• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

badrinath
ବଦ୍ରିନାଥରେ ଫସିଥିବା ଓଡ଼ିଆ ତୀର୍ଥଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର: ବଦ୍ରିନାଥରେ ଫସି ରହିଥିବା ଓଡ଼ିଆ ତୀର୍ଥଯାତ୍ରୀ ସୁରକ୍ଷିତ ଭାବେ ଓଡ଼ିଶା ଫେରୁଛନ୍ତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ୪୨ଜଣ ତୀର୍ଥଯାତ୍ରୀ ପ୍ରବଳ ତୁଷାରପାତ ଯୋଗୁଁ ଆସି ନ ପାରି ଅଧା ବାଟରେ ଫସି ରହିଥିଲେ। ଅନ୍ୟପଟେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳର ୩୩ ଜଣ ତୀର୍ଥଯାତ୍ରୀ ବଦ୍ରିନାଥରେ ସୁରକ୍ଷିତ ଥିବା ସୂଚନା ମିଳିଛି। ବର୍ତ୍ତମାନ ସେମାନେ ସୁରକ୍ଷିତ ଭାବେ ବଦ୍ରିନାଥର ଏକ ହୋଟେଲରେ ଆଶ୍ରୟ ନେଇଛନ୍ତି। ଆଜି ସେମାନେ ଫେରିବେ ବୋଲି ଜଣାପଡ଼ିଛି। ଗତ ୨୬ […]

  • Thursday, 15 July 2021
p1
କଟକରେ ଗୋଷ୍ଠୀ ସଂଘର୍ଷ

କଟକ: କଟକରେ ଗୋଷ୍ଠୀ ସଂଘର୍ଷ। କଟକ ପଟାପୋଲ ଅଞ୍ଚଳରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ଢେଲାପଥର ଓ କାଚ ବୋତଲ ମାଡ଼ ହୋଇଥିଲା। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ପକ୍ଷରୁ ଘଟ ଶୋଭାଯାତ୍ରା କରାଯାଉଥିଲା। ଏହାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ହିଂସାର ରୂପ ନେଇଥିଲା। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

  • Thursday, 15 July 2021
DP
‘ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରିବାରେ ଏମ୍‌ଏସ୍‌ଏମ୍‌ଇର ପ୍ରମୁଖ ଭୂମିକା ରହିଛି’

କଟକ: କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ବିକାଶ ପାଇଁ କଟକରେ MSME ସହଯୋଗ ଓ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଦିଲ୍ଲୀର ବିଜ୍ଞାନ ଭବନରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଥିବା ବେଳେ କଟକ ସହିଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରିବାରେ ଏମ୍‌ଏସ୍‌ଏମ୍‌ଇର ପ୍ରମୁଖ ଭୂମିକା ରହିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। MSME ମନ୍ତ୍ରାଳୟ ଓ ୟୁକୋ […]

  • Thursday, 15 July 2021
minor boy
ତାମିଲନାଡୁରେ ଫସି ରହିଛନ୍ତି ୩ ଓଡ଼ିଆ ନାବାଳକ ଶ୍ରମିକ

ଚେନ୍ନାଇ: ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲା ବ୍ଳକ୍‌ ଅନ୍ତର୍ଗତ ରହେନମାଲ ଗାଁର ୩ ଜଣ ନାବାଳକ ଦାଦନ ଶ୍ରମିକଙ୍କୁ ତାମିଲନାଡୁରେ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ଏକ ଅଜଣା ନମ୍ବରରୁ ୫୦ ହଜାର ଟଙ୍କା ଡିପୋଜିଟ୍ ପାଇଁ ବାରମ୍ବାର ଧମକପୂର୍ଣ୍ଣ ଫୋନ୍ କଲ୍‌ ଆସୁଥିବାରୁ ସେମାନଙ୍କ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ପାଇଁ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ଗୁହାରି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, କିଛିଦିନ ତଳେ ୬ […]

