ଭୁବନେଶ୍ୱର : ଜେଲରୁ ମୁକୁଳିବା ପରେ ସାରଥି କେଉଁଠି ରହୁଛନ୍ତି ତାକୁ ନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ଏବେ ତା’ଉପରୁ ପରଦା ହଟିଛି। ସାରଥି ଏବେ ଓଡ଼ିଶା ବାହାରେ ରହୁଥିବା ଜଣାପଡ଼ିଛି। ଏନେଇ ସାରଥିଙ୍କ ଓକିଲ ମାନସ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ରାଜ୍ୟ ବାହାରକୁ ଯିବା ନେଇ କୋର୍ଟଙ୍କ ବାରଣ ନଥିବା କହିଛନ୍ତି ମାନସ। ଆଇଓଙ୍କୁ ଜଣାଇ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ବୋଲି କୋର୍ଟ କହିଥିବା ମାନସ କହିଛନ୍ତି। ତେବେ ଏଥିପାଇଁ ସେ […]
ଜଳେଶ୍ୱର : ବାଲିଆପାଳ ଢାବାରେ ନାବାଳକ ମୃତ୍ୟୁ, ପୁଲିସକୁ ମାଡ଼ ଓ ପୋଡ଼ାଜଳା ଘଟଣା ମାମଲାର ତଦନ୍ତ ଭାର HRPCକୁ ଦେଲେ ପୁଲିସ ଡିଜି। HRPCର ଡିଏସ୍ପି ରଂଜିତ ନାୟକ ମାମଲାର ତଦନ୍ତ କରିବେ। ଡିଜିପିଙ୍କ ନିର୍ଦ୍ଦେଶ ପରେ ବାଲେଶ୍ୱର ଗଲା HRPC ଟିମ୍। ଏହି ଘଟଣାରେ ଆଜି ବାଲିଆପାଳ ପ୍ରଭୁ କଲ୍ୟାଣଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ଏସ୍ପି। ରେମୁଣା IIC ରଂଜିତ ସାହୁଙ୍କୁ ବାଲିଆପାଳ IIC ଭାବେ ବଦଳି କରାଯାଇଛି। ଉଲ୍ଲେଖନୀୟ ଯେ, […]
ଭୁବନେଶ୍ୱର : ବିଧାନସଭାରେ ଶାସକ ଦଳର ବରିଷ୍ଠ ବିଧାୟକଙ୍କ ଅଭିନବ ପ୍ରତିବାଦ। ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ନିଜ ଆସନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଲେ ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର। ଶେଷରେ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେବା ପରେ ନିଜ ଆସନରେ ବସିଥିଲେ ଦେବୀ ମିଶ୍ର। ସାଧାରଣତଃ ବିରୋଧୀ ସଦସ୍ୟଙ୍କ କ୍ଷେତ୍ରରେ ଗୃହରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବାବେଳେ ଖୋଦ୍ ଶାସକ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ କହିବାକୁ […]
ବରଗଡ଼ : ନାବାଳିକାଙ୍କୁ ଦୁଷ୍କର୍ମ ପରି ଲଜ୍ଜାଜନକ ଘଟଣା ରାଜ୍ୟରେ ଥମିବା ପରିବର୍ତ୍ତେ ବଢିବାରେ ଲାଗିଛି। ଏଥର ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି ବରଗଡ ଜିଲ୍ଲା ଅତାବିରା ଥାନା ଅଞ୍ଚଳରୁ। ଏଠାରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ତାର ଜଣେ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଶିଶୁକନ୍ୟାର ପରିବାର ଲୋକଙ୍କ ଏତଲା କ୍ରମେ ଅଭିଯୁକ୍ତକୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି । ଅଭିଯୁକ୍ତଙ୍କ ପରିବାର ଓ ଶିଶୁକନ୍ୟାଙ୍କ […]
