କଟକ : ଓକିଲ ଅାନ୍ଦୋଳନରେ ପଶିଲା ପଲିଟିକ୍ସ। ହାଇକୋର୍ଟ ଗେଟ୍ ଅାଗରେ ମୁହାଁମୁହିଁ ସ୍ଥିତି। ଗେଟ୍ର ଗୋଟିଏ ପଟେ ଅାନ୍ଦୋଳନରତ ଓକିଲ ଓ ଅନ୍ୟପଟେ ବିଜୁ ଲିଗାଲ୍ ଫ୍ରଣ୍ଟର ସଦସ୍ୟ ଓ କିଛି ଅଣ ଓକିଲ । ଠେଲାପେଲା, ଧସ୍ତାଧସ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । କିଛି ସମୟ ପାଇଁ ହାଇକୋର୍ଟ ପରିସରରେ ଲାଗି ରହିଥିଲା ଉତ୍ତେଜନା। ଦୁଇ ମାସ ଧରି ଚାଲିଥିବା କାର୍ଯ୍ୟବନ୍ଦ ଅାନ୍ଦୋଳନରୁ ଓହରି ବିଜେଡି ଲିଗାଲ୍ ଫ୍ରଣ୍ଟ ସଦସ୍ୟ ଅାଜି କାମରେ […]
କଟକ : ଅାଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏଥିପାଇଁ କଟକ ଜିଲ୍ଲା ବାବା ଧବଳେଶ୍ୱର ପୀଠରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ବିଶ୍ୱାସ ରହିଛି ଏହି ମାସରେ କାର୍ତ୍ତିକ ବ୍ରତ ରଖି ମହାଦେବଙ୍କ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ। ଅାଜି ଧବଳେଶ୍ୱର ପୀଠରେ ଭୋର ୩ଟାରୁ ମନ୍ଦିରର ସମସ୍ତ ନୀତି ସମାପନ କରାଯାଇ ମଙ୍ଗଳ ଅାଳତି ଏବଂ ଖେଚୁଡି ଭୋଗ ଲାଗି କରାଯାଇଥିଲା। ପରେ ସର୍ବସାଧାରଣ ଦର୍ଶନ ନିମନ୍ତେ ଦ୍ୱାର ଫିଟା […]
ନବରଙ୍ଗପୁର: ବିଧାୟକଙ୍କ ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ଗୁରୁତର। ଲାଲପାରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବାଇକ୍ ଆରୋହୀଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କ ଡ୍ରାଇଭର ସ୍କର୍ପିଓ ନେଇ ରାଇଘରରୁ ଉମରକୋଟ ଯାଉଥିବା ବେଳେ ଲାଲପାରା ନିକଟରେ ଏକ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲେ। ଏହା ପରେ ଗାଡ଼ିଟି ରାସ୍ତା କଡ଼ରେ ଥିବା ଧାନ ବିଲ ଭିତରକୁ ପଶି ଯାଇଥିଲା। ତେବେ […]
ଝାରସୁଗୁଡ଼ା: ବିଚ୍ ରାସ୍ତା ଉପରେ ସ୍ତ୍ରୀକୁ ପଥରରେ ଛେଚି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ସୁନୀତା। ଲଖନପୁର ଥାନା ଭତଲମା ଗାଁ ରାସ୍ତାକଡ଼ରୁ ସୁନୀତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଭତଲମା ଗାଁର ଅଶୋକ ଦଣ୍ଡସେନା ଏବଂ ସ୍ତ୍ରୀ ସୁନୀତା କୌଣସି କାମରେ ଝାରସୁଗୁଡ଼ା ଯାଇଥିଲେ। ରାତିରେ ଫେରିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ […]
