• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ayushman
ରାଜ୍ୟରେ ଆୟୁଷ୍ମାନ ଯୋଜନାର କାର୍ଯ୍ୟକାରିତା ନେଇ କସରତ

ଭୁବନେଶ୍ୱର : ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ବା ମୋଦି କେୟାର ଲାଗୁ ପାଇଁ କସରତ। କେନ୍ଦ୍ର ସରକାରଙ୍କ ଆଯୁଷ୍ମାନ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିଛନ୍ତି। ରାଜ୍ୟ ସରକାର କହିଛନ୍ତି ଯୋଜନାକୁ ଲାଗୁ କରାଯିବ କି ନାହିଁ ସେ ନେଇ ଏବେ ନିଷ୍ପତ୍ତି ହୋଇନି। ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ପିଏମ୍ କିଷାନ ସହ ମିଶାଇବାକୁ […]

  • Saturday, 17 July 2021
state assembly
ବଜେଟ୍‌ ପାଇଁ ମତାମତ ଲୋଡ଼ିଲେ ସରକାର

ଭୁବନେଶ୍ୱର : ୨୦୧୯-୨୦ ବଜେଟ ପାଇଁ ସାଧାରଣ ଲୋକଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି ରାଜ୍ୟ ସରକାର। ବଜେଟ୍‌ ସମ୍ପର୍କିତ ମତାମତ ଦେବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଇ-ମେଲ୍, ହ୍ୱାଟ୍ସଆପ୍‌ ଓ SMS ମାଧ୍ୟମରେ ପଠାଇ ପାରିବେ। ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବଜେଟ୍‌ ସମ୍ପର୍କିତ ମତାମତ ଦେବାକୁ ଚାହୁଁଥିବା ସାଧାରଣ ଲୋକମାନେ ଇ-ମେଲ୍‌ odisha.budget@gov.in, ୯୪୩୮୧୬୧୧୧୧ ନମ୍ୱରରେ ହ୍ୱାଟ୍ସଆପ୍‌ ଓ SMSରେ ପଠାଇପାରିବେ। ଆଜିଠାରୁ ଜୁନ୍ ୧୫ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ […]

  • Saturday, 17 July 2021
bijepur3
ବିଜେପୁର ଉପ-ନିର୍ବାଚନରେ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ ? ବଢୁଛି ସସ୍‌ପେନ୍ସ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ସେଠାରେ ହେବ ଉପନିର୍ବାଚନ। ଏଥିପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ବିଜେଡି ଓ ବିଜେପିରେ ଏକାଧିକ ଆଶାୟୀ ଥିବାବେଳେ ଦଳ କାହାକୁ ଯୋଗ୍ୟ ଭାବେ ବାଛୁଛି, ତାକୁ ନେଇ ସସ୍‌ପେନ୍ସ ବଢୁଥିବାବେଳେ କଂଗ୍ରେସ ସେହି ପୁରୁଣା ମୁହଁକୁ ସୁଯୋଗ ଦେବ ନା ନୂଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ ତାକୁ ନେଇ […]

  • Saturday, 17 July 2021
naveen
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ଅପରାଜିତା କହିଲେ, ଏହା ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ନିର୍ବାଚନ ଜିତିବା ପରେ ଭେଟିନଥିଲି, ଭେଟି ଅଭିନନ୍ଦନ ଜଣାଇଲି। ମୁଖ୍ୟମନ୍ତ୍ରୀଙ୍କ ସହ ସୁନ୍ଦର ଓ ସକାରାତ୍ମକ ଆଲୋଚନା ହେବା ସହ ଭୁବନେଶ୍ୱର ସାଂସଦ ଭାବେ ଯାହା ସହଯୋଗ ଦରକାର ଦେବି ବୋଲି ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।

  • Saturday, 17 July 2021
dawory torture
ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ମହିଳା, ପୁଲିସ ନେଉନି କାର୍ଯ୍ୟାନୁଷ୍ଠାନ