  • Thursday, 15 July 2021
1
ହାତୀର ମୃତଦେହ ମିଳିବା ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ସୋନାଖାନ୍ ପୁଟୁଳିଆ ଗାଁରୁ ହାତୀର ମୃତଦେହ ମିଳିବା ଘଟଣାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ବନ ବିଭାଗ ୨ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଫରେଷ୍ଟର ହରିଶ ଜେନା ଓ ଫରେଷ୍ଟ୍‌ ଗାର୍ଡ ସବିତା କିଷାନ୍‌ଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ରାଜଗାଙ୍ଗପୁର ରେଞ୍ଜର ଚନ୍ଦ୍ରଶେଖର ଗଡ଼ନାୟକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ହାତୀକୁ ପ୍ରଥମେ ମାରି, […]

  • Thursday, 15 July 2021
dead body
ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ; ସ୍ୱାମୀ ମୃତ, ସ୍ତ୍ରୀ ଜୀବିତ ଅବସ୍ଥାରେ ଉଦ୍ଧାର

କଳାହାଣ୍ଡି: ଫସଲ ନଷ୍ଟ ହେବାରୁ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ। ପୋଖରୀରେ ବୁଡ଼ି ବୃଦ୍ଧ ଦମ୍ପତି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ପତ୍ନୀଙ୍କୁ ଜୀବିତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍‌ର ତୁନ ଗାଁରେ ଏହି ଅଭାବନୀୟ ଘଟଣାଟି ଘଟିଛି। ୬୫ ବର୍ଷୀୟ ସୁଦର୍ଶନ ମାଝୀ ଚଳିତ ବର୍ଷ ୫ ଏକର ଜମିରେ ଧାନ ଫସଲ କରିଥିଲେ। କିନ୍ତୁ ବର୍ଷା ଅଭାବରୁ ସବୁ ଫସଲ ଉଜୁଡ଼ି ଯାଇଛି। […]

  • Thursday, 15 July 2021
1
ଡେବ୍ରିଗଡ ଅଭୟାରଣ୍ୟରେ ପୁଣି ଥରେ ଲାଗିବ କ୍ୟାମେରା

ଭୁବନେଶ୍ୱର: ଡେବ୍ରିଗଡ ଅଭୟାରଣ୍ୟରେ ପୁଣି ଥରେ ସିସିଟିଭି କ୍ୟାମେରା ଲାଗିବ। ପୂର୍ବରୁ ମାଓବାଦୀଙ୍କ ଗତିବିଧି ଯୋଗୁଁ ଏହି ଜଙ୍ଗଲରୁ କ୍ୟାମେରା ହଟାଇ ଦିଆଯାଇଥିଲା। ଏବେ ବାଘଙ୍କ ଗତିବିଧି ଓ ଉପସ୍ଥିତି ସଂପର୍କରେ ଖବର ରଖିବା ପାଇଁ ପୁଣି ଥରେ କ୍ୟାମେରା ଲଗାଯିବ। ଏଥିସହିତ ପଗ୍ ଇମ୍ପ୍ରେସନ୍ ପ୍ୟାଡ୍ ( ପିଆଇପି) ମଧ୍ୟ ବସା ଯାଇ ବାଘଙ୍କ ପ୍ରକୃତ ସଂଖ୍ୟା ଆକଳନ କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସୂଚନା ଦେଇଛନ୍ତି। National tiger conservation authority […]

  • Thursday, 15 July 2021
dead
ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ

ସମ୍ବଲପୁର: ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ। ସମ୍ବଲପୁରରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ସହର ମଧ୍ୟ ଦେଇଯାଇଥିବା ଟାଙ୍ଗନା ନାଳରୁ ଜଣେ ଶିକ୍ଷକଙ୍କ ମୃତଦେହ ଭାସୁଥିବାର ଦେଖି ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ମୃତ ଶିକ୍ଷକଙ୍କ ନାଁ ବେଦ ପ୍ରକାଶ। ତାଙ୍କ ଘର ସମ୍ବଲପୁର ସହରର ବାହାଲପଡ଼ାରେ। ସେ ଛତିଶଗଡ଼ରେ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ। ଗତ ରାତିରେ ସେ ବାହାରକୁ […]

