ପୁରୀ: ସୁପ୍ରିମକୋର୍ଟ ଗଲା ଜଗା ଜମି ମାମଲା। ମହାପ୍ରଭୁ ଜଗନ୍ନାଥଙ୍କ ଜମି ବିକ୍ରିକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଛି। ଜନ ସ୍ୱାଭିମାନ ୱେଲଫେୟାର ସୋସାଇଟି ପକ୍ଷରୁ ମାମଲା ଦାୟର ହୋଇଛି। ମାମଲାରେ କେନ୍ଦ୍ର, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି। ଜଗନ୍ନାଥଙ୍କ ଜମି ବିକ୍ରି ପ୍ରକ୍ରିୟା ତୁରନ୍ତ ବନ୍ଦ ନିର୍ଦ୍ଦେଶ ଦେବାକୁ ଅପିଲ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ଭାଙ୍ଗି ଏକ ନ୍ୟାୟିକ କମିଟି ଗଠନ କରାଯାଉ। ଅନ୍ତରୀଣ ନ୍ୟାୟିକ କମିଟି ଗଢ଼ି […]
ସୋନପୁର: ବିଶ୍ୱ ପ୍ରସିଦ୍ଧ ସୁବର୍ଣ୍ଣପୁର ବାନ୍ଧ କଳାର ଆଉ ଏକ ଉତ୍କୃଷ୍ଟ ନିଦର୍ଶନ। ସୂକ୍ଷ୍ମସୂତାରୁ ଶିଳ୍ପୀ ହାତବୁଣା ଶାଢ଼ି କହୁଛି ଦେଶ ପ୍ରେମର କଥା। ଶାଢ଼ିରେ ଶୋଭା ପାଉଛି ଅଖଣ୍ଡ ଭାରତର ମାନଚିତ୍ର। ତା ସହ ୨୮ ରାଜ୍ୟର ନାଁ ଓ ସବୁ ରାଜ୍ୟର ମାନଚିତ୍ର। ବିନା ରଙ୍ଗ ଓ ବିନା ମେସିନ୍ର ଏ ନିଖୁଣ କାରିଗରୀର ସୃଷ୍ଟି ତନ୍ତରୁ। ବାନ୍ଧ କାରୀଗରିରେ ବିଶେଷ ନିପୁଣତା ହାସଲ କରିଥିବା ସୋନପୁର ଡୁଙ୍ଗୁରିପାଲି ସହଲା ଗାଁର ବାନ୍ଧଶିଳ୍ପୀ ଈଶ୍ୱର […]
ସପ୍ତାହକୁ ଦିନଟିଏ ବନ୍ଦ ରହିବ ଶ୍ରୀମନ୍ଦିର । ସୂଚନା ଦେଲେ ପୁରୀ ଜିଲ୍ଲାପାଳ #Odisha
ଭୁବନେଶ୍ୱର: ଓଡ଼ିଶାରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ACS ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ଚିହ୍ନଟ ୩ଟି ଗତ ଡିସେମ୍ବରରେ ଆସିଥିବା ୟୁକେ ଫେରନ୍ତାଙ୍କ ଷ୍ଟ୍ରେନ୍। ICMR ପକ୍ଷରୁ ଜିନୋମ୍ ସିକ୍ୟୁଏନ୍ସିଂ ବେଳେ ଏକଥା ଜାଣିଥିଲୁ, ଲୋକେ ଭୟଭୀତ ହୋଇପଡ଼ିବେ ବୋଲି ପ୍ରକାଶ କରାଯାଉନଥିଲା। ଲୋକେ କୌଣସି ପ୍ରକାର ଭୟଭୀତ ହୁଅନ୍ତୁନି ACS ବୋଲି କହିଲେ। ପ୍ରକାଶଥାଉକି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ୟୁକେ ଷ୍ଟ୍ରେନ୍ ରହିଛି। ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ […]
ଭୁବନେଶ୍ୱର: ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପୋଲିସକୁ ଧମକ ଦେଉଥିବା ଅଡ଼ିଓ ଭାଇରାଲ ହେଉଛି। ଭଦ୍ରକ ବାଂଶଡ଼ା ଥାନା ଏଏସ୍ଆଇ ଗୁରୁଚରଣ ବେହେରାଙ୍କୁ ବିଧାୟକ ବ୍ୟୋମକେଶ ରାୟ ଫୋନ୍ ଯୋଗେ ଧମକ ଦେଉଥିବା ଅଡ଼ିଓ ଏବେ ମୋବାଇଲ୍ରୁ ମୋବାଇଲ୍କୁ ଘୁରି ବୁଲୁଛି। ଡିଜିଙ୍କୁ କହି ମୋଟୁ ଅଞ୍ଚଳକୁ ଫୋପାଡ଼ି ଦେବି ବୋଲି ସେ ଧମକ ଦେଉଥିବା ଶୁଣିବାକୁ ମିଳିଛି। ତେବେ ଏହି ବାର୍ତ୍ତାଳପକୁ ବିଧାୟକ ବ୍ୟୋମକେଶ ରାୟ ସ୍ୱୀକାର କରିଥିଲେ ମଧ୍ୟ କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା […]
