ପୁରୀ : ନୂଆ ବର୍ଷ ୨୦୧୯ର ପ୍ରଥମ ସୂର୍ଯ୍ୟୋଦୟ। ପୁରୀ ମହୋଦଧିରେ ସକାଳୁ ସକାଳୁ ସ୍ନାନ ସହିତ ଉଦିତ ସୂର୍ଯ୍ୟଙ୍କୁ ଦେଖି ନୂଆ ବର୍ଷ ଆରମ୍ଭ କରିଛନ୍ତି ପର୍ଯ୍ୟଟକ। ଲକ୍ଷାଧିକ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରି ତାଙ୍କ ଆଶିଷ ଲାଭ କରିଛନ୍ତି। ଲକ୍ଷାଧିକ ଭକ୍ତ ଆଜି ପୁରୀ ଆସିଥିଲେ। ନୂଆ ବର୍ଷରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିଲା ବ୍ୟାପକ ବ୍ୟବସ୍ଥା। ରାତି ୧୨ଟା ୫୦ରୁ ଦ୍ୱାର ଫିଟା ହୋଇଥିଲା। ଏହା ପରେ […]
ଭଦ୍ରକ : ନୂଆ ଆଶା, ନୂଆ ସମ୍ଭାବନା ନେଇ ଆସିଛି ୨୦୧୯। ଏଥିପାଇଁ ସାରା ବିଶ୍ୱ ଉତ୍ସବ ମୁଖର। ବର୍ଷର ପ୍ରଥମ ଦିନରେ କିଏ ମନ୍ଦିର ଯାଇ ଠାକୁର ଦର୍ଶନ କରୁଛି ତ ପୁଣି କିଏ ବେଳାଭୂମି ଯାଇ ଉଦିତ ସୂର୍ଯ୍ୟର ଦର୍ଶନ କରିଛନ୍ତି। ଏହି ଅବସରରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ବା ଆରଡ଼ି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।ବର୍ଷର ପ୍ରଥମ ଦିନରେ ବାବାଙ୍କ ଠାରେ କ୍ଷୀର ଢାଳିବା ସହ ଦୀପ […]
କୋଣାର୍କ : କୋଣାର୍କ କୁରୁମ ଗାଁରେ ବାପା, ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ। ଅବସରପ୍ରାପ୍ତ ସେନା କର୍ମଚାରୀ ରବୀନ୍ଦ୍ର ପ୍ରଧାନ ଗତକାଲି ରାତିରେ ଝିଅ କଣ୍ଢେଇର ବେକକୁ ଓଢଣୀରେ ଚିପି ହତ୍ୟା କରିଥିବା ପୁଅ ରାକେଶ କହିଛନ୍ତି। ସେହିପରି ରବୀନ୍ଦ୍ର ଝିଅକୁ ହତ୍ୟା କରିଥିବା ନେଇ ତାଙ୍କ ଭଉଣୀ ବି ଅଭିଯୋଗ କରିଛନ୍ତି। ତେବେ ରବୀନ୍ଦ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଝିଅ ଓଢଣୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ସେ କହିଛନ୍ତି। ତେବେ କଣ୍ଢେଇ […]
ଭୁବନେଶ୍ୱର : ଗତକାଲି ଭଳି ଆଜି ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ପିପିଲି ପୀଡ଼ିତା ମାମଲାରେ ମନ୍ତ୍ରୀ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ୍ ରହିବା ନେଇ ପ୍ରତିବାଦ କରିବାକୁ ନବୀନ ନିବାସ ଗଲାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛି। ମହିଳା ବିଜେପିର ଶତାଧିକ କର୍ମୀ ହାତରେ ଚୁଡ଼ି ଧରି ନବୀନ ନିବାସ ଯାଉଥିଲେ। ଏହି ସମୟରେ ଟ୍ରାଫିକ୍ ଛକରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହାପରେ […]
ଭୁବନେଶ୍ୱର : ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ବରିଷ୍ଠ ନେତା ଦାମୋଦର ରାଉତ। ମୁଖ୍ୟମନ୍ତ୍ରୀଙ୍କ ମନର ଭାଷା ତାମିଲ। ପାଣ୍ଡିଆନ୍ ଯାହା ଲେଖୁଛନ୍ତି ସେ ପଢ଼ୁଛନ୍ତି ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ନବୀନଙ୍କୁ ମୁଁ ଚୋର କହିବାରୁ ଦଳରୁ ବାହାରିଛି ବୋଲି କହିଛନ୍ତି ଦାମ। ଦୁର୍ନୀତି, କୁଶାସନ, ଭ୍ରଷ୍ଟାଚାରରୁ ମୁକ୍ତି ପାଇଁ ଲୋକେ ଚିନ୍ତା କଲେଣି ବୋଲି ଦାମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ନିଜର ରାଜନୈତିକ ଭବିଷ୍ୟତ ନେଇ ମଧ୍ୟ ମତ ରଖିଛନ୍ତି […]
ନବରଙ୍ଗପୁର : ସଂପ୍ରଦାୟର ଲକ୍ଷ୍ମଣ ରେଖା ଡେଇଁ ହରଡ଼ଘଣାରେ ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକ। ଝିଅକୁ ଅନ୍ୟ ଜାତିରେ ବାହା ଦେଇଥିବାରୁ ସଦନକୁ ବାସନ୍ଦ କରିଛି ଭତରା ସମାଜ। ଅନ୍ୟ ଜାତିରେ ଝିଅ ବାହା ଦେଇ ସଦନ ଆଦିବାସୀ ସମାଜର ପରମ୍ପରା ଭାଙ୍ଗିଥିବା ଅଭିଯୋଗ ହୋଇଛି। ତେବେ ଜାତି ଅନୁଶାସନ ଭଙ୍ଗ ଅଭିଯୋଗରେ କେବଳ ସଦନ ନୁହଁନ୍ତି, ତାଙ୍କ ଝିଅ ବାହାଘର ଭୋଜିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ଭୂଜବଳ […]
ପୁରୀ : ଶ୍ରୀମନ୍ଦିର ବିବାଦ ସମାଧାନରେ ଜିଲ୍ଲା ଓ ମନ୍ଦିର ପ୍ରଶାସନର ଚରମ ଉଦାସୀନତା। ଆସନ୍ତାକାଲି ଠାରୁ ପୁଣି ପାରମାଣିକ ଦର୍ଶନ ଆରମ୍ଭ କରାଯିବା, ମହାପ୍ରସାଦର ରେଟ୍ ଚାଟ୍ ଓ ଗତ ୨୮ ତାରିଖରେ ଶ୍ରୀମନ୍ଦିରର ମହାବିଶୃଙ୍ଖଳା ପ୍ରସଙ୍ଗରେ ସ୍ପେଶାଲ ବ୍ରାଞ୍ଚ ଏସ୍ପି ପୁରୀ ଏସ୍ପିଙ୍କୁ ଲେଖିଥିବା ଚିଠିରୁ ଏହି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଗତ ୨୭ ତାରିଖର ପୁଲିସ-ସେବାୟତ ବିବାଦ ଓ ତାପରଦିନ ହୋଇଥିବା ନୀତି ବିଶୃଙ୍ଖଳାର ସମାଧାନ ଲାଗି ପୁରୀ ଜିଲ୍ଲା ପ୍ରଶାସନ […]
ମାଲକାନଗିରି: ଲୋକଙ୍କ ନିକଟତର ହେବାକୁ ମାଓବାଦୀମାନେ ନୂଆ ରଣନୀତି ଆପଣେଇଛନ୍ତି। ମାଲକାନଗିରି ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ଗାଁ ଲୋକଙ୍କ ପାଖରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଉଥିବା ଭିଡିଓ ଏବେ ସାମ୍ନାକୁ ଆସିଛି। ଚିକିତ୍ସାରୁ ବଞ୍ଚିତ ଲୋକଙ୍କୁ ସାହାଯ୍ୟ କରିବାକୁ ମାଓବାଦୀମାନେ ନାଚଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛନ୍ତି। ଧିରେ ଧିରେ ଜନ ସମର୍ଥନ ହରାଉଥିବା ଲାଲବାହିନୀର ଏଭଳି ନୂଆ ରଣନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଭୁବନେଶ୍ୱର : ପୁଲିସ କବ୍ଜାରେ ଗୋଲଡେନ ବାବା। ୧୨ କୋଟି ଟଙ୍କା ଚେକ୍ ଜାଲିଆତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ୍। ଅଭିଯୁକ୍ତ ହେଲେ ଭୁବନେଶ୍ୱର ନୀଳାଦ୍ରି ବିହାରର ଜ୍ୟୋତି ରଂଜନ ବେଉରା। ସୁନା ପିନ୍ଧିବାରେ ତାଙ୍କର ବହୁତ ସଉକ। ସବୁବେଳେ ଭରି ଭରି ସୁନା ଅଳଙ୍କାର ପିନ୍ଧୁଥିବାରୁ ତାଙ୍କୁ ସମସ୍ତେ ଗୋଲଡେନ ବାବା ବୋଲି ବି କହନ୍ତି। ଅଭିଯୋଗ ଅନୁସାରେ, ଗୋଲଡେନ ବାବା କେନ୍ଦୁଝର ବଡ଼ବିଲ୍ର ଜଣେ ବ୍ୟବସାୟୀଙ୍କୁ ୧୧୦ କୋଟି ଟଙ୍କାର ଫାଇନାନ୍ସ […]
କଳାହାଣ୍ଡି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି କଳାହାଣ୍ଡି ସର୍ଦ୍ଦାର ରାଜସ୍ ମେଡିକାଲ କଲେଜ ଦୁର୍ନୀତିର ତଦନ୍ତ କରିବ। କଲେଜରେ ହୋଇଥିବା ଆର୍ଥିକ ଅନିୟମିତତାର ଖୋଳତାଡ଼ ହେବ। ଜାଲିଆତି କରି କିପରି ଛାତ୍ରଛାତ୍ରୀଙ୍କୁ ଆଡମିଶନ ଲାଗି ଅନୁମତି ଦିଆଯାଇଥିଲା। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହ ହୋଇଥିବା ଏମଓୟୁକୁ କିପରି ଉଲ୍ଲଂଘନ କରାଯାଇଥିଲା । ରାଜ୍ୟ ସରକାରଙ୍କଠାରୁ ୧୦ କୋଟି ଟଙ୍କା ୨୫ ଏକର ଜମି ପାଇବା ସତ୍ତ୍ୱେ କାହିଁକି ମେଡିକାଲ କଲେଜର ଭିତ୍ତିଭୂମି ବୃଦ୍ଧି କରାଯାଇ ନ […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିଆର୍ପିଏଫ୍ ୨୧୬ ବାଟାଲିଅନ୍କୁ ଏକ ବଡ଼ ଧରଣର ସଫଳତା ମିଳିଛି। କମ୍ବିଂ ଅପରେସନ୍ ବେଳେ ଓଡ଼ିଶା- ଛତିଶଗଡ଼ ସୀମାରେ ଥିବା ଧରମବନ୍ଧା ଥାନା ଅଞ୍ଚଳର ନିକଟସ୍ଥ ଜଙ୍ଗଲରୁ ମାଓବାଦୀ କ୍ୟାମ୍ପ୍ ଠାବ କରାଯାଇଛି। ମାଓବାଦୀଙ୍କ କ୍ୟାମ୍ପରୁ ୨ଟି ରାଇଫଲ୍, ୨ଟି ଗ୍ରେନେଡ୍, ୧୨ଟି ଜିଲୋଟିନ୍, ୨୫ଟି ଡିଟୋନେଟର, ୫କିଲୋଗ୍ରାମ୍ ବିସ୍ଫୋରକ ପାଉଡର୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ବାଲେଶ୍ୱର: କର୍ତ୍ତବ୍ୟରେ ଅବହେଳା ପାଇଁ ପ୍ରଧାନଶିକ୍ଷକ ନିଲମ୍ବିତ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ୍ ଅନ୍ତର୍ଗତ ରାମଚନ୍ଦ୍ରପୁରରେ ଥିବା ସେବାଶ୍ରମର ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ କାଳୀଚରଣ ମାରାଣ୍ଡି। ସେବାଶ୍ରମରେ କାର୍ଯ୍ୟ କରୁଥିବା ମାଟ୍ରନ୍ ସୁଷମା ସାହୁ, ଦୁଇ ଜଣ ପାଚିକା ବନ୍ଦନା ସିଂ ଓ ପାର୍ବତୀ ସିଂଙ୍କୁ ମଧ୍ୟ ଚାକିରିରୁ ବହିଷ୍କୃତ କରାଯାଇଛି। ସୂଚନା ଅନୁସାରେ, ଗତ ୧୦ ତାରିଖରେ ସେବାଶ୍ରମର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଜଳେଶ୍ୱର ଗୋଷ୍ଠୀ […]
ଚୌଦ୍ୱାର : କଟକ ଚୌଦ୍ୱାର କମାଙ୍ଗ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୁଲିସ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ହତ୍ୟାକାଣ୍ଡରେ ସଂପୃକ୍ତ ୩ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ ଓ ବାଇକକୁ ପୁଲିସ ଜବତ କରିଛି। ଗତ ୨୪ ତାରିଖରେ ବିଭିଷଣ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହ ହତ୍ୟାକାରୀଙ୍କ ଗଣ୍ଡଗୋଳ ହୋଇଥିଲା। ଅଭିଯୁକ୍ତ ଡମ୍ବରୁଧର ହେସା, ଦିନେଶ […]
ଖୋର୍ଦ୍ଧା : ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି। ଏଭଳି ଆଚରଣ ଯୋଗୁଁ ୧୯ ବର୍ଷ ହେଲା ଆମକୁ ଲୋକେ ବିଶ୍ୱାସକୁ ନେଉ ନାହାନ୍ତି ,କ୍ଷମତା ଦେଉନାହାନ୍ତି। କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ନେଇ ମୁହଁ ଖୋଲିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ୱାଳ। ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି ସେ। ଏହାସହ ସେ କହିଛନ୍ତି, ଏବେ ଦଳ ଏକ ହୋଇସାରିଛି। ଆଗକୁ ସରକାର ମଧ୍ୟ ଗଢିବ। ୨୦୧୯ରେ […]
ଭଦ୍ରକ : ପେଟ୍ରୋଲ ଟାଙ୍କି ଭିତରେ ପଶି ଟଙ୍କା ଲୁଟ୍ କରିବା ସହ କର୍ମଚାରୀଙ୍କୁ ମାଡ଼ ଅଭିଯୋଗ। ଭଦ୍ରକ ଜିଲ୍ଲା ଧାମନଗରରୁ ଆସିଛି ଏଭଳି ଅଭିଯୋଗ। ଧାନନଗରର ଗୁହାଳିଆ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ଦୁବୃର୍ତ୍ତ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ପେଟ୍ରୋଲ ଟାଙ୍କିରୁ ପ୍ରାୟ ୪ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି। […]
ମୟୂରଭଞ୍ଜ : ମୟୂରଭଞ୍ଜ ଉଦଳାରେ ବାଲ୍ୟ ବିବାହ ଉଦ୍ୟମ ରୋକିଲା ପୁଲିସ। ନାବାଳିକାକୁ ଉଦ୍ଧାର କରିବା ସହ ବିବାହ କରିବାକୁ ଯାଉଥିବା ବରକୁ , ପୁଲିସ ଥାନାରେ ଅଟକ ରଖିଛି। ଆଜି ରାଢ଼ୋ ଗାଁରେ ନାବାଳିକା ସହ ଉତ୍ତର ପ୍ରଦେଶର ପ୍ରମୋଦ କୁମାର ସିଂହଙ୍କ ବାହାଘର ଆୟୋଜନ ହୋଇଥିଲା। କୌଣସି ସୂତ୍ରରୁ ଖବର ପାଇ ଉଦଳା ପୁଲିସ ଗାଁରେ ପହଞ୍ଚି ବାହାଘରକୁ ରୋକିଥିଲା। ନାବାଳିକା ଓ ତାର ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଜନ୍ମ ପ୍ରମାଣ […]
କୋରାପୁଟ : ଦୀର୍ଘ ତିନିମାସ ପରେ ଭିଟାମାଟିକୁ ଫେରିଲେ ଆନ୍ଧ୍ରରେ ଦାଦନ ଖଟୁଥିବା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ୧୭ ଜଣ ଯୁବତୀ। ଉଦ୍ଧାର ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୬ଜଣ ନାବାଳିକା ହୋଇଥିବାରୁ ସେମାନଙ୍କୁ ଶିଶୁ ସୁରକ୍ଷା ସେଲ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ। ତେଲେଙ୍ଗାନା ପୁଲିସ ସହାୟତାରେ ଲକ୍ଷ୍ମୀପୁର ପୁଲିସ ଓ ଶ୍ରମ ବିଭାଗ, ଯୁବତୀଙ୍କୁ ଉଦ୍ଧାର କରି ତାଙ୍କ ଭିଟାମାଟିକୁ ଆଣିଥିଲେ। ଅଧିକ ଟଙ୍କା ଉପାର୍ଜନ […]
ଭୁବନେଶ୍ୱର : ଆଉ ଦିନକ ପରେ ନୂଆବର୍ଷ। ବିଦାୟ ନେବ ପୁରୁଣା ବର୍ଷ। ୨୦୧୮ ନୂଆବର୍ଷକୁ ସ୍ୱାଗତ ପାଇଁ ସମସ୍ତଙ୍କ ମନରେ ନାହିଁନଥିବା ଉତ୍ସାହ। ରାଜଧାନୀ ସମେତ ରାଜ୍ୟର ପ୍ରମୁଖ ସହରରେ ଥିବା ବିଭିନ୍ନ ହୋଟେଲରେ ଆୟୋଜନ ହେଉଛି ଜିରୋ ନାଇଟ୍ ସେଲିବ୍ରେସନ୍। ହୋଟେଲ ସହ କ୍ଲବ, ରେଷ୍ଟୁରାଣ୍ଟ ସବୁଆଡ଼େ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ହୋଟେଲ ଗୁଡିକରେ ସଂଗୀତ କାର୍ଯ୍ୟକ୍ରମ ସହ ନୂଆବର୍ଷ ଉତ୍ସବ ପାଳନ ଆୟୋଜନ ହେଉଥିବାରୁ ତତ୍ପର ହୋଇ […]
ରାଉରକେଲା: ରାଉରକେଲାରୁ ଚାଲାଣ ହୋଇ ରାଜସ୍ଥାନରେ ବିକ୍ରି ହୋଇଥିବା ନାବାଳିକାଙ୍କୁ ରାଜ୍ୟକୁ ଫେରାଇ ଆଣିବାରେ ଓଡ଼ିଶା ପୁଲିସ୍ ବିଫଳ ହୋଇଛି। ରାଜସ୍ଥାନର ଝୁନ୍ଝୁନୁ ଜିଲ୍ଲାରୁ ଉଦ୍ଧାର ହୋଇଥିବା ପୀଡ଼ିତାଙ୍କ ବାପା ନିଜ ଘରକୁ ଫେରିବାକୁ ଲିଖିତ ଭାବେ ମନା କରିଛନ୍ତି। ଏଥିସହ ପ୍ରଶାସନର ଆଇନଗତ ସହାୟତାକୁ ମଧ୍ୟ ଗ୍ରହଣ କରିବାକୁ ପୀଡ଼ିତାଙ୍କ ବାପା ମନା କରିଛନ୍ତି। ନାବାଳିକାଙ୍କ ବାପା ଓଡ଼ିଶା ଆସିବାକୁ ମନା କରିବା ପରେ ତାଙ୍କୁ ଅନ୍ୟ ରାଜ୍ୟରେ ରଖିବାକୁ ଦିଲ୍ଲୀ CWC ପଦକ୍ଷେପ ନେଇଛି। […]
ଭୁବନେଶ୍ୱର : କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ପୁଣି ଟାର୍ଗେଟ। ଆଜି ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଚାଷୀଙ୍କୁ କଳାକନା ବୁଲାଇଛନ୍ତି ରାଜ୍ୟ ସରକାର। ରାଜ୍ୟର ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ ପାଇଁ ସରକାର କହିଥିବା କଥା କୁଆଡ଼େ ଗଲା ? ବନ୍ଧୁମାନେ କାଳିଆଙ୍କୁ ଓପାସ ରଖି କାଳିଆର ଆଶ୍ରୟ ନେଇଛନ୍ତି। ଭୋଟ ହାତେଇବା ଲାଗି ଏହି ଯୋଜନା କରୁଛି ଶାସକ ଦଳ […]
ମାଲକାନଗିରି : ମଣ୍ଡିରେ ଧାନ କିଣା ଯାଉନଥିବାରୁ ମାଲକାନଗିରିରେ ତାତିଲେ ଚାଷୀ। ମାଲକାନଗିରି-ଜୟପୁର ରାସ୍ତାର ପଦ୍ମଗିରି ଛକରେ ଚାଷୀ ମେଳି କରିଛନ୍ତି। ଧାନମଣ୍ଡିରେ ଧାନ କିଣା ନ ଯିବା ପ୍ରତିବାଦରେ ଚାଷୀ ଧାରଣାରେ ବସିଥିଲେ। ୧୫ ଦିନ ହେଲା ମଣ୍ଡିରେ ଧାନ ପଡ଼ିରହିଛି। ଚାଷୀଙ୍କ ସହ ଧାରଣାରେ ଜିଲ୍ଲା ପରିଷଦ ସଭାପତି ଦଶରଥ ପଡ଼ିଆମୀ ବି ସାମିଲ ହୋଇଛନ୍ତି। ତେବେ ପ୍ରଶାସନର ଧାନ କିଣା ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଛି।
ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଛତିଶଗଡ଼ ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ୍. ସିଂଦେଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ‘ଗତ ୧୯ ବର୍ଷ ମଧ୍ୟରେ ବିଜେଡି ସରକାର ମହାନଦୀ କାଗଜକୁ ମଧ୍ୟ ଦେଖିନାହିଁ। ଏଥିପାଇଁ ଓଡ଼ିଶାବାସୀଙ୍କ ନିକଟରେ ବିଜେଡି ସରକାର କ୍ଷମା ମାଗିବା ଦରକାର। କେବଳ ନିର୍ବାଚନ ସମୟରେ ହିଁ ବିଜେଡି ସରକାରର ମହାନଦୀ କଥା ମନେପଡୁଛି’ ବୋଲି ଟି.ଏସ୍. ସିଂଦେଓ କହିଛନ୍ତି। ଜନମତ ସଂଗ୍ରହ ପାଇଁ ଗତକାଲି ନିରଞ୍ଜନ […]
ଭୁବନେଶ୍ୱର : ବିଭିନ୍ନ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଓ ଗଣ୍ଡଗୋଳ କରୁଥିବା ବିଶୃଙ୍ଖଳାକାରୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ଏଭଳି ଢଙ୍ଗରେ ଆନ୍ଦୋଳନକାରୀଙ୍କୁ ଚେତାଇ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ଆର.ପି. ଶର୍ମା। ପୁଲିସ ବିଭାଗର ବାର୍ଷିକ ରିପୋର୍ଟ ଉପସ୍ଥାପନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ସହ ଏ ବର୍ଷ ୧୯ଜଣ ମାଓବାଦୀ ନିହତ ହୋଇଛନ୍ତି ଓ ୩୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆତ୍ମସମର୍ପଣ କରିଛନ୍ତି ୨୭ ଜଣ ମାଓବାଦୀ କହିଛନ୍ତି […]
ଭୁବନେଶ୍ୱର : ନୂଆବର୍ଷ ପୂର୍ବରୁ କଲେଜ ଅଧ୍ୟାପକଙ୍କ ପାଇଁ ଖୁସି ଖବର। ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଅଧ୍ୟାପକଙ୍କ ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୧୬ ଜାନୁଆରୀ ପହିଲାରୁ ଲାଗୁ ହେବ। ଏହାଦ୍ୱାରା ରାଜ୍ୟର ମୋଟ ୫୨୦୦ ଅଧ୍ୟାପକ, ଅଧ୍ୟାପିକା ଉପକୃତ ହେବେ। ସେହିଭଳି ନିକଟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକଙ୍କ ପାଇଁ ଘୋଷଣା କରିଥିବା କାଳିଆ ଯୋଜନାରେ ପାଣ୍ଠି ଯୋଗାଡ଼ ପାଇଁ […]
ପୁରୀ : ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ କରି ପୁଲିସ କର୍ମଚାରୀ ନିଲମ୍ବିତ। ସିସିଟିଭି ଫୁଟେଜ୍ ଯାଞ୍ଚ୍ ପରେ ଅଭିଯୁକ୍ତ ଛୁକେଶ ମେହରକୁ ନିଲମ୍ବନ କରାଯାଇଛି। କଳାହାଣ୍ଡିସ୍ଥିତ IRB ନବମ ବାଟାଲିୟନରେ କାର୍ଯ୍ୟରତ ଛୁକେଶ ପୁରୀ ଶ୍ରୀମନ୍ଦିରେ ଡ୍ୟୁଟି କରୁଥିଲେ। ଆଜି ବାହାରକାଠ ନିକଟରେ ଜଣେ ନାବାଳିକା ଠାକୁର ଦର୍ଶନ କରୁଥିବା ବେଳେ ତାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା। ଯାଜପୁର ଅଞ୍ଚଳର […]