• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

patanaikia
ପୁରୀ ଜିଲ୍ଲା ପଟ୍ଟନାୟିକିଆ ଟ୍ରିପଲ୍ ମର୍ଡର ; ବିଚାର ବିଭାଗୀୟ ହାଜତକୁ ଗଲେ ୬ ଅଭିଯୁକ୍ତ

ପୁରୀ : ବିଚାର ବିଭାଗୀୟ ହାଜତକୁ ଗଲେ ପୁରୀ ଜିଲ୍ଲା ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡରରେ ସଂପୃକ୍ତ ୬ଜଣ ଅଭିଯୁକ୍ତ। ଆଜି ହତ୍ୟାକାଣ୍ଡରେ ସଂପୃକ୍ତ ୬ଜଣଙ୍କୁ ମେଡିକାଲ ଯାଞ୍ଚ ପରେ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି।  ଜମିବାଡ଼ି ଓ ପାରିବାରିକ କନ୍ଦଳ ଯୋଗୁ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା। ସେପଟେ କିନ୍ତୁ ଆଜି ବି […]

  • Saturday, 17 July 2021
asembly question hour
ପ୍ରଶ୍ନ କାଳରେ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ ମୁହାଁମୁହିଁ

ଭୁବନେଶ୍ୱର :  ବିଧାନସଭା ପ୍ରଶ୍ନ କାଳରେ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ ମଧ୍ୟରେ ଗୋହି ଖୋଳାଖୋଳି।  ଖାଦ୍ୟ ଶସ୍ୟ ଉତ୍ପାଦନକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖୁଥିବା ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ମୁହାଁମୁହିଁ ହୋଇଥିଲେ। ମହାରଥୀ ପ୍ରଶ୍ନ କରିଥିଲେ, ରାଜ୍ୟରେ କେତେ ଶୀତଳ ଭଣ୍ଡାର ଅଛି ଓ କେତେ ଅଚଳ  ଅଛି। ସେହିପରି ତୈଳ ଓ ଡାଲି ଜାତୀୟ […]

  • Saturday, 17 July 2021
lightening
ଆଜି ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର : ଆଜି ରାଜ୍ୟର କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ସ୍ଥାନଗୁଡ଼ିକ ହେଉଛି- ତେଲକୋଇ, ବାଂଶପାଳ, ପାଲଲହଡ଼ା, ଲହୁଣିପଡ଼ା, ବାରକୋଟ, ପାଟଣା, ଘଟଗାଁ, ଆନନ୍ଦପୁର, କଙ୍କଡ଼ାହାଡ଼, ଆର୍.ଉଦୟଗିରି, ମୋହନା, ସାନଖେମୁଣ୍ଡି, ଦିଗପହଣ୍ଡି, କୁତ୍ରା, ବଡ଼ଗାଁ, ସୁକିନ୍ଦା, ହରିଚନ୍ଦନପୁର, ଭୁବନ, କାମାକ୍ଷାନଗର, ପର୍ଜଙ୍ଗ, ତାଳଚେର, କଣିହାଁ, ପାଲଲହଡ଼ା, ରିଆମାଳ, ତିଲେଇବଣି, ନାକଟିଦେଉଳ, ଓଡ଼ାପଡ଼ା, ପାତ୍ରପୁର ଓ ଚିକିଟି।

  • Saturday, 17 July 2021
assembly
ଅପରାହ୍ନ ୩ଟା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ

ଭୁବନେଶ୍ୱର : ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅପରାହ୍ନ ୩ଟା ଯାଏ ମୁଲତବୀ ପରେ ପୁଣି ସ୍ୱାଭାବିକ ହୋଇଛି। ବିଧି ଅନୁସାରେ ଗୃହ ଚାଲୁନଥିବା ଅଭିଯୋଗ କରି କଂଗ୍ରେସ ହଟ୍ଟଗୋଳ କରିଥିବା ବେଳେ  ଚାଷୀ ସମସ୍ୟା ନେଇ ବିଜେପି ସଦସ୍ୟଙ୍କ ହଙ୍ଗାମା ପରେ ଗୃହକୁ ବାଚସ୍ପତି ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଏପରିକି ବାଚସ୍ପତିଙ୍କ ଉପରକୁ କାଗଜ ପିଙ୍ଗିଥିଲେ କଂଗ୍ରେସର ବିଧାୟକ ତାରା ପ୍ରସାଦ ବାହିନୀପତି। ଶେଷରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ସର୍ବଦଳୀୟ […]

