• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

congress
ରାଜ୍ୟର ଆଜି ସମସ୍ତ ଏସପି ଅଫିସ ଘେରାଉ କରିବ କଂଗ୍ରେସ

ପରୀ ହତ୍ୟାକାଣ୍ଡ ଏବଂ ରାଜ୍ୟରେ ଶିଶୁ ଚୋରି, ନାବାଳିକାଙ୍କୁ ଦୁଷ୍କର୍ମ ଭଳି ଘଟଣା ଦିନକୁ ଦିନ ବଢୁଥିବାରୁ ଏହାର ପ୍ରତିବାଦ କରିବ କଂଗ୍ରେସ। ଆଜି ରାଜ୍ୟର ସମସ୍ତ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବେ କଂଗ୍ରେସ ନେତା ଓ କର୍ମୀ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ସୂଚନା ଦେଇଛନ୍ତି।

  • Wednesday, 14 July 2021
bjp
ପରୀକୁ ନ୍ୟାୟ ଦେବା ଦାବିରେ ଆଗେଇ ଚାଲିଛି ବିଜେପିର ପଦଯାତ୍ରା

ପରୀକୁ ନ୍ୟାୟ ଓ ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା। ପରୀର ଗାଁ ନୟାଗଡ଼ ଯଦୁପୁର ଅଭିମୁଖେ ୫ ଦିନିଆ ପଦଯାତ୍ରା ଆରମ୍ଭ କରିଛି ବିଜେପି। ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାହାରିଛନ୍ତି ବିଜେପିର କର୍ମୀ ଓ ନେତା।

  • Wednesday, 14 July 2021
crime branch
ପରୀ ଘଟଣାରେ ଗିରଫ ବ୍ୟକ୍ତିଙ୍କୁ ଆଜି ପକ୍ସୋ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

ପରୀ ମାମଲାରେ ଗିରଫଦାରି। ପରୀର ଗାଁ ନୟାଗଡ଼ ଯଦୁପୁରର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ। ତେବେ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରାଯାଇନାହିଁ। ଆଜି ତାଙ୍କୁ ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରାଯିବ

  • Wednesday, 14 July 2021
winter-flex
ଏହି ଜିଲ୍ଲା ଗୁଡିକରେ ପ୍ରବଳ ଶୀତ ହେବ

ରାଜ୍ୟରେ ପୁଣି ବଢିବ ଶୀତ। ଆଗାମୀ ୨୪ ଘଂଟା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମିଳିଥିବା ସୂଚନା ଅନୁସାରେ, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଯାଇଛି। ଏହାସହ ୧୧ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

  • Wednesday, 14 July 2021
puri
ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ !

ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସରକାରଙ୍କ ଉପହାର। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ପୁରୀରେ ମାତ୍ର ଶହେ ଟଙ୍କାରେ ରହିପାରିବେ। ସାଧାରଣ ଭକ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ପାଇଁ ଭକ୍ତ ନିବାସ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି

  • Wednesday, 14 July 2021
lekhashree
ଏସଆଇଟି ଉପରେ ଗର୍ଜିଲେ ଲେଖାଶ୍ରୀ

SITର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମାନ୍ତସିଂହାର। କାହାକୁ ଏସଆଇଟି ସୁରକ୍ଷା ଯୋଗାଉଛି ? କାହିଁକି ମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ।

  • Wednesday, 14 July 2021
puri
ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ବରିଷ୍ଠ ଅଧିକାରୀ

ଉନ୍ନୟନ କମିଶନର ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଫାଇଭ୍ ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ଓ ଏସପି କେ. ବି. ସିଂହ ସ୍ଥିତି ଅନୁଧ୍ୟାନ କରିଛନ୍ତି। କୋଭିଡ୍ କଟକଣା ମଧ୍ୟରେ ଶୃଙ୍ଖଳିତ ଦର୍ଶନ କରାଇବା ନେଇ ଏହି ଉଚ୍ଚସ୍ତରୀୟ ଟିମ୍ ଶ୍ରୀମନ୍ଦିର ଓ ଲୋକନାଥ ମନ୍ଦିର ବୁଲି ଅନୁଧ୍ୟାନ କରିଛନ୍ତି

  • Wednesday, 14 July 2021
mandi problem
ଟୋକୋନ ବ୍ୟବସ୍ଥାକୁ ନେଇ ମଣ୍ଡିରେ ଉତ୍ତେଜନା

ଧାନ ବିକିବା ଲାଗି ଟୋକେନକୁ ନେଇ ମଣ୍ଡିରେ ଉତ୍ତେଜନା ଦେଖାଦେଇଛି। ମାଲକାନଗିରି କାଲିମେଳା ବ୍ଲକର ଏମ୍.ଭି-୭୯ ଟୋକେନ୍ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶତାଧିକ ଚାଷୀ ଏକାଠି ହୋଇ ଟୋକେନ ବ୍ୟବସ୍ଥାକୁ ବିରୋଧ କରିଛନ୍ତି।

