କଟକ: କଟକ ଜିଲ୍ଲା ମାହାଙ୍ଗା ପଲ୍ଲି ସାହିରେ ଟ୍ରକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ହାଟପଡ଼ାର ଧ୍ରୁବଚରଣ ସାହୁ। ଆଜି ସକାଳେ ଧ୍ରୁବ ପଲ୍ଲୀସାହି-ଏରକଣା ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ମାହାଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ […]
ପୁରୀ: ଗୋଆର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପୁରୀ ବେଳାଭୁମିରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ମାନସ ସାହୁ। ୧୦ ଫୁଟ ଲମ୍ବର ଏହି ବାଲୁକା କଳା ନିର୍ମାଣ ପାଇଁ ୧୦ ଟନ୍ ବାଲି ବ୍ୟବହାର କରାଯାଇଛି। ଏଥିପାଇଁ ତାଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା। ପାରିକରଙ୍କ ଏହି ବାଲୁକା କଳା ଦେଖିବାକୁ ବେଳାଭୂମିରେ ଲୋକଙ୍କ ଭି଼ଡ଼ ଲାଗିଥିଲା। ବର୍ଷେଧରି କ୍ୟାନ୍ସର ସହ ଲଢ଼ିବା ପରେ ଗତ ରବିବାର ସନ୍ଧ୍ୟାରେ ପାରିକର […]
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଶାର ୫ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଏବଂ ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୨୬ ଓ ଏହାକୁ ମାର୍ଚ୍ଚ ୨୭ରେ ଯାଞ୍ଚ୍ କରାଯିବ। […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଗୋଡ଼ା ଗାଁରେ ହାତୀ ଉପଦ୍ରବ। ଗତକାଲି ରାତିରେ ହାତୀ ପଶି ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଉକ୍ତ ଗ୍ରାମର ବଟକୃଷ୍ଣ ଖୁଣ୍ଟିଆ ଓ ମାଧବ ପାଇକରାୟଙ୍କ କଦଳୀ ବଗିଚା ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ହାତୀ ପଲ ଏହାସହ ତାଙ୍କ ଘର ପାଚେରୀ ମଧ୍ୟ ଭାଙ୍ଗି ଦେଇଛନ୍ତି। ଫଳରେ ବହୁ କଦଳୁଈ ଗଛ ନଷ୍ଟ ହୋଇଛି।
ବରଗଡ଼( ଦୀପକ ଶର୍ମା): ବାପାକୁ ହତ୍ୟା କରି ଘର ଭିତରେ ମାଟି ଖୋଳି ପୋତିବାକୁ ଉଦ୍ୟମ କରିଛି ପୁଅ। ଏମିତି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ତରଭା ଗାଁରୁ। ମୃତକଙ୍କ ନାଁ ପର୍ଶୁରାମ ସାହୁ। ପୁଅ କମ୍ପାଲ ସାହୁ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଘର ଭିତରେ ପୋତି ଦେଉଥିଲା। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି। ତାସହ ମୃତଦେହକୁ ଜବତ […]
ସୋର(ଶଶିକାନ୍ତ ବେହେରା): ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ୨ଟି ଦୁର୍ଘଟଣା ହୋଇଛି।