କଟକ: ରହସ୍ୟ ଘେରରେ ସିନେମା ତଥା ଟେଲିଭିଜନ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ। ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ୍ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି। ଅପମୃତ୍ୟୁ ମାମଲା ପରେ ଶବ ବ୍ୟବଚ୍ଛେଦ ହୋଇଛି। ଯଦି କୌଣସି ଅଭିଯୋଗ ଆସେ ଏବଂ ଶବ ବ୍ୟବଚ୍ଛେଦ ପରେ ମଧ୍ୟ ଯଦି ରିପୋର୍ଟ କିଛି ସେଇ ପ୍ରକାର ଆସେ, ଯେଉଁ ଫଳରେ କେସ୍କୁ ଟର୍ଣ୍ଣ କରି ହେବ। ସେ ବିଷୟରେ ମଧ୍ୟ ଅନୁସନ୍ଧାନ ଜାରି […]
ଅନୁଗୁଳ: ଅନୁଗୁଳ କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଝସକେତନ ରାଉତ ଗିରଫ ହୋଇଛି। ଝସକେତନକୁ ଦେବଗଡ଼ ଜିଲ୍ଲାରୁ ପୁଲିସ୍ ଗିରଫ କରିଛି। ସୂଚନା ଅନୁସାରେ, ଝସକେତନ ୨୦୧୬ ମସିହା ଫେବ୍ରୁଆରୀ ୪ ତାରିଖରେ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ଦୁଇ ଜଣ ଯୁବକଙ୍କୁ ହତ୍ୟା କରିଥିଲା। ସେହିଭଳି ୨୦୧୫ ମସିହା ମେ’ ୨୨ ତାରିଖରେ ଛେଣ୍ଡିପଦ ଥାନା କୁକୁରପେଟା ଗାଁର ଜଣେ ବ୍ୟକ୍ତି ଓ ତାଙ୍କ ମାଉସୀଙ୍କୁ ମଧ୍ୟ ସେ ହତ୍ୟା କରିଥିଲା। ଘଟଣାର […]
କଟକ: ଦୁର୍ଦ୍ଦାନ୍ତ ଅପରାଧୀ ବିବେକାନନ୍ଦ ସାହୁ ଓରଫ ଚଗ ଜାତୀୟ ନିରାପତ୍ତା ଆଇନ ବା NSAରେ ବୁକ୍ ହୋଇଛି। ଜାତୀୟ ନିରାପତ୍ତା ଆଇନ୍ରେ ଚଗ ବୁକ୍ ହୋଇଥିବା ନେଇ କଟକ ଗ୍ରାମାଞ୍ଚଳ ଏସ୍ପି ମାଧବ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ତାକୁ ଚୌଦ୍ୱାର ଜେଲ୍ରେ ରଖାଯାଇଛି। ପୁଲିସ୍ର ସୂଚନା ଅନୁସାରେ, ଚଗ କଟକ, ଜଗତପୁରର ସିଂହପୁର ଅଞ୍ଚଳରେ ଡକାୟତି, ବୋମାମାଡ଼, ଦାଦାବଟି ଆଦି ମାମଲାରେ ସଂପୃକ୍ତ ସହ ଆତଙ୍କରାଜ ସୃଷ୍ଟି କରୁଥିଲା। […]
ସମ୍ବଲପୁର: ମୁଣ୍ଡରେ ଆଘାତ ଲାଗିବା ଯୋଗୁ ପଶ୍ଚିମ ଓଡ଼ିଶାର ଆଲବମ୍ ଅଭିନେତ୍ରୀ ସିମ୍ରନ୍ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତକାଲି ତାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ପୁଲିସ୍ ଏହି ସୂଚନା ଦେଇଛି। ସିମ୍ରନ୍ଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଅନ୍ୟପଟେ ଏହି ମାମଲାରେ ସିମ୍ରନ୍ଙ୍କୁ ପ୍ରେମବିବାହ କରିଥିବା ଧୃବରାଜ ସୁନାଙ୍କୁ ପୁଲିସ୍ କୋର୍ଟ ଚାଲାଣ କରିଛି। ଧୃବରାଜ ସିମ୍ରନ୍ଙ୍କୁ ଅପହରଣ ଏବଂ ନିର୍ଯାତନା ଦେଉଥିବା ନେଇ ଗତ ଏପ୍ରିଲ ଏବଂ […]