ଚାନ୍ଦବାଲି( ବାସୁଦେବ ଦାସ) : ନ୍ୟାୟ ପାଇଁ ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଜଣେ ମହିଳା। ୨ ବର୍ଷ ତଳେ ଭଦ୍ରକ ଚାନ୍ଦବାଲି ଥାନା ପାହାଡପୁର ଗାଁର ସୁବ୍ରତ ନାଥଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ମହିଳା ଜଣକ। ବିବାହର ମାତ୍ର ୬ ଦିନ ପରେ ମହିଳାଙ୍କ ଉପରେ ସ୍ୱାମୀଙ୍କ ସହ ଶାଶୁ ଘର […]

  • Saturday, 17 July 2021
video viral
ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ପୁଲିସର ନିସ୍ତୁକ ମାଡ଼, ଭିଡିଓ ଭାଇରାଲ

ଜୟପୁର( ଗୌରୀ ଶଙ୍କର):  ଜଣେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ପୁଲିସର ନିସ୍ତୁକ ମାଡ଼ ନେଇ ଭିଡିଓ ଭାଇରାଲ। ମାଲକାନଗିରି ବିଚ୍ଛିନ୍ନାଞ୍ଚଳରୁ କିଛି ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ଧରିବା ପରେ ସ୍ଥାନୀୟ ପୁଲିସ ଏଭଳି ବର୍ବରୋଚିତ ମାଡ଼ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଭିଡ଼ିଓରେ ଦେଖିବାକୁ ମିଳିଛି ପ୍ଲାଷ୍ଟିକ ପାଇପ୍‌ରେ କିଭଳି ଅଭିଯୁକ୍ତକୁ ମାଡ଼ ମାରୁଛି ପୁଲିସ। ବୈପାରୀଗୁଡ଼ା ଥାନା ଧରାଗୁଡ଼ା ଅଞ୍ଚଳରେ ପୁଲିସ ପିଟିଥିବା ନେଇ ଅଭିଯୋଗ ହେଉଛି। ତେବେ ଏନେଇ […]

  • Saturday, 17 July 2021
death
ସୁଇମିଂ ପୁଲ୍‌ରେ ବୁଡ଼ି ଛାତ୍ର ମୃତ

ଭୁବନେଶ୍ୱର  : ସୁଇମିଂ ପୁଲ୍‌ରେ ବୁଡ଼ି ଛାତ୍ର ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର କ୍ଲବରେ। ମୃତ ଛାତ୍ର ଜଣଙ୍କ ହେଉଛନ୍ତି ସନ୍ଦୀପ ସାହୁ। ତାଙ୍କ ଘର ଡୁମୁଡୁମା ଅଞ୍ଚଳରେ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, କ୍ଲବରେ ସମର କ୍ୟାମ୍ପରେ ସେ ପହଁରା ପ୍ରଶିକ୍ଷଣ ନେଉଥିବାବେଳେ ବୁଡ଼ିଯାଇଛନ୍ତି।  ଅନ୍ୟପଟେ ବିନା ପ୍ରଶିକ୍ଷକରେ ସେ ପହଁରୁଥିବା ଟ୍ରେନର କହିଛନ୍ତି। କିନ୍ତୁ ବିନା ଟ୍ରେନରରେ କିଭଳି ପହଁରିବା ପାଇଁ ଅନୁମତି ଦେଉଥିଲେ କର୍ତ୍ତୃପକ୍ଷ ବୋଲି ଅଭିଯୋଗ […]

  • Saturday, 17 July 2021
Untitled-1 copy
ବନ୍ଧୁକରୁ ଗୁଳି ଫୁଟି CRPF ଯବାନ ଗୁରୁତର

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଯୁଯୁମରା CRPF କ୍ୟାମ୍ପରେ ଗୁଳି ଫୁଟି ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ହେଉଛି ବୁଟା ସିଂ। ତାଙ୍କୁ ଗୁରୁତର ଅବସ୍ଥାରେ ସମ୍ୱଲପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମାତ୍ର ଗୁଳି ଫୁଟିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ସୂଚନାରୁ ପ୍ରକାଶ, ଯୁଯୁମରା ଏକ ନକ୍ସଲ ପ୍ରବଣ ଅଞ୍ଚଳ। ସେଥିପାଇଁ ସେଠାରେ ଏକ ସିଆର୍‌ପିଏଫ୍‌ କ୍ୟାମ୍ପ ରହିଛି। ଏଠାରେ ନିୟମିତ ଫାୟାରିଂ କ୍ୟାମ୍ପ ହୋଇଥାଏ। […]

  • Saturday, 17 July 2021
wine
ମଦ ପାଇଁ ମାରପିଟ୍‌, ଦୋକାନ କର୍ମଚାରୀଙ୍କ ଗୁଳିଚାଳନା!

