ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ରାଜ୍ୟରେ ଆୟୂଷ ହସ୍ପିଟାଲ ପ୍ରତିଷ୍ଠା ହୋଇ ପାରୁନାହିଁ ବୋଲି କହିଛନ୍ତି କେନ୍ଦ୍ର ଆୟୂଷ ମନ୍ତ୍ରୀ ଶ୍ରୀପଦ ନାୟକ। ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୂଷ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ନାୟକ ଜଣାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ପ୍ରତିଷ୍ଠା କାର୍ଯ୍ୟ ବିଳମ୍ବ ହେଉଛି। ବ୍ରହ୍ମପୁର ଓ ଢେଙ୍କାନାଳରେ ପ୍ରସ୍ତାବିତ ହସ୍ପିଟାଲ ପାଇଁ ଖର୍ଚ୍ଚର ରିପୋର୍ଟ ଏଯାଏ ରାଜ୍ୟ […]
ବଲାଙ୍ଗିର : ବ୍ୟାଙ୍କ୍ ଭିତରେ ମ୍ୟାନେଜରଙ୍କୁ ଗୁଳି ମାଡ଼। ବଲାଙ୍ଗିର ଜିଲ୍ଲା ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଗୁଳି କରାଯାଇଛି। ଲୁଟ୍ ଉଦ୍ଦେଶ୍ୟରେ ବ୍ୟାଙ୍କ୍ ଭିତରେ ଦୁର୍ବୃତ୍ତ ଗୁଳି କରିଥିବା ସୂଚନା ମିଳିଛି। ମ୍ୟାନେଜରଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି। ଗୁରୁତର ମ୍ୟାନେଜରଙ୍କୁ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା। ପରେ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍ ହୋଇଛି କିଛି ସ୍ପଷ୍ଟ ହୋଇନି। ଟିଟିଲାଗଡର ମୁଖ୍ୟରାସ୍ତାରେ ଚେକିଂକୁ […]
ରାଉରକେଲା : ସ୍ୱାମୀଙ୍କ ପ୍ରେମିକା ଉପରେ ସ୍ତ୍ରୀର ଏସିଡ୍ ମାଡ଼। ପୀଡ଼ିତା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଅଂଚଳରେ। ଅଭିଯୋଗ ଅନୁସାରେ, ଏହି ଅଂଚଳର ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ଥିଲା। ଏହାକୁ ତାଙ୍କ ପତ୍ନୀ ବିରୋଧ କରି ଆସୁଥିଲେ। ଆଜି ସଂପୃକ୍ତ ବ୍ୟକ୍ତି ଜଣକ ପ୍ରେମିକାଙ୍କ ସହ ଷ୍ଟେସନ ନିକଟରେ ଛିଡା ହୋଇଥିବାବେଳେ ରାଗରେ ତାଙ୍କ ପତ୍ନୀ ପ୍ରେମିକାଙ୍କ ଉପରକୁ ଏସିଡ୍ […]
ଗଜପତି: ଗଜପତିର ଚନ୍ଦ୍ରଗିରି ସ୍ଥିତ ଜିରାଙ୍ଗ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୬୭ କୋଟି ଟଙ୍କାର ୧୨୯ଟି ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସେ ୧୪ କୋଟି ଟଙ୍କା ବ୍ୟୟରେ ୯୮ ଗୋଟି ପ୍ରକଳ୍ପର ଶିଳ୍ୟାନାସ କରିଛନ୍ତି। ଜିରାଙ୍ଗରେ ଆୟୋଜିତ ସମାବେଶରେ ନବୀନ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଗୁରୁ ପଦ୍ମ ସମ୍ଭବଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗଜପତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ପୁରୀ: ୯ ଦଫା ଦାବିରେ ପୁରୀ ଜିଲ୍ଲା ମେଡିକାଲ୍ ଠିକା କର୍ମଚାରୀ ସଙ୍ଘ କର୍ମଚାରୀମାନେ କଳାବ୍ୟାଚ୍ ପରିଧାନ କରି ଆନ୍ଦୋଳନ ଡାକରା ଦେଇଛନ୍ତି। ଜିଲ୍ଲା ସଦର ଚିକିତ୍ସାଳୟ ସମ୍ମୁଖରେ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। ଏଥିସହିତ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି। ଦୀର୍ଘ ୧୦ମାସ ହେଲା ଦରମା ମିଳୁନଥିବାରୁ ପରିବାର ପ୍ରତିପୋଷଣ କରିବା ମୁସ୍କିଲ୍ ହୋଇପଡ଼ିଥିବା ଚିକିତ୍ସାକାରୀଙ୍କୁ ଗୁହାରି କରିଛନ୍ତି ସଙ୍ଘର କର୍ମକର୍ତ୍ତା। ଦାବି ପୂରଣ ନ ହେଲେ ଆଗାମୀ ୨୩ତାରିଖଠାରୁ କାର୍ଯ୍ୟବନ୍ଦ […]
ଗଞ୍ଜାମ : ରାଜ୍ୟରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଫସଲ କ୍ଷତି ସାଙ୍ଗକୁ ଋଣ ଭାର ଚିନ୍ତାରେ କୀଟନାଶକ ପିଇ ଜୀବନ ହାରିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଟଙ୍କାଛାଇ ଗାଁର ଚାଷୀ ସନ୍ୟାସୀ ସ୍ୱାଇଁ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ତିତ୍ଲି ବାତ୍ୟା ଏବଂ ପରବର୍ତ୍ତୀ ବନ୍ୟାରେ ସନ୍ୟାସୀଙ୍କ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହୋଇଥିଲା। ତା ସାଙ୍ଗକୁ ଋଣ ଭାର […]
ବ୍ରହ୍ମପୁର : ବ୍ରହ୍ମପୁର ଗୋସାଣୀ ନୂଆଗାଁ ଥାନା ଅନ୍ତର୍ଗତ ଅନ୍ନପୂର୍ଣ୍ଣା ନଗରରେ ସେକ୍ସ ରାକେଟ ଠାବ। ଏକ ଭଡ଼ା ଘରେ ଏହି ରାକେଟ ଚାଲିଥିବାବେଳେ, ପୁଲିସ ଅଚାନକ ଚଢାଉ କରି ଜଣେ ଯୁବତୀ ଓ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରେ ଜଣେ ପୁରୀ ଅଂଚଳର। ତେବେ ଘଟଣା ସ୍ଥଳରୁ ସେକ୍ସ ରାକେଟର କିଙ୍ଗ୍ପିନ୍ ଫେରାର ହୋଇଯାଇଛି।
ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ରେ ବାର୍ଡ ଫ୍ଲୁ ସ୍ଥିତି ଗମ୍ଭୀର। ଆଠଟି ଟିମ୍ ଗଠନ କରାଯାଇ କୁକୁଡ଼ା ମରା ଚାଲିଛି। ମାଲୁଦ ଓ ପଥର ଘାଟିର ଦୁଇଟି ଫାର୍ମରୁ ୪ ଶହ କୁକୁଡ଼ା ଆଗରୁ ମରାଯାଇଛି। ବିଶୋଧକ ଦ୍ୱାରା ସେହି ଫାର୍ମଗୁଡ଼ିକର ଶୋଧନ କରାଯାଇଛି। ୧୫ ତାରିଖରୁ ଘରେ ଥିବା କୁକୁଡ଼ାଙ୍କୁ ମରାଯାଉଛି। ମାଲୁଦ, ବୁଡ଼ ସାହି, ସାନ ସାହି, ବୁଧିବର, ନୂଆ ସାହି ଆଦି ଗାଁରେ ଘରକୁ ଘର ଯାଇ କୁକୁଡ଼ା ମରାଯାଉଛି। […]
ବାଲେଶ୍ୱର : ୨ ଜଣ ନାବାଳକଙ୍କ ସଲିଳ ସମାଧି। ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଭୋଗରାଇ ବ୍ଲକ୍ ନାରୟଣପୁର ଗାଁରେ। ଗାଁ ପୋଖରୀରେ ବୁଡ଼ି ୨ ଜଣ ନାବାଳକ ମୃତ୍ୟୁ ହୋଇଛି। ପୋଖରୀ ନିକଟରେ ଖେଳୁଥିବା ବେଳେ ୨ଜଣ ସଂପର୍କୀୟ ଭାଇ ପୋଖରୀରେ ବୁଡିଯାଇଥିଲେ। ଆଜି ଅପରାହ୍ନରେ ଗାଁର ରାଜକୁମାର ସାହୁଙ୍କ ୩ ବର୍ଷ ପୁଅ ଓ ରଞ୍ଜନ କୁମାର ସାହୁଙ୍କ ୪ ବର୍ଷର ପୁଅ ଖେଳୁଥିବା ବେଳେ ଅଜାଣତରେ ପୋଖରୀରେ ବୁଡିଯାଇଥିଲେ। […]
