• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

susant-prabasi
କରୋନା ବେଳେ ରାଜ୍ୟକୁ କେତେ ସଂଖ୍ୟକ ଫେରିଥିଲେ ପ୍ରବାସୀ? ଗୃହରେ ଉତ୍ତର ରଖିଲେ ଶ୍ରମମନ୍ତ୍ରୀ

କରୋନା କାଳରେ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ। ଗତବର୍ଷ ମାର୍ଚ୍ଚ ମାସରୁ ଅକ୍ଟୋବର ମଧ୍ୟରେ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷ ୭ ହଜାର ୩୩୦ ଜଣ ପ୍ରବାସୀ ଶ୍ରମିକ। ବିଧାନସଭାରେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ।

  • Wednesday, 14 July 2021
assembly-ko
ସମାଧାନ ହେଉନାହିଁ, ଗୃହ ଚାଲିପାରୁନାହିଁ

ମଣ୍ଡିରୁ ଧାନ କିଣନ୍ତୁ, ଚାଷୀଙ୍କ ସମସ୍ୟାର ସମାଧାନ କରନ୍ତୁ ତା ପରେ ଯାହା ହେବ ବୋଲି କହିଛନ୍ତି ପ୍ରଦୀପ୍ତ। ତେବେ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାର ପ୍ରଶ୍ନ ଉଠୁନି ବୋଲି ସେ ଦୋହରାଇଛନ୍ତି

  • Wednesday, 14 July 2021
cow
ଅନଲାଇନରେ ଗାଈ ବିକିବାକୁ ଯାଇ ଲକ୍ଷାଧିକ ଟଙ୍କା ହରାଇଲେ ଭୁବନେଶ୍ୱରର ଯୁବକ

ଭୁବନେଶ୍ୱର:(ଆଲୋକ ମହାନ୍ତି) ଶୁଣିବାକୁ ଆଶ୍ଚର୍ଯ୍ୟ ଓ ଅଖାଡୁଆ ଲାଗୁଥିଲେ ବି ଘଟଣାଟି ପୂରା ସତ। ଭୁବନେଶ୍ୱରର ଦେବାଶିଷ ସାହୁ ଅନଲାଇନରେ ଗାଈ ବିକ୍ରି କରିବାକୁ କ୍ରିଷି ଫାଏ ଆପରେ ଗତ ୧ ତାରିଖରେ ବିଜ୍ଞାପନ ଦେଇଥିଲେ। କିଛି ଘଂଟା ଭିତରେ ଦେବାଶିଷଙ୍କୁ ମନଜିତ୍ ନାଁରେ ଏକ ଫୋନ ଆସିଥିଲା ଏବଂ ସେ ଗାଈ କିଣିବାକୁ ଚାହିଁଥିଲେ। ୨୦ ହଜାର ଟଙ୍କାରେ ଡିଲ୍ ଫାଇନାଲ ହେଲା। ଅନଲାଇନରେ କିଛି ଟଙ୍କା ଆଉ ବଳକା ନଗଦରେ ଦେବାକୁ କହିଥିଲା ଗ୍ରାହକ। […]

  • Wednesday, 14 July 2021
5pm-italy-pkg
ଦୁଇ ଇଟାଲୀ ପର୍ଯ୍ୟଟକଙ୍କୁ ଏବେ ବି ଝୁରୁଛନ୍ତି ଗ୍ରାମବାସୀ: ହେଲେ କାହିଁକି?

ବାଲିଗୁଡା:(ଅଜିତ୍ କୁମାର ନାୟକ) ୨୦୧୨ରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳକୁ ବୁଲି ଆସିଥିବା ବେଳେ ଦୁଇ ଇଟାଲୀୟ ପର୍ଯ୍ୟଟକ ପାଉଲୋ ବାସୁସ୍କୋ ଓ କ୍ଲାଉଡିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ। ସେତେବେଳେ ଏହି ଘଟଣା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା। ପରେ ସୁରକ୍ଷିତ ଭାବେ ମୁକ୍ତ ହେବା ପରେ ସ୍ୱଦେଶ ଫେରିଯାଇଥିଲେ ଦୁଇ ଜଣ। ତେବେ ଅପହରଣ ପୂର୍ବରୁ ଲାମ୍ବାବାନ୍ଦାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ସେମାନେ ଗାଁରେ ଅନେକ ବିକାଶ ମୂଳକ କାର୍ଯ୍ୟ କରିଥିଲେ। […]

