ସୁବର୍ଣ୍ଣପୁର : ପୂର୍ବ ଶତ୍ରୁତାରୁ ତଣ୍ଟି କାଟି ହତ୍ୟା ଉଦ୍ୟମ। ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାଲିପଡ଼ାରେ ଘଟିଛି ଏହି ଘଟଣା। ଆହତ ଜଣକ ହେଲେ ରାଜକୁମାର ନାଗ। ଘର ପାଖ ରମେଶ ଭୋଇ ଓ ତାଙ୍କ ପୁଅ ଆକାଶ, ରାଜକୁମାରଙ୍କ ଘରକୁ ଆସି ତାଙ୍କ ତଣ୍ଟି କାଟି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ରାଜ କୁମାରଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ଝିଅ ନିନା ନାଗ ମଧ୍ୟ ଆହତ ହୋଇଛନ୍ତି। ତେବେ […]
ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଜଣେ ନାବାଳିକା ମାତୃତ୍ୱ ଲାଭ କରିଥିବା ଜଣାପଡ଼ିଛି। ଘଟଣା ପରେ ଉଭୟ ନବଜାତ ଶିଶୁ କନ୍ୟା ଓ ମାଆକୁ ଯାଜପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଗତ କିଛି ମାସ ତଳେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ କଳିଙ୍ଗନଗର ଥାନାରେ ଏତଲା ହୋଇଥିଲା। ତେବେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ବର୍ତ୍ତମାନ ନାବାଳିକା ଜଣକ ମାଆ ହେବାପରେ ଅଭିଯୁକ୍ତକୁ ଧରିବା ଲାଗି ପୁଲିସ ଜୋରଦାର ପ୍ରୟାସ ଚଳାଇଛି। ଏହା ସହ […]
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୪ ତାରିଖରେ ଜାଗରଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କର କିଭଳି ନୀତିକାନ୍ତି ରହିବ, ସେନେଇ ଭୁବନେଶ୍ୱର ସର୍କିଟ୍ ହାଉସ୍ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ରାତି ୧୦ ଟାରେ ମହାଦୀପ ଉଠିବାନେଇ ସମୟ ଧାର୍ଯ୍ୟ ହୋଇଛି। ଏହାସହ ଜାଗର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ତେବେ ବୈଠକରେ ତିନି ପ୍ରମୁଖ ନିଯୋଗର […]
ଭୁବନେଶ୍ୱର : କୁଏତରେ ନିଖୋଜ ଓଡ଼ିଆ ଯୁବକଙ୍କ ଉଦ୍ଧାର ପାଇଁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ଏଥିପାଇଁ କୁଏତରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି। କଟକ ନିଆଳି କପାସି ପଂଚାୟତର ପୋଦନା ଗାଁର ପପିନା ଲେଙ୍କା ନାମକ ଜଣେ ଯୁବକ ଗତ ଡିସେମ୍ବର ୧୧ରେ କାମ କରିବାକୁ କୁଏତ ଯାଇଥିଲେ।ଏକ ଘରୋଇ କମ୍ପାନୀରେ ସେ ପାଇପ୍ ଫିଟର ଭାବେ କାମ କରୁଥିଲେ। ତାଙ୍କ ପରିବାରକୁ ନିୟମିତ ଭାବେ ଫୋନ୍ […]