କଳାହାଣ୍ଡି : ସ୍କୁଲରେ କଳଙ୍କ। ନବମ ଶେଣ୍ରୀ ଛାତ୍ରୀଙ୍କ ସହ ପ୍ରଧାନ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ। କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର ଏକ ସରକାରୀ ହାଇସ୍କୁଲରେ ଏହି ଘଟଣା ଘଟିଛି। ଗତ ଗଣେଶ ପୂଜା ଦିନ ଦୁଷ୍କର୍ମ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ପୀଡିତା ଜଣଙ୍କ ଭୟରେ କାହାରିକୁ କହିନଥିଲେ। କାହାରିକୁ କହିଲେ, ମାଟ୍ରିକ ପରୀକ୍ଷା କରାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ। ତେବେ ପୀଡିତା ଜିଲ୍ଲାପାଳଙ୍କୁ ଫେରାଦ ହେବା ପରେ ଘଟଣା ପଦାକୁ […]
ବ୍ରହ୍ମପୁର: ବାପାକୁ ପିଟି ପିଟି ହତ୍ୟା କଲା ପୁଅ। ବ୍ରହ୍ମପୁରରେ ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ଲାଠି ଗାଁରେ ମଦ୍ୟପ ପୁଅ ଏପରି କାଣ୍ଡ ଘଟାଇଥିବା ଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଲାଠି ଗାଁର ସୀମାଞ୍ଚଳ ନାୟକ ବାପା ଅଭିନାୟକଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୀମାଞ୍ଚଳ ମଦ ପିଇ ଘରକୁ ଆସିଥିଲେ। କିଛି ଟଙ୍କା ପାଇଁ ତାଙ୍କର ବାପାଙ୍କ ସହ ଯୁକ୍ତିତର୍କ ହୋଇଥିଲା। […]
ଭୁବନେଶ୍ୱର : ଆଉ ପାଦେ ଆଗେଇବ ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ ବ୍ୟବସ୍ଥା। ଏବେ ଘରୁ ବସି ଅନ୍ଲାଇନ୍ରେ ଜଣେ ବ୍ୟକ୍ତି ତାଙ୍କ ସାମଗ୍ରୀ ବାହାରକୁ ବିମାନ ଯୋଗେ ପଠେଇ ପାରିବ। ଖାସ୍ ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦର ପରିସରରେ ଆରମ୍ଭ ହେବାକୁ ଯାଉଛି ଇଲେକ୍ଟ୍ରୋନିକ୍ ଡାଟା ଇଣ୍ଟରଚେଞ୍ଜ ବା ଇଡିଆଇ ବ୍ୟବସ୍ଥା। ଇଡିଆଇ ମାଧ୍ୟମରେ ସାମଗ୍ରୀ ପଠାଇବା ସୁବିଧାଜନକ ହେବ ଓ ଏଥିରେ ବ୍ୟବସାୟୀମାନେ ବେଶ୍ ଉପକୃତ ହେବେ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହି […]
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲେ ଓଡ଼ିଶା ପୁଲିସ୍ ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ। ଆଜି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହ ସଂଘ ସଭାପତିଙ୍କ ଆଲୋଚନା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି। ୪ ଦଫା ଦାବିରେ କଳାବ୍ୟାଜ୍ ପିନ୍ଧି ଆଜି ମହାସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ତେବେ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଛି। ହାବିଲଦାର ସିପାହୀ କନେଷ୍ଟବଳଙ୍କ ଦାବି ଆଜି ସନ୍ଧ୍ୟା ସୁଦ୍ଧା ପୂରଣ ହେବ ବୋଲି ଡିଜିପି କହିଛନ୍ତି। ଏହାସହ ଏଣିକି ସ୍ୱାସ୍ଥ୍ୟଗତ ସମସ୍ୟା […]
ଭୁବନେଶ୍ୱର : ଆସନ୍ତା ୪ ତାରିଖରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ ହେବ ଶିଶିର ସରସ। ଏହି ମେଳାରେ ୨୪ଟି ରାଜ୍ୟ ସମେତ ଓଡ଼ିଶାର ୩୦ଟି ଜିଲ୍ଲାର ଶିଳ୍ପୀ, କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ନିଜ ନିଜର ଦ୍ରବ୍ୟ ଆଣି ବିକ୍ରି କରିବେ। ଏଥି ପାଇଁ ପ୍ରାୟ ୩୦୨ ଷ୍ଟଲର ବ୍ୟବସ୍ଥା ହୋଇଛି। ଆସନ୍ତା ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଓରମାସ ଏହି ପ୍ରଦର୍ଶନୀକୁ ଆୟୋଜନ କରିବ। ଚଳିତ ବର୍ଷ […]
ଭୁବନେଶ୍ୱର : କୃଷି ଋଣ ଛାଡ଼ ନେଇ ମୋଦି ସରକାର ବିରୋଧରେ ରାହୁଲଙ୍କ ଗର୍ଜନ। ଏପଟେ ରାଜ୍ୟରେ ବି ଜୋର୍ ଧରିଲାଣି ସମାନ ଦାବି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ କଂଗ୍ରେସ ସରକାର କୃଷିଋଣ ଛାଡ଼ ଘୋଷଣା କରିବା ପରେ ଓଡ଼ିଶା ସରକାରଙ୍କ ଉପରେ ବଢୁଛି ଚାପ। ବିରୋଧୀ କଂଗ୍ରେସ୍ ଓ ବିଜେପି ରାଜ୍ୟରେ କ୍ଷମତାକୁ ଫେରିଲେ ଋଣ ଛାଡ଼ କରାଯିବ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି। ବଡ଼ ପ୍ରଶ୍ନ, କଣ ହେବ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ? […]
ଭୁବନେଶ୍ୱର : ଭୁବନେଶ୍ୱର ପଥରବନ୍ଧ ବସ୍ତିରେ ବୋମାମାଡ଼। ଏହି ବସ୍ତିରେ ଥିବା ମନୁ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ପ୍ରଶାନ୍ତ ବିଷୋୟୀ ନାମକ ଜଣେ ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଦୁର୍ବୃତ୍ତ ପ୍ରଶାନ୍ତ ଫେରାର ହୋଇଯାଇଛି। ଗଣ୍ଡଗୋଳ ପାଇଁ ଭୁଲ ମାଗିବା ବାହାନାରେ ଏହି ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ସୂଚନା ମୁତାବକ,କିଛି ଦିନ ତଳେ ପ୍ରଶାନ୍ତ ଜେଲରୁ ବାହାରିଛି। ପୂର୍ବରୁ […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରୁ ଲାଲ୍ ବାହିନୀର କ୍ୟାମ୍ପ୍ ଠାବ ହୋଇଛି। ବୋଡେନ୍ ଥାନା ଅନ୍ତର୍ଗତ କାଟ୍ଫାର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ୍ ଠାବ କରାଯାଇଛି। ଜଙ୍ଗଲରେ ଏସ୍ଓଜି ଯବାନଙ୍କ କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ କ୍ୟାମ୍ପ୍ ନେଇ ସୂଚନା ମିଳିଥିଲା। ମାଓବାଦୀଙ୍କ କ୍ୟାମ୍ପ୍ରୁ ୫ଟି ଟିଫିନ୍ ବୋମା ସହ ବହୁ ସାମଗ୍ରୀ ଜବତ ହୋଇଛି।