ବରଗଡ଼: ବିଦ୍ୟୁତ୍ ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ହେବା ଦାବିରେ ଲୋକମାନେ ରାସ୍ତାରୋକ କରିଛନ୍ତି। ବରଗଡ଼ ଜିଲ୍ଲା ଭଟ୍ଲି ଥାନା ଗୋପାଳପୁର ଛକରେ ଏହି ରାସ୍ତାରୋକ ହୋଇଛି। ରାସ୍ତାରୋକ ଯୋଗୁ ବରଗଡ଼ ଓ ଭଟ୍ଲି ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଭଟ୍ଲି ଥାନା ରାଇଶୋଭା ଗାଁରେ ଦୀର୍ଘ ଦିନ ହେବ ୩୩ ବାଏ ୧୧ କେଭିର ଟାନ୍ସଫର୍ମର ସ୍ଥାପନ କରାଯାଇଥିଲା। ହେଲେ ଏହା କାର୍ଯ୍ୟକ୍ଷମ ହୋଇ ନ ପାରିବାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ଠିକ୍ ଭାବେ ହୋଇପାରୁନାହିଁ। ଏହାକୁ […]
ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ବିଜେଡି ଛାତ୍ର ଓ ଯୁବ ଜନତା ଦଳ ପ୍ରତିବାଦ କରିଛି। ଏହାକୁ ନେଇ ଦଳ ଭୁବନେଶ୍ୱରରେ ଏକ ସମୂହ ଦସ୍ତଖତ ଅଭିଯାନ ଆରମ୍ଭ କରିଛି। ଏହି ଦସ୍ତଖତ ଅଭିଯାନ ଆସନ୍ତା ୧ ମାସ ଧରି ଚାଲିବ। ପ୍ରତ୍ୟେକ ଜିଲ୍ଲାରେ ଏହି ଦସ୍ତଖତ ଅଭିଯାନ ଆୟୋଜନ କରାଯିବ। ୧୦ ଲକ୍ଷ ସଂଗୃହୀତ ଦସ୍ତଖତକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଇବାକୁ ବିଜୁ ଛାତ୍ର ଓ […]
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟୁ ଗୋଲଡେନ୍ ବାବାକୁ ଜେରା କରିବ। ଗୋଲଡେନ୍ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ବିରୋଧରେ ତଦନ୍ତ ପାଇଁ କମିଶନରେଟ ପୁଲିସ୍ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁକୁ ଚିଠି ଲେଖିଛି। କମିଶନରେଟ ପୁଲିସ୍ର ଚିଠି ପରେ ଏହି ମାମଲାରେ ସମସ୍ତ ଆର୍ଥିକ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବ। ୧୨ କୋଟି ଟଙ୍କାର ଚେକ୍ ଜାଲିଆତି ଅଭିଯୋଗରେ ଗୋଲଡେନ୍ ବାବାକୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପୁଲିସ୍ ଗିରଫ କରିଛି।ଜ୍ୟୋତିରଞ୍ଜନ ବେଉରା ନାମକ ଏହି ବ୍ୟକ୍ତି ସବୁବେଳେ […]
ବାରିପଦା: ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ରେ ଅବ୍ୟବସ୍ଥା। ବେଡ୍ ଅଭାବରୁ ଅନେକ ରୋଗୀ ବାରଣ୍ଡାରେ ତଳେ ଶୋଇଥିବା ଦେଖିବାକୁ ମିଳିଛି। ମୟୂରଭଞ୍ଜରେ ପାରଦ ୯ ଡିଗ୍ରୀକୁ ଖସିଥିବାରୁ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ନବଜାତ ଶିଶୁ ସହ ପ୍ରସୂତି ତଳେ ଶୋଇ ରାତି କଟାଉଛନ୍ତି। ଅନ୍ୟପଟେ ଶୀତବସ୍ତ୍ର ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଥିବା ମେଡ଼ିକାଲ୍ କର୍ତ୍ତୃପକ୍ଷ କହିଛନ୍ତି। ଆବଶ୍ୟକ ଅନୁସାରେ ବେଡ୍ ନଥିବାରୁ ରୋଗୀ ଅସୁବିଧାର […]