ଭୁବନେଶ୍ୱର : ରାଜଧାନୀରେ ଅପରେସନ୍ ଡ଼୍ୟାନ୍ସ ବାର୍। ରାତିରେ ବିଭିନ୍ନ ସ୍ଥାନରେ ଥିବା ବାର୍ ଗୁଡ଼ିକ ଉପରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ଗତ ରାତିରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ୧୧ଟି ବାର୍ ଉପରେ ପୁଲିସ ଚଢ଼ଉ କରିଥିଲା। ଏଥିରେ ୯୬ରୁ ଅଧିକ ବାର୍ ଡ୍ୟାନସରଙ୍କୁ ପୁଲିସ ଆଣି ଅଟକ ରଖିଥିଲା। ଡ୍ୟାନ୍ସ ବାର୍ ଲାଇସେନସ୍ ନଥାଇ ଦୀର୍ଘଦିନ ଚାଲିଥିଲା ବାର୍ । ବିଳମ୍ବିତ ରାତି ଯାଏ ବେଆଇନ ଭାବେ ଜୋର ସାଉଣ୍ଡରେ ବାର୍ ଚାଲୁଥିଲା […]
ଭୁବନେଶ୍ୱର : ନବୀନ ନିବାସରେ ପାଟକୁରା ଫଳାଫଳ ମାନସ ମନ୍ଥନ। ପାଟକୁରା ନିର୍ବାଚନ ଦାୟିତ୍ୱରେ ଥିବା ବିଜେଡିର ବରିଷ୍ଠ ନେତାଙ୍କ ସହ ଦଳ ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ବିଜେଡିର ଏତେ ରଣକୌଶଳ ସତ୍ତ୍ୱେ ଦଳ କାହିଁକି ପାଟକୁରାରେ ଅଧିକ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିପାରିଲା ନାହିଁ; ସେ ନେଇ ମୁଖ୍ୟତଃ ଫୋକସ୍ ଦିଆଯାଇଥିବାର ସୂଚନା ଥିଲେ ବି ଆଗକୁ ସେଠାରେ ସଂଗଠନ କିଭଳି ମଜଭୁତ ହେବ ସେ ନେଇ ବୈଠକରେ ଆଲୋଚନା ହୋଇଥିବା […]
ଅନୁଗୁଳ: ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଏବେବି ୩ଜଣ ଶ୍ରମିକ ନିଖୋଜ ଅଛନ୍ତି। ମାଟି ତଳେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ଅସୁବିଧା ସୃଷ୍ଟି ହୋଇଛି। ଏନ୍ଡିଆର୍ଏଫର ୩୦ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ମାଟି ତଳେ ଦବି ରହିଥିବା ଶ୍ରମିକଙ୍କ ବଞ୍ଚିବା ଆଶା କ୍ଷୀଣ ବୋଲି ଗତକାଲି ଜିଲ୍ଲାପାଳ ଆଶଙ୍କା କରିଥିଲେ। ଜୀବିତ ଅବସ୍ଥାରେ […]
ପାରାଦୀପ(ରମାକାନ୍ତ ନାୟକ ): ପାରାଦୀପରେ ଉତ୍କଟ ହେଲାଣି ଜଳ ସଙ୍କଟ। ସହରବାସୀ ଆଉ ଏଣିକି ମନଇଚ୍ଛା ପାଣି ଖର୍ଚ୍ଚ କରିପାରିବେ ନାହିଁ। କାରଣ ପାଇପ ଜଳ ସେମାନଙ୍କୁ ଦିନକୁ ଥରେ ମାତ୍ର ଯୋଗାଇ ଦିଆଯିବ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛିା ପାରାଦୀପ ଟାଉନ୍ସିପ୍ ଲାଗି ମହଜୁଦ୍ ଥିବା ଜଳ ସ୍ତର କମିବାରେ ଲାଗିଛିା ଫଳରେ ସହରରେ ଜଳସଙ୍କଟ ଦେଖା ଦେଇଛି। ପରସ୍ଥିତିକୁ ଦୃଷ୍ଟିରେ ରଖି ବନ୍ଦର କର୍ତ୍ତୃପକ୍ଷ ସହରବାସୀଙ୍କୁ ଦିନରେ ମାତ୍ର ଥରେ […]
