ଭୁବନେଶ୍ୱର : ଏବେ ଜଙ୍ଗଲକୁ ଯିବ ନାହିଁ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’। ଏନ୍କ୍ଲୋଜରରେ ରହିବା ପରେ ସେ ଶିକାର କରିବା ଭୁଲି ଯାଇଛି। ତାର ଶିକାର କରିବା ପ୍ରବୃତ୍ତି କିପରି ଫେରାଇ ଅଣାଯିବ, ସେନେଇ ଆଜି ଭୁବନେଶ୍ୱର ପ୍ରକୃତି ଭବନରେ ବସିଥିବା ଏକ ବୈଠକରେ ଆଲୋଚନା ହୋଇଛି। ସାତକୋଶିଆ ଏନ୍କ୍ଲୋଜରରୁ ‘ସୁନ୍ଦରୀ’କୁ ମହାନଦୀ ଓ୍ୱାଇଲ୍ଡ ଲାଇଫ୍ ଡିଭିଜନକୁ ସ୍ଥାନାନ୍ତର କରିବା ନେଇ ବିଚାର କରାଯାଉଛି। ବର୍ତ୍ତମାନର ଅଢ଼େଇ ହେକ୍ଟର ପରିବର୍ତ୍ତେ ନୂଆ ଏନ୍କ୍ଲୋଜରକୁ ୨୫ […]
ଅନୁଗୁଳ/ଝାରସୁଗୁଡା/ ଭୁବନେଶ୍ୱର : କେଉଁଠି ଜମି ଅଧିଗ୍ରହଣରେ ବାଧା ତ’ ଆଉ କେଉଁଠି ମିଳୁନି ଜଙ୍ଗଲ ଓ ପରିବେଶ ଅନୁମତି । ସେହିପରି ରେଲୱେ କିପରି ସହଜରେ ଓ କମ୍ ଦାମରେ ବିଜୁଳି ପାଇବ ସେନେଇ ବି ବ୍ୟବସ୍ଥା କରୁନାହାନ୍ତି ରାଜ୍ୟ ସରକାର। ଫଳରେ ଧୀର ମନ୍ଥର ଗତିରେ ଚାଲିଛି ଖୋର୍ଦ୍ଧା-ବଲାଙ୍ଗିର ସମେତ ରାଜ୍ୟର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ । ଏହାକୁ ନେଇ କେନ୍ଦ୍ର, ରାଜ୍ୟ ଉପରେ ଦୋଷ ଲଦିଛି ଅନ୍ୟପକ୍ଷରେ ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା […]
ହଜି ଯାଉଛି ମାନବିକତା। ଅନ୍ଧବିଶ୍ୱାସର ଅନ୍ଧଗଳିରେ ବାଟବଣା ହୋଇଯାଉଛି ମଣିଷ । ଗାଁ ଗଣ୍ଡାରେ ବର୍ତ୍ତମାନ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷତ୍ୱ ଭୁଲିଯାଉଛନ୍ତି
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ହାରରେ ବଢ଼ିଚାଲିଛି ଅପରାଧ । ହତ୍ୟା, ଦୁଷ୍କର୍ମ, ଚୋରି, ଡକାୟତି, ଗୁଳିକାଣ୍ଡ ଭଳି ସଂଗୀନ ଅପରାଧ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ିଦେଲାଣି । ଯାହାକୁ ନେଇ ଆଜି ଦିନତମାମ ହୁଲସ୍ତୁଲ ହୋଇଥିଲା ବିଧାନସଭା ଅଧିବେଶନ । ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ ଏନେଇ ଘେରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ତା’ସହ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ବାରମ୍ବାର ବାଚସ୍ପତିଙ୍କୁ ମୁଲତବୀ […]
ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତବର୍ତ୍ତୀ କୁନ୍ଦେଇ ପଞ୍ଚାୟତର ଦୁଇ ଜଣ ନିରୀହ ଲୋକଙ୍କୁ ମାଓବାଦୀ ସନ୍ଦେହ କରି ଛତିଶଗଡ଼ ପୁଲିସ ଏନ୍କାଉଣ୍ଟର କରିଥିଲା। କିନ୍ତୁ ପ୍ରକୃତ ସତ୍ୟ ଜଣାପଡ଼ିବା ପରେ ଛତିଶଗଡ଼ ସରକାର ମୃତକଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାଛଡ଼ା ପରିବାର ପିଛା ଜଣକୁ ଚାକିରି ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତବର୍ଷ ଏପ୍ରିଲ ୪ ତାରିଖରେ ରାଇଘର ବ୍ଲକ କୁନ୍ଦେଇ ପଞ୍ଚାୟତ ଅନ୍ତର୍ଗତ ସେମରଡିହି […]
କୋରାପୁଟ (ସୂର୍ଯ୍ୟ ପଣ୍ଡା): ଆମ୍ୱୁଲାନ୍ସରେ ଗଞ୍ଜେଇ ଚାଲାଣ ହେଉଥିଲା। ଏପରି ଘଟଣା କୋରାପୁଟ୍ ଜିଲ୍ଲାରେ ଘଟିଛି। ଜୟପୁର ପୁଲିସ ଆମ୍ୱୁଲାନ୍ସକୁ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ଆଜି ଗୋଟିଏ ଦିନରେ ପୁଲିସ ୬୬୦ କିଲୋ ଗଞ୍ଜେଇ ଜବତ କରିବା ସହ ୧୦ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି। ଗତକାଲି ବିଳମ୍ୱିତ ରାତିରେ ବୈପାରୀଗୁଡାରୁ ବୋରିଗୁମ୍ମା ଅଭୁମୁଖେ ଏକ ଆମ୍ୱୁଲାନ୍ସ ସାଇରନ୍ ବଜାଇ ଆସୁଥିଲା। କିନ୍ତୁ ଉକ୍ତ ଆମ୍ୱୁଲାନ୍ସରେ ନମ୍ବର ପ୍ଲେଟ୍ ନଥିଲା। […]
କଳାହାଣ୍ଡି (ରାଜକୁମାର ସିଂହଦେଓ): ବାଇକକୁ ପିଟିଦେଲା ଟ୍ରକ୍। ରାସ୍ତାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲାର କର୍ଲାପଡ଼ା ଫାଣ୍ଡି ଅନ୍ତର୍ଗତ ତୁର୍କେଲ ବ୍ରିଜ ନିକଟରେ ଘଟିଛି। ବଲାଙ୍ଗିର ଜିଲ୍ଲା ତୁରେକେଲାର ମଦନ ବେହେରା ଓ ଭାଲୁମୁଣ୍ଡାର ଅନିରୁଦ୍ଧ ମେହେର ବାଇକରେ ଯାଉଥିବା ସମୟରେ ତୁର୍କେଲ ବ୍ରିଜ ନିକଟରେ ଏକ ଟ୍ରକ୍ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକ ମଦନ ବେହେରାଙ୍କ ମୃତ୍ୟୁ […]
ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେରରେ ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ। ଗତ ନିର୍ବାଚନ ବେଳେ ସୃଷ୍ଟି ହୋଇଥିବା ଶତ୍ରୁତାକୁ କେନ୍ଦ୍ର କରି ସନ୍ଥପଡ଼ା ଗାଁରେ ଜଣେ ଯୁବକଙ୍କୁ କଟୁରୀରେ ଆକ୍ରମଣ ଅଭିଯୋଗ। ଯୁବକଙ୍କ ନାଁ ସୁଶାନ୍ତ ସାମଲ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ସୁଶାନ୍ତଙ୍କ ସହ ଆଜି ଗାଁ ମନ୍ଦିର ନିକଟରେ ସେହି ଗାଁର ସରୋଜ ସାମଲଙ୍କ ବଚସା ହୋଇଥିଲା। ଏହାପରେ ସରୋଜ ଓ ତାଙ୍କ ଭାଇ ସୁଶାନ୍ତଙ୍କୁ […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ବଲାଙ୍ଗିର ଠାରେ ହାଇକୋର୍ଟ ବେଞ୍ଚର ପୁନଃ ପ୍ରତିଷ୍ଠା ଦାବିରେ ବିଭିନ୍ନ ଉପାୟରେ ଆନ୍ଦୋଳନ କରି ଆସୁଛି ଜିଲ୍ଲା ଆଇନ୍ଜୀବୀ ସଂଘ। ଏହା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁନାହାନ୍ତି। ରାଜ୍ୟ ସରକାରଙ୍କ ଠାରୁ ନିରାଶ ହୋଇ ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବେ। ଆସନ୍ତା କାଲି ବିଧାନସଭା ସମ୍ମୁଖରେ ଆଇନ୍ଜୀବୀମାନେ ବିଶାଳ ପ୍ରତିବାଦ ସଭା […]