  • Saturday, 17 July 2021
farmer
ଶସ୍ୟ ବୀମା ପ୍ରଦାନ ବିଳମ୍ବ ନେଇ ପ୍ରତିବାଦ

ପଦ୍ମପୁର ( ସୋମେଶ ମହାନ୍ତି) : ଶସ୍ୟ ବୀମା ପ୍ରଦାନ ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ। ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ହଜାର ହଜାର ସଂଖ୍ୟାରେ ଚାଷୀ। ରାଜବୋଡାସମ୍ବର କୃଷକ ସଂଘଠନର ଡାକରାରେ ପଦ୍ମପୁର, ପାଇକଲମା, ଝାରବନ୍ଧ ଓ ଗାଇସିଲଟ ବ୍ଲକ୍‌ର ଚାଷୀ ଆସି ଉପଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଛନ୍ତି।  କୃଷକଙ୍କୁ ଶସ୍ୟ ବୀମା ପ୍ରଦାନ, ବୀମା ପ୍ରଦାନରେ ବିଳମ୍ବ, ହକ୍‌ ପ୍ରାପ୍ୟରୁ ୫୦ ପ୍ରତିଶତ ଅର୍ଥ କାଟିବା, କ୍ରପ୍‌ କଟିଂ ରିପୋର୍ଟ […]

  • Saturday, 17 July 2021
d prash
ପଦ୍ମଶ୍ରୀ ପ୍ରକାଶ ରାଓ ଅସୁସ୍ଥ, ଏସ୍‌ସିବିର ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର : ରାଜ୍ୟର ଜଣାଶୁଣା ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିସିନ୍‌ ବିଭାଗର ଆଇସିୟୁରେ ରଖାଯାଇଛି। ଅନୁଗୋଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ରାଓ ଯାଉଥିଲେ। ଏହି ସମୟରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ […]

  • Saturday, 17 July 2021
monkey bite
ମାଙ୍କଡ଼ କାମୁଡ଼ାରେ ୧୫ରୁ ଅଧିକ ଲୋକ ଆହତ

ଜଳେଶ୍ୱର (ଅଜିତ ଦାସ): ମାଙ୍କଡ଼ କାମୁଡ଼ାରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କୁଳିଦା ପଞ୍ଚାୟତ ତେନ୍ତୁଳିଆ ଗାଁର ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଗତ ଦୁଇ ମାସ ଭିତରେ ୩୦ରୁ ଅଧିକ ମାଙ୍କଡ ଏହି ପଞ୍ଚାୟତରେ ଉତ୍ପାତ କରୁଛନ୍ତି। ତେବେ ତେନ୍ତୁଳିଆ ଗାଁ ଲୋକେ ମାଙ୍କଡ଼ଙ୍କ ଆକ୍ରମଣରେ ଆହତ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯେ ପିଲାମାନେ ଘରୁ […]