  • Thursday, 15 July 2021
p1
ଆଜିଠୁ ୬ଟି ସହରରେ ପଲିଥିନ୍ ବ୍ୟାନ୍ କଡ଼ାକଡ଼ି

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ୬ଟି ସହରରେ ପଲିଥିନ୍ ବ୍ୟାନ୍ କଡ଼ାକଡ଼ି ହେବ। ଏଥିସହ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ। ୫୦ ମାଇକ୍ରୋନ୍‌ରୁ କମ୍ ପତଳା ପଲିଥିନ୍ ବ୍ୟବହାର ନ କରିବାକୁ କୁହାଯାଇଛି। ଯେଉଁମାନେ ପଲିଥିନ୍ ଷ୍ଟକ୍ ରଖିଛନ୍ତି ସେଠାରେ ପରିବେଶ ବିଭାଗ, ନଗର ଉନ୍ନୟନ ବିଭାଗ ଓ ସଂପୃକ୍ତ ପୌର ସଂସ୍ଥାଗୁ଼ଡ଼ିକ ଚଢ଼ଉ କରି ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିବେଶ ସୁରକ୍ଷା ଆଇନ ଅନୁସାରେ କଟକଣା ଲାଗିଥିବା ସହରରେ ପଲିଥିନ ଉତ୍ପାଦନକାରୀଙ୍କୁ ୧ ଲକ୍ଷ ଟଙ୍କାର […]

  • Thursday, 15 July 2021
polithin
ପଲିଥିନ୍ ବ୍ୟାନ୍‌କୁ ନ ମାନିଲେ ଗଣିବେ ଜରିମାନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପଲିଥିନ ବ୍ୟାନ୍‌ ନିୟମକୁ ନ ମାନିଲେ ଜରିମାନା ଲାଗିବ। ଆଜିଠୁ ଖାଉଟି ଏବଂ ବିକ୍ରେତାଙ୍କ ପାଇଁ ଜରିମାନା ରାଶି ଧାର୍ଯ୍ୟ କରିଛି BMC। ଖାଉଟି, ରାସ୍ତାକଡ଼ ଦୋକାନ ଏବଂ ସମସ୍ତ ପ୍ରକାର ହୋଟେଲ ପାଇଁ ଜରିମାନା ରାଶି ଧାର୍ଯ୍ୟ ହୋଇଛି। ଖାଉଟିଙ୍କ ପାଇଁ ୨ ଶହ, ୫ ଶହ ଏବଂ ହଜାରେ ଟଙ୍କା ଜରିମାନା ରହିଛି। ସେହିପରି ପଲିଥିନ୍ ବ୍ୟାନ୍ ନିୟମକୁ ଖିଲାପ କଲେ ରାସ୍ତାକଡ଼ ଦୋକାନ ପାଇଁ ୫ ଶହ, ହଜାରେ […]

  • Thursday, 15 July 2021
1d
ଅାଇଜି ପାର୍କରେ ଇନ୍ଦିରାଙ୍କୁ କଂଗ୍ରେସର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭୁବନେଶ୍ୱରରେ ଅାଇଜି ପାର୍କରେ କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଇନ୍ଦିରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏଥିସହ ପିସିସି ସଭାପତିଙ୍କ ସହ ଅନ୍ୟ କଂଗ୍ରେସ କର୍ମକର୍ତ୍ତା ଲୌହମାନବ ସର୍ଦ୍ଦାର ପଟେଲଙ୍କୁ ମଧ୍ୟ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଏକ ଶ୍ରଦ୍ଧାଞ୍ଚଳି ସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

