ବାଲେଶ୍ୱର: ବାଲେଶ୍ୱର ଆଇଟିଆଇ ଛକରେ ଥିବା ପଡ଼ିଆ ନିଆଁ ଲାଗି ଯାଇଥିଲା। ଏଥିରେ ପୁରା ପଡ଼ିଆ ଜଳିଯାଇଛି। ଅଳିଆ ଗଦା ଓ ଘାସ ବଣରେ ନିଆଁର ପରିମାଣ ଏତେ ଅଧିକା ଥିଲା ଯେ, ବେଶ କିଛି ଦୂର ଯାଏ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ତେବେ ସୌଭାଗ୍ୟବଶତଃ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପଡ଼ିଆ ନିକଟରେ କୌଣସି ଘର ଦ୍ୱାର ନଥିବାରୁ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଅନୁମାନ କରାଯାଉଛି କେହି ଦୁବୃର୍ତ୍ତ […]
ଭୁବନେଶ୍ୱର: କୁକୁର ଦେଖାଇଲେ କମାଲ। ଭୁବନେଶ୍ୱର ରେଲେୱେ ଷ୍ଟାଡିୟମ୍ରେ ଗଣତନ୍ତ୍ର ଦିବସ ପାଳନରେ ସାମିଲ ହୋଇଥିଲା ଆରପିଏଫ୍ର ଡଗ୍ ସ୍ୱାଡ୍। ଏହି ଅବସରରେ ତାଲିମପ୍ରାପ୍ତ ବିଭିନ୍ନ ପ୍ରଜାତିର କୁକୁର ଦେଖାଇଥିଲେ ବିଭିନ୍ନ କ୍ରୀଡ଼ା କୌଶଳ। ଖାଲି ସେତିକି ନୁହେଁ ସନ୍ଦିଗ୍ଧର ଗତିବିଧି ଓ ଉଦ୍ଦେଶ୍ୟକୁ ବି ବାରି ପାରନ୍ତି ଏହି ପ୍ରତିଭାଶାଳୀ କୁକୁର।କୁକୁର ଠାବ କରୁଛି ଏକ୍ସପ୍ଲୋସିଭ୍। କୁକୁର ଦେହରେ ହାଇଟେକ୍ନୋଲୋଜିର ଗୋପ୍ରୋ କ୍ୟାମେରା। ଏମାନେ ଏମିତି ସେମିତି କୁକୁର ନୁହଁନ୍ତି, ରେଳ ବିଭାଗର ସ୍ନାଇପର ଆଉ […]
ଭୁବନେଶ୍ୱର: ପୁଣି ଥରେ ଚମକିଛନ୍ତି ଓଡ଼ିଆ ବୋହୂ। ସୁନ୍ଦରଗଡ଼ କାଂଶବାହାଲର ବୋହୂ ନବଦୀପ କୌର ବନିଛନ୍ତି ଚଳିତ ବର୍ଷର ମିସେସ୍ ଇଣ୍ଡିଆ। ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇଛନ୍ତି ନବଦୀପ। ଗତ ଅକ୍ଟୋବରରୁ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅନଲାଇନ୍ରେ ଭାଗ ନେବା ପରେ ଏଥିରେ ବିଭିନ୍ନ ରାଉଣ୍ଡରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ଗତ ଦୁଇ ଦିନ ତଳେ ମୁମ୍ବାଇରେ ଆୟୋଜିତ ଫାଇନାଲ୍ ରାଉଣ୍ଡରେ ନବଦୀପଙ୍କୁ କ୍ରାଉନ୍ ପିନ୍ଧାଇ […]
୨୦୨୧ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥର ୭ ଜଣଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ମିଳିବ। ୧୦ ଜଣଙ୍କୁ ପଦ୍ମ ଭୂଷଣ, ୧୦୨ ଜଣଙ୍କୁ ମିଳିବ ପଦ୍ମଶ୍ରୀ । ସେହିପରି ଏଥର ୬ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର ମିଳିବ । ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ପାଇବେ। ସାହିତ୍ୟ ଓ ଶିକ୍ଷା ଲାଗି ରଜତ କୁମାର କର ପଦ୍ମଶ୍ରୀ ପାଇବେ। ସାହିତ୍ୟ ଓ ଶିକ୍ଷା ଲାଗି ନନ୍ଦ ପୃଷ୍ଟି ପଦ୍ମଶ୍ରୀ […]