  • Saturday, 17 July 2021
sonal
ସୋନାଲ ମାନସିଂ ପାଇବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଫେଲୋ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟଗୁରୁ ସୋନାଲ ମାନସିଂ ପାଇବେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଫେଲୋ ପୁରସ୍କାର। ସେହିପରି ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ରଙ୍କୁ ମିଳିବ ଉସ୍ତାଦ ବିଶମିଲ୍ଲା ଖାଁ ଯୁବ ପୁରସ୍କାର। ଛଉ ନୃତ୍ୟ ପାଇଁ ତପନ କୁମାର ପଟ୍ଟନାୟକୁ ବିଶିଷ୍ଟ ସମ୍ମାନ ପାଇଁ ମନୋନୀତ କରାଯାଇଥିବାବେଳେ ଓଡ଼ିଶୀ ନୃତ୍ୟ ଲାଗି ସୁରୁପା ସେନ୍‌ଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏକାଡେମୀ ଫେଲା ପୁରସ୍କାର ବାବଦରେ ୩ଲକ୍ଷ ଟଙ୍କାର ଅର୍ଥରାଶି ଓ ଏକାଡେମୀ ପୁରସ୍କାର ପାଇଁ […]

  • Saturday, 17 July 2021
car lootera
ଚୋରା ଧନରେ ମୌଜ ; ଦାମି କାର ବିକ୍ରି କରିବାକୁ ଯାଇ ଧରାପଡିଲେ ପୁରା ଗ୍ୟାଙ୍ଗ

ଭୁବନେଶ୍ୱର : ଚୋରି ହୋଇଥିବା ଦାମୀ କାର୍‌ ବିକ୍ରି କରୁଥିବା ଲୁଟେରା ଗ୍ୟାଙ୍ଗର ସଦସ୍ୟ ଶେଷରେ ଧରାପଡ଼ିଛନ୍ତି। ଛଦ୍ମଵେଶରେ ଗ୍ରାହକ ସାଜି କମିଶନରେଟ ପୁଲିସର ଏକ ଦଳ ଏହି ଗ୍ୟାଙ୍ଗକୁ ଧରିଛନ୍ତି। ଆଜି ଏଭଳି ଘଟଣାର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ। ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିବା ସହିତ ଦାମୀ କାର୍‌ ଜବତ କରିଛି। ପୂରା ଘଟଣା ଏମିତି। ଗିରଫ ଅଭିଯୁକ୍ତମାନେ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି, ଏୟାରପୋର୍ଟ ଓ ଏୟାରପୋର୍ଟ ଥାନା ଅଧୀନ […]

  • Saturday, 17 July 2021
anubhaba
ବଢୁଛି ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ

କଟକ : ବଢୁଛି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ଅଡୁଆ। ମହିଳା ସାମ୍ବାଦିକାଙ୍କୁ ସାଂସଦ ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସ ମିଶି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ମାମଲାରେ ଆସନ୍ତା ୭ରୁ ୧୦ ଦିନ ଭିତରେ ଫାଇନାଲ୍ ରିପୋର୍ଟ ଦାଖଲ କରିବ କଟକ ପୁଲିସ। ଏ ନେଇ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ ଡିସିପି। ଆହୁରି ମଧ୍ୟ କହିଛନ୍ତି, ଘଟଣାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। […]

  • Saturday, 17 July 2021
puri triple m,urder
ପଟ୍ଟନାୟିକିଆ ଟ୍ରିପଲ ମର୍ଡର ; ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

ପୁରୀ : ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣାରେ ବିଧାନସଭାରେ ବିବୃତ୍ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ପୁଲିସ ଏ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନବୀନ କହିଛନ୍ତି। ଏ ମାମଲାରେ ଏଯାଏଁ ୬ ଜଣ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଧରିବା ଲାଗି ତନାଘନା ଚାଲିଛି। ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପର୍ଯ୍ୟାପ୍ତ ସୁରକ୍ଷା କର୍ମୀଙ୍କୁ ମୁତୟନ ସହ ମୃତକଙ୍କ ପରିବାରକୁ ମଧ୍ୟ ସୁରକ୍ଷା […]

  • Saturday, 17 July 2021
binika9
ଥାନାରେ ପୁଲିସ ଅଧିକାରୀଙ୍କୁ ମାଡ଼ ଅଭିଯୋଗ; ଅଭିଯୁକ୍ତକୁ ଅଟକ ରଖି ପୁଲିସର ତନାଘନା