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ) : ଚଢ଼ା ଦରରେ ମଦ ବିକିବାକୁ ନେଇ ଆଜି ନୟାଗଡ଼ ଜିଲ୍ଲାର ଭାପୁର ଠାରେ ଗଣ୍ଡଗୋଳ ହୋଇଛି। ମଦ ଦୋକାନୀଙ୍କ ମାଡ଼ରେ ଜଣେ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ନୟାଗଡ଼ ଜିଲ୍ଲା ଭାପୁର ବଜାରରେ ଘଟିଛି। ଏନେଇ ଖବର ପ୍ରକାଶ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଫତେଗଡ଼ ଥାନା ଭାପୁର ବଜାରରେ ଥିବା ମଦ ଦୋକାନକୁ ପୀଠଖାଇ ଗାଁର ସାଗର ଲେଙ୍କା ନାମକ ଜଣେ […]

  • Saturday, 17 July 2021
school
ଫୋନି ପ୍ରଭାବିତ ଅଞ୍ଚଳରେ କେମିତି ହେବ ପାଠପଢ଼ା ?

ପୁରୀ/ଭୁବନେଶ୍ୱର : ବାତ୍ୟା ଫୋନି ମାଡ଼ରେ ଉଜୁଡି ଯାଇଥିବା ଶିକ୍ଷା ଭିତ୍ତିଭୂମିକୁ ନେଇ ଚିନ୍ତା। ଆଉ ଦିନ କେଇଟା ପରେ ସ୍କୁଲ ଖୋଲିବାକୁ ଥିବା ବେଳେ, ଭାଙ୍ଗି ଯାଇଥିବା ଅନେକ ସ୍କୁଲ ଗୃହ ଏବେବି ଅଣ୍ଟାସଳଖି ଠିଆ ହୋଇପାରିନି। ସେପଟେ ସ୍କୁଲରେ ଆଶ୍ରୟ ନେଇଥିବା ଅନେକ ବାତ୍ୟା ବିପନ୍ନ ନିଜ ନିଜ ଗାଁକୁ ଫେରିନାହାଁନ୍ତି। ତେଣୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଖରାଛୁଟି ପରେ ସ୍କୁଲ  ଖୋଲିପାରିବ ନା ନାହିଁ ତାକୁ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା। ତେବେ […]

  • Saturday, 17 July 2021
moonsoon
ଚାଷୀଙ୍କ ଚିନ୍ତା ବଢ଼ାଇଛି ମୌସୁମୀ ବର୍ଷା

ଭୁବନେଶ୍ୱର : ଚାଷୀଙ୍କୁ ଚଳିତ ବର୍ଷ ଚିନ୍ତା ବଢ଼ାଇଛି ମୌସୁମୀ ବର୍ଷା । ପ୍ରାକ୍ ମୌସୁମୀ ବର୍ଷା ଅଭାବରୁ କେଉଁଠି ଜମି ଫାଟି ଆଁ କଲାଣି ତ’ ଆଉ କେଉଁଠି ଆଗେଇ ପାରୁନି ଚାଷ ବାସ। ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କରି ଦୀର୍ଘ ଦିନ ହେଲାଣି ଚାଷୀ ଚାହିଁ ରହିଛି ବର୍ଷାକୁ । ହେଲେ ଆବଶ୍ୟକ ମୁତାବକ ବର୍ଷା ଅଭାବରୁ ଜମି ଶୁଖିଲା ପଡ଼ିଛି। ଏଭଳି ସ୍ଥିତିରେ ସାଧାରଣତଃ ଜୁନ୍ ୧୦ ସୁଦ୍ଧା ଓଡ଼ିଶାକୁ […]

