• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

e11
ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ଅପରାଧୀ ଇମ୍ରାନ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗଣ୍ଡିଶୁଳା ରାସ୍ତାରେ ପୁଲିସ୍‌ ଏନ୍‌କାଉଣ୍ଟର୍‌ କରିଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ୍‌ ଆହତ ହୋଇଛି। ଆଜି ସକାଳେ ଇମ୍ରାନ୍‌ ଫୁଲବାଣୀରୁ ଭଞ୍ଜନଗର ଯାଉଥିବା ଖବର ପାଇ ପୁଲିସ୍‌ ଭଞ୍ଜନଗର ନିକଟ ସୋରାଦେବୀ ମନ୍ଦିର ନିକଟରେ ତାକୁ ଅଟକାଇଥିଲା। ଏହି ସମୟରେ ଇମ୍ରାନ ପୁଲିସ୍‌ ଉପରକୁ ପ୍ରଥମେ ବୋମା ଫୋପାଡ଼ି ଥିଲା। ପରେ ସେ ଗୁଳି ଫୁଟାଇଥିଲା। ଏହାର ଜବାବ୍‌ରେ ପୁଲିସ୍‌ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ଏନ୍‌କାଉଣ୍ଟରରେ ଇମ୍ରାନ୍‌ର ଦୁଇଟି […]

  • Friday, 16 July 2021
s1
ସହିଦ ଯବାନଙ୍କ ପାଇଁ ଏବିଭିପିର ଶ୍ରଦ୍ଧାଞ୍ଜଳି

ବାରିପଦା: ଜମୁ ଓ କଶ୍ମୀର ପୁଲୱାମାରେ ସହିଦ ଯବାନମାନଙ୍କ ପାଇଁ ବାରିପଦାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ସହିଦ ଯବାନମାନଙ୍କ ଆତ୍ମାର ସଦ୍‌ଗତି କାମନା ପାଇଁ ଏବିଭିପିର ଛାତ୍ରଛାତ୍ରୀ ନୀରବ ପ୍ରାର୍ଥନା କରିଛନ୍ତି। ଛାତ୍ରଛାତ୍ରୀମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହା ସହ ଛାତ୍ରଛାତ୍ରୀମାନେ ଘଟଣାରେ ଆହତ ହୋଇଥିବା ଯବାନମାନଙ୍କ ପାଇଁ ଶୀଘ୍ର ଆଶୁଆରୋଗ୍ୟ କାମନା କରିଛନ୍ତି।

  • Friday, 16 July 2021
NAVEEN
ପ୍ରଧାନମନ୍ତ୍ରୀଙ୍କୁ ପ୍ରତିବାଦ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର : ରାଜ୍ୟରେ ଜଳସେଚିତ ଜମି ପରିମାଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିବାଦ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ପ୍ରକାଶିତ ମିଡିଆ ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ କାଉଣ୍ଟର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକାଳରେ ରାଜ୍ୟରେ ୨୨ ହଜାର ହେକ୍ଟର ଜମି ଜଳସେଚିତ ହୋଇଥିବା ମିଡ଼ିଆ ରିପୋର୍ଟରେ ପ୍ରକାଶିତ ହୋଇଥିଲା। ‘ଗସ୍ତକାଳରେ ଆପଣ କହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି’ ବୋଲି ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୪ ମସିହା ପର ଠାରୁ ଅତିରିକ୍ତ […]

  • Friday, 16 July 2021
amit
ଆସନ୍ତା ୧୮ ତାରିଖରେ କଟକ ଆସିବେ ଅମିତ ଶାହ

ଭୁବନେଶ୍ୱର :  ଆସନ୍ତା ୧୮ ତାରିଖରେ କଟକ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ କଟକର ୪ଟି ସ୍ଥାନରେ ବୁଥ୍‌ସ୍ତରୀୟ ସମ୍ମିଳନୀରେ ଯୋଗଦେବେ। ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ। ତେବେ କଟକର କେଉଁ ଜାଗାରେ ସମ୍ମିଳନୀ ହେବ ତାହା ସ୍ଥିର ହୋଇନାହିଁ। ଅନ୍ୟପଟେ ଆସନ୍ତା ୫ ତାରିଖରେ ବାରିପଦା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହା ପରେ ପରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଆସିବା କାର୍ଯ୍ୟକ୍ରମ ଅଛି। ପୂର୍ବରୁ ଗତ ୨୪ରେ […]

