• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mandi
ଟାର୍ଗେଟ ଆସିନାହିଁ, ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

ପିଛା ଛାଡୁନାହିଁ ଚାଷୀଙ୍କ ମଣ୍ଡି ଟେନସନ। ଡିସେମ୍ବର ମାସ ଯାଇ ଜାନୁଆରୀ ସରିବାକୁ ବସିଲାଣି, ଏପଟେ ମୁଣ୍ଡ ଉପରେ ଘୋଟି ରହିଛି ମେଘ। କିନ୍ତୁ ଚାଷୀଙ୍କ ଧାନ ବିକ୍ରି ହୋଇ ନପାରି ମଣ୍ଡିରେ ଗଦା ହୋଇ ରହିଛି।

  • Wednesday, 14 July 2021
puri
ସେବକଙ୍କ ମଧ୍ୟରେ ବିବାଦ ଲାଗି ୫ ଘଣ୍ଟା ଡ଼େରିରେ ହେଲା ସୁନାବେଶ

୫ ଘଣ୍ଟା ବିଳମ୍ବରେ ସୁନାବେଶ ଶ୍ରୀକ୍ଷେତ୍ରରେ ୫ ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ ସେବାୟତଙ୍କ ମଧ୍ୟରେ ବିବାଦ ହେତୁ ବେଶରେ ବିଳମ୍ବ ଆପୋସ ଆଲୋଚନା ପରେ ବିଳମ୍ବରେ ଆରମ୍ଭ ହେଲା ସୁନାବେଶ ଆଜି ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପବିତ୍ର ରାଜରାଜେଶ୍ୱର ବେଶ ନୀତି ବିଳମ୍ବ ଯୋଗୁଁ ଏପର୍ଯ୍ୟନ୍ତ ଭକ୍ତଙ୍କୁ ମହାପ୍ରସାଦ ମିଳିନଥିବା ସୂଚନା ପୁରୀ (ମଧୁସୂଦନ ମିଶ୍ରୀ/ପ୍ରଦୀପ ମହାନ୍ତି): ୫ ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ। ସିଂହାରୀ ସେବକଙ୍କ ମଧ୍ୟରେ ବିବାଦ ହେତୁ, ବେଶରେ […]

  • Wednesday, 14 July 2021
tiger
ବାର୍ହା ଫାସରୁ ଉଦ୍ଧାର ହେଲା କଲରାପତରିଆ ବାଘ

ଭଞ୍ଜନଗର: (ରାଜେଶ କୁମାର ପଣ୍ଡା) ବାର୍ହା ଫାଶରେ ଫସିଥିବା କଲରାପତରିଆ ବାଘ ଉଦ୍ଧାର ହୋଇଛି। ଭଞ୍ଜନଗର ବୁଗୁଡ଼ା ବନାଞ୍ଚଳ ମାଣିତର ନଗୁଡ଼ୁ ନିକଟରେ ଶିକାରୀ ବସାଇଥିବା ବାରହା ଫାଶରେ ପଡିଯାଇଥିଲା ଏକ କଲରାପତରିଆ ବାଘ। ତେବେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବନ ବିଭାଗ କର୍ମଚାରୀ। ହେଲେ ଲୋକଙ୍କୁ ଦେଖି ବାଘ ଭୟରେ ଛାଟିପିଟି ହୋଇ ଫାଶରୁ ଖସି ଜଙ୍ଗଲ ମଧ୍ୟକୁ ପଳାଇଥିଲା ବାଘ ଦେହରେ ଜାଲର କିଛି ଅଂଶ ଲାଗି ରହିଥିଲା ପରେ ବନବିଭାଗ କର୍ମଚାରୀ […]

