• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

narsingh-misra
'ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଚାହୁଁଛି'

ଭୁବନେଶ୍ୱର: ପରୀ ହତ୍ୟା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ କଂଗ୍ରେସ SIT ତଦନ୍ତ ଦାବି କରିଥିଲା, ଆଜି SIT ଅଭିଯୁକ୍ତକୁ ଗିରଫ କରିଛି। ବିଜେପି କହୁଛି ଗିରଫ ବ୍ୟକ୍ତି ଦୋଷୀ ନୁହଁନ୍ତି, ପ୍ରକୃତ ଦୋଷୀ କିଏ ବିଜେପି କହୁ। ସ୍ଥାନୀୟ ମନ୍ତ୍ରୀଙ୍କ ବିରୋଧରେ ଫୋନ୍ ବାର୍ତ୍ତାଳାପ ଅଭିଯୋଗ ଆସିଥିଲା। ଏସ୍‌ଆଇଟି ଉକ୍ତ ଫୋନ୍ ବାର୍ତ୍ତାଳାପର ମଧ୍ୟ ତଦନ୍ତ କରୁ ବୋଲି ନରସିଂହ ଦାବି କରିଛନ୍ତି। ସେ ଆହୁରି […]

bjd
'ଆହୁରି ୧୦୦ ବର୍ଷ ପର୍ଯ୍ୟନ୍ତ ବିଜେଡି କାମ କରିବ'

ଭୁବନେଶ୍ୱର: ନବୀନଙ୍କ ନୂଆ ଟିମ୍ ଗଠନ ପରେ ବିଜେଡିର ପ୍ରଥମ କାର୍ଯ୍ୟକାରିଣୀ। ପ୍ରସ୍ତୁତ ହୋଇଛି ଦଳର ଭବିଷ୍ୟତ ରୋଡମ୍ୟାପ୍। ଯେଉଁଥିରେ ଫୋକସ୍ ରହିଛି ସଂଗଠନକୁ ମଜଭୁତ୍ ଓ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଆହୁରି ଶାଣିତ କରିବା। ଦଳର ବରିଷ୍ଠ ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାର ଉପରେ ଜୋରଦାର ବର୍ଷିଛନ୍ତି। ତାସହିତ ରାଜନୈତିକ ଓ ସାଙ୍ଗଠନନିକ ପ୍ରସ୍ତାବ ଉପରେ ହୋଇଛି ବିସ୍ତୃତ ଆଲୋଚନା। କେନ୍ଦ୍ରୀୟ ଅବହେଳା, ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ, ଧାନର ଏମ୍ଏସ୍‌ପି ବୃଦ୍ଧି, […]

  • Thursday, 15 July 2021
sAMIR
'୨ ଦଶନ୍ଧି ପରେ ନବୀନଙ୍କ ମନେପଡୁଛି ଓଡ଼ିଆ ଅସ୍ମିତାର କଥା?'

ଭୁବନେଶ୍ୱର: କେନ୍ଦ୍ରର ଅବହେଳା ପ୍ରସଙ୍ଗକୁ ନେଇ ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଦୁଇ ଦଶନ୍ଧି ଧରି ଶାସନ କରୁଥିଲେ ବି ରାଜ୍ୟ ବିକଶିତ ହୋଇନି ବୋଲି କହି ପ୍ରଶ୍ନ କରିଛନ୍ତି ସମୀର। ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ କେନ୍ଦ୍ରର ପ୍ରତିବଦ୍ଧତାକୁ ଭୁଲ ଦର୍ଶାଇବା ପାଇଁ ଓଡ଼ିଶାବାସୀଙ୍କୁ ମିଛ କହୁଛନ୍ତି। ଦୁଇ ଦଶନ୍ଧି ଧରି ଶାସନ କରୁଥିଲେ ବି ରାଜ୍ୟ ବିକଶିତ […]

  • Thursday, 15 July 2021
'ପରୀକୁ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ'