ଗଞ୍ଜାମ: ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଇ ଭୋକ ଉପାସରେ ଥିବା ଗଞ୍ଜାମର ୨୦ ଜଣ ଶ୍ରମିକ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। ଆନ୍ଧ୍ରରେ କେବୁଲ ଲାଇନ୍ ଖୋଳିବାକୁ ପୁନେର ବାଲାଜୀ ନାମକ ଠିକାଦାର ଯୋଗାଯୋଗ କରି ଗଞ୍ଜାମ ସାନଖେମୁଣ୍ଡି ଅଞ୍ଚଳର ୨୦ ଜଣ ଶ୍ରମିକଙ୍କୁ ହାଇଦ୍ରାବାଦ ନେଇଥିଲା। ଦିନକୁ ୫୫୦ଟଙ୍କା ଦେବାକୁ ଠିକାଦାର କହିଥିଲା। ତେବେ ଘଟଣାକୁ ୨ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ପାରିଶ୍ରମିକ ଦେଇନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ […]
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚିନ୍ତାମଣିଶ୍ୱର ଫିସେରି ଲେନ୍ ଓ ହଳଦୀପଡ଼ିଆ ବସ୍ତିରୁ ୩୮୫ ଗ୍ରାମ୍ ବ୍ରାଉନ୍ ସୁଗାର୍ ଜବତ କରାଯାଇଛି। ଆଜି ସକାଳେ ଅବକାରୀ ବିଭାଗର ଅଧିକାରୀମାନେ ଚଢ଼ାଉ କରି ଏହି ବ୍ରାଉନ୍ ସୁଗାର୍ ଜବତ କରିଛନ୍ତି। ଜବତ ବ୍ରାଉନ୍ ସୁଗାର୍ର ଅନୁମାନିକ ମୂଲ୍ୟ ୩୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ସେମାନେ ଜଳେଶ୍ୱରରୁ ବ୍ରାଉନ୍ ସୁଗାର ଆଣି ଏଠାରେ ବିକ୍ରି କରୁଥିଲେ ବୋଲି ଜଣାପଡ଼ିଛି। […]
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଆସିଷ୍ଟାଣ୍ଟ୍ ସେକ୍ସନ୍ ଅଫିସର-ASO ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହି ଦିନ ଅନ୍ୟ ୩ଟି କେନ୍ଦ୍ରୀୟ ପରୀକ୍ଷା ପଡୁଥିବାରୁ ASO ପରୀକ୍ଷାକୁ ଘୁଞ୍ଚାଇବାକୁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି। ଏନେଇ ବହୁ ସଂଖ୍ୟାରେ ଚାକିରି ଆଶାୟୀ ଆଜି କଟକ ସ୍ଥିତ OPSC କାର୍ଯ୍ୟାଳୟକୁ ଯାଇ ଘେରାଉ କରିବା ସହ ଧାରଣା ଦେଇଛନ୍ତି। ସେହିପରି ପରୀକ୍ଷାର୍ଥୀମାନେ ASO ପରୀକ୍ଷାକୁ ଅଫ୍ ଲାଇନ୍ରେ ନ କରି ଅନ୍ଲାଇନ୍ରେ କରିବାକୁ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରଥମ ପର୍ଯ୍ୟାୟରେ ଭୋଟର ତାଲିକାରେ ସଂଶୋଧନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଜାନୁଆରୀ ୪ ତାରିଖ ଯାଏ ଚୂଡ଼ାନ୍ତ ଭୋଟର ତାଲିକା ସଂଶୋଧନ ନେଇ ଅବଧି ଥିଲା। ତେବେ ଏହାକୁ ଆସନ୍ତା ୨୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଆସନ୍ତା ୨୧ ତାରିଖ ଯାଏ ଲୋକେ ଭୋଟର ତାଲିକା ସଂଶୋଧନ କରିପାରିବେ। ଏଥିସହ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ନିପାଣିଆର ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୋକ ବ୍ୟକ୍ତ କରିଛନ୍ତି। ଟ୍ୱିଟ୍ କରି ସେ ଶୋକ ପ୍ରକାଶ କରିଛନ୍ତି। ଘଟଣାରେ ସେ ମର୍ମାହତ ଥିବା କଥା ଟ୍ୱିଟ୍ କରିଛନ୍ତି। R.I.P? Woke to awful news of 9 deaths from a boat capsizing in my Kendrapada, Odisha. After every such tragedy (thr’ve been many), the state govt announces […]
