ଭୁବନେଶ୍ୱର : ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ କନ୍ଧମାଳର ଜଗା କାଳିଅାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ନବୀନ ଚିଠି ଲେଖି ଉଭୟଙ୍କ ଚିକିତ୍ସା ଜାରି ରଖିବାକୁ କହିଛନ୍ତି। ଯେ ପର୍ଯ୍ୟନ୍ତ ଉଭୟେ ସମ୍ପୂର୍ଣ୍ଣ ଫିଟ୍ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଚିକିତ୍ସା କରାଯାଉ ବୋଲି ନବୀନ କହିଛନ୍ତି। ଉଭୟଙ୍କ ଚିକିତ୍ସା ଖର୍ଚ୍ଚ ଦେବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ଚିଠିରେ ଜଣାଇଛନ୍ତି ନବୀନ। ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବାବେଳେ କନ୍ଧମାଳର […]
କଟକ: ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ଓରଫ୍ ନିକିତା ହତ୍ୟା ମାମଲାରେ ପୁଲିସ୍ ତାଙ୍କ ଶାଶୂ, ଶ୍ୱଶୁରଙ୍କୁ ଅଧିକ ମହଲତ ଦେଇଛି। ଚାଉଳିଆଗଞ୍ଜ ପୁଲିସ୍ ନିକିତାଙ୍କ ଶାଶୂ ଘର ଲୋକଙ୍କୁ ଅଧିକ ସପ୍ତାହେ ମହଲତ ଦେଇଛି। ୭ ଦିନ ଭିତରେ ସେମାନେ ଯଦି ହାଜର ନହୁଅନ୍ତି ତେବେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପୁଲିସ୍ ନିକଟରେ ହାଜର ହେବାକୁ ନିକିତାଙ୍କ ଶ୍ୱଶୂର ଘର ଲୋକେ ଅଧିକ ୧୫ ଦିନ ସମୟ ମାଗିଥିଲେ। ତେବେ ଏହାକୁ ବିଚାର କରି ପୁଲିସ୍ ୭ […]
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ୨ ଛାତ୍ରଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ। କମେଣ୍ଟମରାକୁ ନେଇ ୨ ଛାତ୍ରଗୋଷ୍ଠୀ ମଧ୍ୟରେ ପିଟାପିଟି ପରେ ରଣକ୍ଷେତ୍ର ପାଲଟିଥିଲା କ୍ୟାମ୍ପସ୍। ଟେକା ପଥର, ବାଉଁଶ ଓ କାଠ ଫାଳିଅାରେ ପରସ୍ପରକୁ ଅାକ୍ରମଣ କରିଥିଲେ ଉଭୟ ଗୋଷ୍ଠୀ। କମେଣ୍ଟମରାକୁ ନେଇ ୨ ଦିନ ହେଲାଣି ଉତ୍ତେଜନା ଲାଗି ରହିଥିଲା ତେବେ ଏ ନେଇ କର୍ତ୍ତୃପକ୍ଷ ଧ୍ୟାନ ନଦେବାରୁ ଶେଷରେ ଏଭଳି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ କିଟ୍ […]
