କେନ୍ଦୁଝର: ମୃତ ଅଙ୍ଗନବାଡ଼ି କର୍ମୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପ୍ରତିବାଦ ଜାରି ରହିଛି। ଗତକାଲି କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ୍ ଧନୁର୍ଜୟପୁର ପଞ୍ଚାୟତର କୁସଟିକିରି ଗାଁର ଅଙ୍ଗନବାଡ଼ି କର୍ମୀ କିରଣବାଳା ବାଇକ୍ରେ ବସି ଯାଉଥିବା ବେଳେ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ହାଟଡିହି ବ୍ଲକ୍ ପରିସରରେ ମୃତଦେହକୁ […]
ଭୁବନେଶ୍ୱର : ଅାଳି ପରେ ବାଲେଶ୍ୱରରେ ଖାରବେଳଙ୍କୁ ଅାକ୍ରମଣ ଘଟଣାରେ ଟ୍ୱିଟ୍ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରାଜ୍ୟରେ ସ୍ଥିତି ଦିନକୁ ଦିନ ଖରାପରୁ ଦୟନୀୟ ଅାଡ଼କୁ ଗତି କରୁଛି। ଖାରବେଳ ନିର୍ବାଚନ କମିଶନଙ୍କ ପାଖରେ ଏନେଇ ଅଭିଯୋଗ କରିବା ଦରକାର ବୋଲି ବୈଜୟନ୍ତ ଚ୍ୱିଟରରେ ଲେଖିଛନ୍ତି । ନିର୍ବାଚନ ପାଖେଇ ଅାସୁଥିବା ବେଳେ ରାଜ୍ୟରେ ରାଜନୈତିକ ହିଂସା ବଢିବାରେ ଲାଗିଛି । ବିଶେଷ କରି ଶାସକ ଦଳର ଗୁଣ୍ଡାମାନେ ବିରୋଧୀ ଦଳ ନେତାଙ୍କ ଉପରେ […]
ବାଲିପାଟଣା : ଦୀପାବଳି ପୂର୍ବରୁ ଭୁବନେଶ୍ୱର ଉପକଣ୍ଠରେ ଅଘଟଣ। ବାଲିପାଟଣା ନୂଅାସାହିରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଦୁଇଜଣ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡ଼ିଛି। ସେମାନେ ହେଲେ ଜ୍ଞାନେନ୍ଦ୍ର ମିଶ୍ର ଓ ଲକ୍ଷ୍ମୀପ୍ରିୟା ମିଶ୍ର। ଏହାଛଡ଼ା ବିସ୍ଫୋରଣରେ ୨ ଜଣ ଗୁରୁତର ଅାହତ ହୋଇଛନ୍ତି। ଅାହତଙ୍କୁ ଅଠାନ୍ତର ମେଡିକାଲରେ ଭର୍ତ୍ତି କରାଯାଇଛି। ବାଣ ବିସ୍ଫୋରଣ ପରେ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି। ଅଗ୍ନିଶମ ଟିମ୍ […]
ଭୁବନେଶ୍ୱର : ରାଜ୍ୟର ୯ଟି ଜିଲ୍ଲା ମରୁଡ଼ି ଦ୍ୱାରା ପ୍ରଭାବିତ। ଅାଜି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ୯ଟି ଜିଲ୍ଲାର ୬୬ ଟି ବ୍ଲକ୍ ଏବଂ ୧୬ଟି ପୌରାଞ୍ଚଳରେ ମରୁଡ଼ି ହୋଇଛି। ମରୁଡ଼ି ଘୋଷିତ ୯ଟି ଜିଲ୍ଲା ହେଉଛି ବରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଅାପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼। ୬୬ଟି ବ୍ଲକ୍ ଓ ୧୬ଟି ପୌରାଞ୍ଚଳର ୫୬୩୩ଟି ଗାଁ ମରୁଡ଼ି ଘୋଷଣା ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ୨ ଲକ୍ଷ ୩୩ […]
ପୁରୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁରୀ ଶ୍ରୀମନ୍ଦିରରେ ସେବକମାନେ ଭକ୍ତଙ୍କ ଠାରୁ ଦାନ ଓ ଦକ୍ଷିଣା ପାଇ ପାରୁନାହାନ୍ତି । ଏଭଳି ସ୍ଥିତିରେ ଅାର୍ଥିକ ଅନଟନ ମଧ୍ୟରେ ଜୀବନଯାପନ କରୁଥିବା ଅଭିଯୋଗ କରିଛନ୍ତି ସେବାୟତ। ଏହାକୁ ନେଇ ଇଚ୍ଛାମୃତ୍ୟୁର ନିଷ୍ପତ୍ତି ନେଇଛନ୍ତି ସେବାୟତ ନରସିଂହ ମିଶ୍ର ପୂଜାପଣ୍ଡା। ତାଙ୍କର ପରିବାର ସଂଖ୍ୟା ୧୨ ଜଣ ହୋଇଥିବାବେଳେ ଏବେ ଚଳିବା କଷ୍ଟକର ହୋଇ ପଡିଥିବା ସେ କହିଛନ୍ତି। ଏପରିକି ନିରାଶ ହୋଇ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କ ନିକଟରେ ଇଚ୍ଛାମୃତ୍ୟୁ […]
କଟକ: ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ନିକିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୁଲିସ୍ର ହସ୍ତଗତ ହୋଇଛି। ନିକିତା ଉଚ୍ଚସ୍ଥାନରୁ ତଳେ ପଡ଼ିବା ପରେ ତାଙ୍କ ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଅନ୍ୟପଟେ ନିକିତାଙ୍କ ଶାଶୂ ଓ ଶ୍ୱଶୁର ଫେରାର୍ ଥିବା ପୁଲିସ୍ କହିଛି। ଘଟଣାର ତଦନ୍ତ ଚାଲିଥିବାବେଳେ ଆବଶ୍ୟକ ପଡ଼ିଲେ ଉଭୟ ଶାଶୂ ଓ ଶ୍ୱଶୁରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।
ଭୁବନେଶ୍ୱର : ଧାଡ଼ି ଦର୍ଶନକୁ ନେଇ ପୁରୀରେ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଓ ପୁଲିସ ବନ୍ଧୁକ ଧରି ଓ ଜୋତା ପିନ୍ଧି ମନ୍ଦିର ଭିତରେ ପଶିବା ମାମଲାରେ ଘୁଞ୍ଚିଲା ଶୁଣାଣି। ଅାସନ୍ତା ନଭେମ୍ବର ୩୦ରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ। ଅାମିକସ୍କ୍ୟୁରୀ ଅସୁସ୍ଥ ଥିବାରୁ ମାମଲାର ଶୁଣାଣି ଘୁଂଚାଯାଇଛି। ପୂର୍ବ ଶୁଣାଣିରେ ଦୁଇ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବ ଦେବାକୁ କୋର୍ଟ କହିଥିଲେ। ଗତ ୩ ତାରିଖରେ ପୁରୀ […]
ସମ୍ବଲପୁର : ଖରିଫ ଧାନ ଫସଲ ସଂଗ୍ରହ ବୈଠକରେ ଯୋଗଦେବା ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସମ୍ବଲପୁର ଗସ୍ତ ଯାଇଥିବା ବେଳେ ବିରୋଧର ସମ୍ମୁଖିନ ହୋଇଛନ୍ତି। ଧାନ ସଂଗ୍ରହ ବୈଠକକୁ ଯିବା ବେଳେ ବୁର୍ଲା ଏମ୍ସିଏଲ୍ ଫାଟକ ଅାଗରେ କଳାପତାକା ପ୍ରଦର୍ଶନ କରିଛନ୍ତି ଅାଇନଜୀବୀ। ବିରୋଧ ଭିତରେ ବୈଠକକୁ ଯାଇଛନ୍ତି ମନ୍ତ୍ରୀ ସୂର୍ଯ୍ୟ ପାତ୍ର। ଓକିଲଙ୍କ ବିରୋଧ ଚେତାବନୀକୁ ନେଇ ମନ୍ତ୍ରୀଙ୍କ ବୈଠକ ସ୍ଥଳ ବଦଳି ଥିଲା।
ଭୁବନେଶ୍ୱର : ସାଗର ମାଳା ପ୍ରକଳ୍ପ ଦ୍ୱାରା ଉପକୂଳ ଅଂଚଳରେ ପରିବେଶ ଧ୍ୱଂସ ହେବ। ମତ୍ସ୍ୟଜୀବୀମାନେ ଜୀବୀକା ହରାଇବା ସହ ମତ୍ସ ସମ୍ପଦ ଓ ଜଙ୍ଗଲ ସମ୍ପଦ ଧ୍ୱଂସ ପାଇବା ଅାଶଙ୍କା ରହିଛି। ତେଣୁ ଏହି ପ୍ରକଳ୍ପକୁ ବିରୋଧ କରିବ ଓଡିଶା ପାରମ୍ପରିକ ମତ୍ସଜୀବୀ ସଂଘ। ଏନେଇ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଅାଯାଇଛି।