ଢେଙ୍କାନାଳ: ‘ଡାଡି’ଙ୍କ ନାଁରେ ଚାର୍ଜସିଟ୍ ଦାଖଲ। ବହୁଚର୍ଚ୍ଚିତ ଢେଙ୍କାନାଳ ବେଲଟିକିରି ସେଲଟର୍ ହୋମ୍ ଯୌନ ନିର୍ଯାତନା ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ମୁଖ୍ୟ ଅଭିଯୁକ୍ତ ଫୟାଜ୍ ରେହମାନ୍ଙ୍କ ନାଁରେ ଢେଙ୍କାନାଳ ପୁଲିସ୍ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟ୍ରେ ସେଲଟର୍ ହୋମ୍ର ଇନ୍ଚାର୍ଜ ସୀମାଞ୍ଚଳ ନାୟକ ଓ ଅନ୍ୟ ଅଭିଯୁକ୍ତଙ୍କ ନାମ ମଧ୍ୟ ରହିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଫୟାଜ ନାଁରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା, ଧର୍ମାନ୍ତରୀକରଣ ଭଳି ସଙ୍ଗୀନ ଅଭିଯୋଗ ରହିଛି। ଅନ୍ୟପଟେ ଗିରଫ […]
ଝାରସୁଗୁଡ଼ା : ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଝାରସୁଗୁଡ଼ା ଏଡିଏମ୍ଓ ଉଷାରାଣୀ ଦାସ। ହସ୍ପିଟାଲ୍ର ସିଭିଲ୍ କାମର ବିଲ୍ ପାସ୍ କରାଇବା ପାଇଁ ସେ ଦେବରାଜ ବାରିକଙ୍କଠାରୁ ୫ହଜାର ଟଙ୍କା ଦାବି କରିଥିଲେ। ଏନେଇ ଦେବରାଜ ଝାରସୁଗୁଡ଼ା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଦେବରାଜ ଆଜି ଉଷାରାଣୀଙ୍କୁ ମେଡିକାଲ୍ରେ ଟଙ୍କା ଦେଉଥିଲେ। ଏହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। […]
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ୩ ପୁଲିସ୍ କର୍ମଚାରୀ ସଂଘ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜିଠାରୁ କଳାବ୍ୟାଜ୍ ପିନ୍ଧି ଓଡ଼ିଶା ପୁଲିସ୍ ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ, ଓଡ଼ିଶା ପୁଲିସ୍ ସଂଘ ଏବଂ ଓଡ଼ିଶା ପୁଲିସ୍ ସେବା ସଂଘ ଆନ୍ଦୋଳନ କରୁଛନ୍ତି। ଏହି ୩ ସଂଘର ପ୍ରାୟ ୬୦ ହଜାର କର୍ମଚାରୀ ଓ ଅଫିସର୍ କଳା ବ୍ୟାଚ୍ ପିନ୍ଧି ଡ୍ୟୁଟି କରୁଛନ୍ତି। ଦରମା ବୃଦ୍ଧି, ଠିକା ନିଯୁକ୍ତି ଉଚ୍ଛେଦ, ସମସ୍ତ ପ୍ରକାର ଭତ୍ତା ଓ ଗ୍ରେଡ୍ ପେ ବୃଦ୍ଧି, ସ୍ୱାସ୍ଥ୍ୟ […]
ଭୁବନେଶ୍ୱର : ଓଡିଆ ଚେସ୍ କୁଇନ୍ ପଦ୍ମିନୀ ରାଉତଙ୍କୁ ସଫଳତା। ଏସିଆନ୍ ମହିଳା ଚାମ୍ପିଅନ୍ସିପରେ ସ୍ୱର୍ଣ୍ଣପଦକ ଜିତିଲେ ପଦ୍ମିନୀ। ଫିଲିପାଇନ୍ସର ମକାଟିରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ୯ ରାଉଣ୍ଡରୁ ୭ ପଏଣ୍ଟ ପାଇଁ ସେ ଚାମ୍ପିଅନ ହୋଇଛନ୍ତି। ଏଥିସହ ଆସନ୍ତା ୨୦୨୦ ମସିହାରେ ହେବାକୁ ଥିବା ମହିଳା ବିଶ୍ୱକପ୍ ଚେସ୍ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଇଣ୍ଟରନ୍ୟାସନାଲ ମାଷ୍ଟର ପଦ୍ମିନୀ ରାଉତ।