ଭୁବନେଶ୍ୱର: କରୋନା ପାଇଁ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ସର୍ବାଧିକ ସଂଖ୍ୟା ୫ଶହ ଥିଲା, ଏବେ ୨ଶହକୁ ହ୍ରାସ ହୋଇଛି। ଦଶାହ, ଶୁଦ୍ଧିକ୍ରିୟାରେ ଏଣିକି ୫ଶହ ଜାଗାରେ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି। ବାହାଘର, ଶୁଦ୍ଧିକାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯିବ। ଅତିଥି ମାସ୍କ ପରିଧାନ କରିଛନ୍ତି କି ନାହିଁ ପ୍ରବେଶ ପଥରେ ଯାଞ୍ଚ ହେବ। ବାହାଘର, ଶୁଦ୍ଧିକାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି […]
ମାଲକାନଗିରି: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୫ ଯବାନ ସହିଦ୍ ହୋଇଛନ୍ତି। ଛତିଶଗଡ଼ ନାରାୟଣପୁର ଜିଲ୍ଲା କୋଡେନାର ଜଙ୍ଗଲରେ ବିସ୍ଫୋରଣ ହୋଇଛି। DRG ଯବାନଙ୍କୁ ବସ୍ରେ ନେଇ ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା। ବସ୍ରେ ଥିବା ଅନ୍ୟ ୨୧ ଯବାନ ଆହତ ହୋଇଛନ୍ତି। ଏଥିରେ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ଅପରାହ୍ନ ୩ଟାରୁ ୪ଟା ସମୟ ମଧ୍ୟରେ ଘଟିଛି। ତେବେ ମାଓବାଦୀ ଲୁଚିଥିବା ନେଇ ପୋଲିସ୍କୁ ସୂଚନା ମିଳିଥିଲା। ଏଥିପାଇଁ ୨୫ରୁ […]
ମାଲକାନଗିରି: ଦୁର୍ବିସହ ଜୀବନ ଜିଉଁଛନ୍ତି ମାଲକାନଗିରି ବଣ୍ଡା ଘାଟିର ଲୋକେ। ରାତି ପାହୁ ପାହୁ ମୁନ୍ଦିଏ ପାଣି ପାଇଁ ସଂଘର୍ଷ କରନ୍ତି। ନିତି ଡହଳ ବିକଳ ଅବସ୍ଥା। ଆବଡ଼ା ଖାବଡ଼ା ପଥୁରିଆ ରାସ୍ତାରେ ୨ କିଲୋମିଟର ଦୂର ଯିବାକୁ ପଡ଼େ। ଭରସା କେବଳ ପାହାଡ଼ୀ ଝରଣା। ସେଇଠି ହାତ ଗୋଡ଼ ଧୁଆ, ବାସନ ମଜା, କପଡ଼ା ସଫା। ଆଉ ସମସ୍ତେ ସେହି ପାଣିକୁ ଧରି ଘରକୁ ଫେରୁଛନ୍ତି। ଅନ୍ୟ ଉପାୟ ବି ନାହିଁ। ବର୍ଷା ଦିନେ ତ […]
ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ନେଇଛନ୍ତି ରାଜ୍ୟ ସରକାର। ଆଜି ୪ ଜଣ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। ୨ ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ଆଉ ୨ ଜଣଙ୍କୁ ପେନ୍ସନ୍ ସଂକ୍ରାନ୍ତୀୟ ସୁବିଧାକୁ ପୁରା ବନ୍ଦ କରି ଦେଇଛନ୍ତି ସରକାର। ମୟୂରଭଂଜ ଜିଲ୍ଲାର ଖୁଣ୍ଟାରେ କାର୍ଯ୍ୟରତ ବଳରାମ ସୁନା ଓ ମହିଳା ଓ ଶିଶୁ ବିକାଶ ବିଭାଗରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ କାମ କରୁଥିବା ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ […]
ସର୍ବସାଧାରଣ ଜାଗାରେ ଦୋଳ, ହୋଲି ପର୍ବ ପାଳନ ମନା। କୋଭିଡ଼ ଗାଇଡଲାଇନ ମାନି ୫୦ ଜଣରେ ହେବ ଦୋଳ ମେଳ। ସର୍ବସାଧାରଣ ଜାଗାରେ ସର୍ବାଧିକ ୨ଶହ ଲୋକରେ ହେବ ବଡ଼ଯାତ୍ରା। କୋଭିଡ଼ ଗାଇଡଲାଇନ ମାନି ମାସ୍କ, ସାମାଜିକ ଦୂରତାରେ ବଡ଼ଯାତ୍ରା ପାଳନ। ମାଲକାନଗିରି: ପୁଣି ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ମାଲକାନଗିରିରେ ନାଇଟ୍ ମାଲକାନଗିରି ଲାଗି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୩ରୁ […]
ଭୁବନେଶ୍ୱର: ଆସନ୍ତାକାଲି ଗାନ୍ଧିମୟ ହେବ ଓଡ଼ିଶା ବିଧାନସଭା। ମହାତ୍ମା ଗାନ୍ଧିଙ୍କ ଉପରେ କାଲି ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ। ଗାନ୍ଧିଙ୍କ ଓଡ଼ିଶା ଆଗମନକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଆଲୋଚନା ହେବ। ଗାନ୍ଧିଙ୍କ ଓଡ଼ିଶା ଆଗମନକୁ ଆସନ୍ତାକାଲି ଶହେ ବର୍ଷ ପୂରିବ। ଏନେଇ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ ସ୍ୱତନ୍ତ୍ର ଆଲୋଚନା ହେବ, ସଂକଳ୍ପ ଅଣାଯାଇ ପାରିତ କରାଯିବ। ଏଥିପାଇଁ କାଲି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବି […]
ଭୁବନେଶ୍ୱର: ରାଜ୍ୟରେ ବଢୁଛି ସାଇବର ଅପରାଧ ମାମଲା। ୨୦୧୯ ମସିହାରେ ୧ ହଜାର ୪୭୫ ମାମଲା ରୁଜୁ ହୋଇଥିଲା ହେଲେ ୨୦୨୦ରେ ମାମଲା ସଂଖ୍ୟା ୧ ହଜାର ୯୩୧କୁ ବୃଦ୍ଧି ପାଇଛି। ବିଧାନସଭାରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ୨୦୧୯-୨୦ରେ ରାଜ୍ୟରେ ରୁଜୁ ହୋଇଥିବା ସାଇବର ଅପରାଧ ମାମଲାରୁ ଏହା ସ୍ପଷ୍ଟ ହୋଇଛି। ସେହିପରି ରାଜ୍ୟରେ ୨୦୨୦ ମସିହାରେ ୨ ହଜାର ୯୮୪ଟି ଦୁଷ୍କର୍ମ ଜନିତ ମାମଲା […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଅଭାବନୀୟ ଘଟଣା। ଘର ଛାତ କାମ ବେଳେ ଭୋଜି ଖାଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।୧୫ରୁ ଅଧିକ ଅସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଗୁରୁବାର ବେଢ଼ାପାଳ ଗାଁରେ ଘର ଛାତ କାମ ବେଳେ ଭୋଜି ହୋଇଥିଲା। କାମ କରୁଥିବା ଶ୍ରମିକମାନେ ଭୋଜି ଖାଇ ଅସୁସ୍ଥ ହୋଇଥିଲେ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୃତ ଶ୍ରମିକଙ୍କ ମଧ୍ୟରୁ କଟକରେ […]
ବ୍ରହ୍ମପୁର: ଦୁର୍ଘଟଣା ପରେ ଟିପ୍ପର ଡ୍ରାଇଭରକୁ ଉତ୍ତ୍ୟକ୍ତ ଲୋକେ ପିଟି ପିଟି ମାରିଦେଲେ। ଗଞ୍ଜାମ ଜିଲ୍ଲା ପାଟପୁର ଡେଙ୍ଗାଡି ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସଂପୃକ୍ତ ଡ୍ରାଇଭର ଜଣକ ଦ୍ରୁତଗତିରେ ଟିପର ଚଲାଇ ଆସୁଥିଲେ। ସେହି ଟିପ୍ପର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ମୃତ ଯୁବକ ଆଡ଼ପଡ଼ା ଗ୍ରାମର କାହ୍ନୁ ଚରଣ ଲେଙ୍କା। ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ସଂପୃକ୍ତ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ମରଣାନ୍ତକ ଆକ୍ରମଣ […]
ଭୁବନେଶ୍ୱର: ବଢ଼ିଲା ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି। ଲର୍ଣ୍ଣର୍ସ ଲାଇସେନ୍ସର ବୈଧତା ଅବଧି ଆଉ ୩ ମାସ ବଢାଇଲେ ରାଜ୍ୟ ସରକାର। ବୈଧତା ଅବଧିକୁ ୨୦୨୧ ଜୁନ୍ ୩୦ ଯାଏଁ ବଢାଯାଇଥିବା ଟ୍ୱିଟ ଯୋଗେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ସମୟ ସୀମା ଥିଲା। କୋଭିଡ୍ କଟକଣା ଯୋଗୁଁ ଆରଟିଓରେ ସୀମିତ ସଂଖ୍ୟକ ଡିଏଲ୍ ଆବେଦନକାରୀଙ୍କ ସ୍ଲଟ୍ ବୁକିଂ ହେଉଛି। ତେଣୁ ଲର୍ଣ୍ଣର୍ସ ଲାଇସେନ୍ସ ଥିବା ଗାଡ଼ିଚାଳକ […]
ଭୁବନେଶ୍ୱର: ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ଏକାଠି ହୋଇ ଦୋଳଯାତ୍ରା ପାଳନକୁ ଅନୁମତି ଦିଆଯିବନି। କୋଭିଡ୍ ନିୟମ ମାନି ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ। ଯଥା ରୀତିରେ ମନ୍ଦିରରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ହେବ। ସ୍ଥାନୀୟ ପ୍ରଶାସନ ଚାହିଁଲେ ମନ୍ଦିର ପ୍ରବେଶ ନେଇ କଟକଣା ଲଗାଇ ପାରିବେ। ରାଜ୍ୟରେ ବଢ଼ୁଥିବା କରୋନା […]