ନବରଙ୍ଗପୁର(ନବଘନ ବିଷୋୟୀ): ଭିଜିଲାନ୍ସ ଜାଲରେ ପଡିଥିବା ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ସହକାରୀ ଶିକ୍ଷକ ସୁବ୍ରତ ଚୌଧୁରୀ ଜଣେ କୋଟିପତି। ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ସଂପତ୍ତିର ସେ ମାଲିକ । ଗତକାଲି ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ଏହି ଆୟବହିର୍ଭୂତ ସଂପତ୍ତି ଠାବ ହୋଇଛି। ସୁବ୍ରତ ଚୌଧୁରୀ ମୁଣ୍ଡାଗଡ଼ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଛନ୍ତି। ତାଙ୍କର ନବରଙ୍ଗପୁରରେ ଥିବା ୪ ମହଲା କୋଠାର ମୂଲ୍ୟ ୨ କୋଟି ୨୩ ଲକ୍ଷ […]
ଭୁବନେଶ୍ୱର : ଖଣ୍ଡଗିରି ଥାନା ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଜାତୀୟ ରାଜପଥ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଯାଏ ମୃତକଙ୍କ ପରିଚୟ ମିଳିପାରିନି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଖୋଳତାଡ଼ କରୁଛି । କିପରି ଯୁବକଙ୍କ ମୃତ୍ୟୁ ହେଲା, କିଏ ଏଥିରେ ସମ୍ପୃକ୍ତ ; ପୁଲିସ ସେ ଦିଗରେ ଅନୁସନ୍ଧାନ ଚଳାଇଛି। ଏହି ଘଟଣା ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ବରଗଡ଼ ( ଦୀପକ ଶର୍ମା) : ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଗତ ରାତିରେ ପୋଡ଼ାମୁଡ଼ା ଗାଁର ଚାଷୀ ବୈଷ୍ଣବ ଭୋଇ ବିଷ ପିଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ ମେଡିକାଲରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ମରୁଡ଼ି ଆଶଙ୍କା ଏବଂ ଋଣ ଟଙ୍କା ଶୁଝିବା ଚିନ୍ତାରେ ଥିଲେ ବୈଷ୍ଣବ। ଫସଲ ହାନି ଆଶଙ୍କାରେ ସେ ବିଷ ପିଇଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି। ବରଗଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ […]
ବାଲେଶ୍ୱର ( ରଶ୍ମିରଂଜନ ଦାସ) : ବାଲେଶ୍ୱର କଷାଫଳ ମୁହାଣ ନିକଟରେ ଅଘଟଣ। ବୁଡିଗଲା ମାଛ ଧରା ଡଙ୍ଗା । ଏହି ଘଟଣାରେ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବାବେଳେ ଅନ୍ୟ ୩ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଥିବା ମତ୍ସଜୀବୀ ଜଣକ କଷାଫଳ ମୁହାଣ ଅଞ୍ଚଳର ପଞ୍ଚାନନ ଦଳେଇ ବୋଲି ଜଣାପଡିଛି। ତାଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି। ଉଲ୍ଲେଖନୀୟ ଯେ, ସ୍ଥାନୀୟ ଅଞ୍ଚଳରୁ ୪ଜଣ ମତ୍ସ୍ୟଜୀବୀ ଏକ ଭୁଟୁଭୁଟି ଡଙ୍ଗାରେ ମାଛ ଧରିବାକୁ ସମୁଦ୍ର ଭିତରକୁ […]
