କଟକ: ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀ ଲିପନ ସାହୁଙ୍କୁ ପୁଲିସ୍ ଗିରଫ କରିଛି। କଟକ ଚାଉଳିଆଗଞ୍ଜ ଥାନା ପୁଲିସ୍ ନିକିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ନିକିତାଙ୍କ ବାପା ମାଆଙ୍କୁ ଦୀର୍ଘ ସମୟ ଧରି ପୁଲିସ୍ ପଚରାଉଚରା କରିଥିଲା। ଏହାପରେ ଅଟକ ଥିବା ଲିପନଙ୍କୁ ଗିରଫ କରାଯାଇଛି। ଗତ ଶୁକ୍ରବାର ଛାତରୁ ପଡ଼ିଯିବା ପରେ ଗୁରୁତର ଅବସ୍ଥାରେ ନିକିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଶନିବାର ନିକିତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀ ଲିପନ […]
ବଲାଙ୍ଗିର : ବଲାଙ୍ଗିରବାସୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ରେଳ ସେବା ଅାରମ୍ଭ ହେବାକୁ ଥିବା ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ ଅାଜି ରେଲ୍ୱେ ପକ୍ଷରୁ ଅବଶିଷ୍ଟ ଟ୍ରାକ୍ରେ ଟ୍ରାଏଲ ରନ୍ ହୋଇଛି। ବଲାଙ୍ଗିରରୁ ୧୯ କିଲୋମିଟର ଦୂର ଭଇଁଷାପାଲି ଷ୍ଟେସନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ ଟ୍ରାଏଲ ରନ୍ କରିଛି। ୧୯ କିଲୋମିଟର ଏହି ରେଳପଥର ସୁରକ୍ଷା ଓ ଅନ୍ୟ ଦିଗର ତଦାରଖ କରିଛନ୍ତି ସାଉଥ ସର୍କଲ କମିଶନର୍ ଅଫ୍ ରେଲେଓ୍ୱ ସେଫ୍ଟି ବା ସିଆର୍ଏସ୍। ତାଙ୍କ ସହିତ ସମ୍ବଲପୁର […]
ଭୁବନେଶ୍ୱର : ରାଜଧାନୀରେ ଜୋରସୋର୍ରେ ଚାଲିଛି ଚୋରା ବନ୍ଧୁକ କାରବାର । ବିକ୍ରି ପାଇଁ ଅଣାଯାଉଥିବା ବେଳେ ୫ଟି ବନ୍ଧୁକ ସହିତ ୧୦ରାଉଣ୍ଡ ଗୁଳି ଜବତ କରିଛି ପୁଲିସ। ଏଥିରେ ରହିଛି ରିଭଲଭର, ୯ MM ପିସ୍ତଲ ଓ ପଏଣ୍ଟ ୭୬୫ MM ପିସ୍ତଲ । ଏହି ଚୋରା ବନ୍ଧୁକ କାରବାରରେ ସଂପୃକ୍ତ ଥିବା ୪ ଡିଲରଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନେ ଅଟୋ ଡ୍ରାଇଭର, ଝାଲ୍ ମୁଢ଼ି ବେପାରି, ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ […]
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଚାଷୀଙ୍କ ଅାତ୍ମହତ୍ୟା ଅଭିଯୋଗ। ସଦର ଥାନା ତାଳବରକୋଟ ଗାଁର ଚାଷୀ କୈଳାସ ନାୟକ ଫସଲ ନଷ୍ଟ ଯୋଗୁଁ ବିଷ ପିଇ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୫୫ ବର୍ଷୀୟ କୈଳାସ ୩ ଏକର ଜମିରେ ଧାନ, ମୁଗ, ବିରି ଭାଗ ଚାଷ କରିଥିଲେ। ଏଥିପାଇଁ ହାତ ଉଧାରୀ ମଧ୍ୟ କରିଥିବା ଜଣାପଡିଛି। ତେବେ ତିତ୍ଲି ପରବର୍ତ୍ତୀ ବନ୍ୟାରେ ଚାଷ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଯାଇଥିଲା । ଏହାକୁ ନେଇ […]
