ଭୁବନେଶ୍ୱର: ବିୟର ଫ୍ୟାକ୍ଟ୍ରି ପାଇଁ ରାଜ୍ୟ ସରକାର ଜାଗା ଦେଉଛନ୍ତି। କିନ୍ତୁ ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଜମି ଦେବାକୁ ଆଗ୍ରହ ନାହିଁ। ଏଭଳି ଅଭିଯୋଗ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍ଜିରେ ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ସେ କହିଛନ୍ତି, ରାଜ୍ୟ ସରକାର ବଡ଼ ଘରର ପୁଅ ଆମେ ଗୁଣ୍ଡୁଚି ମୂଷା। ଶୁଣନ୍ତୁ କ’ଣ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ… ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜାଗା […]
ବଲାଙ୍ଗିର: ବଲାଙ୍ଗିର ବାଇପାସ୍କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଶ୍ରେୟ ନେବାକୁ ତିନି ପ୍ରମୁଖ ରାଜନୀତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଦେଖା ଦେଇଛି। ୧୭ ବର୍ଷ ତଳେ ବଲାଙ୍ଗିର ବାଇପାସ୍ ରାସ୍ତାର ଶିଳାନ୍ୟାସ ହୋଇଥିଲା। କିନ୍ତୁ ଏଯାଏ କାମ ଆରମ୍ଭ ହେଇପାରିନି। ଏବେ କିନ୍ତୁ ଜମି ଅଧିଗ୍ରହଣ ପାଇଁ ୧୯୦ କୋଟି ଟଙ୍କା ମଞ୍ଜୁର କରିବାକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେବା ପରେ ଏହାର ଶ୍ରେୟ ନେବା ପାଇଁ ଲଢ଼େଇ […]
ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟ ତହସିଲ ଡାଟାଏଣ୍ଟ୍ରି ଅପରେଟର ସଂଘର ବିଧାନସଭା ସମ୍ମୁଖରେ ଧାରଣା। ୧୨ ବର୍ଷ ପରେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନଥିବାରୁ ସଂଘ ପକ୍ଷରୁ ଧାରଣା ଦିଆ ଯାଇଛି। ୨୦୦୭ ମସିହାରେ ପ୍ରାୟ ୬୦୦ ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଥିଲେ। ୬ ବର୍ଷ ଠିକା ଭାବେ କାମ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ନିୟମ ଥିଲେ ମଧ୍ୟ ଡାଟାଏଣ୍ଟ୍ରି ଅପରେଟରଙ୍କ କ୍ଷେତ୍ରରେ ଲାଗୁ ହୋଇନଥିବା ଅଭିଯୋଗ ହୋଇଛି। ପୂର୍ବରୁ ସରକାରଙ୍କ […]
କଟକ: ଏଥର ବିବାଦ ଯେମିତି ବାଲିଯାତ୍ରାର ପିଛା ଛାଡ଼ୁନି। କଟକ ବାଲିଯାତ୍ରାକୁ ଆଉ ମାତ୍ର ତିନି ଦିନ ଥିବାବେଳେ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପ୍ଲଟ୍ ଆବଣ୍ଟନ ବିବାଦ ସିନା ତୁଟିଗଲା, କିନ୍ତୁ କ୍ଷୁଦ୍ର ବ୍ୟବସାୟୀମାନେ ଜାଗା ପାଉନଥିବା ଅଭିଯୋଗ କରିଛନ୍ତି। ଦୋଳି ବ୍ୟବସାୟୀଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପୁରୁଣା ଜାଗା ଦେଉନଥିବାରୁ ବର୍ଦ୍ଧିତ ଦରରେ ବାଲିଯାତ୍ରାକୁ ଆସିବେ ନାହିଁ ବୋଲି ବ୍ୟବସାୟୀ କହିଛନ୍ତି। ପ୍ରତିବର୍ଷ ବାଲିଯାତ୍ରା ଆରମ୍ଭ ହେବାର ୧୦ଦିନ ଆଗରୁ କୋଲକାତାରୁ ଟେରାକୋଟା […]
