ଭୁବନେଶ୍ୱର : ଏସବିଆଇ ଗ୍ରୀନ୍ ମାରାଥନ୍ ଦ୍ୱିତୀୟ ସଂସ୍କରଣ ଭୁବନେଶ୍ୱରରେ ଆୟୋଜିତ ହୋଇଛି। କଳିଙ୍ଗ କ୍ରୀଡ଼ା କଂପ୍ଲେକ୍ସରୁ ଆୟୋଜିତ ହୋଇଛି ଏହି ମାରାଥନ୍। ଏସ୍ବିଆଇ ଭୁବନେଶ୍ୱର ମଣ୍ଡଳର ସିଜିଏମ୍ ପ୍ରବୀଣ କାଲା ଏହି ମାରାଥନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବହୁ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିଲେ। ଏହି ମାରାଥନ୍ରେ ୩ ହଜାର ଧାବକ ଅଂଶ ଗ୍ରହଣ କରିଥିଲେ।
ଭଦ୍ରକ : ଭଦ୍ରକ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାମଲାରେ ଗିରଫ ହେଲେ ତିନି ଜଣ। ଗିରଫ ଅଭିଯୁକ୍ତ ମାନେ ହେଲେ ଚାନ୍ଦବାଲି ପାହାଡ଼ପୁର ଅଞ୍ଚଳର ଚନ୍ଦ୍ରକାନ୍ତ ଦାସ, ରଞ୍ଜନ ଦାସ ଓ ବାବାଜୀ ଦାସ ବୋଲି ଜଣାପଡ଼ିଛି। ମେଡିକାଲ୍ରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଆଧାର କରି ଏହି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଏହି ଅଭିଯୁକ୍ତ ମାନେ ମାଡ଼ ମାରିବା ସହ ଗାଳି ଗୁଳଜ […]
ଭୁବନେଶ୍ୱର : ଚିଟ୍ଫଣ୍ଡ ମହାଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍. ଏମ୍. ଦାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ବେଗ। କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥ ଫେରାଇବାରେ ଆହୁରି ବିଳମ୍ବ ହେବାକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି। ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ଯୋଗୁଁ ଏହା ସ୍ପଷ୍ଟ ହୋଇଥିବା ସେ ଟ୍ୱିଟ୍ କରିଛନ୍ତି। ୨୦୧୩ମସିହାରୁ ଟଙ୍କା ଫେରସ୍ତ ଲାଗି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ହେଲେ ଏଯାଏ କ୍ଷତିଗ୍ରସ୍ତଙ୍କୁ […]
ପୁରୀ: ପୁଣି ଶ୍ରୀମନ୍ଦିରରୁ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ସୁଆର ମହାସୁଆର ନିଯୋଗର କୋଇଲି ବୈକୁଣ୍ଠ ନିକଟ ଅନ୍ନଦାନ ଆଟିକା କାର୍ଯ୍ୟାଳୟର ଗେଟ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସିଂହଦ୍ୱାର ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଆଧାରରେ ଅଧିକ ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜ୍ ଆଧାରରେ ଜଣେ ଛୋଟପିଲା ଏହି ଚୋରି କରିଥିବା ଜଣାପଡ଼ିଛି। ଅନ୍ୟପଟେ, ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର ଶ୍ରୀମନ୍ଦିର […]