ଭୁବନେଶ୍ୱର : ବଢିଲା ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଉଚ୍ଚ କୁଶଳୀଙ୍କ ମଜୁରୀ ବୃଦ୍ଧି ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୨୦୦ରୁ ୨୮୦ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ଅର୍ଦ୍ଧକୁଶଳୀଙ୍କ ମଜୁରୀ ୨୨୦ରୁ ୩୨୦ ଟଙ୍କାକୁ ବୃଦ୍ଧି ହୋଇଛି। ସେହିପରି ଅର୍ଦ୍ଧକୁଶଳୀଙ୍କ ମଜୁରୀ ୨୨୦ରୁ ୩୨୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ଭୁବନେଶ୍ୱର: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ବି ପିପିଲି ପୀଡ଼ିତା ଇସ୍ୟୁ ଥମୁନାହିଁ। ଆଜି କଂଗ୍ରେସ ଦଳ ଏ ପ୍ରସଙ୍ଗ ନେଇ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛି। କଂଗ୍ରେସ କହିଛି ମହାରଥୀଙ୍କ ଇସ୍ତଫା ମୁଖ୍ୟମନ୍ତ୍ରୀଙ୍କ ପୁରୁଣା ଚାଲ୍। ମହାରଥୀଙ୍କୁ ଇସ୍ତଫା ପାଇଁ କହି ବିଜେଡି ଏଥିରୁ ମୁକୁଳି ପାରିବ ନାହିଁ। ଏ ମାମଲାରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି। ସେହିଭଳି ଜଷ୍ଟିସ ପି.କେ. ମହାନ୍ତିଙ୍କ ରିପୋର୍ଟକୁ ବି ସାର୍ବଜନୀନ କରିବାକୁ ଦଳ ଦାବି କରିଛି। […]
କଟକ : ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ନୂଆ ମୋଡ। ଆଜି ନିକିତାଙ୍କ ବାପା ଘରକୁ ଯାଇ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି। ପୁଲିସ୍ ସହ ସାଇଣ୍ଟିଫିକ୍ ଟିମ୍ ନିକିତାଙ୍କ ଘରକୁ ଯାଇ ପୁରା ଘଟଣାର ଅନୁଧ୍ୟାନ କରିଛନ୍ତି। ଛାତ ଉପର ବୁଲି ଦେଖିବା ସହ ସେ କେଉଁଠି ଏବଂ କିଭଳି ପଡ଼ିଲେ ସେନେଇ ଟିମ୍ ଅନୁଧ୍ୟାନ କରିଛନ୍ତି। ଏହାସହ ଘଟଣାକୁ ନେଇ ନିକିତାଙ୍କ ଶାଶୁ ଶ୍ୱଶୁରଙ୍କୁ ପଚରାଉଚୁରା କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି। ଗତକାଲି […]
ଭଦ୍ରକ : ମଦକୁ ନେଇ ତେଜିଲେ ମହିଳା। ବେଅାଇନ ମଦ ବିକ୍ରିକୁ ନେଇ ଅାନ୍ଦୋଳନକୁ ଓହ୍ଲାଇଲେ ମହିଳାମାନେ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବ୍ରାହ୍ମଣ ଗାଁ ବଜାରରେ ଦୀର୍ଘଦିନ ଧରି ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଯାହାକ ନେଇ ଗାଁର ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବିରୋଧ ହୋଇ ଅାସୁଥିଲା। ଏହାର ପ୍ରତିବାଦ କରି ଶତାଧିକ ମହିଳା ବେଅାଇନ ମଦ ବିକ୍ରି କରୁଥିବା ବେପାରୀକୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଘଟଣାସ୍ଥଳରୁ […]
