କେନ୍ଦୁଝର(ପ୍ରଣୟ ପାଣି): ମୋରମ ଖାଦାନରେ ଟଳିଲା ୩ ଶ୍ରମିକଙ୍କ ଜୀବନ। କେନ୍ଦୁଝର ଜିଲ୍ଲା ତୁଳସୀଚଉରା ଗାଁରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ମୋରମ ଖାଦାନରେ ଟ୍ରାକ୍ଟରରେ ମାଟି ଲୋଡ୍ କରୁଥିବାବେଳେ ମାଟି ଅତଡ଼ା ଧସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଚାପି ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ଜଣେ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ଶ୍ରମିକ ମାନେ ହେଲେ ରେଖା ଦେହୁରୀ, ନିର […]
ବାରିପଦା (ମାଣିକ୍ଲାଲ ପାଣି): କଲେଜରେ ପଢ଼ୁଥିବା ବେଳେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଆଉ ତା’ ସହ ସଂସାର ଗଢ଼ିବା ପାଇଁ ସ୍ୱପ୍ନ ଦେଖୁଥିଲେ ପ୍ରେମିକା। ହେଲେ ଧୋକ୍କାବାଜ ପ୍ରେମିକ ନିଜର ସାଥୀଙ୍କ ସହ ମିଶି ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱରରୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳର ଚୁମ୍କି (ଛଦ୍ମନାମ)ଙ୍କୁ ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକ ଭଲ ପାଉଥିଲେ। […]
ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଲୁଣିସରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଭାଇଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ନୂଆଗାଁ ଥାନା ଅଧିନ ସୋରଡା ଗାଁର ଗଣେଶ ନାୟକ ଏବଂ ରମେଶ ନାୟକ ଦୁଇ ଭାଇ ବାଇକ୍ରେ ନୂଆଗାଁରୁ ନିଜ ଘର ସୋରଡାକୁ ଫେରୁଥିଲେ। ଏହି ସମୟରେ ଲୁଣିସରା ନିକଟରେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଗ୍ୟାସ୍ ଟ୍ୟାଙ୍କର ସହ ତାଙ୍କ ବାଇକ୍ର ମୁହାଁ ମୁହିଁ ଧକ୍କା ହୋଇଥିଲା। ୨ଭାଇଙ୍କୁ ଚାପିଦେଇ […]
ଭୁବନେଶ୍ୱର : ବଲାଙ୍ଗିର ପାଟଣାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେରଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଦାବି କରିଛି। ବିଜେପି ରାଜ୍ୟ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ବିଧାୟକ ଶ୍ରୀ ମେହେର ଜଣେ ଆଦିବାସୀ ବର୍ଗର ସରକାରୀ ଅଫିିସର ଜୟକାନ୍ତ ଶବରଙ୍କୁ ଯେଉଁଭଳି ଭାବରେ ସର୍ବସାଧାରଣରେ କାନ ଧରି […]