  • Wednesday, 14 July 2021
Dhenkanal
୬ ଟି ଜେସିବିକୁ ଜାଳିଦେଲେ ଦୁର୍ବୃତ୍ତ

ଢେଙ୍କାନାଳ କାମାକ୍ଷାନଗରରେ ଦୁବୃର୍ତ୍ତଙ୍କ ଉନ୍ମକ୍ତକାଣ୍ଡ। ଜାଳିଦେଲେ ୬ଟି ଜେସିବି। ମିଳିଥିବା ସୂଚନା ଅନୁସାରେ, କାମାକ୍ଷାନଗର ଅଁଳାବେରଡ଼ି OTPCL କ୍ୟାମ୍ପ୍ ଅଫିସରେ ୬ଟି ଜେସିବିକୁ ଜାଳି ଦେଇଛନ୍ତି କେହି ଦୁର୍ବୃତ୍ତ।

  • Wednesday, 14 July 2021
arrest 22
ସାକ୍ଷୀପଡା ହତ୍ୟା ମାମାଲରେ ୨ ଗିରଫ

ସମ୍ବଲପୁର ସାକ୍ଷୀପଡ଼ା ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ। ଅନ୍ୟ ଅଭିଯୁକ୍ତମାନେ ଏବେବି ଫେରାର ଥିବାରୁ ସେମାନଙ୍କୁ ଧରିବାକୁ ଛାନଭିନ ଜାରି ରଖିଛି ପୋଲିସ। ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଗତ ମଙ୍ଗଳବାର ରାତିରେ ସାକ୍ଷୀପଡ଼ାରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

  • Wednesday, 14 July 2021
pari-3
ପରୀ ହତ୍ୟା ଘଟଣାରେ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି

ପରୀ ହତ୍ୟା ମାମଲା; ୩ ଜଣଙ୍କୁ ଉଠାଇ ନେଲା SIT। ପରୀର ଗାଁ ଯଦୁପୁରରୁ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି । ନୟାଗଡ଼ ସଦର ଥାନା ଯଦୁପୁର ଗାଁରୁ ଉଠାଇ ନେଲା। ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇଥିବା ସୂଚନା ରହିଛି । ତେବେ ପରୀ ହତ୍ୟାକାଣ୍ଡରେ ପୂର୍ବରୁ ଅରୁଣ ବୋଥ୍ରା ସରୋଜଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ଅଭିଯୋଗ ଆଣିଥିଲେ

varsha-anubhav
ପୁରୀଘାଟ ଥାନାରେ ଏତଲା ଦେଲେ ବର୍ଷା, ଜାଣନ୍ତୁ କଣ ଥିଲା କାରଣ...

ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ମାମଲାରେ ଗତକାଲି ଅନୁଭବ କଟକ ଏସଡିଜେଏମ କୋର୍ଟରେ ହାଜର ହୋଇଥିବାବେଳେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଗୋଟିଏ ଏତଲା ଦେଇଛନ୍ତି। ଭିଡିଓ ଭାଇରାଲ୍ କରି ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ କରି ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି।

  • Wednesday, 14 July 2021
loot
ନିଶା ଦେଇ ମୋବାଇଲ, ପର୍ସ ଲୁଟ୍ କଲେ

ରାଜଧାନୀରେ ଛାତ୍ରଙ୍କୁ ନିଶା ଦେଇ ଲୁଟପାଟ୍ ଅଭିଯୋଗ। ଲୁଟର ଶୀକାର ଛାତ୍ରଙ୍କ ନାଁ ପୀୟୁଷ କୁମାର ପାତ୍ର। ସେ ଯୁକ୍ତତିନିର ଛାତ୍ର। ବିବେକାନନ୍ଦ ହସ୍ପିଟାଲ ସମ୍ମୁଖରେ ତାଙ୍କୁ ପ୍ରଥମେ କିଛି ରାସାୟନିକ ଜିନିଷ ସ୍ପ୍ରେ କରି ଅଚେତ କରିଦେଇଥିଲେ ଦୁର୍ବୃତ୍ତ। ଏହାପରେ ଅପହରଣ କରିନେବା ସହ ଭୁବନେଶ୍ୱର କ୍ଲବ ପଛପଟେ ପକାଇଦେଇଥିଲେ।

  • Wednesday, 14 July 2021
samabaya
ନିଜସ୍ୱ ଘର ଥାଇ ମଧ୍ୟ ଭଡା ଘରେ ଚାଲୁଛି ସମବାୟ ସମିତି କାର୍ଯ୍ୟାଳୟ

