ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଧରାପଡ଼ିଲେ ବାଲେଶ୍ୱର ସିରିଜ୍ ଏଟିଏମ୍ ଲୁଟେରା ଗ୍ୟାଙ୍ଗ। ଘଟଣାରେ ମାଷ୍ଟରମାଇଣ୍ଡ ଅଜୟ କୁମାର ମହାନ୍ତିଙ୍କ ସମେତ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କ ପାଖରୁ ମୋଟ୍ ୧୬ ଲକ୍ଷ ଟଙ୍କା, ୩ଟି ମୋଟର ସାଇକେଲ୍, ଗୋଟିଏ ବୋଲେରୋ ଗାଡ଼ି ଜବତ ହୋଇଛି। ଏହାସହିତ ସୁନା ଅଳଙ୍କାର ଏବଂ କିଛି ମୋବାଇଲ୍ ବି ଜବତ ହୋଇଛି। ଏନେଇ ବାଲେଶ୍ୱର ଏସ୍ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଭୁବନେଶ୍ୱର : ବଜେଟ୍ରେ ଟିକସ ରିହାତି ଓ ଚାଷୀଙ୍କୁ ସହାୟତା ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରଛନ୍ତି। ତେବେ ଜାତୀୟ ସୁରକ୍ଷା ଯୋଜନା କ୍ଷେତ୍ରରେ କିଛି ବ୍ୟବସ୍ଥା କରାଯାଇନଥିବା ଦର୍ଶାଇ ବଜେଟ୍କୁ ନୈରାଶ୍ୟଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୋଟ ୧୦ ନମ୍ବର୍ରୁ ବଜେଟ୍କୁ ଅଢ଼େଇ ନମ୍ବର୍ ଦେଇଛନ୍ତି ନବୀନ। କଂଗ୍ରେସ ମଧ୍ୟ ବଜେଟ୍କୁ ନୈରାଶ୍ୟଜନକ କହିଛି। ଚାଷୀ ଏବଂ ଯୁବବର୍ଗଙ୍କ ପାଇଁ ବଜେଟ୍ରେ କିଛି ନାହିଁ ବୋଲି ଦଳ କହିଛି। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]
ଭୁବନେଶ୍ୱର: ଆଜି ଉତ୍କଳ ଦିବସ। ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଅନ୍ୟପଟେ ଉତ୍କଳ ଦିବସ ପାଇଁ ଗତକାଲି ରାଜଧାନୀ ଭୁବନେଶ୍ୱର ସଜେଇ ହୋଇଥିଲା। ସବୁଠି ଉତ୍ସାହ, ସବୁଠି ଉତ୍ସବମୁଖର ପରିବେଶ। ବିଭିନ୍ନ ଆଲୋକମାଳାରେ ଝଟକୁଛି ରାଜଧାନୀର ବିଭିନ୍ନ ବିଲ୍ଡିଂ। ସଚିବାଳୟ, ବିଧାନସଭା, ଭାରତୀୟ ରିଜର୍ଭ ବ୍ୟାଙ୍କ ସମେତ ବିଭିନ୍ନ କୋଠାକୁ ରଂଗୀନ ଆଲୋକ ମାଳାରେ ସଜାଯାଇଛି। ଏହା ସହ ରାସ୍ତା କଡ଼ରେ ମଧ୍ୟ ରଂଗୀନ ଆଲୋକର ଛିଟା ଦେଖିବାକୁ […]
ସମ୍ବଲପୁର : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମ୍ବଲପୁରରେ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ। ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଶାନ୍ତିଭଙ୍ଗ ଆଶଙ୍କାରେ ପୁଲିସ୍ ନନ୍ଦପଡ଼ା ସ୍ଥିତ ତାଙ୍କ ଘରୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ସେହିପରି ବାଲିବନ୍ଧା ଠାରେ ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତାମାନେ କଳା ପତାକା ପ୍ରଦର୍ଶନ କରିଥିଲେ। କଳା ପତାକା ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀଙ୍କୁ ପୁଲିସ୍ ସେଠାରୁ ଉଠାଇ ନେଇଥିଲା।