ଭୁବନେଶ୍ୱର: ଭୁବନେଶ୍ୱରର ବିନ୍ଦୁସାଗର ପୁଷ୍କରିଣୀରେ ଲେଜର ଶୋ’ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୯ କୋଟି ଟଙ୍କା ବ୍ୟୟରେ ଏହି ଲାଇଟ୍ ଏଣ୍ଡ ସାଉଣ୍ଡ ଶୋ’ ବା ମଲ୍ଟିମିଡିଆ ଲେଜର ଶୋ’ ଆରମ୍ଭ ହୋଇଛି। ଶିଶୁପାଳଗଡ଼ର ଇତିହାସ ଠୁ ଆରମ୍ଭ କରି ଖଣ୍ଡଗିରି ଓ ଉଦୟଗିରିର ପ୍ରସ୍ତର କଳା ଓ ପ୍ରଭୁ ଲିଙ୍ଗରାଜଙ୍କ ବିଭିନ୍ନ ପର୍ବପର୍ବାଣିଠୁ ଆରମ୍ଭ କରି ଐତିହ୍ୟ କ୍ଷେତ୍ରର ମାହାତ୍ମ୍ୟ ପର୍ଯ୍ୟନ୍ତ, […]
ଅନୁଗୁଳ: ନିଆଁରେ ପୋଡ଼ି ହୋଇ ମା’ ଓ ଦୁଇ ପୁଅ ଗୁରୁତର। ଅନୁଗୁଳ ଜିଲ୍ଲା ଶାବଳଭଙ୍ଗା ଗାଁରେ ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ସେମାନଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଛି। ସମସ୍ତଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କ ନାମ ବଚନ ବେହେରା ହୋଇଥିବା ବେଳେ ଦୁଇ ପୁଅଙ୍କ ନାମ ଅଭିମନ୍ୟୁ ଓ ରାହୁଲ। ସୂଚନା ଅନୁସାରେ, ସେମାନେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ମହିଳାଙ୍କ ସ୍ୱାମୀ କହିଛନ୍ତି। କିନ୍ତୁ […]
କଟକ: ଆଉ ମାତ୍ର ଦିନ କେଇଟା ପରେ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀ ସଂଘ ମଧ୍ୟରେ ଚାଲିଥିବା ବିବାଦର ଶେଷରେ ସମାଧାନ ହୋଇଛି। ଆଉ ମାତ୍ର ୪ଦିନ ପରେ ବାଲିଯାତ୍ରା ଅନୁଷ୍ଠିତ ହେବ। ଗତକାଲି ଜିଲ୍ଲା ପ୍ରଶାସନ ଓ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ତୁଟିବା ପରେ ଏବେ ଏହାର ସୁପରିଚାଳନା ପାଇଁ ତତ୍ପରତା ପ୍ରକାଶ ପାଇଛି। ଆଜି ଜିଲ୍ଲା ପ୍ରଶାସନ ତରଫରୁ ବାଲିଯାତ୍ରା ପଡ଼ିଆରେ ସଫେଇ କାର୍ଯ୍ୟକ୍ରମ […]
ଅନୁଗୁଳ: ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବନ୍ଦ ହେବନାହିଁ। ଏବେ ସାମୟିକ ଭାବେ ସ୍ଥଗିତ ରହିଥିବା ଏହି ପ୍ରକଳ୍ପକୁ ନେଇ ଆଗାମୀ ଦିନରେ ତର୍ଜମା କରିବା ପରେ ପ୍ରକଳ୍ପ ପୁଣି ଆଗେଇବ ବୋଲି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ବା NTCA ସୂଚନା ଦେଇଛନ୍ତି। ଦୁଇ ଦିନିଆ ସାତକୋଶିଆ ଗସ୍ତ ଶେଷ ହେବା ପରେ ଏନ୍ଟିସିଏ ଆଇଜି ଅମିତ ମଲ୍ଲିକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ NTCA ଏବଂ WII କର୍ତ୍ତୃପକ୍ଷ ସାତକୋଶିଆ […]