ଭୁବନେଶ୍ୱର : ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ଦେଶର ବିଭିନ୍ନ ସ୍ଥାନରେ ଏକତା ଦୌଡର ଅାୟୋଜନ କରାଯାଇଛି। ଭୁବନେଶ୍ୱରରେ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ମଞ୍ଚେଶ୍ୱର ସ୍ଥିତ ରେଲୱେ ଷ୍ଟାଡିୟମରୁ ଇଷ୍ଟକୋଷ୍ଟ ରେଲୱେ ଅଡିଟୋରିୟମ ପର୍ଯ୍ୟନ୍ତ ଏକତା ଦୌଡର ଅାୟୋଜନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନେକ ଯୁବକ ଓ ବିଭିନ୍ନ ବୟସ ବର୍ଗର ଲୋକେ ଏହି ଏକତା ଦୌଡରେ ସାମିଲ ହୋଇଛନ୍ତି। ସେପଟେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ […]
ପୁରୀ: ଅଲ୍ ଇଣ୍ଡିଆ କୋଷ୍ଟାଲ ଟ୍ରେକିଂର ଆଜି ଦ୍ୱିତୀୟ ଦିନରେ ୨୫୦ଜଣ ଏନ୍.ସି.ସି କ୍ୟାଡେଟ୍ କୋଣାର୍କ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହାକୁ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ଫ୍ଲାଗ୍ ଅପ୍ କରି ଶୁଭାରମ୍ଭ କରିଥିଲେ। ବିଶେଷ କରି ଏନ୍.ସି.ସି କ୍ୟାଡେଟ୍ଙ୍କର ସାହସ ବଢ଼ାଇବା ଏବଂ ପ୍ରତିକୂଳ ପରିସ୍ଥିତିକୁ ସେମାନେ କିପରି ସାମ୍ନା କରିପାରିବେ, ତାକୁ ନେଇ ପ୍ରତିବର୍ଷ କୋଷ୍ଟାଲ ଟ୍ରେକିଂ କରାଯାଇଥାଏ। ଏହି ଟ୍ରେକିଂ ମାଧ୍ୟମରେ ଏନ୍.ସି.ସି. କ୍ୟାଡେଟଙ୍କ ଅନୁଶାସନ ଉପରେ ଗୁରୁତ୍ୱ ଦିଆଯାଏ। […]
ବାଙ୍କୀ: କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳି ପଞ୍ଚାୟତ ଅଞ୍ଚଳରେ ଥିବା ବାସେଳି ମନ୍ଦିର ନିକଟରେ ଗତକାଲି ସନ୍ଧ୍ୟାରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଥିଲା। ତେବେ ଆଜି ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନାହିଁ। ସ୍ଥାନୀୟ କିଛି ଗାଈଚରାଳି ପ୍ରଥମେ ଏହି ମୃତଦେହକୁ ଦେଖିଥିଲେ। ଏହା ପରେ ସ୍ଥାନୀୟ ଫାଣ୍ଡିକୁ ଖବର ଦିଆଯାଇଥିଲା। ଆଜି ସକାଳେ ବାରଙ୍ଗ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର […]
ଭୁବନେଶ୍ୱର: ଭୁବନେଶ୍ୱର ପୁଲିସ୍ ଭବନରେ ମାନବ ଚାଲାଣ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହେଉଛି। ଏହି କର୍ମଶାଳାରେ ହ୍ୟୁମାନ ଟ୍ରାଫିକିଙ୍ଗ୍ ବା ମାନବ ଚାଲାଣ ନେଇ ସବିଶେଷ ଆଲୋଚନା କରାଯାଉଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଓ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସମେତ ବହୁ ବରିଷ୍ଠ ପୁଲିସ୍ ପଦାଧିକାରୀ ଯୋଗ ଦେଇଛନ୍ତି।