  • Saturday, 17 July 2021
kinner sabitri
କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଭଦ୍ରକ (ତପନ ସ୍ୱାଇଁ):   ଭଦ୍ରକ ଚରମ୍ପା ଅଞ୍ଚଳର ନିଶାଣୀଗରଦା ଗାଁରେ ସାବିତ୍ରୀ ବ୍ରତ ଟିକିଏ ନିଆରା ଢଙ୍ଗରେ ପାଳନ କରିଛନ୍ତି କିନ୍ନର। ସଧବା ମହିଳା ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳନ କରୁଥିବାବେଳେ ଏଠାରେ କିନ୍ନରମାନେ ସେମାନଙ୍କ ଗୁରୁମାଙ୍କ ଦୀର୍ଘଜୀବନ ଓ ମଙ୍ଗଳକାମନା କରି ଏହି ବ୍ରତ ପାଳନ କରିଛନ୍ତି। ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ପିନ୍ଧି ଉପବାସ ରହି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଅନେକ କିନ୍ନର। ସେହିପରି ବ୍ରହ୍ମପୁର ଗୋକୁଳଧାମ ପରିସରରେ କିନ୍ନର ପାଳିଛନ୍ତି […]

  • Saturday, 17 July 2021
mango2
ପାରଳାଖେମୁଣ୍ଡିରେ ଆମ୍ବ ମେଳା ଆୟୋଜିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରଥମଥର ପାଇଁ ଆମ୍ବ ମେଳା ଆୟୋଜିତ ହୋଇଛି। ଏହି ମେଳାରେ ବିଭିନ୍ନ କିସମର ୧୫ ପ୍ରକାରର ଆମ୍ବ ପ୍ରଦର୍ଶିତ ହେବା ସହ ବିକ୍ରି କରାଯାଉଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ୱୟଂସହାୟିକା ଗୋଷ୍ଠୀ ଏଥିରେ ଭାଗ ନେଇଛନ୍ତି। ଏହି ମେଳା ୭ ତାରିଖ ଯାଏଁ ଚାଲିବ। ଗୋଟିଏ ସ୍ଥାନରେ ବିଭିନ୍ନ କିସମର ଆମ୍ବ ସୁଲଭ ମୂଲ୍ୟରେ ମିଳୁଥିବାରୁ ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ଅନ୍ୟ ଅଂଚଳରୁ ଲୋକେ ଆସି ଆମ୍ବ କିଣି […]

  • Saturday, 17 July 2021
jayanarayana mishra
ବିଜେପୁର ଆସନକୁ ନେଇ ରାଜନୀତି ; ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର : ହିଂଜିଳି ଏବଂ ବିଜେପୁର ବିଧାନସଭା ଆସନରୁ ବିଜୟ ଲାଭ ପରେ ବିଜେପୁର ଆସନ ଛାଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ସମାଲୋଚନା କରିଛି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ପ୍ରେସମିଟରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, କଣ ପାଇଁ ମୁଖ୍ୟମନ୍ତ୍ରୀ ବିଜେପୁର ଛାଡ଼ିଲେ ବୁଝାପଡ଼ୁନାହିଁ। ମୁଖ୍ୟମନ୍ତ୍ରୀ ବିଜେପୁରକୁ ପ୍ରତ୍ୟାଖାନ କରିବା ପଶ୍ଚିମ ଓଡ଼ିଶା ପାଇଁ ଅପମାନ ବୋଲି କହିଛନ୍ତି […]

  • Saturday, 17 July 2021
titilagarh
୪୩.୮ ଡ଼ିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଗ୍ନିବର୍ଷା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଆଜି ମୋଟ ୧୦ଟିରୁ ପଶ୍ଚିମ ଓଡ଼ିଶାର ୮ଟି ସହର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଥିଲା।  ୪୩.୮ ଡ଼ିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଛି। ସେହିପରି  ଭବାନୀପାଟଣା ଓ ବଲାଙ୍ଗିର ୪୩ ଡ଼ିଗ୍ରୀ, ସମ୍ବଲପୁର ୪୨.୯ଡ଼ିଗ୍ରୀ, ତାଳଚେର ଓ ମାଲକାନଗିରି ୪୨.୪ଡ଼ିଗ୍ରୀ, ହୀରାକୁଦ ୪୨.୧ଡ଼ିଗ୍ରୀ, ଅନୁଗୁଳ ୪୧.୧ଡ଼ିଗ୍ରୀ , […]

