ଗଞ୍ଜାମ: କଟକ ଓକିଲ-ପୁଲିସ୍ ଗଣ୍ଡଗୋଳର ସମାଧାନ ନ ହେଉଣୁ ଘନେଇଲାଣି ଗଞ୍ଜାମ ବୁଗୁଡ଼ାରେ ଓକିଲଙ୍କୁ ପୁଲିସ୍ର ମାଡ଼ ଘଟଣା। ଓକିଲଙ୍କୁ ଥାନାଧିକାରୀ ମାଡ଼ ମାରିବା ଘଟଣାରେ ଭିଡିଓ ସାମ୍ନାକୁ ଆସିଛି। ଥାନାର କିଛି କର୍ମଚାରୀ ଓକିଲଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖା ଦେଇଛି। କେବଳ ଏତିକି ନୁହଁ ଖୋଦ୍ ଥାନାଧିକାରୀ ଓକିଲଙ୍କୁ ଧମକ ଦେଉଥିବା ଭିଡିଓରେ ରହିଛି। ଗତକାଲି ବୁଗୁଡ଼ା ଥାନା ଭିତରେ ଓକିଲ ହରପ୍ରସାଦ ଦାସଙ୍କୁ ଥାନାଧିକାରୀ ମାଡ଼ ମାରିଥିବା ଅଭିଯୋଗ ଆଣିଥିଲେ। ଏକ ବିବାଦୀୟ […]
ଭୁବନେଶ୍ୱର : ଅାଜି ବିଶ୍ୱ ମଧୁମେହ ଦିବସ। ଏହି ଦିବସରେ ଏଥରର ଥିମ୍ ରହିଛି FAMILY & DIABETES ବା ‘ପରିବାର ଓ ମଧୁମେହ’। ଦେଶରେ ପ୍ରତିଦିନ ବଢୁଥିବା ମଧୁମେହ ରୋଗୀଙ୍କ ସଂଖ୍ୟାକୁ କମାଇବା ପାଇଁ ପ୍ରତି ପରିବାରକୁ ସଚେତନ କରାଇବା ଅାଜି ଦିନର ମୁଖ୍ୟ ଉଦ୍ଦେଶ୍ୟ। ସାରା ବିଶ୍ୱରେ ଏବେ ୪ ଶହ ମିଲିଅନ୍ ଡାଇବେଟିସ୍ ରୋଗୀ ଅଛନ୍ତି। ଚାଇନା ଏହି ତାଲିକାରେ ପ୍ରଥମ ସ୍ଥାନରେ ଥିବାବେଳେ ଭାରତ ଦ୍ୱିତୀୟରେ ରହିଛି। ଭାରତରେ ପ୍ରତି ମିନିଟ୍ରେ […]
କଟକ: ଆଜି ପୁଣି ଥରେ ହାଇକୋର୍ଟରେ ଦାଖଲ ହୋଇ ପାରିଲାନି ଚାର୍ଜସିଟ୍। ପୁଲିସ୍-ଓକିଲ ବିବାଦ ମାମଲାରେ ଆଜି ବି ଚାର୍ଜସିଟ୍ ଦାଖଲ କରିପାରିଲା ନାହିଁ କ୍ରାଇମ୍ବ୍ରାଞ୍ଚ। ଏହି ମାମଲାରେ କ୍ରାଇମ୍ବ୍ରାଞ୍ଚ ଆଉ କିଛି ଦିନର ମହଲତ ମାଗିଛି। ତେଣୁ ଏନେଇ ମାମଲାର ଶୁଣାଣି ଆସନ୍ତା ଗୁରୁବାରକୁ ଘୁଞ୍ଚିଛି। ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ ମାମଲାର ଶୁଣାଣି ହେଉଛି। ଗତକାଲି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କିନ୍ତୁ କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ଗତକାଲି […]
ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ଆଜି ତୃତୀୟ ଦିନ। ତୃତୀୟ ଦିନରେ ସ୍ୱାସ୍ଥ୍ୟସେବା, ବୟନ ଶିଳ୍ପ ଓ ଗାର୍ମେଣ୍ଟ ଇଣ୍ଡଷ୍ଟ୍ରି, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, କେମିକାଲ୍ ଓ ପେଟ୍ରୋ କେମିକାଲ୍, ଷ୍ଟାର୍ଟ ଅପ୍ ଓ କୃଷି ଉଦ୍ୟୋଗ ଭଳି କ୍ଷେତ୍ରରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହିସବୁ ସେକ୍ଟରରେ ପୁଞ୍ଜି ନିବେଶ ପାଇଁ ଓଡ଼ିଶାର ଭିତ୍ତିଭୂମି ସଂପର୍କରେ ସୂଚନା ଦିଆଯିବ। ଏହା ଛଡ଼ା ରାଜ୍ୟରେ ସ୍ୱାସ୍ଥ୍ୟସେବା, କ୍ଷୁଦ୍ର ଶିଳ୍ପ, ବୟନ ଶିଳ୍ପ […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଏଫସିଆଇ ଗୋଦାମ ପାଖରେ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଅଷାଢୁ ସେଠୀ। ଡୁଙ୍ଗୁରିପାଲି ବ୍ଲକ୍ ସହଲା ଗାଁରେ ତାଙ୍କ ଘର। ସୂଚନା ଅନୁସାରେ, ବଲାଙ୍ଗିର-ବରଗଡ଼ ମୁଖ୍ୟ ରାସ୍ତା କଡ଼ରେ ଟ୍ରକ୍ଟି ଛିଡ଼ା ହୋଇଥିବା ବେଳେ ଟ୍ରକ୍ ପଛରେ ବାଇକ୍ ପିଟି ହୋଇ ଯାଇଥିଲେ। ଅନ୍ୟପଟେ, ଡୁଙ୍ଗୁରିପାଲି ପୁଲିସ୍ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକ ଅନ୍ତର୍ଗତ କାଳିକାପୁର ଗାଁରେ ଡେଙ୍ଗୁ ଆତଙ୍କ ଦେଖା ଦେଇଛି। ଗାଁର ୮ଜଣ ବ୍ୟକ୍ତି ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଗାଁର ଖଇଁଚିରା ନାଳ ଅବରୋଧ କରାଯାଇଛି। ଫଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଦୂଷିତ ହେଉଛି। ମଶାଙ୍କ ପାଦୁର୍ଭାବ ବଢୁଥିବାରୁ ଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ, ଏହାକୁ ନେଇ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ […]
କଟକ: ପୁଲିସ୍ ଓ ଆଇନଜୀବୀ ବିବାଦ ମାମଲାର ଶୁଣାଣି ଘୁଞ୍ଚାଇ ଦିଆଯାଇଛି। ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବାର ଥିଲା। ୯ ତାରିଖ ସୁଦ୍ଧା ତଦନ୍ତ ଶେଷ କରି ଚାର୍ଜସିଟ୍ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି କ୍ରାଇମ୍ବ୍ରାଞ୍ଚ ସମ୍ପୂର୍ଣ୍ଣ ଚାର୍ଜସିଟ୍ ଦାଖଲ କରିପାରିଲାନି। ଏହା ସହିତ ନିଲମ୍ବନ ପ୍ରତ୍ୟାହାର ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ଓକିଲଙ୍କ ଆନ୍ଦୋଳନ ନେଇ ହାଇକୋର୍ଟ ବାର୍ ଆସୋସିଏସନର ଆଜି ଏକ ବୈଠକ […]
ଭୁବନେଶ୍ୱର: ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ଆନ୍ଦୋଳନ ଜାରି ରଖିବ ନବ ନିର୍ମାଣ କୃଷକ ସଂଗଠନ। ଏ ସମ୍ପର୍କରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆସନ୍ତା ୧୨ ତାରିଖରେ ସମସ୍ତ ପଞ୍ଚାୟତ ଅଫିସ୍ ସମ୍ମୁଖରେ ଧାରଣା ଓ ସତ୍ୟାଗ୍ରହ କରାଯିବ। ୧୫ ତାରିଖରେ ସମସ୍ତ ଥାନା ଆଗରେ ଚାଷୀମାନେ ଧାରଣା ଓ ସତ୍ୟାଗ୍ରହ କରିବେ। ଆଉ ୧୫ ତାରିଖ ପରେ ଆଇନ ଅମାନ୍ୟ ଆନ୍ଦୋଳନ ହେବ ବୋଲି ଅକ୍ଷୟ କୁମାର […]