କଟକ : କେନ୍ଦ୍ରାପଡ଼ା ଗୁଳିକାଣ୍ଡରେ ଆହତଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କଟକ ଏସ୍ସିବି ମେଡିକାଲ୍କୁ ଯାଇ ସେ ଆହତ ବ୍ୟବସାୟୀ ବିବେକାନନ୍ଦ ମହାରଣାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଦିନକୁ ଦିନ ଅପରାଧ ବଢ଼ିଚାଲିଛି, ଯାହାକୁ ରୋକିବାରେ ରାଜ୍ୟ ସରକାର ବିଫଳ ବୋଲି ଅଭିଯୋଗ କରିଛନ୍ତି ବୈଜୟନ୍ତ ପଣ୍ଡା। ବିବେକାନନ୍ଦ ବିଜେପି ସଂଗଠନ ସହ ଜଡ଼ିତ ଥିଲେ। ସେପଟେ ପାଟକୁରା ନିର୍ବାଚନ ପୂର୍ବରୁ ଏପରି ଘଟଣା […]
ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ମାମଲାରେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି। ଶ୍ରୀ ସେଠୀଙ୍କୁ ଅଗଷ୍ଟ ୧୯ତାରିଖ ସୁଦ୍ଧା ନିଜ ପକ୍ଷ ରଖିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆଇଏଏସ୍ ଶ୍ରୀ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତ ଥିବା ଅଭିଯୋଗ କରି ସୂଚନାକର୍ମୀ ଶ୍ରୀକାନ୍ତ ପାକଳ ଜୁଲାଇ ୧ ତାରିଖରେ […]
ଭୁବନେଶ୍ୱର : ରାଜ୍ୟ ପୁଲିସ ଡିଜି ଡଃ ଆରପି ଶର୍ମା ନିଜ ଦାୟିତ୍ୱରୁ ଖୁବଶୀଘ୍ର ଅବ୍ୟାହତି ନେଇପାରନ୍ତି। ଆସନ୍ତାମାସରେ ଡିଜିପି ଭାବେ ତାଙ୍କର ଦୁଇବର୍ଷ ପୂରଣ ହେଉଥିବାରୁ ତାଙ୍କ ବଦଳରେ ସରକାର ଅନ୍ୟଜଣେ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ପୁଲିସର ମଙ୍ଗ ଧରିବାର ସୁଯୋଗ ଦେବେ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ, ପୁଲିସ ଡିଜି ଡଃ ଶର୍ମାଙ୍କୁ ରାଜ୍ୟ ସରକାର ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି। ସୁପ୍ରିମକୋର୍ଟଙ୍କ […]
ଭୁବନେଶ୍ୱର :ବିରୋଧୀ ଦଳ ନେତା ନେଇ ପରୋକ୍ଷରେ କ୍ଷୋଭ ପ୍ରକାଶ କଲେ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ବିଧାୟକମାନେ ତାଙ୍କୁ ବିରୋଧୀ ଦଳ ନେତା ଭାବେ ଦେଖିବାକୁ ଚାହୁଁଥିଲେ ବି କେନ୍ଦ୍ରୀୟ ନେତୃତ୍ୱ କାହିକି ଚାହିଁଲେ ନାହିଁ ବୋଲି ଜୟନାରାୟଣ ପ୍ରଶ୍ନ କରିବା ସହ ବିଜେପିରେ ବିବାଦର ମଞ୍ଜି ବୁଣିଛନ୍ତି। ବଡ଼କଥା ହେଉଛି ଦଳର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ପଛର ଗୁପ୍ତ ଡିଲରେ ତାଙ୍କୁ ମୋହାରା କରାଯାଇଥିବା ସମ୍ଭାବନା ନେଇ […]