ପୁରୀ: ଶ୍ରୀମନ୍ଦିର ସଂସ୍କାର ପାଇଁ ନିଯୁକ୍ତ ହେଲେ ନୂଆ ଆମିକସ୍ କ୍ୟୁରୀ। ଭାରତ ସରକାରଙ୍କ ପୂର୍ବତନ ସଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ନୂଆ ଆମିକସ୍କ୍ୟୁରୀ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଆମିକସ୍କ୍ୟୁରୀ ଥିବା ଗୋପାଳ ସୁବ୍ରମଣ୍ୟମ୍ ଦାୟିତ୍ୱରୁ ଅବ୍ୟାହତି ନେବା ପରେ ଏହି ପଦ ଖାଲି ପଡ଼ିଥିଲା। ଅନ୍ୟପଟେ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆବେଦନକାରୀ ମୃଣାଳିନୀ ପାଢୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଘୁଞ୍ଚି ଯାଇଛି ଏବଂ ଫେବ୍ରୃଆରୀ ୫ ରେ ଏହାର ଶୁଣାଣି […]
ବଲାଙ୍ଗିର: ପ୍ରଶାସନର ବାରଣ ସତ୍ତ୍ୱେ ଆଜି ବଲାଙ୍ଗିର ଜିଲ୍ଲାରେ ଶୁଳିଆ ଯାତ୍ରାରେ ପଶୁବଳି ପଡ଼ିଛି। ଦେଓଗାଁ ବ୍ଲକ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଏବଂ କୁମୁରିଆ ଗାଁର ଆଦିବାସୀମାନେ ପାରମ୍ପରିକ ରୀତିନୀତିରେ ନିଜର ଆରାଧ୍ୟ ଦେବାଦେବୀଙ୍କୁ ପୂଜା କରିଛନ୍ତି। ଗତକାଲି ଅର୍ଦ୍ଧରାତ୍ରରେ ଗାଁର ଶୁଳିଆଗୁଡ଼ିରେ ନିଶି ପୂଜା ଶେଷ ହୋଇଥିବା ବେଳେ ଆଜି ଶୁଳିଆ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଢୋଲ ନିଶାନ ତାଳେ ତାଳେ ଶୁଳିଆ ଖଳାକୁ ଆସିଥିଲେ। ଏହାପରେ ସାନ ଖଳା […]
ଭୁବନେଶ୍ୱର : ପୁଲିସ-ଓକିଲ ବିବାଦରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ମଧ୍ୟ ଓକିଲଙ୍କ କ୍ଷୋଭ କମି ନାହିଁ। ସେମାନେ ଅାନ୍ଦୋଳନ ଜାରି ରଖିଛନ୍ତି। ବିଶେଷ କରି ବିଜୁ ଲିଗାଲ୍ ଫ୍ରଣ୍ଟ ଅାନ୍ଦୋଳନରୁ ଓହରିଯିବା ପରେ ପରିସ୍ଥିତି ଅାହୁରି ସଂଗୀନ ହୋଇଛି। ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓକିଲ। ଅାଜି ମଧ୍ୟାହ୍ନ ୧୨ଟାରେ ରାଜ୍ୟର ସମସ୍ତ ଓକିଲ ସଂଘ କାର୍ଯ୍ୟାଳୟ ଅାଗରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବାକୁ ନିଷ୍ପତ୍ତି ହୋଇଛି। ଗତକାଲି ହାଇକୋର୍ଟ ବାର୍ ଅାସୋସିଏସନର ସାଧାରଣ ପରିଷଦ ବୈଠକରେ ଏହି […]
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ପୁଣି ମାତିଲେ ଲୁଟେରା। ବାଘମାରୀ ବଜାର ଛକରେ ଥିବା SBI ଏଟିଏମ୍ରୁ ଲୁଟ୍ ଉଦ୍ୟମ ହୋଇଛି । ଏଟିଏମ୍ ମେସିନକୁ ଭଙ୍ଗାରୁଜା କରିବା ସହ ଖୋଲି ଦେଇଛନ୍ତି ଲୁଟେରା। ଏଟିଏମ୍କୁ ଲାଗି ରହିଥିବା ଏକ ବଖରାରେ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡିଛି। ଏଟିଏମ୍ରୁ ଟଙ୍କା ଚୋରି ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଏଟିମ୍କୁ ସିଲ୍ କଲା ଟାଉନଥାନା ପୁଲିସ।