କଟକ : ଫୁଡ୍ କୋର୍ଟ କମ୍ପିଟିସନ୍। କ୍ୟାମେରା ଚକୁଳି ସାଙ୍ଗକୁ ବୁମ୍ ପକୋଡା। ତା ସାଙ୍ଗକୁ ରାଜ୍ୟସଭା ଚିକେନ୍ ଏବଂ ବିଧାନସଭା ଫ୍ରାଏଡ ରାଇସ୍। ନାଁ ଶୁଣି ଆପଣକୁ ହସ ଲାଗୁଥିବ। ଗୋଟିଏ ସ୍ଥାନରେ ଏକାଧିକ ଖାଦ୍ୟ ଷ୍ଟଲ, କିନ୍ତୁ ନାଁ ଭିନ୍ନ। ବିଧାନସଭା ଫ୍ରାଇଡରାଇସ୍ ଓ୍ୱିଥ୍ ଚିକେନ୍ ସାଙ୍ଗକୁ ରାଜ୍ୟସଭା ଚିକେନ୍ ଚକୁଳି ଏବଂ ଲୋକସଭା ଦୋସା। ଦାମ୍ ବି ସୁଆଇଲା ଭଳି। କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଫୁଡ୍ କୋର୍ଟ କମ୍ପିଟିସନ୍ରେ ବିଭିନ୍ନ ବିଭାଗ […]
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଅଘଟଣ ଘଟିଛି। ଯୁକ୍ତ ଦୁଇ ଖାତା ଦେଖା ବେଳେ କଲେଜର ମୈତ୍ରୀ ବିହାର ପରିସର ପରୀକ୍ଷାକେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। କେନ୍ଦ୍ର ଭିତରେ ଥିବା ତାର ଗୁଡିକ ହଠାତ୍ ଜଳିବା ସହ ପ୍ରବଳ ଧୂଆଁ ବାହାରିଥିଲା। ତେବେ ଖୋର୍ଦ୍ଧା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
ସୁନ୍ଦରଗଡ଼ : ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କୁ ବିଜେଡିକୁ ଆଣିବା ପୂର୍ବରୁ ସୁନ୍ଦରଗଡ଼ରେ କର୍ମୀଙ୍କୁ ବୁଝାସୁଝା ବେଳେ ହଟହଟା ହେଲେ ବିଜେଡି ନେତା। ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଦଳ ମୁଖପାତ୍ର ପ୍ରଶାନ୍ତ ନନ୍ଦ ଯୋଗେଶଙ୍କୁ ବିଜେଡିରେ ସାମିଲ କରିବା ପୂର୍ବରୁ ସ୍ଥାନୀୟ ବିଜେଡି କର୍ମୀଙ୍କୁ ବୁଝାସୁଝା କରିବାକୁ ସୁନ୍ଦରଗଡ଼ ଯାଇଥିଲେ। ସ୍ଥାନୀୟ ନେତା ତଥା ବିଜେଡି ଆଶାୟୀ ପ୍ରାର୍ଥୀ କୁଶୁମ ଟେଟେଙ୍କ ଘରେ ବୈଠକ ବେଳେ ଯୋଗେଶଙ୍କ ବିଜେଡିରେ ଯୋଗଦାନକୁ ଦଳୀୟ କର୍ମୀ […]
ବାଲେଶ୍ୱର : ବାଲେଶ୍ୱର ରେମୁଣା ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ହୋଇଥିବା ଟଙ୍କା ହଡ଼ପ ଘଟଣାରେ ପୂର୍ବତନ ବ୍ୟାଙ୍କ୍ ମ୍ୟାନେଜରଙ୍କୁ କ୍ରାଇମ୍ ବ୍ରାଞ୍ଚ ଇ.ଓ.ଡବ୍ଲ୍ୟୁ ଗିରଫ କରିଛି। ତାଙ୍କ ନାଁ ଦୁର୍ଗା ଚରଣ ପଣ୍ଡା। ପୂର୍ବରୁ କାର୍ଯ୍ୟରତ ଥିବା ମ୍ୟାନେଜର ମୃତ ବ୍ୟକ୍ତିଙ୍କ ପେନସନ ଟଙ୍କା ହଡ଼ପ ହୋଇଥିବା ନେଇ ପୁଲିସ୍ରେ ଅଭିଯୋଗ ହୋଇଥିଲା। ଏନେଇ କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତଦନ୍ତ କରିଥିଲା। ପ୍ରଥମେ ଦୁଇ ଜଣ ସମ୍ପୃକ୍ତି ଥିବା ଏବଂ ଏକ କୋଟି ୩୨ […]