କଟକ: କଟକ ବିଗ୍ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ। ଦରଘାବଜାରରେ ଥିବା ବିଗ୍ ବଜାରରେ ନିଆଁ ଲାଗି ବହୁ ସାମଗ୍ରୀ ପୋଡ଼ି ଯାଇଛି। ୩ଟି ଦମକଳ ଗାଡ଼ି ପହଞ୍ଚି ୪ରୁ ୫ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛନ୍ତି। ବିଗବଜାରର ଚତୁର୍ଥ ମହଲାରେ ପ୍ରଥମେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି କୋଠାର ଚତୁର୍ଥ ମହଲାରେ ଏକ ଡ୍ୟାନ୍ସ ବାର୍ ରହିଛି। ଏହି ଡ୍ୟାନ୍ସ ବାର୍ରେ ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ବି […]
ଭୁବନେଶ୍ୱର: ସୁରକ୍ଷିତ ହୋଲି ପାଇଁ କମିଶନରେଟ ପୁଲିସ୍ ଆଡ୍ଭାଇଜରି ଜାରି କରିଛି। ଏହା ସହିତ ରଙ୍ଗ ନାଁରେ କେମିକାଲ୍ ବିକ୍ରିକୁ ନେଇ ଜୋର୍ଦାର୍ ଚଢ଼ଉ କରାଯିବ କୁହାଯାଇଛି। ବଜାରରେ ମିଳୁଥିବା ରଙ୍ଗ ଅପମିଶ୍ରିତ ନା ନାହିଁ ତାର ଯାଞ୍ଚ ପାଇଁ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡକୁ ସ୍କାଡ୍ ଦେବା ପାଇଁ ମଧ୍ୟ କୁହାଯାଇଛି। ସ୍ପିଡ୍ ବାଇକିଂ ଓ ଦୃତ ହର୍ଣ୍ଣ ବଜାଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ପଦକ୍ଷେପ ନିଆଯିବ ବୋଲି ପୁଲିସ୍ କମିଶନର […]
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅଞ୍ଚଳରେ ଅଘଟଣ। ଜେମାଦେଇପେଣ୍ଠ ଗାଁ ନିକଟ ଜଙ୍ଗଲରେ ନିଆଁ ଲାଗି ଯାଇଛି। ଫଳରେ ବହୁ ସଂଖ୍ୟାରେ ଗଛ ପୋଡ଼ି ଯାଇଛି। ଜଙ୍ଗଲର ଏକ ବିଶାଳ ଅଂଶରେ ନିଆଁ ଲାଗି ଯିବା ଫଳରେ ବ୍ୟାପକ ପରିମାଣରେ ଗଛ ନଷ୍ଟ ହୋଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ନିକଟରେ ଏଲ୍ପିଜି ଗୋଦାମ ଥିବାରୁ ଏନେଇ ବିଶେଷ ଧ୍ୟାନ ରଖିଛି ଦମକଳବାହିନୀ। ସେପଟେ ଜଙ୍ଗଲରେ କିପରି ନିଆଁ […]
ପୁରୀ(ମଧୁସୂଦନ ମିଶ୍ର): ଦୋଳପୂର୍ଣ୍ଣିମା ଓ ହୋଲି ପର୍ବ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ନିର୍ମାଣ କରି ଭାରତବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଦେଇଛନ୍ତି। ଶ୍ରୀକ୍ଷେତ୍ରରେ ଦୋଳପୂର୍ଣ୍ଣିମା ଅବସରରେ ଭଗବାନ ଦୋଳଗୋବିନ୍ଦ, ଲକ୍ଷ୍ମୀ ସରସ୍ୱତୀ ଭକ୍ତଙ୍କ ସହ ରଙ୍ଗ ଖେଳିବାକୁ ଥିବା ବେଳେ ଭଗବାନ ଓ ଭକ୍ତଙ୍କ ଭିତରେ ଅପୂର୍ବ ମିଳନ ଘଟିବ। ଆଉ ସେହି ଅପୂର୍ବ ମିଳନ ଅବସରରେ ମାନସ ବାଲିରେ ରାଧାକୃଷ୍ଣଙ୍କ ମୂର୍ତ୍ତି ନିର୍ମାଣ […]