  • Friday, 16 July 2021
sahid2
ପୁଲୱାମା ଆକ୍ରମଣରେ ଦୁଇ ଓଡ଼ିଆ ଯବାନ ସହିଦ

ଶ୍ରୀନଗର: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଯବାନ ଥିବା ସୂଚନା ମିଳିଛି। ଯବାନ ଦୁଇ ଜଣ ହେଲେ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା। ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନୂଆଗାଁରେ ବୋଲି ଜଣାପଡ଼ିଛି।   ସୁଚନାଥାଉ କି, ଗତକାଲି ଗତକାଲି ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲା ଅବନ୍ତୀପୋରାରେ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀଙ୍କ ବଡ଼ ଧରଣର ବିସ୍ଫୋରଣରେ ୪୦ […]

  • Friday, 16 July 2021
maharathi
ପିପିଲି ମାମଲାରେ ମନ୍ତବ୍ୟକୁ ନେଇ ବଢୁଛି ମହାରଥୀଙ୍କ ଅଡୁଆ

ଭୁବନେଶ୍ୱର :  ପିପିଲି ପୀଡିତାଙ୍କ ସଂପର୍କରେ ମନ୍ତବ୍ୟକୁ ନେଇ ବଢୁଛି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅଡୁଆ। ତାଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି ମହିଳା କଂଗ୍ରେସ ଓ ବିଜେପି। ପିପିଲି ଗଣଦୁଷ୍କର୍ମ ପୀଡିତାଙ୍କ ସଂପର୍କରେ ତାଚ୍ଛଲ୍ୟକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଟାର୍ଗେଟରେ ଏବେ ମନ୍ତ୍ରୀ ପ୍ରଦୀପ ମହାରଥୀ। ଉଭୟ ଦଳର ପ୍ରତିବାଦର ସ୍ୱର। ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜରାସ୍ତାରେ ମହିଳା କଂଗ୍ରେସ ଓ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ। ଗତକାଲି ବିଜେପି […]

  • Friday, 16 July 2021
bbsr
ସୁରକ୍ଷା ମାମଲାରେ ଆଉ ପାଦେ ଆଗେଇଲା ବିଜୁ ପଟ୍ଟନାୟକ ବିମାନ ବନ୍ଦର

ଭୁବନେଶ୍ୱର : ସୁରକ୍ଷା ମାମଲାରେ ଆଉ ପାଦେ ଆଗେଇଲା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର। ବିମାନବନ୍ଦର ପରିସରରେ ଥିବା ବିମାନ, ଅନ୍ୟାନ୍ୟ ଗାଡ଼ିକୁ ସିଧାସଳଖ ନିୟନ୍ତ୍ରଣ କରିବା ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ‘ଆଡଭାନ୍ସଡ ସର୍ଫେସ ମୁଭ୍‌ମେଣ୍ଟ ଗାଇଡାନ୍ସ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ୍’। ଏଥିପାଇଁ ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିବା ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ୨୦୧୯ ସେପ୍ଟେମ୍ବର ମାସ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ […]

  • Friday, 16 July 2021
murder2
ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍

ସୁନ୍ଦରଗଡ଼  : ମିସ୍ କଲରୁ ପ୍ରେମ, ପ୍ରେମ ପରେ ବ୍ଲାକ୍ ମେଲ୍ , ପରେ ହତ୍ୟା। ଏଭଳି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ସୁନ୍ଦରଗଡ଼ ହାତୀବାରୀ ପୁଲିସ୍। ଏନେଇ ତଲସରା ଥାନା ଦେଓବହଲ ଗାଁର ଜ୍ୟୋତି ଟେଟେ ଏବଂ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ୍ । ଅଭିଯୋଗ ମୁତାବକ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କୁ ୬ମାସ ପୂର୍ବରୁ ଜ୍ୟୋତି ଟେଟେଙ୍କ ମିସ୍ କଲ୍‌ ଆସିଥିଲା। ସେବେଠୁ ଧୀରେ ଧୀରେ ପ୍ରେମ , ସଂପର୍କ ଏବଂ […]