ଭୁବନେଶ୍ୱର: ଦେଶର ଅର୍ଥନୀତି ସମୃଦ୍ଧ କରିବାରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜାତୀୟ ଅର୍ଥନୀତିର ବିକାଶ ଲାଗି ରାଜ୍ୟ ଅର୍ଥନୀତିକୁ ସୁଦୃଢ଼ କରିବାକୁ ପଡ଼ିବ ବୋଲି ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ କହିଛନ୍ତି। ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ନନ୍ଦକିଶୋର ଆଜି ଭୁବନେଶ୍ୱରରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଗସ୍ତ ଅବସରରେ ନନ୍ଦକିଶୋର ଓଡ଼ିଶାର ଆର୍ଥିକ ଓ ସାମଗ୍ରିକ ବିକାଶ ପ୍ରସଙ୍ଗ ନେଇ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିବେ। ପଞ୍ଚଦଶ ଅର୍ଥ କମିଶନ […]
କଟକ : ଓକିଲଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ ଏବେବି ଥମିବାର ନା ନେଉନି। ଅାଜି ମଧ୍ୟ ହାଇକୋର୍ଟ ଅାଗରେ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଓକିଲ। ହାଇକୋର୍ଟର ବିଭିନ୍ନ ଫାଟକରେ ବସି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଉଛନ୍ତି। ସେମାନେ ହାଇକୋର୍ଟ ଭିତରକୁ ଅାସୁଥିବା ଅାଇନଜୀବୀଙ୍କ ପରିଚୟପତ୍ର ଦେଖିବା ପରେ ଭିତରକୁ ଛାଡୁଛନ୍ତି। ତେବେ ଅାଜି ଶାନ୍ତିପୂର୍ଣ୍ଣ ଭାବେ ଅାନ୍ଦୋଳନ ଚାଲିଛି। ହାଇକୋର୍ଟ ପରିସରରେ ବିଜୁ ଲିଗାଲ ଫ୍ରଣ୍ଟର କୌଣସି ସଦସ୍ୟଙ୍କୁ ଦେଖିବାକୁ ମିଳିନାହିଁ। ଅନ୍ୟପକ୍ଷରେ ବିବାଦ ନେଇ ବର୍ତ୍ତମାନ ସୁଦ୍ଧା କୌଣସି […]
ଭୁବନେଶ୍ୱର : ବିଧାୟକ ପଦରୁ ଇସ୍ତଫା ଦେବେ କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଅା। ବାଚସ୍ପତିଙ୍କୁ ଭେଟିବା ପାଇଁ ବିଧାନସଭାକୁ ଯାଇଥିଲେ ଶଗରିଅା । ହେଲେ ବାଚସ୍ପତି ତାଙ୍କ ଅଞ୍ଚଳ ଗସ୍ତରେ ଥିବାରୁ ସେ ଅାସନ୍ତା ୬ତାରିଖରେ ସମୟ ଦେଇଛନ୍ତି। ଶଗରିଅା ଅାସନ୍ତା ୬ତାରିଖରେ ବାଚସ୍ପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେବେ। କୁନ୍ଦୁଲି ଗଣଦୁଷ୍କର୍ମ ଓ ଅାତ୍ମହତ୍ୟା ଘଟଣାକୁ ନେଇ ସେ ଇସ୍ତଫା ଦେବେ ବୋଲି ଭୁବନେଶ୍ୱରରେ ଏକ ପ୍ରେସ୍ମିଟରେ ସୂଚନା ଦେଇଛନ୍ତି ଶଗରିଅ। ଶଗରିଅା […]
କଳାହାଣ୍ଡି: କଳାହାଣ୍ଡିରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଆଜି ୧୨ଘଣ୍ଟିଆ କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ଓକିଲ ସଙ୍ଘ ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ସମର୍ଥନ କରିଛନ୍ତି। ଏହି ବନ୍ଦ ଯୋଗୁ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ କୋର୍ଟ ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ସକାଳୁ ସକାଳୁ ମିଳିତ କ୍ରିୟାନୁଷ୍ଠାନ କମିଟି […]