ଯାଜପୁର : ଯାଜପୁରରେ ଆରମ୍ଭ ହେଲା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା। ୧୦ ଦିନ ବ୍ୟାପି ଚାଲିବାକୁ ଥିବା ଏହି ମେଳା ପାଇଁ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ପ୍ରତିବର୍ଷ ମାଘ କୃଷ୍ଣପକ୍ଷ ଏକାଦଶୀ ଠାରୁ ଏହି ମେଳା ଆରମ୍ଭ ହୋଇଥାଏ। ଏଥିରେ ରାଜ୍ୟ ତଥା ବାହାରୁ ଅନେକ ଶ୍ରଦ୍ଧାଳୁ ଏକାଠି ହୋଇ ମାନସିକ ପୂର୍ବକ ପୋଡ଼ ପିଠା ଭୋଗ କରିଥାନ୍ତି। ପରମ୍ପରା ଅନୁଯାୟୀ, ଦଶମୀ ତିଥୀରେ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି […]
ପୁରୀ(ମଧୁସୂଦନ ମିଶ୍ର): ଆଜି ଦୋଳ ପୂର୍ଣ୍ଣିମା। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇଉଠିଛି। ଦୋଳ ଉତ୍ସବରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୩ଟାରେ ଦ୍ୱାର ଫିଟା, ମହାପ୍ରଭୁଙ୍କ ମଙ୍ଗଳ ଆରତି ଭୋର୍ ୪ଟାରେ, ଅବକାଶ ସକାଳ ୫ଟା ୧୫ରେ, ସର୍ବାଙ୍ଗ, ନୂଆଲୁଗା ଲାଗି ୬ଟା ୩୦ରେ ଅନୁଷ୍ଠିତ ହୋଇଛି। ସୁନାବେଶ ସକାଳ ୮ଟାରୁ ୯ଟା ୩୦ ଭିତରେ କରାଯିବ। […]
ଭଦ୍ରକ : ବାସୁଦେବପୁର ବ୍ଲକ୍ରେ ମଧ୍ୟାହ୍ନ ଭୋଜନରେ ଚାଉଳର ଅଭାବ ଦେଖାଦେଇଛି। ବ୍ଲକ୍ର ୩୨୩ଟି ବିଦ୍ୟାଳୟରେ ଗତ ନଭେମ୍ବର ମାସରେ ଚାଉଳ ମିଳିଥିବାବେଳେ ତା’ପରଠୁ ଆଉ ଚାଉଳ ଆସୁନଥିବା ଅଭିଯୋଗ ହୋଇଛି। ୭ରୁ ୧୦ ଦିନ ହେବ ଅନେକ ସ୍କୁଲ୍ରେ ଚାଉଳ ସରିଗଲାଣି। ଚାଉଳ ପାଇଁ ଏବେ ଶିକ୍ଷକମାନଙ୍କର ଅଡ଼ୁଆ ବଢ଼ିଛି। କୌଣସି ପରିସ୍ଥିତିରେ ବିଦ୍ୟାଳୟରେ ରୋଷେଇ ବନ୍ଦ ହେବନି ବୋଲି ଶିକ୍ଷାବିଭାଗର ନିର୍ଦ୍ଦେଶ ଥିବାବେଳେ ସଂପୃକ୍ତ ବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏବେ ଆଖାପାଖ ବିଦ୍ୟାଳୟକୁ […]
ମୋହନା : ଆନ୍ଧ୍ର ବ୍ୟବସାୟୀଙ୍କ ପାଖରେ ବନ୍ଧା ପଡ଼ିଛନ୍ତି ୩ ଓଡ଼ିଆ ଯୁବକ। ତିନି ଦିନ ହେଲା ଗୋଟିଏ ଘରେ ଯୁବକମାନଙ୍କୁ ବନ୍ଦ କରି ରଖାଯାଇଛି। ୨ ଲକ୍ଷ ୪୦ ହଜାର ଟଙ୍କା ଦେଲେ ଛଡ଼ାଯିବ ବୋଲି ବ୍ୟବସାୟୀ ଜଣକ କହୁଥିବା ପରିବାର ଲୋକେ କହିଛନ୍ତି। ଗଜପତି ଜିଲ୍ଲା ମୋହନାର ଛେଳିଗଡ଼ ଗାଁର ଜଣେ ଦଲାଲ୍ କିତିଂ ଗାଁର ଯୁନସ ନାୟକ, ଶାମୁଏଲ୍ ଦଳାଇ ଓ ଅମର କରାଡ଼ଙ୍କୁ କାମ ଦେବା ନାଁରେ ଆନ୍ଧ୍ରପ୍ରଦେଶର ତିରୁମାଲାକୁ ନେଇଥିଲେ। […]
ଭୁବନେଶ୍ୱର : ରାଜ୍ୟରେ ତୀବ୍ର ହେବାରେ ଲାଗିଛି ସମନ ପଲିଟିକ୍ସ। ଚିଟ୍ଫଣ୍ଡ ଠକେଇ ଅଭିଯୋଗରେ ଗତକାଲି ପ୍ରଥମେ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ସମନ ଖବର ପରେ ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୁଲିସ୍ ୨ଜଣ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍ କରିଥିଲା। ଏହାକୁ ନେଇ ଜୋର ଧରିଛି ରାଜନୈତିକ ବୟାନବାଜି। ନୋଟିସ୍ ପ୍ରସଙ୍ଗରେ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି […]
