• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

BJP-Congress-BJD
ପିପିଲି ଉପନିର୍ବାଚନରେ ମାତ୍ର ଏତିକି ଲୋକଙ୍କୁ ନେଇ ସଭା କରିବେ ରାଜନୈତିକ ଦଳ

ପିପିଲି ଉପନିର୍ବାଚନରେ କରୋନା କଟକଣା ନେଇ ଗାଇଡଲାଇନ ଜାରି ହୋଇଛି। ସଭାସମିତି ପାଇଁ ଗାଇଡଲାଇନ ଜାରି କରିଛନ୍ତି ଏସଆରସି। ନିୟମ ଅନୁସାରେ, ଇଣ୍ଡୋରରେ ସର୍ବାଧିକ ୨ଶହ ଲୋକଙ୍କୁ ନେଇ କରାଯାଇ ପାରିବ ସଭା।

  • Wednesday, 14 July 2021
tempretures
ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା?

ତାତିରେ ରେକର୍ଡ କଲା ରାଜଧାନୀ ଭୁବନେଶ୍ୱର। ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏହାସହ ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି ବୋଲି ସୂଚନା ମିଳିଛି।

  • Wednesday, 14 July 2021
april-guidline
ସ୍ଥିତି ଦେଖି କଣ୍ଟେନମେଣ୍ଟ୍‌ ଅଞ୍ଚଳ ଘୋଷଣା କରିବେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର

କରୋନାକୁ ନଜରରେ ରଖି ଏପ୍ରିଲ ମାସ ଲାଗି ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିୟମ ଅନୁସାରେ, ଏହି ଗାଇଡ ଲାଇନ ଆଜିଠୁ ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ନୂଆ ଗାଇଡଲାଇନ ଆଜିଠୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲାଗୁ ହେବ ବୋଲି କହିଲେ SRC

  • Wednesday, 14 July 2021
bird love
ଘରଚଟିଆର ଘର… ଗାଧୋଇବା ପାଇଁ ସୁଇମିଂପୁଲ୍, ଖାଇବା ଓ ପିଇବା ପାଇଁ ହୋଇଛି ବ୍ୟବସ୍ଥା....ଜାଣନ୍ତୁ କେଉଁଠି?

ମଣିଷର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ପ୍ରକୃତି ଉପରେ ପଡୁଛି ଏହାର ନକରାତ୍ମକ ପ୍ରଭାବ। ଯାହାଫଳରେ ଅନେକ ଜୀବଜନ୍ତୁ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇସାରିଲେଣି। ସେମାନଙ୍କ ସୁରକ୍ଷା ଯଦି କରାନଯାଏ ଜୀବନ ମଧ୍ୟ ଖୁବଶୀଘ୍ର ଲୋପ ପାଇଯିବ

  • Wednesday, 14 July 2021
similipal
ଚାଷୀଙ୍କ ନିଦ ହଜାଇ ଦେଲାଣି ଜଉପୋକ

କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଅଞ୍ଚଳରେ ଶହ ଶହ ହେକ୍ଟର ମୁଗ ଫସଲ ନଷ୍ଟ ହେଉଛି। ଦାଉ ସାଧୁଛି ଜଉପୋକ ଓ ଗୁଣ୍ଡିପୋକ। ଚଳିତ ବର୍ଷ ଠିକ ଭାବେ ବର୍ଷା ନ ହେବା ସହ ସରକାର ପୋକମରା ଔଷଧ ସମୟରେ ନ ଦେବାରୁ ଏହି ସ୍ଥିତି ଉପୁଜି ଥିବା ଜଣାପଡିଛି।

  • Wednesday, 14 July 2021
electric-bill
ରାଜ୍ୟରେ କମିପାରେ ବିଜୁଳି ଦର !