ବିନିକା ( ଦିଲ୍ଲୀପ ସାହୁ) : ସୁବର୍ଣ୍ଣପୁର ବିନିକା ଥାନାରେ ପୁଲିସକୁ ସ୍ଥାନୀୟ ବ୍ୟକ୍ତିଙ୍କ ମାଡ଼ ଅଭିଯୋଗ। ବିନିକା ଥାନା ଏସ୍ଆଇ ଅଭିମନ୍ୟୁ ସେଠୀଙ୍କୁ ସ୍ଥାନୀୟ ଦେଣ୍ଡୁପଦର ଗାଁର ପାଣୁ କର୍ଣ୍ଣ ନାମକ ବ୍ୟକ୍ତି ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଭିଯୁକ୍ତ ପାଣୁ କର୍ଣ୍ଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୁଲିସ। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏକ ମାମଲାକୁ ନେଇ ଦେଣ୍ଡୁପଦର ଗାଁର ପାଣୁ କର୍ଣ୍ଣଙ୍କ ସମେତ ଅନ୍ୟ ଦୁଇ ବ୍ୟକ୍ତିଙ୍କ […]

  • Saturday, 17 July 2021
bjp
ଜମୁଛି ପାଟକୁରା ନିର୍ବାଚନ ପ୍ରଚାର

ପାଟକୁରା  : ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ଜମୁଛି ପାଟକୁରା ପ୍ରଚାର। ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବହୁ ହେଭିୱେଟ୍ ନେତା। ପାଟକୁରାରେ ରୋଡ୍ ଶୋ’ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ରୋଡ୍ ଶୋ’ରେ ଦଳର ବରିଷ୍ଠ ନେତା କେଭି ସିଂଦେଓ, ସମୀର ଦେ ଓ ନିବେଦିତା ପ୍ରଧାନ ପ୍ରମୁଖ ସାମିଲ ହୋଇ ବିଜୟ ମହାପାତ୍ରଙ୍କ ପାଇଁ ଭୋଟ୍ ମାଗିଛନ୍ତି। […]

  • Saturday, 17 July 2021
crocodile attack in ali
ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର

 ଆଳି ( ବନମାଳୀ ସାହୁ) : ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ସାହୁପଡ଼ା ଗାଁରେ ଏହି ଅଘଟଣ ଘଟିଛି । ମିଳିଥିବା ସୂଚନା ମୁତାବକ, ଗାଁର ସୁବାସ ବରାଳ ଆଜି ଦିନ ୧୧ଟାରେ ଗାଧୋଇବାକୁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ।  ଏହି ସମୟରେ ହଠାତ୍  ଏକ କୁମ୍ଭୀର ତାଙ୍କୁ ଟାଣିନେଇଥିଲା। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କୁ ଖୋଜାଖୋଜି ଚାଲିଛି।

  • Saturday, 17 July 2021
narasingha-bishnu
ଗୃହ ମୁଲତବି ପରେ କଂଗ୍ରେସ-ବିଜେପି ମୁହାଁମୁହିଁ

ଭୁବନେଶ୍ୱର : ଗୃହ ମୁଲତବି ପରେ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛନ୍ତି।  ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, କଂଗ୍ରେସ ହୋହାଲ୍ଲା କରି ଜାଣିଶୁଣି କହିବାକୁ ସୁଯୋଗ ଦେଉନି। କହିବା ପାଇଁ ପାଳି ଆସିଲା ବେଳେ ଅଟକାଯାଉଛି।  ଏଥିପାଇଁ ଫିକ୍ସିଂ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଆମେ ଅଚଳାବସ୍ଥା କଲେ କେହି ସମ୍ଭାଳି ପାରିବେନି ବୋଲି ବିଷ୍ଣୁ କହିଛନ୍ତି।  ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଜବାବ ଦେଇ କହିଛନ୍ତି, ପଶ୍ଚିମ ଓଡ଼ିଶାରେ […]