ଚୌଦ୍ୱାର(ପ୍ରକାଶ ନାୟକ): କଟକର ଚୌଦ୍ୱାର ଜେଲ୍ରେ କମିଶନରେଟ୍ ପୁଲିସ୍ ଚଢ଼ଉ କରିଛି। କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ଜେଲ୍ରେ ଅଚାନକ ଚଢ଼ଉ କରିଛି। ୬ ଆଇଆଇସି ଏବଂ ୬ ପ୍ଲାଟୁନ୍ ପୁଲିସ୍ ଏହି ଚଢ଼ଉରେ ସାମିଲ୍ ହୋଇଛନ୍ତି। ଗତ କିଛି ଦିନ ତଳେ ଜେଲ୍ରେ ଅତ୍ୟାଚାର ସମ୍ପର୍କରେ ଜଣେ କଏଦୀ ନିଜେ ଏକ ଭିଡିଓ ତିଆରି କରି ଭାଇରାଲ୍ କରିଥିଲେ। ଯେଉଁଥିରେ ଜେଲ୍ କର୍ତ୍ତୃପକ୍ଷ ଅନ୍ତେବାସୀଙ୍କୁ ନିର୍ଯାତନା ଦେଉଥିବା ଏବଂ ଅବାଧ […]
ଭୁବନେଶ୍ୱର : ବିଜ୍ଞାପନ ପୋଡ଼ି ଅଭିଯାନ। ଏହି ଅଭିଯାନ ଆରମ୍ଭ କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ ନାମକ ଏକ ସଂଗଠନ। ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାର ପ୍ରାୟ ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ବଡ଼ ବଡ଼ ବିଜ୍ଞାପନ ଛାପୁଛନ୍ତି। ଓଡ଼ିଶା ସୂଚନା ଅଧିକାର ଅଭିଯାନ ଅଭିଯୋଗ କରିଛି, ଏହି ବିଜ୍ଞାପନ ମଧ୍ୟରୁ ଅନେକ ମିଥ୍ୟା ଓ ବିଭ୍ରାନ୍ତିମୂଳକ। ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆତ୍ମପ୍ରଚାର କରୁଛନ୍ତି। ଦୁଇ ବର୍ଷ ମଧ୍ୟରେ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଜାରରେ ଏକ ଗହଣା ଦୋକାନରୁ ବଡ଼ ଧରଣର ଲୁଟ୍। ଆଖି ପିଛୁଳାକେ ପ୍ରାୟ ୨୦ଲକ୍ଷ ଟଙ୍କାର ଗହଣା ଲୁଟି ଫେରାର ମାରିଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ମାଲିକ ଦୋକାନ ଖୋଲି ଧୂପ ଦେଉଥିବାବେଳେ ବାଇକ୍ରେ ୨ଜଣ ଦୁର୍ବୃତ୍ତ ଆସି ହଠାତ୍ ଗହଣା ଭର୍ତ୍ତି ବ୍ୟାଗ୍ଟିକୁ ଝାମ୍ପି ନେଇ ପଳାଇଥିଲେ। ଏହି ସମୟରେ ଦୋକାନୀ ପାଟି କରିଥିଲେ; ହେଲେ ଲୁଟେରାଙ୍କୁ ଧରି ହୋଇନଥିଲା। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି […]
ଭୁବନେଶ୍ୱର : OTV ବିରୋଧରେ ଗଠିତ ବିଧାନସଭା ସ୍ୱାଧିକାର କମିଟିରୁ ବିଜେପି ବିଧାୟକଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଇସ୍ତଫା। ସେ ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ପ୍ରଦୀପ ଅମାତଙ୍କ ନିକଟକୁ ପଠାଇଛନ୍ତି। OTV ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ସମନ ପ୍ରତିବାଦରେ ସେ ଇସ୍ତଫା ଦେଇଥିବା ଲେଖିଛନ୍ତି। ନଭେମ୍ବର ୨୦ ତାରିଖରେ ବିଧାନସଭା ସମ୍ପର୍କିତ ଖବର ଓଟିଭିରେ ପ୍ରସାରଣ ପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ସ୍ୱାଧିକାର