ଭୁବନେଶ୍ୱର : ନିଲାମ ହେବ ରାଜ୍ୟର ୪୦ଟି ଖଣି। ଆଜି ଖଣି ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ସଚିବାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଆସନ୍ତା ୨ ମାସ ଭିତରେ ରାଜ୍ୟର ୩୬ ଖଣିର ନିଲାମ ହେବ। ୪ଟି ଖଣି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ମନ୍ତ୍ରୀ କହିଛନ୍ତି। ସେପଟେ ଖଣି କ୍ଷେତ୍ରରେ ଗତବର୍ଷ ଅପେକ୍ଷା ୭୦.୯୨ ପ୍ରତିଶତ ରାଜସ୍ୱ ବଢ଼ିଛି। ୨୦୧୮-୧୯ରେ ୧୦ […]
ଭୁବନେଶ୍ୱର : ବାଲେଶ୍ୱର ଭୋଗରାଇର ଚାଷୀ ରବୀନ୍ଦ୍ର ଜେନା ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ପାଇଛନ୍ତି ୫ ହଜାର ଟଙ୍କାର ସହାୟତା। ହେଲେ ପିଏମ୍ କିଷାନ ଯୋଜନାରେ ସେ କିନ୍ତୁ କିଛି ପାଇନାହାଁନ୍ତି। ସେମିତି ଆଉ ଜଣେ କଳାହାଣ୍ଡି ଧର୍ମଗଡ଼ କନକପୁରର ଚାଷୀ ପୁସ୍ତମ ନାଏକ। କାଳିଆ ଯୋଜନାରେ ପାଇଥିବା ୫ ହଜାର ଟଙ୍କାକୁ ଚାଷରେ ଖଟାଇଛନ୍ତି। ପିଏମ କିଷାନରେ ୨ ହଜାର ମିଳିବ ବୋଲି ଜାଣିଥିଲେ ବି ଏପର୍ଯ୍ୟନ୍ତ ତାଙ୍କୁ ଏ ଟଙ୍କା ମିଳିନି। ରାଜ୍ୟ […]
ଭୁବନେଶ୍ୱର : ଅନୁଗୁଳ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଜନୀକାନ୍ତ ସିଂ ବିଧାନସଭାର ଉପବାଚସ୍ପତି ହେବେ। ବିଜେଡି ପକ୍ଷରୁ ତାଙ୍କୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି। ସେହିପରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ନିଷ୍ପତ୍ତି ନେଇଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଷୋଡ଼ଶ ବିଧାନସଭାର ଉପବାଚସ୍ପତି ଭାବେ ବିଜେଡି ପ୍ରାର୍ଥୀ […]
ଭୁବନେଶ୍ୱର : ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେପିରେ ଖୁସିରେ ନାହାନ୍ତି। ଏପରି କିଛି ଅନୁମାନ କରି ଆଜି ତାଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ୱିତ ରାଉତରାୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଯାହାକୁ ଖଣ୍ଡନ କରିଛନ୍ତି ବାପା ଡା.ଦାମୋଦର ରାଉତ। ସେ ପାଲଟା ପ୍ରଶ୍ନ କରିଛନ୍ତି ମୁଁ ଦୁଃଖରେ ଅଛି ବୋଲି ସେ କେମିତି ଜାଣିଲେ। ବାପା ଓ ପୁଅଙ୍କ ପରସ୍ପର ବିରୋଧୀ ବୟାନ ଏବେ ରାଜ୍ୟ ରାଜନୀତିରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। […]
