• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

school
ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀର ଏକ ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ଚନ୍ଦ୍ରଶେଖରପୁର ସ୍ଥିତ ଏକ ଘରୋଇ ସ୍କୁଲରେ ଘଟିଛି ଏହି ଘଟଣା। ସ୍କୁଲର ଜଣେ ଶିକ୍ଷକଙ୍କ ବିରୁଦ୍ଧରେ ଛାତ୍ରୀଙ୍କ ଅଭିଭାବକ ମାନେ ଅାଣିଛନ୍ତି ସଙ୍ଗୀନ ଅଭିଯୋଗ। ସ୍କୁଲର ଶିକ୍ଷକ ବିଭିନ୍ନ ସମୟରେ ଦୁଇଜଣ ଛାତ୍ରୀଙ୍କୁ ଅସଦାରଣ କରୁଥିବା ଅଭିଯୋଗ ହୋଇଛି। କେତେବେଳେ ଖାତା ଦେଖିବା ବାହାନାରେ ତ ପୁଣି କେତେବେଳେ ଭିନ୍ନଭିନ୍ନ କାରଣ ନେଇ ସେମାନଙ୍କୁ ସ୍କୁଲ ଶିକ୍ଷକ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। […]

  • Friday, 16 July 2021
b1
ସମୁଦ୍ର ଭିତରେ ବୋଟ୍‌ ଚାଳକଙ୍କ ମୃତ୍ୟୁ ଘଟଣା: ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ପାରାଦୀପ: ଗଭୀର ସମୁଦ୍ର ଭିତରେ ବୋଟ୍‌ ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି।  ଏହାର ପ୍ରତିବାଦ କରି ପାରାଦୀପ ଓ ବାଲେଶ୍ୱର ବୋଟ୍‌ ମାଲିକ ସଂଘ ପାରାଦୀପ ଥାନା ଓ କୋଷ୍ଟଗାର୍ଡ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୋଟ୍‌ ମାଲିକ ସଂଘ ଦାବି କରିଥିଲେ। ମୃତ ବୋଟ୍ ଚାଳକଙ୍କ ପୁଅଙ୍କୁ ୧୮ ବର୍ଷ ପରେ କୋଷ୍ଟଗାର୍ଡରେ ଚାକିରି ଦେବା ସହ ଅନ୍ୟାନ୍ୟ […]

  • Friday, 16 July 2021
m1
ଭୁବନେଶ୍ୱରରେ ଖୋଲିଲା ରାଜ୍ୟର ପ୍ରଥମ ମହିଳା ଆଶ୍ରୟସ୍ଥଳୀ

ଭୁବନେଶ୍ୱର: ବାସହୀନ ମହିଳାଙ୍କ ପାଇଁ ସୁରକ୍ଷା ଚିନ୍ତା। ମୁକ୍ତାକାଶ, ରେଲ୍‌ୱେ ଓ ଫୁଟ୍‌ପାଥ୍‌ରେ ଶୋଉଥିବା ନିରାଶ୍ରୟ ମହିଳାଙ୍କୁ ଉଦ୍ଧାର କରାଯାଇ ମହିଳା ଆଶ୍ରୟସ୍ଥଳୀରେ ରଖାଯିବ। ଏଥିଲାଗି ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ସ୍ଥିତ ନୀଳାଦ୍ରି ବିହାରରେ ଏକ ସ୍ୱତନ୍ତ୍ର ମହିଳା ଆଶ୍ରୟସ୍ଥଳୀ ଖୋଲାଯାଇଛି। ଶହେ ଶଯ୍ୟା ବିଶିଷ୍ଟ ଏହି ଆଶ୍ରୟସ୍ଥଳୀକୁ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଉଦ୍‌ଘାଟନ କରିଛନ୍ତି।   ୧୦୦ ଶଯ୍ୟା ବିଶିଷ୍ଟ ଏହି ଆଶ୍ରୟସ୍ଥଳୀରେ ମହିଳାମାନଙ୍କ ପାଇଁ ସମସ୍ତ ପ୍ରକାର […]