ଭୁବନେଶ୍ୱର : ନବୀନ ସରକାରର ଥ୍ରୀ ‘ଟି’ ନାରା ଭିତରେ ବାଟବଣା ଟ୍ରାନ୍ସପେରାନ୍ସି ବା ସ୍ୱଚ୍ଛତା । ସରକାରୀ ନିଷ୍ପତ୍ତି ଓ ନିର୍ଦ୍ଦେଶକୁ ସିଧାସଳଖ ଇଣ୍ଟରନେଟ୍ ଯୋଗେ ଜାଣିବାକୁ ପ୍ରଚଳିତ ହୋଇଥିଲା ଇ-ଡେସପାଚ୍। ହେଲେ ବିଭାଗୀୟ ମୁଖ୍ୟ ହୁଅନ୍ତୁ କି ରାଜ୍ୟ ପ୍ରଶାସନ ମୁଖ୍ୟଙ୍କ ତାଗିଦ୍ ନଥିବାରୁ ଲଗାମ ଛଡ଼ା ହୋଇଛି ଏ ବ୍ୟବସ୍ଥା। ରାଜ୍ୟ ସରକାରଙ୍କ କେଉଁ ବିଭାଗରେ କଣ ନିଅାଯାଉଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ? କେଉଁ ଅଫିସରଙ୍କ ନିକଟକୁ ଗଲା କେଉଁ ବିଭାଗର ଫାଇଲ୍ […]
ଭୁବନେଶ୍ୱର : ଟ୍ରାଙ୍କୁଲାଇଜ୍ ପରେ ସାତକୋଶିଅାରୁ ନନ୍ଦନକାନନକୁ ଅାସିବ ବାଘୁଣୀ ସୁନ୍ଦରୀ। ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ମନ୍ତ୍ରୀ କହିଛନ୍ତି ଯଦି ବାଘୁଣୀକୁ ନନ୍ଦନକାନନରେ ରଖିବା ଲାଗି NTCA କର୍ତ୍ତୃପକ୍ଷ ରାଜି ନହୁଅନ୍ତି, ତେବେ ତାକୁ ପୁଣି ବାନ୍ଧବଗଡ଼ ଜଙ୍ଗଲକୁ ଫେରାଇ ନିଅାଯିବ। ସାତକୋଶିଅା ଅଭୟାରଣ୍ୟରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ବିଶେଷଜ୍ଞ ଟିମ୍ ଉଦ୍ୟମ କରୁଥିଲେ ବି ଏ ପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି। ସେପଟେ ବାଘୁଣୀ ସୁନ୍ଦରୀ ସମ୍ପର୍କରେ […]
କଟକ : ଓକିଲ ଅାନ୍ଦୋଳନରେ ପଶିଲା ପଲିଟିକ୍ସ। ହାଇକୋର୍ଟ ଗେଟ୍ ଅାଗରେ ମୁହାଁମୁହିଁ ସ୍ଥିତି। ଗେଟ୍ର ଗୋଟିଏ ପଟେ ଅାନ୍ଦୋଳନରତ ଓକିଲ ଓ ଅନ୍ୟପଟେ ବିଜୁ ଲିଗାଲ୍ ଫ୍ରଣ୍ଟର ସଦସ୍ୟ ଓ କିଛି ଅଣ ଓକିଲ । ଠେଲାପେଲା, ଧସ୍ତାଧସ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । କିଛି ସମୟ ପାଇଁ ହାଇକୋର୍ଟ ପରିସରରେ ଲାଗି ରହିଥିଲା ଉତ୍ତେଜନା। ଦୁଇ ମାସ ଧରି ଚାଲିଥିବା କାର୍ଯ୍ୟବନ୍ଦ ଅାନ୍ଦୋଳନରୁ ଓହରି ବିଜେଡି ଲିଗାଲ୍ ଫ୍ରଣ୍ଟ ସଦସ୍ୟ ଅାଜି କାମରେ […]
କଟକ : ଅାଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଏଥିପାଇଁ କଟକ ଜିଲ୍ଲା ବାବା ଧବଳେଶ୍ୱର ପୀଠରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ବିଶ୍ୱାସ ରହିଛି ଏହି ମାସରେ କାର୍ତ୍ତିକ ବ୍ରତ ରଖି ମହାଦେବଙ୍କ ଦର୍ଶନ କଲେ ବହୁ ପୂଣ୍ୟ ମିଳିଥାଏ। ଅାଜି ଧବଳେଶ୍ୱର ପୀଠରେ ଭୋର ୩ଟାରୁ ମନ୍ଦିରର ସମସ୍ତ ନୀତି ସମାପନ କରାଯାଇ ମଙ୍ଗଳ ଅାଳତି ଏବଂ ଖେଚୁଡି ଭୋଗ ଲାଗି କରାଯାଇଥିଲା। ପରେ ସର୍ବସାଧାରଣ ଦର୍ଶନ ନିମନ୍ତେ ଦ୍ୱାର ଫିଟା […]