  • Wednesday, 14 July 2021
hacked to death
ଗାଁ ଗଣ୍ଡଗୋଳରୁ ହତ୍ୟାକାଣ୍ଡ

ବ୍ରହ୍ମପୁର :(ଅଶୋକ ବ୍ରହ୍ମା) ଗାଁ ଗଣ୍ଡଗୋଳରୁ ଜଣକୁ ହତ୍ୟା କରାଯାଇଛି। ଗଂଜାମ ଜିଲ୍ଲା ପୋଲସରା ବ୍ଲକ ହୀରାପଲୀ ଗାଁରେ ଏହି ଘଟଣା ଘଚିଛି। ଜମିଜମା ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହୀରାପଲୀ ଗାଁର ପ୍ରଭାକର ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପ୍ରଭାକରଙ୍କ ପୁଅଙ୍କ ଅଭିଯୋଗ ଅନୁସାରେ ତାଙ୍କ ଜମିରେ ଗ୍ରାମବାସୀ ଜୋର ଜବରଦସ୍ତ ଆସି ଘର କାମ ପାଇଁ ପଥର ପକାଇଥିଲେ । ତେବେ ଏହାକୁ ନେଇ ପ୍ରଭାକର ପ୍ରତିବାଦ କରିବାରୁ ତାଙ୍କୁ […]

  • Wednesday, 14 July 2021
murder
ଗଳାକାଟି ଶିଶୁକନ୍ୟାକୁ ହତ୍ୟା ଉଦ୍ୟମ

୫ ବର୍ଷର ଶିଶୁକନ୍ୟାକୁ ଗଳାକାଟିି ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ରହିଛି।  ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ MKCGରେ ଭର୍ତ୍ତି କରାଯାଇଛି। ଗୋଳନ୍ଥରା ଥାନା ସୋରଳ ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା।

  • Wednesday, 14 July 2021
jee
ବିନା ଏଣ୍ଟ୍ରାନ୍ସରେ ଏ ବର୍ଷ କରି ହେବ ଇଞ୍ଜିନିୟରିଂ ଆଡ଼ମିଶନ୍

ଚଳିତ ବର୍ଷ ବିନା ଏଣ୍ଟ୍ରାନ୍ସରେ କରିହେବ ଇଞ୍ଜିନିୟରିଂରେ ଆଡମିଶନ୍। କରୋନା ପାଇଁ AICTE ଏହି ଗାଇଡ୍ଲାଇନ୍ ଜାରି କରିଥିବା ବେଳେ ଓଡିଶାରେ ମଧ୍ୟ ଏହାକୁ ଲାଗୁ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  • Wednesday, 14 July 2021
rason
ରାଜ୍ୟରେ ପିଡିଏସ୍ ସାମଗ୍ରୀର ଚାଲିଛି ବେଧଡକ୍ ହରିଲୁଟ୍

ଭୂତ ହିତାଧିକାରୀଙ୍କ ନାଁରେ ଚାଲିଛି ପିଡିଏସ୍ ସାମଗ୍ରୀର ହରିଲୁଟ୍। ୨ ଲକ୍ଷରୁ ଅଧିକ ଜାଲ୍ ରାସନ କାର୍ଡରେ ନିୟମିତ ଉଠୁଛି ଚାଉଳ ଓ ଗହମ ବୋଲି ଜଣାପଡ଼ିଛି। ଲକଡାଉନ ସମୟରେ ମୁଖ୍ୟମନ୍ତ୍ରୀ ରାସନକାର୍ଡ ହିତାଧିକାରୀଙ୍କ ପିଛା ଘୋଷଣା କରିଥିବା ହଜାରେ ଟଙ୍କା ଲେଖାଏଁ ସହାୟତା ବଣ୍ଟନରୁ ପଦାକୁ ଆସିଛି ଏହି ସତ

  • Wednesday, 14 July 2021
corona
୭ ମାସ ପରେ ୧୦୦ରୁ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ୨୪ ଘଣ୍ଟାରେ ୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ ଜିଲ୍ଲାରୁ ମୋଟ୍ ୯୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜିଲ୍ଲାରୁ କୌଣସି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।