ଖୋର୍ଦ୍ଧା : ଗ୍ରାମୀଣ ଆବାସରୁ ବଞ୍ଚିତ ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର ଲକ୍ଷ୍ମୀଧର ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ମୃତ୍ୟୁ ପଛର ଅସଲ କାରଣକୁ ଏଡାଇ ଯାଇ ସ୍ଥାନୀୟ ବିଧାୟକ ଦାୟିତ୍ୱହୀନ ମନ୍ତବ୍ୟ ଦେବା ସାମ୍ନାକୁ ଆସିଛି। ଲକ୍ଷ୍ମୀଧରଙ୍କୁ ମଦ ପିଆଇବା ସହ ଭିଡ଼ିଓ ରେକର୍ଡିଂ କରି ଭାଇରାଲ୍ କରାଯାଇଛି। ସରକାରଙ୍କୁ ବଦ୍ନାମ କରିବାକୁ ଏହା ଏକ ନାଟକବାଜି ବୋଲି କହିଛନ୍ତି ଖୋର୍ଦ୍ଧା ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ। ତିତ୍ଲି ବାତ୍ୟାରେ ଘରଭଙ୍ଗା ସହାୟତା […]
ଢେଙ୍କାନାଳ : ପୁଣି ଆବାସିକ ସ୍କୁଲରୁ ଆସିଲା କୁମାରୀ ମାତୃତ୍ୱର ଅଭିଯୋଗ। ଢେଙ୍କାନାଳ ଜିଲ୍ଲାର ଏକ ଆଶ୍ରମ ସ୍କୁଲରେ ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ସେବାଶ୍ରମର ପ୍ରଧାନଶିକ୍ଷକ ଢେଙ୍କାନାଳ ସଦର ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣା ପରେ ଆରମ୍ଭ ହୋଇଛି ତନାଘନା। ଆଜି ଶିଶୁ ସୁରକ୍ଷା ଟିମ୍ ଏବଂ ସଦର ଥାନା ପୁଲିସ ଏହି ଆବାସିକ ସ୍କୁଲରେ ଖୋଳତାଡ଼ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏହି ଅଷ୍ଟମ ଶ୍ରେଣୀର […]
ଭୁବନେଶ୍ୱର: ଦେବାଶିଷଙ୍କୁ ବିଜେଡିରୁ ବହିଷ୍କାର କରାଯାଉ। ମୁଖ୍ୟମନ୍ତ୍ରୀ ଭାରତବାସୀଙ୍କୁ କ୍ଷମା ମାଗନ୍ତୁ। ପୁଲ୍ୱାମା ଆକ୍ରମଣରେ ସହିଦ ଯବାନଙ୍କ ସମ୍ପର୍କୀୟଙ୍କୁ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଶାଳୀନ ବ୍ୟବହାରର ଭାଇରାଲ ଭିଡିଓକୁ ନେଇ, ଆଜି ଏକ ସାମ୍ବାଦିକ ସମ୍ମଳିନୀରେ କଂଗ୍ରେସ ଏଭଳି ଦାବି କରିଛି। ସହିଦଙ୍କ ପ୍ରତି ଅସମ୍ମାନ, ଜାତୀୟ ପତାକାକୁ ଅସମ୍ମାନ। ଏ ସଂକ୍ରାନ୍ତରେ ଦଫା ଲଗାଯାଇ ଦେବାଶିଷଙ୍କୁ ଗିରଫ କରାଯାଉ। ମୁଖ୍ୟମନ୍ତ୍ରୀଙ୍କ ନିରବତା ଦେବାଶିଷଙ୍କ ପ୍ରତି ଦୁର୍ବଳତାକୁ ପ୍ରମାଣିତ କରୁଛି ବୋଲି କଂଗ୍ରେସ ଦାବି କରିଛି। […]
ଭୁବନେଶ୍ୱର : ଭୁବନେଶ୍ୱରରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ IPS ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଆଜିର ଫୋକସରେ ରହିଛି ସାଇବର ଅପରାଧ। ସାଇବର କ୍ରାଇମ୍ ତଦନ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ରହିଛି। ଗୋଆ ପୁଲିସ ଡିଜି ମୁକେଶ ଚନ୍ଦର ଏଥିରେ ତାଲିମ ଦେଇଛନ୍ତି। ପେପରଲେସ୍ ପୁଲିସ ଷ୍ଟେସନ ନେଇ ମଧ୍ୟ ବରିଷ୍ଠ ଅଧିକାରୀ ଆଲୋଚନା ହୋଇଛି। ପରେ ଦୁର୍ଘଟଣା ଜନିତ ମୃତ୍ୟୁ ଉପରେ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ହେବ। ଏଥିସହ ଅଗ୍ନିଶମ […]