  • Wednesday, 14 July 2021
5pm-adibandha
କାମରେ ଆସୁନି ଆଡିବନ୍ଧ। ଯନ୍ତ୍ରୀଙ୍କ ତୃଟିପୂର୍ଣ୍ଣ କାମ ଯୋଗୁ କେନାଲରେ ପାଣିଯାଉ ନ ଥିବା ଅଭିଯୋଗ

ରାୟଗଡ଼ା: ଲୋକଙ୍କ ପାଇଁ ତିଆରି ହୋଇଥିବା ଆଡ଼ିବନ୍ଧ ଏବେ ଲୋକଙ୍କ କାମରେ ଆସୁନି। ଯନ୍ତ୍ରୀଙ୍କ ତୃଟିପୂର୍ଣ୍ଣ କାମ ଯୋଗୁ କେନାଲରେ ପାଣିଯାଉନଥିବା ଅଭିଯୋଗ ହୋଇଛି। ଫଳରେ ଶତାଧୀକ ଚାଷଜମି ଶୁଖିଲା ପଡିଛି। ଏନେଇ ଅଭିଯୋଗ ପରେ ବି କୌଣସି ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ରାୟଗଡା କାଶୀପୁରର ସାନମାରିଭଟା ଗ୍ରାମବାସୀ। ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଇଛି ଆଡିବନ୍ଧ। ଏଥିରେ ରହିଛି ୩ଟି ହେଡ୍ଗେଟ୍ ଗେଟ୍‌। ଗେଟ୍ ଦେଇ ପାଣି ଛଡ଼ାଯାଉଛି ସତ କିନ୍ତୁ କେନାଳକୁ […]

  • Wednesday, 14 July 2021
akhi-taratia
ମୁଣ୍ଡ ବୁଲାଇଦେବ ରାଜ୍ୟ ସରକାରଙ୍କ କରୋନା ଖର୍ଚ୍ଚ

କରୋନା ଚିକିତ୍ସା ନାଁରେ ପାଣି ଭଳି ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ରାଜ୍ୟ ସରକାରଙ୍କ ଡକ୍ୟୁମେଣ୍ଟ କହୁଛି, ୩୩ଟି ଘରୋଇ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ ହୋଇଛି ପାଖାପାଖି ୪୮୦ କୋଟି। ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ

  • Wednesday, 14 July 2021
fireing
ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମାଲିକଙ୍କର ମୃତ

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟ୍ରଲର ମାଲିକଙ୍କର ଜୀବନ ଯାଇଛି। ମେରାଇନ୍ ଥାନା ଚାନ୍ଦିପୁର ବଳରାମଗଡ଼ିରେ ଡ୍ରାଇଭରଙ୍କୁ ଗୁଳିମାଡ଼ ହୋଇଥିଲା।

  • Wednesday, 14 July 2021
pramila
"ପ୍ରଥମେ କ୍ଷମା ମାଗନ୍ତୁ ବିଧାୟକ ପରେ ଚାଲିବ ଗୃହ"

ଚାଲିପାରୁନାହିଁ ଗୃହ। ଏଥର ବିରୋଧୀ ନୁହେଁ ବରଂ ଶାସକଦଳର ବିଧାୟକଙ୍କ ହୋହାଲ୍ଲା ଓ ନାରାବାଜି ଲାଗି ସ୍ୱାଭାବିକ ଭାବରେ ଚାଲିପାରୁନାହିଁ ଗୃହ। ଚାଷୀ ପ୍ରସଙ୍ଗରରେ ଗୃହ ମଧ୍ୟରେ ସାନିଟାଇଜର ପିଇ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ

  • Wednesday, 14 July 2021
Sura on holding tax
"ସେମାନେ ଆମକୁ ନୁହେଁ, ଆମେ ତାଙ୍କୁ ଘରେ ପୂରାଇ ଲଙ୍କାଧୂଆଁ ଦେଇଦେବୁ"

ଭୁବନେଶ୍ୱରରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସଲ ଦର ବୃଦ୍ଧିକୁ ନେଇ ତେଜିଛି ରାଜନୀତି। ଏହି ଦରକୁ ତରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ ଦଳ। ତେବେ ଏନେଇ ସରକାର ଓ ବିଏମସି ଉପରେ ପ୍ରବଳ ବର୍ଷିଛନ୍ତି ଜଟଣୀ ବିଧାୟକ ସୁର ରାଉତ।

  • Wednesday, 14 July 2021
corona-odisha
ରାଜ୍ୟରେ ୨୪ ଘଣ୍ଟାରେ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୯ ଜଣ ସଂଗରୋଧ କେନ୍ଦ୍ର ଅର୍ଥାତ୍‌ କ୍ୱାରେଣ୍ଟାଇନ୍‌ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ସ୍ଥାନୀୟ ସଂକ୍ରମିତ ବା ଲୋକାଲ କେସ୍‌ ବୋଲି ଜଣାଯାଇଛି

  • Wednesday, 14 July 2021
HOLDING-TAX-2pm
ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ନିଷ୍ପତ୍ତି

ଭୁବନେଶ୍ୱରରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ହେଲା ଘୋଷଣା। ଗଣମାଧ୍ୟମ ଆଗରେ ଏନେଇ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା। ହାଇକୋର୍ଟ ରାୟ ନଦେବା ଯାଏ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ନିଆଗଲା ନିଷ୍ପତ୍ତି

  • Wednesday, 14 July 2021
rasamruta
ପ୍ରବନ୍ଧ ପୁସ୍ତକ "ରସାମୃତ" ଲୋକାର୍ପିତ

ଭୁବନେଶ୍ୱର: ବେଦ ଭାରତର ପ୍ରାଚୀନ ସାହିତ୍ୟ। ଧର୍ମ ଶାସ୍ତ୍ର ମାନବ ଜାତିର ଦର୍ପଣ। ମାନବ ସମାଜ ଧର୍ମ ଭାବନାରେ ରହିଲେ ବିପଥଗାମୀ ହୁଏନାହିଁ ବୋଲି ଡ. ଅବଦୁଲ ଓସିଦ ଖାଁ ପୁସ୍ତକ ଉନ୍ମୋଚନ ସଭାରେ ମୁଖ୍ୟ ଅତିଥିଭାବେ ଯୋଗଦାନକରି ଏପରି କହିଛନ୍ତି। ବାଲିପାଟଣା ବ୍ଲକ ଅନ୍ତର୍ଗତ ବୁଦ୍ଧନାଥ ମନ୍ଦିର ଯାତ୍ରୀ ନିବାସଠାରେ ଲେଖକ ପ୍ରଶାନ୍ତ କୁମାର ରାୟଙ୍କ ପ୍ରବନ୍ଧ ପୁସ୍ତକ “ରସାମୃତ”ର ଲୋକାର୍ପଣ ଏହାରି ମଧ୍ୟରେ ହୋଇଯାଇଛି। ଅନ୍ୟତମ ଅତିଥିଭାବେ ମନୋରଞ୍ଜନ ରାୟ, ରବୀନ୍ଦ୍ର ଦାସ, ରମେଶ […]

  • Wednesday, 14 July 2021
OTV-Portal-Holding-tax
ହୋଲ୍ଡିଂ ଟିକସ ନ ଦେଲେ ସିଲ୍‌ ହେବ ଘର: ବିଏମସି

ହୋଲ୍ଡିଂ ଟିକସ ନ ଦେଲେ ଘର ସିଲ୍‌ କରିବାକୁ ଦିଆଗଲା ନିର୍ଦ୍ଦେଶ। ହୋଲ୍ଡିଂ ଟିକସ ନ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଗଲା ନିର୍ଦ୍ଦେଶ। ହୋଲ୍ଡିଂ ଟିକସ ନ ଦେଲେ ଘର, ଦୋକାନ ସିଲ୍ କରାଯିବ ବୋଲି ସୂଚନା ରହିଛି