  • Saturday, 17 July 2021
anubhaba
ପିନାକୀ, ଅନୁଭବ ଓ ଅଚ୍ୟୁତଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର  : ଆଜି ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ମିଳିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମିଶ୍ରଙ୍କୁ ଲୋକସଭାରେ ଦଳର ନେତା ଭାବେ ମନୋନୀତ କରିଥିବାବେଳେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ମୁଖ୍ୟ ସଚେତକ ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଉପମୁଖ୍ୟ ସଚେତକ ଭାବେ ମନୋନୀତ କରିଛନ୍ତି। ସେହିପରି ବିଜେଡି ଭାଗରେ ଆବଣ୍ଟନ ହେବାକୁ ଥିବା ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ […]

  • Saturday, 17 July 2021
g
ନବୀନ ସରକାରଙ୍କ ୫ମ ପାଳିରେ କେଉଁ ମନ୍ତ୍ରୀଙ୍କ ପାଇଁ କଣ ଚ୍ୟାଲେଞ୍ଜ , ପଢ଼ନ୍ତୁ ଏହି ରିପୋର୍ଟ

ଭୁବନେଶ୍ୱର : ଆରମ୍ଭ ହୋଇଛି ନବୀନଙ୍କ ପଂଚମ ଇନିଂସ୍। ମନ୍ତ୍ରିମଣ୍ଡଳ ଗଠନ ପରେ ନୂଆ ମନ୍ତ୍ରୀମାନେ ବି ନିଜ ନିଜ ବିଭାଗର ଦାୟିତ୍ୱ ନେଇସାରିଛନ୍ତି। ଆସନ୍ତୁ ଜାଣିବା ଟିମ୍ ନବୀନ୍‌ରେ କେଉଁ କେଉଁ ବିଭାଗର ମନ୍ତ୍ରୀଙ୍କ ପାଇଁ ରହିଛି ଅଧିକ ଚ୍ୟାଲେଞ୍ଜ୍। ସବୁଠୁ ଅଧିକ ଫୋକସ୍‌ରେ ରହିଛି ଅର୍ଥ ବିଭାଗ। ଏହାର ଦାୟିତ୍ୱ ସମ୍ଭାଳିଥିବା ନିରଂଜନ ପୂଜାରୀଙ୍କ ପାଇଁ ବଡ଼ ଆହ୍ୱାନ ହେଲା ଋଣ ଭାରରେ ବୁଡ଼ିଥିବା ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଧାରିବା। ତାସହ ନିର୍ବାଚନ ପୂର୍ବରୁ […]

  • Saturday, 17 July 2021
gierl
୭ ଯୁବତୀ ଉଦ୍ଧାର ; ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ

ଭଦ୍ରକ(ତପନ ସ୍ୱାଇଁ) : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ୭ଜଣ ଯୁବତୀକୁ ଉଦ୍ଧାର କଲା ଭଦ୍ରକ ସହରାଞ୍ଚଳ ପୁଲିସ। ଏମାନେ ଦଲାଲ ମାଧ୍ୟମରେ ବେଆଇନ ଭାବେ ପଶ୍ଚିମବଙ୍ଗ ଦିଘା ଅଞ୍ଚଳର ଏସ୍ଏସ୍ ଫୁଡ଼ସ୍ ନାମକ ଏକ କମ୍ପାନୀକୁ କାମ କରିବାକୁ ଯାଉଥିଲେ। ତେବେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଚଢ଼ଉ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ଭିତରୁ କିଛି ନାବାଳିକା ଥିବା ପୁଲିସ୍ କହିଛି। ଉଦ୍ଧାର ଯୁବତୀଙ୍କ ଘର ଭଦ୍ରକ ଆରଡ଼ି, […]