ନୟାଗଡ଼: ପରୀକୁ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ। ପୁଣି ଆତ୍ମାହୁତି ଧମକ ଦେଲେ ପରୀ ବାପା ଅଶୋକ ସାହୁ। ପରୀ ହତ୍ୟା ମାମଲାରେ ଜଣେ ଗିରଫ ପରେ ଅଶୋକ ସାହୁ କହିଛନ୍ତି ଯେ ବିଜେପିର ରାଲିକୁ ଦୃଷ୍ଟିରେ ରଖି ଗିରଫଦାରି କରାଯାଇଛି। ଗୋଟିଏ ପିଲାକୁ ଗିରଫ କରିଦେଲେ ପରୀକୁ ନ୍ୟାୟ ମିଳିବନି। ଅଙ୍ଗତସ୍କରୀରେ ସଂପୃକ୍ତ ଥିବା ରାକେଟକୁ ଧରାଯାଉ। ଏହି ଘଟଣାରେ ଜଣେ ସଂଶ୍ଲିଷ୍ଟ ନୁହେଁ। ଅନ୍ୟମାନେ କୁଆଡେ ଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି। […]

  • Thursday, 15 July 2021
pari-6-30
ପରୀ ହତ୍ୟା ମାମଲାରେ ଜଣେ ଗିରଫ

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ଜଣେ ଗିରଫ। ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା SIT। ନୟାଗଡ଼ ଯଦୁପୁର ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି SIT। ଏ ନେଇ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଇଛି SIT। ଆସନ୍ତାକାଲି ପକ୍ସୋ କୋର୍ଟରେ SIT ହାଜର କରିବ। ୩୭୬-A, ୩୭୬-AB, ୩୬୪, ୩୦୨, ୨୦୧ ଓ ପକ୍ସୋ ଆକ୍ଟ ସେକ୍ସନ୍ -୬ରେ ମଧ୍ୟ ମାମଲା ରୁଜୁ କରାଯାଇଛି।ସେ ବ୍ୟକ୍ତି ଜଣକ କିଏ ତାହା ଜଣାପଡ଼ିନାହିଁ। ଗିରଫଦାରୀକୁ ନେଇ ପରୀର […]

mao
ପୋଲିସ ଆସିବା ଦେଖି ଗୁଳି ଚଳାଇଲେ ମାଓବାଦୀ

କନ୍ଧମାଳ: କନ୍ଧମାଳରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ। ମାଓବାଦୀ କ୍ୟାମ୍ପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ୍ ହୋଇଛି। SOG ଏବଂ DVF ପକ୍ଷରୁ ମିଳିତ ଭାବେ ଏହି କମ୍ବିଂ ଅପରେସନ୍ କରାଯାଉଛି। ମାଓବାଦୀ କ୍ୟାମ୍ପ ଥିବା ଖବର ପାଇଁ ଚଢ଼ାଉ କରିଥିଲା ପୋଲିସ୍। ତେବେ ହଠାତ୍ ପୋଲିସ୍ ଉପରକୁ ଗୁଳି ଚଳାଇଥିଲେ ମାଓବାଦୀ। ଯାହାର ପାଲଟା ଜବାବ ଦେଇଥିଲେ ଯବାନ। ତେବେ ଏହି ଗୁଳି ବିନିମୟରେ ଖସିଗଲେ ୮ରୁ ୧୦ ଜଣ ନକ୍ସଲ ଖସି ଯାଇଥିବା ସୂଚନା […]

  • Thursday, 15 July 2021
bottle
ସାଙ୍ଗ ହୋଇ ଯାଇଥିଲେ, ଆଉ ଫେରିଲେନି

ରାଉଲକେଲା: ପିକ୍‌ନିକ୍‌ କରିବାରୁ ଯାଇଥିଲେ ୪ ସାଙ୍ଗ। କିନ୍ତୁ ସାମାନ୍ୟ ଅସାବଧାନତା କେବଳ ଯେ ଖୁସି ଛଡ଼ାଇନେଲାନି ବରଂ ଜୀବନ ନେଇଗଲା। ନଦୀକୁ ଗାଧୋଇବାକୁ ଯାଇ ବୋତଲରେ ଖେଳୁଥିଲେ। ଆଉ ଚାଲିଗଲା ଜୀବନ। ୨ ଜଣକ ମୃତଦେହ ମିଳିଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳୁନି। ଏଭଳି ଘଟଣା ଘଟିଛି ରାଉଲକେଲାରେ।  ୩ ଜଣ ଛାତ୍ର ରାଉଲକେଲାର ଝିରିପାଣିକୁ ପିକନିକ୍‌ରେ ଯାଇଥିଲେ। ଏହି ଅବସରରେ ସେମାନେ କୋଏଲ ନଦୀରେ ଗଧୋଇବାକୁ ଯାଇଥିବା ବେଳେ ନଈ ସୁଅରେ ଭାସିଯାଇଥିଲେ। […]

