ସୋନପୁର(ରବିନ୍ଦ୍ର ହୋତା) : ସୋନପୁର-ବଲାଙ୍ଗିର ରାସ୍ତାର ଖମ୍ବଶିଶିପାଲିରେ କନକ ବର୍ଦ୍ଧନ ସିଂହଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। ସୂଚନା ମୁତାବକ, ଆଜି କେଭି ନିଜ ପତ୍ନୀଙ୍କ ସହ ଭୁବନେଶ୍ୱରରୁ ପାଟଣାଗଡ଼ ଯାଉଥିଲେ। ରାସ୍ତାରେ ଏକ ତେଲ ବୋଝେଇ ଟ୍ରକକୁ ତାଙ୍କ ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣାରେ କେଭି ସିଂହଦେଓଙ୍କ ଗାଡ଼ିର ସାମନା ପଟ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ତେବେ ଅଳ୍ପକେ କନକ ବର୍ଦ୍ଧନ ସିଂଦେଓ ଓ ତାଙ୍କ […]
ମୋହନା(ମିହିର ଯତି) : ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ଓଲଟିଲା ମିନି ବସ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ଟି ଚାନ୍ଦିପୁଟରୁ ଫେରୁଥିବାବେଳେ ଘାଟିରେ ଭାରସାମ୍ୟ ହରାଇ ରାସ୍ତାର ବାମ ପଟକୁ ୨୦ ଫୁଟ ତଳକୁ ଖସି ଯାଇଥିଲା। ଅଗ୍ନିଶମ ବାହିନୀ ଓ ପୁଲିସ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛନ୍ତି। ଆଜି ସକାଳେ ଦିଗପହଣ୍ଡି ଦ୍ୱାର ଗାଁରୁ ମିନି ବସ୍ରେ ଜ୍ୱାଇଁ ଦେଖିବାକୁ ଚାନ୍ଦିପୁଟ୍ […]
ଦିନକ ପରେ ଗଣତି ଥିଲେ ବି ଏଯାଏଁ ତୁଟିନି ମକ୍ ପୋଲ୍ ଭୋଟ୍ ଅଡୁଆ। ଇଭିଏମ୍ କଣ୍ଟ୍ରୋଲ ୟୁନିଟରେ ମକ୍ ପୋଲ୍ ଭୋଟ୍ ରହି ଯାଇଥିବା ନେଇ ଆଶଙ୍କା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ପ୍ରକୃତ ଭୋଟ୍ ଗ୍ରହଣ ପୂର୍ବରୁ ମେସିନରେ ମକ୍ ପୋଲ୍ କରାଯାଇଥାଏ। ପ୍ରକୃତ ଭୋଟ୍ ଗ୍ରହଣ ପୂର୍ବରୁ ମକ୍ ପୋଲ୍କୁ ମେସିନରୁ ଡିଲିଟ୍ କରାଯାଏ। ପ୍ରିଜାଇଡିଂ ଅଫିସର ମେସିନ୍ରୁ ମକ୍ ପୋଲ୍ ଡିଲିଟ୍ କରିବା କଥା। ଯେଉଁଠି ପ୍ରିଜାଇଡିଂ ଅଫିସର ମକ୍ ପୋଲ୍ […]
ଭୁବନେଶ୍ୱର : ଅସମ୍ଭାଳ ତାତିରେ ଅଥୟ ସାରା ରାଜ୍ୟ। ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ, ସବୁଠି ପ୍ରଚଣ୍ଡ ଖରାରେ କଲବଲ ହେଉଛନ୍ତି ଲୋକେ। ଗତ କିଛିଦିନ ଧରି ଏଭଳି ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଏହାର ପ୍ରଭାବ ଆହୁରି ଦୁଇ ଦିନ ରହିବ ବୋଲି ପାଣିପାଗ ବିଭାଗ କହିଛି। ଟିଟିଲାଗଡ଼ରେ ଆଜି ପାରଦ ୪୫ ଡ଼ିଗ୍ରୀ ପାର ହୋଇଥିବା ବେଳେ ୯ଟି ସ୍ଥାନରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ଏପଟେ ୧୦ ଜିଲ୍ଲାରେ […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକଙ୍କ ଦୁର୍ବ୍ୟବହାର ଓ ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ସ୍ୱର ଉଠାଇଛନ୍ତି ସ୍ଥାନୀୟ ସାମ୍ବାଦିକ। ପ୍ରତିବାଦରେ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି ଯେ, ଏ ସମ୍ପର୍କରେ ସେମାନେ ବାରମ୍ବାର ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଗଲା ନାହିଁ । ତେଣୁ ବାଧ୍ୟ ହୋଇ […]