  • Friday, 16 July 2021
d1
ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼: ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ପୁରାଣ ବର୍ଣ୍ଣିତ ଦେବକୀ-ବସୁଦେବଙ୍କ ବିବାହଠୁ କଂସ ବଧ ଯାଏ ୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ ଚାଲିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୂରା ବରଗଡ଼ ସହରକୁ ଆକର୍ଷଣୀୟ ତୋରଣ ସହିତ ରଂଗୀନ ଆଲୋକ ତୋରଣ ଓ ରଂଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ବରଗଡ଼ ପାଲଟିଛି ମଥୁରା ନଗରୀ ଓ ଗୋପପୁର ହୋଇଛି ଅମ୍ବାପାଲି। ଆଜିଠୁ ମଥୁରା ନଗରୀରେ ମହାରାଜ କଂସଙ୍କ ରାଜୁତି […]

  • Friday, 16 July 2021
rape
ଗଞ୍ଜାମ ପୋଲସରାରେ ନାବାଳିକା ଗଣଦୁଷ୍କର୍ମ ମାମଲା ; ଜାରି ହେବ ଅଭିଯୁକ୍ତଙ୍କ ସ୍କେଚ୍

ଗଞ୍ଜାମ : ଗଞ୍ଜାମ ପୋଲସରାରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜାରି ହେବ ଅଭିଯୁକ୍ତଙ୍କ ସ୍କେଚ୍।  ଗଞ୍ଜାମ ଏସ୍‌ପି ବ୍ରିଜେଶ୍ ରାୟ ଏହି ସୂଚନା ଦେଇଛନ୍ତି। ଏହି ମାମଲାରେ ୮ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଦିନକ ତଳେ ପୋଲସରାର ବାଲିଛାଇ ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିଲା। ନାବାଳିକା ଶୋଇଥିବା ବେଳେ ଚୋରି କରିବାକୁ ଯାଇ ଚୋରମାନେ ତାଙ୍କୁ ଘରୁ ଟେକି ନେଇ ପାଖରେ ଥିବା ଏକ ଜମିରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। […]

  • Friday, 16 July 2021
tito
ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀ ନାଁରେ ଥିବା ଫିଲିଂ ଷ୍ଟେସନରେ ଚଢ଼ାଉ

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀ ବେନଜିର୍ ବିବି ନାଁରେ କେନ୍ଦ୍ରାପଡ଼ାରେ ଥିବା ସୟଦ ଫିଲିଂ ଷ୍ଟେସନ୍‌ରେ ଚଢ଼ାଉ କରାଯାଇଛି। ସିବିଆଇ ଓ କ୍ରାଇମ୍‌ବ୍ରାଞ୍ଚର ୫ଜଣିଆ ଟିମ୍‌ ପକ୍ଷରୁ ଗତକାଲି ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା। ଟିଟୋ ଗିରଫ ହେବା ପରେ ତା’ର ବ୍ୟବସାୟ ସମ୍ପର୍କରେ ଜାଣିବା ପାଇଁ ବିଭିନ୍ନ ସମୟରେ ଏଭଳି ଚଢ଼ାଉ କରାଯାଉଛି।

  • Friday, 16 July 2021
child
ରାଜ୍ୟ ବାହାରକୁ ଚାଲାଣ ପୂର୍ବରୁ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି: ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ୨୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ସମସ୍ତ ଶିଶୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ କୁରୁମାପାଲ୍ଲୀ ଗାଁର ବୋଲି ଜଣାପଡ଼ିଛି। ଏହି ଶିଶୁ ଶ୍ରମିକମାନଙ୍କୁ ୩ଟି ଗାଡ଼ିରେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁକୁ ଚାଲାଣ କରାଯାଉଥିବା ବେଳେ ଚାଇଲ୍ଡ ଲାଇନ୍‌ କୌଣସି ସୂତ୍ରରୁ ଖବର ପାଇ ପଡ଼ିଆ ଅଞ୍ଚଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ଏହି ଶିଶୁ ଶ୍ରମିକମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର […]

