ଏଟିଏମ୍ ଭିତରେ ପଇନ୍ତରା ପରେ ଚାଲାକାର ସହ ଏଟିଏମ୍ ସିସିଟିଭି ବନ୍ଦ କରି ଲୁଟ୍। ଏଭଳି କିଛି ଲୁଟ ଘଟଣା ଘଟିଛି ଢେଙ୍କାନାଳ ମୋଟଙ୍ଗା ଥାନା ଅଞ୍ଚଳରେ। ସ୍ଥାନୀୟ ଅଂଚଳରେ ଥିବା ଏସବିଆଇ ଏଟିଏମରୁ ଗ୍ୟାସ୍ କଟରରେ ଏଟିଏମକୁ କାଟି ଲୁଟ୍ ହୋଇଛି। ଏଟିଏମରୁ ପାଖାପାଖି ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟ ହୋଇଥିବା ନେଇ ମିଳିଛି ସୂଚନା।
୪ ଦିନିଆ ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଆକାଶ ପାଠକ। ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ଜେଲ୍ ଗଲେ ଆକାଶ। ତେବେ ଏହି ସମୟରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଆକାଶ ପାଠକ। ସେ କହିଛନ୍ତି ମୁଁ ସେମିତି କୌଣସି କଥା ମାନିନାହିଁ।
ବିଜେପିର ପଦଯାତ୍ରା ଓ କଂଗ୍ରେସର ଏସପି ଅଫିସ ଘେରାଉକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ବିଜେଡି ନେତା ତଥା ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ, ପରୀ ହତ୍ୟା ଏକ ଅପରାଧ ଘଟଣା ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କାଲଟା ଫାଣ୍ଡି ଅଂଚଳରେ ପୁଣି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘରୋଇ କଳହକୁ କେନ୍ଦ୍ରକରି ବାପ ଭୁଲିଗଲା ରକ୍ତ ସମ୍ପର୍କ। ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ହେଲା ପରେ ଘଟଣାକୁ ଲୁଚାଇବାକୁ ଯାଇ ବାପା ଓ ସାବତ ମା ମୃତ ପୁଅର ଶରୀରରେ ରଶି ଲଗାଇ ଶବକୁ ନିକଟସ୍ଥ ଜଙ୍ଗଲରେ ଫୋପାଡି ଦେଇଥିଲେ
ନୟାଗଡ଼ ପରୀ ହତ୍ୟା ମାମଲାରେ SITର ଖୋଳତାଡ଼। ଯଦୁପୁରରେ ସରୋଜ ସେଠୀଙ୍କ ଘରେ ପହଞ୍ଚିଛି ୨ ଜଣିଆ SIT ଟିମ୍। ସରୋଜଙ୍କ ମାଆଙ୍କୁ ଏସଆଇଟି ପଚରାଉଚରା କରୁଥିବା ଜଣାପଡିଛି। ସରୋଜଙ୍କ ଘର ଆଗରେ ପୋଲିସ ମୁତୟନ କରାଯାଇଛି।
ପୁରୀ ଘାଟ ଥାନାରେ ୧୬୧ ଧାରାରେ ବର୍ଷା ପ୍ରିୟଦର୍ଶିନୀଙ୍କ ବୟାନ ରେକର୍ଡ କରିଛି ପୋଲିସ। ୩ ଦିନ ତଳେ ରାତିରେ ସେ କାମରେ ଘରୁ ବାହାରକୁ ଯାଇ ଫେରିବାବେଳେ ତାଙ୍କ ରୁମରେ ସ୍ୱାମୀ ଅନୁଭବ ତାଲା ପକାଇ ଦେଇଥିଲେ। ଫଳରେ ତାଙ୍କୁ ଘଣ୍ଟାଏ ଧରି ରାସ୍ତାରେ ଛିଡ଼ା ହେବାକୁ ପଡ଼ିଥିଲା।
ଶୀତ ରୁତୁ ଆସିଲେ ମନେ ପଡ଼େ ପର୍ଯ୍ୟଟନ ସ୍ଥଳୀ। ପର୍ଯ୍ୟଟନର ବିକାଶ ହେଲେ ପର୍ଯ୍ୟଟକଙ୍କ ସୁଅ ଛୁଟେ ବିଭିନ୍ନ ସ୍ଥାନକୁ। ଏଭଳି ଏକ ପର୍ଯ୍ୟଟନୀ ସ୍ଥଳ ହେଲା ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଥିବା ଟୁଙ୍କି ଜଳ ପ୍ରପାତ।
ଭିତରକନିକା ଅଭୟାରଣ୍ୟ ସୀମା ନିର୍ଦ୍ଧାରଣକୁ ନେଇ ବିବାଦ। ଭିତରକନିକାକୁ ଅଭୟାରଣ୍ୟ ମାନ୍ୟତା ମିଳିବା ବେଳେ ୪୧୦ ଟି ଗାଁ ଅଭୟାରଣ୍ୟ ମଧ୍ୟରେ ରହିଥିଲା। ୪ ଦଶନ୍ଧି ପରେ ଭିତରକନିକା ସୀମା ନିର୍ଦ୍ଧାରଣ କରାଯାଇଥିବା ବେଳେ ମାତ୍ର ରାଜନଗର ବ୍ଲକର ୫୨ଟି ଗାଁ ଏଥିରୁ ବାଦ ପଡିଛି
ପେସାରେ ଇଞ୍ଜିନିଅର୍, ହେଲେ ବି ଲୋକେ କିଭଳି ଚାକିରି ପାଇଁ ବାହାରକୁ ନଯାଇ ଘରେ ନିଜର ବୁଦ୍ଧି ଓ କୌଶଳ ଖଟାଇ ସ୍ୱାବଲମ୍ବୀ ହୁଅନ୍ତୁ, କିଛି ଏଭଳି ମହତ୍ ଲକ୍ଷ୍ୟ ରଖିଛନ୍ତି ବାଲେଶ୍ୱରର ମିହିର ପଣ୍ଡା ଏଥିପାଇଁ ତାଙ୍କୁ ଲିମ୍କା ରେକର୍ଡସରେ ସ୍ଥାନ ମିଳିଛି।
