ଭୁବନେଶ୍ୱର: ସରପଞ୍ଚ ସୌମ୍ୟଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ। ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ ନାଁରେ ଅନାସ୍ଥା ଆଣିଲେ ୱାର୍ଡ ସଭ୍ୟ। ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ ସଭ୍ୟ ଅନାସ୍ଥା ଆଣିଥିବା ସୂଚନା ମିଳିଛି। ପଞ୍ଚାୟତର ୧୫ ୱାର୍ଡସଭ୍ୟଙ୍କ ମଧ୍ୟରୁ ୧୩ ଜଣ ଦସ୍ତଖତ କରିଥିବା ସୂଚନା ରହିଛି। ଅନାସ୍ଥା ଉପରେ ଆସନ୍ତା ୨୦ରେ ଭୋଟ ଗ୍ରହଣ ହେବା ନେଇ ନୋଟିସ କରାଯାଇଛି। ଅନାସ୍ଥା ଭୋଟ […]
ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡ଼ିକ ହେଲା- ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, କନ୍ଧମାଳ, କେନ୍ଦୁଝର, ମୟୂରଭଂଜ, ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ଢେଙ୍କାନାଳ। ଅନୁଗୁଳ ଓ ବୌଦ୍ଧର କିଛି ସ୍ଥାନରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି। ଆସନ୍ତାକାଲିଠାରୁ ଦିନର ତାପମାତ୍ରା ୩ରୁ ୪ଡିଗ୍ରୀ କମିବା ସମ୍ଭାବନା ରହିଛି। OTVକୁ ଭାରତୀୟ IMD ଡିଜି ମୃତ୍ୟୁଞ୍ଜୟ […]
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇପାରେ। ଗ୍ରୀଷ୍ମ ପ୍ରବାହ ନେଇ ଏପ୍ରିଲ ୨ ଯାଏଁ ୨୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର। […]
ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ପିପିଲିରୁ ନିଜ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପୁରୀରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରୁଦ୍ର। ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ସେ ନୋମିନେସନ ଫାଇଲ୍ କରିଛନ୍ତି। ପିପିଲି ବାସୀଙ୍କ ଆଶୀର୍ବାଦ ରହିଛି, ନିର୍ବାଚନରେ ସେ ନିଶ୍ଚିତ ଭାବେ ବିଜୟୀ ହେବେ ବୋଲି ରୁଦ୍ର କହିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ […]
ବାରିପଦା: ପୋଲିସ ଅମାନୁଷିକତାର ମାତ୍ର ୨୪ ଘଣ୍ଟା ନପୁରୁଣୁ ପୁଣି ସେହି ମୟୂରଭଞ୍ଜରେ ଅନୁରୂପ ଘଟଣା। ହେଲମେଟ୍ ଓ ମାସ୍କ ଚେକିଂ ବେଳେ ପୋଲିସ ମାଡ଼ରେ ଲହୁ ଲୁହାଣ ହେଲେ ଯୁବକ। କରଞ୍ଜିଆ ଥାନା ସାହାରାପଡ଼ା ବାଇପାସ ଛକ ନିକଟରେ ଆଜି ପୋଲିସର ରୁଲବାଡ଼ି ମାଡ଼ରେ ଜଣେ ଯୁବକଙ୍କ ମୁଣ୍ଡ ଫାଟିବାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସନ୍ଧ୍ୟାରେ କରଞ୍ଜିଆ ପୋଲିସ ସାହାରାପଡ଼ା ବାଇବାସ ଛକ ନିକଟରେ ହେଲମେଟ୍ ଓ ମାସ୍କ ଚେକିଂ କରୁଥିଲା। […]