ବ୍ରହ୍ମପୁର : ଦୀର୍ଘ ୧୬ ଦିନ ଧରି ବ୍ରହ୍ମପୁର ସାଉଥ୍କୋ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି। ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ, ଗ୍ରାହକଙ୍କୁ ଉତ୍ତମ ସେବା ଏବଂ ଗ୍ରାହକ ଅନୁପାତରେ କର୍ମଚାରୀ ରଖିବା ଭଳି ବିଭିନ୍ନ ଦାବି ରଖିଛି ସଂଘ। ତେବେ ଆଜି ଆନ୍ଦୋଳନକୁ ତୀବ୍ରତର କରି ବିକ୍ଷୋଭକାରୀ ମାନେ ସାଉଥ୍କୋ କାର୍ଯ୍ୟାଳୟ ଗେଟ୍ ଆଗରେ ଧାରଣା ଦେଇଥିଲେ। ଫଳରେ କୌଣସି କର୍ମଚାରୀ ଭିତରକୁ ଯାଇପାରି ନଥିଲେ। ଏହି ଆନ୍ଦୋଳନ […]
ଭୁବନେଶ୍ୱର : ଭୁବନେଶ୍ୱର ଯୁନିଟ ୮ ସ୍ଥିତ NHM କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ବିଲଡିଂର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଛି। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। କର୍ମଚାରୀ ମାନେ ଭୟଭୀତ ହୋଇ ତଳକୁ ପଳାଇ ଆସିଛନ୍ତି। ସରକାରୀ ଡକ୍ୟୁମେଣ୍ଟ ଓ ଫାଇଲ ନିଆଁରେ ଜଳିଯାଇଛି। ସେପଟେ ରାଜଧାନୀର ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ ଆପୋଲୋରେ ଆଜି ସଟ୍ ସର୍କିଟ୍ରୁ […]
ବଲାଙ୍ଗିର : କୁଷ୍ଠ ରୋଗ ପାଇଁ ବାସନ୍ଦ ହେଲା ଶବ। ଶେଷକୁ ପ୍ରଶାସନ ସହାୟତାରେ ହେଲା ଶବ ସତ୍କାର। ବଲାଙ୍ଗିର ଜିଲ୍ଲା ସଦର ବ୍ଳକ୍ କୁଟୁମଡୋଲା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା। କୁଷ୍ଠ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ହୋଇଥିବାରୁ, କାନ୍ଧ ଦେବାକୁ ଆସିଲେନି ପରିଜନ ଓ ସାଇ ପଡ଼ିଶା। ଆଜି ସକାଳେ କୁଷ୍ଠ ରୋଗରେ ପୀଡ଼ିତ ଥିବା କଳ ଭୋଇ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ ପରିବାର, ପରିଜନ ଏବଂ […]
ନୟାଗଡ଼ : ନୟାଗଡ଼ରେ ଦେଶି ବନ୍ଧୁକ କାରଖାନା। ଗୋପୀନାଥପୁର ଅଞ୍ଚଳରେ ଦେଶୀ ବନ୍ଧୁକ ତିଆରି ହେଉଥିବା ଏକ କାରଖାନା ଠାବ କରିଛି ପୁଲିସ୍। ଚଢ଼ଉ ବେଳେ ବନ୍ଧୁକ ତିଆରି ସାମଗ୍ରୀ ସହ ୫ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଏହାସହ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସୁଧିର ବେହେରା। ସେ ବର୍ଷେ ହେଲା ଏଠାରେ ବନ୍ଧୁକ ତିଆରି କରୁଥିଲା ବୋଲି ସ୍ୱୀକାର କରିଛି।
ବାଲେଶ୍ୱର : କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ସହାୟତା ପ୍ରଦାନ ଦାବିରେ ପଞ୍ଚାୟତ ଅଫିସ୍ ଘେରାଉ। ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍ ରସଲପୁର ପଞ୍ଚାୟତ ଅଫିସ୍ ଘେରାଉ କରଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀମାନେ ନୋଡାଲ ଅଫିସର ରାମଚନ୍ଦ୍ର ଧଳଙ୍କୁ ମଧ୍ୟ ଅଟକ ରଖିଥିଲେ। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ବ୍ଲକ୍ରେ ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟ ହିତାଧିକାରୀଙ୍କ ପରିବାରର ୨ରୁ ୩ଜଣଙ୍କ ନାମରେ ଅର୍ଥ ଆସୁଛି। ଅଧିକାଂଶ ଯୋଗ୍ୟ ହିତାଧିକାରୀ ପଇସା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି […]