  • Wednesday, 14 July 2021
police
ପୋଲିସ ପଦକ ଘୋଷଣା : ଜାଣନ୍ତୁ କିଏ କିଏ ପାଇବେ ମେଡ଼ାଲ

ଉଲ୍ଲେଖନୀୟ ସେବା ପାଇଁ ଆଇନ ଶୃଙ୍ଖଳା ଆଇଜି ପ୍ରବୀଣ କୁମାରଙ୍କୁ ମିଳିବ ପୋଲିସ ପଦକ। ସେହିପରି ASP ରବୀନ୍ଦ୍ର ଦାସ, ASP ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲଙ୍କୁ ପୋଲିସ ପଦକ ମିଳିବ ବୋଲି ସୂଚନା ମିଳିଛି।

  • Wednesday, 14 July 2021
corona
୨୪ ଘଣ୍ଟାରେ  ୧୩୦ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ  ୧୩୦ ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି

  • Wednesday, 14 July 2021
Anugul
ନ୍ୟାୟ ନପାଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ

ପୋଲିସ ଓ ପ୍ରଶାସନଠୁ ନ୍ୟାୟ ନପାଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ବିଧବା ମହିଳା। ଅନୁଗୁଳ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଆଜି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଛି।

  • Wednesday, 14 July 2021
OTV-khabar-corona
୨୪ ଘଣ୍ଟାରେ ୧୫୦ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରେ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୮୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏନେଇ ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

  • Wednesday, 14 July 2021
blind-marriage
ଏମାନେ କେହି କାହାକୁ ଦେଖିପାରନ୍ତି ନାହିଁ, କିନ୍ତୁ ପରସ୍ପର ମିଶି ଦେଖିଛନ୍ତି ଆଗାମୀ ଦିନର ସ୍ୱପ୍ନ

ସେମାନେ ଦୃଷ୍ଟିବାଧିତ। ତଥାପି ବାଛି ପାରିଛନ୍ତି ଜୀବନ ସାଥୀ। ହୃଦୟରେ ପରସ୍ପରକୁ ଅନୁଭବ କରି ସାତ ଜନ୍ମର ସାଥୀ ପାଲଟି ଯାଇଛନ୍ତି ରିନୁ ଓ ମୁନା। କଟକ ଚୌଦ୍ୱାର ଶିମିଳାହାଣ୍ଡି ଗାଁର ଏହି ଯୁବକ ଯୁବତୀଙ୍କ ନିଆରା ଢଙ୍ଗରେ ହୋଇଛି ବାହାଘର। ଭୋଜିଭାତର ଆୟୋଜନ ସହ ଆଖପାଖ ଅଂଚଳର ଲୋକଙ୍କୁ ଡାକି ଆପ୍ୟାୟିତ କରାଯାଇଛି।

  • Wednesday, 14 July 2021
karanjia
ହାତୀ ପାଇଁ ତାତିଥିଲେ ଲୋକେ ଆଉ ଫସିଗଲେ ବିଧାୟିକା?

ହାତୀ ଉପଦ୍ରବ ପାଇଁ ହୀନସ୍ତା ହେଉଥିବା ଜନତା ଦେଲେ ନେତାଙ୍କୁ ଶିକ୍ଷା। ଲୋକଙ୍କ ଆକ୍ରୋଶର ପରିଣାମ ଭୋଗିବାକୁ ପଡ଼ିଲା ମୟୁରଭଞ୍ଜ କରଞ୍ଜିଆର ବିଜେଡି ବିଧାୟିକାଙ୍କୁ । ହାତୀ ଉତ୍ପାତରେ ଅତିଷ୍ଠ ଲୋକେ ବିଧାୟିକାଙ୍କୁ ୭ କିଲୋମିଟର ଚଲାଇ ନେଇ ଉଜୁଡ଼ା ଫସଲର ଚିତ୍ର ଦେଖାଇଲେ, କ୍ଷତିପୂରଣ ଦାବି କରି ହକ୍ ମାଗିଲେ