ବାଙ୍କୀ ( ସଂଜୀବ ନାୟକ) : ବାତ୍ୟା ପାଇଁ ଆସିଥିବା ରିଲିଫ ଚାଉଳ ହଡ଼ପ ଅଭିଯୋଗ ଘଟଣାର ୭୨ ଘଣ୍ଟା ପରେ ବି ହୋଇନି କାର୍ଯ୍ୟାନୁଷ୍ଠାନ। ଡ୍ରାଇଭର ଧରା ପଡିନଥିବାରୁ ତଦନ୍ତରେ ବିଳମ୍ବ ହେଉଥିବା କହିଲେ ବାଙ୍କୀ ଡ଼ମପଡ଼ା ଯୋଗାଣ ନିରୀକ୍ଷକ। ଗତ ୧୮ ତାରିଖରେ କଟକ ଜିଲ୍ଲା ବାଙ୍କୀ ଥାନା ବିଲିପଦା ଗାଁରୁ ଏକ ଗାଡ଼ିରେ ୫ କ୍ୱିଣ୍ଟାଲରୁ ଅଧିକ ଚାଉଳ ନିଆଯାଉଥିଲା। ସେହି ଚାଉଳ ବସ୍ତାରେ ଓଡ଼ିଶା ଷ୍ଟେଟ ସପ୍ଲାଏ କର୍ପୋରେସନ ଲେଖା ଯାଇଥିଲା। […]
କୁଚିଣ୍ଡା( ଦେବେନ୍ଦ୍ର ବେହେରା) : ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍। ବ୍ରଜରାଜ ନଗରରୁ କୋଲାଘାଟ ଯାଉଥିବା କୋଇଲା ବୋଝେଇ ଟ୍ରେନ୍ ଧାରୁଆଡିହି-ବାମରା ମଝି କୁଅଁରମାଲ ରେଲୱେ ଫାଟକ ନିକଟରେ ୫ଟି ବଗି ଛାଡ଼ି ପଳାଇଥିଲା। ବଗି ଛାଡ଼ି ଇଂଜିନ ପଳାଉଥିବା ଟ୍ରେନ୍ର ଡ୍ରାଇଭର ଜାଣିପାରିବା ପରେ ପୁଣି ଟ୍ରେନ୍କୁ ପଛକୁ ଆଣି ବଗି ସଂଯୋଗ କରାଯାଇଥିଲା। ତେବେ ଏନେଇ ରେଲୱେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ରାଉରକେଲା : ଏସି ଦିଅ ନହେଲେ ଟ୍ରେନ୍ ଗଡ଼ିବ ନାହିଁ। ଏସି ସଜାଡ଼ିବା ଦାବିରେ ୪ ଘଣ୍ଟା ହେଲା ରାଉରକେଲା ଷ୍ଟେସନ୍ରେ ଇସ୍ପାତ୍ ଏକ୍ସପ୍ରେସ୍ ଟ୍ରେନ୍କୁ ଅଟକାଇ ରଖିଛନ୍ତି ଯାତ୍ରୀ। ଟ୍ରେନ୍ର ୪ଟି ବଗିର ଏସି କାମ କରୁନଥିବାରୁ ଯାତ୍ରୀ ଏଭଳି ହଙ୍ଗାମା କରିଛନ୍ତି। ଟିଟିଲାଗଡ଼ରୁ ହାଓଡ଼ା ଯାଉଥିବା ଇସ୍ପାତ୍ ଏକ୍ସପ୍ରେସ୍ର ଏସି ଅଚଳ ହୋଇପଡିଛି।
ଭୁବନେଶ୍ୱର : ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ। ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି । ତାତି ସାଙ୍ଗକୁ ଝାଂଜିମାଡ଼ କଲବଲ କରିପକାଉଛି। ଗତକିଛି ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ପାଣିପାଗ ବିଭାଗ କହୁଛି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ପାଇବା ମୁସ୍କିଲ୍ । ଏପଟେ ୮ଟି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ଏଭଳି ସ୍ଥିତିରେ ଏବେ ସମସ୍ତଙ୍କ […]
ଭୁବନେଶ୍ୱର : ଏଥର ଜାତୀୟ ରାଜନୀତିରେ ଦୃଶ୍ୟପଟ ବଦଳିବ। କୌଣସି ଜାତୀୟ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିବେ ନାହିଁ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇ। ଘଡେଇ କହିଛନ୍ତି, ଗତଥର ଅପେକ୍ଷା ଏଥର ଲୋକସଭାରେ ବିଜେପିକୁ କମ୍ ଆସନ ମିଳିବ। ଫଳରେ ସରକାର ଗଠନ ପାଇଁ ଆଞ୍ଚଳିକ ଦଳ ନିର୍ଣ୍ଣାୟକ ଭୂମିକା ନେବେ। ସେପଟେ ଏକଜିଟ୍ ପୋଲ ଆକଳନକୁ ନେଇ ଘଡେଇ କହିଛନ୍ତି, ରାଜ୍ୟର ବିଜୁ ଜନତା ଦଳ ସଂଖ୍ୟା ଗରିଷ୍ଠତା […]