ସୁନ୍ଦରଗଡ଼ : ଆନ୍ଧ୍ରପ୍ରଦେଶ ବିଜୟନଗରରେ ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା। ଦରମା ମାଗିବାରୁ ମାଲିକ ଜଣେ ଶ୍ରମିକ ଉପରକୁ ଏସିଡ୍ ଫିଙ୍ଗିଥିବା ବେଳେ ଆଉ ଜଣକର ଅଙ୍ଗୁଳି କାଟି ଦେଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର କିଛି ଦାଦନ ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି। ହେମଗିରିର ୧୨ଜଣ ବିଜୟନଗରରେ ଇଟାଭାଟିରେ କାମ କରୁଥିଲେ। ଦରମା ମାଗିଲେ ମାଲିକ ଟଙ୍କା ଦେବା ତ ଦୂରର କଥା ପାଟି ଫିଟାଇଲେ ମାଡ଼ ମାରୁଥିଲା। ଏପରିକି […]
ବାଲେଶ୍ୱର: ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଚାଷୀମାନଙ୍କ ରାଗ ପଞ୍ଚମର ଚଢ଼ିଛି। ଏଥିପାଇଁ ଚାଷୀମାନେ ସମବାୟ ସମିତିରେ ତାଲା ପକାଇବା ସହିତ ସଭାପତିଙ୍କୁ ଗଛରେ ବାନ୍ଧି ଅଟକ ରଖିଛନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଆଳଦା ସେବା ସମବାୟ ସମିତିରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। ସେଠାରେ ୧୮ହଜାର କ୍ୱିଣ୍ଟାଲ୍ ଧାନ କିଣିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ମାତ୍ର ୪ହଜାର କ୍ୱିଣ୍ଟାଲ୍ ଧାନ କିଣା ଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ […]
ଭୁବନେଶ୍ୱର : ରାଜ୍ୟରେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି। ତାସହ ଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ରାଜ୍ୟବ୍ୟାପୀ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ କରି ବିଜେପି ଆଜିଠାରୁ ଆସନ୍ତା ୭ ତାରିଖ ଯାଏଁ ମଣ୍ଡି ଚାଲ ଅଭିଯାନ ଆରମ୍ଭ କରିଛି। ସେହିପରି କୃଷି ଋଣ ଛାଡ଼ ଓ ଚାଷୀମାନଙ୍କ ଅନ୍ୟ […]
କାମାକ୍ଷାନଗର/ପାରାଦୀପ: ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତୀନ ଗଡ଼କରୀ। ସେ କାମାକ୍ଷାନଗରରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ଏଥିସହିତ ଗଡ଼କରୀ ୨ ହଜାର ୩୩୫ କୋଟି ମୂଲ୍ୟର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ଅଧିକ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟ ସରକାର ସହଯୋଗ କଲେ ଅଧିକ […]