ଭୁବନେଶ୍ୱର : ମାତ୍ର ୫ ଦିନ ମଧ୍ୟରେ ସରିଗଲା ବିଧାନସଭାର ଶୀତକାଳୀନ ଅଧିବେଶନ। ଅାଜି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି କରିଛନ୍ତି ବାଚସ୍ପତି ପ୍ରଦୀପ ଅମାତ। ନଭେମ୍ବର ୧୬ରୁ ଅାରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର ୧୫ ଯାଏଁ ଚାଲିବା ପାଇଁ ଧାର୍ଯ୍ୟ ହୋଇଥିଲା। ଢେଙ୍କାନାଳ ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛକଟା ପ୍ରସଙ୍ଗ ଏବଂ ଚାଷୀ ସମସ୍ୟା ଅାଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହୋ ହଲ୍ଲା ହୋଇଥିଲା। ତେବେ ୨୩ଟି କାର୍ଯ୍ୟଦିବସୀୟ ଅଧିବେଶନ ମାତ୍ର ୫ ଦିନ […]
ପାରାଦୀପ : ଅାସନ୍ତା ଡିସେମ୍ବର ୪ରେ ଭାରତୀୟ ନୌସେନା ପାଳନ କରିବ। ନୌସେନା ଦିବସ ଏହାର ଅବ୍ୟବହିତ ପୂର୍ବରୁ ପାରାଦୀପରେ ପହଞ୍ଚିଛି ଭାରତୀୟ ନୌସେନାର ୨ଟି ଯୁଦ୍ଧ ଜାହାଜ ସୁମେଧା ଓ ତିହାୟୁ। ଏହାକୁ ଦେଖିବାକୁ ଜନସାଧାରଣଙ୍କ ଭିଡ଼ ଲାଗିଛି। ପାରାଦୀପରେ ଗଭୀର ସମୁଦ୍ରରେ ଦେଶର ଜଳସୀମାରେ ନୌସେନା କିପରି ପ୍ରତିକୁଳ ପରିସ୍ଥିତିରେ ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରେ, ତାକୁ ଜାଣିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଯାଉଛି। ସୁମେଧା ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ […]
ଭୁବନେଶ୍ୱର: ସରକାରୀ ବସ୍ରୁ ଗୁଟ୍ଖା ଜବତ ହୋଇଛି। ରାଜଧାନୀରେ OSRTC ବସ୍ରେ ଗୁଟ୍ଖା ଚାଲାଣ ହେଉଥିବା ବେଳେ ବାଣିଜ୍ୟିକର ବିଭାଗ ଏହି ଗୁଟ୍ଖା ସବୁକୁ ଜବତ କରିଛି। ଗୋଟିଏ କିମ୍ବା ଦୁଇଟି ନୁହେଁ ୫୦ରୁ ଅଧିକ ଗୁଟ୍ଖା ବସ୍ତାକୁ ବସ୍ରେ ଅଣାଯାଉଥିଲା। ଯାହାକୁ ରାଜଧାନୀରୁ ଜବତ କରାଯାଇଛି। ବ୍ରହ୍ମପୁରରୁ ଭୁବନେଶ୍ୱରକୁ ଖୁଲମ୍ଖୁଲା ଏହି ଚାଲାଣ ହେଉଥିଲା। ଜିଏସ୍ଟିକୁ ଫାଙ୍କିବା ପାଇଁ ଏପରି କରାଯାଉଥିବା ଜଣାପଡ଼ିଛି। ବାଣିଜ୍ୟିକର ବିଭାଗ ପକ୍ଷରୁ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ବସ୍ ଉପରେ […]
ମାଲକାନଗିରି: ସେବାଶ୍ରମରେ ଛାତ୍ରୀମାନେ ଏବେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ମାଲକାନଗିରି ସେବାଶ୍ରମରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ପୀଡ଼ିତା ମାଲକାନଗିରି ଜିଲ୍ଲପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ଏହା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀଙ୍କୁ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପୂରା ଘଟଣାକୁ ଅନୁଧ୍ୟାନ କଲା ପରେ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଥାନାରେ ଏତଲା ଦେଇଛନ୍ତି। ଏହି ମାମଲାରେ ସ୍କୁଲର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକଙ୍କୁ ପୁଲିସ୍ […]