  • Thursday, 15 July 2021
1a
ଗାଁରେ ପହଞ୍ଚିଲା ଅଚ୍ୟୁତାନନ୍ଦଙ୍କ ମରଶରୀର

ବଲାଙ୍ଗିର: ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ନିହତ ହୋଇଥିବା ଅଚ୍ୟୁତାନନ୍ଦ ସାହୁଙ୍କ ମରଶରୀର ତାଙ୍କ ଗାଁରେ ପହଞ୍ଚିଛି। ବଲାଙ୍ଗିର ଜିଲ୍ଲା ଘୁଷୁରାମୁଣ୍ଡା ଗାଁରେ ତାଙ୍କ ମରଶରୀର ପହଞ୍ଚିଲା ପରେ ଗାଁ ପରିବେଶ ଶୋକାକୁଳ ହୋଇଯାଇଛି। ଅଚ୍ୟୁତାନନ୍ଦଙ୍କୁ ଝୁରୁଛି ଜନ୍ମମାଟି। ଗତକାଲି ଛତିଶଗଡ଼ ଦନ୍ତେୱାଡ଼ା ଅରନ୍‌ପୁରରେ ନକ୍ସଲ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଡିଡି ନ୍ୟୁଜ୍‌ କ୍ୟାମେରାମ୍ୟାନ ଭାବେ ଅଚ୍ୟୁତ କାମ କରୁଥିଲେ। ବିଧାନସଭା ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ। […]

  • Thursday, 15 July 2021
0
ପାରାଦୀପ ବନ୍ଦରରେ ନୂଆ ପଦ୍ଧତିରେ ପଣ୍ୟ କାରବାର

ପାରାଦୀପ: ପାରାଦୀପ ବନ୍ଦରରେ ନୂଆ ପଦ୍ଧତିରେ ପଣ୍ୟ କାରବାର ହୋଇଛି। ଜାହାଜକୁ ବର୍ଥିଂ କରାନଯାଇ ମେଡିଟେରାନିନ୍ ମୁରିଂ ପଦ୍ଧତିରେ ପୋତାଶ୍ରୟ ମଧ୍ୟରେ ବର୍ଥ ଠାରୁ କିଛି ଦୂରରେ ରଖି ସେଥିରୁ ତୈଳ ଖଲାସ୍‌ କରାଯାଇଛି। ୧ ନମ୍ବର ଫର୍ଟିଲାଇଜର୍‌ ବର୍ଥ ନିକଟରେ ଜାହାଜକୁ ଲଙ୍ଗର ପକାଯାଇ ରଖାଯାଇଛି। ପାରାଦୀପ ବନ୍ଦରରେ ଏଭଳି ପ୍ରକ୍ରିୟାରେ ପଣ୍ୟ କାରବାର କରିବାରେ ଏହା ପ୍ରଥମ ଘଟଣା ବୋଲି ବନ୍ଦର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟାରେ ଇଣ୍ଡୋନେସିଆରୁ ଆସିଥିବା ଜାହାଜରୁ […]

  • Thursday, 15 July 2021
1
ରାଜ୍ୟର ବିଭିନ୍ନ ଜେଲ୍ ପରିସରରେ କ୍ୟାମ୍ପ୍ କୋର୍ଟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲ୍ ପରିସରରେ କ୍ୟାମ୍ପ୍ କୋର୍ଟ ଆରମ୍ଭ ହୋଇଛି । ଛୋଟ ଛୋଟ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ଥିବା କଏଦୀଙ୍କୁ ସର୍ତ୍ତମୂଳକ ଜାମିନ୍‌ ଦେବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଜେଲ୍‌ ପରିସରରେ କ୍ୟାମ୍ପ୍ କୋର୍ଟ ବସିଛି। ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅଭାବନୀୟ ପରିସ୍ଥିତିକୁ ଦେଖି ଗତ ଶନିବାର ଦିନ ହାଇକୋର୍ଟ ସମସ୍ତ ଜିଲ୍ଲା ଏବଂ ଦୌରାଜଜ୍‌ଙ୍କୁ କ୍ୟାମ୍ପ୍‌ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ୫ଟି ସର୍କଲ ଜେଲ୍ ଏବଂ ଶାଖା […]