ପାରାଦୀପ: ପାରାଦୀପ ଏସାର ଷ୍ଟିଲ୍ ପ୍ଲାଣ୍ଟ୍ ଆଗରେ ଶ୍ରମିକଙ୍କ ଧାରଣା। ସର୍ବନିମ୍ନ ମଜୁରୀ ପ୍ରଦାନ, ଇପିଏଫ୍, ଇଏସ୍ଆଇ ସୁବିଧା ଲାଗୁ କରିବା ପାଇଁ ଶ୍ରମିକମାନେ ଦୀର୍ଘ ଦିନରୁ ଦାବି କରି ଆସୁଥିବା ବେଳେ ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣି ଶ୍ରମିକମାନେ ଧାରଣା ଦେଇଛନ୍ତି। ପୂର୍ବରୁ ମେ ମାସରେ ୟୁନିୟନ ପକ୍ଷରୁ ଧାରଣା ଲାଗି ନୋଟିସ୍ ଦିଆଯିବା ପରେ ପ୍ରଶାସନ ପକ୍ଷରୁ ଫାଟକ ସମ୍ମୁଖରେ ୧୪୪ଧାରା ଜାରି କରାଯାଇଥିଲା। ଏହାପରେ ପ୍ରଶାସନର ମଧ୍ୟସ୍ଥତାରେ ଆଲୋଚନା ପାଇଁ ଦିନ […]
ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଚିଅର୍ ଅଫ୍ ସଙ୍ଗ୍ ରିଲିଜ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚିଅର୍ ଅଫ୍ ସଙ୍ଗ୍କୁ ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ଓଡ଼ିଶାରେ ଆୟୋଜିତ ହକି ବିଶ୍ୱକପ୍କୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି। ଓଡ଼ିଶାର ନାଁକୁ ବିଶ୍ୱସ୍ତରରେ ପ୍ରସିଦ୍ଧ କରିବା ଏହି ଭିଡିଓ ତଥା ଇଭେଣ୍ଟର ମୂଳ ଲକ୍ଷ୍ୟ। ଏହି ଭିଡିଓରେ ଥିବା ଗୀତଟିକୁ ପ୍ରଖ୍ୟାତ ବଲିଉଡ୍ ଗାୟକ ମିକା ସିଂ […]
କନ୍ଧମାଳ: ରାସ୍ତା ମରାମତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଲୋକେ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ତାଜୁଙ୍ଗିଆ ପଞ୍ଚାୟତବାସୀ ରାସ୍ତା ମରାମତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମହାଗୁଡ଼ିଠାରେ ପଞ୍ଚାୟତବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଦାରିଙ୍ଗବାଡି ଓ ବ୍ରାହ୍ମଣୀ ଗାଁ ମଧ୍ୟରେ ଯାତାୟତ ଠପ୍ ହୋଇଯାଇଛି। ବହୁ ଦିନ ଧରି ଅଞ୍ଚଳବାସୀ ମହାଗୁଡ଼ି ପିଡବ୍ଲ୍ୟୁଡି ରୋଡଠାରୁ ତାଜୁଙ୍ଗିଆ କିଲିମେରା ଯାଏ ରାସ୍ତା ନିର୍ମାଣ କରିବାକୁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଲୋକେ ଅଭିଯୋଗ […]
ଗଜପତି: ଭାଇ ଭଉଣୀଙ୍କ ସଲିଳ ସମାଧି। ମା’ଙ୍କ ସହ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଏହି ଭାଇ ଭଉଣୀ। ଗଜପତି ଜିଲ୍ଲା ମୋହନାରୁ ଆଜି ସକାଳୁ ସକାଳୁ ଏମିତି ଦୁଃଖଦ ଖବର ଆସି ପହଞ୍ଚିଛି। ମୃତ ଭାଇଭଉଣୀ ହେଲେ ସୌମ୍ୟା ସୁଆଲସିଂ (୬) ଓ ବିଷ୍ଣୁ ସୁଆଲସିଂ (୩)। ସୁଚନା ଅନୁସାରେ, ନଦୀରେ ମା’ଙ୍କ ସହ ଏ ଦୁହେଁ ଗାଧୋଇବାକୁ ଯାଇଥିଲେ। ହଠାତ୍ ଦୁହେଁ ପାଣିରେ ବୁଡ଼ି ଯାଇଥିଲେ। ଦୁଇ ଛୁଆଙ୍କୁ ଉଦ୍ଧାର କରି ମହିଳା ଜଣଙ୍କ […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚମ୍ପାକାରି ନିକଟରେ ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଶ୍ରମିକମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଶ୍ରମିକମାନେ ବିଦ୍ୟୁତ୍ ମରାମତି କରିବାକୁ ଯାଉଥିଲା। ଏହି ସମୟରେ ଦୁର୍ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି।
ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି। ରଙ୍ଗୀନ ଆଲୋକ ସହ ଦୀପ ଆଲୁଅରେ ଝଲସିବ ଗାଁଠୁ ସହର। ଏହାସହ ବାଣ ଫୁଟାଇ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବେ ଲୋକେ। ଏଥିପାଇଁ ବାଣ, ଦୀପ ଓ ମିଠା ଦୋକାନରେ ଲୋକଙ୍କ ଭିଡ଼ ଲାଗିଛି। ତେବେ ଏଥର ରାତି ୮ଟାରୁ ୧୦ଟା ଭିତରେ ଦୁଇ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଯେପରି କଡ଼ାକଡ଼ି ପାଳନ ହେବ ସେଥିପାଇଁ ପୁଲିସ୍ ପକ୍ଷରୁ […]
ଭୁବନେଶ୍ୱର: କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗତକାଲି ଲୁଲୁ ମହାପାତ୍ରଙ୍କ ସମର୍ଥକଙ୍କ ପକ୍ଷରୁ ଭୁବନେଶ୍ୱରରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର, ଅମୀୟ ଦାସ, ଛାତ୍ର କଂଗ୍ରେସ ନେତା ଇତୀଶ ପ୍ରଧାନଙ୍କ ସମେତ ଲୁଲୁ ମହାପାତ୍ରଙ୍କ ବହୁ ସମର୍ଥକ ଯୋଗଦେଇଥିଲେ।
ଭଦ୍ରକ: କାଳୀପୂଜା ଲାଗି ଚଳଚଞ୍ଚଳ ଭଦ୍ରକ ଜିଲ୍ଲାର ମା’ ଭଦ୍ରକାଳୀଙ୍କ ପୀଠ। ମଧ୍ୟରାତ୍ରରୁ ରୀତିନୀତିରେ ମା’ଙ୍କ ପୂଜା ଆରମ୍ଭ ହୋଇଛି। ଆଜି ମା’ ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ବିଶ୍ୱାସ ରହିଛି ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ଦର୍ଶନ କଲେ ପୂଣ୍ୟ ମିଳିଥାଏ। ସାତଦିନ ଧରି ହେବାକୁ ଥିବା କାଳୀପୂଜାର ଗତକାଲି ପ୍ରଥମ ଦିନରେ ମା’ଙ୍କୁ ବେଦମାତା ବେଶରେ ସୁସଜ୍ଜିତ କରାଯାଇଥିଲା। ତେବେ ଭଦ୍ରକରେ କାଳୀପୂଜା ପରମ୍ପରା ବେଶ୍ ପ୍ରସିଦ୍ଧ ଥିବା ବେଳେ ସାତଦିନ ଧରି […]
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପପଲୁର୍ ଏନ୍କାଉଣ୍ଟର ପରେ ଡିଜିପି ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ମାଲକାନଗିରିରେ ସମୀକ୍ଷା ପରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆଗାମୀ ଦିନରେ ମାଓବାଦୀଙ୍କ ଦମନ କାର୍ଯ୍ୟ ଜୋରଦାର କରାଯିବ। ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଜୋରଦାର କରାଯିବ। ପପଲୁର୍ ଏନ୍କାଉଣ୍ଟର ବେଷ୍ଟ ଅପରେସନ ଥିଲା ବୋଲି ଡିଜିପି କହିଛନ୍ତି। ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ ହୋଇଥିବା ସମୀକ୍ଷା ବୈଠକରେ ଡିଜିପିଙ୍କ […]