  • Thursday, 15 July 2021
winter-flex
ପାରଦ ଆହୁରି ଖସିବ, ଥଣ୍ଡାରେ ଥରିବ ଓଡ଼ିଶା

ଭୁବନେଶ୍ୱର: ଆସୁଛି ଶୀତ। ଥଣ୍ଡାରେ ଥରିବ ଓଡ଼ିଶା।  ଏନେଇ ୧୬ ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ। ଆସନ୍ତା ୩ ଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରି ଜାରି ରହିବ। ଆଗାମୀ ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ଶୀତ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ରହିଛି। ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୧୧ ଜିଲ୍ଲା ପାଇଁ ଶୀତ ଲହରି ସକାଶେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। […]

  • Thursday, 15 July 2021
Anubhav-police
ଥାନାରେ ବର୍ଷାଙ୍କ ଅଭିଯୋଗ ପରେ ଅନୁଭବଙ୍କ ଘରେ ପହଞ୍ଚିଲା ପୋଲିସ୍

କଟକ: ସାଂସଦ ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ମଧ୍ୟରେ ଯେମିତି ଥମିବାର ନାଁ ନେଉନି ପାରିବାରିକ ବିବାଦ। ପୁଣି ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ ଅନୁଭବ ଓ ତାଙ୍କ ଆଉ ୨ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଛନ୍ତି। ଗତ ରାତିରେ ରୁମ୍‌ରେ ଅନୁଭବ ତାଲା ପକାଇ ଦେଇଥିଲେ। ସେଥିପାଇଁ ରାସ୍ତାରେ ଘଣ୍ଟାଏ ଛିଡ଼ା ହୋଇ ରହିଥିଲେ। ଅନୁଭବ ଘରେ ରହିବାକୁ ବାଧା ଦେଉଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ତେବେ ବର୍ଷାଙ୍କ ଅଭିଯୋଗ ପରେ ଅନୁଭବ ମହାନ୍ତିଙ୍କ […]

  • Thursday, 15 July 2021
soya
ଇଣ୍ଡଷ୍ଟ୍ରିଜ୍ ନାଁରେ ତିଆରି ଚାଲିଥିଲା ନକଲି ସୋୟା ବଡ଼ି

କଟକ: କଟକ ଜଗତପୁର ଅଞ୍ଚଳରେ ପୁଣି ସାମ୍ନାକୁ ଆସିଲା ଭେଜାଲ୍ ମାଲ ତିଆରି କାରଖାନା। ପୋଲିସ ଦ୍ୱାରା ଠାବ ହୋଇଛି ନକଲି ସୋୟା ବଡ଼ି ତିଆରି ୟୁନିଟ୍। ଆର.ଏମ୍.ମିଲ୍ ଜଗତପୁର ଇଣ୍ଡଷ୍ଟ୍ରିଜ୍ ନାଁରେ ଚାଲିଥିବା ଏହି କାରଖାନାରେ ତିଆରି ହେଉଥିଲା ଅପମିଶ୍ରିତ ସୋୟା ବଡ଼ି। ଆଜି ଏହା ଉପରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଅପମିଶ୍ରିତ ସୋୟା ବଡ଼ି ସହ ବିଭିନ୍ନ ପ୍ରକାରର କଞ୍ଚାମାଲ୍ ଏବଂ କେମିକାଲକୁ ଜବତ କରିଛି। ଏଠାରେ ପୋକରା ଚାଉଳ ଏବଂ […]

  • Thursday, 15 July 2021
naveen-pratap
ନବୀନ ତ କେନ୍ଦ୍ରମନ୍ତ୍ରୀ ଥିଲେ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କାହିଁକି କରାଇ ଦେଲେନି !