ଭୁବନେଶ୍ୱର : ରାଜ୍ୟର ତିନିଟି ଜିଲ୍ଲା ପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଏହି ସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ତା’ସହିତ ଧୂଳିଝଡ଼ ଓ ବଜ୍ରପାତ ମଧ୍ୟ ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକ ହେଉଛି- ନୟାଗଡ଼, ଯାଜପୁର ଓ କେନ୍ଦ୍ରାପଡ଼ା। ରାତି ୮ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଏସବୁ ଜିଲ୍ଲାର ବିଭିନ୍ନ […]
ସମ୍ବଲପୁର( ସଂଜୟ ଜେନା) : ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଯାତ୍ରା କମିଟୀର କର୍ମକର୍ତ୍ତା, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ ପୁଲିସ ଅଧିକାରୀ ଯୋଗ ଦେଇ ଯାତ୍ରାକୁ କିପରି ସୂଚାରୁ ରୁପେ ସମ୍ପାଦନ କରାଯିବ ସେନେଇ ଆଲୋଚନା କରିଥିଲେ। ବିଭିନ୍ନ ଯାତ୍ରା କମିଟୀ, ନିଜ ନିଜର ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଶ୍ରାବଣୀ ଶତପଥୀ, ଲଭଲି ଦେବତା ଓ ନମିତା ଶତପଥୀ। ମିଳିଥିବା ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ତାଳଚେର କାକୁଡୁ ଗାଁରୁ ଏକ ସ୍କୁଟିରେ ନମିତା ଶତପଥୀ ତାଙ୍କ ଝିଅ ଶ୍ରାବଣୀ ଓ ତାଙ୍କ ଭାଇଙ୍କ ଝିଅ ଲଭ୍ଲି ଦେବତାଙ୍କ ସହ ପରଜଙ୍ଗ ମୁଣ୍ଡେଇଲୋ ଗାଁକୁ ଆସୁଥିବା ବେଳେ ପରଜଙ୍ଗ ଥାନା ସରାଙ୍ଗ […]
ଭୁବନେଶ୍ୱର : ଆଜି ରାତିରେ ରାଜ୍ୟର ୧୧ ଜିଲ୍ଲାରେ ଧୂଳିଝଡ଼ ହେବ। ଏହାଛଡ଼ା ବର୍ଷା ଓ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ରାତି ସାଢ଼େ ୧୦ଟା ସୁଦ୍ଧା ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଧୂଳିଝଡ଼ ସହ ବର୍ଷା ହେବ। ଏହି ସମୟରେ ଘଣ୍ଟାକୁ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। […]
ଭୁବନେଶ୍ୱର : ରାଜ୍ୟର ୧୫ଟି ସହର ତାପମାତ୍ରା ୪୦ ଡ଼ିଗ୍ରୀ ଅତିକ୍ରମ କରିଛି। ପୁଣି ଥରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ଟିଟିଲାଗଡ଼। ଏଠାରେ ତାପମାତ୍ରା ଆଜି ୪୫.୮ ଡ଼ିଗ୍ରୀ ରହିଛି। ତାତିରୁ ନିସ୍ତାର ପାଇନି ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକ। ଏଠାରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ ଓ ବଲାଙ୍ଗିର ତାପମାତ୍ରା ୪୫ ଡ଼ିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ରେ ୪୫.୮ ଡ଼ିଗ୍ରୀ , ବଲାଙ୍ଗିରରେ ୪୫.୫ ଡିଗ୍ରୀ, ସମ୍ବଲପୁରରେ ୪୪.୬ ଡ଼ିଗ୍ରୀ, […]