ଯାଜପୁର: ସୂଚନା ଅଧିକାର କର୍ମୀଙ୍କ ଗାଡ଼ିକୁ ବୋମାମାଡ଼। ଯାଜପୁର ଇମାନନଗରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରିଆଙ୍କ ଗାଡିକୁ ବୋମାମାଡ଼ ହୋଇଛି। ବୋମାମାଡ଼ରେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରିଆ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୋମାମାଡ଼ରେ ସର୍ବେଶ୍ୱରଙ୍କ ଗାଡିଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଗାଡ଼ିରେ ଥିବା ସୁଶାନ୍ତ ବେହେରା ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଇମାମ ନଗର ନିକଟରେ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର […]
ଭୁବନେଶ୍ୱର: ପୁଅ ରୁଦ୍ରଙ୍କୁ ବିଜେଡି ଟିକେଟ୍ ମିଳିବା ପରେ ବି ମହାରଥୀ ପରିବାରରେ ଆସିପାରୁନି କି ସହମତି ? ଟିକେଟ୍ ନପାଇ ମନ ଊଣା କରିଛନ୍ତି କି ମା ପ୍ରତିଭା ମହାରଥୀ? ପୁଅକୁ ଯୋଦ୍ଧା କରାଯିବାରୁ ଦଳ ଉପରେ ମାନ କରିଛନ୍ତି କି ମା? ଏବେ ଚର୍ଚ୍ଚା ଏୟା ହିଁ ହେଉଛି। ଆଉ ଏ ଚର୍ଚ୍ଚାକୁ ବଳ ଦେଉଛି ପ୍ରତିଭାଙ୍କୁ ବିଜେଡିର ମାନଭଞ୍ଜନ ପ୍ରୟାସ ପ୍ରାର୍ଥୀ ଭାବେ ରୁଦ୍ରଙ୍କ ନାଁରେ ମୋହର ବାଜିବା ପରେ ମା ପ୍ରତିଭାଙ୍କୁ […]
ଭୁବନେଶ୍ୱର: କଟକ ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ। ଦିନସାରା ପ୍ରବଳ ଗରମ ଗୁଳୁଗୁଳି ପରେ ଆଜି ସଂଧ୍ୟାରେ ହଠାତ୍ ଝଡ଼ବର୍ଷା ହୋଇଥିଲା। ଏହା ଯୋଗୁଁ ଦୁଇ ସହରର ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ପ୍ରବଳ ପବନ ଯୋଗୁଁ ଜଗତପୁର ଆଇବି ରୋଡ୍ରେ ଥିବା ବିଜୁ କଲୋନୀ ବସ୍ତିରେ ୧୫ରୁ ଅଧିକ ଘରର ଛାତ ଉଡ଼ିଯାଇଛି। ଫଳରେ ବର୍ଷାରେ ଘରର ସମସ୍ତ ଜିନିଷପତ୍ର ଓଦା ହୋଇ ନଷ୍ଟ ହୋଇଯାଇଛି। ପିଲାଛୁଆ ଧରି ଲୋକେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି। […]
ପୁରୀ: ପୁରୀ ଜିଲ୍ଲା ତଳଜଙ୍ଗ ନଈକୂଳସାହିରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଯୁବତୀଙ୍କ ପରିବାରର ୬ ଜଣଙ୍କୁ ପୁରୀ ପୋଲିସ ଗିରଫ କରିଛି। ଏନେଇ ପ୍ରେସମିଟରେ ପୁରୀ ଏସ୍ଡିପିଓ କିଶୋର କୁମାର ମୁଣ୍ଡ ସୂଚନା ଦେଇଛନ୍ତି। ମୃତ ଯୁବତୀଙ୍କ ଭାଇ, ୩ ଦାଦା ଏବଂ ୨ ଦାଦାପୁଅ ଭାଇଙ୍କୁ ଗିରଫ କରାଯାଇଛି। ଘଟଣା ସ୍ଥଳରୁ ଜବତ ହାଡ଼ର ଫୋରେନସିକ୍ ଟେଷ୍ଟ କରାଯିବ। କାଲି ମଶାଣୀରୁ ମାଟି ଖୋଳି ଯୁବତୀଙ୍କ ହାଡ଼ ଜବତ କରାଯାଇଥିଲା। ଆତ୍ମହତ୍ୟା ପରେ ପରିବାର […]
ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ OERC ତରଫରୁ ମଂଜୁରୀ ମିଳିଛି। କିଲୋୱାଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧିକୁ ମଂଜୁରୀ ମିଳିଛି। ବର୍ଦ୍ଧିତ ଶୁଳ୍କ ଏପ୍ରିଲ ୪ରୁ ଲାଗୁ କରାଯିବା ନେଇ ସୂଚନା ଦିଆଯାଇଛି। ବିପିଏଲ୍ ଏବଂ ଜଳସେଚନ ଉପଭୋକ୍ତାଙ୍କ ଦର ଅପରିବର୍ତ୍ତିତ ରହିଲା। ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨% ରିହାତି ମିଳିବ। ଡିଜିଟାଲରେ ପେମେଣ୍ଟ କଲେ ଉଭୟ ଉପଭୋକ୍ତାଙ୍କୁ […]
ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଲାଣି କି ଆଇନଶୃଙ୍ଖଳା? ବିଗିଡ଼ି ଗଲାଣି କି ଅପରାଧ ନିୟନ୍ତ୍ରଣର ହିସାବ କିତାବ? କାରଣ ପ୍ରଥମ ଥର ପାଇଁ ଯେଉଁବର୍ଷରେ କରୋନାର କଷ୍ଟ ସହ ଲୋକେ ଯୁଝୁଥିଲେ, ସେହି ବର୍ଷରେ ବି ଥମିନଥିଲା ନରହତ୍ୟା। ଦୈନିକ ଗଡୁଥିଲା ପ୍ରାୟ ୪ଟି ମୁଣ୍ଡ। ପ୍ରତିଦିନ ସାମ୍ନାକୁ ଆସୁଥିଲା ୮ ଦୁଷ୍କର୍ମ ମାମଲା। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୦ର ଶ୍ୱେତପତ୍ର ରେକର୍ଡରେ ଦର୍ଶାଯାଇଛି ଏଭଳି ଉଦବେଗଜନକ ତଥ୍ୟ। ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରକାଶିତ ଶ୍ୱେତପତ୍ରରେ […]
ସାଲେପୁର: ପୋଲିସ ନିର୍ଯାତନା ସହି ନପାରି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମାହାଙ୍ଗା ନଇଗୁଆଁରେ ଜଣେ ବ୍ୟକ୍ତି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାକୁ ନେଇ ଉତ୍ତେଜନା, ନଇଗୁଁଆ ଛକରେ ଶବ ରଖି ରାସ୍ତାରୋକ କରିଛନ୍ତି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଘଟଣା ଅନୁସାରେ, ନିକଟରେ ଗାଁର ଜଣେ ଝିଅକୁ ଜନୈକ ଯୁବକ ଉଠାଇ ନେଇଥିଲା। ଅପହୃତ ଯୁବତୀ ଓ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ଝିଅ ସାଙ୍ଗ ଥିଲେ। ମୃତ ବ୍ୟକ୍ତିଙ୍କ […]
ଭୁବନେଶ୍ୱର: କୋଭିଡ୍ ସ୍ଥିତି ଉପରେ SRC ଗାଇଡ୍ଲାଇନ୍ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ଭୁବନେଶ୍ୱରକୁ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ଏଥି ସହିତ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି ବିଏମ୍ସି କମିଶନର୍। କୋଭିଡ୍ ପ୍ରଭାବିତ ରାଜ୍ୟରୁ ଆସିଲେ ନେଗେଟିଭ […]
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଲାଗି ବିଜେପିର ପ୍ରାର୍ଥୀ ଘୋଷଣା କରିଛି। ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ଲାଗି ବିଜେପିର ପ୍ରାର୍ଥୀ ଘୋଷଣା ହୋଇଛି। ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ଆଶ୍ରିତଙ୍କୁ ପ୍ରାର୍ଥୀ କରିଥିଲା। ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲା। ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡ଼ିଛି। ଆଗାମୀ ଉପନିର୍ବାଚନରେ ପିପିଲିରେ ଇତିହାସ ସୃଷ୍ଟି ହେବ। ପରୋକ୍ଷରେ ପିପିଲିରେ […]
ଭୁବନେଶ୍ୱର: ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ କାଲି ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ରହିବ। କାଲି କୃଷକ ସଂଗଠନ ବନ୍ଦ ଡାକରା ଦେଇଛି। ବନ୍ଦକୁ କଂଗ୍ରେସ ଓ ବାମଦଳ ସମର୍ଥନ ଜଣାଇଛି। ସେହିପରି ଆସନ୍ତାକାଲିର ଭାରତ ବନ୍ଦ ଡାକରାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି […]