ଭୁବନେଶ୍ୱର : ଚିଟ୍ଫଣ୍ଡ ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍.ଏମ୍. ଦାସ କମିଶନଙ୍କ କାର୍ଯ୍ୟ ଅବଧି ବୃଦ୍ଧି। କମିଶନଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି କରିଛନ୍ତି ସରକାର। ଆସନ୍ତା ଫେବ୍ରୁଆରୀ ୪ ତାରିଖରେ କମିଶନଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ତେବେ ୪୮ ମାସ କାର୍ଯ୍ୟକାଳ ଥିବାବେଳେ ଏହାକୁ ଏବେ ୫୪ ମାସକୁ ବୃଦ୍ଧି କରାଯାଇଛି। ଗତ ମାସ ୩୧ରୁ ସତ୍ୟପାଠ ଆବେଦନର ଅବଧି ପୁଣି ବଢ଼ାଇଥିଲେ ଜଷ୍ଟିସ ଏମ.ଏମ୍.ଦାସ କମିଶନ।
ପୁରୀ(ମଧୁସୂଦନ ମିଶ୍ର): ପୁରୀରେ ବସିଲା ୨୦୧୯ର ପ୍ରଥମ ରଥ ସମନ୍ୱୟ ବୈଠକ। ଆସନ୍ତା ଜୁଲାଇ ୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ୱୟ ବୈଠକ ବସିଛି। ବୈଠକରେ ମୋଟ୍ ୨୧ଟି ପ୍ରାସ୍ତାବ ଉପରେ ଆଲୋଚନା କରାଯାଇଛି। ତେବେ ଏହି ବୈଠକରେ ସହରର ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଆଲୋଚନାର ଫୋକସ୍ରେ ରହିଥିଲା। ଏଥର ରଥଯାତ୍ରା ବେଳେ ୩୦ଟି ଆମ୍ବୁଲାନ୍ସ, ୩୧ଟି ଫାଷ୍ଟ୍ ଏଡ୍ ସେଣ୍ଟର […]
କନ୍ଧମାଳ : ପୁଣି ଥରେ ଲଜ୍ଜା। କନ୍ଧମାଳରେ ଆଉ ଏକ ନାବାଳିକା ଗର୍ଭବତୀ ହୋଇଥିବା ଖବର ଆସିଛି। ନିଜ ମଉସାଙ୍କ ଦ୍ୱାରା ଅତ୍ୟାଚାର ଶିକାର ହୋଇଛନ୍ତି ନାବାଳିକା। ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଜଣକ ନିଜ ମଉସା ଘରକୁ ଖରା ଛୁଟିରେ ବୁଲିବାକୁ ଯାଇଥିଲେ। ତେବେ ଏହି ସମୟରେ ତାଙ୍କ ସହ ଅତ୍ୟାଚାର ହୋଇଥିବା ଅଭିଯୋଗ ଆସିଛି। ତେବେ ଏନେଇ ଜଣାପଡ଼ିବା ପରେ ପୀଡ଼ିତାଙ୍କୁ ମେଡିକାଲିରେ ଭର୍ତ୍ତି କରାଯାଇଛି। ପୀଡ଼ିତା ଜଣକ ୬ ମାସର ଗର୍ଭବତୀ ଥିବା […]
ଢେଙ୍କାନାଳ : ଢେଙ୍କାନାଳରେ ଟ୍ରେନ୍ ଧକ୍କାରେ ପୁଣି ଏକ ମାଈ ହାତୀର ମୃତ୍ୟୁ। ସଦର ଥାନା ରେଞ୍ଜ ବାରଦା ଲେବଲ କ୍ରସିଂ ନିକଟରେ ହାତୀଟିର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ଏକ ହାତୀପଲ ରେଳ ଲାଇନ ପାର୍ ହେଉଥିବା ବେଳେ ଦୁର୍ଘଟଣା ଘଟିଛି। ଧକ୍କା ଦେଇଥିବା ଟ୍ରେନ୍ଟି ଏକ ମାଲଗାଡ଼ି ବୋଲି ଜଣାପଡ଼ିଛି। ମାଈ ହାତୀଟିର ବୟସ ଆନୁମାନିକ ୪୦ ବର୍ଷ ହେବ। ହାତୀ ପଲରେ ପ୍ରାୟ ୪୦ରୁ ଅଧିକ ହାତୀ ଥିଲେ। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି […]