  • Thursday, 15 July 2021
1
ଚୌକିରେ ବୁହା ହେଲେ ରୋଗୀ

କୋରାପୁଟ: ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ନ ଥିବାରୁ ରୋଗୀଙ୍କୁ ଖଟିଆରେ ଡାକ୍ତରଖାନା ନିଆଯାଉଥିବା ନଜରକୁ ଆସୁଥିବା ବେଳେ କୋରାପୁଟ ଜିଲ୍ଲା ଲମତାପୁଟ୍‌ରେ ଜଣେ ବୃଦ୍ଧାଙ୍କୁ ଚୌକିରେ ଡାକ୍ତରଖାନା ନିଆଯାଉଥିବା ଦେଖିବାକୁ ମିଳିଛି। ଲମତାପୁଟ୍‌ ବ୍ଲକର ଉପାପଡ଼ା ଗାଁର ଲଚମା ପାତାଲ ଅସୁସ୍ଥ ହୋଇ ପଡିଥିଲେ। କିନ୍ତୁ ରାସ୍ତା ନଥିବାରୁ ତାଙ୍କ ପୁଅ ଓ ସମ୍ପର୍କୀୟମାନେ ଏକ ଚୌକିରେ ପ୍ରାୟ ୨ କିଲୋମଟର ଦୂରରେ ଥିବା ମାଟାମପୁଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବୋହି ବୋହି ନେଇଥିଲେ। ଦୁଇ ବର୍ଷ […]

  • Thursday, 15 July 2021
farmer-agitation
ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍, ପେନ୍‌ସନ୍‌ ଦାବିରେ ଆନ୍ଦୋଳନ

ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍, ପେନ୍‌ସନ୍‌ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ପଦଯାତ୍ରାରେ ଭୁବନେଶ୍ୱର ଆସୁଛନ୍ତି। ତେବେ ପଦଯାତ୍ରାରେ ଆସୁଥିବା କୃଷକଙ୍କୁ ପୁଲିସ୍‌ ଅଟକାଉଥିବା ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି। ଆଜି ସକାଳେ ଶତାଧିକ ଚାଷୀ କେନ୍ଦୁଝରରୁ ଭୁବନେଶ୍ୱର ଆସୁଥିବା ବେଳେ କେନ୍ଦୁଝର ରେଳ ଷ୍ଟେସନରେ ସେମାନଙ୍କୁ ପୁଲିସ୍‌ ଅଟକ ରଖିଛି। ଏହାସହ ସଂଗଠନ ସଂଯୋଜକ ସୁବାସ ପଣ୍ଡାଙ୍କୁ ପୁଲିସ୍‌ ଉଠାଇ […]

  • Thursday, 15 July 2021
HighCourt
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠୁ ଜେଲ୍‌ରେ ଖୋଲିବ କ୍ୟାମ୍ପ୍‌ କୋର୍ଟ

ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ରାଜ୍ୟର ବିଭିନ୍ନ ଜେଲ୍ ଗୁଡ଼ିକରେ କ୍ୟାମ୍ପ୍‌ କୋର୍ଟ ଖୋଲିବ । ଏଥିରେ ଛୋଟବଡ଼ ମାମଲାରେ ବନ୍ଦୀଥିବା ଲୋକଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରାଯିବ। ଏଥିପାଇଁ ଜେଲ୍ ଗୁଡ଼ିକର କର୍ତ୍ତୃପକ୍ଷ ଆନୁଷଙ୍ଗିକ ସୁବିଧା ପ୍ରଦାନ କରିବେ। ଓକିଲଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅଭାବନୀୟ ପରିସ୍ଥିତିକୁ ଦେଖି ଗତ ଶନିବାର ଦିନ ହାଇକୋର୍ଟ ସମସ୍ତ ଜିଲ୍ଲା ଏବଂ ଦୌରା ଜଜ୍‌ଙ୍କୁ କ୍ୟାମ୍ପ୍‌ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କାର୍ଯ୍ୟ ଦିବସର ସମୟ […]