ଭଙ୍ଗ ନେଇ ନୋଟିସ୍ ଦେଇଥିଲେ। ଏହା ଆଧାରରେ […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ ଜଣେ ନାବାଳିକା ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଅନ୍ତେବାସୀ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଅନ୍ତେବାସୀ ହେଲେ କୁମାରପୁର ଗାଁର ଲାଲ୍ ହାଁସଦାଙ୍କ ଝିଅ ହେମାଜାନି ହାଁସଦା। ଅସୁସ୍ଥ ଅନ୍ତେବାସୀଙ୍କ ନାଁ ସରସ୍ୱତୀ ମଲ୍ଲିକ। ନାବାଳିକା ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି। ତେବେ ମାଜିଷ୍ଟ୍ରେଟ୍ ଭାବେ ସୋର ତହସିଲଦାର ଦେବୀପ୍ରସାଦ ଦାସଙ୍କ ଉପସ୍ଥିତିରେ ପୁଲିସ୍ ତଦନ୍ତ କରୁଛି। ମୃତ୍ୟୁର କାରଣ […]
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ସିମର ଗାଁରେ ଘରେ ପଶି ଯୁବକଙ୍କୁ ହତ୍ୟା। ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତକଙ୍କ ବେକର ୭୦ଭାଗ କଟି ଯାଇଛି। ହତ୍ୟା ପରେ ମୃତକଙ୍କ ଘର କାନ୍ଥରେ ହତ୍ୟାର କାରଣ ଲେଖିଛି ଅଭିଯୁକ୍ତ। ମିଳିଥିବା ସୂଚନା ଅନୁସାରେ, ମଦ୍ୟପାନ ନେଇ ଏ ହତ୍ୟାକାଣ୍ଡ ହୋଇଥିବାର ଅନୁମାନ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଫେରାର୍ ଅଛି। ଏ ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । […]
ଭୁବନେଶ୍ୱର : ପୁଣି ସକ୍ରିୟ ହେଲା ସିବିଆଇ। ଚିଟ୍ଫଣ୍ଡ ଠକେଇ ମାମଲାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ନୋଟିସ୍ କରିଛି ସିବିଆଇ। ସି-ସୋର ଚିଟ୍ଫଣ୍ଡ ଲିଙ୍କ୍ ନେଇ ଏମାନଙ୍କୁ ନୋଟିସ୍ କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଏଟି ଚିଟ୍ପଣ୍ଡ ଲିଙ୍କ୍ରେ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ସିସୋର୍ ଲିଙ୍କ୍ରେ ବିଧାୟକ ପ୍ରଭାତ ବିଶ୍ୱାଳ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ୍ ଯାଇଥିଲେ। ମୟୂରଭଂଜ ସାଂସଦ […]
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଷ୍ଟେସନରେ ‘ହୋ’ ସମାଜ ପକ୍ଷରୁ ରେଳରୋକ୍। ତିନି ଦଫା ଦାବି ନେଇ ସକାଳ ୬ଟାରୁ ହୋ ସମାଜ କର୍ମକର୍ତ୍ତା ବାରିପଦା, ବାଙ୍ଗିରିପୋଷୀ ଓ ରାଇରଙ୍ଗପୁର ରେଳ ଷ୍ଟେସନରେ ପହଞ୍ଚି ରେଳରୋକ୍ କରିଥିଲେ। ଫଳରେ ଷ୍ଟେସନରେ ଟାଟା-ରାଇରଙ୍ଗପୁର ପାସେଞ୍ଜର ଟ୍ରେନ କିଛି ସମୟ ପାଇଁ ଅଟକି ରହିଥିଲା। ତେବେ ରାଇରଙ୍ଗପୁର ଷ୍ଟେସନରୁ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ସହ ଓଡ଼ିଶାର ଦ୍ୱିତୀୟ ରାଜଭାଷା ମାନ୍ୟତା, […]