ଭୁବନେଶ୍ୱର: ୧୧ଦିନ ହେବ ଖୋଜ୍ ଖବର ନାହିଁ। ଏଣେ ଖୋଜି ଖୋଜି ନୟାନ୍ତ ହେଲେଣି ପରିବାର। ଆମେ କହୁଛୁ କଟକ ନୂଆବଜାର ଅଞ୍ଚଳର ଆରତୀ ଦତ୍ତଙ୍କ କଥା, ଯିଏ ଗତ ବୁଧବାରଠାରୁ ନିଖୋଜ ଅଛନ୍ତି। ଗତ ବୁଧବାର ଅର୍ଥାତ୍ ଜୁନ୍ ୨୪ ତାରିଖ ଅପରାହ୍ନରେ ଆରତୀ ହଠାତ୍ ଘରୁ କେଉଁ ଆଡ଼େ ଚାଲିଯାଇଛନ୍ତି। ତାଙ୍କର ବୟସ ପ୍ରାୟ ୬୩ ହେବ। ଅନେକ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣସି ପତା ମିଳୁନାହିଁ। ଯେଉଁ କାରଣରୁ ତାଙ୍କ […]
ଭୁବନେଶ୍ୱର: ପୁଣି ଘରୁ ବାହାରିଲା ମାଳମାଳ ସାପ। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସାରଙ୍ଗପୁର ଗାଁର ପଦ୍ମଲୋଚନ ମହାନ୍ତଙ୍କ ଘରୁ ୧୪ ନାଗ ସାପ ଛୁଆ ଉଦ୍ଧାର କରାଯାଇଛି। ତେବେ ବାରମ୍ବାର ଘରୁ ନାଗ ସାପ ଛୁଆ ବାହାରିବାରୁ ପଦ୍ମଲୋଚନ ସ୍ନେକ ହେଲପଲାଇନ୍ ସଦସ୍ୟ ସୌମ୍ୟଜିତ୍ ବେହୁରାଙ୍କୁ ଯୋଗାଯୋଗ କରିଥିଲେ। ସୌମ୍ୟଜିତ୍ ପଦ୍ମଲୋଚନଙ୍କ ଘରର ସବୁସ୍ଥାନ ତନଖିବା ପରେ ରୋଷେଇ ଘରର ଗ୍ୟାସ ଟାଙ୍କି ନିକଟରେ ଥିବା ଏକ ଗାତରୁ ୧୪ଟି ନାଗ ସାପ ଛୁଆଙ୍କୁ ଉଦ୍ଧାର […]
ରାୟପୁର: ଛତିଶଗଡ଼ରେ ମାଓବାଦୀ ସଂଗଠନକୁ ବଡ଼ ଧକ୍କା ମିଳିଛି। ନାରାୟଣପୁର ଅଞ୍ଚଳରେ ୬୨ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଠାରୁ ୫୧ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ମାଓ ସଂଗଠନର କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ସେମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ବସ୍ତର ଆଇଜି ବିବେକାନନ୍ଦ ସିହ୍ନା ଓ ନାରାୟଣପୁର ଏସ୍ପି ଜିତେନ୍ଦ୍ର ଶୁକ୍ଳାଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି।
ଭୁବନେଶ୍ୱର: କୋଭିଡ୍ ନିୟମ ଭାଙ୍ଗି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଥାନାରେ ମାମଲା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଅପରାଜିତାଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ କମିଶନରେଟ୍ ପୋଲିସକୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛି ବିଏମସି। ଅପରାଜିତା କୋଭିଡ୍ କଟକଣା ଭାଙ୍ଗିଥିବା ନେଇ ତାଙ୍କ ବିରୋଧରେ ଦୁଇଟି ସଂସ୍ଥା କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ। ଏପଟେ ସାଂସଦ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ନେଇ ଘଟଣାର ତଦନ୍ତ କରୁଥିବା […]