  • Thursday, 15 July 2021
2
ଏକର ଏକର ଅମୃତଭଣ୍ଡା ଚାଷ ନଷ୍ଟ; ଚିନ୍ତାରେ ଚାଷୀ

ବାଲେଶ୍ୱର: ବାଲେଶ୍ୱର ରେମୁଣା ବ୍ଳକ୍‌ କଅଁରାଳି ଗାଁରେ ଚାଷୀ କରିଥିବା ଏକର ଏକର ଅମୃତଭଣ୍ଡା ଚାଷ ନଷ୍ଟ ହୋଇଛି। ବାତ୍ୟା ତିତ୍‌ଲି ପରବର୍ତ୍ତୀ ବନ୍ୟାରେ ଭଣ୍ଡା ଗଛ ସବୁ ଉଜୁଡ଼ି ଯାଇଛି। ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଆଉ ଯେତିକି ଅମୃତଭଣ୍ଡା ଗଛ ସବୁ ରହି ଯାଇଛି, ସିଏ ବି ଧିରେ ଧିରେ ମରିଯାଉଛି।  ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ କିଛି ଉପାୟ ନପାଇ ଚିନ୍ତାରେ ପଡ଼ି […]

  • Thursday, 15 July 2021
aska
ଭୂତପଙ୍କାଳ ଗାଁରେ ୬ ଜଣ ଭାସିଯିବା ଘଟଣା: ମିଳିଲା ଜଣଙ୍କ ମୃତଦେହ

ଗଞ୍ଜାମ: ବାତ୍ୟା ତିତ୍‌ଲି ପ୍ରଭାବରେ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟସ୍ଥ ଭୂତପଙ୍କାଳରୁ ଭାସିଯାଇଥିବା ୬ ଜଣଙ୍କ ମଧ୍ୟରୁ ଆଜି ଆଉ ଜଣଙ୍କ ମୃତଦେହ ମିଳିଛି। ଏଯାଏ ଘଟଣାରେ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଘରଠାରୁ ଗୋଟେ କିଲୋମିଟର ଦୂରରେ ମୃତଦେହ ମିଳିଛି। ତେବେ ଆଉ ଦୁଇ ଜଣଙ୍କ ପତ୍ତା ମିଳୁନି। ଅକ୍ଟୋବର ୧୧ ଓ ୧୨ରେ ତିତ୍‌ଲି ପ୍ରଭାବରେ ପ୍ରବଳ ବର୍ଷା ପରେ ବନ୍ୟା ଆସିବାରୁ ଭୂତପଙ୍କାଳ ଗାଁର ୬ […]

  • Thursday, 15 July 2021
tarini
ଆଜି ଘଟଗାଁ ପୀଠରେ ଚଇତି ପର୍ବ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ପୀଠରେ ଆଜି ଚଇତି ପର୍ବ ପାଳନ ହେଉଛି। ପଣା ସଂକ୍ରାନ୍ତି ଅବସରରେ ମା’ ତାରିଣୀ ସୁନା ବେଶରେ ଦର୍ଶନ ଦେଉଛନ୍ତି। ମାଆଙ୍କୁ କ୍ଷୀର, ଲହୁଣୀ, ହଳଦି, ଚୁଆ ଓ ଚନ୍ଦନରେ ସ୍ନାନ କରାଯାଇଥିଲା।    

  • Thursday, 15 July 2021
rathha
ଆଜି ପୁଣି ଟଣା ହେବ ରୁକୁଣା ରଥ

ଭୁବନେଶ୍ୱର: ବଢ଼େଇ ବାଙ୍କରେ ଅଟକି ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ପୁଣି ଟଣା ହେବ। ଗତକାଲି ରୁକୁଣା ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ଏକାମ୍ର କ୍ଷେତ୍ର। ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ସହ ମଙ୍ଗଳ ଆଳତୀ ଓ ଅବକାଶ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା। ନୀତି ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ଥିବାରୁ ଦିନ ସାଢେ ୨ଟାରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରାୟ ୩ଟାରେ ମହାପ୍ରଭୁ ରଥାରୁଢ଼ ହୋଇଥିଲେ। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି […]