ଭୁବନେଶ୍ୱର : ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ସୁପାରିସ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରାଯାଇଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଷୋଡ଼ଶ ବିଧାନସଭା ଗଠନ ପାଇଁ ହୋଇଥିବା ନିର୍ବାଚନ ପାଇଁ ଆସନ୍ତା ୨୩ତାରିଖରେ ଭୋଟ ଗଣନା ହେବାର କାର୍ଯ୍ୟକ୍ରମ ରହିଛି। […]
କଟକ( ଦେବାଶିଷ ମହାନ୍ତି) : ବାତ୍ୟା ଫୋନିକୁ ବିତିଛି ୧୫ଦିନ। ହେଲେ ଏବେବି କଟକରେ ସୁଧୁରିନି ସ୍ଥିତି। ବାତ୍ୟାରେ କଟକ ଆଖପାଖ ଅଂଚଳର ଶତାଧିକ କୁକୁଡ଼ା ଫାର୍ମ ନଷ୍ଟ ହୋଇଯାଇଛି। କାହାର ଛାତ ଉଡିଯାଉଛି ତ କାହାର କୁକୁଡ଼ା ଫାର୍ମ ସଂପୂର୍ଣ୍ଣ ଭାଙ୍ଗିଯାଇଛି। କଟକ ବୈୟାଳିଶି ମୌଜା ଅଂଚଳରେ ଅଧିକାଂଶ ଲୋକ କୁକୁଡ଼ା ଫାର୍ମ କରି ପେଟପାଟଣା କରିଥାନ୍ତି। ହେଲେ ବାତ୍ୟା ଫୋନି ଏଠାରେ ଉଜାଡି ଦେଇଛି ଜୀବନ ଜୀବିକା। ଆଉ ମଧ୍ୟ କଟକ ପ୍ରେସ୍ଛକ ସ୍ଥିତ […]
ପୁରୀ( ମଧୁସୂଦନ ମିଶ୍ର): ଆସନ୍ତା ଜୁନ ୧୭ ତାରିଖ ସୁଦ୍ଧା ଶେଷ ହେବ ଫୋନି ଦ୍ୱାରା ପ୍ରଭାବିତ ଶ୍ରୀମନ୍ଦିରର ମରାମତି କାର୍ଯ୍ୟ। ଆଜି ଶ୍ରୀମନ୍ଦିର ପରିଦର୍ଶନରେ ଯାଇ ଏଏସଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିରକୁ ଫୋନିରେ କ୍ଷତିଗ୍ରସ୍ତ ଜୟବିଜୟ ଦ୍ୱାର ବୁଲି ଦେଖିବା ସହ ଓ ବେଢ଼ା ପରିକ୍ରମା ପରେ କ୍ଷୟକ୍ଷତି ନେଇ ASI […]
ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ସାଲେପୁରରେ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ସାମୂହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ଜାଗାରେ ୨୪ ଜଣ ଗରିବ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଗଣବ୍ରତୋପନୟନରେ ସାମିଲ୍ ହୋଇ ଉଭୟ ଅଭିଭାବକ ଓ ବ୍ରହ୍ମଚାରୀ ବେଶ୍ ଖୁସି ଥିବା କହିଛନ୍ତି। ବ୍ରତୋପନୟନ କାର୍ଯ୍ୟକ୍ରମରେ ବ୍ୟବହୃତ ସମସ୍ତ ଦ୍ରବ୍ୟ ଅନୁଷ୍ଠାନ ପକ୍ଷରୁ ସଂଗ୍ରହ କରାଯାଇଛି। କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ୨୪ ଜଣ ବ୍ରାହ୍ମଣ ପରିବାରଙ୍କୁ […]
ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ ) : କାଳ ହେଲା ଜୁଆ ଖେଳ। ଜୁଆ ନେଇଗଲା ଜୀବନ। ଗତକାଲି ମାଲକାନଗିରି ଜିଲ୍ଲା ବାଲିମେଳା ପୋଷ୍ଟ ଅଫିସ କଲୋନୀର ନଦୀ କୂଳରେ ଜୁଆଖେଳ ଚାଲିଥିବା ଖବର ପାଇ ବାଲିମେଳା ପୁଲିସ ଚଢ଼ଉ କରିଥିଲା । ଏହି ସମୟରେ ୪ ଜଣ ଜୁଆଡି ପୁଲିସକୁ ଦେଖି ଭୟଭୀତ ହୋଇ ନଦୀକୁ ଡେଇଁ ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣ ବଞ୍ଚି ଯାଇଥିବା ବେଳେ ଜଣେ ନିଖୋଜ ଥିଲେ। ଆଜି ତାଙ୍କର […]