ବୌଦ୍ଧ ( ଭର୍ଜନ ପ୍ରଧାନ) : ବୌଦ୍ଧ ସହର ପାଖ ମୁରୁଶୁଣ୍ଢି ପଞ୍ଚାୟତର ସରଣ୍ଡା ଗାଁରେ ବାପାକୁ ହତ୍ୟା ଅଭିଯୋଗରେ ପୁଅକୁ ଅଟକ ରଖିଛି ପୁଲିସ। ଗତ ରାତିରେ ଗାଁର ସଦାଶିବ ପାତ୍ର ମଦ ପିଇ ଘରକୁ ଫେରି ସ୍ତ୍ରୀ ଓ ପୁଅ ଆଶିଷଙ୍କ ସହ ପାଟିତୁଣ୍ଡ କରିଥିଲା। ଏହାସହ ହାତରେ ଛୁରୀ ଧରି ଦୁହିଁଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଗଣ୍ଡଗୋଳ ବଢ଼ିବାରୁ ଆଶିଷ ବାପା ସଦାଶିବଙ୍କ ଠାରୁ ଛୁରୀ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏତିକି […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କାନ୍ଥ ଭୁଶୁଡ଼ି ଗତକାଲି ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣେ ଆହତ ଶିଶୁର ଜୀବନ ଯାଇଛି। ସେମାନଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି। ସେ ଏବେ ମେଡିକାଲ୍ରେ ଚିକିତ୍ସାଧୀନ ଅଛନ୍ତି। ବ୍ରହ୍ମପୁର ଅଞ୍ଚଳର ସୁକାନ୍ତ କାଣ୍ଡିଙ୍କ ପରିବାର ଭୁବନେଶ୍ୱର ୟୁନିଟ୍-୪ କେଶରୀ ନଗରରେ ରହି କାମଦାମ କରି ଚଳନ୍ତି। ତିନି ଦିନ ତଳେ ସୁକାନ୍ତ କାମ କରିବା ପାଇଁ ଯାଇଥିଲେ। ଘରେ ତାଙ୍କ ପତ୍ନୀ ସୁନା, ସାଢ଼େ […]
ପାଟଣାଗଡ଼(ବଂଶୀଧର ଶେଠ୍) : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଦବଙ୍ଗଗିରି ଦୃଶ୍ୟ ଭାଇରାଲ ଘଟଣାରେ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି। JEଙ୍କ ପତ୍ନୀଙ୍କ ଏତଲା ଆଧାରରେ ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇଥିବା ଏସ୍ଡିପିଓ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ IPC ଓ ଏସ୍ସି/ଏସଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିବା ସେ କହିଛନ୍ତି। ସେପଟେ ପାଟଣାଗଡ଼ର ପୂର୍ତ୍ତ ବିଭାଗ JE ଜୟକାନ୍ତ ଶବର ଉଦ୍ଧାର ପରେ ଚାଞ୍ଚଲ୍ୟକର ବୟାନ୍ ରଖିଛନ୍ତି। ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାହୀ […]
ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଦାମୋଦର ରାଉତ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା। ଏ ଚର୍ଚ୍ଚା ଆଉ କେହି ନୁହଁ, ଖୋଦ୍ ଦାମଙ୍କ ପୁଅ ସମ୍ବିତ ରାଉତରାୟ ଆରମ୍ଭ କରିଛନ୍ତି। ଦାମୋଦର ବିଜେପିକୁ ଯାଇ ଖୁସି ନାହାନ୍ତି ବୋଲି ସମ୍ବିତ ଅନୁମାନ କରିଛନ୍ତି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାହିଁଲେ ବାପା ଦଳକୁ ଫେରି ଆସିପାରନ୍ତି ବୋଲି ସମ୍ବିତ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି ଯେ, ଦାମ ବାବୁ ଜଣେ ଆଇସୋଲେଟେଡ ପର୍ସନ […]