ସେହି ଦୁଇଟି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ଆହତ ଦୁହିଁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସିମୁଳିଆ ଜଳଙ୍ଗର ନରହରି ରଣା ବାଇକରେ ଘରକୁ ଫେରୁଥିବାବେଳେ ଚନ୍ଦନପୁର ବଜାର ପାଖରେ ଏକ ଗାଡ଼ି ଧକ୍କା ଦେଇ ପଳାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ତେବେ […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମାର ସୋମପୁର ବଜାରରେ ନିଆଁ ଲାଗି ଗୋଟିଏ ଦୋକାନ ସହ ୨ ବଖରା ଘର ଜଳି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରାତି ପ୍ରାୟ ୧୨ଟା ବେଳେ ବୁଲାକି ସାହୁଙ୍କ ଦୋକାନରେ ନିଆଁ ଲାଗି ଯାଇଥିଲା। ପରେ ପରେ ଦୋକାନକୁ ଲାଗି ରହିଥିବା ହେଦାୟଦ ଶାହାଙ୍କ ୨ ବଖରା ଘର ପୋଡ଼ି ଯାଇଥିଲା। ଦମକଳବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭାଇଥିଲା। ଅଗ୍ନିକାଣ୍ଡର କାରଣ […]
ଭୁବନେଶ୍ୱର: ଶେଷ ଥର ପାଇଁ ୨୦୧୬ ଜୁନ୍ରେ ଓଡ଼ିଶା ଆସିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିଥିଲେ। ଏହି ଗସ୍ତ ସମୟରେ କଟକରେ ବିଜେପିର ବିକାଶ ଉତ୍ସବ ତଥା ବୁଦ୍ଧିଜୀବୀ ସମାବେଶରେ ପାରିକର ସାମିଲ ହୋଇଥିଲେ। ତେବେ ରୋଚକପୂର୍ଣ୍ଣ ତଥ୍ୟ ହେଉଛି ପାରିକରଙ୍କ ଗୁରୁ ଜଣେ ଓଡ଼ିଆ ହୋଇଥିବା ବେଳେ ତାଙ୍କ ଘର ଭୁବନେଶ୍ୱରରେ। ତାଙ୍କ ଗୁରୁଙ୍କ ନାଁ ହେଉଛି ପ୍ରଫେସର ପ୍ରଶାନ୍ତ କୁମାର ପଟ୍ଟନାୟକ। ୨୦୧୬ରେ […]
ସମ୍ବଲପୁର: ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ଚେରୁଆପଡ଼ାରେ ଥିବା ଏକ ନିର୍ମାଣଧୀନ ପାଣି ଟାଙ୍କିରୁ ଝୁଳନ୍ତା ଅବସ୍ଥାରେ ମୃତଦେହ ମିଳିଛି। ମୃତକ ଜଣକ ଚେରୁଆପଡ଼ାର ସୁରଜ ରାୟ ବୋଲି ଜଣାପଡ଼ିଛି। ଗତକାଲି ରାତିରୁ ସେ କାହାକୁ କିଛି ନ କହି ଘରୁ ଚାଲିଯାଇଥିବା କହିଛନ୍ତି ପରିବାର ଲୋକେ। ସେପଟେ ମୃତଦେହ ଉଦ୍ଧାର କରି ପୁଲିସ ପୋଷ୍ଟ ମର୍ଟମ ଲାଗି ପଠାଇ ଖୋଳତାଡ଼ କରୁଛି।
ସୋର(ଶଶିକାନ୍ତ ବେହେରା): ବଡ଼ ଭାଇକୁ ହାଣିଲା ସାନ ଭାଇ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଈରା ଥାନା ଅଞ୍ଚଳରେ। ଖଈରା ଥାନ ରଟିଣା ଗାଁର କରୁଣାକର ଏବଂ ବଡ଼ ଭାଇ ବିଦ୍ୟାଧରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ ଲାଗି ରହିଥିଲା। ତେବେ ଗତକାଲି ରାତିରେ ଉତ୍ତ୍ୟକ୍ତ ହୋଇ କରୁଣାକର ଏକ କଟୁରୀରେ ବିଦ୍ୟାଧର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। […]
ରାଉରକେଲା: ରାଉରକେଲାରୁ ଦେବଗଡ଼ ଅଭିମୁଖେ ଯାଉଥିବା ଏକ କାର୍ରୁ ୨ ଲକ୍ଷ ଟଙ୍କା ଜବତ ହୋଇଛି। ବାମରା-କୁଚିଣ୍ଡା ରାସ୍ତାର ଅର୍ଡାବାହାଲରେ ପୁଲିସ୍ ଯାଞ୍ଚ କରୁଥିବା ବେଳେ ଏତେ ପରିମାଣର ନଗଦ ଅର୍ଥ ମିଳିଛି। ପୁଲିସ ଘଟଣାର ତନାଘନା କରୁଛି। ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇସାରିଥିବାରୁ ପୁଲିସ୍ ଘଟଣାକୁ ଅଧିକ ଗୁରୁତର ସହ ନେଇଛି। ଜବତ କାର୍ ସହ ଅଟକ ଗୋଲାପ କେଶରୀ ଚଇନୀଙ୍କୁ ପଚରାଉଚୁରା କରୁଛି ଟିମ୍।