  • Thursday, 15 July 2021
chadak
ଚଡ଼କ ମେଳା ଉଦ୍‌ଯାପିତ

ଜଳେଶ୍ୱର(ଅଜିତ ଦାସ): ୧୩ ଦିନ ଧରି ବାଲେଶ୍ୱର ଭୋଗରାଇ ଚନ୍ଦନେଶ୍ୱର ପୀଠରେ ବେଶ୍ ଧୁମ୍‌ଧାମରେ ଚାଲିଥିବା ପ୍ରସିଦ୍ଧ ଚଡ଼କ ମେଳା ଉଦ୍‌ଯାପିତ ହୋଇଯାଇଛି। ବିଶ୍ୱାସ ଓ ପରମ୍ପରାର ଅନନ୍ୟ ନିଦର୍ଶନ ଚଡ଼କ ଯାତ୍ରାର ଗତକାଲି ଅନ୍ତିମ ଚରଣ ପାଟ ପର୍ବରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ସକାଳୁ ମାଳ ଚନ୍ଦନ ନୀତି ପରେ ଅପରାହ୍ଣରେ ମାନସିକ କରିଥିବା ପାଟ ଭକ୍ତମାନେ ଦେହରେ କଣ୍ଟା ଫୋଡ଼ି ଭକ୍ତି ଓ କୁଛ୍ର ସାଧନାରେ ନିଆରା ପରାକାଷ୍ଠା ପ୍ରଦର୍ଶନ କରିଥିଲେ।

  • Thursday, 15 July 2021
car
କାରରୁ ୫ ଶହ ଲିଟର ଦେଶୀ ମଦ ଜବତ

ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ଆଇଟିଆଇ ଛକରୁ ଏକ କାର୍‌ରୁ ବିପୁଳ ପରିମାଣର ମଦ ଜବତ ହୋଇଛି। ଏହି ଘଟଣାରେ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ଜଣକୁ ଗିରଫ କରିଛି। ତାଙ୍କ ନାଁ ହେଉଛି ବିଜୟ ନାଥ। ସେ ଭଦ୍ରକ ଜିଲ୍ଲା ମିଞ୍ଜାପୁର ଗାଁର। ବିଜୟ ନିଜ କାରରେ ପୁରୁଣା ବାଲେଶ୍ୱରରୁ ଭଦ୍ରକ ଯାଉଥିବା ବେଳେ ଖବର ପାଇ ତାଙ୍କୁ ମୋବାଇଲ ସ୍କ୍ୱାର୍ଡ ଧରିଥିଲା। କାର୍‌ରୁ ୫୦୦ଶହ ଲିଟରରୁ ଊର୍ଦ୍ଧ୍ୱ ମଦ ଜବତ ହୋଇଥିବା ଜଣା ପଡ଼ିଛି। […]

  • Thursday, 15 July 2021
accident
ବେଆଇନ୍‌ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରେଙ୍ଗାଲି ଥାନା ଅନ୍ତର୍ଗତ ବଡ଼ଧରା ଗାଁରେ ବେଆଇନ ମଦ ବିକ୍ରିକୁ ନେଇ ଗଣ୍ଡଗୋଳ ହୋଇଥିଲା। ମଦ ମାଫିଆଙ୍କ ଆକ୍ରମଣରେ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀଙ୍କ ସମେତ ୪ ଗ୍ରାମବାସୀ ଗୁରୁତର ହୋଇପଡ଼ିଥିଲେ। ଗୁରୁତରଙ୍କୁ ଚିକିତ୍ସା ଲାଗି ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।

  • Thursday, 15 July 2021
girl
ରେଳ ଲାଇନ୍ କଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା(ବଳରାମ ଲେଙ୍କା) : ଖୋର୍ଦ୍ଧା ଜିଲ୍ଲା କରଡ଼ଗଡ଼ିଆ ନିକଟ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍‌ କଡ଼ରେ କ୍ଷତବିକ୍ଷତ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ କିଛି ଥଣ୍ଡା ପାନୀୟ ଓ ବିଷ ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଆଜି ସକାଳୁ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

  • Thursday, 15 July 2021