ପୁରୀ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ। ଏଥିପାଇଁ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କୁ ଶୃଙ୍ଖଳାର ଦର୍ଶନ କରିବା ପାଇଁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯିବ। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି। ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ପାଇଁ ଭିନ୍ନ […]
ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍ ସୁଗାର ଜବତ ହୋଇଛି। ଏହି ଘଟଣାରେ କମିଶନରେଟ୍ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି। ବ୍ରାଉନ୍ ସୁଗାର କାରବାର ହେଉଥିବା ନେଇ ପୁଲିସ୍କୁ ଖବର ମିଳିବା ପରେ ସାଲିଆ ସାହିରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୧୯୫ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ସାଢ଼େ ୩ ଲକ୍ଷ ଟଙ୍କା ହେବ ବୋଲି […]
ଭୁବନେଶ୍ୱର: ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହେବ କିପରି ହେବ ଯୁକ୍ତ ୨ ଖାତା ଦେଖା ପ୍ରକ୍ରିୟା। ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲକଡାଉନ୍ ପରେ ଏବେ ଜିଲ୍ଲାପାଳଙ୍କ ପାଖରେ ରହିବ ସବୁ କ୍ଷମତା। ଜିଲ୍ଲାପାଳଙ୍କ ନିଷ୍ପତ୍ତି ପରେ ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଗାମୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି। ଯୁକ୍ତ ୨ ଖାତା ଦେଖା ଓ ଫଳ ପ୍ରକାଶରେ ଯେପରି […]
ଗଞ୍ଜାମ: ରାସ୍ତା କଡ଼ରୁ ମୁମୂର୍ଷୁ ଅବସ୍ଥାରେ ମହିଳା ଉଦ୍ଧାର। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବେଲଗାଁ ରାସ୍ତା କଡ଼ରୁ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ମହିଳାଙ୍କ ଶାଶୂ ଘର ବେଲଗାଁରେ ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଶାଶୂ ଘର ଲୋକେ ତାଙ୍କୁ ମାଡ଼ ମାରି ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୁଲିସ୍ ମହିଳାଙ୍କ ଶାଶୂ ଓ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚରା […]
ଢେଙ୍କାନାଳ: ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ପାଳସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ବାଉରୀ ସାହୁ। ବାଉରୀ ସକାଳେ ଜମିକୁ ଫସଲ ଦେଖିବାକୁ ଯାଇଥିଲେ। ହଠାତ୍ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ମହାବିରୋଡ଼ ରେଞ୍ଜର ବନ ଅଧିକାରୀ ସୁରେଶ ବେହେରା ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଭୁବନେଶ୍ୱର: ଗୋଟିଏ ପଟେ କରୋନା ଆତଙ୍କ, ହେଲେ ଆରପଟେ ଲୁଟ୍ ହେଉଛି ସରକାରୀ ଅର୍ଥ। କରୋନାର ଭୟାବହତା ମୁକାବିଲା ଭିତରେ ସମସ୍ତେ ବ୍ୟସ୍ତ ଥିବାର ସୁଯୋଗ ଉଣ୍ଡି ସରକାରୀ ତହବିଲ୍ରୁ ହୋଇଛି ମହା ଲୁଟ୍। ଆମେ କହୁଛୁ ଜଙ୍ଗଲ ବିଭାଗର କାମ୍ପା ଫଣ୍ଡରେ ହୋଇଥିବା ଅନିୟମିତତା କଥା। ଯାହାର ଦସ୍ତାବିଜ୍ ଓଟିଭି ହାତରେ ଲାଗିଛି। କୋଟିଏ କି ଦୁଇ କୋଟି ନୁହେଁ, ରାଜ୍ୟରେ ୫୯୨ କୋଟିର କାମ୍ପା ଫଣ୍ଡରେ ଅନିୟମିତତା କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେବେ […]
ଖୋର୍ଦ୍ଧା: ହତ୍ୟାକାରୀ ଜାଣିନି କାହାକୁ ହତ୍ୟା କରିଛି। ନିହତ ପୂର୍ବରୁ ମୃତକ ବି ଜାଣୁନି, କାହିଁକି ତାକୁ ଆକ୍ରମଣ କରାଯାଉଛି, କିନ୍ତୁ ମୁଣ୍ଡ ଗଡ଼ିଛି। ଖୋର୍ଦ୍ଧା ଏନ୍ଏଚ୍ କଡ଼ ମଦ ବାର୍ କର୍ମଚାରୀ ହତ୍ୟାକାଣ୍ଡର ଏମିତି କିଛି ତଥ୍ୟ ଦେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋର୍ଦ୍ଧା ଏସପି। ଆଭିଜାତ୍ୟର ଅହଙ୍କାର ଆଉ ଦାଦାଗିରି ଦେଖାଇବାକୁ ଯାଇ ଜଣେ ନିରୀହଙ୍କୁ ଜୀବନରେ ମାରି ଦିଆଯାଇଛି। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଗିରଫ କରି […]
ବାରିପଦା: ବାରିପଦାରେ ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀର ମୃତ୍ୟୁ ପାଇଁ ଦାୟୀ କିଏ? ଏହାକୁ ନେଇ ବନ ବିଭାଗ ବିଦ୍ୟୁତ୍ ବିଭାଗ ଉପରେ ଦୋଷ ଲଦିଛି। କମ୍ ଉଚ୍ଚରେ ବିଜୁଳି ତାର ଯାଇଥିବାରୁ ଅଘଟଣ ଘଟିଥିବା ଜଙ୍ଗଲ ବିଭାଗ ଅଧିକାରୀ କହିଛନ୍ତି। ବାରିପଦା ବନଖଣ୍ଡ ଦେଉଳି ରେଞ୍ଜ ରଙ୍ଗିବେଢ଼ା ଜଙ୍ଗଲରେ ଦନ୍ତା ହାତୀ ମୃତ୍ୟୁ ପାଇଁ ବନ ବିଭାଗ ବିଦ୍ୟୁତ୍ ବିଭାଗକୁ ଦାୟୀ କରିଛି। ବିଦ୍ୟୁତ୍ ତାର ୪.୬ ମିଟର୍ ଉଚ୍ଚରେ ରହିବା ନିୟମ ଥିବାବେଳେ ୩ […]
ବାଲେଶ୍ୱର: ଜମି ପଟ୍ଟା ନପାଇ ନିରାଶ ହୋଇ ଫେରିଲେ ହିତାଧିକାରୀ। ଜାଗା ମିଶନର ଶୁଭାରମ୍ଭ ଦିନ ବାଲେଶ୍ୱରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଜାଗା ମିଶନରେ ଜମି ପଟ୍ଟା ଯୋଗାଇବାକୁ ବାଲେଶ୍ୱର ସହରର ୪୧୫ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା। ତେବେ କିଛି ହିତାଧିକାରୀଙ୍କୁ ଜମି ପଟ୍ଟା ମିଳିଥିବା ବେଳେ ଆଉ କିଛି ହିତାଧିକାରୀଙ୍କୁ ପଟ୍ଟା ମିଳିନଥିଲା। ଫଳରେ ସେମାନଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡ଼ିଥିଲା ବୋଲି ଅଭିଯୋଗ ହୋଇଛି। ଏହି ଯୋଜନାରେ ବାଲେଶ୍ୱର ଜିଲ୍ଲାର […]