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ବାଘୁଣୀ ସୁୁନ୍ଦରୀ। ତାକୁ ନେବା ପାଇଁ ସେଠାରୁ ଏକ ଟିମ୍ ଆସନ୍ତାକାଲି ଆସୁଥିବା କାହ୍ନା ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ସଂଜୟ ସିଂହ ସୂଚନା ଦେଇଛନ୍ତି। ଏହି ଟିମ୍ରେ ଅଛନ୍ତି ଜଣେ ପ୍ରାଣୀ ଚିକିତ୍ସକ, ସହକାରୀ ନିର୍ଦ୍ଦେଶକ ଓ ୫/୬ ଜଣ କର୍ମଚାରୀ। ଏହି ଟିମ୍ ସାତକୋଶିଆରେ ପହଞ୍ଚି ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବ। ବାଘୁଣୀ ସୁସ୍ଥ ଥିଲେ ତାକୁ ସ୍ୱତନ୍ତ୍ର ଗାଡ଼ିରେ କାହ୍ନାର ଘୋରେଲାକୁ ନିଆଯିବ। ସେଠାରେ ସୁନ୍ଦରୀର ବନ୍ୟ […]
ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପୁଣି କଟକଣା କଡ଼ା କଲା ଜିଏ। ଗତ ଜୁନ୍ ମାସରେ ଲାଗୁ ହୋଇଥିବା କଟକଣା ପୁନଃ ଲାଗୁ ନିର୍ଦ୍ଦେଶ ହୋଇଛି। ଅଫିସ ପରିସରରେ ସବୁ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଅଫିସ୍ରେ କର୍ମଚାରୀଙ୍କ ମଧ୍ୟରେ ଦୁଇ ମିଟର ଦୂରତା ଜରୁରୀ। କରିଡ଼ରରେ ଅନାବଶ୍ୟକ ଗହଳି ନକରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀମାନେ ନିୟମିତ ଭାବେ ୨୦ ସେକେଣ୍ଡ ହାତ ଧୋଇବାକୁ ନିର୍ଦ୍ଦେଶ। ଅଫିସିଆଲ ମିଟିଂ ପାଇଁ ଭିଡିଓ କନଫରେନସିଂକୁ ଗୁରୁତ୍ୱ […]
ଭୁବନେଶ୍ୱର: ବିଜେପି କହିଛି ଧାନ କିଣା ପ୍ରସଙ୍ଗରେ ନବୀନ ବାବୁ ଆମକୁ ଠକିଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ଆଜି ଗୃହରେ ମନ୍ତବ୍ୟ ଦେବା ପରେ ଏକଥା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏହାଛଡ଼ା ମନ୍ତ୍ରୀ ପ୍ରତାପ ଜେନା ପାପ ଧୋଇବା ପ୍ରସଙ୍ଗକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା। ଜଣେ କ୍ୟାବିନେଟ ମନ୍ତ୍ରୀ ଆମକୁ ଏଭଳି ଅପମାନିତ କରିବା ପରେ ଆମେ ନବୀନ ନିବାସ ଭିତରକୁ […]
ଭୁବନେଶ୍ୱର: ଗଣମାଧ୍ୟମ ପ୍ରତିନିଧିଙ୍କୁ ଟିକାକରଣରେ ସାମିଲ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର। ସମ୍ମୁଖ ଯୋଦ୍ଧା ଭାବେ କାମ କରୁଥିବା ଆଉ କିଛି ବର୍ଗଙ୍କୁ ସାମିଲ ପାଇଁ ଚିଠି ହୋଇଛି। ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ସାମିଲ ପାଇଁ ଦାବି ହୋଇଛି। ବିଦ୍ୟୁତ ଓ ଜଳଯୋଗାଣ କର୍ମଚାରୀଙ୍କୁ ସାମିଲ କରିବାକୁ କହିଛନ୍ତି। ବିଶେଷ କରି ଏୟାରପୋର୍ଟ, ରେଲୱେ, ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କୁ ବି ମିଳୁ। ଶ୍ରୀମନ୍ଦିର ଓ […]