  • Friday, 16 July 2021
boom
ବିସ୍ଫୋରଣ ଘଟଣା: ସନ୍ଦେହରେ ବାଣ ବ୍ୟବସାୟୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବନମାଳିପୁରରେ ଭୟଙ୍କର ବାଣ ବିସ୍ଫରଣ ଘଟଣାକୁ ଦିନଟିଏ ପୂରିବାକୁ ବସିଛି ହେଲେ ଏବେ ବି ନିଖୋଜ ବାଣ ବ୍ୟବସାୟୀ ଜ୍ଞାନେନ୍ଦ୍ର ମିଶ୍ର। ସେ ଜୀବିତ କି ମୃତ ତାକୁ ନେଇ ସନ୍ଦିହାନ ଗାଁ ଲୋକେ ଓ ପୁଲିସ। ତେଣେ ଆଜି ଘଟଣାସ୍ଥଳରୁ ବିପୁଳ ପରିମାଣର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଜ୍ଞାନେନ୍ଦ୍ର ଓ ତାଙ୍କ ଦୁଇ ଭାଇ ବେଆଇନ୍ ବାଣ ତିଆରି ଓ ବିକ୍ରି କରୁଥିବା ନିଶ୍ଚିତ ହୋଇଥିବାବେଳେ ଏପଟେ […]

  • Friday, 16 July 2021
odishaAssembly
୭ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ଅନୂସୂଚିତ ଜାତି ସମବାୟ ନିଗମ ବା ଟିଡିସିସିର ୩୬ କୋଟି ଋଣ ପରିଶୋଧ କରିବେ ରାଜ୍ୟ ସରକାର। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସରକାରଙ୍କ ସହାୟତାରେ ଅନୂସୂଚିତ ଜାତି ଓ ଜନଜାତି ପାଇଁ କାର୍ଯ୍ୟ କରୁଥିବା ଏହି ସଂସ୍ଥା ଋଣମୁକ୍ତ ହେବ। ଏହାସହ ରାଜ୍ୟ ସରକାର ଆଜି ୭ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସେହିଭଳି  ଜିଓଲୋଜିଷ୍ଟ କ୍ୟାଡର ପୁନର୍ଗଠନ ଓ ଓଡ଼ିଶା ୱାଲଫେୟାର ସର୍ଭିସ କ୍ୟାଡର ପୁନର୍ଗଠନକୁ ମଧ୍ୟ […]

  • Friday, 16 July 2021
titli
ଗଞ୍ଜାମ ପରେ ଗଜପତିରେ ତିତ୍‌ଲି କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍‌

ଗଜପତି: କେନ୍ଦ୍ରୀୟ ଟିମ୍‌ ତିତ୍‌ଲି କ୍ଷୟକ୍ଷତି ଆକଳନ କରିଛନ୍ତି। ଗତକାଲି ଗଞ୍ଜାମ ପରେ ଆଜି ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ଗୃହ ବିଭାଗ ଯୁଗ୍ମ ସଚିବ ଏସ୍. କେ. ସାହିଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ଆଜି ପ୍ରଭାବିତ ଅଞ୍ଚଳ ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗାଁକୁ ଯାଇଥିଲେ। ପ୍ରଭାବିତଙ୍କ ସହ ଆଲୋଚନା ସହ ପୁନରୁଦ୍ଧାର କାମର ତଦାରଖ କରିଥିଲେ। ପରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର […]

  • Friday, 16 July 2021
11
ମଣ୍ଡିରୁ ଧାନ ନ ଉଠାଯିବାରୁ ରାସ୍ତା ଅବରୋଧ କଲେ ଚାଷୀ

ମାଲକାନଗିରି: ମଣ୍ଡିରୁ ଧାନ ନ ଉଠିବାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇଛି। ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିଲା। ଆନ୍ଦୋଳନକାରୀମାନଙ୍କ ଅଭିଯୋଗ ଯେ, ଜିଲ୍ଲାର ୬୨ଟି ମଣ୍ଡିରେ ୧୫-୨୦ ଦିନ ହେଲାଣି ଧାନ ବସ୍ତାପଡ଼ି ରହିଛି। ମିଲ୍‌ ମାଲିକମାନେ ଠିକ୍ ସମୟରେ ଧାନବସ୍ତା ଉଠାଉ ନାହାନ୍ତି। ଧାନ ବିକ୍ରି କରି ନ ପାରି ଚାଷୀ ହଇରାଣ ହେଉଛନ୍ତି। ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ ପରିସ୍ଥିତିରେ କିଛି […]

  • Friday, 16 July 2021
Ekamra-Lit-Fest
ଆରମ୍ଭ ହେଲା ଏକାମ୍ର ସ୍ପୋଟର୍ସ ଲିଟେରାରୀ ଫେଷ୍ଟିଭାଲ

ଭୁବନେଶ୍ୱର; ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏକାମ୍ର ସ୍ପୋଟର୍ସ ଲିଟେରାରୀ ଫେଷ୍ଟିଭାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦ୍‌ଘାଟନ କରିଛନ୍ତି। ଏସିଆର ପ୍ରଥମ କୁହାଯାଉଥିବା ଏହି ଅନ୍ତର୍ଜାତୀୟ ସ୍ପୋଟର୍ସ ଲିଟେରାରୀ ଫେଷ୍ଟିଭାଲ ୨ ଦିନ ଧରି ଚାଲିବ। ଫେଷ୍ଟିଭାଲରେ ବିଶ୍ୱର ବହୁ ଜଣାଶୁଣା କ୍ରୀଡାବିତ ଓ କ୍ରୀଡା ସାମ୍ବାଦିକ, ଲେଖକ ଓ ସମୀକ୍ଷକ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଆଥଲେଟ ବେନ୍ ଜନସନ୍, ସୁଇମର୍ ଷ୍ଟିଫାନି ରାଇସ୍, ରେସଲର୍ ଯୋଗେଶ୍ୱର ଦତ୍ତ, ବଜରଙ୍ଗ ପୁନିଆ, ଜାଭେଲିନ୍ […]

  • Friday, 16 July 2021
basant
ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରନ୍ତୁ: ବିଜେପି

ଭୁବନେଶ୍ୱର: ମରୁଡ଼ି, ଚାଷୀ ଆତ୍ମହତ୍ୟା ଓ ମିଲର୍ସଙ୍କ ଚାଷୀ ମାରଣ ନୀତିକୁ ନେଇ ବିଜେପି ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ରାଜ୍ୟରେ ଫସଲହାନୀ ଓ ଋଣ ଭାରରେ ଚାଷୀ ଆତ୍ମହତ୍ୟା ବଢ଼ୁଥିବା ବେଳେ ସରକାର ଏହାକୁ ମାନୁ ନଥିବା ଦଳ ଅଭିଯୋଗ କରିଛି। ଚାଷୀଙ୍କ ଭାଗ୍ୟ ମିଲର୍ସଙ୍କ ପାଖରେ ବନ୍ଧା ପଡ଼ିଥିବା ବେଳେ ଯୋଗାଣ ମନ୍ତ୍ରୀ ଅସହାୟ ହୋଇପଡ଼ିଛନ୍ତି। ତୃତୀୟ ମହଲାର କୋଟେରୀ ଦ୍ୱାରା ମିଲର୍ସ ପରିଚାଳିତ ହେଉଛନ୍ତି ବୋଲି ଆଜି ଏକ ଖବରଦାତା ସମ୍ମିଳନୀରେ […]

  • Friday, 16 July 2021
avijit
ଆସନ୍ତାକାଲି ପୁଣି ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ୍‌

ଭୁବନେଶ୍ୱର: ଆଜି ସତ୍ୟପାଠ ଦେଇ ନପାରିବାରୁ ଆସନ୍ତାକାଲି ପୁଣି ଥରେ ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ୍ ଆୟାର ମିତ୍ର। ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଅଭିଜିତ୍ ଆଜି ଦ୍ୱିତୀୟ ଥର ପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ। କମିଟି ଆଗରେ ହାଜର ହେବା ପରେ ସେ କିଛି ସମୟ ମାଗିଥିଲେ ବି ଆଜି ସତ୍ୟପାଠ ଦାଖଲ କରିପାରିନଥିଲେ। ତେଣୁ ଗୃହ କମିଟି ତାଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୟ […]

  • Friday, 16 July 2021
NAVEEN
ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ କେନ୍ଦ୍ର ଅଣଦେଖା କରୁଛି: ନବୀନ

ଭୁବନେଶ୍ୱର: ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ପୁଣି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହେଉଛି ଓଡ଼ିଶାର ହକ୍। ଏହାକୁ ହାସଲ ପାଇଁ ଲଢ଼େଇ ଜାରି ରହିବ। ଭୁବନେଶ୍ୱରରେ ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଆୟୋଜିତ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧିତ କରି ନବୀନ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, “୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେଡି-ବିଜେପି ଏକାଠି ସରକାର ଗଢ଼ିଥିଲେ। ଓଡ଼ିଶାକୁ ସ୍ୱତନ୍ତ୍ର […]

  • Friday, 16 July 2021
choppeer
ଡିଜିସିଏ କ୍ଲିନ୍‌ ଚିଟ୍‌ ପରେ ଗୋଟିଏ ହେଲିକପ୍ଟରକୁ ସିଲ୍‌ କରାଯିବା ନେଇ ଆପତ୍ତି ଉଠାଇଲେ ବୈଜୟନ୍ତ

ଭୁବନେଶ୍ୱର: ପୁରୀ ପୁଲିସ୍‌ର ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ନେଇ ପୁଲିସ୍ ଡିଜିଙ୍କ ହସ୍ତକ୍ଷେପ ଲୋଡ଼ିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଡିଜିସିଏର କ୍ଲିନ୍ ଚିଟ୍ ସତ୍ତ୍ୱେ ଇମ୍ଫା ଏଭିଏସନ୍‌ର ଗୋଟିଏ ହେଲିକପ୍ଟରକୁ ଅଧିକ ତଦନ୍ତ ଆଳରେ ପୁରୀ ପୁଲିସ୍ ସିଲ୍ କରି ରଖିଛି। ତେବେ କେଉଁ ଉଡ଼ାଣ ନିୟମର ଉଲ୍ଲଙ୍ଘନର ତଦନ୍ତ କରିବାକୁ ଚାହୁଁଛି ପୁଲିସ୍, ତାହା ସ୍ପଷ୍ଟ କରୁ ବୋଲି ବୈଜୟନ୍ତ ଦାବି କରିଛନ୍ତି। ନଚେତ୍ ହେଲିକପ୍ଟରର ରକ୍ଷଣାବେକ୍ଷଣ ଓ ସୁରକ୍ଷା ବାବଦକୁ ପୁଲିସ ଓ ପ୍ରଶାସନିକ […]

  • Friday, 16 July 2021
c1
ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସତ୍ୟପାଠ ଦାଖଲ କରିବାକୁ ମିଳିଲା ଅଧିକ ସମୟ

ଭୁବନେଶ୍ୱର: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ସତ୍ୟପାଠ ଦାଖଲ କରିବା ପାଇଁ ଅଧିକ ସମୟ ଦିଆଯାଇଛି। ଆସନ୍ତା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଜମାକାରୀମାନେ ଚିଟ୍‌ଫଣ୍ଡ କମିଶନ ଜଷ୍ଟିସ୍‌ ମଦନ ମୋହନ ଦାସଙ୍କ ନିକଟରେ ସତ୍ୟପାଠ ଦାଖଲ କରିପାରିବେ। ପୂର୍ବରୁ କମିଶନଙ୍କ ପକ୍ଷରୁ ୮ଲକ୍ଷ ୧୭ହଜାର ସତ୍ୟପାଠ ହସ୍ତଗତ ହୋଇଥିଲା। ଏହାପରେ ନଭେମ୍ବର ୧୬ରେ ଜମାକାରୀ ମାନେ ସାନି ସତ୍ୟପାଠ ଦାଖଲ କରିପାରିବେ ବୋଲି ଘୋଷଣା କରାଯାଇଥିଲା। ଏଥିପାଇଁ ଶେଷ ତାରିଖ ଡିସେମ୍ବର ୩୧ ରହିଥିଲା। ଏହି ସମୟ […]

  • Friday, 16 July 2021
constable-up
ମାଡ଼ ମାରିଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର : ପୁଲିସକୁ ଓକିଲଙ୍କ ମାଡ଼ ଅଭିଯୋଗ ମାମଲା। ଏନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ। ୨ ପୁଲିସ କର୍ମଚାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ଅାଣି ମହାସଂଘ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ମହାସଂଘ ଅଭିଯୋଗ କରିଛି ଯେ, ସିସିଟିଭିରେ ଓକିଲ ମାଡ଼ ମାରିଥିବା ଦୃଶ୍ୟ ରେକର୍ଡ ହୋଇଛି। ତେଣୁ ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଅାନଗଲେ କାର୍ଯ୍ୟବନ୍ଦ ସହ ମଉନ ପ୍ରତିବାଦ କରାଯିବ ବୋଲି ମହାସଂଘ ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି। ଦରକାର […]

  • Friday, 16 July 2021
b1
ପ୍ରଧାନମନ୍ତ୍ରୀ ମୋଦିଙ୍କ ବଲାଙ୍ଗିର ଗସ୍ତକୁ ନେଇ ଉତ୍ସାହିତ କର୍ମୀ

ବଲାଙ୍ଗିର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ବିଜେପି କ୍ୟାମ୍ପ୍‌ ଚଳଚଞ୍ଚଳ ହୋଇ ଉଠିଛି। ବଲାଙ୍ଗିର ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ପାଇଁ ବିଜେପି ନେତା ଏବଂ କର୍ମୀ ପ୍ରସ୍ତୁତ ହୋଇ ରହିଛନ୍ତି। ମୋଦିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବିଜେପି କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି। ମୋଦିଙ୍କ ଓଡ଼ିଶା ଗସ୍ତ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ସପକ୍ଷକୁ ସୁହାଇବ ବୋଲି ଦଳ ଆଶା ରଖିଛି। ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ […]

  • Friday, 16 July 2021
woman rape
ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ ଓ ଲୁଟ୍‌ପାଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଞ୍ଚଳରେ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ ଓ ଲୁଟ୍‌ପାଟ ଅଭିଯୋଗ । ୪ ଜଣ ଯୁବକ ବାଇକ୍‌ରେ ଅାସି ସଂପୃକ୍ତ ମହିଳାଙ୍କୁ ଫୁଲବାଣୀରେ ପହଞ୍ଚାଇଦେବେ ବୋଲି କହିଥିଲେ। କିନ୍ତୁ ଟିକାବାଲିରୁ ଫେରାଇ ଅାଣି ହାତଗୋଡ଼ ବାନ୍ଧି ସଂପୃକ୍ତ ଯୁବକ ମାନେ ଦୁଷ୍କର୍ମ କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଜାଣନ୍ତୁ ପୁରା ଘଟଣା କଣ ଥିଲା – ଆଜି ସକାଳେ ଚକାପାଦ ଥାନା ଅଞ୍ଚଳର ଜଣେ ମହିଳା […]

  • Friday, 16 July 2021
bjd
ସି-ଭୋଟର ସର୍ଭେରେ ଚମକାଇଲା ଭଳି ରିପୋର୍ଟ ; ଚିତ୍‌ପଟାଙ୍ଗ ମାରିପାରେ ବିଜେଡି !

ଭୁବନେଶ୍ୱର : ସି-ଭୋଟର ସର୍ଭେରେ ଚମକାଇଲା ଭଳି ରିପୋର୍ଟ। ବିଜେଡି ପାଇଁ ପୁଣି ବଜାଇଛି ସତର୍କ ଘଣ୍ଟି। ରାଜ୍ୟରେ ବିଜେଡି ପ୍ରତି ସମର୍ଥନ ଆଶାତୀତ କମୁଥିବା ରିପୋର୍ଟରେ ଦର୍ଶାଯାଇଛି। ଆଜି ନିର୍ବାଚନ ହେଲେ ସାଂଘାତିକ ଘାଟାରେ ପଡିପାରେ ବିଜେଡି। ଗତ ସେପ୍ଟେମ୍ବରରେ ଏବିପି ନ୍ୟୁଜ୍-ସି ଭୋଟର ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ୧୯ରେ ବିଜେଡି ୬ଟି ଲୋକସଭା ଅାସନ ଜିତିବା ନେଇ ପୂର୍ବାନୁମାନ କରାଯାଇଥିଲା। ରାଜ୍ୟର ୨୧ ଅାସନ ମଧ୍ୟରୁ ଏନ୍‌ଡିଏ ୧୩ ଓ ୟୁପିଏ ୨ଟି […]

  • Friday, 16 July 2021
bank
ବ୍ୟାଙ୍କରେ ନିଆଁ ଲାଗି ପୋଡ଼ିଗଲା କମ୍ପ୍ୟୁଟର, ଆସବାବପତ୍ର

ଗଞ୍ଜାମ: ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଡ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପାଇଲିପଡ଼ା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ବ୍ୟାଙ୍କର କମ୍ପ୍ୟୁଟର ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡରେ କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ି ନାହିଁ।

  • Friday, 16 July 2021
central team
ତିତ୍‌ଲି ବାତ୍ୟା କ୍ଷୟକ୍ଷତିର ଅାକଳନ ପାଇଁ ଅାସିଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର : ତିତ୍‌ଲି ବାତ୍ୟା କ୍ଷୟକ୍ଷତିର ଅାକଳନ ପାଇଁ ଅାସିଲା କେନ୍ଦ୍ରୀୟ ଟିମ୍। କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ଏସ୍. କେ. ସାହିଙ୍କ ନେତୃତ୍ୱରେ ଅାସିଥିବା ୭ଜଣିଅା ଟିମ୍ ଅାଜି ଗଂଜାମ ଜିଲ୍ଲାରେ କ୍ଷୟକ୍ଷତିର ଅାକଳନ କରିଛନ୍ତି। ଅାସନ୍ତା କାଲ ଟିମ୍ ଗଜପତି ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ। ଦୁଇ ଜିଲ୍ଲାର ପ୍ରଶାସନ ଏହି କେନ୍ଦ୍ରୀୟ ଟିମ୍‌ଙ୍କୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବାରେ ସହାୟତା କରିବେ। ଟିମ୍‌ ଦୁଇ ଦିନ ଧରି ଦୁଇ ଜିଲ୍ଲାରେ ତିତ୍‌ଲି […]

  • Friday, 16 July 2021
a1
ମୃତ ଅଙ୍ଗନବାଡ଼ି କର୍ମୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପ୍ରତିବାଦ

କେନ୍ଦୁଝର: ମୃତ ଅଙ୍ଗନବାଡ଼ି କର୍ମୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପ୍ରତିବାଦ ଜାରି ରହିଛି।  ଗତକାଲି କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ୍‌ ଧନୁର୍‌ଜୟପୁର ପଞ୍ଚାୟତର କୁସଟିକିରି ଗାଁର ଅଙ୍ଗନବାଡ଼ି କର୍ମୀ କିରଣବାଳା ବାଇକ୍‌ରେ ବସି ଯାଉଥିବା ବେଳେ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ହାଟଡିହି ବ୍ଲକ୍‌ ପରିସରରେ ମୃତଦେହକୁ […]

  • Friday, 16 July 2021
baijayanta
ଖାରବେଳଙ୍କୁ ଅାକ୍ରମଣ ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍

ଭୁବନେଶ୍ୱର : ଅାଳି ପରେ ବାଲେଶ୍ୱରରେ ଖାରବେଳଙ୍କୁ ଅାକ୍ରମଣ ଘଟଣାରେ ଟ୍ୱିଟ୍ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରାଜ୍ୟରେ ସ୍ଥିତି ଦିନକୁ ଦିନ ଖରାପରୁ ଦୟନୀୟ ଅାଡ଼କୁ ଗତି କରୁଛି। ଖାରବେଳ ନିର୍ବାଚନ କମିଶନଙ୍କ ପାଖରେ ଏନେଇ ଅଭିଯୋଗ କରିବା ଦରକାର ବୋଲି ବୈଜୟନ୍ତ ଚ୍ୱିଟରରେ ଲେଖିଛନ୍ତି । ନିର୍ବାଚନ ପାଖେଇ ଅାସୁଥିବା ବେଳେ ରାଜ୍ୟରେ ରାଜନୈତିକ ହିଂସା ବଢିବାରେ ଲାଗିଛି । ବିଶେଷ କରି ଶାସକ ଦଳର ଗୁଣ୍ଡାମାନେ ବିରୋଧୀ ଦଳ ନେତାଙ୍କ ଉପରେ […]

  • Friday, 16 July 2021