ପୁରୀ: ଅନ୍ଲାଇନ୍ରେ ଶ୍ରୀମନ୍ଦିରର ମହାପ୍ରସାଦ ବିକ୍ରି କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସଂସ୍ଥା କି ବ୍ୟକ୍ତି ବିଶେଷଙ୍କୁ ଅନୁମତି ଦିଆଯାଇନାହିଁ। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି। ଏଥିସହ ଜନସାଧାରଣ ବିଭ୍ରାନ୍ତ ନ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ମହାପ୍ରସାଦ ଅନ୍ଲାଇନରେ ବିକ୍ରି ହେବା ନେଇ ସୋଶାଲ୍ ମିଡିଆରେ ଖବର ଭାଇରାଲ ହେବାପରେ ଶ୍ରୀମନ୍ଦିର ପ୍ରଶାସନ ଏହି ସ୍ପଷ୍ଟୀକରଣ ଦେଇଛି। ତେବେ ଏହି ଘଟଣାର ତଦନ୍ତ କରି ସଂପୃକ୍ତ […]
ଆଠଗଡ଼: ଆଠଗଡ଼ ରେଞ୍ଜରୁ ଜଣେ ହାତୀଦାନ୍ତ ବ୍ୟବସାୟୀକୁ ଗିରଫ କରାଯାଇଛି। ତାଙ୍କଠାରୁ ଗୋଟିଏ ହରିଣ ଶିଙ୍ଗ ଓ ଦେଶୀ ବନ୍ଧୁକ ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟବସାୟୀଙ୍କ ନାଁ ମାଟିଆ ସ୍ୱାଇଁ। ପଚରାଉଚରା କରିବା ବେଳେ ତାଙ୍କ ଗ୍ୟାଙ୍ଗ ହାତୀଦାନ୍ତ ବ୍ୟବସାୟ କରୁଥିବା ସମ୍ପର୍କରେ ସୂଚନା ମିଳିଥିଲା। ସେମାନେ ବଡମ୍ବା ଓ ନରସିଂହପୁର ଅଞ୍ଚଳରେ ହାତୀକୁ ହତ୍ୟା କରିଥାନ୍ତି। ଏହାପରେ ହାତୀଦାନ୍ତକୁ ସେମାନେ ନୟାଗଡ଼ ଅଞ୍ଚଳରେ ୫ହଜାରରୁ ଏକ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରି କରୁଥିବା ସୂଚନା […]
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ହାତୀ ଉପଦ୍ରବ। କେଉଁଠି ଫସଲ ନଷ୍ଟ କରୁଥିବା ଅଭିଯୋଗ ଆସୁଛି ତ ଆଉ କେଉଁଠି ରାସ୍ତା ଉପରେ ହାତୀଙ୍କ ଉପଦ୍ରବ। ନୀଳଗିରିରେ ପୁଣି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ହାତିଆଶିଳା ଗାଁରେ ପଶି ୨ଟି ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଫଳରେ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ଗତକାଲି ଗୋପାଳପୁର ଜଙ୍ଗଲରେ ୪୩ଟି ହାତୀ ପଶିଥିବା ବେଳେ ଆଜି ସକାଳେ ଆଉ ୧୪ଟି ହାତୀ ପଶିଛନ୍ତି। ସେପଟେ ବନ […]
ଟିଟିଲାଗଡ଼: ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ଦିନକୁ ଦିନ ଆନ୍ଦୋଳନ ଜୋର୍ ଧରିବାରେ ଲାଗିଛି। ଆନ୍ଦୋଳନକୁ ଜନ ସମର୍ଥନ ମିଳୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ନେତା ବି ସମର୍ଥନ ଜଣାଇଛନ୍ତି। ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଏହି ଆନ୍ଦୋଳନ ୧୫ ଦିନରେ ପହଞ୍ଚିଛି। କେତେବେଳେ ମାନବଶୃଙ୍ଖଳ ତ ଆଉ କେତେବେଳେ ଦସ୍ତଖତ ଅଭିଯାନ ସହ ପିକେଟିଂ କରି ଆନ୍ଦୋଳନ ଜାରି ରହିଛି। ଦୀର୍ଘ ଦିନ ହେଲା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ, ତହସିଲ ସହ ବିଭିନ୍ନ […]