ଧର୍ମଗଡ଼( ଇଗ୍ନିତ୍ ପଣ୍ଡା) : ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ଓ ରାଜ୍ୟ ଯୋଗାଣ ନିଗମ ଦ୍ୱାରା ପ୍ରଣୀତ ନିୟମାବଳୀ ଅନୁଯାୟୀ ଧାନକ୍ରୟ କେନ୍ଦ୍ରରେ କାର୍ଯ୍ୟ ପରିଚାଳନା ହେଉଛି। ଧାନ ମଣ୍ଡିରେ ଚାଷୀମାନେ ମିଲରଙ୍କ ଟ୍ରକ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। ଗତକାଲି ଗୃହରେ ପ୍ରଶ୍ନୋତ୍ତରକାଳରେ ଏଭଳି ଉତ୍ତର ରଖିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ମଣ୍ଡି ସମସ୍ୟା ନେଇ ଶାସକ ଓ ବିରୋଧୀଙ୍କ ପ୍ରଶ୍ନର […]
ଭୁବନେଶ୍ୱର : ରାଜ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ ବାୟୁ। ଆନ୍ଧ୍ର-ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୨ରୁ ୩ଦିନ ବର୍ଷା ହେବ। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ଅନୁମାନ ସତ ହେଲେ ଏହା ଚାଷ ପାଇଁ ବେଶ୍ ଲାଭଦାୟକ ହେବ। […]
ନୟାଗଡ଼ : ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼। ନୟାଗଡ଼ ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ପଠାଣି ନନ୍ଦଙ୍କ ଘରେ କେହି ନଥିବା ସୁଯୋଗ ନେଇ ୪ଜଣ ଯୁବକ ଘରେ ପଶି ଲୁଟ୍ ଉଦ୍ୟମ କରୁଥିଲେ। ଏତିକି ବେଳେ ଗାଁ ଲୋକେ ଅଭିଯୁକ୍ତମାନଙ୍କୁ ଘେରିଯାଇଥିଲେ। ୩ ଜଣ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଗ୍ରାମବାସୀ ଜଣେ ଯୁବକଙ୍କୁ କାବୁ କରିନେଇଥିଲେ। ଅଭିଯୁକ୍ତ ଯୁବକକୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ […]
ରାଉରକେଲା( ସତ୍ୟାନନ୍ଦ ମହାନ୍ତି) : ସୁନ୍ଦରଗଡ଼ ଲାଠିକଟାରେ ଏନକାଉଣ୍ଟର। ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝି ଗୁରୁତର ଆହତ ହୋଇଛି। ସୁନୀଲ ଠାରୁ ଗୋଟିଏ ପିସ୍ତଲ ଜବତ ହୋଇଛି। ତାର ଗୋଡରେ ଗୁଳି ବାଜିଛି। ଚିକିତ୍ସା ପାଇଁ ସୁନୀଲକୁ ପ୍ରଥମେ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୁନୀଲ ନାଁରେ ବିଭିନ୍ନ ଥାନାରେ ୨ଟି ହତ୍ୟା ଓ ୧୫ଟି ଡକାୟତି ମାମଲା ରହିଛି। ଗତକାଲି ରାତିରେ […]