  • Wednesday, 14 July 2021
vaccine
ପୁଣି ଥରେ ରାଜ୍ୟକୁ ଆସିବ କରୋନା ଟିକା କୋଭାକ୍ସିନ

ପୁଣି ଥରେ ରାଜ୍ୟକୁ ଆସିବ କରୋନା ଟିକା କୋଭାକ୍ସିନ। ଆସନ୍ତା ସପ୍ତାହକ ଭିତରେ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ଆସି ପହଞ୍ଚିବ ବୋଲି ସୂଚନା ମିଳିଛି। ଆଜି ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ।

  • Wednesday, 14 July 2021
puri-2
ଭକ୍ତକୁ କାଳିଆ ଡାକୁଛି ଆ....

ମହାମାରୀର ମହାବିପଦ ଭିତରେ ୧୦ ମାସର ବ୍ୟବଧାନ ପରେ ଶେଷରେ ନିର୍ବିଘ୍ନରେ ହେଲା ମହାପ୍ରଭୁଙ୍କ ଦର୍ଶନ। ଆଜିଠୁ ବିନା କୋଭିଡ୍ ଟେଷ୍ଟରେ କାଳିଆଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

Exam
ପରୀକ୍ଷାର୍ଥୀଙ୍କୁ ବାଟ ଦେଖାଇବ ପରୀକ୍ଷା ଦର୍ପଣ

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ରାହା ଦେଖାଇବ ପରୀକ୍ଷା ଦର୍ପଣ। ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ରାଜ୍ୟର ସମସ୍ତ ପରୀକ୍ଷାର୍ଥୀଙ୍କୁ ୭ ଶହ ପୃଷ୍ଠା ସମ୍ବଳିତ ଅଭ୍ୟାସ ପୁସ୍ତିକା। ପରୀକ୍ଷା ଦର୍ପଣକୁ ମାଗଣାରେ ଯୋଗାଇବେ ରାଜ୍ୟ ସରକାର।

  • Wednesday, 14 July 2021
coronaviru-s
ସଂଖ୍ୟା କମୁଛି କିନ୍ତୁ ଡ଼ର ଛାଡୁନି....୨୪ ଘଣ୍ଟାରେ ୧୪୩ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

Achara
ଖାଦ୍ୟ ନାଁରେ ବଜାରରେ ବିକ୍ରି କରୁଥିଲେ ବିଷ?

ଖାଦ୍ୟ ନାଁରେ ବିଷ ବେପାର। ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ଅଖାଦ୍ୟ। ଆଉ ସେସବୁକୁ ମନଲୋଭାଣିଆ ପ୍ୟାକିଂ କରି କମ୍ ଦାମରେ ମାର୍କେଟକୁ ଛାଡ଼ୁଥିଲା ପି.କେ. ଫୁଡ୍ସ ପ୍ରଡକ୍ଟ

  • Wednesday, 14 July 2021
Accident
ରାଜ୍ୟରେ କାହିଁକି ବଢ଼ୁଛି ଦୁର୍ଘଟଣା? ଗାଡ଼ି ଚାଳକଙ୍କର ଭୁଲ ନାଁ ରାସ୍ତାର ଭୁଲ !

ତତ୍ପପାଣି ଘାଟିକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। ସମସ୍ତଙ୍କ ମନେଥିବ ଗତବର୍ଷ ଠିକ୍ ଏହି ଜାନୁୟାରୀ ମାସ ୨୯ ତାରିଖର ଭୟଙ୍କର ସଡ଼କ ଦୁର୍ଘଟଣାର କଥା।