ଆଜି ବସିବ ବିଜେଡିର ରାଜ୍ୟ ପରିଷଦ ବୈଠକ। ଏଥିରେ ରାଜ୍ୟ ପରିଷଦର ସମସ୍ତ ସଦସ୍ୟ ଅର୍ଥାତ୍ ପାଖାପାଖି ୩୭୪ଜଣ ସଦସ୍ୟ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ। ଏଥିରେ ଦଳର ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ ଅନ୍ୟ ନେତା ମାନେ ଉପସ୍ଥିତ ରହିବେ।
ପରୀ ହତ୍ୟାକାଣ୍ଡ ଏବଂ ରାଜ୍ୟରେ ଶିଶୁ ଚୋରି, ନାବାଳିକାଙ୍କୁ ଦୁଷ୍କର୍ମ ଭଳି ଘଟଣା ଦିନକୁ ଦିନ ବଢୁଥିବାରୁ ଏହାର ପ୍ରତିବାଦ କରିବ କଂଗ୍ରେସ। ଆଜି ରାଜ୍ୟର ସମସ୍ତ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବେ କଂଗ୍ରେସ ନେତା ଓ କର୍ମୀ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏହି ସୂଚନା ଦେଇଛନ୍ତି।
ପରୀକୁ ନ୍ୟାୟ ଓ ସିବିଆଇ ତଦନ୍ତ ଦାବିରେ ବିଜେପିର ପଦଯାତ୍ରା। ପରୀର ଗାଁ ନୟାଗଡ଼ ଯଦୁପୁର ଅଭିମୁଖେ ୫ ଦିନିଆ ପଦଯାତ୍ରା ଆରମ୍ଭ କରିଛି ବିଜେପି। ପରୀ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବାହାରିଛନ୍ତି ବିଜେପିର କର୍ମୀ ଓ ନେତା।
ପରୀ ମାମଲାରେ ଗିରଫଦାରି। ପରୀର ଗାଁ ନୟାଗଡ଼ ଯଦୁପୁରର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ। ତେବେ ଅଭିଯୁକ୍ତଙ୍କ ନାଁ ପ୍ରକାଶ କରାଯାଇନାହିଁ। ଆଜି ତାଙ୍କୁ ନୟାଗଡ଼ ପକ୍ସୋ କୋର୍ଟରେ ହାଜର କରାଯିବ
ରାଜ୍ୟରେ ପୁଣି ବଢିବ ଶୀତ। ଆଗାମୀ ୨୪ ଘଂଟା ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମିଳିଥିବା ସୂଚନା ଅନୁସାରେ, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଯାଇଛି। ଏହାସହ ୧୧ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।
ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସରକାରଙ୍କ ଉପହାର। ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ପୁରୀରେ ମାତ୍ର ଶହେ ଟଙ୍କାରେ ରହିପାରିବେ। ସାଧାରଣ ଭକ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ପାଇଁ ଭକ୍ତ ନିବାସ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି
SITର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମାନ୍ତସିଂହାର। କାହାକୁ ଏସଆଇଟି ସୁରକ୍ଷା ଯୋଗାଉଛି ? କାହିଁକି ମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ।
ଉନ୍ନୟନ କମିଶନର ଅଧ୍ୟକ୍ଷ ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଫାଇଭ୍ ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ, ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର, ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ଓ ଏସପି କେ. ବି. ସିଂହ ସ୍ଥିତି ଅନୁଧ୍ୟାନ କରିଛନ୍ତି। କୋଭିଡ୍ କଟକଣା ମଧ୍ୟରେ ଶୃଙ୍ଖଳିତ ଦର୍ଶନ କରାଇବା ନେଇ ଏହି ଉଚ୍ଚସ୍ତରୀୟ ଟିମ୍ ଶ୍ରୀମନ୍ଦିର ଓ ଲୋକନାଥ ମନ୍ଦିର ବୁଲି ଅନୁଧ୍ୟାନ କରିଛନ୍ତି