ରାୟଗଡ଼ା : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ପୁଣି ଅାକ୍ରମଣ। ରାୟଗଡ଼ା ଜିଲ୍ଲା କାଶୀପୁରର ଏକ ସଭାମଞ୍ଚରେ ତାଙ୍କୁ ସାଂଘାତିକ ମାଡ଼ ମରାଯାଇଛି। ଅାଉ ଅାକ୍ରମଣର ସେହି ଭିଡ଼ିଓକୁ ସୋସିଅାଲ୍ ମିଡ଼ିଆରେ ନିଜେ ଶେୟାର କରିଛନ୍ତି ଖାରବେଳ। କିଛି ଦିନ ତଳେ ଅାଳିରେ ତାଙ୍କୁ ଅାକ୍ରମଣ କରାଯାଇଥିବାବେଳେ ପୁଣି କାଶୀପୁରରେ ଏଭଳି ଅାକ୍ରମଣ କରାଯାଇଛି। ଖାରବେଳଙ୍କୁ ସଭାମଞ୍ଚରେ ଜନୈକ ଯୁବକ ଅାକ୍ରମଣ କରିଥିବା ଜଣାପଡିଛି। ଏଠାକୁ କାହିଁକି ଅାସିଛ ବୋଲି ପଚାରି ମୁହଁକୁ ଅାକ୍ରମଣ କରିଥିବା […]
ଭୁବନେଶ୍ୱର : ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷାରେ କେନ୍ଦ୍ର ସରକାର ବିଫଳ। ଏହି ଅଭିଯୋଗ ଅାଣି ରାଜଭବନ ସମ୍ମୁଖରେ ପ୍ରତିବାଦ ସଭା କରିଛି ବିଜେଡି। ରାଜ୍ୟର ୨ ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତିର କେନ୍ଦ୍ରୀୟ ଅଂଶର ପରିବର୍ତ୍ତନକୁ ବିରୋଧ କରୁଛି ଦଳ। ଏହାଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ଅାଥିକ ବୋଝ ପଡ଼ିଥିବା ଅଭିଯୋଗ କରିଛି ବିଜେଡି। ପୂର୍ବରୁ କେନ୍ଦ୍ର ସରକାର ଛାତ୍ର ବୃତ୍ତିରେ ୯୦ ପ୍ରତିଶତ ଦେଉଥିବା ବେଳେ ଏବେ ଏହା […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଝାଡ଼େଶ୍ୱର ବସ୍ତିରୁ ପ୍ରାୟ ୨୩ ଗ୍ରାମ୍ର ବ୍ରାଉନ୍ ସୁଗାର ଜବତ ହୋଇଛି। ଏହି ଘଟଣାରେ ପଡ଼ୋଶୀ ପଶ୍ଚିମବଙ୍ଗରୁ ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଜଳେଶ୍ୱରର ଝାଡ଼େଶ୍ୱର ବସ୍ତିରେ ବ୍ରାଉନ୍ ସୁଗାର ବେପାର ଚାଲୁଥବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା। ଏହାକୁ ନେଇ ଅବକାରୀ ବିଭାଗ ବସ୍ତିରେ ଚଢ଼ଉ କରି ଯୁବକଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ।