  • Wednesday, 14 July 2021
Farmer
ଉଷୁନା ଓ ଅରୁଆ ଚାଉଳକୁ ନେଇ ବଢ଼ୁଛି ରାଜନୀତି

ଚାଉଳ ପ୍ରସଙ୍ଗରେ ସରଗରମ ରାଜ୍ୟ ରାଜନୀତି। ହେଲେ ଏଥର ଆଉ ଟଙ୍କିକିଆ ଚାଉଳ ନୁହେଁ ବିଜେଡି ହାଣ୍ଡିରେ ଉଷୁନା, ଆଉ ବିଜେପି ହାଣ୍ଡିରେ ଫୁଟୁଛି ଅରୁଆ। ଚାଉଳ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ

  • Wednesday, 14 July 2021
trafic rules
ସଡ଼କ ସୁରକ୍ଷା ମାସ : ଦୁର୍ଘଟଣା ରୋକିବାକୁ ନୂଆ ପ୍ରୟାସ

ଆଜିଠୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ। ପୂର୍ବରୁ ସପ୍ତାହେ ବ୍ୟାପୀ ଚାଲୁଥିବା ଏହି କାର୍ଯ୍ୟକ୍ରମ ଏଥର ମାସେ ଯାଏଁ ଚାଲିବ। ଉଦ୍ଦେଶ୍ୟ ହେଉଛି, ସୁରକ୍ଷିତ ଗାଡି ଚାଳନା ନେଇ ଲୋକଙ୍କୁ ସଚେତନ କରିବା ଏବଂ ଦୁର୍ଘଟଣା କମାଇବା। ପ୍ରତିବର୍ଷ ଏଭଳି ଗଣ୍ଡା ଗଣ୍ଡା କାର୍ଯ୍ୟକ୍ରମ କରାଯାଉଛି

  • Wednesday, 14 July 2021
AE
ବିଜୁ ସେତୁ ଭୁଶୁଡ଼ିବା ଘଟଣା: ଗିରଫ ହେଲେ ସହକାରୀ ଯନ୍ତ୍ରୀ

ବିଜୁ ସେତୁ ଭୁଶୁଡିବା ଘଟଣାରେ ଗିରଫ ହୋଇଛନ୍ତି ସହକାରୀ ଯନ୍ତ୍ରୀ ଅସିତ ପାତ୍ର। ମିଳିଥିବା ସୂଚନା ଅନୁସାରେ,AE ଅସିତ ପାତ୍ରଙ୍କୁ ଟିକିରିରୁ ଗିରଫ କରିଛି ଉମରକୋଟ ପୋଲିସ। ତେବେ ଗିରଫ ସମ୍ପର୍କରେ ସୂଚନା ଦେଇଛନ୍ତି SDPO ହେମନ୍ତ କୁମାର ପାଢ଼ୀ

  • Wednesday, 14 July 2021
cow
ବେଆଇନ ଗୋ ଚାଲାଣ ଅଭିଯୋଗରେ ୬ଟି ପିକ୍ଅପ୍ ଜବତ

ବେଆଇନ ଗୋ ଚାଲାଣ ଅଭିଯୋଗରେ ୬ଟି ପିକ୍ଅପ୍ ଜବତ କରାଯାଇଛି। ତେବେ ଏହି ଗାଡ଼ିରୁ ଶହେରୁ ଅଧିକ ଗୋରୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି। ବାଲେଶ୍ୱର ସିମୁଳିଆ ଥାନା ଅଂଚଳରେ ଗୋଚାଲାଣ ଅଭିଯୋଗରେ ୬ଟି ପିକ୍ଅପ୍ ଭ୍ୟାନକୁ ଜବତ କରିଛି ସିମୁଳିଆ ପୋଲିସ।

  • Wednesday, 14 July 2021
Corona
ସଂଖ୍ୟା କମୁଛି କିନ୍ତୁ ଡ଼ର କମୁନାହିଁ.....୨୪ ଘଣ୍ଟାରେ ୧୭୮ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରେ ୧୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ,  କ୍ୱାରେଣ୍ଟିନରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

  • Wednesday, 14 July 2021