ଭୁବନେଶ୍ୱର: ଆଗାମୀ ଦିନରେ କମିପାରେ ବିଜୁଳି ଦର। ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। କହିଲେ, ପୁନର୍ବିଚାର ପାଇଁ ରାଜ୍ୟ ସରକାର OERCରେ ଆବେଦନ କରିବେ ଏହାସହ OERC କୁ ପୁନର୍ବିଚାର କରିବାକୁ କହିବେ ବୋଲି ଶକ୍ତିମନ୍ତ୍ରୀ। #OERCକୁ_ପୁନର୍ବିଚାର_ପାଇଁ_କହିବୁ #ଶକ୍ତି_ମନ୍ତ୍ରୀ ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଶକ୍ତି ମନ୍ତ୍ରୀ। କହିଲେ, ପୁନର୍ବିଚାର ପାଇଁ ରାଜ୍ୟ ସରକାର OERCରେ ଆବେଦନ କରିବେ#Odisha #ElectricityBill pic.twitter.com/VUgHj3UurW — […]

  • Wednesday, 14 July 2021
similipal
ଶିମିଳିପାଳ ଜଙ୍ଗଲରେ ପୁଣି ଲାଗିଛି ନିଆଁ

ଶିମିଳିପାଳ ଅଭୟାରଣ୍ୟରେ ପୁଣି ନିଆଁ ଲାଗିଛି। ଶିମିଳିପାଳ ଦକ୍ଷିଣ ଡିଭିଜନର ୪୭ଟି ସ୍ଥାନରେ ନିଆଁ ଲାଗିଛି। ଏନେଇ ସାଟେଲାଇଟ୍ ସୂତ୍ରରୁ ଜଣାପଡିଥିବା ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି

assembly odisha
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗୋକୁ ନେଇ ଗୃହରେ ହଟ୍ଟଗୋଳ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗୋ ଲାଗିବାକୁ ନେଇ ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲା ବିଜେପି।

  • Wednesday, 14 July 2021
police-bbsr
ବନ୍ଧୁକ ଚୋରାକାରବାର ବେଳେ ଚଢାଉ କଲା ପୋଲିସ

କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ବନ୍ଧୁକ କାରବାର କରୁଥିବାବେଳେ ପୋଲିସ ଚଢାଉ କରିଛି। କେନ୍ଦ୍ରାପଡ଼ାର କୁଖ୍ୟାତ ଅପରାଧୀ ବିଜୟ ନାୟକ, ତାର ସହଯୋଗୀ ଜଗା ଦାସ ସମେତ ୭ ଜଣଙ୍କୁ ପୋଲିସ ଧରିଛି।

  • Wednesday, 14 July 2021
deadbody
ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଗଲେ ୨ ନାବାଳକ

ବ୍ରାହ୍ମଣୀରେ ବୁଡ଼ି ଜଣେ ନାବାଳକ ସମେତ ୨ ନିଖୋଜ। ଧୂମାତ ଶାସନ ଗୋବରଗାଡ଼ିଆ-ଅଳପୁଆ ବ୍ରାହ୍ମଣୀ ଘାଟରେ ଅଘଟଣ ଘଟିଛି। ଠାକୁରଙ୍କ ହୋଲି ଖେଳ ପରେ ନଦୀରେ ଗାଧୋଉଥିଲେ ୪ ସାଙ୍ଗ।

  • Wednesday, 14 July 2021
yelow-warning
ଚିନ୍ତା ବଢାଇଲା ପାଣିପାଗ ବିଭାଗର ପୂର୍ବାନୁମାନ

ରାଜ୍ୟରେ ଅସମ୍ଭାଳ ହେଉଛି ଗ୍ରୀଷ୍ମ ପ୍ରବାହ। ଆଜି ରାଜ୍ୟର ୧୬ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ୪୪. ୬ ଡ଼ିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ଆଗାମୀ ୭ ଦିନରେ ତାପମାତ୍ରା ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ ବିଭାଗ। ଏହାକୁ ଦୃଷ୍ଟିରେ ରଖି ୨୦ ଜିଲ୍ଲା ପାଇଁ ୱେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

pipili
ଆଜି ସରିଲା ନୋମିନେସନ୍‌, କାଲିଠୁ କମ୍ପିବ ପ୍ରଚାର ମୈଦାନ

ପିପିଲି ଉପନିର୍ବାଚନ ପାଇଁ ସରିଲା ନୋମିନେସନ୍। ଶେଷ ଦିନରେ ନେତା ଓ ସମର୍ଥକଙ୍କ ଗହଣରେ ଯାଇ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନୋମିନେସନ କରିଥିଲେ।

KHAIBA-TELA
୬ ମାସରେ ୭୦ ପ୍ରତିଶତ ବଢିଲାଣି ତେଲ

ଆଳୁ, ପିଆଜ ଦରବୃଦ୍ଧିରୁ ତ୍ରାହି ମିଳିଛି କି ନାହିଁ କଲବଲ କଲାଣି ଖାଇବା ତେଲଅ ବୋଝ। ୬ ମାସରେ ୬୦ରୁ ୭୦% ମହଙ୍ଗା ହେଲାଣି ରୋଷେଇ ଘରର ଏହି ଅତ୍ୟାବଶ୍ୟକ ସାମଗ୍ରୀ। ଅୋବର ମାସରେ ଯେଉଁ ରିଫାଇନ ତେଲର ଦାମ ଲିଟର ପିଛା ୯୫ ଟଙ୍କା ଥିଲା ଏବେ ତାହା ୧୬୫ ଟଙ୍କାରେ ପହଞ୍ଚିଛି

  • Wednesday, 14 July 2021
corona
ଏହି ସ୍ଥାନ ହିଁ ପାଲଟିଛି କରୋନାର ହଟସ୍ପଟ୍‌

କଟକ, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ତାକୁ ନେଇ ସୃଷ୍ଟି ହୋଇଥିବା ଡରରୁ ତେଜିଲା ଛାତ୍ର ଆନ୍ଦୋଳନ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ଭୁବନାନନ୍ଦ ଇଂଜିନିୟରିଂ ସ୍କୁଲରେ। ଆସନ୍ତାକାଲି ଏଠି ସେମିଷ୍ଟର ପରୀକ୍ଷା ଅଛି

aprtments
ଭୁବନେଶ୍ୱରରେ ରହିଛି ୪୬୩ଟି ବେଆଇନ ଆପାର୍ଟମେଣ୍ଟ

ରାଜଧାନୀରେ ରହିଛି ୪୬୩ଟି ବେଆଇନ ଆପାର୍ଟମେଣ୍ଟ। ଏଥିରୁ କିଛି ଆପାର୍ଟମେଣ୍ଟ ଗୁଡିକୁ ଡିମୋଲେସନ ପାସ୍ ହୋଇଥିବା ବେଳେ କିଛି ମାମଲା ଏବେ ବି ବିଚାରାଧୀନ ରହିଛି।

  • Wednesday, 14 July 2021
heat-wave
ଆଜି ବାରିପଦା ସବୁଠୁ ଉତ୍ତପ୍ତ ସହର, ଜାଣନ୍ତୁ କେଉଁ ଜିଲ୍ଲାର ତାପମାତ୍ରା ରହିଛି କେତେ?

ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟର ୧୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି

  • Wednesday, 14 July 2021
blasting
ମହାବିଦ୍ୟାଳୟ ପ୍ରତି ବିପଦ ଆଣୁଛି ପଥର ବ୍ଲାଷ୍ଟିଂ ପଏଣ୍ଟ

ଜୟପୁର ତହସିଲ ଜୟନ୍ତଗିରି ନିକଟରେ ଚାଲିଛି ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ। ଯେଉଁଥିପାଇଁ ନିକଟରେ ଥିବା ଆଦର୍ଶ ବିଦ୍ୟାଳୟ, ବୋରିଗୁମ୍ମା ଡିଗ୍ରୀ ମହାବିଦ୍ୟାଳୟ ତଥା ଆଖପାଖ ସରକାରୀ କୋଠା ଗୁଡିକରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି।

  • Wednesday, 14 July 2021
chaiti-jatra
କରୋନା କଟକଣା ମଧ୍ୟରେ ବିଭିନ୍ନ ଦେବୀ ପୀଠରେ ଆରମ୍ଭ ହେଲା ଚଇତି ପର୍ବ

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଛି

  • Wednesday, 14 July 2021
covid-vaccine
ଏପ୍ରିଲ୍ ପହିଲାରୁ ଦୈନିକ ୨ ଲକ୍ଷ ଲୋକଙ୍କୁ ଦିଆଯିବ କରୋନା ଟିକା