  • Wednesday, 14 July 2021
pratap sarangi
ମେଡିକାଲ ଅବ୍ୟବସ୍ଥାକୁ ନେଇ ଚିଡ଼ିଗଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ମେଡିକାଲରେ ଅବ୍ୟବସ୍ଥା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି। ବାଲେଶ୍ୱର ଔପଦା ମେଡିକାଲ ଗସ୍ତ କରି ମେଡିକାଲର ଗୃହ ନିର୍ମାଣ କାମର ତଦାରଖ କରିବା ସହ ମେଡିକାଲ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। କାମ ଠିକ୍ ଭାବେ ଚାଲୁନଥବାରୁ ଠିକାଦାର ଉପରେ ବିରକ୍ତି ପ୍ରକାଶ କରିଛନ୍ତି

  • Wednesday, 14 July 2021
scb
କଟକ SCB ମେଡିକାଲରେ ଅଗ୍ନିକାଣ୍ଡ

ଏସସିବି ମେଡିକାଲରେ ଲାଗିଛି ନିଆଁ। କଟକ SCB ଆଞ୍ଚଳିକ ସିଟି ସ୍କାନ୍‌ରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ; ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ ହୋଇଛି।

  • Wednesday, 14 July 2021
Odisha-Andhra
ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ରର ଲୋକେ?

ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ରର ଲୋକେ? ଆନ୍ଧ୍ରପ୍ରଦେଶ ସାଲୁର ବ୍ଲକ୍ କୋଡ଼ାମା ପଞ୍ଚାୟତର ୧୮ଟି ଗାଁର ଲୋକେ ଓଡ଼ିଶାରେ ମିଶିବା ପାଇଁ ଚାହୁଁଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କୋରାପୁଟ ସାଂସଦ ଜୟରାମ ପାଙ୍ଗୀ।

similipala-fire
ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପାଇଁ ଶିମିଳିପାଳ ଗସ୍ତରେ ବିଜେପି

ଶିମିଳିପାଳ ନିଆଁ ଏବେବି ସଂପୂର୍ଣ୍ଣ ଆୟତ୍ତ ହୋଇପାରିନାହିଁ। ଏହାର ସ୍ଥିତି ଅନୁଧ୍ୟାନ ପାଇଁ ବାରିପଦାରେ ପହଞ୍ଚିଛନ୍ତି ବିଜେପି ପ୍ରତିନିଧି ଦଳ। ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ୧୫ ଜଣିଆ ଟିମ୍ ଆଜି ଶିମିଳିପାଳ ଗସ୍ତ କରିଛି

  • Wednesday, 14 July 2021
class
କରୋନା ଖାଇଗଲା ପାଠ: ଏଥର ବିନା ପରୀକ୍ଷାରେ ପାସ୍‌ ହେବେ ଛାତ୍ରଛାତ୍ରୀ

ଏଥର ବି ବିନା ପରୀକ୍ଷାରେ ସମସ୍ତେ ହେବେ ପାସ୍। ପ୍ରଥମରୁ ଅଷ୍ଟମ ପିଲା ପାଇବେ କ୍ଲାସ୍ ପ୍ରମୋସନ। କରୋନା ସଂକ୍ରମଣ ଡରରେ ଏ ପର୍ଯ୍ୟନ୍ତ କ୍ଲାସ୍‌ ଖୋଲିନଥିବାରୁ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି

  • Wednesday, 14 July 2021
mandi
ଶାସକ-ବିରୋଧୀ ମୁହାଁମୁହିଁ: ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଆଜି ଦିନ ତମାମ ଚାଲି ପାରିଲାନି ବିଧାନସଭା। ମଣ୍ଡି ଅବ୍ୟବସ୍ଥା ଓ କାଲି ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ଦେଖାଦେଇଥିଲା ଅସ୍ୱାଭାବିକ ସ୍ଥିତି। ମୁହାଁମୁହିଁ ହେଲେ ଶାସକ-ବିରୋଧୀ

  • Wednesday, 14 July 2021
fire
ଜଙ୍ଗଲରେ ନିଆଁ ଲାଗିବାର କଣ ରହିଛି ପ୍ରମୁଖ କାରଣ? ମହୁଲ ନୁହେଁ ତ ପ୍ରକୃତ କାରଣ !