ପିପିଲି : ଡେଲାଙ୍ଗ ବ୍ଲକ୍ ଜେନାପୁରର ପୂର୍ବତନ ସରପଞ୍ଚଙ୍କ ଦାଦାଗିରି। ସାମାନ୍ୟ କଥାକୁ ନେଇ ବିବାହ ପାଇଁ ଯାଉଥିବା ଜଣେ ବରକୁ ରାତି ତମାମ ଅଟକ ରଖିଥିବା ଅଭିଯୋଗ। ମିଳିଥିବା ସୂଚନା ମୁତାବକ ,ଗତକାଲି ବ୍ରହ୍ମଗିର ପଲ୍ଲୀ ଅଂଚଳର ଏକ ବରଯାତ୍ରୀ ଗାଡ଼ି ଡେଲାଙ୍ଗ ଜେନାପୁର ଆସୁଥିଲା। କିନ୍ତୁ ରାସ୍ତାରେ ବର ଯାଉଥିବା ଗାଡ଼ି ପୂର୍ବତନ ସରପଞ୍ଚ ପ୍ରତାପ ସ୍ୱାଇଁଙ୍କ ଗାଡ଼ିରେ ଘସି ହୋଇଯାଇଥିଲା। ଏହାକୁ ନେଇ ପୂର୍ବତନ ସରପଞ୍ଚ ବରଗାଡ଼ିର ଡ୍ରାଇଭରକୁ ମାଡ଼ ମାରିବା ସହ […]
ଭୁବନେଶ୍ୱର : କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ଆସନ୍ତାକାଲି ରାତି ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦର୍ଶନ କରିବେ। ତା’ପରଦିନ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ କିସ୍ କ୍ୟାମ୍ପସରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ ପରେ ସେ ପାରାଦୀପ ଗସ୍ତ କରିବେ। ସେଠାରେ ଧୀବର ସମୁଦାୟର ଲୋକଙ୍କ ସହ ସେମାନଙ୍କ […]
ଭୁବନେଶ୍ୱର : ରାଜ୍ୟରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ସଂଖ୍ୟା ବଢ଼ି ଚାଲିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଉଛି। ଆଜି ଏହାର ପ୍ରତିଫଳନ ବିଧାନସଭାରେ ଦେଖିବାକୁ ମିଳିଥିଲା। ଶୂନ୍ୟ କାଳରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇ ଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି, ପ୍ରତିଦିନ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ବର୍ଷକୁ ମାତ୍ର ୬ ଜଣ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରାଯାଉଛି। ପୁରୀରେ ବସ୍ […]
ଭୁବନେଶ୍ୱର : ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଦଖଲ ନେଇ ଅନୁଭବଙ୍କୁ ଜବାବ୍ ଦେଲେ ବୈଜୟନ୍ତ ପଣ୍ଡା। ତାଙ୍କ ସାଂସଦ କାଳର ଅବଧି ସରିବାର ୧୩ ମାସ ପରେ ବି ଶ୍ରୀ ପଣ୍ଡା ତାଙ୍କ ସରକାରୀ ବାସଭବନ ଛାଡ଼ିନଥିବା ନେଇ ଅନୁଭବ ଉଠାଇଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ବୈଜୟନ୍ତ କହିଛନ୍ତି ଯେ, ଏହି ଅଭିଯୋଗ ଭିତ୍ତିହୀନ। ନିୟମ ଅନୁଯାୟୀ ମାର୍କେଟ ଭଡ଼ା ଦେଇ ମୁଁ ଅବଧି ବଢ଼ାଇ ଥିଲି। ମୁଁ ସେ ଘରୁ ବାହାରି ସାରିଲିଣି। […]