କଟକ: ବିବାଦ ଘେରରେ କଟକ ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ। ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ଆପତ୍ତି ଉଠାଇଛନ୍ତି ଖୋଦ କଟକ ସାଂସଦ ଭର୍ତ୍ତୃହରି ମହତାବ। ପ୍ରକଳ୍ପ ସଂପର୍କରେ ସ୍ଥାନୀୟ ଜନପ୍ରତିନିଧୀଙ୍କ ସହ ଆଲୋଚନା ହୋଇ ନଥିବା କହିଛନ୍ତି ଭର୍ତ୍ତୃହରି। କ୍ଷେତ୍ର ପରିଦର୍ଶନ ନକରି, ଗୁଗୁଲ ମ୍ୟାପ୍ ତଥ୍ୟକୁ ଆଧାର କରି ମୁଖ୍ୟ ଶାସନ ସଚିବଙ୍କ ପ୍ରକୋଷ୍ଠରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଏସଂପର୍କରେ ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧୀଙ୍କ ସହ ଆଲୋଚନା […]
ପୁରୀ: ଶିକ୍ଷା ଆଗରେ ମୁଣ୍ଡ ନୁଆଁଇଛି ଦାରିଦ୍ର୍ୟତା। ନିଜର ହଷ୍ଟେଲ ଫିସ୍ ଦେଇ ନପାରି ଡିପ୍ଲୋମା ସାର୍ଟିଫିକେଟ୍ ଲାଗି ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ ଲୋଜି ବେହେରା। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଗୋରଡ଼ାପିଡି ଗାଁରେ ଦେଖିବାକୁ ମିଳଛି ଏଭଳି ଦୃଶ୍ୟ। ଯୁବତୀ ଜଣଙ୍କ କୋଟାରେ ଖୋର୍ଦ୍ଧାର ଏକ ଘରୋଇ କଲେଜରେ ଡିପ୍ଲୋମାରେ ନାମ ଲେଖାଇଥିଲେ। ୪୪ ହଜାର ଟଙ୍କା ଫିସରୁ ୨୦ ହଜାର ଟଙ୍କା ଦେଇଥିଲେ, ହେଲେ ହଷ୍ଟେଲ ଫିସ ଓ ଅନ୍ୟାନ୍ୟ […]
ଭୁବନେଶ୍ୱର: ଲାଲକିଲ୍ଲା ଅଭିମୁଖେ ମାଡ଼ି ଯାଉଥିବା ବେଳେ ଦିଲ୍ଲୀରେ ମୁହାଁମୁହିଁ ଚାଷୀ ଓ ଦିଲ୍ଲୀ ପୋଲିସ ମୁହାଁମୁହିଁ ହୋଇଛନ୍ତି। ପୋଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୋଲିସ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଅଟକାଇଛି। କୃଷକମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଏହାସହ ପରିସ୍ଥିତି ଅଣାୟତ ହେବାରୁ ସିଂଘୁ ସୀମାନ୍ତରେ ଲାଠି ଚାଳନା ମଧ୍ୟ କରିଛି ପୋଲିସ। ଏହି ହିଂସାରେ ଜଣେ ଚାଷୀର ମୃତ୍ୟୁ ହୋଇଛି। ତେବେ ଦିଲ୍ଲୀରେ ଟ୍ରାକ୍ଟର ରାଲି ନାଁରେ ହିଂସାକୁ ନିନ୍ଦା କରିଛନ୍ତି […]