ଜୟପୁର( ଗୌରୀ ଶଙ୍କର ) : ଖତ ଖାଉଛି ସରଞ୍ଜାମ। ବ୍ୟବହାର ହୋଇପାରୁନି ମୋବାଇଲ ଟଏଲେଟ୍। ଫଳରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ନଷ୍ଟ ହେବାକୁ ବସିଛି । ଜୟପୁର ସହରର ବସ୍ତି ଅଞ୍ଚଳରେ ସୁସ୍ଥ ପରିବେଶ ସୃଷ୍ଟି ପାଇଁ କରାଗଲା ମୋବାଇଲ ଟଏଲେଟ ବ୍ୟବସ୍ଥା। ହେଲେ ଦୁଇ ତିନି ମାସ କାର୍ଯ୍ୟକ୍ଷମ ହେବା ପରେ ଏବେ ବ୍ୟବହାର ଅନୁପଯୋଗୀ। ମୋଟ ୫ଟି ମୋବାଇଲ ଟଏଲେଟ ଏବେ ଦଶହରା ପଡିଆ, ଟାଉନହଲ, ପୁରୁଣାଗଡ, ଆଦର୍ଶନଗର, ଜୟନଗରରେ ପଡି ରହିଛି। […]
ଭୁବନେଶ୍ୱର : ବରିଷ୍ଠ ଓଏଏସ୍ ଅଧିକାରୀ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଅବଦୁଲ ଅଲିମ୍ ଖାନଙ୍କୁ ଚାକିରିରୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସନ୍ଧ୍ୟାରେ ଜାରି ସୂଚନା ଅନୁସାରେ ଅତିରିକ୍ତ ସଚିବ ଅଲିମ୍ ଖାନଙ୍କୁ ପ୍ରଶାସନିକ କାରଣରୁ ସରକାରୀ ଚାକିରିରୁ ନିଲମ୍ବନ କରାଯାଇଛି। ତେବେ କେଉଁ କାରଣ ପାଇଁ ତାଙ୍କ ବିରୋଧରେ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ […]
ଖୋର୍ଦ୍ଧା (ବଳରାମ ଲେଙ୍କା): ଆଜି ସନ୍ଧ୍ୟା ବେଳେ ଜାତୀୟ ରାଜପଥର ଖଣ୍ଡଗିରି-ଖୋର୍ଦ୍ଧା ମଧ୍ୟବର୍ତ୍ତୀ ଗୋହିରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିବା ଅନ୍ୟ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ଜଟଣୀ ମଧୁସୂଦନ ନଗର ବିନୋଦିନି ନାୟକ କାନ୍ତିଆ ହାଇସ୍କୁଲର ଶିକ୍ଷୟିତ୍ରୀ ଅଛନ୍ତି। ଆଜି ସନ୍ଧ୍ୟା ବେଳେ ଶ୍ରୀମତି ନାୟକ ଓ MDRC HIGH SCHOOLର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋକୁଳ ମହନ୍ତ ଏକ ସ୍କୁଟିରେ ପଞ୍ଚୁପଲି ହାଇସ୍କୁଲକୁ ଯାଉଥିଲେ। […]
ଜଳେଶ୍ୱର (ଅଜିତ ଦାସ): ବାସି ଭୋଗ ଖାଇ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଞ୍ଚଳରେ ଘଟିଛି। ଅସୁସ୍ଥଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଗାଁରେ ଏବେ ଏକ ମେଡିକାଲ୍ ଟିମ୍ ମୁତୟନ କରାଯାଇଛି। ଗତ ସୋମବାର ରାତିରେ ବାଲିଆପାଳ ବ୍ଲକ ତାପୁଣ୍ଡିଆ ଗାଁର ନରେନ୍ଦ୍ର ଗିରିଙ୍କ ଘରେ ଶିବ ପୂଜା ହୋଇଥିଲା। ତା’ପର ଦିନ ଅର୍ଥାତ ମଙ୍ଗଳବାର ସକାଳେ ଗାଁ ଲୋକଙ୍କୁ ଉକ୍ତ ଭୋଗ ଦିଆଯାଇଥିଲା। ଭୋଗ ଖାଇବା […]
ଅନୁଗୋଳ : ଏମସିଏଲର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଉଦ୍ଧାର ହୋଇଛି ମାତ୍ର ଜଣେ ଶ୍ରମିକଙ୍କ ମୃତଦେହ। ଏବେ ବି ଆହୁରି ୩ଜଣ ଫସି ରହିଛନ୍ତି । ସେମାନଙ୍କ ବଞ୍ଚିବାର ଆଶା କ୍ଷୀଣ ବୋଲି ଜିଲ୍ଲାପାଳ କହିଛନ୍ତି । ତେଣେ ଜୀବିତ ଅବସ୍ଥାରେ ଉଦ୍ଧାର ୯ ଶ୍ରମିକଙ୍କର ଚିକିତ୍ସା ଚାଲିଛି । ମୃତାହତଙ୍କୁ କ୍ଷତିପୂରଣ ସହ ଖଣିରେ ଶ୍ରମିକ ସୁରକ୍ଷାକୁ ଅଗ୍ରାଧିକାର ନେଇ ଆନ୍ଦୋଳନ ହୋଇଥିବାବେଳେ ଖଣି କର୍ତ୍ତୃପକ୍ଷ ସବୁ ପ୍ରକାର ସହାୟତା ପ୍ରଦାନ […]
ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ବିଜୟ ସତ୍ତ୍ୱେ ଭୋଟ୍ ବ୍ୟବଧାନରେ ଆଖିଦୃଶିଆ ବୃଦ୍ଧି ନହେବା ଦଳର ନିର୍ବାଚନ ପରିଚାଳନା କରୁଥିବା ହେଭିୱେଟ୍ ନେତାମାନଙ୍କର ଦମ୍ଭକୁ ଚୂରମାର କରିଦେଇଛି। ପାଟକୁରା ନିର୍ବାଚନମଣ୍ଡଳୀର ସମସ୍ତ ୫୧ଟି ପଞ୍ଚାୟତର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦୁଇ ମାସ ଧରି ପୂର୍ବ ପ୍ରସ୍ତୁତି, ସ୍ଥାନୀୟ ପ୍ରଶାସନକୁ ନିଜ ଢଙ୍ଗରେ ଉପଯୋଗ, ୧୫ଦିନ ଧରି ପୁଳାପୁଳା ମନ୍ତ୍ରୀ, ବିଧାୟକ ଓ ପ୍ରାୟ ୫୦୦ ଜଣ ରାଜ୍ୟସ୍ତରୀୟ ନେତା […]
କଟକ : କଟକରେ ମାତିଛନ୍ତି କି ସାଇକୋ କିଲର? ଏହା କହିବାର ତାତ୍ପର୍ଯ୍ୟ ହେଉଛି, ଗତ ୨୪ ଘଣ୍ଟା ମଧ୍ୟରେ ୫୨ ବଜାର ୫୩ ଗଳି କଟକ ସହରରେ ତିନି ତିନି ଜଣଙ୍କୁ ହତ୍ୟା କରାଯାଇଛି। ଏହି ସବୁ ହତ୍ୟାକାଣ୍ଡ ସମାନ ଢ଼ଙ୍ଗରେ କରାଯାଇଛି। ମୃତକ ତିନି ଜଣ ଦିନ ମଜୁରିଆ ବୋଲି ଜଣାପଡ଼ିଛି। କମିଶନରେଟ୍ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି। କଟକର OMP ପାର୍କ […]
ଭୁବନେଶ୍ୱର : ପାଟକୁରାରେ ବିଜେଡିର ବିଜୟ ପରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି କର୍ମୀ ଓ ନେତା। ଏକ ଶୋଭାଯାତ୍ରାରେ ନବୀନ ନିବାସ ଯାଇ ବିଜେଡି କର୍ମୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଲେ। ଏହି ଅବସରରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇଥିବାରୁ ନବୀନ ପାଟକୁରାବାସୀଙ୍କୁ ଧନ୍ୟବାଦ ଦେବା ସହ ପାଟକୁରାର ଉନ୍ନତି ପାଇଁ କଠିନ ପରିଶ୍ରମ କରିବୁ ବୋଲି କହିଥିଲେ।
ଝାରସୁଗୁଡ଼ା : ଝାରସୁଗୁଡ଼ା ବିମାନ ବନ୍ଦରରେ ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଙ୍ଗ ସିଷ୍ଟମ ବ୍ୟବହାର ହେବ। ନିତି ଦିନିଆ ବିମାନ ସେବା ପ୍ରଦାନ ପାଇଁ ଏୟାରପୋର୍ଟ ଅଥରିଟି ଏହି ନିଷ୍ପତ୍ତି ନେଇଛି। ନୂଆ ନାଭିଗେସନ ସିଷ୍ଟମ ଦ୍ୱାରା ପ୍ରତିକୂଳ ପାଗ ସତ୍ତ୍ୱେ ବିମାନର ଅବତରଣ ଏବଂ ଉଡ଼ାଣ ସମ୍ଭବ ହୋଇପାରିବ। ଆସନ୍ତା ୬ ମାସ ମଧ୍ୟରେ ଏହି ସିଷ୍ଟମ କାର୍ଯ୍ୟକାରୀ ହେବ। ଭୁବନେଶ୍ୱର ପରେ ଝାରସୁଗୁଡ଼ା ରାଜ୍ୟର ଦ୍ୱିତୀୟ ବ୍ୟବସାୟିକ ବିମାନ ବନ୍ଦର ଭାବେ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]