ନବରଙ୍ଗପୁର: ବିଧାୟକଙ୍କ ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ଗୁରୁତର। ଲାଲପାରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବାଇକ୍ ଆରୋହୀଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କ ଡ୍ରାଇଭର ସ୍କର୍ପିଓ ନେଇ ରାଇଘରରୁ ଉମରକୋଟ ଯାଉଥିବା ବେଳେ ଲାଲପାରା ନିକଟରେ ଏକ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲେ। ଏହା ପରେ ଗାଡ଼ିଟି ରାସ୍ତା କଡ଼ରେ ଥିବା ଧାନ ବିଲ ଭିତରକୁ ପଶି ଯାଇଥିଲା। ତେବେ […]
ଝାରସୁଗୁଡ଼ା: ବିଚ୍ ରାସ୍ତା ଉପରେ ସ୍ତ୍ରୀକୁ ପଥରରେ ଛେଚି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ସୁନୀତା। ଲଖନପୁର ଥାନା ଭତଲମା ଗାଁ ରାସ୍ତାକଡ଼ରୁ ସୁନୀତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ଭତଲମା ଗାଁର ଅଶୋକ ଦଣ୍ଡସେନା ଏବଂ ସ୍ତ୍ରୀ ସୁନୀତା କୌଣସି କାମରେ ଝାରସୁଗୁଡ଼ା ଯାଇଥିଲେ। ରାତିରେ ଫେରିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ […]
କଟକ: ରହସ୍ୟ ଘେରରେ ସିନେମା ତଥା ଟେଲିଭିଜନ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ। ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ୍ କମିଶନର ସତ୍ୟଜିତ୍ ମହାନ୍ତି ସୂଚନା ଦେଇଛନ୍ତି। ଅପମୃତ୍ୟୁ ମାମଲା ପରେ ଶବ ବ୍ୟବଚ୍ଛେଦ ହୋଇଛି। ଯଦି କୌଣସି ଅଭିଯୋଗ ଆସେ ଏବଂ ଶବ ବ୍ୟବଚ୍ଛେଦ ପରେ ମଧ୍ୟ ଯଦି ରିପୋର୍ଟ କିଛି ସେଇ ପ୍ରକାର ଆସେ, ଯେଉଁ ଫଳରେ କେସ୍କୁ ଟର୍ଣ୍ଣ କରି ହେବ। ସେ ବିଷୟରେ ମଧ୍ୟ ଅନୁସନ୍ଧାନ ଜାରି […]
ଅନୁଗୁଳ: ଅନୁଗୁଳ କୋର୍ଟ ପରିସରରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଝସକେତନ ରାଉତ ଗିରଫ ହୋଇଛି। ଝସକେତନକୁ ଦେବଗଡ଼ ଜିଲ୍ଲାରୁ ପୁଲିସ୍ ଗିରଫ କରିଛି। ସୂଚନା ଅନୁସାରେ, ଝସକେତନ ୨୦୧୬ ମସିହା ଫେବ୍ରୁଆରୀ ୪ ତାରିଖରେ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗାଁର ଦୁଇ ଜଣ ଯୁବକଙ୍କୁ ହତ୍ୟା କରିଥିଲା। ସେହିଭଳି ୨୦୧୫ ମସିହା ମେ’ ୨୨ ତାରିଖରେ ଛେଣ୍ଡିପଦ ଥାନା କୁକୁରପେଟା ଗାଁର ଜଣେ ବ୍ୟକ୍ତି ଓ ତାଙ୍କ ମାଉସୀଙ୍କୁ ମଧ୍ୟ ସେ ହତ୍ୟା କରିଥିଲା। ଘଟଣାର […]
କଟକ: ଦୁର୍ଦ୍ଦାନ୍ତ ଅପରାଧୀ ବିବେକାନନ୍ଦ ସାହୁ ଓରଫ ଚଗ ଜାତୀୟ ନିରାପତ୍ତା ଆଇନ ବା NSAରେ ବୁକ୍ ହୋଇଛି। ଜାତୀୟ ନିରାପତ୍ତା ଆଇନ୍ରେ ଚଗ ବୁକ୍ ହୋଇଥିବା ନେଇ କଟକ ଗ୍ରାମାଞ୍ଚଳ ଏସ୍ପି ମାଧବ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ତାକୁ ଚୌଦ୍ୱାର ଜେଲ୍ରେ ରଖାଯାଇଛି। ପୁଲିସ୍ର ସୂଚନା ଅନୁସାରେ, ଚଗ କଟକ, ଜଗତପୁରର ସିଂହପୁର ଅଞ୍ଚଳରେ ଡକାୟତି, ବୋମାମାଡ଼, ଦାଦାବଟି ଆଦି ମାମଲାରେ ସଂପୃକ୍ତ ସହ ଆତଙ୍କରାଜ ସୃଷ୍ଟି କରୁଥିଲା। […]