ଭୁବନେଶ୍ୱର: ଭୁବନେଶ୍ୱର ପଲାସପଲ୍ଲୀ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ ଆଜି ତାଲିମ କେନ୍ଦ୍ରରେ ପହଞ୍ଚି କର୍ମଚାରୀ ଏବଂ ଅନ୍ତେବାସୀଙ୍କୁ ପଚରାଉଚରା କରିଥିଲେ। ପ୍ରାୟ ୧୦ ମିନିଟ ପଚରାଉଚରା କରିବା ପରେ ଫେରିଆସିଥିଲେ କିନ୍ତୁ ଏବେ ତଦନ୍ତ ଚାଲିଥିବାରୁ କିଛି କହିହେବନି ବୋଲି କହିଥିଲେ। ସେପଟେ ତଦନ୍ତ ପାଇଁ ଟିମ୍ ଗଠନ କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ସାମାଜିକ ସୁରକ୍ଷା […]
ଯାଜପୁର(ଗୁଲାମ୍ ଗସ୍): ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୁଦନପୁର ଗ୍ରାମର 2 ବର୍ଷର ଝିଅ ପିହୁ ନିଖୋଜକୁ ପାଖାପାଖି ୬ ମାସ ହେବାକୁ ଯାଉଛି। ହେଲେ ଅଦ୍ୟାବଧି ତାର କୌଣସି ପତ୍ତା ମିଳୁ ନାହିଁ। ପୋଲିସ ଠାରୁ ବିଫଳ ହେବା ପରେ ପରିବାର ଲୋକେ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେଇଥିଲେ। ଏସ୍ପିଙ୍କ ସହିତ ଆଲୋଚନା କରି ପିହୁକୁ ଖୋଜି ଆଣିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଇତି ମଧ୍ୟରେ ୨୦ ଦିନ […]
ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ। ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ। ଏମିତି ସାଂଘାତିକ ଅଭିଯୋଗ ଆସିଛି ଭୁବନେଶ୍ୱର ପଳାଶପଲ୍ଲୀରେ ଥିବା ନିଖିଳ ଓଡ଼ିଶା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ। ଏସବୁ କାରବାରର ଭିଡିଓ ଭାଇରାଲ୍ ହେବା ପରେ ଖୋଲିଛି କେଳେଙ୍କାରୀର ଗୁମର। କେବଳ ଗରାଖ ନୁହେଁ, ଦେହର ଭୋକ ମେଣ୍ଟାଇବାକୁ ଏଠି ସରକାରୀ ବାବୁଙ୍କର ବି ଭିଡ଼ ଜମେ ବୋଲି ଅଭିଯୋଗ ହୋଇଛି। ଏହି ବ୍ୟବସାୟର ସୌଦାଗର ଖୋଦ୍ ନିଖିଳ ଓଡିଶା ଶାରୀରିକ ଭିନ୍ନକ୍ଷମ […]
ଭୁବନେଶ୍ୱର: ମାଡ଼ି ଆସୁଛି ଘନ କୁହୁଡ଼ି। ସତର୍କ କରାଇଲା ପାଣିପାଗ ବିଭାଗ। ରାଜ୍ୟର ଅନେକ ଜିଲ୍ଲାରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବା ବେଳେ ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ଏଭଳି ସ୍ଥିତି ଦେଖାଯିବ। ଆଜି ରାତିରୁ କାଲି ସକାଳ ପର୍ଯ୍ୟନ୍ତ ୯ ଜିଲ୍ଲାକୁ ଘନ କୁହୁଡ଼ି ନେଇ ସତର୍କ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଖୋର୍ଦ୍ଧା, ନୟାଗଡ଼, ପୁରୀ, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାରେ। ସେହିପରି ୨୫ […]