  • Saturday, 17 July 2021
block
ବ୍ଲକ ଅଧ୍ୟକ୍ଷାଙ୍କୁ ତାଲା ପକାଇଲେ ବିରୋଧୀ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଏକ ନିର୍ଦ୍ଦିଷ୍ଟ ଫାଇଲ୍‌ ପାଇଁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ୱପ୍ନ ସରିତା ବଳଙ୍କୁ ବିରୋଧୀ ଗୋଷ୍ଠୀ ତାଲା ପକାଇଛନ୍ତି। ଫଳରେ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମତୀ ବଳ ଓ ବିଡିଓ ଅଫିସ୍‌ ଭିତରୁ ବାହାରି ପାରିନଥିଲେ। ଏନେଇ ଶ୍ରୀମତୀ ବଳ ଆଜି ରାତିରେ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୂରା ଘଟଣା ଏମିତି। ଆଜି ଅପରାହ୍ନରେ ଶ୍ରୀମତୀ ବଳ ଅଫିସରେ କାମ କରୁଥିଲେ। […]

  • Saturday, 17 July 2021
puri 9
ରଥଯାତ୍ରା ଡ୍ୟୁଟି ସାରି ବିଶ୍ରାମ ନେଉଥିବା ବେଳେ ଚାଲିଗଲା ହାବିଲଦାରଙ୍କ ଜୀବନ

ପୁରୀ : ଶ୍ରୀକ୍ଷେତ୍ରର ରଥ ଯାତ୍ରାରେ ଅଭାବନୀୟ ଘଟଣା। ରଥଯାତ୍ରା ଡ୍ୟୁଟିରେ ଯାଇଥିବା ଜଣେ ହାବିଲଦାରଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ହେଲେ IRBର ହାବିଲଦାର ପତିତପାବନ ଦାସ। ଡ୍ୟୁଟି ସାରି ସେ ବିଶ୍ରାମ ନେଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

  • Saturday, 17 July 2021
ମପଗୂ
ଚିଟଫଣ୍ଡ କେଳେଙ୍କାରୀ: ୧୦ହଜାର ଟଙ୍କାରୁ ଅଧିକ ଜମାକାରୀଙ୍କୁ ମିଳିବନି କ୍ଷତିପୂରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର କଷ୍ଟଲବ୍ଧ ସଞ୍ଚିତ ଅର୍ଥକୁ ଚିଟଫଣ୍ଡରେ ଜମା କରିଥିବା ଗରିବ ଜମାକାରୀଙ୍କୁ କୌଣସି କ୍ଷତିପୂରଣ ମିଳିବନି। କେବଳ ୧୦ହଜାର ଟଙ୍କାରୁ କମ୍ ଜମା କରିଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରି ଏହି ଅର୍ଥ ଫେରସ୍ତ କରାଯିବ। ରାଜ୍ୟ ସରକାର ଗଠନ କରିଥିବା ୩୦୦କୋଟି ଟଙ୍କାର କର୍ପସ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜ୍ୟ ସରକାର ଆଜି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଚିଟଫଣ୍ଡ […]

  • Saturday, 17 July 2021
tiger
ଏନ୍‌କ୍ଲୋଜରରେ ରହିବା ପରେ ଶିକାର ଭୁଲିଯାଇଛି 'ସୁନ୍ଦରୀ'

ଭୁବନେଶ୍ୱର : ଏବେ ଜଙ୍ଗଲକୁ ଯିବ ନାହିଁ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’। ଏନ୍‌କ୍ଲୋଜରରେ ରହିବା ପରେ ସେ ଶିକାର କରିବା ଭୁଲି ଯାଇଛି। ତାର ଶିକାର କରିବା ପ୍ରବୃତ୍ତି କିପରି ଫେରାଇ ଅଣାଯିବ, ସେନେଇ ଆଜି ଭୁବନେଶ୍ୱର ପ୍ରକୃତି ଭବନରେ ବସିଥିବା ଏକ ବୈଠକରେ ଆଲୋଚନା ହୋଇଛି। ସାତକୋଶିଆ ଏନ୍‌କ୍ଲୋଜରରୁ ‘ସୁନ୍ଦରୀ’କୁ ମହାନଦୀ ଓ୍ୱାଇଲ୍‌ଡ ଲାଇଫ୍‌ ଡିଭିଜନକୁ ସ୍ଥାନାନ୍ତର କରିବା ନେଇ ବିଚାର କରାଯାଉଛି। ବର୍ତ୍ତମାନର ଅଢ଼େଇ ହେକ୍ଟର ପରିବର୍ତ୍ତେ ନୂଆ ଏନ୍‌କ୍ଲୋଜରକୁ ୨୫ […]