ପିପିଲି: କୋଭିଡ଼ କଟକଣାରେ ଭୋଟ ଗ୍ରହଣ କରାଯିବ। ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ ବୁଥରେ ସର୍ବାଧିକ ୧୦୦୦ ଲୋକ ଭୋଟ ଦେଇପାରିବେ, ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇ ଅତିରିକ୍ତ ୭୫ ବୁଥ୍ କରାଯିବା ବ୍ୟବସ୍ଥା କରାଯିବ। ମାସ୍କ, ସାମାଜିକ ଦୂରତ୍ୱ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହେବ। ପ୍ରତି ବୁଥରେ ଜଣେ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ନିୟୋଜନ କରାଯିବ। ୩ ପ୍ରକାର ଭୋଟରଙ୍କୁ ପୋଷ୍ଟାଲ ବାଲାଟ […]
ପୁରୀ: କିଏ ହେବ ପିପିଲିର ପରବର୍ତ୍ତୀ ଦାବିଦାର? ମହାରଥୀ ପରିବାରର ରାଜ୍ ଚାଲିବ ନା ଲୋକ ବଦଳାଇବେ ମନ? ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ପରିବାର ଭିତରୁ କିଏ ପାଇବ ଟିକେଟ? ତାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ମହାରଥୀଙ୍କ ଗୋଟିଏ ଗୋଷ୍ଠୀ ପୁଅ ରୁଦ୍ରଙ୍କ ସପକ୍ଷରେ ମତ ରଖୁଥିବାବେଳେ ଅନ୍ୟଗୋଷ୍ଠୀ ପତ୍ନି ପ୍ରତିଭା ମହାରଥୀଙ୍କ ସମର୍ଥନରେ ବାହାରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ପରେ ପିପିଲି […]
ମାଲକାନଗିରି: ପୋଲିସ ବିରୋଧରେ ଗ୍ରାମବାସୀଙ୍କ ପ୍ରଜାମେଳି। ଫେକ୍ ଏନକାଉଣ୍ଟର ଅଭିଯୋଗ ଆଣି ମାଲକାନଗିରି କୋରୁକୋଣ୍ଡା ନାକାମାମୁଢି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ମୁଦୁଲିଗୁଡାରେ ପ୍ରଜାମେଳି କରିଛନ୍ତି। ଶତାଧିକ ଲୋକେ ୯ଟି ଗାଁର ଗ୍ରାମବାସୀ ଏକାଠି ହୋଇ ପୋଲିସ ବିରୋଧରେ ଗର୍ଜିଛନ୍ତି। ନିରୀହ ଗ୍ରାମବାସୀଙ୍କ ପ୍ରତି ପୋଲିସ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି। ଗତ ୧୩ ତାରିଖରେ ମୋଟର ଲଞ୍ଚ ଯୋଗେ ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ ଓରାପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିବା ବେଳେ ପୋଲିସ ଗୁଳିମାଡ଼ କରିଥିବା ଅଭିଯୋଗ […]
ଭୁବନେଶ୍ୱର: ନୟାପଲ୍ଲୀ ଏନ-୩ର ଏକ ପ୍ଲଟରେ ଘର ଭଡ଼ାଟିଆଙ୍କୁ ଆକ୍ରମଣ ସହ ଆସବାବପତ୍ର ଭଙ୍ଗାରୁଜା ଅଭିଯୋଗ ହୋଇଛି। ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ବ୍ୟବସାୟୀ। ତାଙ୍କ ଭଡ଼ା ଘରେ ପଶି ୧୦ରୁ ଅଧିକ ଲୋକେ ଭଙ୍ଗାରୁଜା କରିବା ସହ ତାଙ୍କୁ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ସେ କିଛି ବର୍ଷ ହେଲା ଏନ-୩ ଅଞ୍ଚଳରେ ଭଡ଼ାଡାରେ ରହିଆସୁଥିଲେ। ହେଲେ ଗତକାଲି ଅପରାହ୍ଣରେ ତାଙ୍କ ଘର ଖାଲି […]