/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728542070.jpg)
Kasatandi Flower
କାକର ଭିଜା ସରୁ ଓଢଣୀ ଟାଣି ହସୁଛି କାଶତଣ୍ତୀ ଫୁଲ । ସକାଳର ସୁରୁଜର ପହିଲି ଛୁଆଁରେ ଯେମିତି ଫୁଲେଇ ହେଉଛି । ହାଲକା ପବନରେ ନବ ବିବାହିତା ବୋହୂଟିଏ ପରି କେତେବେଳେ ନଇଁ ପଡ଼ୁଛି ତ ପୁଣି କେତେବେଳେ ମୁଣ୍ଡଟେକି ମୁରୁକି ହସି ଦେଉଛି । ଧୋବ ଫରଫର ଏ ସୁନ୍ଦର ଫୁଲ ବାଟଗଲା ଲୋକକୁ ଟିକେ ଅଟକି ଯିବାକୁ ଯେମିତି ବାଧ୍ୟ କରୁଛି । ଭଦ୍ରକ ଜିଲ୍ଲା ବାସୁଦେବ ପୁରର ଏ ଦୃଶ୍ୟ ଯେମିତି ବାଟଗଲା ଲୋକଙ୍କୁ ଟିକେ ରହିବାକୁ କହିଦେଉଛି ।
କାଶତଣ୍ଡୀକୁ କେତେବେଳେ ନିଜର ପ୍ରେମିକା ଅବା ନୂଆ ବୋହୂଟିଏ ସଜାଇ ନିଜର ଆତ୍ମସନ୍ତୋଷ ଲାଭ କରେ କବିଟିଏ । ବାଟଗଲା ଲୋକ ବି ତାର ସୌନ୍ଦର୍ଯ୍ୟରେ ବିମୋହିତ ହୁଏ । ଟିକେ ଅଟକିଯାଇ ନିରେଖି ଚାହେଁ, କି ସୁନ୍ଦର ବୋଲି ନକହି ରହିପାରେନି ।
କବି, ଭାବୁକ ଅବା ପଥଚାରିକୁ ଯେତିକି ଆନନ୍ଦ ଦେଇଥାଏ, ଫୁଲ ଝଡିଗଲା ପରେ ଘରୋଇ ଉପକରଣ ତିଆରିରେ ଲାଗିଥାଏ କାଶତଣ୍ଡି । ମାଣ, ଡାଲା, ଟୋକେଇ ତିଆରି କରି ଦୁଇ ପଇସା ରୋଜଗାର କରିଥାଆନ୍ତି କେତେକ ପରିବାର। ତା' ସହିତ ମୃତିକା କ୍ଷୟ ହେବାକୁ ଦିଏ ନାହିଁ କାଶତଣ୍ଡି ଗଛ । ବୁଦି ବୁଦିକା ଗଛ ମାଟିକୁ ଖୁବ ଯୋରରେ ଜାବୁଡ଼ି ଧରିଥାଏ । ସର୍ବପରି କାଶଫୁଲର ମହତ୍ଵକୁ କିଏ ବୁଝୁବା ନବୁଝୁ, ସମସ୍ତଙ୍କ ମନରେ କିଛିଦିନ ପାଇଁ ଛବିଟିଏ ଆଙ୍କିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)