ମାଲକାନଗିରି: ଭୁଶୁଡୁଛି ଲାଲ ଦୁର୍ଗ। ମାଲକାନଗିରି ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ। ଆନ୍ଧ୍ର ଓଡ଼ିଶା ବର୍ଡର କମିଟିର ପାର୍ଟି ସଦସ୍ୟ ନଛି ଖରା ଆଜି ଆତ୍ମସମର୍ପଣ କରିଛି। ସ୍ୱାଭିମାନ ଅଞ୍ଚଳ ମୁକୁଟିପାଲିର ମହିଳା ମାଓବାଦୀ ୨ ବର୍ଷ ହେଲା ବିଭିନ୍ନ ମାଓ ହିଂସାରେ ସାମିଲ ଥିବା ପୋଲିସ୍ ସୂଚନା ଦେଇଛି। ମହିଳା ମାଓବାଦୀଙ୍କୁ ନିର୍ଯାତନା ଦିଆଯାଉଥିବାରୁ ସେ ମାଓ ସଙ୍ଗଠନ ଛାଡିଥିବା କହିଛନ୍ତି। ଏମିତି ଲୋକଙ୍କୁ ହତ୍ୟା ଧମକ ଦେଇ ଜୋର ଜବରଦସ୍ତ ମାଓ […]
କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପାଣିପାଗରେ ସତେ ଯେମିତି ଉଷ୍ମତା ଭରିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତା ଗସ୍ତରେ ଯାଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ନ୍ୟାସନାଲ ଲାଇବ୍ରେରୀ, ନେତାଜୀ ଭବନ, ଭିକ୍ଟୋରିଆ ମେମୋରିଆଲ୍ରେ ମୋଦି, ନେତାଜୀଙ୍କ ସ୍ମାରକୀ ବୁଲି ଦେଖିଥିଲେ। ତେବେ ଭିକ୍ଟୋରିଆ ମେମୋରିଆଲ୍ ପରିସରରେ ଆୟୋଜିତ ଉତ୍ସବର ଭାଷଣରେ ପ୍ରଧାନମନ୍ତ୍ରୀ,ନେତାଜୀଙ୍କ ବୀରତ୍ୱ ଓ ସାହାସକୁ ମନେ ପକାଇ ଆଜିର ଦିନରେ ଆତ୍ମଗୌରବର […]
ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ମୁଖ୍ୟ ରଖିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୟାନ। ବାୟୁସେନା ମୁଖ୍ୟ RKS ଭଦୋରିଆ କହିଛନ୍ତି ଯେ, LACରେ ଯଦି ଚୀନ୍ ସେନା ଆକ୍ରମଣାତ୍ମକ ହେବ, ତେବେ ଭାରତ ପଛଘୁଞ୍ଚା ଦେବ ନାହିଁ। ଚୀନ୍ ସେନାକୁ ସାମ୍ନା କରିବାକୁ ଭାରତ ବି ଆକ୍ରମଣାତ୍ମକ ପଦକ୍ଷେପ ନେବ ବୋଲି ସ୍ପଷ୍ଟ କରିଛନ୍ତି ବାୟୁସେନା ମୁଖ୍ୟ। ରାଜସ୍ଥାନର ଯୋଧପୁରରେ ଆୟୋଜିତ ଭାରତ-ଫ୍ରାନ୍ସ ସମରାଭ୍ୟାସ ଡେଜର୍ଟ ନାଇଟ୍-୨୧ରେ ଯୋଗ ଦେଇ ଏୟାର ଚିଫ୍ ମାର୍ଶଲ କହିଛନ୍ତି […]