  • Friday, 16 July 2021
aparajita
ମହିଳା ସଶକ୍ତୀକରଣକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାଗେର୍ଟ। ମହିଳା ସଶକ୍ତିକରଣ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ରାଜ୍ୟରେ ମହିଳା ସଶକ୍ତିକରଣ କେବଳ ଯୋଜନାରେ ସୀମିତ ରହିଛି। ମହିଳାଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ଆବଶ୍ୟକ ରହିଛି। ରାଜ୍ୟରେ ଚାଲୁଥିବା ଅନେକ ଯୋଜନା ତାମିଲନାଡୁରୁ ଅନୁକରଣ କରାଯାଇଛି। ଆମ୍ମା ହୋଟେଲ୍‌କୁ ଦେଖି ଓଡ଼ିଶାରେ ଆହାର ଯୋଜନା କାର୍ଯ୍ୟକାରୀ କରାଯାଇଛି। ତେବେ ବିଭିନ୍ନ ଜନହିତକାରୀ ଯୋଜନା ତାମିଲନାଡ଼ୁରେ ରହିଛି। ଏହାକୁ କାହିଁକି […]

  • Friday, 16 July 2021
bird sensession
ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହେଲା ପକ୍ଷୀଗଣନା

ବ୍ରହ୍ମଗିରି : ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ପକ୍ଷୀଗଣନା। ବ୍ରହ୍ମଗିରି ନିକଟ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ନନ୍ଦନକାନନ ଓ ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ବନ୍ୟପ୍ରାଣୀ ଡିଭିଜନ୍‌ରେ ପକ୍ଷୀ ଗଣନା କରାଯିବ। ଏହାପରେ ଭିତରକନିକା ଓ ହୀରାକୁଦ ବନଖଣ୍ଡରେ ହେବ ପକ୍ଷୀ ଗଣନା। ଏଥିପାଇଁ ୨୫ରୁ ଅଧିକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଛି। ବ୍ରହ୍ମଗିରି ରେଞ୍ଜରେ ୩ଟି ଟିମ୍ ୩ଟି ରୁଟ୍‌ରେ ଯାଇ ପକ୍ଷୀ ଗଣନା ଆରମ୍ଭ କରିଛନ୍ତି। ପକ୍ଷୀ ଗଣନା ପାଇଁ ନିୟୋଜିତ […]

  • Friday, 16 July 2021
boat
ଡଙ୍ଗାବୁଡ଼ି ଘଟଣା : ୯ ଜଣଙ୍କ ମୃତ ଦେହକୁ କୁଜଙ୍ଗ ଚଉମୁହାଣି ଅଣାଗଲା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ୯ ଜଣଙ୍କ ମୃତଦେହକୁ କୁଜଙ୍ଗ ଚଉମୁହାଣି ଅଣାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୭ ଜଣ ଶିଶୁ ଓ ୨ ଜଣ ମହିଳା। କୁଜଙ୍ଗ ମେଡିକାଲ୍‌ରେ ମୃତଦେହ ଗୁଡିକର ପୋଷ୍ଟମର୍ଟମ ହୋଇଛି। ଏହା ପରେ  ମୃତକଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ସେପଟେ ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ଲୋକଙ୍କୁ କୁଜଙ୍ଗ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି। ପ୍ରାୟ ୪-୫ ଜଣଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଯାଇଛି। ତେବେ ହସ୍ପିଟାଲରେ ଆହୁରି […]

  • Friday, 16 July 2021
dead
ସମ୍ବଲପୁରରେ ପୋଲ ତଳୁ ମିଳିଥିବା ଯୁବତୀଙ୍କ ମୃତଦେହ ଚିହ୍ନଟ

ସମ୍ବଲପୁର : ସମ୍ବଲପୁରରେ ମହାନଦୀ ପୋଲ ତଳୁ ମିଳିଥିବା ଯୁବତୀଙ୍କ ମୃତଦେହର ପରିଚୟ ମିଳିଛି। ସେ ହେଉଛନ୍ତି ପଶ୍ଚିମ ଓଡ଼ିଶା ସମେତ ସାରା ରାଜ୍ୟରେ ଚହଳ ପକାଇଥିବା ସମ୍ବଲପୁରୀ ମ୍ୟୁଜିକ୍ ଆଲବମ୍ ‘ସେଲ୍‌ଫି ବେବୋ’ ଫେମ୍ ସିମ୍‌ରନ। ତାଙ୍କ ମୁଣ୍ଡ, ମୁହଁ ସମେତ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ରହିଛି। ସେହିପରି ମୃତଦେହ ନିକଟରୁ କେସିଙ୍ଗା ଯିବା ଲାଗି ଟ୍ରେନ୍ ଟିକଟ ସହ ମୋବାଇଲ୍ ଫୋନ୍ ଜବତ ହୋଇଛି। ପ୍ରାଥମିକ ତଦନ୍ତରୁ ସିମ୍‌ରନ ପୋଲରୁ ଡେଇଁ ଆତ୍ମହତ୍ୟା […]

  • Friday, 16 July 2021
candle rally
ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି ନେଇ କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ରାପଡ଼ା : ମୃତ ବିନୋଦ ବାୟୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି ନେଇ ପ୍ରତିବାଦ। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଓଳାଭର ଗାଁରେ ମୃତ ବିନୋଦକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା। ଯଥାଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାନଗଲେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଗତ ୩୦ ତାରିଖରେ ଗାଁ ଦାଣ୍ଡରେ ବିନୋଦ ବାୟୀଙ୍କୁ ଛୁରୀ ଭୁସୀ ହତ୍ୟା କରାଯାଇଥିଲା।

  • Friday, 16 July 2021
deadbody
୨୦ ଘଣ୍ଟା ଧରି ଘରେ ପଡ଼ିରହିଛି ମୃତଦେହ

କୋରାପୁଟ : ଘର ଦାଣ୍ଡରେ ଦୀର୍ଘ ୨୦ ଘଣ୍ଟା ଧରି ଶବ ପଡିରହିଛି। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଲୋକେ। କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନାର ମାଝୀଗୁଡା ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ୧୫ଦିନ ତଳେ ମାଝୀଗୁଡା ଗାଁର କେଶବ ରାମପୁରିଆଙ୍କ ସହ ଗାଁ ଲୋକଙ୍କ ଗଣ୍ଡଗୋଳ ହୋଇଥିଲା। ସେଥିରେ କେଶବ ଗୁରୁତର ଆହତ ହୋଇ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ଗୁରୁତର ହେବାରୁ କୋରାପୁଟ ଅଭିମୁଖେ ନିଆଯିବା ବେଳେ ବାଟରେ […]

  • Friday, 16 July 2021
dilip ray
‘କୌଣସି ଦଳକୁ ଯିବି ନା ନାହିଁ, ଏଯାଏଁ ନିଷ୍ପତ୍ତି ନେଇନି’ : ଦିଲୀପ ରାୟ

ରାଉରକେଲା : ବିଜେଡି କିମ୍ବା ଅନ୍ୟ କୌଣସି ଦଳକୁ ଯିବି ନା ନାହିଁ, ସେ ସମ୍ପର୍କରେ ଏଯାଏଁ ନିଷ୍ପତ୍ତି ନେଇନି। ବିଜେପିରୁ ଇସ୍ତଫା ପରେ ଦିଲୀପ ରାୟ ଆଜି ପ୍ରଥମ ଥର ପାଇଁ ରାଉରକେଲାରେ ପହଞ୍ଚି ଗଣମାଧ୍ୟମକୁ ଏହା କହିଛନ୍ତି। ରାଉରକେଲା ଏବଂ ରାଉରକେଲାବାସୀଙ୍କ ଉନ୍ନତି ପାଇଁ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ଦିଲୀପ କହିଛନ୍ତି। କିଛି ଦିନ ତଳେ ରାଉରକେଲା ବିଧାୟକ ପଦ ଏବଂ ବିଜେପିରୁ ଇସ୍ତଫା ଦେଇଥିଲେ […]

  • Friday, 16 July 2021
pratap
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ହିତାଧିକାରୀଙ୍କୁ ମାଗଣାରେ ମିଳିବ ସ୍ୱାସ୍ଥ୍ୟ ସେବା

ଭୁବନେଶ୍ୱର : ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ହିତାଧିକାରୀଙ୍କୁ ମଧ୍ୟ ମାଗଣାରେ ମିଳିବ ସ୍ୱାସ୍ଥ୍ୟ ସେବା। ବିଜୁ କୃଷକ କଲ୍ୟାଣ ଯୋଜନା ଜରିଆରେ ମାଗଣା ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ। ଏହି ଯୋଜନା ମାଧ୍ୟମରେ ରାଜ୍ୟର ମୋଟ ୪୪ ଲକ୍ଷ ୮୭୦ ହିତାଧିକାରୀ ମାଗଣା ସ୍ୱାସ୍ଥ୍ୟ ସେବାର ସୁବିଧା ପାଇବେ। ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ଆୟୁଷ୍ମାନ ଭାରତ ଲାଗୁ ହେବା ପରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ବନ୍ଦ ହୋଇଥିଲା। […]

  • Friday, 16 July 2021
death
ନବମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା

ମୋହନା : ଗଜପତି ଜିଲ୍ଲା ମୋହନାରେ ଅଭାବନୀୟ ଘଟଣା। ନବମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା କରିବା ପରେ ଏକ ଗଛରେ ଟାଙ୍ଗିଦେଲେ ଦୁର୍ବୃତ୍ତ। ଆଜି ମୋହନା ରଣ୍ଡବା ପାତ୍ରବସା ଛକ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ବର ୧୦ ତାରିଖରୁ ନିଖୋଜ ଥିଲେ ସଂପୃକ୍ତ ଛାତ୍ରୀ ଜଣକ। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ଅଭିଯୋଗ ପରେ ମଧ୍ୟ ଝିଅକୁ ଖୋଜିବାରେ ପୁଲିସ ବିଫଳ ହୋଇଥିଲା। […]

  • Friday, 16 July 2021
winter
ଆହୁରି ୪ରୁ ୫ଦିନ ଯାଏଁ ଥରିବ ଓଡ଼ିଶା

ଭୁବନେଶ୍ୱର : ପ୍ରବଳ ଶୀତରେ ଆହୁରି ୪ରୁ ୫ଦିନ ଯାଏଁ ଥରିବ ଓଡ଼ିଶା। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ କୋଲ୍ଡ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଭୁବନେଶ୍ୱର, ଅନୁଗୁଳ ଓ ଟିଟିଲାଗଡ଼ରେ କୋଲ୍ଡ ୱେଭ ସ୍ଥିତି ଥିବା ବେଳେ ଆଗାମୀ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। କିଛି ଦିନ ହେଲା ରାଜ୍ୟର ଅନେକ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ […]

  • Friday, 16 July 2021
sita
କନ୍ଧମାଳରେ ହାଡ଼ଭଙ୍ଗା ଶୀତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦେଖିବାକୁ ମଳିଛି ଶୀତର ପ୍ରକୋପ।  ଲାଗାତାର ଭାବେ ଶୀତର ପ୍ରକୋପ ବଢି ଚାଲିଥିବାରୁ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଲୋକେ। ବିଶେଷ ଭାବେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଦାରିଙ୍ଗବାଡ଼ି, ବେଲଘର, କୋଟଗଡ଼, ତୁମୁଡିବନ୍ଧ, ବ୍ରାହ୍ମଣୀ ଗାଁ, ରାଇକିଆ ଏବଂ ଜି. ଉଦୟଗିରି ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ହାଡ଼ଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ସାରା ରାତି ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି। କାଲୁଆ ପବନ ବହିବା ସହ […]

  • Friday, 16 July 2021
youth deadbody
ପରିତ୍ୟକ୍ତ କୂଅରୁ ମିଳିଲା ଯୁବକଙ୍କ ମୃତଦେହ

ଗଞ୍ଜାମ : ପରିତ୍ୟକ୍ତ କୂଅରୁ ମିଳିଲା ଯୁବକଙ୍କ ମୃତଦେହ। ଗଞ୍ଜାମ ଜିଲ୍ଲା ସୋରଡ଼ାର ଗୋଚ୍ଛାମିଲ ପାଖରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ବାଲାପଙ୍କା ଗାଁର ବେଣୁଧର ମଲ୍ଲିକ। ତେବେ ବେଣୁଧରଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ନେଇ ପରିବାର ଲୋକେ ସୋରଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ବଚସାରୁ ଯୁବକଙ୍କୁ ହତ୍ୟା କରି କୂଅ ଭିତରେ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି।

  • Friday, 16 July 2021
kalinga
ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୂରିଛି ୧୩ ବର୍ଷ

ଯାଜପୁର  : ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୂରିଛି ୧୩ ବର୍ଷ। ମୃତକ ମାନଙ୍କ ଉଦ୍ଦେଶ୍ୟରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପାଳିତ ହେଉଛି ସହିଦ୍ ସ୍ମୃତି ଦିବସ। ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ପୂଜା ସରିବା ପରେ ଆମ୍ବଗାଡ଼ିଆ ଅଭିମୁଖେ ଶୋଭାଯାତ୍ରା ବାହାରିବ। ଆମ୍ବଗାଡିଆ ବୀରଭୂମି ପଡ଼ିଆରେ ଆୟୋଜିତ ହେବ ଗଣସମାବେଶ। ଆଇନ୍‌ଶୃଙ୍ଖଳା ଦୃଷ୍ଟିରୁ ଘଟଣାସ୍ଥଳରେ ୭ ପ୍ଲାଟୁନ୍ ପୁଲିସ ଫୋର୍ସ, ୨ ଜଣ ମାଜିଷ୍ଟ୍ରେଟ୍ ଓ ୨ ଜଣ ଡିଏସ୍‌ପି […]

  • Friday, 16 July 2021
elephant
ବିଦ୍ୟୁତ୍‌ ଆଘାତରେ ହାତୀ ମୃତ

ଢେଙ୍କାନାଳ : ଢେଙ୍କାନାଳରେ ବିଦ୍ୟୁତ୍‌ ଆଘାତରେ ପୁଣି ଏକ ହାତୀର ମୃତ୍ୟୁ। ହିନ୍ଦୋଳ ରେଞ୍ଜ ଦୁଦୁରକୋଟ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି। ବାର୍‌ହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ହାତୀର ମୃତ ଦେହ ଦୁଦୁରକୋଟ ଜଙ୍ଗଲରେ ପଡିରହିଛି। ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ ଏ ଯାଏଁ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ନାହାନ୍ତି। ପୂର୍ବରୁ କିଛି ଦିନ ତଳେ […]

  • Friday, 16 July 2021
bank
ରାତିରେ ସଟର ତାଡ଼ି ବ୍ୟାଙ୍କ୍‌ ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱରରେ ସଟର ତାଡ଼ି ବ୍ୟାଙ୍କ ଲୁଟ୍। ଗତକାଲି ରାତିରେ ସଦର ବ୍ଲକ ପରିଖି ସ୍ଥିତ ଆହ୍ଲାବାଦ ବ୍ୟାଙ୍କରୁ ସଟର ଭାଙ୍ଗି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ତେବେ ବ୍ୟାଙ୍କରୁ କେତେ ଟଙ୍କା ଚୋରୀ ହୋଇଛି ଏନେଇ କୌଣସି ସୂଚନା ମିଳିପାରିନାହିଁ। ଏହାସହ ବ୍ୟାଙ୍କ ନିକଟରେ ଥିବା ଏକ ରଡ୍‌ ଓ ସିମେଣ୍ଟ ଦୋକାନରୁ ମଧ୍ୟ ଲୁଟ୍ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ […]

  • Friday, 16 July 2021
ganeshi lal
ସଫ୍ଟୱେର ଆପ୍ଲିକେସନର ଶୁଭାରମ୍ଭ କଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର : ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ପ୍ରସ୍ତୁତ ସଫ୍ଟୱେର ଆପ୍ଲିକେସନକୁ ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସଫ୍ଟୱେର ଆପ୍ଲିକେସନର ନାଁ ରହିଛି ‘ରାଜଭବନ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ’ । ଆସନ୍ତା ଫେବ୍ରୁଆରୀ ମାସରୁ ଏହି ଆପ୍ଲିକେସନ ଜରିଆରେ ରାଜ୍ୟପାଳଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆବେଦନ କରିପାରିବେ। କାର୍ଯ୍ୟକ୍ରମର ୨୦ ଦିନ ପୂର୍ବରୁ ଏହି ଆପ୍ଲିକେସନ ଜରିଆରେ ଆବେଦନ କରିବାକୁ ପଡିବ। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ […]

  • Friday, 16 July 2021
congress-bhawan
କଂଗ୍ରେସର କସରତ ଜାରି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥିୀ ଚୟନ ଲାଗି କଂଗ୍ରେସର କସରତ ଜାରି ରହିଛି। ଓଡ଼ିଶା ଗସ୍ତରେ ଆସଥିବା AICC ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଓ ସଦସ୍ୟମାନେ କରୁଥିବା ପ୍ରାର୍ଥିୀ ଚୟନ ପ୍ରକ୍ରିୟାର ଆଜି ଦ୍ୱିତୀୟ ଦିନ। ଆଜି ଭୁବନେଶ୍ୱର ଓ ନବରଙ୍ଗପୁରରେ ସ୍କ୍ରିନିଂ କମିଟିର ବୈଠକ ଅନୁଷ୍ଠିତ ହେବ।  ଭୁବନେଶ୍ୱରରେ ପୁରୀ ଓ ଜଗତସିଂହପୁର ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା ହେବ। ସେହିପରି ନବରଙ୍ଗପୁରରେ କଳାହାଣ୍ଡି ଓ […]

  • Friday, 16 July 2021