  • Saturday, 17 July 2021
naveen
ବିଜେପୁର ଛାଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ହିଞ୍ଜିଳି ରଖି ବିଜେପୁର ବିଧାନସଭା ଆସନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି ନବୀନ। ତେବେ ବିଜେପୁରବାସୀଙ୍କୁ ଭଲପାଇବା ଏବଂ ସମର୍ଥନ ଦେଇଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଗତ ବିଧାନସଭା ନିର୍ବାଚନରେ ନବୀନ ହିଞ୍ଜିଳି ଓ ବିଜେପୁର ଦୁଇଟି ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଇସ୍ତଫା ପୂର୍ବରୁ ନବୀନ ବିଜେପୁର ପାଇଁ ପ୍ୟାକେଜ ବି ଘୋଷଣା କରିଥିଲେ। ବିଜେପୁରରେ ଥିବା ୩୪ ହଜାର କଚା ଘର, […]

  • Saturday, 17 July 2021
kalpana- dash
ପୁରୀ ଅଭିମୁଖେ ଏଭରେଷ୍ଟ ଆରୋହଣକାରୀ କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର  : ଜନ୍ମମାଟି ଢେଙ୍କାନାଳର ସାରିଆପଡ଼ା ଗାଁରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପରେ ପୁରୀ ଅଭିମୁଖେ ବାହାରିଛି ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର। ପ୍ରଥମେ ଢେଙ୍କାନାଳ ମିନି ଷ୍ଟାଡିୟମରେ ତାଙ୍କର ମରଶରୀର ପହଞ୍ଚିବା ପରେ ଶେଷ ଦର୍ଶନ କରିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା। ଏହାପରେ କଳ୍ପନାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ତାଙ୍କ ଗାଁ ସାରିଆପଡ଼ାକୁ ନିଆଯାଇଥିଲା। ସେଠାରେ ଗ୍ରାମବାସୀମାନେ ଅନ୍ତିମ ଦର୍ଶନ କରିବା ପରେ ପୁରୀ ସ୍ୱର୍ଗଦ୍ୱାର […]

  • Saturday, 17 July 2021
lootera
ମହିଳାଙ୍କ ଠାରୁ ସୁନା ଚୁଡ଼ି ଲୁଟ୍ ଉଦ୍ୟମ

ରାଉରକେଲା : ମହିଳାଙ୍କଠାରୁ ସୁନା ଚୁଡ଼ି ଲୁଟ୍ ଉଦ୍ୟମ। ପ୍ରତିରୋଧ କରିବାରୁ ଆକ୍ରମଣ କଲା ଦୁର୍ବୃତ୍ତ। ଏଥିରେ ମହିଳା ଜଣକ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରାଉରକେଲାରେ ଇଣ୍ଡୋ ଇଂଲିଶ ସ୍କୁଲ ନିକଟରେ ରହୁଥିବା ନମିତା ଦାସ ନାମକ ଜଣେ ମହିଳା ସହ ଏହି ଘଟଣା ଘଟିଛି। ମହିଳା ଜଣକ ଚାଲି ଚାଲି ଯାଉଥିବା ବେଲେ ଓରାମ ପଡ଼ା ନିକଟରେ ଜଣେ ଦୁର୍ବୃତ୍ତ ବାଇକରେ ଆସି ତାଙ୍କର ସୁନା ଚୁଡ଼ି ଲୁଟି ନେବାକୁ ଉଦ୍ୟମ କରିଥିଲା।  […]

  • Saturday, 17 July 2021
group
ଋଣ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ନେଇ ଫେରାର୍‌