ଧାନ ବିକିବା ଲାଗି ଟୋକେନକୁ ନେଇ ମଣ୍ଡିରେ ଉତ୍ତେଜନା ଦେଖାଦେଇଛି। ମାଲକାନଗିରି କାଲିମେଳା ବ୍ଲକର ଏମ୍.ଭି-୭୯ ଟୋକେନ୍ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶତାଧିକ ଚାଷୀ ଏକାଠି ହୋଇ ଟୋକେନ ବ୍ୟବସ୍ଥାକୁ ବିରୋଧ କରିଛନ୍ତି।
ଢେଙ୍କାନାଳ କାମାକ୍ଷାନଗରରେ ଦୁବୃର୍ତ୍ତଙ୍କ ଉନ୍ମକ୍ତକାଣ୍ଡ। ଜାଳିଦେଲେ ୬ଟି ଜେସିବି। ମିଳିଥିବା ସୂଚନା ଅନୁସାରେ, କାମାକ୍ଷାନଗର ଅଁଳାବେରଡ଼ି OTPCL କ୍ୟାମ୍ପ୍ ଅଫିସରେ ୬ଟି ଜେସିବିକୁ ଜାଳି ଦେଇଛନ୍ତି କେହି ଦୁର୍ବୃତ୍ତ।
ସମ୍ବଲପୁର ସାକ୍ଷୀପଡ଼ା ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ। ଅନ୍ୟ ଅଭିଯୁକ୍ତମାନେ ଏବେବି ଫେରାର ଥିବାରୁ ସେମାନଙ୍କୁ ଧରିବାକୁ ଛାନଭିନ ଜାରି ରଖିଛି ପୋଲିସ। ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଗତ ମଙ୍ଗଳବାର ରାତିରେ ସାକ୍ଷୀପଡ଼ାରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।
ପରୀ ହତ୍ୟା ମାମଲା; ୩ ଜଣଙ୍କୁ ଉଠାଇ ନେଲା SIT। ପରୀର ଗାଁ ଯଦୁପୁରରୁ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି । ନୟାଗଡ଼ ସଦର ଥାନା ଯଦୁପୁର ଗାଁରୁ ଉଠାଇ ନେଲା। ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇଥିବା ସୂଚନା ରହିଛି । ତେବେ ପରୀ ହତ୍ୟାକାଣ୍ଡରେ ପୂର୍ବରୁ ଅରୁଣ ବୋଥ୍ରା ସରୋଜଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ଅଭିଯୋଗ ଆଣିଥିଲେ
ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ମାମଲାରେ ଗତକାଲି ଅନୁଭବ କଟକ ଏସଡିଜେଏମ କୋର୍ଟରେ ହାଜର ହୋଇଥିବାବେଳେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଗୋଟିଏ ଏତଲା ଦେଇଛନ୍ତି। ଭିଡିଓ ଭାଇରାଲ୍ କରି ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ କରି ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି।
ରାଜଧାନୀରେ ଛାତ୍ରଙ୍କୁ ନିଶା ଦେଇ ଲୁଟପାଟ୍ ଅଭିଯୋଗ। ଲୁଟର ଶୀକାର ଛାତ୍ରଙ୍କ ନାଁ ପୀୟୁଷ କୁମାର ପାତ୍ର। ସେ ଯୁକ୍ତତିନିର ଛାତ୍ର। ବିବେକାନନ୍ଦ ହସ୍ପିଟାଲ ସମ୍ମୁଖରେ ତାଙ୍କୁ ପ୍ରଥମେ କିଛି ରାସାୟନିକ ଜିନିଷ ସ୍ପ୍ରେ କରି ଅଚେତ କରିଦେଇଥିଲେ ଦୁର୍ବୃତ୍ତ। ଏହାପରେ ଅପହରଣ କରିନେବା ସହ ଭୁବନେଶ୍ୱର କ୍ଲବ ପଛପଟେ ପକାଇଦେଇଥିଲେ।
ସମବାୟ ବିଭାଗର ଅଜବ ନୀତି। ନିଜସ୍ୱ କାର୍ଯ୍ୟାଳୟ ଥାଇ ମଧ୍ୟ ୪ ବର୍ଷ ହେଲା ଭଡା ଘରେ ଚାଲୁଛି ସମବାୟ ସମିତି। ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ କାର୍ଯ୍ୟାଳୟ ଓ ଗୋଦାମ ଘର ଏବେ ଭୂତକୋଠିରେ ପରିଣତ ହେଲାଣି। ଜରାଜୀର୍ଣ୍ଣ ଅବସ୍ଥାରେ ସମବାୟ ସମିତି କାର୍ଯ୍ୟାଳୟ
କଟକ ସେଲ୍ଟର ଛକ ଷ୍ଟେଟ୍ ବ୍ୟାଙ୍କ କଲୋନୀରେ ମାଆ ଓ ଝିଅଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏକ ଘର ଭିତରୁ ମିଳିଛି ଉଭୟଙ୍କ ମୃତଦେହ। ମାଆର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବାବେଳେ ବେଡ୍ ଉପରେ ପଡ଼ି ରହିଥିଲା ୭ ମାସ ଝିଅର କ୍ଷତାକ୍ତ ମୃତଦେହ।