କୋରାପୁଟ : ଗଣ ଦୁଷ୍କର୍ମର ଶିକାର ହେଲେ ଜଣେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ। ଘରେ ଉତ୍ସବ ଚାଲିଥିବା ବେଳେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ସାଥୀରେ ଡାକି ନେଇ ଅଧା ରାସ୍ତାରେ ଛାଡ଼ି ପଳାଇ ଆସିଥିଲେ। ଆଉ ତା’ପରେ ନାବାଳିକାଙ୍କୁ ଦୁଇଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କୋରାପୁଟ ଜିଲ୍ଲାରୁ ଆସିଛି। ମାଛକୁଣ୍ଡ ଥାନା ଅଞ୍ଚଳର ସମ୍ପୃକ୍ତ ନାବାଳିକା ୯ମ ଶ୍ରେଣୀରେ ପାଠ ପଢ଼ନ୍ତି। ଗତ ଶନିବାର ରାତିରେ ତାଙ୍କ […]
ଭୁବନେଶ୍ୱର : ଦିନେ ବ୍ୟବଧାନରେ ପରେ ପୁଣି ଲେଉଟିଛି ତାତି। କାଲି ରାଜ୍ୟର ୩ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ୧୧ ସହର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ତେବେ ଆଜି ସର୍ବାଧିକ ଉତ୍ତପ୍ତ ସହର ରହିଛି ଝାରସୁଗୁଡ଼ା। ଏଠାରେ ୪୫.୨ ଡିଗ୍ରୀ ରହିଛି। ସେହିପରି ସମ୍ବଲପୁର ତାପମାତ୍ରା ୪୩.୨ ଡିଗ୍ରୀ, ହୀରାକୁଦରେ ୪୨.୯ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୨ ଡିଗ୍ରୀ, ଅନୁଗୋଳରେ ୪୨.୧ ଡିଗ୍ରୀ, ସୋନପୁରରେ ୪୧.୨ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧ […]
ରାଉରକେଲା : କଂଗ୍ରେସ ନେତା ଜର୍ଜ ତିର୍କୀଙ୍କ ସାଂଘାତିକ ଅଭିଯୋଗ। ବିଜେପି ଏବଂ ନିଜ ଦଳ ନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜର୍ଜ ତିର୍କୀ। ଇଭିଏମ୍ ହ୍ୟାକ୍ କରି ବିଜେପି ସୁନ୍ଦରଗଡ଼ ଲୋକସଭା ଜିତିଥିବା ଅଭିଯୋଗ କରିଛନ୍ତି ସେ। ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜର୍ଜ ଅଭିଯୋଗ କରିଛନ୍ତି ଯେ, ୨୦୧୪ ନିର୍ବାଚନରେ ଜୁଏଲ ୩ ଲକ୍ଷ ୩୦ ହଜାର ଭୋଟ ପାଇଥିଲେ। ସେତେବେଳେ ମୋଦି ପ୍ରଚାର କରିଥିଲେ, ଦଳରେ ଦିଲୀପ ରାୟ ବି […]
ଭୁବନେଶ୍ୱର : ସକ୍ରିୟ ହେଉଛି ମୌସୁମୀ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି। ତେବେ ଚଳିତ ବର୍ଷ ମୌସୁମୀ ବାୟୁ ସ୍ୱାଭାବିକ୍ ରହିବନି ବରଂ ଦୁର୍ବଳ ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ର ବିଶେଷଜ୍ଞ ସମର ଚୌଧୁରୀ ପୂର୍ବାନୁମାନ କରିଛନ୍ତି। ୬୫ ବର୍ଷ ମଧ୍ୟରେ ଏବର୍ଷ ଦ୍ୱିତୀୟ ସର୍ବାଧିକ ଶୁଷ୍କ ବର୍ଷ ହେବ ବୋଲି ସ୍କାଏମେଟ୍ ଅନୁମାନ କରିଛି। ସାଧାରଣତଃ ସ୍ୱାଭାବିକ୍ ପ୍ରାକ୍ ମୌସୁମୀ ବୃଷ୍ଟି […]
କଳାହାଣ୍ଡି : ମୌସୁମୀ ଆସିବା ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ବର୍ଷା ହୋଇ ଫସଲ ନଷ୍ଟ। ଡାଳୁଅ ଧାନ ଏଥର ବେଶ୍ ଭଲ ହୋଇଥିଲା। କିନ୍ତୁ ଠିକ୍ ଅମଳ ବେଳକୁ ପ୍ରବଳ ବର୍ଷା ହୋଇଛି। ମଣ୍ଡିରୁ ଧାନ ଉଠିନଥିବାରୁ ହଜାର ହଜାର କ୍ୱିଣ୍ଟାଲ ଧାନ ଭିଜି ଯାଇଛି। ଖଳାରୁ ଆରମ୍ଭ କରି ମଣ୍ଡି ଯାଏ ସବୁଠି ସମସ୍ୟା। ରବି ଫସଲର ୨୫ ପ୍ରତିଶତ ଧାନ ମଧ୍ୟ ସଂଗ୍ରହ ହୋଇପାରି ନାହିଁ। ବର୍ଷାରୁ ଧାନକୁ ରକ୍ଷା କରିବାକୁ ମଣ୍ଡିରେ ବ୍ୟବସ୍ଥା […]