ଭୁବନେଶ୍ୱର : OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଏଯାଏ ଏତଲା ଦେଇ ନାହିଁ ବୋର୍ଡ। ଏତଲା ଦିଆଯାଇ ନଥିବାରୁ କେମିତି ଏହାର ତଦନ୍ତ ହେବ, ତାକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନପତ୍ର ଲିକ୍ ହେବା ପରେ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। କିନ୍ତୁ କ୍ରାଇମ୍ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ବୋର୍ଡ କେବଳ ଚିଠି ପଠାଇଛି। ସେହି ଚିଠି ଆମେ ପାଇଛୁ। ବିଧିବଦ୍ଧ ଏତଲା ପାଇଁ ବୋର୍ଡକୁ ପରାମର୍ଶ ଦିଆଯାଇଛି। ଏତଲା […]
ଭୁବନେଶ୍ୱର : କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ମିଳିନପାରେ କଂଗ୍ରେସ ଟିକେଟ। ଆଜି ଏ ନେଇ ଇଙ୍ଗିତ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଟିକେଟ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି, ସଗରିଆଙ୍କ ବିଷୟରେ ଶୃଙ୍ଖଳା କମିଟିରେ ଆଲୋଚନା କରାଯାଇଛି। ସଗରିଆ ଆଚରଣ ପରିବର୍ତ୍ତନ କଲେ ଟିକେଟର ସମ୍ଭାବନା ଅଛି। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ପ୍ରତିବାଦରେ କଂଗ୍ରେସ ନେତା ସଗରିଆ ଗତ ନଭେମ୍ବର ୬ ତାରିଖରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏପରିକି ବିଭିନ୍ନ […]
ଭୁବନେଶ୍ୱର : ଓଡ଼ିଶାର ୪ଜଣ ବାଳକ ଏବଂ ବାଳିକା ପାଇବେ ଜାତୀୟ ସାହସିକତା ପୁରସ୍କାର-୨୦୧୮ । ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ସିତୁ ମଲ୍ଲିକ, ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଝିଲି ବାଗ, କଳାହାଣ୍ଡି ଜିଲ୍ଲା ନାକରୁଣ୍ଡି ଅଞ୍ଚଳର ରଂଜିତା ମାଝୀ ଏବଂ ଜଗତସିଂପୁର ଜିଲ୍ଲା ବାଲିକୁଦା ଇଛାପୁରର ବିଶ୍ୱଜିତ ପୁହାଣ। ନିଜ ଦାଦାଙ୍କୁ କୁମ୍ଭୀର କବଳରୁ ରକ୍ଷା କରିଥିଲେ ସିତୁ ମଲ୍ଲିକ। ସେ ପାଇବେ ସମ୍ମାନଜନକ ବାପୁ ଗୟାଧନୀ ପୁରସ୍କାର। ସେହିପରି ସୁବର୍ଣ୍ଣପୁର […]
ବାରିପଦା : ବାରିପଦାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ବେଞ୍ଚ ପ୍ରତିଷ୍ଠା ନ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଅସହଯୋଗ। ଏଭଳି ଚେତାବନୀ ଦେଇଛି ମୟୁରଭଞ୍ଜ ବାର୍ ଆସୋସିଏସନ୍। ବାରିପଦାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବାର୍ ଆସୋସିଏସନ୍ ପକ୍ଷରୁ ୩ ଦିନିଆ କୋର୍ଟ ବର୍ଜନ ଆରମ୍ଭ କରାଯାଇଛି। ବାର ଆସୋସିଏସନ କର୍ମକର୍ତ୍ତାମାନେ କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିଯୋଗୁଁ ବିଭିନ୍ନ କୋର୍ଟର ବିଚାରପତିମାନେ ଫେରିଯାଇଥିଲେ। ଆନ୍ଦୋଳନ ଯୋଗୁଁ କୋର୍ଟ କାମ ଠପ୍ ହୋଇଯାଇଛି।