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ମିଳିଛି। ମୃତକ ହେଲେ ଭୁଦେବ ବଗର୍ତ୍ତି। ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକ ଛୋଟ ଠେଲା ହୋଟେଲ କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲୋକଙ୍କ ବସିବା ପାଇଁ ଥିବା ଶେଡ୍ରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଥିଲା। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ସଦର ମହକୁମାରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରିଆମାଳବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ବୈଜୟନ୍ତ ରିଆମାଳ ପୂଜା ମଣ୍ଡପରେ ପହଞ୍ଚି ଆଳତି କରିବା ସହ ହାଇସ୍କୁଲ୍ ପଡ଼ିଆରେ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରାୟ୨୦ହଜାର ଲୋକଙ୍କ ଉପସ୍ଥିତିରେ ରାବଣର ପୁତ୍ତଳିକାକୁ ଦହନ କରାଯାଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଦେବଗଡ଼ […]
ଭୁବନେଶ୍ୱର: ଗତକାଲି ରାତିରେ ଉତ୍ତରା ଛକରେ ଏକ କାର୍ ଗୋଟିଏ ବାଇକ୍କୁ ଧକ୍କା ଦେଇ ନାଳକୁ ଓଲଟି ପଡ଼ିବା ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ୬ ଜଣଙ୍କ ପରିଚୟ ମିଳିଛି। ପ୍ରାଣ ହରାଇଥିବା ଦୁଇ ବାଇକ୍ ଆରୋହୀ ହେଲେ, ପ୍ରଭାକର ପ୍ରଧାନ ଓ ଲକ୍ଷ୍ମୀପ୍ରିୟା ପ୍ରଧାନ। ପ୍ରଭାକରଙ୍କ ବୟସ ୩୫ ବର୍ଷ ଓ ଲକ୍ଷ୍ମୀପ୍ରିୟାଙ୍କ ବୟସ ପ୍ରାୟ ୬୦ ବର୍ଷ ବୋଲି ଜଣାପଡ଼ିଛି। ସେମାନଙ୍କ ଘର ପିପିଲି ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁରରେ। କାର୍ରେ ୪ […]
ଭୁବନେଶ୍ୱର: ଆଜି ମେଲାଣି ନେବେ ଜଗତ୍ଜନନୀ ମା’ ଦୁର୍ଗା। ମା’ଙ୍କ ମେଲାଣି ପାଇଁ ଟ୍ୱିନ୍ସିଟିର ବିଭିନ୍ନ ଭସାଣି କମିଟି ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ କରାଯାଇଛି। ଭୁବନେଶ୍ୱରରେ କରାଯାଇଛି ୪ଟି କୃତ୍ରିମ ପୋଖରୀ। କୂଆଖାଇ ଓ ଦୟା ନଦୀ କୂଳରେ କୃତ୍ରିମ ପୋଖରୀ ତିଆରି କରିଛି ବିଏମ୍ସି। ଭସାଣ ଲାଗି ଭୁବନେଶ୍ୱରକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇଛି। ସେହିପରି କଟକରେ ମଧ୍ୟ ଭସାଣ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି। ଦେବୀଗଡ଼ା ଘାଟରେ ୨ଟି ବୃହତ୍ କୃତ୍ରିମ ପୋଖରୀ କରାଯାଇଛି। ସାହି ପରିକ୍ରମା […]
ଭୁବନେଶ୍ୱର: ବିଜୟା ଦଶମୀରେ ହେବ ରାବଣ ପୋଡ଼ି। ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥାଏ। ରାବଣ ପୋଡ଼ି ପାଇଁ ପୁରୁଣା ଭୁବନେଶ୍ୱରର ଚିତ୍ରକର ରାଜକିଶୋର ମହାପାତ୍ରଙ୍କ ପରିବାର ରାବଣ ପ୍ରତିକୃତି କାମରେ ଲାଗି ପଡ଼ିଛନ୍ତି। କିଏ ରଙ୍ଗ ଲଗାଉଛି ତ କିଏ ଅଠା ପ୍ରସ୍ତୁତ କରୁଛି। ୬୦ରୁ ୮୦ ଫୁଟ ଉଚ୍ଚତାର ରାବଣ ପ୍ରତିକୃତି ଏମାନେ ପ୍ରସ୍ତୁତ କରୁଛନ୍ତି। ଚଳିତ ବର୍ଷ ରାଜଧାନୀ ସମେତ ପୁରୀ, ଜଟଣୀ ଆଦି ଅଞ୍ଚଳରୁ ଅର୍ଡର […]