ଦେବଗଡ : ନଡିଅା ବାଣ ଦାଉରୁ ନାତିକୁ ବଞ୍ଚାଇବାକୁ ଯାଇ ୨ ହାତ ପାପୁଲୀ ହରାଇଲେ ଅଜା। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଜିଲ୍ଲା ବୈଷ୍ଣବପାଲି ଗାଁରେ। ସୂଚନା ଅନୁଯାୟୀ, ଗାଁରେ ଲକ୍ଷ୍ମୀଙ୍କ ଭସାଣୀ ଶୋଭାଯାତ୍ରା ବେଳେ ଏକ ନଡିଅା ବାଣ ନଫୁଟି ରାସ୍ତା କଡ଼ରେ ପଡିଥିଲା। ପରେ ବାଣଟିକୁ ଗାଁର ଭଗବାନ ମୁଣ୍ଡାଙ୍କ ନାତି ସୁନିଲ ଅାଣି ଖେଳୁଥିଲା। ହଠାତ୍ ଧୂଆଁ ବାହାରିବାରୁ ଅଜା ଭଗବାନ ନାତି ହାତରୁ ବାଣଟିକୁ ଛଡାଇ ନେଇଥିଲେ। ହେଲେ […]
ବାରିପଦା: ପୁଣି ଥରେ ଡକାୟତଙ୍କ ଟାଗେର୍ଟରେ ବ୍ୟାଙ୍କ। ବାରିପଦା ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡକାୟତି ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଡକାୟତି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍ରେ ଏହି ଡକାୟତି ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟର ଜଗୁଆଳିଙ୍କ କହିବା ଅନୁସାରେ, କିଛି ଶବ୍ଦ ଶୁଭିବାରୁ ସେ ବାହାରକୁ ଆସିଥିଲେ। […]
ଭୁବନେଶ୍ୱର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଉଡାଣ ନେଇ ହ୍ୟାଙ୍ଗର ସିଲ ପ୍ରସଙ୍ଗ। ୪୨ ଦିନ ପରେ ହ୍ୟାଙ୍ଗର ସିଲ୍ ଖୋଲିଲା ପୁରୀ ପୁଲିସ । ଜଣେ ଏସ୍ଡିପିଓ ଏବଂ ମେରାଇନ ଥାନା IIC ସିଲ୍ ଖୋଲିଥିବା ଜଣାପଡିଛି।ହ୍ୟାଙ୍ଗର ଖୋଲିଲେ ବି ଗୋଟିଏ ହେଲିକପ୍ଟର ପୁଣିଥରେ ସିଲ୍ କରିଛି ପୁରୀ ପୁଲିସ। ହ୍ୟାଙ୍ଗରରେ ଥିବା ୩ଟି ହେଲିକପ୍ଟରରୁ ଗୋଟିଏକୁ ପୁଣି ସିଲ୍ କରିଛି ପୁଲିସ। ସେପ୍ଟେମ୍ବର ୧୭ରେ ଇମ୍ଫା ହ୍ୟାଙ୍ଗରକୁ ସିଲ୍ କରିଥିଲା ପୁଲିସ୍। […]
କେନ୍ଦ୍ରାପଡ଼ା: ବସ୍ ଦୁର୍ଘଟଣା ହେଉ କିମ୍ବା ଡଙ୍ଗା ବୁଡ଼ି ସବୁବେଳେ ଦୁର୍ଘଟଣା ଘଟିବା ପରେ ଦୁର୍ଘଟଣାର ଅନେକ କାରଣ ସମ୍ନାକୁ ଆସିଥାଏ। ସେଥିମଧ୍ୟରୁ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିବା କାରଣଟି ପ୍ରାୟ ମୁଖ୍ୟ କାରଣ ହୋଇଥାଏ। ଗତକାଲି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ୧୭ଟି ପରିବାରର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ମୋଟ ୫୫ ଜଣ ବଣଭୋଜି କରିବାକୁ ଦୁଇଟି ଦେଶୀ ଡଙ୍ଗା ଯୋଗେ […]