ସମବାୟ ବିଭାଗର ଅଜବ ନୀତି। ନିଜସ୍ୱ କାର୍ଯ୍ୟାଳୟ ଥାଇ ମଧ୍ୟ ୪ ବର୍ଷ ହେଲା ଭଡା ଘରେ ଚାଲୁଛି ସମବାୟ ସମିତି। ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘର ଏବେ ଭୂତକୋଠିରେ ପରିଣତ ହେଲାଣି। ଜରାଜୀର୍ଣ୍ଣ ଅବସ୍ଥାରେ ସମବାୟ ସମିତି କାର୍ଯ୍ୟାଳୟ

  • Wednesday, 14 July 2021
deadbody representative image
ବ୍ୟବଚ୍ଛେଦ ରିପୋର୍ଟ କହିବ ମୃତ୍ୟୁର କାରଣ

କଟକ ସେଲ୍ଟର ଛକ ଷ୍ଟେଟ୍ ବ୍ୟାଙ୍କ କଲୋନୀରେ ମାଆ ଓ ଝିଅଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏକ ଘର ଭିତରୁ ମିଳିଛି ଉଭୟଙ୍କ ମୃତଦେହ। ମାଆର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବାବେଳେ ବେଡ୍ ଉପରେ ପଡ଼ି ରହିଥିଲା ୭ ମାସ ଝିଅର କ୍ଷତାକ୍ତ ମୃତଦେହ।

  • Wednesday, 14 July 2021
winter
୪୮ ଘଣ୍ଟା ମଧ୍ୟରେ କମିବ ତାପମାତ୍ରା

ରାଜ୍ୟରେ ବଢିବ ଶୀତ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ରାତିର ତାପମାତ୍ରାରେ ୪ରୁ ୫ ଡିଗ୍ରୀ ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

  • Wednesday, 14 July 2021
Barsha-1
ଓଡ଼ିଶାରେ ପାଠାଗାର ଆନ୍ଦୋଳନ ପାଇଁ ଗୋଡ଼ କାଢ଼ିଲେ ବର୍ଷା, ଆରମ୍ଭ କଲେ ଅଭିଯାନ

'ଆମ ପାଠାଗାର' ଓଡିଶାରେ ପାଠାଗାର ଆନ୍ଦୋଳନକୁ ଉଜ୍ଜୀବିତ କରିବାକୁ ଅଭିନେତ୍ରୀ ଓ ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କର ଏକ ପ୍ରୟାସ। ପାଠାଗାର ଆନ୍ଦୋଳନର ଅଗ୍ରଗାମୀ ଦୂତ ଥିଲେ ଦାସିଆ ଅଜା (ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ)

  • Wednesday, 14 July 2021
dadan -1
ଓଡିଆ ଯୁବତୀଙ୍କୁ ଆନ୍ଧ୍ରରେ ନିର୍ଯାତନା

କରୋନା କଟକଣା ପରେ ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିବା ଯୁବତୀଙ୍କୁ ଆନ୍ଧ୍ରରେ ନିର୍ଯାତନା। ସେମାନଙ୍କୁ ନଜର ବନ୍ଦୀ ରଖିବା ସହ ର୍ନିଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଭିଡିଓ ଜାରି କରି ଉଦ୍ଧାର ପାଇଁ ନିବେଦନ କରିଛନ୍ତି ନୀଳଗିରି ଅମର୍ଦ୍ଦାର କିଛି ଯୁବତୀ।

  • Wednesday, 14 July 2021
abhay-pathak-1
IFS ଅଭୟକାନ୍ତଙ୍କୁ ଦିଆଯାଇପାରେ ବାଧ୍ୟତାମୂଳକ ଅବସର

ବରିଷ୍ଠ IFS ଅଭୟକାନ୍ତଙ୍କୁ ଦିଆଯାଇପାରେ ଅବସର। ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁପାରିଶ କରିଛନ୍ତି। କିଛି ଦିନ ତଳେ ଅଭିଯୋଗ ହୋଇଥିଲା ଯେ, ବରିଷ୍ଠ IFS ଅଭୟଙ୍କ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଛି ଭିଜିଲାନ୍ସ।