ଭୁବନେଶ୍ୱର: ଧାଡ଼ି ଦର୍ଶନକୁ ନେଇ ପୁରୀରେ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଘଟଣାରେ ଅାଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ବନ୍ଦ ପାଳନ ବେଳେ ଗଣ୍ଡଗୋଳ ହେବାରୁ ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସ ଜୋତା ପିନ୍ଧି ଓ ବନ୍ଧୁକ ଧରି ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ ଯାଇଥିଲେ ଅାଇନଜୀବୀ ଦେବାଶିଷ ମିଶ୍ର। ଗତ ୧୦ ତାରିଖରେ ଏହାର ଜରୁରୀକାଳୀନ ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଜବାବ ମାଗିଥିଲେ। […]
ବ୍ରହ୍ମପୁର : ବ୍ରହ୍ମପୁରରେ ଅଭାବନୀୟ ଘଟଣା। ରାସ୍ତା କଡ଼ରେ ପଡିଛି ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସଦର ଥାନା ଖାରବେଳ ନଗର ଅଞ୍ଚଳରେ ଘଟିଛି ହତ୍ୟାକାଣ୍ଡ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତକଙ୍କ ନାଁରେ ଥାନାରେ ପୂର୍ବରୁ ଅନେକ ମାମଲା ରହିଛି। ଏହା ପୂର୍ବରୁ ମୃତ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ମଧ୍ୟ ଜଣାପଡିଛି।
ରାଉରକେଲା: ରାଉରକେଲାରୁ ବି ଉଡ଼ିବ ବିମାନ। ଇସ୍ପାତ ନଗରୀରେ ପ୍ରତିଷ୍ଠା ହେବ ରାଜ୍ୟର ତୃତୀୟ ବିମାନ ବନ୍ଦର। ଏଥିପାଇଁ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ରାଉରକେଲାରେ ବିମାନ ବନ୍ଦର ନିର୍ମାଣ ଲାଗି ଡିଜିସିଏ ଲାଇସେନ୍ସ ଦେଇଛନ୍ତି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ୱିଟ୍ ମଧ୍ୟ କରାଯାଇଛି। The Directorate General of Civil Aviation (DGCA) has issued license for third […]
ଭୁବନେଶ୍ୱର : ଖରିଫ ଧାନ ଫସଲ ସଂଗ୍ରହ ବୈଠକରେ ଯୋଗଦେବା ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଅାଜି ସମ୍ବଲପୁର ଯିବେ। ଉତ୍ତରାଞ୍ଚଳ ଅାରଡିସିଙ୍କ କନ୍ଫରେନସ ହଲରେ ହେବାକୁ ଥିବା ଏହି ବୈଠକରେ ଜିଲ୍ଲାପାଳ ମାନେ ଯୋଗଦେବେ। ମନ୍ତ୍ରୀ ସୂଯ୍ୟ ନାରାୟଣଙ୍କ ଏହି ଗସ୍ତକୁ ବିରୋଧ କରିବ ଜିଲ୍ଲା ଓକିଲ ସଂଘ। ମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ପାଇଁ ସଂଘ ପକ୍ଷରୁ କୋର କମିଟିରେ ନିଷ୍ପତ୍ତି ନିଅାଯାଇଛି। ଏଥିସହ ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ […]