ଖୋର୍ଦ୍ଧା ( ବଳରାମ ଲେଙ୍କା) : ଖୋର୍ଦ୍ଧା ଅଞ୍ଚଳରେ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍କାଉଣ୍ଟର। ବେଗୁନିଆ ପୁଲିସର ଏନ୍କାଉଣ୍ଟରରେ ୨ଜଣ ଅପରାଧୀ ଆହତ ହୋଇଛନ୍ତି। ଏହି ୨ ଜଣ ଅପରାଧୀ ହେଲେ ପିଣ୍ଟୁ ମାଝୀ ଓ ଉମେଶ ସାହୁ। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଏନ୍କାଉଣ୍ଟର ବେଳେ ଅପରାଧୀଙ୍କ ପାଲଟା ଆକ୍ରମଣରେ କିଛି ପୁଲିସ କର୍ମୀ ବି ଆହତ ହୋଇଛନ୍ତି। ପିଣ୍ଟୁ ଏବଂ ଉମେଶ କାଳୁଚୁଆ ଗୁଳିମାଡ଼ ଏବଂ […]
ଭୁବନେଶ୍ୱର : ବାତ୍ୟା ‘ଫୋନି’ ବେଳେ ଦାୟିତ୍ୱରେ ଅବହେଳା ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲର ୪ ଜଣ ଡାକ୍ତରଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିଲମ୍ୱିତ କରିଛନ୍ତି। ନିଲମ୍ବିତ ଡାକ୍ତରଙ୍କ ମଧ୍ୟରେ ଚିଲିକା ନୂଆପଡ଼ା CHCର ୨ ଜଣ ଡାକ୍ତର ଜାକେଶ ସାମନ୍ତରାୟ ଓ ଜାହାନା ପରବିନ ଅଛନ୍ତି। ସେହିଭଳି ବ୍ରହ୍ମଗିରି ରେବଣା ନୂଆଗାଁ CHCର ୨ ଜଣ ଡାକ୍ତର ବାପୁଜୀ ନାୟକ ଓ ଜସ୍ମିନ ନୀଳିମା ପଣ୍ଡାଙ୍କୁ ନିଲମ୍ୱିତ କରାଯାଇଛି। ବାତ୍ୟା ବେଳେ ଦାୟିତ୍ୱରେ ଅବହେଳା ପ୍ରଦର୍ଶନ […]
ପୁରୀ : ପୁରୀ ଜିଲ୍ଲାର କୌଣସି ଅଞ୍ଚଳରେ ହଇଜା ବ୍ୟାପି ନାହିଁ ବୋଲି ସଫେଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁ କେତେକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବାସି ଖାଦ୍ୟ ଏବଂ ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି। ଗୋଟିଏ ବି ନମୂନା ପରୀକ୍ଷାରେ ହଇଜାର ପ୍ରମାଣ ମିଳିନାହିଁ। ତେବେ ସତ୍ୟବାଦୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ବ୍ଲକର ଝାଡ଼ାବାନ୍ତି ରୋଗୀଙ୍କ ରକ୍ତ ପରୀକ୍ଷା ସହ ଆବଶ୍ୟକୀୟ ଚିକିତ୍ସା ସେବା ପ୍ରଦାନ କରାଯାଉଛି […]
ଭୁବନେଶ୍ୱର : କେନ୍ଦ୍ରରେ ଯଦି ନରେନ୍ଦ୍ର ମୋଦିଙ୍କୁ ବହୁମତ ନମିଳେ ତାହା ହେଲେ କଣ ହେବ ପରବର୍ତ୍ତୀ ଦୃଶ୍ୟପଟ୍ଟ ? ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା। ବିଜେପିକୁ କ୍ଷମତା ଠାରୁ ଦୂରେଇ ରଖିବା ପାଇଁ କଂଗ୍ରେସ କସରତ ଆରମ୍ଭ କରିଥିବା ବେଳେ ନଜର ରଖିଛି ବିଜେଡି ଭଳି ଆଞ୍ଚଳିକ ଦଳଙ୍କ ଉପରେ। ଆଉ ଏଭଳି ସ୍ଥିତିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ […]
ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ୧୦ଟି ସହରର ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତତଲାଗଡ଼ ଭାବେ ପରିଚିତ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗିରରେ ୪୪.୬ ଡିଗ୍ରୀ, ସୋନପୁରରେ ୪୪, ସମ୍ବଲପୁରରେ ୪୩.୩, ଝାରସୁଗୁଡ଼ାରେ ୪୩.୨, ହୀରାକୁଦରେ ୪୨.୪, ଅନୁଗୋଳରେ ୪୧.୭, ସୁନ୍ଦରଗଡ଼ରେ ୪୧.୫, ତାଳଚେର ଓ […]