ସୋର: ବାଲେଶ୍ୱର ଜିଲ୍ଲା ସୋର ପୁଲିସ୍ ଦୁଇ ଜଣ ହାଇୱେ ଲୁଟେରାକୁ ଗିରଫ କରିଛି। ସେମାନେ ହେଲେ ଖନ୍ତପଡ଼ା ଥାନା ଅନ୍ତର୍ଗତ ଇଞ୍ଚୁଡ଼ି ଗାଁର ନିରଞ୍ଜନ ଦାସ ଓ ସୋର ଥାନା ଅନ୍ତର୍ଗତ ମୁଳିସିଂ ଗାଁର ନବୀନ ଦାସ। ଗତକାଲି ବିଳମ୍ୱିତ ରାତିରେ ପୁଲିସ୍ ଏହି ୨ ହାଇୱେ ଲୁଟେରାକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଓ ଏକ କାର୍କୁ ପୁଲିସ୍ ଜବତ କରିଛି। ସୂଚନା ଅନୁସାରେ, ଏହି ଦୁଇ ଲୁଟେରା ଭଦ୍ରକରୁ ବାଲେଶ୍ୱର […]
ଖୋର୍ଦ୍ଧା : ଆଜି ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୃତ ଲକ୍ଷ୍ମୀଧରଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ। ଲକ୍ଷ୍ମୀଧରଙ୍କ ଆତ୍ମହତ୍ୟା ଘଟଣାରେ କଡ଼ା ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି ଏହା ସରକାରୀ ପ୍ରାୟୋଜିତ ହତ୍ୟା। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଲକ୍ଷ୍ମୀଧରଙ୍କ ସହ ଘଟିଥିବା ଘଟଣା ସଭ୍ୟ ସମାଜ ପାଇଁ ଲଜ୍ଜା। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ସଂପୂର୍ଣ୍ଣ ସତ୍ୟ ବୋଲି ମାନିବାକୁ ପଡ଼ିବ କହିଛନ୍ତି ଧର୍ମେନ୍ଦ୍ର। ଧର୍ମେନ୍ଦ୍ରଙ୍କ ସହ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ […]
ରାଉରକେଲା : ରାଉରକେଲା ମହାନଗର ନିଗମ ପକ୍ଷରୁ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟକୁ ନେଇ ଅସନ୍ତୋଷ। ଏହାର ସମାଧାନ ଲାଗି ମ୍ୟୁନିସିପାଲ ଲାଇବ୍ରେରୀ ହଲ୍ରେ ଟ୍ୟାକ୍ସ ଦାତାଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇଥିଲା। ହେଲେ ହୋହଲ୍ଲା ଲାଗି କିଛି ସମୟ ଚାଲିବା ପରେ ଶୁଣାଣି ବନ୍ଦ ହୋଇଯାଇଥିଲା। ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ବନ୍ଦ ପରେ ଆଲୋଚନା କରାଯିବା ନେଇ ଦାବି କରିଥିଲେ। ଏବେ ନିର୍ବାଚିତ କାଉନସିଲ ନଥିବାରୁ କମିଶନର ହୋଲଡିଂ ଟ୍ୟାକ୍ସ ବଢ଼ାଇଥିବାରୁ ଏହ ବେଆଇନ […]
ଭୁବନେଶ୍ୱର : ଆକ୍ସନ ମୋଡ୍ରେ କଂଗ୍ରେସ୍। ଦଳ ବିରୋଧୀ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି। AICCର ଅନୁମୋଦନ କ୍ରମେ ପିସିସି ପକ୍ଷରୁ ଯୋଗେଶଙ୍କୁ ନିଲମ୍ବନ କରାଯାଇଥିବା ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି। ଗତକାଲି ଶୃଙ୍ଖଳା କମିଟିର ବୈଠକ ପରେ ଯୋଗେଶଙ୍କୁ କୈଫତ ଦେବା ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ମାତ୍ର ସେ କୌଣସି ଉତ୍ତର ନଦେବାରୁ ତାଙ୍କୁ ସସ୍ପେଣ୍ଡ କରାଗଲା ବୋଲି ଅନନ୍ତ […]
