ଆକ୍ରାନ୍ତଙ୍କ […]

  • Wednesday, 14 July 2021
baruni
ବାରୁଣୀ ଯାତ୍ରା, ହରିରାଜପୁର ମେଲଣ ବାତିଲ

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଜନସମାଗମ ରୋକିବାକୁ ଯାଇ ସମଗ୍ର ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ତେବେ ଆସନ୍ତା ମାର୍ଚ୍ଚ ୨୧ରେ ଦଶାଶ୍ୱମେଧ ଘାଟ ବୈତରଣୀ ନଦୀରେ ହେବାକୁ ଥିବା ବାରୁଣୀ ସ୍ନାନକୁ ବନ୍ଦ କରିଦିଆଯାଇଛି। ସେହିପରି ବରାହନାଥ ପୀଠରେ ହେବାକୁ ଥିବା ବାରୁଣୀ ଯାତ୍ରାକୁ ଜିଲ୍ଲା ପ୍ରଶାସନ ବାତିଲ କରିଦେଇଛି। ପ୍ରତିବର୍ଷ ଚୈତ୍ର ମାସରେ ବାରୁଣୀ ସ୍ନାନ ପଡ଼ିଥାଏ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ […]

  • Wednesday, 14 July 2021
market-1
ବଜାରରେ କରୋନା ମାଡ଼, ବେପାର ମାନ୍ଦା

ଭୁବନେଶ୍ୱର: କରୋନାର ପ୍ରଭାବ ଏବେ ଓଡ଼ିଶା ମାର୍କେଟ ଉପରେ ପଡ଼ିଛି। ଯେଉଁଛି ଦେଖିବ ସେଠି ଖାଁ ଖାଁ। ରାଜ୍ୟର ବଡ଼ ବଡ଼ ସହରରେ ଥିବା ମଲ ତଥା କମ୍ଲେକ୍ସକୁ ଲୋକେ ଯିବାର ନାହିଁ। ଦେଖିଲେ ଲାଗିବ, ଚାରିଆଡ଼େ କର୍ଫ୍ୟୁର ଦୃଶ୍ୟ। ଏପରି ସ୍ଥିତି ଲାଗି ରହିଲେ ରାଜ୍ୟ ଅର୍ଥନୀତିର ସ୍ଥିତି ଜଟିଳ ହେବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଆଶଙ୍କା କରିଛି। ଆଉ ଅପରପଟେ ଗରାଖ ନ ଆସିବାରୁ ଦୋକାନୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଆଜି ଥିଲା […]

  • Wednesday, 14 July 2021
subrat
‘କରୋନାକୁ ଡ଼ରନି, ୬ ମାସ ସଜାଗ ରୁହ’

ଭୁବନେଶ୍ୱର: ଓଡ଼ିଶାରେ କରୋନା ମୁକାବିଲା ଲାଗି ଦରକାର ୬ ମାସ ପ୍ରସ୍ତୁତି। କରୋନା ଭାଇରସକୁ ନଡ଼ରି କେବଳ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। କୋଭିଡ ୧୯ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ସିଧାସଳଖ ମନିଟରିଂ କରୁଛନ୍ତି। ସମସ୍ତେ ଶାନ୍ତ ଓ ସଚେତନ […]

  • Wednesday, 14 July 2021
ward
କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବେ ସରପଞ୍ଚ ଓ ୱାର୍ଡମେମ୍ବର

ଭୁବନେଶ୍ୱର: ଏଣିକି ଗାଁ ଓ ସହରରେ କରୋନା ସନ୍ଦିଗ୍ଧଙ୍କୁ ଡାକ୍ତର କିମ୍ବା ସରକାରୀ ବାବୁମାନେ ଚିହ୍ନଟ କରିବେ ନାହିଁ। ବରଂ ସନ୍ଦିଗ୍ଧ ଚିହ୍ନଟ କରିବା ପାଇଁ  ସରପଞ୍ଚ, ୱାର୍ଡ ମେମ୍ବର, କର୍ପୋରେଟ, କାଉନସିଲର, ଆବାସିକ ୱେଲଫେୟାର ଆସୋସିଏସନ୍ କର୍ମକର୍ତ୍ତାଙ୍କୁ କ୍ଷମତା ପ୍ରଦାନ କରାଯାଇଛି। କରୋନା ଭାଇରସର ମୁକାବିଲା ନେଇ ରାଜ୍ୟ ସରକାର ଏକ ବୈଷୟିକ ପରାମର୍ଶଦାତା କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତକାଲି ଜାରି ହୋଇଥିବା ‘ଓଡ଼ିଶା ସିଓଭିଆଇଡି-୧୯ […]