ଭୁବନେଶ୍ୱର : ପାଣିପାଗ ବିଭାଗ ପକ୍ଷରୁ ଆଜି ୨ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ମୟୂରଭଂଜ ଓ ବାଲେଶ୍ୱର ପାଇଁ ଏହି ସତର୍କ ସୂଚନା ଜାରି କରାଯାଇଛି। ଏହି ଦୁଇଟି ଜିଲ୍ଲାରେ ଆଜି ଝଡ଼, ବର୍ଷା, ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେଣୁ ସଂଧ୍ୟା ୬ଟା ୧୫ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଛି।
ବ୍ରହ୍ମପୁର (ଜଗନ୍ନାଥ ସାହୁ) : ବ୍ରହ୍ମପୁରର କଂଗ୍ରେସ ନେତା ମନୋଜ ଜେନା ହତ୍ୟା ମାମଲାରେ ଧରାପଡ଼ିଲେ ଆଉ ୫ ଜଣ ଅଭିଯୁକ୍ତ। ଏହି ୫ ଜଣଙ୍କୁ ବିଭିନ୍ନ ସ୍ଥାନରୁ ପୁଲିସ ଗିରଫ କରିଛି। ୪ ଜଣଙ୍କୁ କୋରାପୁଟ ଲକ୍ଷ୍ମୀପୁରରୁ ଏବଂ ଅନ୍ୟ ଜଣଙ୍କୁ ବାଲୁଗାଁ ଷ୍ଟେସନରୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୩ ବାଇକ୍, ୨ ମାଉଜର ଓ ହତ୍ୟାରେ ବ୍ୟବହୃତ ୨ଟି ଛୁରୀକୁ ଜବତ କରିଛି ପୁଲିସ। ସେହିପରି ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ […]
ଝାରସୁଗୁଡ଼ା ( ଭାଗିରଥୀ ସାହୁ) : ଆଜିଠାରୁ ଆରମ୍ଭ ହୋଇଛି ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ବିମାନ ସେବା। ଭୁବନେଶ୍ୱରରୁ ATR-72 ବିମାନ ଝାରସୁଗୁଡ଼ାରେ ପହଞ୍ଚିବା ପରେ ସେଠାରୁ ମଧ୍ୟ ଭୁବନେଶ୍ୱରକୁ ଉଡାଣ ଭରିଥିଲା ଏହି ବିମାନ। ଭୁବନେଶ୍ୱରରୁ ଯାଇଥିବା ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିଥିଲେ ୭୨ ଯାତ୍ରୀ। ଝାରସୁଗୁଡ଼ାରୁ ପୁଣି ୭୨ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରଆସିଥିଲା ସେହି ବିମାନ। ଏହି ଶୁଭାରମ୍ଭ ସମାରୋହରେ ବରଗଡ ସାଂସଦ ସୁରେଶ ପୁଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ […]
କନ୍ଧମାଳ : କନ୍ଧମାଳ ଜିଲ୍ଲା ମଣ୍ଡାକିଆ ଗ୍ରାମରେ ଗ୍ୟାସ ଚୁଲାରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ୧୫ ବର୍ଷିଆ ନାବାଳିକା ଗୁରୁତର। ପ୍ରଥମେ ତାଙ୍କୁ ରାଇକିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ବିଗିଡିବାରୁ ତାଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନାବାଳିକା ଜଣକ ନିଜ ରୋଷେଇ ଘରେ ରନ୍ଧନ ଗ୍ୟାସ ଚୁଲାରେ ରୋଷେଇ କରୁଥିବା ବେଳେ ଅସାବଧାନତା ଯୋଗୁଁ ତାଙ୍କ ଡ୍ରେସ୍ରେ ନିଆଁ ଲାଗି ଯାଇଥିଲା। ଦେହରେ ନିଆଁ ଲାଗିବା ଜାଣି ସେ ପାଟି […]