ସମ୍ବଲପୁର: ମୁଣ୍ଡରେ ଆଘାତ ଲାଗିବା ଯୋଗୁ ପଶ୍ଚିମ ଓଡ଼ିଶାର ଆଲବମ୍ ଅଭିନେତ୍ରୀ ସିମ୍ରନ୍ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତକାଲି ତାଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ପୁଲିସ୍ ଏହି ସୂଚନା ଦେଇଛି। ସିମ୍ରନ୍ଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଅନ୍ୟପଟେ ଏହି ମାମଲାରେ ସିମ୍ରନ୍ଙ୍କୁ ପ୍ରେମବିବାହ କରିଥିବା ଧୃବରାଜ ସୁନାଙ୍କୁ ପୁଲିସ୍ କୋର୍ଟ ଚାଲାଣ କରିଛି। ଧୃବରାଜ ସିମ୍ରନ୍ଙ୍କୁ ଅପହରଣ ଏବଂ ନିର୍ଯାତନା ଦେଉଥିବା ନେଇ ଗତ ଏପ୍ରିଲ ଏବଂ […]
ବରଗଡ଼: ବିଦ୍ୟୁତ୍ ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ ହେବା ଦାବିରେ ଲୋକମାନେ ରାସ୍ତାରୋକ କରିଛନ୍ତି। ବରଗଡ଼ ଜିଲ୍ଲା ଭଟ୍ଲି ଥାନା ଗୋପାଳପୁର ଛକରେ ଏହି ରାସ୍ତାରୋକ ହୋଇଛି। ରାସ୍ତାରୋକ ଯୋଗୁ ବରଗଡ଼ ଓ ଭଟ୍ଲି ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଭଟ୍ଲି ଥାନା ରାଇଶୋଭା ଗାଁରେ ଦୀର୍ଘ ଦିନ ହେବ ୩୩ ବାଏ ୧୧ କେଭିର ଟାନ୍ସଫର୍ମର ସ୍ଥାପନ କରାଯାଇଥିଲା। ହେଲେ ଏହା କାର୍ଯ୍ୟକ୍ଷମ ହୋଇ ନ ପାରିବାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ଠିକ୍ ଭାବେ ହୋଇପାରୁନାହିଁ। ଏହାକୁ […]
ଭୁବନେଶ୍ୱର: ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ବିଜେଡି ଛାତ୍ର ଓ ଯୁବ ଜନତା ଦଳ ପ୍ରତିବାଦ କରିଛି। ଏହାକୁ ନେଇ ଦଳ ଭୁବନେଶ୍ୱରରେ ଏକ ସମୂହ ଦସ୍ତଖତ ଅଭିଯାନ ଆରମ୍ଭ କରିଛି। ଏହି ଦସ୍ତଖତ ଅଭିଯାନ ଆସନ୍ତା ୧ ମାସ ଧରି ଚାଲିବ। ପ୍ରତ୍ୟେକ ଜିଲ୍ଲାରେ ଏହି ଦସ୍ତଖତ ଅଭିଯାନ ଆୟୋଜନ କରାଯିବ। ୧୦ ଲକ୍ଷ ସଂଗୃହୀତ ଦସ୍ତଖତକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଠାଇବାକୁ ବିଜୁ ଛାତ୍ର ଓ […]
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟୁ ଗୋଲଡେନ୍ ବାବାକୁ ଜେରା କରିବ। ଗୋଲଡେନ୍ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ବିରୋଧରେ ତଦନ୍ତ ପାଇଁ କମିଶନରେଟ ପୁଲିସ୍ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁକୁ ଚିଠି ଲେଖିଛି। କମିଶନରେଟ ପୁଲିସ୍ର ଚିଠି ପରେ ଏହି ମାମଲାରେ ସମସ୍ତ ଆର୍ଥିକ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବ। ୧୨ କୋଟି ଟଙ୍କାର ଚେକ୍ ଜାଲିଆତି ଅଭିଯୋଗରେ ଗୋଲଡେନ୍ ବାବାକୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପୁଲିସ୍ ଗିରଫ କରିଛି।ଜ୍ୟୋତିରଞ୍ଜନ ବେଉରା ନାମକ ଏହି ବ୍ୟକ୍ତି ସବୁବେଳେ […]