ଭୁବନେଶ୍ୱର: ନାବାଳିକାକୁ ସାବାଳିକା ଦର୍ଶାଇ ଜଣେ ୮ ବର୍ଷର ଝିଅ ବିରୋଧରେ ୧୦୭ ଦଫା ଲଗାଇଲା ପୋଲିସ। ଏକ ଜମିବାଡି ବିବାଦ ମାମଲାରେ ନାବାଳିକାଙ୍କୁ ୧୯ ବର୍ଷିୟା ଦର୍ଶାଇ କମିଶନରେଟ୍ ପୋଲିସର ବନମାଳୀପୁର ଫାଣ୍ଡି ୧୦୭ ଦଫାରେ ମାମଲା ରୁଜୁ କରିଛି। ଏଭଳି ଭୁଲ୍ କରି ତଦନ୍ତକୁ ବିଭ୍ରାନ୍ତି କରିଥିବା ଜଣାପଡ଼ିବା ପରେ ଡିସିପିଙ୍କ କୋର୍ଟ ଏହାକୁ ଗୁରୁତ୍ୱର ସହ ନେଇ ବନମାଳିପୁର ଫାଣ୍ଡି ଅଧିକାରୀଙ୍କୁ ତାଗିଦ କରିଛନ୍ତି। ଏକ ଜମିବାଡି ବିବାଦରେ କୋର୍ଟ ପକ୍ଷରୁ ଯାଇଥିବା […]
ଭୁବନେଶ୍ୱର: ସେନାରେ ଯୋଗ ଦେବାକୁ ଓଡ଼ିଆ ଯୁବକ ଯୁବତୀଙ୍କୁ ଆହ୍ୱାନ ଦେଇଛନ୍ତି ଭାରତୀୟ ସେନାର ସଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି। ସେ ଭାରତୀୟ ସେନାର ଉପମୁଖ୍ୟ ଭାବେ ଆସନ୍ତା ୩୧ ତାରିଖରେ ଦାୟିତ୍ୱ ନେବେ। ସେନାର ଉପମୁଖ୍ୟ ହେବା ପରେ ଦାୟିତ୍ୱ ତ ବଢ଼ିବ, ତେବେ ଓଡ଼ିଶାବାସୀଙ୍କ ପାଇଁ ଯାହା କରିହେବ। ସେଥିଲାଗି ଉଦ୍ୟମ କରିବେ ବୋଲି କହିଛନ୍ତି ଚଣ୍ଡିପ୍ରସାଦ। ପୂର୍ବ ଅପେକ୍ଷା ସେନାରେ ଏବେ ଅଧିକ ସୁବିଧା ସୁଯୋଗ ରହିଛି। ତେଣୁ […]
କଟକ: ଜଣେ ଅଭାବୀ ବାପାର ଏ ଦୁଇ ଆଖି ଦେଖିଥିବା ଅସୁମାରୀ ସ୍ୱପ୍ନ ସତେ ଯେମିତି ଆଜି ସତ ହେବାକୁ ବାଧ୍ୟ ହୋଇଛି। ଏ ସୁନାପୁଅର ଅଦମ୍ୟ ଇଚ୍ଛାଶକ୍ତିର ଆଗରେ ସଂକ୍ଷିପ୍ତ ହୋଇଯାଇଛି ବସ୍ତିରୁ ବଡ଼ ମେଡିକାଲ ରାସ୍ତା। କଟକ ବାଲିକୁଦାର ଡାକ୍ତରୀ ଛାତ୍ର ଦୀପକ ସାମଲଙ୍କ ଅନଟନର ଯାତ୍ରା ଏତେ ଅବର୍ଣ୍ଣନୀୟ ଯେ, କୌଣସି ସିନେମାର କାହାଣୀଠୁ ବି କମ୍ ନୁହେଁ। ପାଦରେ ଛିଣ୍ଡା ଚପଲ ହେଉ କି ଦଦରା ସାଇକେଲ, ସତେ ଯେମିତି ତାଙ୍କ […]
ସମ୍ବଲପୁର: ସମ୍ୱଲପୁରର ଅଧିଷ୍ଠାତ୍ରୀ ମା ସମଲେଶ୍ୱରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସେ ଅଞ୍ଚଳର ବିକାଶ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠମାନଙ୍କ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ପୀଠ ଅନ୍ୟତମ ଅଟେ। ପଶ୍ଚିମ ଓଡିଶାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ […]
ଭୁବନେଶ୍ୱର: ରାସ୍ତାରେ ଭିଡ଼ ପାଇଁ ନୁହେଁ, ବରଂ ବେପରୁଆ ଗାଡ଼ି ଚାଳନାରୁ ଘଟୁଛି ସଡ଼କ ଦୁର୍ଘଟଣା। ଏଥିପାଇଁ ଆମକୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଚିନ୍ତା କରି ଟ୍ରାଫିକ୍ ନିୟମ ପାଳିବାକୁ ହେବ। କାରଣ ନିୟମ ପାଳନ ନକରିବା ଅସ୍ୱାଭାବିକ ଘଟଣା। ଆଜିଠୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ମାସ ଅବସରରେ ଓଟିଭିର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଟୁଇନସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସାଧାରଣତଃ ଲୋକଙ୍କ ଭିତରେ ବାଇକ୍ କିମ୍ବା କାର୍ ଡ୍ରାଇଭ୍ […]
ଭୁବନେଶ୍ୱର: ତାଙ୍କ ସହ ଯାହା ଘଟିଯାଇଛି, ଆଗକୁ ଆଉ କାହା ସହ ନହେଉ। ଆଉ କାହା ଆକାଉଣ୍ଟରୁ କଷ୍ଟ ଉପାର୍ଜିତ ଟଙ୍କାକୁ କିଏ ଏମିତି ନେଇନଯାଉ। ଅସହାୟ ଅବସ୍ଥାରେ ଏଭଳି ନିବେଦନ କରୁଥିବା ଏ ହେଉଛନ୍ତି ଭବାନୀପାଟଣାର ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି। କାରଣ ତାଙ୍କ ଭଳି ଶିକ୍ଷିତ ବ୍ୟକ୍ତିଙ୍କୁ ସାଇବର୍ ଠକ ଚୁନା ଲଗାଇ ଲୁଟି ନେଇଛନ୍ତି କଷ୍ଟଲବ୍ଧ ଅର୍ଥ। ପତ୍ନୀ ଏବଂ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଗଙ୍ଗାଧର ହରାଇଛନ୍ତି ୨ ଲକ୍ଷ ୬୫ ହଜାର […]
ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟରେ ଘନ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ରହିଛି। ଏ ନେଇ ସତର୍କ କରାଇଛି SRC। ୧୯ ତାରିଖ ରାତି ଓ ୨୦ ତାରିଖ ସକାଳେ ୧୦ ଜିଲ୍ଲାରେ ଘନ କୁହୁଡ଼ି ନେଇ ଆଲର୍ଟ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲା। ସେହିପରି ୨୦ ତାରିଖ ରାତି ଓ ୨୧ ତାରିଖ ସକାଳେ ୬ […]
ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କଲାଣି । ଉପକୂଳ ଓଡ଼ିଶାରେ ବର୍ଷା କମ୍ ହୋଇଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି । ରାଜ୍ୟରେ ବହୁ ଜିଲ୍ଲାରେ ନିଆଣ୍ଟିଆ ବର୍ଷା ହୋଇଛି ।
ଭୁବନେଶ୍ୱର: ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନା ଉପମୁଖ୍ୟ। ପ୍ରଥମ ଓଡ଼ିଆ ଭାବେ ସେନା ଉପମୁଖ୍ୟ ହେବେ ଚଣ୍ଡିପ୍ରସାଦ। ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ଏହି ବଡ଼ ଦାୟିତ୍ୱ ମିଳିଛି। ସେନା ଉପମୁଖ୍ୟ ଭାବେ ଏସ୍କେ ସାଇନିଙ୍କ ସ୍ଥାନ ନେବେ। ଜାନୁଆରୀ ୩ରେ ଏସକେ ସାଇନି ଅବସର ଗ୍ରହଣ କରିବେ। ଏବେ ସଦର୍ଣ୍ଣ କମାଣ୍ଡ୍ର କମାଣ୍ଡର ଅଛନ୍ତି LG ଚଣ୍ଡିପ୍ରସାଦ ମହାନ୍ତି। LG ଚଣ୍ଡିପ୍ରସାଦ ମହାନ୍ତିଙ୍କ ଘର ଜଗତସିଂହପୁର ଜିଲ୍ଲା ଜୟବଡ଼। ଡେରାଡୁନ ସ୍ଥିତ […]