ଚୌଦ୍ୱାର(ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାର ନିକଟ ମଙ୍ଗୁଳିଠାରେ ଏକ ଡାଲି ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୫ ନମ୍ୱର ଜାତୀୟ ରାଜପଥର ଚୌଦ୍ୱାର ମଙ୍ଗୁଳି ହାଇଲେବୁଲ୍ କେନାଲ ପୋଲ ଉପରୁ ଟ୍ରକ୍ଟି ପୋଲ ବାଡ଼ ଭାଙ୍ଗି ଓଲଟି ପଡ଼ିଛି। ଚୌଦ୍ୱାର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ହୋଇଥିବା ଟ୍ରକ୍ ଡ୍ରାଇଭର ଓ ହେଲ୍ପର୍ଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇଛି।
ଭୁବନେଶ୍ୱର : ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଲାଲଚାନ୍ଦ ଜୁଏଲର୍ସ ପକ୍ଷରୁ ପ୍ରତି ୬ ମାସରେ ଲକି କୁପନ ପ୍ରତିଯୋଗିତା କରାଯାଇଥାଏ। ଗୁରୁବାର ଭୁବନେଶ୍ୱରରେ ଲାଲଚାନ୍ଦ ପକ୍ଷରୁ ଏହି ଲକ୍ଷପତି ଲକି ଡ୍ର କରାଯାଇଥିଲା। ଏକ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଏହି ଲକି କୁପନ ବିଜୟୀ ମାନଙ୍କର ନାଁ ଘୋଷଣା କରାଯାଇଥିଲା। ଗତବର୍ଷ ଜୁଲାଇ ମାସରୁ ଡିସେମ୍ବର ମାସ ମଧ୍ୟରେ ଜିତିଥିବା ଗ୍ରାହକଙ୍କମାନଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଧରାପଡ଼ିଲେ ବାଲେଶ୍ୱର ସିରିଜ୍ ଏଟିଏମ୍ ଲୁଟେରା ଗ୍ୟାଙ୍ଗ। ଘଟଣାରେ ମାଷ୍ଟରମାଇଣ୍ଡ ଅଜୟ କୁମାର ମହାନ୍ତିଙ୍କ ସମେତ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ସେମାନଙ୍କ ପାଖରୁ ମୋଟ୍ ୧୬ ଲକ୍ଷ ଟଙ୍କା, ୩ଟି ମୋଟର ସାଇକେଲ୍, ଗୋଟିଏ ବୋଲେରୋ ଗାଡ଼ି ଜବତ ହୋଇଛି। ଏହାସହିତ ସୁନା ଅଳଙ୍କାର ଏବଂ କିଛି ମୋବାଇଲ୍ ବି ଜବତ ହୋଇଛି। ଏନେଇ ବାଲେଶ୍ୱର ଏସ୍ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଭୁବନେଶ୍ୱର : ବଜେଟ୍ରେ ଟିକସ ରିହାତି ଓ ଚାଷୀଙ୍କୁ ସହାୟତା ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରଛନ୍ତି। ତେବେ ଜାତୀୟ ସୁରକ୍ଷା ଯୋଜନା କ୍ଷେତ୍ରରେ କିଛି ବ୍ୟବସ୍ଥା କରାଯାଇନଥିବା ଦର୍ଶାଇ ବଜେଟ୍କୁ ନୈରାଶ୍ୟଜନକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୋଟ ୧୦ ନମ୍ବର୍ରୁ ବଜେଟ୍କୁ ଅଢ଼େଇ ନମ୍ବର୍ ଦେଇଛନ୍ତି ନବୀନ। କଂଗ୍ରେସ ମଧ୍ୟ ବଜେଟ୍କୁ ନୈରାଶ୍ୟଜନକ କହିଛି। ଚାଷୀ ଏବଂ ଯୁବବର୍ଗଙ୍କ ପାଇଁ ବଜେଟ୍ରେ କିଛି ନାହିଁ ବୋଲି ଦଳ କହିଛି। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]