ପୁରୀ: ସୁପ୍ରିମକୋର୍ଟ ଗଲା ଜଗା ଜମି ମାମଲା। ମହାପ୍ରଭୁ ଜଗନ୍ନାଥଙ୍କ ଜମି ବିକ୍ରିକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଛି। ଜନ ସ୍ୱାଭିମାନ ୱେଲଫେୟାର ସୋସାଇଟି ପକ୍ଷରୁ ମାମଲା ଦାୟର ହୋଇଛି। ମାମଲାରେ କେନ୍ଦ୍ର, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି। ଜଗନ୍ନାଥଙ୍କ ଜମି ବିକ୍ରି ପ୍ରକ୍ରିୟା ତୁରନ୍ତ ବନ୍ଦ ନିର୍ଦ୍ଦେଶ ଦେବାକୁ ଅପିଲ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ଭାଙ୍ଗି ଏକ ନ୍ୟାୟିକ କମିଟି ଗଠନ କରାଯାଉ। ଅନ୍ତରୀଣ ନ୍ୟାୟିକ କମିଟି ଗଢ଼ି […]
ସୋନପୁର: ବିଶ୍ୱ ପ୍ରସିଦ୍ଧ ସୁବର୍ଣ୍ଣପୁର ବାନ୍ଧ କଳାର ଆଉ ଏକ ଉତ୍କୃଷ୍ଟ ନିଦର୍ଶନ। ସୂକ୍ଷ୍ମସୂତାରୁ ଶିଳ୍ପୀ ହାତବୁଣା ଶାଢ଼ି କହୁଛି ଦେଶ ପ୍ରେମର କଥା। ଶାଢ଼ିରେ ଶୋଭା ପାଉଛି ଅଖଣ୍ଡ ଭାରତର ମାନଚିତ୍ର। ତା ସହ ୨୮ ରାଜ୍ୟର ନାଁ ଓ ସବୁ ରାଜ୍ୟର ମାନଚିତ୍ର। ବିନା ରଙ୍ଗ ଓ ବିନା ମେସିନ୍ର ଏ ନିଖୁଣ କାରିଗରୀର ସୃଷ୍ଟି ତନ୍ତରୁ। ବାନ୍ଧ କାରୀଗରିରେ ବିଶେଷ ନିପୁଣତା ହାସଲ କରିଥିବା ସୋନପୁର ଡୁଙ୍ଗୁରିପାଲି ସହଲା ଗାଁର ବାନ୍ଧଶିଳ୍ପୀ ଈଶ୍ୱର […]
ସପ୍ତାହକୁ ଦିନଟିଏ ବନ୍ଦ ରହିବ ଶ୍ରୀମନ୍ଦିର । ସୂଚନା ଦେଲେ ପୁରୀ ଜିଲ୍ଲାପାଳ #Odisha
ଭୁବନେଶ୍ୱର: ଓଡ଼ିଶାରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ACS ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ଚିହ୍ନଟ ୩ଟି ଗତ ଡିସେମ୍ବରରେ ଆସିଥିବା ୟୁକେ ଫେରନ୍ତାଙ୍କ ଷ୍ଟ୍ରେନ୍। ICMR ପକ୍ଷରୁ ଜିନୋମ୍ ସିକ୍ୟୁଏନ୍ସିଂ ବେଳେ ଏକଥା ଜାଣିଥିଲୁ, ଲୋକେ ଭୟଭୀତ ହୋଇପଡ଼ିବେ ବୋଲି ପ୍ରକାଶ କରାଯାଉନଥିଲା। ଲୋକେ କୌଣସି ପ୍ରକାର ଭୟଭୀତ ହୁଅନ୍ତୁନି ACS ବୋଲି କହିଲେ। ପ୍ରକାଶଥାଉକି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ୟୁକେ ଷ୍ଟ୍ରେନ୍ ରହିଛି। ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ […]
ଭୁବନେଶ୍ୱର: ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପୋଲିସକୁ ଧମକ ଦେଉଥିବା ଅଡ଼ିଓ ଭାଇରାଲ ହେଉଛି। ଭଦ୍ରକ ବାଂଶଡ଼ା ଥାନା ଏଏସ୍ଆଇ ଗୁରୁଚରଣ ବେହେରାଙ୍କୁ ବିଧାୟକ ବ୍ୟୋମକେଶ ରାୟ ଫୋନ୍ ଯୋଗେ ଧମକ ଦେଉଥିବା ଅଡ଼ିଓ ଏବେ ମୋବାଇଲ୍ରୁ ମୋବାଇଲ୍କୁ ଘୁରି ବୁଲୁଛି। ଡିଜିଙ୍କୁ କହି ମୋଟୁ ଅଞ୍ଚଳକୁ ଫୋପାଡ଼ି ଦେବି ବୋଲି ସେ ଧମକ ଦେଉଥିବା ଶୁଣିବାକୁ ମିଳିଛି। ତେବେ ଏହି ବାର୍ତ୍ତାଳପକୁ ବିଧାୟକ ବ୍ୟୋମକେଶ ରାୟ ସ୍ୱୀକାର କରିଥିଲେ ମଧ୍ୟ କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା […]