  • Saturday, 17 July 2021
railway
ରାଜ୍ୟରେ ରେଳପ୍ରକଳ୍ପର ଅଜବ ସ୍ଥିତି : ଟଙ୍କା ମିଳିଛି, ହେଲେ ଆଗେଇ ପାରୁନି କାମ

ଅନୁଗୁଳ/ଝାରସୁଗୁଡା/ ଭୁବନେଶ୍ୱର : କେଉଁଠି ଜମି ଅଧିଗ୍ରହଣରେ ବାଧା ତ’ ଆଉ କେଉଁଠି ମିଳୁନି ଜଙ୍ଗଲ ଓ ପରିବେଶ ଅନୁମତି । ସେହିପରି ରେଲୱେ କିପରି ସହଜରେ ଓ କମ୍ ଦାମରେ ବିଜୁଳି ପାଇବ ସେନେଇ ବି ବ୍ୟବସ୍ଥା କରୁନାହାନ୍ତି ରାଜ୍ୟ ସରକାର। ଫଳରେ ଧୀର ମନ୍ଥର ଗତିରେ ଚାଲିଛି ଖୋର୍ଦ୍ଧା-ବଲାଙ୍ଗିର ସମେତ ରାଜ୍ୟର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ । ଏହାକୁ ନେଇ କେନ୍ଦ୍ର, ରାଜ୍ୟ ଉପରେ ଦୋଷ ଲଦିଛି ଅନ୍ୟପକ୍ଷରେ ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା […]

  • Saturday, 17 July 2021
titilagarh
ଗୁଣି ଗାରେଡ଼ି ସନ୍ଦେହରେ ଗାଁରୁ ବାସନ୍ଦ : ୧୫ ଦିନ ହେଲା ଗଛ ମୂଳେ ଆଶ୍ରୟ ନେଇଛନ୍ତି ପରିବାର ଲୋକ

ହଜି ଯାଉଛି ମାନବିକତା। ଅନ୍ଧବିଶ୍ୱାସର ଅନ୍ଧଗଳିରେ ବାଟବଣା ହୋଇଯାଉଛି ମଣିଷ । ଗାଁ ଗଣ୍ଡାରେ ବର୍ତ୍ତମାନ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷତ୍ୱ ଭୁଲିଯାଉଛନ୍ତି

murder issue assembly
ରାଜ୍ୟରେ ବର୍ଦ୍ଧିତ ଅପରାଧ ହାରକୁ ନେଇ ବିଧାନସଭା ହୁଲସ୍ତୁଲ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ହାରରେ ବଢ଼ିଚାଲିଛି ଅପରାଧ । ହତ୍ୟା, ଦୁଷ୍କର୍ମ, ଚୋରି, ଡକାୟତି, ଗୁଳିକାଣ୍ଡ  ଭଳି ସଂଗୀନ ଅପରାଧ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ିଦେଲାଣି । ଯାହାକୁ ନେଇ ଆଜି ଦିନତମାମ ହୁଲସ୍ତୁଲ ହୋଇଥିଲା ବିଧାନସଭା ଅଧିବେଶନ । ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ ଏନେଇ ଘେରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ତା’ସହ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ଫଳରେ ଗୃହକୁ ବାରମ୍ବାର ବାଚସ୍ପତିଙ୍କୁ  ମୁଲତବୀ […]