ଭୁବନେଶ୍ୱର : ଢେଙ୍କାନାଳ ଜିଲ୍ଲା ବଳରାମପୁରରେ ବ୍ୟାପକ ଗଛକଟାକୁ ନେଇ କଂଗ୍ରେସ ଅାଣିଥିବା ମୁଲତବୀ ପ୍ରସ୍ତାବର ଜବାବ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ସେ କହିଛନ୍ତି, ରାଜସ୍ୱ ବିଭାଗରୁ ଜମି ନେଇ ଇଡ୍କୋ ପକ୍ଷରୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ କରାଯାଇଛି।ଏଥିରୁ ୧୨.୦୫ ଏକର ଜମିରେ ବିଅରି ପ୍ଲାଣ୍ଟ ବସାଇବାକୁ ଇଡକୋ ଅନୁମତି ଦେଇଛି। ଜମି ପତିତ କିସମର, ଜଙ୍ଗଲର ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ଗତ ଅଗଷ୍ଟ ୨୪ରେ ଡିଏଫ୍ଓ ଗଛକଟା ଅନୁମତି ଦେଇଥିଲେ […]
ନୀଳଗିରି : ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମ ବ୍ୟାପାରରୁ ଝିଅର ଦାଦାଙ୍କୁ ସଂଘବଦ୍ଧ ଅାକ୍ରମଣ। ନୀଳଗିରିର ରାଜବରହମପୁର ଗାଁର ଜଣେ ଯୁବତୀଙ୍କୁ ସେହି ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା କଥା ଜଣାପଡ଼ିଛି। ତେବେ କୌଣସି କାରଣରୁ ଦୁଇ ଦିନ ତଳେ ଯୁବତୀଙ୍କ ବାପା ମାରଣାସ୍ତ୍ର ଧରି ଯୁବକଙ୍କ ଘରେ ପଶିଥିଲେ। ଏହି ସମୟରେ ଯୁବକଙ୍କ ପରିବାର ଲୋକଙ୍କ ସହ ଯୁକ୍ତିତର୍କ ଏବଂ ପରେ ଗଣ୍ଡଗୋଳ ହୋଇଥିଲା। ପୁଲିସର କହିବା ଅନୁସାରେ ଯୁବକଙ୍କ ପରିବାରଲୋକେ ମିଶି […]
କଟକ: ଆସନ୍ତାକାଲି ନେତାଜୀ ଜୟନ୍ତୀ। ଏଥିପାଇଁ କଟକ ଓଡ଼ିଆ ବଜାର ସ୍ଥିତ ଜାନକୀ ନାଥ ଭବନ ଚଳଚଞ୍ଚଳ ହୋଇଉଠିଛି। ଚଳିତ ବର୍ଷ ନେତାଜୀଙ୍କ ସମ୍ବନ୍ଧରେ କିଛି ନୂଆ ତଥ୍ୟ ଓ ଫଟୋ ସମ୍ବଳିତ ପୁସ୍ତକ ଉନ୍ମୋଚନ କରାଯିବ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଚଳିତ ବର୍ଷ ନେତାଜୀଙ୍କ ଉପରେ ଆଧାରିତ ପୁସ୍ତକ ନେତାଜୀ ସୁଭାଷ ଆଣ୍ଡ ଓଡ଼ିଶା ଗ୍ୟାଲେରିରେ ସ୍ଥାନ ପାଇବ। ଏହି ପୁସ୍ତକରେ ନେତାଜୀଙ୍କ ଅନେକ ଦୁର୍ଲଭ ଫଟୋ ସ୍ଥାନ ପାଇଛି। ଅନ୍ୟପଟେ ଓଡ଼ିଶା ଲଳିତ […]
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବଳରାମପୁର ଗାଁରେ ବୃକ୍ଷରୋପଣ କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଅାଜି ସ୍ଥାନୀୟ ଲୋକଙ୍କ ସହ ମଦ କାରଖାନା ପାଇଁ ଜଙ୍ଗଲ କଟାଯାଇଥିବା ସ୍ଥାନରେ ବୃକ୍ଷରୋପଣ କରିଛନ୍ତି। ତା ସହ ଜଙ୍ଗଲ କଟାକୁ ଗାଁ ଲୋକେ ସମ୍ମିଳିତ ବିରୋଧ କରିଥିବାରୁ ଏଥିପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ବୈଜୟନ୍ତ ଅାଜି ବଳରାମପୁର ଗାଁରେ ବୃକ୍ଷରୋପଣ ବେଳେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ୩ ଜଣ ଯୁବକ ବିରୋଧ କରିଥିବା ଦେଖିବାକୁ […]