ଭୁବନେଶ୍ୱର : ବରଗଡ଼ ଡେବ୍ରିଗଡ଼ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଗଳିତ ପଶୁ ପ୍ରାଥମିକ ତଦନ୍ତରୁ ଏହା କଲରାପତରିଅା ବାଘ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି । ମୃତ ପଶୁର ଦେହାବଶେଷ ଡେରାଡୁନ ସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍କୁ ପଠାଯାଇଛି। ରିପୋର୍ଟ ଅାସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିବ ବୋଲି ସେ କହିଛନ୍ତି। ବାଘ ମୃତ୍ୟୁ ନେଇ ବନ ବିଭାଗ ମାମଲା ରୁଜୁ କରି ତଦନ୍ତ ଅାରମ୍ଭ କରିଛି । ବରଗଡ଼ […]
ଭୁବନେଶ୍ୱର : IPS ଯୋଗେଶ ବାହାଦୂର ଖୁରାନିଅାଙ୍କୁ ନୂଅା ନିଯୁକ୍ତି ମିଳିଛି। ବର୍ଡର ସିକ୍ୟୁରିଟି ଫୋର୍ସ BSFର ଅାଇଜି ହେଲେ ଓ୍ୱାଇ.ବି.ଖୁରାନିଅା। କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ତାଙ୍କୁ BSFର ଅାଇଜି ଭାବେ ନିଯୁକ୍ତି ଦିଅାଯାଇଛି। ନିଯୁକ୍ତିର ୫ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ । ଖୁରାନିଅାଙ୍କ ସ୍ଥାନରେ ବିନୟତୋଷ ମିଶ୍ରଙ୍କୁ ଅତିରିକ୍ତ ଭାବେ ଏଡିଜି ପ୍ରୋଭିଜନିଂ ଦାୟିତ୍ୱ ଦିଅାଯାଇଛି। ଅସିତ ପାଣିଗ୍ରାହୀଙ୍କୁ କମ୍ୟୁନିକେଶନର ଅତିରିକ୍ତ ଦାୟିତ୍ୱ ମିଳିଛି।
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ପାଣି ଭିତରରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ଆଉ ଜଣେ ୬ ବର୍ଷର ନାବାଳିକା ନିଖୋଜ ଥିବା ଜଣାପଡ଼ିଛି। ବାକି ୪୫ ଜଣ ସୁରକ୍ଷିତ ଅଛନ୍ତି। ଡଙ୍ଗାରେ ପାଖାପାଖି ୫୫ ଜଣ ଥିଲେ ବୋଲି ସୂଚନା ମିଳିଛି। ଗତକାଲି ରାତି ୩ଟା ଯାଏ ଉଦ୍ଧାରକାର୍ଯ୍ୟ ଚାଲିଥିଲା। ମୃତକମାନେ ଜଗତସିଂହପୁର […]
ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ କନ୍ଧମାଳର ଜଗା-କାଳିଅାଙ୍କ ଚିକିତ୍ସାକୁ ପୂରିଲା ବର୍ଷେ। ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ଏବେ ଦୁଇ ଭାଇ ନୂଅା ଦୁନିଅା ଦେଖୁଛନ୍ତି। ଜଗାର ସ୍ୱାସ୍ଥ୍ୟରେ ଅାଶାନୁରୂପ ଉନ୍ନତି ଅାସିଛି ଓ ସେ ସାଧାରଣ ପିଲାଙ୍କ ଭଳି ଖେଳକୁଦ ସହ ପାଠ ପଢ଼ିପାରିବ ବୋଲି କହିଛନ୍ତି ଡାକ୍ତର। ତେବେ ଜଗା ଭଳି କାଳିଅାର ସ୍ୱାସ୍ଥ୍ୟାବସ୍ଥାରେ ସେତେଟା ଉନ୍ନତି ଅାସିନାହିଁ। କନ୍ଧମାଳ ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଅାଙ୍କ ସମ୍ପର୍କରେ ଗତ ବର୍ଷ ଜୁନ୍ ୨୮ରେ […]