  • Wednesday, 14 July 2021
husband2
ବୋହୂ ଛିଙ୍କିଦେବାରୁ କରୋନା ଭୟରେ ପିଟିଲେ ସ୍ୱାମୀ ଓ ଶ୍ୱଶୁର

ଉମରକୋଟ: ଜଣେ ନବବଧୂ ସାମାନ୍ୟ ଛିଙ୍କିବାରୁ କରୋନା ସନ୍ଦେହରେ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ପାଦରୁ ଅଳତା ନ ଲିଭିନଥିଲା କିନ୍ତୁ ଅତ୍ୟାଚାରର ସୀମା ଟପିଯାଇଥିଲା। ଅଭିଯୋଗ ଅନୁସାରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ।  ଘଟଣାରୁପ୍ରକାଶ, ଗତ ୨ ତାରିଖରେ ୟୁଭି-୩ ମୁର୍ତ୍ତୁମା ଗାଁର ଆରାଧନା ସର୍କାରଙ୍କ ଝିଅ ପୂଜା ଉମରକୋଟ ସହର ସନ୍ତୋଷୀନଗର ଯୁବରାଜ ଓକିଲଙ୍କ ପୁଅ ଜୟନ୍ତଙ୍କୁ ବିବାହ କରିଥିଲେ। ବିବାହ ବୈଦିକ […]

  • Wednesday, 14 July 2021
bjp-statement
‘ବିଧାନସଭାକୁ ବନ୍ଦ କରିବା ପାଇଁ କରୋନା ଏକ ବାହାନା’

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ମୁଲତବୀ ରଖାଯିବାକୁ ନେଇ ବର୍ଷିଲେ ବିରୋଧୀ ଦଳ ନେତା। ଆଜି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ସରକାର ଭୟଭୀତ ହୋଇ କରୋନା ବାହାନାରେ ଗୃହକୁ ବନ୍ଦ କରିଛନ୍ତି।  ବିଧାନସଭା ଚାଲିଥିଲେ ସରକାରଙ୍କ ମୁଖା ଖୋଲିଥାନ୍ତା। ବିଜେଡି ସରକାରର ଚରିତ୍ର ପଦାକୁ ଆସିଥାନ୍ତା। କରୋନାକୁ ନେଇ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୟଭୀତ କରାଉଛନ୍ତି। ସରକାରଙ୍କ ଘୋଷଣା ଯୋଗୁଁ ଦୋକାନ […]

  • Wednesday, 14 July 2021
bmc
କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ବିଏମସି

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ବିଏମସି ପକ୍ଷରୁ ଗଠିତ ହୋଇଛି ୩ଟି ସ୍ୱତନ୍ତ୍ର ଟିମ୍। ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଲାଗି ବିଏମସି ପକ୍ଷରୁ ୩ଟି ଟିମ ଗଠନ କରାଯାଇ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ୩ ଜଣିଆ ଟିମରେ ୩ ଜଣ ଆଡ଼ିସିନାଲ କମିଶନର ଓ ୨ ଜଣ ଏନଫୋର୍ସମେଣ୍ଟ ଅଧିକାରୀ ଅଛନ୍ତି। ମାସ୍କ ଓ ସାନିଟାଇଜର୍ସର କଳାବଜାରୀର ତଦାରଖ କରିବେ ଏହି ଟିମ। ଏହାସହ ସକାଳୁ ୨ ଘଣ୍ଟା ଧରି ବିଭିନ୍ନ […]

  • Wednesday, 14 July 2021
bhai
କଥା ଦେଇ କଥା ରଖିଲେ ସେଦିନର ଦେବଦୂତ

ଢ଼େଙ୍କାନାଳ: ଯମ ମୁହଁରୁ ଟାଣି ନୂଆ ଜୀବନ ଦେଇଥିବା ଭାଇ ଶେଷରେ ଭେଟିଛନ୍ତି ତାଙ୍କର ଭଉଣୀକୁ। ବିବାହ ଉତ୍ସବରେ ଆସିବା ନେଇ ଭଉଣୀ ଦେଇଥିବା କଥାକୁ ସେ ପୂରଣ କରିଛନ୍ତି। ସେଦିନ ଜୀବନ ବଞ୍ଚାଇଥିବା ଭାଇକୁ ଦେଖି ଭଉଣୀର ଖୁସି କହିଲେ ନସରେ। ସମୟ କିପରି ଦୁଇ ଅପରିଚିତଙ୍କୁ ରକ୍ତ ସମ୍ପର୍କଠାରୁ ବି ଶ୍ରେଷ୍ଠ ସ୍ଥାନ ଦେଇପାରେ, ତାହା ଉଦାରହଣ ହେଉଛନ୍ତି ସୁବ୍ରତ ଓ ନିବେଦିତା।  ସେଦିନ ଟ୍ରେନ୍ ମୁହଁରୁ ନିବେଦିତାଙ୍କୁ ବଞ୍ଚାଇ ଥିବା ସୁବ୍ରତ, ଆଜି […]

  • Wednesday, 14 July 2021
corona
ଆଇସୋଲେସନରେ ରହିବେ କାନାଡା ଫେରନ୍ତା ଦମ୍ପତି

ବଲାଙ୍ଗିର/ଦାରିଙ୍ଗିବାଡ଼ି: ଯେକୌଣସି ବ୍ୟକ୍ତି ରାଜ୍ୟ ତଥା ଦେଶ ବାହାରକୁ ଯାଇ ଫେରୁଛନ୍ତି, ସେମାନଙ୍କୁ ଘାରିଛି କରୋନା ଭୟ। ବଲାଙ୍ଗିର ଜିଲ୍ଲାରେ କରୋନା ସନ୍ଦେହରେ ଦଂପତିଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି। ସେମାନେ ସଂପର୍କୀୟଙ୍କ ମୃତ୍ୟୁ ଖବର ପାଇ ଗତକାଲି କାନାଡ଼ାରୁ ଓଡ଼ିଶା ଫେରିଛନ୍ତି। ତାଙ୍କ ଠାରେ କରୋନା ସଂପର୍କିତ କୌଣସି ଲକ୍ଷଣ ଦେଖାଯାଉନଥିଲେ ବି କାନାଡ଼ାରେ କରୋନା ବ୍ୟାପିଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କୁ ବଲାଙ୍ଗୀର ଜିଲ୍ଲା ମେଡିକାଲର ଆଇସୋଲେସନ ଓ୍ୱାର୍ଡରେ ରଖିଛନ୍ତି। ସେପଟେ […]

  • Wednesday, 14 July 2021
kusha-puttlika
ମନ୍ତ୍ରୀ ଓ ସରକାରୀ ବାବୁଙ୍କ କୁଶପୁତ୍ତଳିକାରେ ଲଗାଇଲେ ନିଆଁ

ପୁରୀ: ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିବାକୁ ନେଇ ରାଜନୀତି ସରଗରମ ହୋଇଥିବାବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଅର୍ଥ ରଖିବାକୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭରେ ଜିଲ୍ଲାପାଳଙ୍କ ସହ ୫ ଜଣଙ୍କ କୁଶପୁତ୍ତଳିକା ଦାହ କରିଛି ଜଗନ୍ନାଥ ସେନା। ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ, ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁ ଏବଂ ମନ୍ତ୍ରୀ ପ୍ରତାପ […]

  • Wednesday, 14 July 2021
ama-janata-adhikar
ଟଙ୍କା ଆଣ, ନହେଲେ ନିଆଁ ଜଳିବ

ପୁରୀ: ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଅର୍ଥ ରଖିବାକୁ ବିରୋଧ କରି ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ। ଆମ ଜନତା ଅଧିକାର ସଂଗଠନ ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରାଯାଇଛି। ଏଥିସହ ୟେସ ବ୍ୟାଙ୍କରେ ଜମା ହୋଇଥିବା ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଫେରସ୍ତ ପାଇବା ନେଇ ସିଂହଦ୍ୱାର ଥାନାରେ ସଂଗଠନ ପକ୍ଷରୁ ଏତଲା ଦାଏର କରାଯାଇଛି। କିଭଳି ଠାକୁରଙ୍କ ଟଙ୍କା ଫେରସ୍ତ ଆସିବ ଓ ୟେସ୍ ବ୍ୟାଙ୍କରେ ଏତେ ଟଙ୍କା ଜମା ରଖାଯିବା ପଛରେ ହୋଇଥିବା ଷଡ଼ଯନ୍ତ୍ରର […]

  • Wednesday, 14 July 2021
comittee
ଜଗା ଧନକୁ ଆଣିବା ପାଇଁ ଗଠନ ହେଲା କମିଟି

ଭୁବନେଶ୍ୱର: ଜଗା ଧନକୁ ଆଣିବା ପାଇଁ ଗଠନ ହେଲା କମିଟି। ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଅର୍ଥ ଜମା ନେଇ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦେବାକୁ ଏକ ଗୃହ କମିଟି ଗଠନ ହୋଇଛି। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ୧୨ଜଣିଆ କମିଟି ଗଠନ ହୋଇଛି କମିଟି। ୟେସ ବ୍ୟାଙ୍କରେ ଗଚ୍ଛିତ ରହିଥିବା ଟଙ୍କାକୁ କିଭଳି ଉଠାଯାଇପାରିବ ଏହି କମିଟି କେନ୍ଦ୍ର ସରକାର ଓ  ରିଜର୍ଭ ବ୍ୟାଙ୍କର ପ୍ରତିନିଧିଙ୍କୁ ଭେଟିବା ସହ ସ୍ମାରକପତ୍ର ଦେବେ। ଏହି କମିଟିରେ […]

  • Wednesday, 14 July 2021
corona
ନୟାଗଡ଼ରେ କରୋନା ସନ୍ଦିଗ୍ଧ

ନୟାଗଡ଼: ନୟାଗଡ଼ରେ ଜଣେ କରୋନା ସନ୍ଦିଗ୍ଧ ଚିହ୍ନଟ। ନୟାଗଡ଼ ଫତେଗଡ଼ ଥାନା ଅନ୍ତର୍ଗତ ବଳଦିଆନୂଆଗାଁରେ ଜଣେ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସେ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିଲେ ଏବଂ ଗତ ସପ୍ତାହ ତଳେ ସେ ଗାଁକୁ ଫେରିଥିଲେ। ତାମିଲନାଡୁରୁ ଫେରିବାର କିଛି ଦିନ ପରେ ଥଣ୍ଡା, କାଶ ଓ ଶ୍ୱାସକ୍ରିୟାରେ ସେ  ଯନ୍ତ୍ରଣା ଅନୁଭବ କରିବାରୁ ଜିଲ୍ଲା ଚିକିତ୍ସାଳୟରେ ପରୀକ୍ଷା କରାଇଥିଲେ। ପରେ ଜିଲ୍ଲା ଚିକିତ୍ସାଧୀକାରୀ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ପଠାଇଥିଲେ। […]

  • Wednesday, 14 July 2021
train
ଚଳନ୍ତା ମାଲଗାଡିରୁ ଅଲଗା ହୋଇଗଲା ଡ଼ବା

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ପୁଣି ଅଘଟଣ। ଲେଭଲ କ୍ରସିଂ ପାର ହେବା ବେଳେ ଚଳନ୍ତା ମାଲଗାଡିରୁ ଅଲଗା ହୋଇଗଲା ଡବା। ଆଜି ଦିନ ୧୨ଟା ବେଳେ ଘଟିଛି ଏହି ଘଟଣା। କେତେକ ଡବା ଅନ୍ୟ ଡ଼ବାରୁ ବିଛିନ୍ନ ହୋଇଥିବା ଜାଣିପାରି ମାଲଗାଡି ଡ୍ରାଇଭର ଟ୍ରେନ ରୋକି ଦେଇଥିଲେ। ଡବାକୁ ଡ଼ବା ଯୋଡାଯିବା ପରେ ଟ୍ରେନ ଚାଲିଥିଲା। ଏହି ପ୍ରକ୍ରିୟାରେ ଲେଭଲ କ୍ରସିଂ ୨ ଘଣ୍ଟା ବନ୍ଦ ରହିଥିଲା। ଏଥିଯୋଗୁଁ ସ୍ଥାନୀୟ ଲୋକମାନେ ବେଶ ହଇରାଣ ହୋଇଥିଲେ। […]

  • Wednesday, 14 July 2021
kie-khaila
ଅଧିକ ସୁଧ ଲୋଭରେ ବୁଡ଼ାଇଦେଲେ ଜଗନ୍ନାଥଙ୍କ ଟଙ୍କା

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଅର୍ଥ ରଖିବା ପ୍ରସଙ୍ଗରେ ରାଜ୍ୟ ସରକାର ହାତ ଝାଡି ଦେଇଛନ୍ତି। ଗୃହରେ ଉତ୍ତର ରଖି ଖୋଦ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି ଯେ ଶ୍ରୀମନ୍ଦିର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ। ଏଥିରେ ସରକାର ହସ୍ତକ୍ଷେପ କରନ୍ତି ନାହିଁ। ଅଧିକ ସୁଧ ଆଶାରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଶ୍ରୀମନ୍ଦିର ଅର୍ଥ ୟେସ୍ ବ୍ୟାଙ୍କରେ ଜମା କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଅର୍ଥ ଜମା ପୂର୍ବରୁ ମନ୍ଦିର ପ୍ରଶାସନ ଦ୍ୱାରା ବ୍ୟାଙ୍କ […]

  • Wednesday, 14 July 2021
mask
ଚଢ଼ା ଦରରେ ମାସ୍କ ଓ ସାନିଟାଇଜର ବିକିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନା ଯୋଗୁ ରାଜ୍ୟବାସୀ ଏବେ ଆତଙ୍କିତ। ଏହି ସଂକ୍ରମଣରୁ ବର୍ତ୍ତିବା ଲାଗି ପ୍ରତିଷେଧକ ଭାବେ ପିଲାଠୁ ବୁଢା ମୁହଁରେ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ଆରମ୍ଭ କଲେଣି। ତେବେ ଲୋକଙ୍କ ଚାହିଦାକୁ ଦେଖି ଏହାର ବେଶ୍ ଫାଇଦା ଉଠାଇଛନ୍ତି ଔଷଧ ଦୋକାନୀ। ଏପରିକି ମାସ୍କ ଓ ସାନିଟାଇଜରକୁ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଦୁଇ ଗୁଣା ମୂଲ୍ୟରେ ବିକ୍ରି କରୁଛନ୍ତି। ତେବେ ବେଆଇନ ବିକ୍ରିକୁ ନେଇ ଚେତାବନୀ ଦେଇଛି ପ୍ରଶାସନ। ମାସ୍କ ଓ ସାନିଟାଇଜର […]

  • Wednesday, 14 July 2021
bidhansabha--fina
କରୋନା ଭୟରେ ବିଧାନସଭା କର୍ମଚାରୀଙ୍କ ପାଇଁ ବଦଳିଲା ନିୟମ

ଭୁବନେଶ୍ୱର: କରୋନା ଭାଇରସକୁ ନେଇ ଏବେ ସବୁଠି ଆତଙ୍କ। ଏନେଇ ରାଜ୍ୟ ଓ କେନ୍ଦ୍ର ସରକାର ସତର୍କତାମୂଳକ ପଦକ୍ଷେପ ଓ ଆଡଭାଇଜରି ଜାରି କରିଛନ୍ତି। ତେବେ ଏହାର ପ୍ରଭାବ ବିଧାନସଭାରେ ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ବିଧାନସଭାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। କରୋନା ପ୍ରତିଷେଧକ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କାର୍ଯ୍ୟାଳୟ ପରିଷ୍କାର ରଖିବା ସହ ଟେବୁଲ, କମ୍ପ୍ୟୁଟର, ଫୋନ୍ ଓ ଅନ୍ୟାନ୍ୟ ଉପକରଣକୁ ଦିନକୁ ୬ ଥର […]

  • Wednesday, 14 July 2021
dead-body
ଆଖୁ କିଆରୀକୁ ଯାଇଥିଲେ ୨ ଭଉଣୀ, ଆଜି ପାଣିରୁ ମିଳିଲା ମୃତଦେହ

ନବରଙ୍ଗପୁର:  ଆଖୁ କିଆରିକୁ ଯିବାକୁ କହିଥିଲେ ୨ ଭଉଣୀ। ହେଲେ ନଦୀରୁ ମିଳିଲା ଦୁଇ ଭଉଣୀଙ୍କ ମୃତଦେହ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଭାସ୍କେଲ ନଦୀରୁ ୨ ନାବାଳିକା ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ କୋଷାଗୁମୁଡ଼ା ବ୍ଲକ ରୁନିଗୁଡ଼ା ଗାଁର ବାସିନ୍ଦା। ଗତକାଲି ଉଭୟ ଗାଁ ନିକଟରେ ଥିବା ଆଖୁ କିଆରୀକୁ ଯିବାକୁ କହି ଘରୁ ବାହାରି ଯାଇଥିଲେ। ତେବେ ଉଭୟ ଆଉ ଘରକୁ ଫେରିନଥିଲେ। ଦୁହିଁକୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କ […]

  • Wednesday, 14 July 2021