ବାଲେଶ୍ୱର : ପିଠା କାର୍ଯ୍ୟକ୍ରମ ବେଳେ ବିଡିଓ ଅଟକ। ବାଲେଶ୍ୱର ଜିଲ୍ଲା ଭୋଗରାଇ ନାଚିନ୍ଦା ପଞ୍ଚାୟତରେ ଏହି ଘଟଣା ଘଟିଛି। ପଞ୍ଚାୟତର କିଛି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବିଡିଓ ଦିପ୍ତୀରଞ୍ଜନ ସେଠୀଙ୍କୁ ଅଟକ ରଖିଥିଲେ। କାର୍ଯ୍ୟକ୍ରମ ବେଳେ ପୁରୁଣା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅର୍ଥ ଦିଆଯାଉଥିବା ଅଭିଯୋଗ କରି ବିଡିଓଙ୍କୁ ଅଟକ ରଖିଥିଲେ। ଖବର ପାଇ ପୁଲିସ ଯାଇ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ବୁଝାସୁଝା କରି ବିଡିଓଙ୍କୁ ଉଦ୍ଧାର କରିଛନ୍ତି।
ଅନୁଗୁଳ : ଅନୁଗୁଳ ଜିଲ୍ଲା ରେଙ୍ଗାଲି ଡ୍ୟାମ୍ କୂଳରୁ କଲରାପତରିଆ ବାଘର ମୃତ ଦେହ ଠାବ ଘଟଣା। ଏନେଇ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଖୋଳତାଡ଼। ୱାଇଲ୍ଡ ଲାଇଫ୍, ଟାଇଗର କନଜରଭେସନ, ଦେବଗଡ଼ ବନଖଣ୍ଡର ଅଧିକାରୀଙ୍କ ଉପସ୍ଥିତିରେ ମୃତ ବାଘର ଶବ ବ୍ୟବଚ୍ଛେଦ କରାଯାଇଛି। ତେବେ ରିପୋର୍ଟ ଆସିବା ପରେ ବାଘଟି କେଉଁ ପରିସ୍ଥିତିରେ ମୃତ୍ୟୁବରଣ କଲା, ସେନେଇ ସ୍ପଷ୍ଟ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ସେପଟେ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ବୋଲି କହିଛନ୍ତି ବ୍ଲକ୍ […]
ଭୁବନେଶ୍ୱର : ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଧାୟକ ପଦରୁ ମଧ୍ୟ ଖୁବ ଶୀଘ୍ର ଇସ୍ତଫା ଦେବେ ବୋଲି କହିଛନ୍ତି। ଏପରି ହେଲେ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୫ରୁ ୧୪କୁ ଖସି ଆସିବ। ଏହା ଦ୍ୱାରା ନରସିଂହ ମିଶ୍ର ବିରୋଧୀ ଦଳ ନେତା ମାନ୍ୟତା ହରାଇବାର ଆଶଙ୍କା ଅଛି। ଏ ପ୍ରସଙ୍ଗରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ବିରୋଧୀ ଦଳ ନେତା ମାନ୍ୟତା ଚାଲିଗଲେ ମଧ୍ୟ ମୋର ପାଟି ବନ୍ଦ ହେବନି। […]
ଭୁବନେଶ୍ୱର : କଂଗ୍ରେସରେ ଦଳବଦଳକୁ ରୋକିବାକୁ ଉଦ୍ୟମ। ଦଳରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବ କଂଗ୍ରେସ। ଆଜି ଏହି ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ। ଆଜି ଅପରାହ୍ନ ୪ଟା ସୁଦ୍ଧା ହୋଇପାରେ କାର୍ଯ୍ୟାନୁଷ୍ଠାନ ବୋଲି ସେ ସୂଚନା ଦେଇଛନ୍ତି। ବିଶେଷ କରି ୨ ଜଣ ବିଧାୟକ ଯୋଗେଶ ସିଂ ଓ ପ୍ରକାଶ ବେହେରାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ଇଙ୍ଗିତ ଦେଇଛନ୍ତି ହେମାନନ୍ଦ। ଇସ୍ତଫା ଦେବା ପୂର୍ବରୁ ନବ ଦାସଙ୍କୁ ବହିଷ୍କାର […]
ଭୁବନେଶ୍ୱର : ଶେଷରେ କଂଗ୍ରେସରୁ ଇସ୍ତଫା ଦେଲେ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ। ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର AICC ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ନିଜ ଅଞ୍ଚଳର ଭୋଟରଙ୍କ ମତାମତକୁ ସମ୍ମାନ ଜଣାଇ ସେ ଏଭଳି ନିଷ୍ପତ୍ତି ନେଇଥିବା ଲେଖିଛନ୍ତି। ନିଜ ଅଞ୍ଚଳର ବିକାଶ ଲାଗି ଆସନ୍ତା ନିର୍ବାଚନ ସେ ବିଜେଡିରୁ ଲଢନ୍ତୁ ବୋଲି ଲୋକେ […]