ବ୍ରହ୍ମପୁର: ନିଜେ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଥିଲାବେଳେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ କଲେନି। ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ନବୀନଙ୍କ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ନେଇ ବର୍ଷିଲେ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି ଯେ ନିଜେ କେନ୍ଦ୍ରମନ୍ତ୍ରୀ ଥିବାବେଳେ କାହିଁକି କରାଇ ଦେଲେନି।  ସ୍ୱତନ୍ତ୍ର ରାଜ୍ୟ ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରିପାରୁନି ରାଜ୍ୟ। ତେଣୁ ସ୍ୱତନ୍ତ୍ର ରାଜ୍ୟ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।  ଏନଡିଏ ସମୟରେ ୟୁପିଏ […]

  • Thursday, 15 July 2021
cow
ନିଜ ଛୁଆଠାରୁ କ୍ଷଣକ ପାଇଁ ଦୂରେଇ ରହିପାରିଲାନି ଗାଈ

ମାଲକାନଗିରି: ନିଜ ଛୁଆର ସୁରକ୍ଷା ଲାଗି ସର୍ବଦା ପ୍ରସ୍ତୁତ ମାଆ। ସେ ମଣିଷ, ଗୃହପାଳିତ ପଶୁ କିମ୍ବା ବନ୍ୟଜନ୍ତୁ ହେଉନା କାହିଁକି  ମାତୃତ୍ୱ ଭାବର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ସହରରେ। ଗାଡି ଧକ୍କାରେ ଆହତ ହୋଇ ପଡିଥିଲା ଏକ ବାଛୁରୀ। ତେବେ ନିଜ ଛୁଆକୁ ଛାଡି କେଉଁଆଡେ ବି ଯାଇନଥିଲା ଗାଈ। ସ୍ଥାନୀୟ ଲୋକେ ବାଛୁରୀଟିକୁ ଏକ ଟ୍ରଲିରେ  ପଶୁ ଡାକ୍ତରଖାନାକୁ ନେଉଥିବାବଳେ ସମ୍ପୃକ୍ତ ଗାଈଟି ଟ୍ରଲି ପଛେ ପଛେ ଚାଲିଥିଲା। ଟ୍ରଲିଟି […]

  • Thursday, 15 July 2021
soumya-dadara-gadi
ରାସ୍ତା କଡରୁ ହଟିବ ପୁରୁଣା ଗାଡି !

ଭୁବନେଶ୍ୱର: ରାଜଧାନୀ ରାସ୍ତା କଡରୁ ହଟିବ ପୁରୁଣା ଗାଡିର ବେଆଇନ ପାର୍କିଂ। ବାରମ୍ବାର ଅଭିଯୋଗ ପରେ ଏବେ ଚେତା ପଶିଛି। ରାଜଧାନୀ ରାସ୍ତା କଡରୁ ପୁରୁଣା ଗାଡି ଗୁଡିକୁ ହଟାଇବା ପାଇଁ ଆଜିଠୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ଟ୍ରାଫିକ। ଭୁବନେଶ୍ୱରର ବରମୁଣ୍ଡା, ରସୁଲଗଡ ଏବଂ କଳ୍ପନାରେ ଆଜି ଟ୍ରାଫିକ ପକ୍ଷରୁ ଗାଡି ଗୁଡିକୁ ଉଠାଯାଇଛି ଟ୍ରାଫିକ ସମସ୍ୟା ଏବଂ  ଦୁର୍ଘଟଣା ଯୋଗୁଁ ବାରମ୍ବାର ଅଭିଯୋଗ ପରେ ଆଜି କାର୍ଯ୍ୟାନୁଷ୍ଠାନ ନେଇ ଡ୍ରାଇଭ ଆରମ୍ଭ ହୋଇଛି। […]

  • Thursday, 15 July 2021
debris
ନଦୀରୁ ଉଦ୍ଧାର ହେଲା କ୍ଷେପଣାସ୍ତ୍ରର ଭଗ୍ନାଂଶ

ଭଦ୍ରକ: କ୍ଷେପଣାସ୍ତ୍ରର ଭଗ୍ନାଂଶ ନଦୀରୁ ଉଦ୍ଧାର। ଭଦ୍ରକ ଜିଲ୍ଲା ଧାମରା ନଦୀରୁ ମତ୍ସ୍ୟଜୀବୀମାନେ ଏକ କ୍ଷେପଣାସ୍ତ୍ରର ଭଗ୍ନାଂଶ ଉଦ୍ଧାର କରିଥିଲେ। ମାଛ ଧରୁଥିବାବେଳେ ଜାଲରେ ଲାଗିଥିଲା କ୍ଷେପଣାସ୍ତ୍ରର ଏହି ଭଗ୍ନାଂଶ। ଏହାପରେ ଏକ କବାଡି ଦୋକାନରେ କ୍ଷେପଣାସ୍ତ୍ରର ଭଗ୍ନାଂଶଟିକୁ ନେଇ ବିକ୍ରି କରି ଦେଇଥିଲେ। ଭଗ୍ନ କ୍ଷେପଣାସ୍ତ୍ରର ଓଜନ ପ୍ରାୟ ୮୦ କେଜି ହେବ। ଧାମରାର ଅବଦୁଲ କଲାମ ଦ୍ୱୀପରୁ ଏହି କ୍ଷେପଣାସ୍ତ୍ର ଗୁଡିକ ପରୀକ୍ଷଣ କରାଯାଇଥାଏ। ଏ ନେଇ ଧାମରା ମେରାଇନ ଥାନା ଆଇଆଇସିଙ୍କ ସହ […]

  • Thursday, 15 July 2021
ncpcr
'ପରୀ' ପାଇଁ କେନ୍ଦ୍ରୀୟ ତଦନ୍ତ ସୁପାରିସ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର: ପରୀ ହତ୍ୟାର ବର୍ତ୍ତମାନର ତଦନ୍ତରେ ତ୍ରୁଟି ରହିଛି। ସେଥିପାଇଁ କେନ୍ଦ୍ରୀୟ ତଦନ୍ତ କରାଯାଉ। ଏ ନେଇ ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତ ସୁପାରିସ କରନ୍ତୁ ବୋଲି NCPCR ପରାମର୍ଶ ଦେଇଛନ୍ତି । NCPCR କହିଛନ୍ତି ଯେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତଦନ୍ତରେ ତ୍ରୁଟି ପାଇଁ ରାଜ୍ୟ ସରକାର ଦୃଢ଼ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଏନେଇ ରାଜ୍ୟ ମୁଖ୍ୟ ସଚିବଙ୍କୁ ମଧ୍ୟ ଚିଠି ଲେଖିଥିବା ଜଣାଇଛନ୍ତି। SIT ତଦନ୍ତରେ ମଧ୍ୟ NCPCR […]

  • Thursday, 15 July 2021
fireing
ରାଉଲକେଲାରେ ପୁଣି ଫାୟରିଂ: ମୁଣ୍ଡରେ ଗୁଳି ଫୁଟାଇ ଲୁଟିନେଲେ

ରାଉଲାକେଲା: RGH ପାଖ ଫ୍ଲାଏଓଭର ପାଖରେ ଗୁଳିକାଣ୍ଡ। ଜଣେ ସୁନା ଦୋକାନୀଙ୍କୁ ଦୁର୍ବୃତ୍ତ ଗୁଳି କରି ଲୁଟପାଟ୍ କରିଥିବା ସୂଚନା ମିଳିଛି। ସଂପୃକ୍ତ ସୁନା ଦୋକାନୀଙ୍କ ମୁଣ୍ଡରେ ଗୁଳି ବାଜିଛି। ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେତେ ଲୁଟ୍ ହୋଇଛି, ସେନେଇ କୌଣସି ସ୍ପଷ୍ଟ ହୋଇନି। ଏହି ଗୁଳିକାଣ୍ଡ ପରେ ରଘୁନାଥପାଲି ପୋଲିସର ଘଟଣାର ତଦନ୍ତ ଜାରି ରଖିଛି। କିଛି ଦିନ ତଳେ ରାଉଲକେଲା ସହରର ଫାୟାରିଂ ହୋଇଥିଲା। ଏହି ଗୁଳିକାଣ୍ଡରେ ଜଣେ […]

  • Thursday, 15 July 2021
dl
ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ ନିୟମାବଳୀ ବଦଳିଲା

ଭୁବନେଶ୍ୱର: ବଦଳିଲା ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ ନିୟମାବଳୀ। ଏଣିକି ଲର୍ଣ୍ଣର ଲାଇସେନ୍ସ ପାଇଁ ନିୟମ ଅଧିକ କଡ଼ାକଡ଼ି ସହ ବ୍ୟବସ୍ଥାରେ ସରଳୀକରଣ କରାଯାଇଛି। ଏହି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବାକୁ ରାଜ୍ୟର ସମସ୍ତ ୩୮ ଆରଟିଓରେ ଥିବା ଲର୍ଣ୍ଣିଂ ଲାଇସେନ୍ସ ସେଣ୍ଟରରେ ଆଇପି କ୍ୟାମେରା ଲାଗିବ। ଏଇ ମାସ ସୁଦ୍ଧା ଏ ପ୍ରକ୍ରିୟା ସରିବ। କ୍ୟାମେରାରେ ଉତ୍ତୋଳିତ ଭିଡିଓ ଫୁଟେଜକୁ କଟକ ସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ STA ପରିଚାଳନା କରିବେ। ସେହିଭଳି ପରୀକ୍ଷାର ମାନ ବୃଦ୍ଧି […]

  • Thursday, 15 July 2021
police
ଘର ଭିତରୁ ମାଆ-ଝିଅଙ୍କ ମୃତଦେହ ଉଦ୍ଧାର

କଟକ: କଟକ ସେଲ୍ଟର ଛକ ଷ୍ଟେଟ ବ୍ୟାଙ୍କ କଲୋନୀରେ ମାଆ ଝିଅଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି। ଏକ ଘର ଭିତରୁ ଉଦ୍ଧାର କରାଯାଇଛି ଉଭୟଙ୍କ ମୃତଦେହ। ମାଆର ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ଘର ଭିତରେ ପଡ଼ି ରହିଛି ୭ ମାସର ଝିଅର କ୍ଷତାକ୍ତ ମୃତଦେହ। ତେବେ ହତ୍ୟା ନା ଆତ୍ମହତ୍ୟା, କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ବିଡ଼ାନାସୀ ପୋଲିସ ଘଟଣାର ଛାନଭିନ୍ କରୁଛି। କିଛି ସମୟ ମଧ୍ୟରେ ସାଇଣ୍ଟିଫିକ୍ ଟିମ୍ ଆସି […]

  • Thursday, 15 July 2021
naveen
ଓଡ଼ିଶା ପାଇଁ ଜାତୀୟ ଦଳର ରାଜ୍ୟ ନେତାଙ୍କର ଭଏସ୍ ନାହିଁ : ନବୀନ

ଭୁବନେଶ୍ୱର: ବଦଳିଲା ବିଜେଡିର କେନ୍ଦ୍ର ବିରୋଧୀ ଆଭିମୂଖ୍ୟ। ୧୯ରେ କ୍ଷମତାକୁ ଆସିବା ଦିନଠୁ ଚୁପ୍ ଥିବା ବିଜେଡି ନିଜ ରଣନୀତିରେ କରିଛି ପରିବର୍ତ୍ତନ। କେନ୍ଦ୍ରକୁ ସିଧାସଳଖ ଟାର୍ଗେଟ କରିଛନ୍ତି ନବୀନ। ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଭର୍ଚୁଆଲ୍ ମୋଡ୍‌ରେ ଯୋଗଦେଇ ଉଭୟ ବିଜେପି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି କହିଛନ୍ତି। ଉଭୟ ଜାତୀୟ ଦଳ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାକୁ ଏକ ନମ୍ବର ଏଜେଣ୍ଡାରେ ରଖିଥିଲେ, କିନ୍ତୁ ନିର୍ବାଚନ […]

  • Thursday, 15 July 2021
odiha
'ଏସ୍‌ଆଇଟି ଟିମ୍‌କୁ ଆକ୍ଷେପ କରିବା ଦୁର୍ଭାଗ୍ୟଜନକ'

ଭୁବନେଶ୍ୱର: ତଦନ୍ତ ସମୟରେ ଏସ୍‌ଆଇଟି ଟିମ୍‌କୁ ଆକ୍ଷେପ କରିବା ଦୁର୍ଭାଗ୍ୟଜନକ ଓ ଅନୈତିକ କହିଲା ଓଡ଼ିଶା ପୋଲିସ। ପରୀ ଘଟଣାରେ ସରୋଜ ସେଠୀଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛି ଓଡ଼ିଶା ପୋଲିସ। ଏହି ଘଟଣାକୁ ନେଇ ଓଡ଼ିଶା ପୋଲିସ କହିଛି ଯେ ପରୀ ହତ୍ୟାର ଖିଅ କାଢ଼ିବାକୁ ଟିମ୍ ପୂରା ଦମ୍‌ରେ କାମ କରୁଛି। ଅନେକ ଲୋକଙ୍କୁ ଜେରା ହୋଇଛି, ତଦନ୍ତରେ ଆଖିଦୃଷ୍ଟିଆ ଅଗ୍ରଗତି ହୋଇଛି। ତଦନ୍ତ ପ୍ରକ୍ରିୟାରେ SITକୁ ପୂରା ଗାଁ ଲୋକ ସହଯୋଗ କରୁଛନ୍ତି। […]

  • Thursday, 15 July 2021
anubhab
SDJM କୋର୍ଟରେ ପହଞ୍ଚିଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ହିଂସା ମାମଲାରେ କଟକ SDJM କୋର୍ଟରେ ପହଞ୍ଚିଲେ ସାଂସଦ ଅନୁଭବ ମହାନ୍ତି। ପାରିବାରିକ ହିଂସା ମାମଲାରେ କୋର୍ଟରେ ସେ କୋର୍ଟରେ ହାଜର ହୋଇଛନ୍ତି। ପତ୍ନୀ ବର୍ଷାଙ୍କ ପକ୍ଷରୁ ଦାୟର ମାମଲାରେ କୋର୍ଟରେ ସେ ହାଜର ହୋଇଛନ୍ତି। ଅନୁଭବଙ୍କ ପକ୍ଷରୁ ଓକିଲଙ୍କ ଜରିଆରେ କୋର୍ଟରେ ଜବାବ ଦାଖଲ କରାଯାଇଛି। ସେପଟେ ପାରିବାରିକ କଳହକୁ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କ ପତ୍ନୀ […]

  • Thursday, 15 July 2021
missing-final
କୁନିକୁନି ପିଲାଙ୍କ ଉପରେ ରହିଛି କାହାର ପିଶାଚ ନଜର ?

ଭୁବନେଶ୍ୱର: ଦିନେ ଯେଉଁ ପୁଅ କାନ୍ଧରେ ମଶାଣିକୁ ଯାଇଥାନ୍ତା ବାପା, ସେହି ପୁଅକୁ ଏବେ କାନ୍ଧେଇ ଛାତିଫଟା କୋହରେ ଭାଙ୍ଗିପଡ଼ିଛନ୍ତି ସେ। ମା ବି ଆଉ ଧୈର୍ଯ୍ୟ ଧରିବା ଅବସ୍ଥାରେ ନାହାଁନ୍ତି। ୩ ବର୍ଷର ପୁଅର ମୃତ୍ୟୁରେ ସତେ ଯେମିତି ପାଦତଳୁ ଧସିଯାଇଛି ମାଟି। ଢେଙ୍କାନାଳ ନିହଲପ୍ରସାଦ ଥାନା ଖଙ୍କିରା ଗାଁର ଚନ୍ଦନ ସାହୁଙ୍କ ପୁଅ କାଳିଆ। ଗତକାଲି ସଂଧ୍ୟାରୁ ହଠାତ୍ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଲି ପରେ ବି ପାଇଲେନି ପରିବାର। ଆଜି ସକାଳୁ ଘର […]

  • Thursday, 15 July 2021
bardi
ବେଆଇନ୍ ଭାବେ କଲେଜ ଛାତ୍ରୀଙ୍କ ଗର୍ଭ ପରୀକ୍ଷା କରାଇଲେ ପୋଲିସ ବାବୁ !

କଟକ: ପୁଣି ଲାଗିଲା ବର୍ଦ୍ଦିରେ ଦାଗ। କଟକ ନରସିଂହପୁର ପୋଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ। ନରସିଂହପୁର ଥାନାର ଜଣେ ପୋଲିସ୍ ଅଧିକାରୀ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ୩ ଦିନ ଧରି ଥାନାରେ ଅଟକ ରଖିବା ସହ ବେଆଇନ୍ ଭାବେ ତାଙ୍କ ଗର୍ଭ ପରୀକ୍ଷା କରାଇଥିବା ଅଭିଯୋଗ ଆସିଛି। ବିନା ମହିଳା ପୋଲିସରେ ଏସବୁ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ନରସିଂହପୁୁର ଅଞ୍ଚଳରେ ଜଣେ ନାବାଳିକା କଲେଜ ଛାତ୍ରୀ ନିଖୋଜ ହୋଇଥିବା ନେଇ ତାଙ୍କ […]

  • Thursday, 15 July 2021