ରାଜ୍ୟବ୍ୟାପି ଜଳୁଥିବା ଜଙ୍ଗଲୀ ନିଆଁକୁ ନେଇ ହଜାରେ ପ୍ରଶ୍ନ ଉଠିଲାଣି। କିଏ ଲଗାଇଲା ନିଆଁ ?କାହିଁକି ଜଳିପୋଡ଼ି ପାଉଁଶ ହୋଇଗଲା ଶିମିଳିପାଳଠୁ ସୁନାବେଡ଼ା ଯାଏଁ ଅଭୟାରଣ୍ୟ ? ନିଆଁ ଲଗାଇବାର ପ୍ରମୁଖ କାରଣ କଣ ?

  • Wednesday, 14 July 2021
toilet-god
ମଇଁଷି ଗୁହାଳେ ବିତୁଛି ପାଲା ଗାୟକଙ୍କ ଜୀବନ

ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି ପାଲା ଗାୟକ ନିଳାଦ୍ରି ମଲିକ୍। ଘର ନଥିବାରୁ ମଇଁଷି ଗୁହାଳେ ବିତୁଛି ଜୀବନ। ଯିଏ ଦିନେ ପାଲା ମାଧ୍ୟମରେ ସରକାରୀ ଯୋଜନାର ପ୍ରଚାର କରୁଥିଲେ ଆଜି ସେ ନିଜେ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି

  • Wednesday, 14 July 2021
fire
କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ

କଟକ: କଟକ ଶିଶୁଭବନରେ ନିଆଁ ଲାଗିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ନିଆଁ ଲାଗିବା ପରେ ତତ୍‌କ୍ଷଣାତ୍‌ ନିଆଁକୁ ଆୟତ୍ତ କରାଯାଇଛି। ଲାଗିଥିବା ନିଆଁରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। ଶିଶୁ ଭବନର କିଛି ବିଦ୍ୟୁତ୍‌ ତାର ଜଳିଯାଇଥିବା ସୂଚନା ମିଳିଛି। ସାମୟିକ ଭାବେ ଡାକ୍ତରଖାନାର ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଥିବା ନେଇ ସୂଚନା ମିଳିଛି। #କଟକ_ଶିଶୁଭବନରେ_ଅଗ୍ନିକାଣ୍ଡ କଟକ ଶିଶୁଭବନରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗିବା […]

  • Wednesday, 14 July 2021
3arrest
ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୩ ଗିରଫ

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ପୁରୁଣା କଟକ ରେଞ୍ଜ ମୁଣ୍ଡେଶ୍ୱର ଜଙ୍ଗଲରେ ନିଆଁ ଲଗାଇବା ପରେ ପଳାଉଥିବା ବେଳେ ଏମାନେ ସ୍ୱତନ୍ତ୍ର ସ୍ୱ୍କାର୍ଡ  ହାତରେ ଧରାପଡ଼ିଛନ୍ତି। ଏବେ ରାଜ୍ୟ ସାରା ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି

sudama-marandi
କରୋନା ଏବେ ବି ଯାଇନାହିଁ, ନିୟମ ମାନି ଚଳିବାକୁ ପରାମର୍ଶ ଦେଲେ ରାଜସ୍ୱ ମନ୍ତ୍ରୀ

ଏ ଯାଏ କୋଭିଡ ଯାଇନଥିବାରୁ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ସେ କହିଛନ୍ତି, ରାଜ୍ୟରେ କୋଭିଡ ସ୍ଥିତିର ଅନୁଧ୍ୟାନ କରାଯାଉଛି। ଏହାକୁ ଦେଖି ପଦକ୍ଷେପ ନିଆଯିବ। କିଛି କଟକଣା ଲଗାଯିବ କି ନାହିଁ, ପରିସ୍ଥିତି ଅନୁସାରେ ସ୍ଥିର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

  • Wednesday, 14 July 2021
jilapala-jail
ଏଣିକି ଜେଲ ବୁଲିବେ ଜିଲ୍ଲାପାଳ

ରାଜ୍ୟର ବିଭିନ୍ନ ଜେଲରେ ଅନ୍ତେବାସୀଙ୍କ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ସୁପ୍ରିମକୋର୍ଟଙ୍କ ଏ ସମ୍ପର୍କିତ ନିର୍ଦ୍ଦେଶାବଳୀ କିଭଳି କଡାକଡି ପାଳନ କରାଯିବ ସେ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଜାରିକରିଛନ୍ତି।

  • Wednesday, 14 July 2021