ଭୁବନେଶ୍ୱର : ସାରା ରାଜ୍ୟରେ ଲେଉଟିଲା ଶୀତ। କିଛି ଦିନ ଧରି ତାପମାତ୍ରା କମିବା ପରେ ଦୁଇ ଦିନ ହେଲା ପୁଣି ଖସିଛି ରାତିର ତାପମାତ୍ରା। ଫୁଲବାଣୀରେ ରାତିର ତାପମାତ୍ରା ୩ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କେନ୍ଦୁଝର, ସୁନ୍ଦରଗଡ଼, ହୀରାକୁଦ ଆଦି ସ୍ଥାନରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ରାତିର ତାପମାତ୍ରା ହଠାତ୍ ହ୍ରାସ ପାଇଛି। ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଅନୁଭୁତ ହେଉଛି। ଏଭଳି ପାଗ ଆଉ କିଛି […]
ବାଲେଶ୍ୱର : ବାଲେଶ୍ୱର ରେମୁଣା ମହୋତ୍ସବ ବେଳେ ଉତ୍ତେଜନା। ସାଇକେଲ ଷ୍ଟାଣ୍ଡ ନିକଟରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୩ ଜଣ ଆହତ ହୋଇଛନ୍ତି। ଆହତ ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ଉଭୟ ଗୋଷ୍ଠୀର ୧୦ରୁ ଅଧିକ ଯୁବକଙ୍କୁ ଅଟକ ରଖିଛି ପୁଲିସ୍। ହେଲେ ଉତ୍ତେଜନା ଲାଗି ରହିବାରୁ ମହୋତ୍ସବ କମିଟି ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଥିଲା। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମହୋତ୍ସବରେ ଲାଗିଥିବା ସମସ୍ତ ଦୋକାନ ସହ ରେମୁଣା ବଜାରକୁ ବନ୍ଦ […]
ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱରରୁ ୧୬ ଫୁଟ୍ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ନୀଳଗିରି କୁଲଢ଼ିଆ ଅଭୟାରଣ୍ୟ ସୀମାନ୍ତ କାଳିଝାଟି ଗାଁ ନିକଟରୁ ଏହି ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ସାପଟି ଆହତ ହୋଇ ଛଟପଟ ହେଉଥିବା ଗ୍ରାମବସୀ ଦେଖିବା ପରେ ବନ ବିଭାଗକୁ ଜଣାଇଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ ଟିମ୍ ସାପଟିକୁ ଉଦ୍ଧାର କରି ନୀଳଗିରି ପଶୁ ଡାକ୍ତରଖାନାକୁ ଆଣିଥିଲେ। ଅହିରାଜର ଚିକିତ୍ସା ପରେ ବନ ବିଭାଗ କୁଲଢ଼ିଆ ଅଭୟାରଣ୍ୟରେ ଛାଡ଼ି ଦେଇଛି।
ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ସୁନହଟ ହସ୍ପିଟାଲ୍ ପରିସରରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ହସ୍ପିଟାଲ୍ରେ ଉତ୍ତେଜନା ଦେଖାଦେଇଛି। ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ ସେମାନେ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସୁନହଟରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଚାନ୍ଦିପୁର ଡିଆରଡିଓ ରାସ୍ତାରେ ଗମନାଗମନ ଠପ୍ ହୋଇ ଯାଇଛି।