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ୩ଦିନିଆ ଆଇପିଏସ୍ ସମ୍ମିଳନୀ। ଏଥିରେ ବିଭିନ୍ନ ଜିଲ୍ଲାର ଏସପି, ଡିସିପି, ଆଇଜିପି, ଡିଆଇଜି, ତାଲିମ ନେଉଥିବା ଆଇପିଏସ୍ ଅଧିକାରୀ, ଆର୍ମଡ ପୁଲିସ ବାଟାଲିୟନର କମାଣ୍ଡାଣ୍ଟଙ୍କ ସହ ହୋମଗାର୍ଡ, ଅଗ୍ନିଶମ, ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଯୋଗ ଦେବେ। ତିନିଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଆଇନ ଶୃଙ୍ଖଳା, ନକ୍ସଲ ଦମନ, ସଡକ ସୁରକ୍ଷା ସମ୍ପର୍କରେ ଆଲୋଚନା ହେବ। ଏହି ଅବସରରେ ପ୍ରଥମ ଥର ପାଇଁ ବିଭିନ୍ନ […]
ଭୁବନେଶ୍ୱର : OTET ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଭାଇରାଲ ହେବାପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ବାତିଲ କରାଯାଇଛି। ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଓ ଓଟିଇଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନ ମେଳ ଖାଉଥିବାରୁ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଲିକ୍ ହେଲା ସେ ନେଇ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଆଜି ଓଟିଇଟି ପକ୍ଷରୁ ଦୁଇଟି ସିଟିଂରେ ପରୀକ୍ଷାର ଆୟୋଜନ କରାଯାଇଥିଲା। କିନ୍ତୁ ସକାଳ ୧୦ଟାରୁ ୧୨ଟା ୩୦ମଧ୍ୟରେ ପ୍ରଥମ […]
ବାଲେଶ୍ୱର : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପରେ ଏବେ ଉତ୍ତର ଓଡ଼ିଶାରେ ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଆଜି ବାଲେଶ୍ୱର ବାର୍ ଆସୋସିଏସନ ପକ୍ଷରୁ ଦିନିକିଆ ପ୍ରତୀକାତ୍ମକ ଧର୍ମଘଟ କରାଯାଉଛି। ଜିଲ୍ଲାର ସମସ୍ତ କୋର୍ଟରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏଥିସହିତ ଜିଲ୍ଲାର ସୋର, ଜଳେଶ୍ୱର ଓ ନୀଳଗିରିରେ ଥିବା ବାର୍ ଆସୋସିଏସନ୍ ଗୁଡିକ ମଧ୍ୟ ଆନ୍ଦୋଳନ କରୁଛନ୍ତି। ଉତ୍ତର ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ […]
ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଲଲହଡାର ରେଙ୍ଗାଳି ଡ୍ୟାମ୍ରୁ ଏକ କଲରାପତରିଆ ବାଘର ମୃତଦେହ ଠାବ କରାଯାଇଛି। ଆଜି ସକାଳୁ ଖମାର ରେଂଜର ମାଙ୍କଡଚୁଆ ଗାଁର କିଛି ଲୋକ ଶୌଚ ହେବାକୁ ଯାଇଥିବା ବେଳେ କଲରା ପତରିଆର ମୃତଦେହ ଭାସୁଥିବାର ଦେଖିଥିଲେ। ଏ ନେଇ ସେମାନେ ବନ ବିଭାଗକୁ ଖବର ଦେଇଛନ୍ତି। କଲରାପତରିଆ ବାଘର ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିନାହିଁ।