ବରଗଡ଼ ( ଦୀପକ ଶର୍ମା) : ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଗତ ରାତିରେ ପୋଡ଼ାମୁଡ଼ା ଗାଁର ଚାଷୀ ବୈଷ୍ଣବ ଭୋଇ ବିଷ ପିଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ମେଡିକାଲରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ମରୁଡ଼ି ଆଶଙ୍କା ଏବଂ ଋଣ ଟଙ୍କା ଶୁଝିବା ଚିନ୍ତାରେ ଥିଲେ ବୈଷ୍ଣବ। ଫସଲ ହାନି ଆଶଙ୍କାରେ ସେ ବିଷ ପିଇଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି। ବରଗଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ […]
ବାଲେଶ୍ୱର ( ରଶ୍ମିରଂଜନ ଦାସ) : ବାଲେଶ୍ୱର କଷାଫଳ ମୁହାଣ ନିକଟରେ ଅଘଟଣ। ବୁଡିଗଲା ମାଛ ଧରା ଡଙ୍ଗା । ଏହି ଘଟଣାରେ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବାବେଳେ ଅନ୍ୟ ୩ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଥିବା ମତ୍ସଜୀବୀ ଜଣକ କଷାଫଳ ମୁହାଣ ଅଞ୍ଚଳର ପଞ୍ଚାନନ ଦଳେଇ ବୋଲି ଜଣାପଡିଛି। ତାଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି। ଉଲ୍ଲେଖନୀୟ ଯେ, ସ୍ଥାନୀୟ ଅଞ୍ଚଳରୁ ୪ଜଣ ମତ୍ସ୍ୟଜୀବୀ ଏକ ଭୁଟୁଭୁଟି ଡଙ୍ଗାରେ ମାଛ ଧରିବାକୁ ସମୁଦ୍ର ଭିତରକୁ […]
ଧର୍ମଗଡ଼( ଇଗ୍ନିତ୍ ପଣ୍ଡା) : ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ଓ ରାଜ୍ୟ ଯୋଗାଣ ନିଗମ ଦ୍ୱାରା ପ୍ରଣୀତ ନିୟମାବଳୀ ଅନୁଯାୟୀ ଧାନକ୍ରୟ କେନ୍ଦ୍ରରେ କାର୍ଯ୍ୟ ପରିଚାଳନା ହେଉଛି। ଧାନ ମଣ୍ଡିରେ ଚାଷୀମାନେ ମିଲରଙ୍କ ଟ୍ରକ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। ଗତକାଲି ଗୃହରେ ପ୍ରଶ୍ନୋତ୍ତରକାଳରେ ଏଭଳି ଉତ୍ତର ରଖିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ମଣ୍ଡି ସମସ୍ୟା ନେଇ ଶାସକ ଓ ବିରୋଧୀଙ୍କ ପ୍ରଶ୍ନର […]
ଭୁବନେଶ୍ୱର : ରାଜ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ ବାୟୁ। ଆନ୍ଧ୍ର-ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୨ରୁ ୩ଦିନ ବର୍ଷା ହେବ। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ଅନୁମାନ ସତ ହେଲେ ଏହା ଚାଷ ପାଇଁ ବେଶ୍ ଲାଭଦାୟକ ହେବ। […]
ନୟାଗଡ଼ : ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼। ନୟାଗଡ଼ ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ପଠାଣି ନନ୍ଦଙ୍କ ଘରେ କେହି ନଥିବା ସୁଯୋଗ ନେଇ ୪ଜଣ ଯୁବକ ଘରେ ପଶି ଲୁଟ୍ ଉଦ୍ୟମ କରୁଥିଲେ। ଏତିକି ବେଳେ ଗାଁ ଲୋକେ ଅଭିଯୁକ୍ତମାନଙ୍କୁ ଘେରିଯାଇଥିଲେ। ୩ ଜଣ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଗ୍ରାମବାସୀ ଜଣେ ଯୁବକଙ୍କୁ କାବୁ କରିନେଇଥିଲେ। ଅଭିଯୁକ୍ତ ଯୁବକକୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ […]
ରାଉରକେଲା( ସତ୍ୟାନନ୍ଦ ମହାନ୍ତି) : ସୁନ୍ଦରଗଡ଼ ଲାଠିକଟାରେ ଏନକାଉଣ୍ଟର। ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝି ଗୁରୁତର ଆହତ ହୋଇଛି। ସୁନୀଲ ଠାରୁ ଗୋଟିଏ ପିସ୍ତଲ ଜବତ ହୋଇଛି। ତାର ଗୋଡରେ ଗୁଳି ବାଜିଛି। ଚିକିତ୍ସା ପାଇଁ ସୁନୀଲକୁ ପ୍ରଥମେ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୁନୀଲ ନାଁରେ ବିଭିନ୍ନ ଥାନାରେ ୨ଟି ହତ୍ୟା ଓ ୧୫ଟି ଡକାୟତି ମାମଲା ରହିଛି। ଗତକାଲି ରାତିରେ […]
ଜୟପୁର( ଗୌରୀ ଶଙ୍କର ) : ଖତ ଖାଉଛି ସରଞ୍ଜାମ। ବ୍ୟବହାର ହୋଇପାରୁନି ମୋବାଇଲ ଟଏଲେଟ୍। ଫଳରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ନଷ୍ଟ ହେବାକୁ ବସିଛି । ଜୟପୁର ସହରର ବସ୍ତି ଅଞ୍ଚଳରେ ସୁସ୍ଥ ପରିବେଶ ସୃଷ୍ଟି ପାଇଁ କରାଗଲା ମୋବାଇଲ ଟଏଲେଟ ବ୍ୟବସ୍ଥା। ହେଲେ ଦୁଇ ତିନି ମାସ କାର୍ଯ୍ୟକ୍ଷମ ହେବା ପରେ ଏବେ ବ୍ୟବହାର ଅନୁପଯୋଗୀ। ମୋଟ ୫ଟି ମୋବାଇଲ ଟଏଲେଟ ଏବେ ଦଶହରା ପଡିଆ, ଟାଉନହଲ, ପୁରୁଣାଗଡ, ଆଦର୍ଶନଗର, ଜୟନଗରରେ ପଡି ରହିଛି। […]
ଭୁବନେଶ୍ୱର : ବରିଷ୍ଠ ଓଏଏସ୍ ଅଧିକାରୀ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଅବଦୁଲ ଅଲିମ୍ ଖାନଙ୍କୁ ଚାକିରିରୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସନ୍ଧ୍ୟାରେ ଜାରି ସୂଚନା ଅନୁସାରେ ଅତିରିକ୍ତ ସଚିବ ଅଲିମ୍ ଖାନଙ୍କୁ ପ୍ରଶାସନିକ କାରଣରୁ ସରକାରୀ ଚାକିରିରୁ ନିଲମ୍ବନ କରାଯାଇଛି। ତେବେ କେଉଁ କାରଣ ପାଇଁ ତାଙ୍କ ବିରୋଧରେ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ […]
ଖୋର୍ଦ୍ଧା (ବଳରାମ ଲେଙ୍କା): ଆଜି ସନ୍ଧ୍ୟା ବେଳେ ଜାତୀୟ ରାଜପଥର ଖଣ୍ଡଗିରି-ଖୋର୍ଦ୍ଧା ମଧ୍ୟବର୍ତ୍ତୀ ଗୋହିରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିବା ଅନ୍ୟ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ଜଟଣୀ ମଧୁସୂଦନ ନଗର ବିନୋଦିନି ନାୟକ କାନ୍ତିଆ ହାଇସ୍କୁଲର ଶିକ୍ଷୟିତ୍ରୀ ଅଛନ୍ତି। ଆଜି ସନ୍ଧ୍ୟା ବେଳେ ଶ୍ରୀମତି ନାୟକ ଓ MDRC HIGH SCHOOLର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋକୁଳ ମହନ୍ତ ଏକ ସ୍କୁଟିରେ ପଞ୍ଚୁପଲି ହାଇସ୍କୁଲକୁ ଯାଉଥିଲେ। […]
ଜଳେଶ୍ୱର (ଅଜିତ ଦାସ): ବାସି ଭୋଗ ଖାଇ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଞ୍ଚଳରେ ଘଟିଛି। ଅସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଗାଁରେ ଏବେ ଏକ ମେଡିକାଲ୍ ଟିମ୍ ମୁତୟନ କରାଯାଇଛି। ଗତ ସୋମବାର ରାତିରେ ବାଲିଆପାଳ ବ୍ଲକ ତାପୁଣ୍ଡିଆ ଗାଁର ନରେନ୍ଦ୍ର ଗିରିଙ୍କ ଘରେ ଶିବ ପୂଜା ହୋଇଥିଲା। ତା’ପର ଦିନ ଅର୍ଥାତ ମଙ୍ଗଳବାର ସକାଳେ ଗାଁ ଲୋକଙ୍କୁ ଉକ୍ତ ଭୋଗ ଦିଆଯାଇଥିଲା। ଭୋଗ ଖାଇବା […]
ଅନୁଗୋଳ : ଏମସିଏଲର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଉଦ୍ଧାର ହୋଇଛି ମାତ୍ର ଜଣେ ଶ୍ରମିକଙ୍କ ମୃତଦେହ। ଏବେ ବି ଆହୁରି ୩ଜଣ ଫସି ରହିଛନ୍ତି । ସେମାନଙ୍କ ବଞ୍ଚିବାର ଆଶା କ୍ଷୀଣ ବୋଲି ଜିଲ୍ଲାପାଳ କହିଛନ୍ତି । ତେଣେ ଜୀବିତ ଅବସ୍ଥାରେ ଉଦ୍ଧାର ୯ ଶ୍ରମିକଙ୍କର ଚିକିତ୍ସା ଚାଲିଛି । ମୃତାହତଙ୍କୁ କ୍ଷତିପୂରଣ ସହ ଖଣିରେ ଶ୍ରମିକ ସୁରକ୍ଷାକୁ ଅଗ୍ରାଧିକାର ନେଇ ଆନ୍ଦୋଳନ ହୋଇଥିବାବେଳେ ଖଣି କର୍ତ୍ତୃପକ୍ଷ ସବୁ ପ୍ରକାର ସହାୟତା ପ୍ରଦାନ […]
ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ସତ୍ତ୍ୱେ ଭୋଟ୍ ବ୍ୟବଧାନରେ ଆଖିଦୃଶିଆ ବୃଦ୍ଧି ନହେବା ଦଳର ନିର୍ବାଚନ ପରିଚାଳନା କରୁଥିବା ହେଭିୱେଟ୍ ନେତାମାନଙ୍କର ଦମ୍ଭକୁ ଚୂରମାର କରିଦେଇଛି। ପାଟକୁରା ନିର୍ବାଚନମଣ୍ଡଳୀର ସମସ୍ତ ୫୧ଟି ପଞ୍ଚାୟତର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦୁଇ ମାସ ଧରି ପୂର୍ବ ପ୍ରସ୍ତୁତି, ସ୍ଥାନୀୟ ପ୍ରଶାସନକୁ ନିଜ ଢଙ୍ଗରେ ଉପଯୋଗ, ୧୫ଦିନ ଧରି ପୁଳାପୁଳା ମନ୍ତ୍ରୀ, ବିଧାୟକ ଓ ପ୍ରାୟ ୫୦୦ ଜଣ ରାଜ୍ୟସ୍ତରୀୟ ନେତା […]
କଟକ : କଟକରେ ମାତିଛନ୍ତି କି ସାଇକୋ କିଲର? ଏହା କହିବାର ତାତ୍ପର୍ଯ୍ୟ ହେଉଛି, ଗତ ୨୪ ଘଣ୍ଟା ମଧ୍ୟରେ ୫୨ ବଜାର ୫୩ ଗଳି କଟକ ସହରରେ ତିନି ତିନି ଜଣଙ୍କୁ ହତ୍ୟା କରାଯାଇଛି। ଏହି ସବୁ ହତ୍ୟାକାଣ୍ଡ ସମାନ ଢ଼ଙ୍ଗରେ କରାଯାଇଛି। ମୃତକ ତିନି ଜଣ ଦିନ ମଜୁରିଆ ବୋଲି ଜଣାପଡ଼ିଛି। କମିଶନରେଟ୍ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି। କଟକର OMP ପାର୍କ […]
ଭୁବନେଶ୍ୱର : ପାଟକୁରାରେ ବିଜେଡିର ବିଜୟ ପରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି କର୍ମୀ ଓ ନେତା। ଏକ ଶୋଭାଯାତ୍ରାରେ ନବୀନ ନିବାସ ଯାଇ ବିଜେଡି କର୍ମୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଲେ। ଏହି ଅବସରରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇଥିବାରୁ ନବୀନ ପାଟକୁରାବାସୀଙ୍କୁ ଧନ୍ୟବାଦ ଦେବା ସହ ପାଟକୁରାର ଉନ୍ନତି ପାଇଁ କଠିନ ପରିଶ୍ରମ କରିବୁ ବୋଲି କହିଥିଲେ।
ଝାରସୁଗୁଡ଼ା : ଝାରସୁଗୁଡ଼ା ବିମାନ ବନ୍ଦରରେ ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଙ୍ଗ ସିଷ୍ଟମ ବ୍ୟବହାର ହେବ। ନିତି ଦିନିଆ ବିମାନ ସେବା ପ୍ରଦାନ ପାଇଁ ଏୟାରପୋର୍ଟ ଅଥରିଟି ଏହି ନିଷ୍ପତ୍ତି ନେଇଛି। ନୂଆ ନାଭିଗେସନ ସିଷ୍ଟମ ଦ୍ୱାରା ପ୍ରତିକୂଳ ପାଗ ସତ୍ତ୍ୱେ ବିମାନର ଅବତରଣ ଏବଂ ଉଡ଼ାଣ ସମ୍ଭବ ହୋଇପାରିବ। ଆସନ୍ତା ୬ ମାସ ମଧ୍ୟରେ ଏହି ସିଷ୍ଟମ କାର୍ଯ୍ୟକାରୀ ହେବ। ଭୁବନେଶ୍ୱର ପରେ ଝାରସୁଗୁଡ଼ା ରାଜ୍ୟର ଦ୍ୱିତୀୟ ବ୍ୟବସାୟିକ ବିମାନ ବନ୍ଦର ଭାବେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
କୋରାପୁଟ( ସୂର୍ଯ୍ୟନାରାୟଣ ପଣ୍ଡା) : ଜୀବନର ଲାଇଫ୍ ଲାଇନ ପାଲଟିଛି ଡଙ୍ଗା। ପ୍ରତିଦିନ ଲୋକେ ଏହି ଡଙ୍ଗା ଉପରେ ନିର୍ଭର କରନ୍ତି। ପଞ୍ଚାୟତ ଅଫିସ ହେଉ କି ସ୍କୁଲ,କଲେଜ ଲୋକେ ପ୍ରତିଦିନ ଯିବାଆସିବା କରନ୍ତି ଏହି ଡଙ୍ଗା ସାହାଯ୍ୟରେ। କୋରାପୁଟ ଦଶମନ୍ତପୁର ବ୍ଲକର ଦୁଆରଶୁଣି ପଂଚାୟତ ଲୋକଙ୍କ ଏକ ମାତ୍ର ଭରସା ଏହି ଡଙ୍ଗା। ପଂଚାୟତ କାର୍ଯ୍ୟାଳୟ କାମ ଥିଲେ କି ବଜାରରେ ସଉଦା କିଣିବା ହେଉ ନଦୀର ଆରପଟେ ବୋରିଗୁମ୍ମା ବ୍ଲକ ଆଡକୁ ଯିବା ପାଇଁ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ବୀରମିତ୍ରପୁର ଥାନା ଅଞ୍ଚଳର ହରପାଲି ବସ୍ତି ନିକଟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ୭ ଅଭିଯୁକ୍ତ ଗିରଫ। ବୀରମିତ୍ରପୁର ଥାନା ପୁଲିସ ନିକଟସ୍ଥ ହରପାଲି ଜଙ୍ଗଲରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ତେବେ ଅନ୍ୟ ୩ ଫେରାର ଅଛନ୍ତି। ହରପାଲି ବସ୍ତି ନିକଟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଗତ ୮ ତାରିଖରେ ଗଣଦୁଷ୍କର୍ମ ନେଇ ଥାନାରେ ଦିଆଯାଇଥିଲା ଏତଲା। ଗଣଦୁଷ୍କର୍ମର ଭିଡିଓ ଭାଇରାଲ ପରେ ଥାନାରେ ଅଭିଯୋଗ ହୋଇଥିଲା। […]
ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଛୁଟିରେ ୧୫ଦିନିଆ ଛୁଟିରେ ଯାଇଥିବା ଜଣାପଡ଼ିଛି। ବିଧାନସଭା ଅଧିବେଶନ ଚାଲିଥିବାବେଳେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଅଚାନକ ଛୁଟିରେ ଯିବାକୁ ନେଇ ପାୱାର କରିଡରରେ ନାନା ଚର୍ଚ୍ଚା ଲାଗିରହିଛି। ମିଳିଥିବା ସୂଚନା ଅନୁସାରେ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଦୁଇ ସପ୍ତାହ ଛୁଟିରେ ଯାଇଛନ୍ତି। ସେ ଗତକାଲିଠୁ ଅର୍ଥାତ୍ ୨୨ତାରିଖରୁ ଛୁଟିରେ ଯାଇଥିବାବେଳେ ଅଗଷ୍ଟ ୫ ତାରିଖରେ କାର୍ଯ୍ୟରେ ଯୋଗ ଦେବେ। ବ୍ୟକ୍ତିଗତ କାରଣ ପାଇଁ […]
ଭୁବନେଶ୍ୱର : ରାଜ୍ୟରେ ମହିଳାଙ୍କ ବିରୋଧରେ ହିଂସା ଦିନକୁ ଦିନ ବୃଦ୍ଧି ପାଇବା ସହ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। କିନ୍ତୁ ରାଜ୍ୟର ବିଜେଡି ସରକାର ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ନଦେଇ ଅତ୍ୟନ୍ତ ବେପରୁୱା ଆଚରଣ ପ୍ରଦର୍ଶନ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଆସନ୍ତାକାଲି ବୁଧବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି […]
କେନ୍ଦ୍ରାପଡା /ଭୁବନେଶ୍ୱର : ପାଟକୁରା ଭୋଟ୍ ଗଣତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କରିଛି ଜିଲ୍ଲା ପ୍ରଶାସନ। ଭୋଟ୍ ଗଣତି ହେବାକୁ ଥିବା କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ପୁରା ଅଞ୍ଚଳ ସିସିଟିଭି ନଜରରେ ଥିବା ବେଳେ ଜଗି ରହିଛନ୍ତି ସୁରକ୍ଷାକର୍ମୀ। ଗଣତି ପାଇଁ ଏଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ଏଥିଲାଗି ୧୮ଟି ଟେବୁଲ୍ର ବ୍ୟବସ୍ଥା କରାଯାଇଛି। ଅର୍ଥାତ୍ ଏଠାକାର ୩୦୯ଟି ବୁଥ୍ ପାଇଁ […]
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ବେଆଇନ ପଥର ଖଣି ପରେ ସ୍ପେଶାଲ୍ ଟାସ୍କ ଫୋର୍ସ (ଏସ୍ଟିଏଫ୍) ସ୍କାନରରେ ରହିଛି କ୍ରସର ଯୁନିଟ୍। ଆଜି ୧୨୦ରୁ ଅଧିକ କ୍ରସର ଯୁନିଟ୍ ଉପରେ ଏସ୍ଟିଏଫ୍ର ୧୦ଟି ଟିମ୍ ବଡ଼ ଧରଣର ଚଢ଼ଉ କରିଛି। ଏପରିକି ବେଆଇନ୍ ଭାବେ ଚାଲୁଥିବା ୧୫ରୁ ଅଧିକ କ୍ରସର ୟୁନିଟ୍କୁ ସିଲ୍ କରିଛି ଏସଟିଏଫ୍ ଟିମ୍। ତେବେ ଚଢ଼ଉ ସମୟରେ ୬୦ ପ୍ରତିଶତ କ୍ରସର ଯୁନିଟ୍ ବେଆଇନ ଭାବେ ଚାଲୁଥିବା ଏବଂ ମାତ୍ର ୪୦ ପ୍ରତିଶତ ଲାଇସେନ୍ସ […]
ବୌଦ୍ଧ : ଶିକ୍ଷକଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା। ବୌଦ୍ଧ ଜିଲ୍ଲା ଖଣ୍ଡହତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଅଭିଯୋଗ ହୋଇଛି, ଶିକ୍ଷକଙ୍କ ବଦଳି ପରେ ସ୍କୁଲରେ ବିଜ୍ଞାନ ଶିକ୍ଷକ ପଦବି ଖାଲି ପଡ଼ିଛି। ଯାହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ବିଜ୍ଞାନ ପାଠପଢ଼ା ଉପରେ ପଡ଼ିବ। ତେଣୁ ଉକ୍ତ ଶିକ୍ଷକଙ୍କ ବଦଳି ବାତିଲ କରି ପୁନଃ ନିଯୁକ୍ତି ଦେବାକୁ ଅଡ଼ି ବସିଛନ୍ତି ଛାତ୍ରଛାତ୍ର […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଂଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକା ଜଣକ ଘରକୁ ଫେରୁଥିବବେଳେ ଏକତରଫା ପ୍ରେମ କରୁଥିବା ରମେଶ ଏକ୍କା ନାମକ ଯୁବକ ନାବାଳିକା ଜଣଙ୍କୁ ବୁଲେଇନେବା ବାହାନାରେ ନିକଟ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ନେଇ ନାବାଳିକା ଜଣକ ଘରଲୋକଙ୍କୁ ଜଣାଇବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ। ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇବା ସହ କୋର୍ଟ ଚାଲାଣ […]
ପୁରୀ : ପ୍ରସିଦ୍ଧ ସିଦ୍ଧମହାବୀର ମନ୍ଦିର ଦାନ ବାକ୍ସରୁ ଲୁଟ୍। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ମନ୍ଦିରର ଲୁହା ଜାଲିକୁ ତାଡିବା ସହ କବାଟର ପିତ୍ତଳର ବଳାକୁ ଉପାଡି ଦାନବାକ୍ସ ଭାଙ୍ଗି ଲୁଟ୍ କରିଛନ୍ତି। ମନ୍ଦିରର ପୂଜକ ଦୁଆର ଖୋଲିବା ସମୟରେ ଦାନବାକ୍ସ ଭଙ୍ଗା ଯାଇ ଲୁଟ୍ ହେବା ଜାଣିଥିଲେ। ଏହାପରେ ମନ୍ଦିର ନିର୍ବାହୀ ଅଧିକାରୀଙ୍କୁ ଏ ନେଇ ଜଣାଇବା ପରେ ନିର୍ବାହୀ ଅଧିକାରୀ ପୁରୀ ତାଳବଣିଆ ଥାନରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ କରିଥିଲେ। […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସଦର ବ୍ଲକ୍ ପଦ୍ମପୁର ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ମୃତକ ହେଲେ ସୁମନ୍ତ ବେହେରା। ଋଣଭାର ଚାପରେ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। ସୁମନ୍ତ ସମବାୟ ସମିତିରୁ ୬୫ ହଜାର ଟଙ୍କା ଋଣ କରିଥିଲେ। ବର୍ଷା ଅଭାବରୁ ଚାଷ ନଷ୍ଟ ହୋଇଯିବାରୁ ସେ ମାନସିକ ବିଷାଦରେ ଥିଲେ। ଆଜି ସକାଳୁ ବିଲକୁ ତଳି ଦେଖିବାକୁ ଯାଇଥିଲେ ସୁମନ୍ତ। ହେଲେ ବିଲରେ ତଳିର ଅବସ୍ଥା ଦେଖି ଆହୁରି […]