କୋଣାର୍କ (ସଂଜୟ ପତି) : ପୁଅଟିଏ ପାଇବା ପାଇଁ ମାଆଟିଏ କେତେ ଓଷାବ୍ରତ କରିଥାଏ। ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମଦେଇଥାଏ। ସବୁ ଅଳି ଅର୍ଦ୍ଦଳିକୁ ସହି ଛୋଟରୁ ବଡ କରାଏ ପୁଅକୁ। ହେଲେ ଶେଷରେ ସେ ପୁଅ ଯଦି ମାଆର ଏସବୁ ମୂଲ୍ୟ ବୁଝେନା। ସେତେବେଳେ କଣ ହୋଇଥିବ ମାଆର ମନ। ଏମିତି ଏକ ଘଟଣା ଘଟିଛି ପୁରୀ ନିମାପଡ଼ା ଥାନା ହାଟସାହିରେ। ଅମ୍ମୁଣିଆପାଟଣା ଗାଁ ହାଟସାହିରେ ବାସ କରନ୍ତି ସାରଦା ବେହେରା […]
କଲ୍ୟାଣସିଂହପୁର(ମାଉଡି ବାରିକ): ହାଇସ୍କୁଲ ହଷ୍ଟେଲ୍ର ଶିଡ଼ି ଉପରେ ଠିଆ ହୋଇ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖୁଥିବା ବେଳେ ପାହାଚ ଗୁଡ଼ିକ ଭୁଶୁଡ଼ି ପଡ଼ିବାରୁ ୧୨ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆଜି ଏମିତି ଦୁର୍ଘଟଣା ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ଟିକିରି ସରକାରୀ ହାଇସ୍କୁଲରେ ଘଟିଛି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ କାଶିପୁର ବ୍ଲକର ଟିକିରି ଉତ୍ସବ ମୁଖର ହୋଇଛି। ଭକ୍ତମାନେ ମହାପ୍ରଭୁଙ୍କ ରଥକୁ ଟାଣି ନେଉଥିବାର […]
ନୀଳଗିରି : ହଟହଟା ହେଲେ ତହସିଲଦାର। ଏକ ବାଲି ବୋଝେଇ ଟ୍ରକ୍କୁ ଅଟକ ରଖିଲେ ଗ୍ରାମବାସୀ। ଆଜି ଅପରାହ୍ନରେ ଏକ ବାଲି ବୋଝେଇ ଡମ୍ପରକୁ ଅଟକାଇବାକୁ ମଛୁଆ ଅଞ୍ଚଳରେ ନୀଳଗିରି ତହସିଲଦାର ସୁଶ୍ରୀତା ଟୁଡୁ ପ୍ରୟାସ କରିଥିଲେ । ହେଲେ ଗ୍ରାମବାସୀ ଟ୍ରକର ପରମିଟ ଠିକ୍ ଅଛି ଯୁକ୍ତି ବାଢି ଉକ୍ତ ସ୍ଥାନରେ ତହସିଲଦାରଙ୍କୁ ଅଟକ ରଖିଛନ୍ତି ।
ଭୁବନେଶ୍ୱର : ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଶୁକ୍ରବାରଠୁ ଆରମ୍ଭ ହେବ। ଜୁନ୍ ୨୫ରେ ଆରମ୍ଭ ହୋଇଥିବା ବିଧାନସଭା ଅଧିବେଶନ ଜୁଲାଇ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ମୁଲତବୀ ରହିବା ପରେ ଆସନ୍ତାକାଲି ଖୋଲିବ। ଆସନ୍ତାକାଲି ବିଧାନସଭାରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶା କଣ୍ଟିଜେନ୍ସି ଫଣ୍ଡରୁ ଅଗ୍ରୀମ ଉଠାଣ ସଂକ୍ରାନ୍ତ ସ୍ୱତନ୍ତ୍ର ଅତିରିକ୍ତ ବିବରଣୀ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ନାବାଳିକାକୁ ଗାଡ଼ି ଭିତରେ ଦୁଷ୍କର୍ମ […]
ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ପ୍ରଚାର ଅଭିଯାନକୁ ଜୋରଦାର କରିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ତାରିଖରେ ପ୍ରଚାର ମଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି। ତେବେ ନବୀନ ପାଟକୁରାରେ କୌଣସି ସାଧାରଣ ସଭା କରିବେ ନାହିଁ। ସେ ୧୭ ଓ ୧୮ ଦୁଇଦିନ ଧରି ପାଟକୁରା ନିର୍ବାଚନମଣ୍ଡଳୀର ୩ଟି ଯାକ ବ୍ଲକ- ଡେରାବିଶ, ଗରଦପୁର ଓ ମାର୍ଶାଘାଇରେ ରୋଡ୍ ଶୋ’ ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ […]
ଭୁବନେଶ୍ୱର : ଫିଲ୍ମ ଓ ସିରିଏଲ୍ରେ ଅଭିନୟ କରିବାର ସୁଯୋଗ ଦେବାକୁ କହି ଜଣେ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ନିର୍ଯାତନାର ଶିକାର ହୋଇଥିବା ଯୁବତୀ ଏନେଇ ସହିଦନଗର ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍ ପୁଲିସ ନିଜକୁ ଆସିଷ୍ଟାଣ୍ଟ ପ୍ରଡ୍ୟୁସର କହୁଥିବା ଜେ.ଡି. ରାଉତ ନାମକ ଯୁବକଙ୍କୁ ଗିରଫ କରିଛି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଫିଲ୍ମ ଓ ସିରିଏଲ୍ରେ ଅଭିନୟ ପାଇଁ ସୁଯୋଗ ଦେବେ ବୋଲି ଜେ.ଡି.ରାଉତ ତାଙ୍କୁ ପ୍ରଲୋଭନ ଦେଖାଇଥିଲେ। […]
ଭୁବନେଶ୍ୱର : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କୋକେନ୍ ସେବନ କରୁଥିବା ନେଇ ବିଜେପି ସାଂସଦ ଡକ୍ଟର ସୁବ୍ରମଣ୍ୟନ ସ୍ୱାମୀଙ୍କ ମନ୍ତବ୍ୟକୁ ନେଇ ବିବାଦ ଜୋର ଧରିଛି। ଗତ ୫ ତାରିଖର ଏହି ମନ୍ତବ୍ୟକୁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ବିଭାଗ ପକ୍ଷରୁ ପ୍ରତିବାଦ କରାଯିବା ସହ ତାଙ୍କୁ ଗିରଫ କରିବା ଦାବି କରାଯାଇଛି। ଏତଦ୍ ବ୍ୟତୀତ ଓଡ଼ିଶା ପ୍ରଦେଶ କଂଗ୍ରେସର ଅନୁସୂଚିତ ଜାତି ବିଭାଗ ସହ ଅଧ୍ୟକ୍ଷ କ୍ୟାପିଟାଲ ଥାନାରେ ଏତଲା ଦାୟର […]
ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ ହୋଇଛି। ଗତ ଦୁଇ ଦିନ ଭିତରେ ପ୍ରାୟ ୩୦ ଲକ୍ଷ ଟଙ୍କାର ଚୋରା ସୁନା ଜବତ କରିଛି କଷ୍ଟମ ବିଭାଗ। କୁଆଲା ଲୁମ୍ପୁରୁରୁ ଭୁବନେଶ୍ୱର ଆସୁଥିବା ଦୁଇ ଜଣ ଯାତ୍ରୀଙ୍କ ଉପରେ କଷ୍ଟମ ବିଭାଗ ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ପରେ ସେମାନଙ୍କୁ ଯାଞ୍ଚ କରିବାରୁ ସେମାନଙ୍କ ବ୍ୟାଗରୁ ସୁନା ମିଳିଥିଲା। ଏକ ପ୍ଲାଷ୍ଟିକ କଣ୍ଟେନରରେ ପେଷ୍ଟ ଫର୍ମରେ ସୁନାକୁ ଆଣୁଥିରେ ଏହି ଦୁଇ ଯାତ୍ରୀ। ଉଭୟଙ୍କ ଘର […]