  • Saturday, 17 July 2021
mao
ମାଓବାଦୀ ଭାବି ଏନ୍‌କାଉଣ୍ଟର କରିଥିଲେ, କ୍ଷତିପୂରଣ ସହ ଚାକିରି ଦେଲେ

ଉମରକୋଟ  : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତବର୍ତ୍ତୀ କୁନ୍ଦେଇ ପଞ୍ଚାୟତର ଦୁଇ ଜଣ ନିରୀହ ଲୋକଙ୍କୁ ମାଓବାଦୀ ସନ୍ଦେହ କରି ଛତିଶଗଡ଼ ପୁଲିସ ଏନ୍‌କାଉଣ୍ଟର କରିଥିଲା। କିନ୍ତୁ ପ୍ରକୃତ ସତ୍ୟ ଜଣାପଡ଼ିବା ପରେ ଛତିଶଗଡ଼ ସରକାର ମୃତକଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାଛଡ଼ା ପରିବାର ପିଛା ଜଣକୁ ଚାକିରି ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତବର୍ଷ ଏପ୍ରିଲ ୪ ତାରିଖରେ ରାଇଘର ବ୍ଲକ କୁନ୍ଦେଇ ପଞ୍ଚାୟତ ଅନ୍ତର୍ଗତ ସେମରଡିହି […]

  • Saturday, 17 July 2021
ganza
ଗଞ୍ଜେଇ ଚାଲାଣ ହେଉଥିବା ଆମ୍ବୁଲାନ୍ସ ଜବତ , ୪ ଗିରଫ

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଆମ୍ୱୁଲାନ୍ସରେ ଗଞ୍ଜେଇ ଚାଲାଣ ହେଉଥିଲା। ଏପରି ଘଟଣା କୋରାପୁଟ୍‌ ଜିଲ୍ଲାରେ ଘଟିଛି। ଜୟପୁର ପୁଲିସ ଆମ୍ୱୁଲାନ୍ସକୁ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ଆଜି ଗୋଟିଏ ଦିନରେ ପୁଲିସ ୬୬୦ କିଲୋ ଗଞ୍ଜେଇ ଜବତ କରିବା ସହ ୧୦ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି। ଗତକାଲି ବିଳମ୍ୱିତ ରାତିରେ ବୈପାରୀଗୁଡାରୁ ବୋରିଗୁମ୍ମା ଅଭୁମୁଖେ ଏକ ଆମ୍ୱୁଲାନ୍ସ ସାଇରନ୍‌ ବଜାଇ ଆସୁଥିଲା। କିନ୍ତୁ ଉକ୍ତ ଆମ୍ୱୁଲାନ୍ସରେ ନମ୍ବର ପ୍ଲେଟ୍‌ ନଥିଲା। […]

  • Saturday, 17 July 2021
bike
ବାଇକ୍‌କୁ ପିଟିଲା ଟ୍ରକ୍ ; ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ

କଳାହାଣ୍ଡି (ରାଜକୁମାର ସିଂହଦେଓ): ବାଇକକୁ ପିଟିଦେଲା ଟ୍ରକ୍। ରାସ୍ତାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲାର କର୍ଲାପଡ଼ା ଫାଣ୍ଡି ଅନ୍ତର୍ଗତ ତୁର୍କେଲ ବ୍ରିଜ ନିକଟରେ ଘଟିଛି। ବଲାଙ୍ଗିର ଜିଲ୍ଲା ତୁରେକେଲାର ମଦନ ବେହେରା ଓ ଭାଲୁମୁଣ୍ଡାର ଅନିରୁଦ୍ଧ ମେହେର ବାଇକରେ ଯାଉଥିବା ସମୟରେ ତୁର୍କେଲ ବ୍ରିଜ ନିକଟରେ ଏକ ଟ୍ରକ୍ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକ ମଦନ ବେହେରାଙ୍କ ମୃତ୍ୟୁ […]

  • Saturday, 17 July 2021