ଭଦ୍ରକ: ଭଦ୍ରକ ଜିଲ୍ଲା ବାଉଦପୁରରେ ଦୁର୍ଗା ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଠାରେ ୩୦୦ ବର୍ଷ ଧରି ବଙ୍ଗୀୟ ପରମ୍ପରା ଅନୁସାରେ ମା’ ପୂଜା ପାଉଛନ୍ତି। ମା’ଙ୍କ ନବମୀ ପୂଜା ଦେଖିବା ପାଇଁ ମଣ୍ଡପ ପାଖରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବାଉଦପୁରରେ ବଙ୍ଗୀୟ ପରିବାରଙ୍କ ପକ୍ଷରୁ ଦୁର୍ଗା ପୂଜା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ପରିବାର ସଦସ୍ୟମାନେ ପୂଜାକୁ ଆଗେଇ ନେଉଛନ୍ତି। ସେମାନେ ଯେଉଁଠି ରହିଲେ […]
ଉମରକୋଟ : ଟ୍ରକ୍ ପଛରେ ପିଟି ହେଲା ବାଇକ୍। ଚାଲିଗଲା ଦୁଇଟି ଜୀବନ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟରେ। ଗତକାଲି ରାତିରେ ୟୁଭି-୧ ବଡ଼କୁମାରୀ ଗ୍ରାମର ଦୁଇ ଜଣ ଯୁବକ ବାଇକ୍ ଯୋଗେ ଉମରକୋଟକୁ ଦୁର୍ଗାପୂଜା ଦେଖିବାକୁ ଆସୁଥିଲେ। ତେବେ ଉମରକୋଟ-ରାଇଘର ରାସ୍ତାରେ ଥିବା ପେଟ୍ରୋଲ୍ ପମ୍ପ ନିକଟରେ ସେମାନେ ଏକ ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲେ। ମୃତକ ଦ୍ୱୟ ହେଲେ ମଞ୍ଜିତ ବେପାରି ଓ ସତ୍ୟଜିତ ସରକାର। ମଞ୍ଜିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। […]
ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ହେଉଛି ମହାନବମୀ ପୂଜା। ସକାଳେ ମାଆଙ୍କର ମହାସ୍ନାନ ପରେ ବିଭିନ୍ନ ରୀତିନୀତିରେ ପୂଜା କରାଯାଉଛି। ଗତକାଲି ସନ୍ଧିପୂଜା ସହ ପୂଜା ମଣ୍ଡପଗୁଡ଼ିକରେ କନ୍ୟାପୂଜା ହୋଇଯାଇଛି। ନବରାତ୍ର ପୂଜାର ମହାନବମୀ ଗୁରୁତ୍ୱପୂର୍ଣ୍ଣ ପୂଜା। ଏଣୁ ସକାଳୁ ସକାଳୁ ମଣ୍ଡପଗୁଡ଼ିକ ଚଳଚଞ୍ଚଳ ରହିଛି। ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପ ଗୁଡ଼ିକରେ ଆକର୍ଷଣୀୟ ସାଜସଜା ହୋଇଛି। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କର ଗହଳି ଚହଳି ଲାଗୁଛି। […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ପୁରପଲ୍ଲୀରେ ଡାଲ୍ଖାଇ ପର୍ବକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଢୋଲ, ନିଶାନ, ତାସାର ତାଳେ ତାଳେ ଯୁବତୀଙ୍କ ଡାଲ୍ଖାଇ ନାଚରେ ଦୁଲୁକୁଛି କୋମନା ଅଞ୍ଚଳ। ଯୁବତୀମାନେ ଦୁଇଦିନ ଧରି ଉପବାସ ରହି ଡାଲ୍ଖାଇ ପାଳନ କରିଛନ୍ତି। ଗାଁ ଲୋକେ ଡାଲ୍ଖାଇ ଗୀତର ତାଳେ ତାଳେ ନାଚି ଦେବୀ ଦୁର୍ଗାଙ୍କ ଉପାସନା କରିଛନ୍ତି। ସପ୍ତମୀ ତିଥିରେ ଯୁବତୀମାନେ ଏକାଠି ହୋଇ ଗାଧୋଇବା ପରେ ଗୋଟିଏ ଜାଗାରେ ମାଆଙ୍କ ଆବାହନ ଲାଗି ପ୍ରସ୍ତୁତି କରିଥାନ୍ତି। […]