ଗଞ୍ଜାମ: ବକେୟା ଟଙ୍କାକୁ ନେଇ ଆଗାମୀ ଖରିଫ ଋତୁରେ ଧାନ ସଂଗ୍ରହ ନକରିବାକୁ ଗଞ୍ଜାମ ଜିଲ୍ଲାର ମିଲର ଚେତାବନୀ ଦେଇଛନ୍ତି। ବକେୟା ଟଙ୍କା ମିଳିନଥିବାରୁ ମିଲରମାନେ ପ୍ରଶାସନର ଟାଳଟୁଳ ନୀତିକୁ ନାପସନ୍ଦ କରିଛନ୍ତି। ଆଗକୁ ବକେୟା ଅର୍ଥ ପ୍ରଦାନ କରାନଗଲେ ଖରିଫ ଋତୁରେ ଧାନ ସଂଗ୍ରହ କରିବେ ନାହିଁ ବୋଲି ମିଲର ଚେତାବନୀ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ମିଲରଙ୍କ ସମସ୍ୟା ନେଇ ଛତ୍ରପୁର ତାମ୍ପରାରେ ଏକ ବୈଠକ ବସିଥିଲା। ଅନ୍ୟପେଟ, ଚଳିତ ଖରିଫ୍ ଋତୁରେ ଧାନ ସଂଗ୍ରହ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନାରେ ଓକିଲଙ୍କୁ ଥାନା ଅଧିକାରୀଙ୍କ ମାଡ଼ ଘଟଣା ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି। ଗତକାଲି ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଓକିଲ ସଂଘର ଏକ ୨୦ ଜଣିଆ ଟିମ୍ ବୁଗୁଡ଼ା ଯାଇଥିଲେ। ଏହି ଘଟଣାକୁ ନେଇ ବୁଗୁଡ଼ା ଓକିଲ ସଂଘ ସହ ଆଲୋଚନା କରିବା ପରେ ଥାନାରେ ଦିଆଯାଇଥିବା ଏଫ୍ଆଇଆର୍ର ନକଲ ଆଣିଥିଲେ। ଓକିଲଙ୍କୁ ମାଡ଼ମରା ଘଟଣାକୁ ଓକିଲ ସଂଘ ନିନ୍ଦା କରିବା ସହ […]
ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ମହିଳା ଉଦ୍ୟୋଗୀ ସମ୍ମିଳନୀରେ ବଡ଼ ଘୋଷଣା କରାଯାଇଛି। ରାଜ୍ୟର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ସ୍ମାର୍ଟଫୋନ୍ ମିଳିବ। ୬ ଲକ୍ଷ SHG ଗ୍ରୁପ୍ରେ ଅଛନ୍ତି ୧୭ ଲକ୍ଷ ସଦସ୍ୟ। ସମସ୍ତଙ୍କୁ ସ୍ମାର୍ଟ ଫୋନ୍ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ସମ୍ମିଳନୀରେ ସ୍ୱୟଂ ସହାୟିକା ଗୋଷ୍ଠୀକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ଭାବେ ଏହାକୁ ଘୋଷଣା କରିଛନ୍ତି। ନିର୍ବାଚନ ପୂର୍ବରୁ SHG ଗ୍ରୁପଙ୍କ ପାଇଁ ସ୍ମାର୍ଟ ଫୋନ୍ ଥୋପକୁ […]
ପୁରୀ : ଶ୍ରୀଜୀଉଙ୍କ ନବକଳେବର ବେଳେ ଦାରୁ ଚିହ୍ନଟରେ ଟଙ୍କା କାରବାର ହୋଇଥିଲା। ଯିଏ ଟଙ୍କା ଦେଲା ତାଙ୍କ ଦାରୁ ଚିହ୍ନଟ ହେଲା। ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଏହିଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଚିହ୍ନଟ ଦାରୁ ପୋଲା ଥିଲା, ଏକଥା ଶ୍ରୀବିଗ୍ରହ ନିର୍ମାଣ ବେଳେ ସେମାନେ ଜଣାଇଥିଲେ ବୋଲି କୃଷ୍ଣଚନ୍ଦ୍ର କହିଛନ୍ତି। ତେବେ ଏହା ସତ୍ୱେ ଦଇତାପତିମାନେ କିଛି କରିନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ବ୍ରହ୍ମ ବିଭ୍ରାଟ ଘଟଣାରେ ନୋଟିସ୍ ପ୍ରସଙ୍ଗରେ […]