ଭୁବନେଶ୍ୱର : ଆସନ୍ତାକାଲି ସମଗ୍ର ରାଜ୍ୟରେ ଇଦ୍ ଉଲ ଫିତର ଉତ୍ସବ ପାଳନ ହେବ। କଟକର ଅଞ୍ଜୁମାନ ଇସଲାମିଆ ଚାନ୍ଦ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି। ଆଜି ପବିତ୍ର ରମଜାନ ମାସର ଶେଷ ଦିନ ଥିଲା। ମୁସଲମାନ ସଂପ୍ରଦାୟର ଭାଇ ଭଉଣୀମାନେ ମାସ ତମାମ ରୋଜା ବା ଉପବାସ କରିଥିଲେ। ଆଜି ସନ୍ଧ୍ୟାରେ ଚାନ୍ଦ ଦେଖି ଏହି ଉପବାସ ଶେଷ ହୋଇଥିବା କମିଟି ପକ୍ଷରୁ କୁହାଯାଇଛି। ତେଣୁ ଆସନ୍ତାକାଲି ସମସ୍ତ ମୁସଲିମ୍ ଇଦ୍ ପାଳନ କରିବେ। […]
ଭୁବନେଶ୍ୱର : ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ବା ମୋଦି କେୟାର ଲାଗୁ ପାଇଁ କସରତ। କେନ୍ଦ୍ର ସରକାରଙ୍କ ଆଯୁଷ୍ମାନ ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଜି ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଦୁଇଟି ପର୍ଯ୍ୟାୟରେ ଆଲୋଚନା କରିଛନ୍ତି। ରାଜ୍ୟ ସରକାର କହିଛନ୍ତି ଯୋଜନାକୁ ଲାଗୁ କରାଯିବ କି ନାହିଁ ସେ ନେଇ ଏବେ ନିଷ୍ପତ୍ତି ହୋଇନି। ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ପିଏମ୍ କିଷାନ ସହ ମିଶାଇବାକୁ […]
ଭୁବନେଶ୍ୱର : ୨୦୧୯-୨୦ ବଜେଟ ପାଇଁ ସାଧାରଣ ଲୋକଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି ରାଜ୍ୟ ସରକାର। ବଜେଟ୍ ସମ୍ପର୍କିତ ମତାମତ ଦେବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ଇ-ମେଲ୍, ହ୍ୱାଟ୍ସଆପ୍ ଓ SMS ମାଧ୍ୟମରେ ପଠାଇ ପାରିବେ। ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବଜେଟ୍ ସମ୍ପର୍କିତ ମତାମତ ଦେବାକୁ ଚାହୁଁଥିବା ସାଧାରଣ ଲୋକମାନେ ଇ-ମେଲ୍ odisha.budget@gov.in, ୯୪୩୮୧୬୧୧୧୧ ନମ୍ୱରରେ ହ୍ୱାଟ୍ସଆପ୍ ଓ SMSରେ ପଠାଇପାରିବେ। ଆଜିଠାରୁ ଜୁନ୍ ୧୫ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ସେଠାରେ ହେବ ଉପନିର୍ବାଚନ। ଏଥିପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ବିଜେଡି ଓ ବିଜେପିରେ ଏକାଧିକ ଆଶାୟୀ ଥିବାବେଳେ ଦଳ କାହାକୁ ଯୋଗ୍ୟ ଭାବେ ବାଛୁଛି, ତାକୁ ନେଇ ସସ୍ପେନ୍ସ ବଢୁଥିବାବେଳେ କଂଗ୍ରେସ ସେହି ପୁରୁଣା ମୁହଁକୁ ସୁଯୋଗ ଦେବ ନା ନୂଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ ତାକୁ ନେଇ […]