ବାଲେଶ୍ୱର: ବାତ୍ୟା ତିତ୍ଲି ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ସୋରର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କାଂଶବାଂସ ନଦୀରେ ବନ୍ୟା ଆସିବାରୁ ବହୁ ଲୋକଙ୍କ ଘର ଭାଙ୍ଗିଯାଇଛି। ବନ୍ୟାରେ କ୍ଷତିଗ୍ରସ୍ତ ଲୋକ ଏବେବି ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି। ଏମାନଙ୍କ ପାଖରେ ଏବେ ଯାଏ ସହାୟତା ପହଞ୍ଚି ନଥିବା ଅଭିଯୋଗ ହୋଇଛି। ସୋର ବ୍ଲକର ବିଭିନ୍ନ ସ୍ଥାନରେ ଘରଦ୍ୱାର ନଷ୍ଟ ହୋଇଛି। ବାଟୀ ପଞ୍ଚାୟତର ରୁଡ଼ୁଙ୍ଗା, କବିରପୁର, ଆଙ୍କୁଲା ଓ ହରସିଂପୁରରେ […]
ଭୁବନେଶ୍ୱର: ଗୋଟିଏ ପଟେ ପୂଜାର ମଜା। ଅନ୍ୟପଟେ ଭସାଣିର ପ୍ରସ୍ତୁତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାକୃତିକ ଜଳାଶୟରେ ବିସର୍ଜନର କଟକଣା ଲାଗିବା ପରେ ଦୁଇ ବର୍ଷ ହେବ କୃତ୍ରିମ ପୋଖରୀ ତିଆରି କରାଯାଉଛି। ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଦେବୀଙ୍କ ମୃଣ୍ମୟୀ ପ୍ରତିମା ବିସର୍ଜନ ପାଇଁ ୪ଟି ସ୍ଥାନରେ କୃତ୍ରିମ ପୋଖରୀ ନିର୍ମାଣ କରାଯାଇଛି। ଟଙ୍କପାଣି ରୋଡ଼୍, ଗଙ୍ଗୁଆ, କୂଆଖାଇ ଓ ରଘୁନାଥପୁରରେ ତିଆରି ହେଉଛି କୃତ୍ରିମ ପୋଖରୀ। ରଘୁନାଥପୁରରେ ଚଳିତ […]
ବାଲେଶ୍ୱର: ବାଲେଶ୍ୱରରେ ବେଶ୍ ଧୁମ୍ଧାମରେ ଚାଲିଛି ମା’ ଦୁର୍ଗାଙ୍କ ପୂଜା। ଏହି ସହରରେ ୧୭୫ ବର୍ଷ ତଳେ ମଦନ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପ୍ରଥମେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମହାଷ୍ଟମୀ ଓ ସନ୍ଧିପୂଜା ଏଠାରେ ସବୁଠୁ ନିଆରା ବୋଲି କୁହାଯାଏ। ମହାନବମୀ ଦିନ ବଙ୍ଗାଳୀ ଝିଅ, ବୋହୂମାନେ ସିନ୍ଦୁର ଖେଳ ଓ ଅଳତା ଲଗାଇବାର ପରମ୍ପରା ବେଶ୍ ଆକର୍ଷଣୀୟ ଲାଗିଥାଏ। ସ୍ୱତନ୍ତ୍ର ବଙ୍ଗୀୟ ରୀତିନୀତିରେ ଦୁର୍ଗାପୂଜା ହୋଇଥାଏ। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ସଂପୂର୍ଣ୍ଣ […]
ଆସ୍କା: ଛାତ ଉପରେ ଶୁଖାଯାଇଛି ଲକ୍ଷ ଲକ୍ଷ ଟଙ୍କା। ଆସ୍କା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖା ଉପରେ ନୋଟ୍ ଗୁଡ଼ିକ ଶୁଖାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ବାତ୍ୟା ତିତ୍ଲି ପରେ ହୋଇଥିବା ବନ୍ୟାରେ ବ୍ୟାଙ୍କ ଭିତରେ ପାଣି ପଶିଯାଇଥିଲା। ପ୍ରାୟ ଦୁଇ ଦିନ ଧରି ପାଣି ଜମି ରହିଥିଲା। ଏହା ଫଳରେ ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମ୍ ଭିତରେ ଥିବା ଲକର୍ ଭିତରେ ପାଣି ପଶି ଟଙ୍କା ସବୁ ଓଦା ହୋଇଯାଇଥିଲା। ତେବେ […]
କଳାହାଣ୍ଡି: ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଭବାନୀପାଟଣା। ମା’ଙ୍କ ମନ୍ଦିରରୁ ଆଜି ଭୋରରୁ ଜେନାଖାଲ ଅଭିମୁଖେ ବାହାରିବାପରେ ସେଠାରେ ଗୁପ୍ତ ପୂଜା ଓ ଅନ୍ୟାନ୍ୟ ରୀତିନୀତି ସମ୍ପନ୍ନ ହୋଇଥିଲା। ଛତର୍ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ମାନସିକଧାରୀ ମାନେ ମା’ଙ୍କ ଉଦ୍ଦେଶ୍ୟରେ ବଳି ଦେବାର ପରମ୍ପରା ମଧ୍ୟ ରହିଛି। ଯେଉଁଠି ମାନସିକଧାରୀ ବଳି ବାରଣକୁ ନମାନି ଶତାଧିକ ସଂଖ୍ୟାରେ ପଶୁ ବଳି ଦେଇଛନ୍ତି […]