ଭୁବନେଶ୍ୱର: କରୋନା ପାଇଁ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ସର୍ବାଧିକ ସଂଖ୍ୟା ୫ଶହ ଥିଲା, ଏବେ ୨ଶହକୁ ହ୍ରାସ ହୋଇଛି। ଦଶାହ, ଶୁଦ୍ଧିକ୍ରିୟାରେ ଏଣିକି ୫ଶହ ଜାଗାରେ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି। ବାହାଘର, ଶୁଦ୍ଧିକାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯିବ। ଅତିଥି ମାସ୍କ ପରିଧାନ କରିଛନ୍ତି କି ନାହିଁ ପ୍ରବେଶ ପଥରେ ଯାଞ୍ଚ ହେବ। ବାହାଘର, ଶୁଦ୍ଧିକାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି […]
ମାଲକାନଗିରି: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୫ ଯବାନ ସହିଦ୍ ହୋଇଛନ୍ତି। ଛତିଶଗଡ଼ ନାରାୟଣପୁର ଜିଲ୍ଲା କୋଡେନାର ଜଙ୍ଗଲରେ ବିସ୍ଫୋରଣ ହୋଇଛି। DRG ଯବାନଙ୍କୁ ବସ୍ରେ ନେଇ ଯାଉଥିବା ବେଳେ ବିସ୍ଫୋରଣ ଘଟିଥିଲା। ବସ୍ରେ ଥିବା ଅନ୍ୟ ୨୧ ଯବାନ ଆହତ ହୋଇଛନ୍ତି। ଏଥିରେ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ଅପରାହ୍ନ ୩ଟାରୁ ୪ଟା ସମୟ ମଧ୍ୟରେ ଘଟିଛି। ତେବେ ମାଓବାଦୀ ଲୁଚିଥିବା ନେଇ ପୋଲିସ୍କୁ ସୂଚନା ମିଳିଥିଲା। ଏଥିପାଇଁ ୨୫ରୁ […]
ମାଲକାନଗିରି: ଦୁର୍ବିସହ ଜୀବନ ଜିଉଁଛନ୍ତି ମାଲକାନଗିରି ବଣ୍ଡା ଘାଟିର ଲୋକେ। ରାତି ପାହୁ ପାହୁ ମୁନ୍ଦିଏ ପାଣି ପାଇଁ ସଂଘର୍ଷ କରନ୍ତି। ନିତି ଡହଳ ବିକଳ ଅବସ୍ଥା। ଆବଡ଼ା ଖାବଡ଼ା ପଥୁରିଆ ରାସ୍ତାରେ ୨ କିଲୋମିଟର ଦୂର ଯିବାକୁ ପଡ଼େ। ଭରସା କେବଳ ପାହାଡ଼ୀ ଝରଣା। ସେଇଠି ହାତ ଗୋଡ଼ ଧୁଆ, ବାସନ ମଜା, କପଡ଼ା ସଫା। ଆଉ ସମସ୍ତେ ସେହି ପାଣିକୁ ଧରି ଘରକୁ ଫେରୁଛନ୍ତି। ଅନ୍ୟ ଉପାୟ ବି ନାହିଁ। ବର୍ଷା ଦିନେ ତ […]
ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ନେଇଛନ୍ତି ରାଜ୍ୟ ସରକାର। ଆଜି ୪ ଜଣ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। ୨ ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ଆଉ ୨ ଜଣଙ୍କୁ ପେନ୍ସନ୍ ସଂକ୍ରାନ୍ତୀୟ ସୁବିଧାକୁ ପୁରା ବନ୍ଦ କରି ଦେଇଛନ୍ତି ସରକାର। ମୟୂରଭଂଜ ଜିଲ୍ଲାର ଖୁଣ୍ଟାରେ କାର୍ଯ୍ୟରତ ବଳରାମ ସୁନା ଓ ମହିଳା ଓ ଶିଶୁ ବିକାଶ ବିଭାଗରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ କାମ କରୁଥିବା ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ […]
ସର୍ବସାଧାରଣ ଜାଗାରେ ଦୋଳ, ହୋଲି ପର୍ବ ପାଳନ ମନା। କୋଭିଡ଼ ଗାଇଡଲାଇନ ମାନି ୫୦ ଜଣରେ ହେବ ଦୋଳ ମେଳ। ସର୍ବସାଧାରଣ ଜାଗାରେ ସର୍ବାଧିକ ୨ଶହ ଲୋକରେ ହେବ ବଡ଼ଯାତ୍ରା। କୋଭିଡ଼ ଗାଇଡଲାଇନ ମାନି ମାସ୍କ, ସାମାଜିକ ଦୂରତାରେ ବଡ଼ଯାତ୍ରା ପାଳନ। ମାଲକାନଗିରି: ପୁଣି ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ମାଲକାନଗିରିରେ ନାଇଟ୍ ମାଲକାନଗିରି ଲାଗି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୩ରୁ […]