ରାୟଗଡ଼ା: ସେଲ୍ଫି ହେଲା କାଳ। ନଦୀ ଭିତରେ ସେଲ୍ଫି ନେବା ବେଳେ ଜଣେ ଯୁବକଙ୍କ ପ୍ରାଣ ଚାଲିଯାଇଛି। ରାୟଗଡ଼ା ଜିଲ୍ଲାରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଯୁବକ ଜଣଙ୍କ ସେଲ୍ଫି ନେଉଥିଲେ। ତେବେ ପାଣିର ସ୍ରୋତ ଅଧିକ ହେବାରୁ ସେ ନଦୀରେ ଭାସି ଯାଇଥିଲେ। ଅନେକ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ମୃତକ ଜଣକ ଆନ୍ଧ୍ରପ୍ରଦେଶର କୋତାବାଲସାର ଟି.ଗଙ୍ଗାରାଜୁ ବୋଲି ଜଣାପଡ଼ିଛି। […]
ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ସ୍ମାଟ୍ ବସ୍ ବ୍ୟବସ୍ଥା ‘ମୋ ବସ୍’ ସେବା। ଆଜି ଏହାକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରୁ ଏହାକୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ୮ଟି ରୁଟ୍ରେ ୧୦୦ଟି ବସ୍ ଚଳାଚଳ କରିବ। ଆଜି ଉଦ୍ଘାଟନ ପରେ ବିମାନ ବନ୍ଦର ନିକଟରୁ ସଚିବାଳୟ ଯାଏ ମୁଖ୍ୟମନ୍ତ୍ରୀ ବସ୍ରେ ବସି ଆସିଥିଲେ। ‘ମୋ ବସ୍’ରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ୱାଇଫାଇ ସାଙ୍ଗକୁ […]
ଅନୁଗୁଳ: ଲୁଚକାଳି ଖେଳୁଥିବା ମଣିଷ ଖିଆ ବାଘୁଣୀ ସୁନ୍ଦରୀ ଶେଷରେ ଧରାପଡ଼ିଛି। ସାତକୋଶିଆରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯାଇଛି। ଏନେଇ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଥିଲେ। ନନ୍ଦନକାନନରୁ କୁମକୀ ହାତୀ ଯଶୋଦାକୁ ଅପରେସନ୍ରେ ନିୟୋଜିତ କରାଯାଇଥିଲା। ଯାହା ସଫଳ ହୋଇଛି। ନନ୍ଦନକାନନ ଏବଂ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ସ୍ୱତନ୍ତ୍ର ଟିମ୍ର ମିଳିତ ଉଦ୍ୟମରେ ସୁନ୍ଦରୀ ଧରାପଡ଼ିଛି। ଏବେ ତାକୁ ରାଇଗୁଡ଼ାକୁ ନିଆଯିବ।” ସୂଚନାଯୋଗ୍ୟ, ଅନୁଗୁଳ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଯାହା ସାରା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ବିଚ୍ ରାସ୍ତାରେ କେହି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ଜଗନ୍ନାଥପ୍ରସାଦ ଥାନା ଲୁଣିଢ଼ିପି ଗାଁରେ ଘଟିଛି। ମୃତକ ଜଣକ ନିକଟସ୍ଥ ଗାଁର ଇଟାମାଟି ଚମ୍ପେତପୁରର ବ୍ୟବସାୟୀ ବାଲକୃଷ୍ଣ ବୋଲି ଜଣାପଡ଼ିଛି। ବାଲକୃଷ୍ଣଙ୍କ ମୁହଁ ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଶବ ଜବତ କରି […]