ନୀଳଗିରି ( ବିଶ୍ୱମ୍ବର ଦାସ) : ଚିଟ୍‌ଫଣ୍ଡ ଠକେଇର ନୂଆ ତରିକା। ଗ୍ରୁପ୍‌ ଲୋନ୍ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ଅଂଚଳରେ ଏହି ଠକେଇ ହୋଇଛି। ଋଣ କରାଇ ଦେବାକୁ କହି କିଛି ବ୍ୟକ୍ତି ଜଣକ ପିଛା ୫ ହଜାର ଟଙ୍କା ଲେଖାଏଁ ନେଇଥିଲେ। ଋଣ ପ୍ରଦାନର ପ୍ରତିଶ୍ରୁତି ଦେଇ କାର୍ଯ୍ୟାଳୟ ଖୋଲି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ତେବେ ଋଣ ଟଙ୍କା […]

  • Saturday, 17 July 2021
couple2
ଏବେବି ବଞ୍ଚିଛି ମଣିଷ ପଣିଆ

ସାଲେପୁର : ଏବେବି ଦୁନିଆରେ ବଞ୍ଚି ରହିଛି ମଣିଷ ପଣିଆ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗ ପାଇ ମଧ୍ୟ ଲୋଭର ବଶବର୍ତ୍ତୀ ହୋଇନାହାନ୍ତି କଟକ ସାଲେପୁର ଅଂଚଳର ଏକ ଦମ୍ପତି। କଟକ ସାଲେପୁର ରାସ୍ତାରେ ବାଇକ୍‌ରେ ଆସୁଥିବାବେଳେ ସୁନା ଅଳଙ୍କାର ଓ ଟଙ୍କା ଭର୍ତ୍ତି ବ୍ୟାଗ୍ ପାଇଥିଲେ ଏହି ଦମ୍ପତି। ବିଜୟାନନ୍ଦ ମହାନ୍ତି ଓ ତାଙ୍କ ପତ୍ନୀ ବ୍ୟାଗ ଭିତରେ ଥିବା ଏକ ମୋବାଇଲ୍ ଫୋନରୁ […]

  • Saturday, 17 July 2021
kalpana
ଆଜି ଭୁବନେଶ୍ୱର ଆସିବନି ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଆସିବନି ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର। ଦିଲ୍ଲୀ-ଭୁବନେଶ୍ୱର ବିମାନ ଚାଲି ଆସିଥିବାରୁ ଆଜି ତାଙ୍କ ମର ଶରୀର ଆସିପାରିବନି। କାଠମାଣ୍ଡୁରୁ ଦିଲ୍ଲୀ ଆସିଥିବା ବିମାନ ବିଳମ୍ବରେ ଦିଲ୍ଲୀରେ ପହଞ୍ଚିଥିଲା। ବିଳମ୍ବ କାରଣରୁ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବିମାନ ପଳାଇ ଆସିଥିଲା। ଆସନ୍ତାକାଲି କାଲି ସକାଳ ୭ଟାରେ ତାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ। ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତକାଲି କାଠମାଣ୍ଡୁରେ କଳ୍ପନାଙ୍କ ମୃତଦେହର ବ୍ୟବଚ୍ଛେଦ […]

  • Saturday, 17 July 2021
sabitri
ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ କଟକ ସହର

କଟକ : ଆଉ ଦିନକ ପରେ ସାବିତ୍ରୀ ବ୍ରତ। ସ୍ୱାମୀ-ସ୍ତ୍ରୀର ପବିତ୍ର ସମ୍ପର୍କକୁ ନେଇ ପାଳନ ହେଉଥିବା ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ କଟକ ସହର। ବିଶେଷ କରି ଫଳ ମାର୍କେଟ ଓ ଶାଢ଼ୀ ଦୋକାନରେ ଲାଗିଛି ପ୍ରବଳ ଭିଡ଼। ପ୍ରାୟ ସବୁ ଦୋକାନରେ ଭର୍ତ୍ତି ରହିଛି ଆମ୍ବ ଠାରୁ ଆରମ୍ଭ କରି ସେଓ, ପଣସ, କଦଳି ଅଙ୍ଗୁର ଭଳି ଫଳ।  ସାବିତ୍ରୀ ବ୍ରତକୁ ଦୃଷ୍ଟିରେ ରଖି ଦର ବି ସାମାନ୍ୟ ଠାରୁ ଉଚ୍ଚା ରହିଛି। ତଥାପି […]

  • Saturday, 17 July 2021