  • Wednesday, 14 July 2021
maoits
ଠିକାଦାରଙ୍କୁ ହାଣିଲେ, ଗାଡିକୁ ଜାଳିଦେଲେ

ମାଲକାନଗିରି ମାଥିଲି ଥାନା ଗୋଲିଆରେ ମାଓବାଦୀଙ୍କ ବର୍ବରକାଣ୍ଡ। ଜଣେ ଠିକାଦାରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ମାଓବାଦୀ। ତାଙ୍କ ନାଁ ସୁକୁମାର ମଣ୍ଡଳ ବୋଲି ଜଣାଯାଇଛି। ଏଥିସହ ରାସ୍ତା କାର୍ଯ୍ୟରେ ନିୟୋଜିତ ୧ ବୋଲେରୋ, ୧ ପ୍ରୋକ୍ଲିନ୍ ମେସିନ୍ ସହ ୩ଟି ଗାଡ଼ି ପୋଡ଼ି ଦେଇଛନ୍ତି ମାଓବାଦୀ।

  • Wednesday, 14 July 2021
corona-tika
କେବଳ ଏହି ମାନଙ୍କୁ ମାଗଣାରେ ମିଳିବ କରୋନା ଟିକା

କରୋନା ଯୋଦ୍ଧାଙ୍କୁ ମିଳିବ ମାଗଣା ଟିକା । ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ମିଳିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ରାଜ୍ୟରେ ୩ଟି ପର୍ଯ୍ୟାୟଭୁକ୍ତ ଯୋଦ୍ଧାଙ୍କୁ ମାଗଣାରେ ଟିକା ମିଳିବା ନେଇ ରହିଛି ସୂଚନା । ତେବେ ଡାକ୍ତର,ସ୍ୱାସ୍ଥ୍ୟ କର୍ମୀ ଆଦି ଯୋଦ୍ଧାଙ୍କୁ ମାଗଣାରେ ଟିକା ମିଳିବ ।

  • Wednesday, 14 July 2021
kidnap 1
ବିଚ୍ ରାସ୍ତାରୁ ଯୁବତୀଙ୍କୁ ଅପହରଣ

ଯୁବତୀଙ୍କୁ ବିଚ୍ ରାସ୍ତାରୁ ଅପହରଣ ଅଭିଯୋଗ। ପ୍ରଥମେ ଅପହରଣ ଓ ପରେ ବଳପୂର୍ବକ ବିବାହ କରାଇବାକୁ ଉଦ୍ୟମ କରାଯାଇଛି। ଏଭଳି କିଛି ଅଭିଯୋଗ ଆସିଛି ଯାଜପୁର ଧର୍ମଶାଳା ଅଞ୍ଚଳରୁ। ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଯାଇଥିଲେ

  • Wednesday, 14 July 2021
Arun-bothra
ପରୀ ହତ୍ୟାର ଦୋଷ ନେବା ଲାଗି ୫ ଲକ୍ଷ ଯାଚିଥିଲେ ଅରୁଣ ବୋଥ୍ରା

ଅରୁଣ ବୋଥ୍ରାଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ । ପରୀ ହତ୍ୟା ଘଟଣାର ଦୋଷ ମୁଣ୍ଡାଇବାକୁ ୫ ଲକ୍ଷ ଟଙ୍କା ଯାଚିଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ତଦନ୍ତ ଚାଲିଛି।

  • Wednesday, 14 July 2021
loot3
ଦିନ ଦ୍ୱିପହରରେ ଲକ୍ଷାଧିକ ଟଙ୍କା ଲୁଟ୍

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଦିନ ଦ୍ୱିପହର ରେ ଜଣେ ବ୍ୟବସାୟୀ ଙ୍କ ବାଇକ ରୁ ଅଡ଼େଇ ଲକ୍ଷ୍ୟ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଦିନ ପ୍ରାୟ ୧୨ ଟା ସମୟରେ। ବ୍ୟବସାୟୀ ଜଣଙ୍କ ଏ ନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣା ଟି ପଦାକୁ ଆସିଥିଲା।

  • Wednesday, 14 July 2021
Farmer problem
କୋଲ୍ଡ ଷ୍ଟୋରେଜ ନାହିଁ, ଅଭାବୀ ବିକ୍ରିର ଶିକାର ଚାଷୀ

କ୍ଷେତରେ ହସୁଛି ସବୁଜ ପନିପରିବା ବାଇଗଣ, ବିଲାତି, କୋବି, ବିନ୍ସ। ଭଳି କି ଭଳି ପରିବା ମୁଣ୍ଡ ଝାଳ ତୁଣ୍ଡେ ମାରି ତଟକା ପରିବା ଉପୁଜାଇଛି ଚାଷୀ। ସୁନ୍ଦରଗଡ଼ ନୂଆ ଗାଁ ଅଞ୍ଚଳର ଶୀତ ଋତୁରେ ଭଲ ଦୁଇପଇସା ରୋଜଗାର ଆଶାରେ ଚାଷୀ ଲାଗିପଡ଼ିଛନ୍ତି କାମରେ।

  • Wednesday, 14 July 2021