ବଲାଙ୍ଗିର : ଛତିଶଗଡ଼ ଦାନ୍ତେଓ୍ୱାଡ଼ାରେ ନକ୍ସଲଙ୍କ ଅାକ୍ରମଣରେ ନିହତ ହୋଇଥିବା ଅଚ୍ୟୁତାନନ୍ଦ ସାହୁଙ୍କ ମରଶରୀର ଅାଜି ତାଙ୍କ ଗାଁକୁ ଅାସିପାରେ। ତାଙ୍କର ଗାଁ ବଲାଙ୍ଗିର ଜିଲ୍ଲା ଘୁଷୁରାମୁଣ୍ଡାରେ ଶୋକାକୁଳ ପରିବେଶ। ଅଚ୍ୟୁତାନନ୍ଦଙ୍କୁ ଝୁରୁଛି ଜନ୍ମମାଟି। ଗତକାଲି ଛତିଶଗଡ଼ ଦନ୍ତେଓ୍ୱାଡ଼ା ଅରନ୍ପୁରରେ ନକ୍ସଲ ଅାକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଡିଡି ନ୍ୟୁଜ୍ର କ୍ୟାମେରାମ୍ୟାନ ଭାବେ ଅଚ୍ୟୁତ କାମ କରୁଥିଲେ। ବିଧାନସଭା ନିର୍ବାଚନ ଖବର ସଂଗ୍ରହ ବେଳେ ମାଓବାଦୀଙ୍କ ଅାକ୍ରମଣର ଶିକାର ଥିଲେ ଅଚ୍ୟୁତ। ତାଙ୍କ ସହିତ ୨ ଜଣ […]
ପୁରୀ : ଅାଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମ ତିଥି। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଲୌହମାନବଙ୍କ ପ୍ରତିକୃତି ନିର୍ମାଣ କରିବା ସହ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା କାରିଗର ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିରେ ପ୍ରାୟ ଚାରି ଟନ୍ ବାଲି ବ୍ୟବହୃତ ହୋଇଛି।
ଭୁବନେଶ୍ୱର : ବରଗଡ଼ ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ମୃତ୍ୟୁ ଅଭିଯୋଗ ଘଟଣାରେ ରାଜ୍ୟ ବନ ବିଭାଗକୁ ନ୍ୟାସନାଲ୍ ଟାଇଗର କନ୍ଜରର୍ଭେସନ ଅଥରିଟି ବା ଏନ୍ଟିସିଏର ରିପୋର୍ଟ ତଲବ। କିଭଳି ଓ କେଉଁ ପରିସ୍ଥିତିରେ ଘଟଣା ଘଟିଛି, ବନ ବିଭାଗ କି ପଦକ୍ଷେପ ନେଇଛି ସେ ସଂକ୍ରାନ୍ତରେ ସବିଶେଷ ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଛି ଏନଟିସିଏ । ଏହାସହ ବାଘ ପାଇଁ ସମସ୍ତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ବା ଏସଓପି ପାଳନ କରିବାକୁ ରାଜ୍ୟ ବନ ବିଭାଗକୁ […]
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂତନ ଭାବେ ଉଦ୍ଘାଟିତ ହୋଇଥିବା ଝାରସୁଗୁଡ଼ା ବିମାନ ବନ୍ଦରରୁ ବିମାନ ଉଡ଼ାଣ ହେଉନଥିବାରୁ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ। ତୁରନ୍ତ ହସ୍ତକ୍ଷେପ କରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଉଡ଼ାଣ ପାଇଁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଗତ ଅକ୍ଟୋବର ୬ରୁ ଏୟାର ଓଡ଼ିଶା ବିମାନ ଉଡ଼ାଣ ବନ୍ଦ ରଖିଛି। କୌଣସି ସଠିକ୍ କାରଣ ନଦର୍ଶାଇ ଉଡ଼ାଣ ବନ୍ଦ ରଖିଥିବା […]