ଭୁବନେଶ୍ୱର: ଆଜି ଉତ୍କଳ ଦିବସ। ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଅନ୍ୟପଟେ ଉତ୍କଳ ଦିବସ ପାଇଁ ଗତକାଲି ରାଜଧାନୀ ଭୁବନେଶ୍ୱର ସଜେଇ ହୋଇଥିଲା। ସବୁଠି ଉତ୍ସାହ, ସବୁଠି ଉତ୍ସବମୁଖର ପରିବେଶ। ବିଭିନ୍ନ ଆଲୋକମାଳାରେ ଝଟକୁଛି ରାଜଧାନୀର ବିଭିନ୍ନ ବିଲ୍ଡିଂ। ସଚିବାଳୟ, ବିଧାନସଭା, ଭାରତୀୟ ରିଜର୍ଭ ବ୍ୟାଙ୍କ ସମେତ ବିଭିନ୍ନ କୋଠାକୁ ରଂଗୀନ ଆଲୋକ ମାଳାରେ ସଜାଯାଇଛି। ଏହା ସହ ରାସ୍ତା କଡ଼ରେ ମଧ୍ୟ ରଂଗୀନ ଆଲୋକର ଛିଟା ଦେଖିବାକୁ […]
ସମ୍ବଲପୁର : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମ୍ବଲପୁରରେ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନ। ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଶାନ୍ତିଭଙ୍ଗ ଆଶଙ୍କାରେ ପୁଲିସ୍ ନନ୍ଦପଡ଼ା ସ୍ଥିତ ତାଙ୍କ ଘରୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ସେହିପରି ବାଲିବନ୍ଧା ଠାରେ ବିଜେପି ଯୁବ ମୋର୍ଚ୍ଚାର କର୍ମକର୍ତ୍ତାମାନେ କଳା ପତାକା ପ୍ରଦର୍ଶନ କରିଥିଲେ। କଳା ପତାକା ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀଙ୍କୁ ପୁଲିସ୍ ସେଠାରୁ ଉଠାଇ ନେଇଥିଲା।
କଟକ: କଟକ ବିଗ୍ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ। ଦରଘାବଜାରରେ ଥିବା ବିଗ୍ ବଜାରରେ ନିଆଁ ଲାଗି ବହୁ ସାମଗ୍ରୀ ପୋଡ଼ି ଯାଇଛି। ୩ଟି ଦମକଳ ଗାଡ଼ି ପହଞ୍ଚି ୪ରୁ ୫ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଛନ୍ତି। ବିଗବଜାରର ଚତୁର୍ଥ ମହଲାରେ ପ୍ରଥମେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହି କୋଠାର ଚତୁର୍ଥ ମହଲାରେ ଏକ ଡ୍ୟାନ୍ସ ବାର୍ ରହିଛି। ଏହି ଡ୍ୟାନ୍ସ ବାର୍ରେ ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ବି […]
ଭୁବନେଶ୍ୱର: ସୁରକ୍ଷିତ ହୋଲି ପାଇଁ କମିଶନରେଟ ପୁଲିସ୍ ଆଡ୍ଭାଇଜରି ଜାରି କରିଛି। ଏହା ସହିତ ରଙ୍ଗ ନାଁରେ କେମିକାଲ୍ ବିକ୍ରିକୁ ନେଇ ଜୋର୍ଦାର୍ ଚଢ଼ଉ କରାଯିବ କୁହାଯାଇଛି। ବଜାରରେ ମିଳୁଥିବା ରଙ୍ଗ ଅପମିଶ୍ରିତ ନା ନାହିଁ ତାର ଯାଞ୍ଚ ପାଇଁ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡକୁ ସ୍କାଡ୍ ଦେବା ପାଇଁ ମଧ୍ୟ କୁହାଯାଇଛି। ସ୍ପିଡ୍ ବାଇକିଂ ଓ ଦୃତ ହର୍ଣ୍ଣ ବଜାଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ପଦକ୍ଷେପ ନିଆଯିବ ବୋଲି ପୁଲିସ୍ କମିଶନର […]