ରାୟଗଡ଼ା : ପେପର ପ୍ଲେଟ୍ କାରଖାନାରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ। ରାୟଗଡ଼ା ସହର ଉପକଣ୍ଠରେ ଥିବା ଏକ ପେପର ପ୍ଲେଟ୍ କାରଖାନାର ଏହି ଅଗ୍ନିକାଣ୍ଡ ଘଟିଛି। ରୟତ କଲୋନୀସ୍ଥିତ ସେଭେନଥ୍ ଲେନରେ ଥିବା ସାଇ ପେପର କାରଖାନାରେ ଅାଜି ସକାଳ ପ୍ରାୟ ୯ଟା ବେଳେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା ପରେ ଦମକଳ ବାହିନୀ ଅାସି ନିଆଁକୁ ଅାୟତ୍ତ କରିଥିଲା। ନିଆଁ ଲିଭା କାର୍ଯ୍ୟରେ ଦୁଇଟି ଦମକଳ ନିୟୋଜିତ ହୋଇଥିଲେ। […]
ମୟୂରଭଞ୍ଜ: ଗଜରାଜ ଏବେ ସହର ମୁହାଁ ହୋଇଛନ୍ତି। ମୟୂରଭଞ୍ଜ କରଞ୍ଜିଆରେ ଥିବା ବିଶ୍ୱବନ୍ଧୁ ସେବାଶ୍ରମର ପାଚେରି ଭାଙ୍ଗି ହାତୀପଲ ଭିତରେ ପଶିଛନ୍ତି। ହାତୀପଲ ସେବାଶ୍ରମର ଦୁଇଟି ଘରକୁ ଭାଙ୍ଗିବା ସହ ରୋଷେଇ ଘର କାନ୍ଥ ଭାଙ୍ଗି ପ୍ରବଳ ଉତ୍ପାତ କରିଛନ୍ତି। ଚାଉଳ ସହ ରୋଷେଇ ସାମଗ୍ରୀ ମଧ୍ୟ ସେମାନେ ଖାଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ୨୨ଟି ହାତୀ ସେବାଶ୍ରମ ଭିତରେ ପଶିଥିଲେ। ତେବେ ଅନ୍ତେବାସୀଙ୍କର କୌଣସି କ୍ଷୟକ୍ଷତି ହୋଇନଥବା ସୂଚନା ମିଳିଛି।
ଭୁବନେଶ୍ୱର : ଏୟାର ଓଡ଼ିଶାକୁ ଶକ୍ତ ଝଟକା। ଏୟାର ଓଡ଼ିଶାର ୫୦ଟି ଉଡାଣ ରୁଟ୍କୁ ବାତିଲ କରିଛି ବେସାମରିକ ଚଳାଚଳ ମନ୍ତ୍ରଣାଳୟ। ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର ଅନ୍ୟ ସ୍ଥାନକୁ ଏବେ ଉଡ଼ାଣ କରିପାରିବ ନାହିଁ ଏୟାର ଓଡ଼ିଶା ବିମାନ। ଖରାପ ପ୍ରଦର୍ଶନ ପାଇଁ କମ୍ପାନିର ରୁଟ୍କୁ ବାତିଲ୍ କରିଛନ୍ତି କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟ। ଏନେଇ ଅାଜି ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି VSS ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ। ଗତ ସେପ୍ଟେମ୍ବର ୨୨ […]
ପୁରୀ : ଶ୍ରୀମନ୍ଦିର ବ୍ରହ୍ମ ବିଭ୍ରାଟ ମାମଲାରେ ରିପୋର୍ଟ ହେବନି ସାର୍ବଜନୀନ। ସମ୍ବେଦନଶୀଳ ମାମଲା ଥିବାରୁ ଏହାକୁ ସାର୍ବଜନୀନ କରାଯିବ ନାହିଁ ବୋଲି ପୁଣି ଥରେ ଦୋହରେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଅାଜି ଏନେଇ ପ୍ରତିକ୍ରିୟା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି, ନୋଟିସ୍ ହୋଇଥିବା ସେବାୟତଙ୍କ ମଧ୍ୟରୁ ୪ ଜଣ ଜବାବ ରଖିଛନ୍ତି। ବ୍ରହ୍ମ ବିଭ୍ରାଟ ମାମଲାରେ ୧୦ ଜଣ ସେବାୟତଙ୍କୁ ନୋଟିସ୍ ହୋଇଥିଲା। ତେବେ ଏନେଇ ସମ୍ପୂର୍ଣ୍ଣ ତଦନ୍ତ ପରେ ରିପୋର୍ଟ ଅାସିବ। […]
ଭୁବନେଶ୍ୱର : ଭୁବନେଶ୍ୱର ରାଜଭବନରେ ସମସ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସମ୍ପାଦକଙ୍କୁ ଭେଟିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ଅବସରରେ ସବୁ ବିଶ୍ୱବିଦ୍ୟାଳୟରେ ନୈତିକ ଶିକ୍ଷା ପାଇଁ ସ୍ୱତନ୍ତ୍ର ବିଭାଗ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ ରାଜ୍ୟପାଳ। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ‘ଲିଅନ୍’ ବ୍ୟବସ୍ଥା ଉଚ୍ଛେଦ କରିବା ଉଚିତ୍ ବୋଲି ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ କହିଥିଲେ। ଏଥିସହ ଅନୁସୂଚିତ ଜନଜାତିର ଲୋକେ କିପରି ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହର କରିପାରିବେ, ତା […]
ଭୁବନେଶ୍ୱର : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାରକୁ ନେଇ ସାରା ରାଜ୍ୟରେ ତେଜିବାରେ ଲାଗିଛି କ୍ଷୋଭ ଓ ଅସନ୍ତୋଷ। ରାଜ୍ୟର ସବୁ ଅଞ୍ଚଳର ସାମ୍ବାଦିକମାନେ ଏହି ଘଟଣାକୁ ଭର୍ତ୍ସନା କରିଛନ୍ତି। କହିଛନ୍ତି, ଓଟିଭି କୌଣସି ଭୁଲ୍ କରି ନାହିଁ ବରଂ କ୍ରୀଡ଼ା ସଚିବ ଓଟିଭି ସାମ୍ବାଦିକଙ୍କୁ ଏପରି ବ୍ୟବହାର କରି ବଡ଼ ଭୁଲ୍ କରିଛନ୍ତି। ଗଣମାଧ୍ୟମକୁ କିଭଳି ବ୍ୟବହାର ଦେଖାଇବା ଉଚିତ, ତାହା ବରିଷ୍ଠ ପ୍ରଶାସକ ଶିଖିବା ଉଚିତ ବୋଲି ମତ ଦେଇଛନ୍ତି ସାମ୍ବାଦିକ ଓ […]
ବାଲେଶ୍ୱର : ଡଙ୍ଗା ସହ ସେଲ୍ଫି ନେବା ବେଳେ ଭାସିଗଲେ ୨ ଜଣ ଯୁବକ। ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଏହି ଅଘଟଣ ଘଟିଛି। ଦୁଇଜଣ ଯୁବକ ଡଙ୍ଗା ଭସାଇବା ପରେ ପାଣି ଭିତରେ ଏହାର ସେଲ୍ଫି ନେଉଥିଲେ। ଏତିକି ବେଳେ ନିୟନ୍ତ୍ରଣ ହରାଇ ସମୁଦ୍ରରେ ଭାସିଯାଇଥିଲେ। ତେବେ ସେଠାରେ ଉପସ୍ଥିତ ଥିବା NDRF ଟିମ୍ ଉଭୟଙ୍କୁ ଉଦ୍ଧାର କରି କୂଳକୁ ଅାଣିଥିଲ।
ଭୁବନେଶ୍ୱର: ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଭୋଟର ତାଲିକା ସଂଶୋଧନ ପରେ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ବୃଦ୍ଧି ହୋଇଛି। ଏବେ ରାଜ୍ୟର ଭୋଟର ସଂଖ୍ୟା ୩ କୋଟି ୧୮ ଲକ୍ଷ ୭୮୭ ରହିଛି। ସଂଶୋଧନ ପୂର୍ବରୁ ଭୋଟର ସଂଖ୍ୟା ୩, ୧୨, ୫୨, ୩୩୩ ଥିଲା। ଏହି ସଂଖ୍ୟା ବଢ଼ି ୫ ଲକ୍ଷ ୩୯ ହଜାର ୪୫୪ ହୋଇଛି। ଭୋଟର ତାଲିକାରେ ୧୧, ୯୮, ୮୧୯ ଭୋଟର ଅନ୍ତର୍ଭୁକ୍ତ ହୋଇଛନ୍ତି। ତେବେ ୬ […]
ଭୁବନେଶ୍ୱର : ପିପିଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷର ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଚୁଡ଼ି ପିନ୍ଧା ଅଭିଯାନରେ ବିଜେପି ମହିଳା ମୋର୍ଚ୍ଚାର ନେତା ଓ କର୍ମୀ ସାମିଲ ହୋଇଥିଲେ। ସେମାନେ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ୍ ମହିଳା କର୍ମୀଙ୍କୁ ଅଟକାଇଥିଲା। ଲୋୟର ପିଏମ୍ଜି, ସଚିବାଳୟ ଓ ଶିଶୁଭବନ ଛକରେ ହଜାର ହଜାର ସଂଖ୍ୟାରେ ମହିଳା କର୍ମକର୍ତ୍ତା ସରକାରୀ ବିରୋଧୀ ସ୍ଲୋଗାନ୍ ଦେଇ ବିକ୍ଷୋଭ କରିଥିଲେ। […]
ପାରାଦୀପ : ପାରାଦୀପରେ ଗତକାଲି ଉଦଘାଟିତ ହୋଇଛି କଳିଙ୍ଗ ବାଲିଯାତ୍ରା। ତେବେ ଏହି ଉଦଘାଟନ ବେଳେ ତୁତୁ ମେମେ ଦେଖିବାକୁ ମିଳିଛି। ମଞ୍ଚରେ ଉପସ୍ଥିତ ଥିବା ଅତିଥି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସ୍ଥାନୀୟ ବିଧାୟକ ଦାମୋଦର ରାଉତ କଟାକ୍ଷ କରିଛନ୍ତି। ପ୍ରତାପ ଅାଗ ନିଜ ଘର ସମ୍ଭାଳନ୍ତୁ ବୋଲି ଭାଷଣ ଛଳରେ କହିଥିଲେ ଦାମ. କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ବେଳେ ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ ପାରାଦୀପ ବିଧାୟକ ଦାମୋଦର ରାଉତ ଓ ମନ୍ତ୍ରୀ ପ୍ରତାପ ଜେନା। […]
ଝାଡ଼ଖଣ୍ଡ : ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କୁ ସଫଳତା। କୋଲାବିରା ଝପଲା ଜଙ୍ଗଲରେ PLFI କମାଣ୍ଡର ବିଜୟ ଡାଙ୍ଗକୁ ଏନ୍କାଉଣ୍ଟର କରିଛନ୍ତି ଯବାନ। PLFI କମାଣ୍ଡର ବିଜୟ କିଛି ଦିନ ଧରି ଝାଡ଼ଖଣ୍ଡ-ଓଡ଼ିଶା ସୀମାରେ ବେଶ୍ ସକ୍ରିୟ ଥିଲା।ବିଭିନ୍ନ ଅପରାଧିକ ମାମଲା ବିଜୟ ନାଁରେ ରହିଛି। ମୃତ PLFI କମାଣ୍ଡରର ଘର ସୁନ୍ଦରଗଡ଼ ରାୟବଗା ଅଞ୍ଚଳରେ ବୋଲି ସୂଚନା ମିଳିଛି।