ଆଜି ଅଧିକ ଟିକାକରଣ ନେଇ ସମୀକ୍ଷା ବୈଠକ ହେବ। ଏହାସହ ରାଜ୍ୟରେ ଏବେ ୧ହଜାର କେନ୍ଦ୍ରରେ ଟିକା ଦିଆଯାଉଛି। ଟିକା ନଷ୍ଟ ହେବାରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ଅଛି ବୋଲି ଜଣାପଡିଛି। ଆମ ରାଜ୍ୟରେ ୦.୨ ପ୍ରତିଶତ ଟିକା ନଷ୍ଟ ହୋଇଥିବା ଜଣାଯାଇଛି

teachers
ସରକାରୀ, ଘରୋଇ ସ୍କୁଲର ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା

ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ବିଶେଷ କରି ରାଜଧାନୀର ଅନେକ ଶିକ୍ଷାନୁଷ୍ଠାନରେ କ୍ରମାଗତ ଭାବରେ ବଢିଚାଲିଛି ସଂକ୍ରମଣ। କରୋନାକୁ ରୋକିବାକୁ ଉଭୟ ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଅଧିକ ବୟସ୍କ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଟିକା ଦିଆଯିବ ବୋଲି ସୂଚନା ମିଳିଛି

bjp
ପିପିଲି ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ପିପିଲି ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଇଛି ବିଜେପି।

kalabaisakhi
ସାବଧାନ ! ମାଡ଼ି ଆସୁଛି କାଳବୈଶାଖୀ, ଏହି ୨ ଜିଲ୍ଲାରେ ହୋଇପାରେ ଘୂର୍ଣ୍ଣି ଝଡ଼

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ।ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ପବନ ସହ କାଳବୈଶାଖୀର ସମ୍ଭାବନା ରହିଛି।

  • Wednesday, 14 July 2021
khabar-otv
ଅଳ୍ପ ଶବ୍ଦ ମଧ୍ୟରେ ପଢନ୍ତୁ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

ସମ୍ବଲପୁର ପରମାଣପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏକ ବାଇକକୁ ଧକ୍କା ଦେଇଛି ଟ୍ରକ୍। ଟ୍ରକ୍‌ ଧକ୍କାରେ ୨ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି

  • Wednesday, 14 July 2021
Pkg-7am
ବେପାର ଜମିଆସୁଥିବା ବେଳେ ଚାଷୀଙ୍କ ଚିନ୍ତା ବଢାଇଛି ରୋଗ ପୋକ

ଚାହିଦାରେ ତରଭୁଜ ଚାଷ। ଖରା ବଢ଼ିବା ସାଙ୍ଗକୁ ତରଭୁଜ ବେପାର ଜମିଆସୁଥିବା ବେଳେ ରୋଗ ପୋକକୁ ନେଇ ଚିନ୍ତାରେ ଏବେ ଚାଷୀ

  • Wednesday, 14 July 2021
TRUCK
ଟ୍ରକ୍‌କୁ ୪୪ ଲକ୍ଷ ଟଙ୍କାର ଫାଇନ୍‌, ଜାଣନ୍ତୁ କେଉଁଠି ଘଟିଛି ଘଟଣା?

ଗୋଟିଏ ଟ୍ରକକୁ ୪୪ ଲକ୍ଷ ଟଙ୍କା ଫାଇନ ପଡିଛି। କେନ୍ଦୁଝର ଚମ୍ପୁଆ ଥାନା ମୁରୁସୁଆଁ ନିକଟରେ ଏହି ଟ୍ରକକୁ ଫାଇନ କରିଛି ବଡ଼ବିଲ କମରସିଆଲ ଟ୍ୟାକ୍ସ, ଜିଏସଟି ଏନଫୋରସମେଂଟ୍‌ର ମିଳିତ ଟିମ୍। ଏହି ୧୪ ଚକିଆ ଟ୍ରକରେ ଗୁଟକା ନିଆଯାଉଥିଲା।

  • Wednesday, 14 July 2021