ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିଥିଲେ ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ। ଯେଉଁଥିପାଇଁ ତାଙ୍କୁ ଆଜି ସସ୍ପେଣ୍ଡ କରାଯାଇଛି। ସଂଗଠନରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ସସ୍ପେଣ୍ଡ କରିଛନ୍ତି ନ୍ୟାସନାଲ୍ ଷ୍ଟୁଣ୍ଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ(NSUI)ର ଜାତୀୟ ସମ୍ପାଦକ ମୋତହା ରୋହିତ। ଗତ ୧୨ ତାରିଖରେ ଇତୀଶ ପ୍ରଧାନ ସାମ୍ୱାଦିକ ସମ୍ମିଳନୀ କରି ପିସିସି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧ୍ୟଂଦେହୀ ଡାକରା ଦେଇଥିଲେ। […]
ଭୁବନେଶ୍ୱର : ହାଇଟେକ୍ ହେବ ଓଡ଼ିଶା ବିଧାନସଭା। ହିମାଚଳପ୍ରଦେଶ ବିଧାନସଭା ଶୈଳୀରେ ଡିଜିଟାଲ୍ ବିଧାନସଭା କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଓ୍ୱାନ୍ ନେସନ୍ ଓ୍ୱାନ୍ ଆପ୍ଲିକେସନ୍ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଇ-ବିଧାନସଭା ପାଇଁ ସହଯୋଗ କରିବେ। ୬ ମାସ ଭିତରେ ଏହା କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଓଡ଼ିଶା ବିଧାନସଭା ପେପରଲେସ୍ ହେବା ସହିତ ଖର୍ଚ୍ଚ ଯଥେଷ୍ଟ କମିବା ଆଶା କରାଯାଉଛି। ହିମାଚଳ ବିଧାନସଭା ହୋଇଛି ସଂପୂର୍ଣ୍ଣ ଡିଜିଟାଲ୍। ପ୍ରତି ବିଧାୟକଙ୍କ ଆସନ ନିକଟରେ ଲାଗିଛି କମ୍ପ୍ୟୁଟର। […]
ରାଉରକେଲା : ରବିବାର ଦିନ ଆରଟିଓ ଅଫିସ୍ ଖୋଲା ରହିବ ବୋଲି ସରକାରୀ ନିର୍ଦ୍ଦେଶ ଥିବାବେଳେ ରାଉରକେଲା ଆରଟିଓ ଅଫିସ ଦିନ ୧୧ଟା ପର୍ଯ୍ୟନ୍ତ ବନ୍ଦ ଥିବା ଦେଖିବାକୁ ମିଳିଥିଲା। କିଛି ଗଣମାଧ୍ୟମ କ୍ୟାମେରା ପଡିବା ପରେ କିଛି କର୍ମଚାରୀ ଆସି ଅଫିସ୍ରେ ପହଞ୍ଚିଥିଲେ। କିନ୍ତୁ ଦିନ ୧୧ଟା ୨୦ ପର୍ଯ୍ୟନ୍ତ କାଉଣ୍ଟର ଖାଁ ଖାଁ ଥିଲା। କୌଣସି କର୍ମଚାରୀ ଉପସ୍ଥିତ ନଥିଲେ। ଏ ସମ୍ପର୍କରେ ଆରଟିଓ ଇନ୍ଚାର୍ଜଙ୍କୁ ପଚାରିବାରୁ ସେ କହିଛନ୍ତି, କାହିଁକି ଦିନ ୧୧ଟା […]
କଟକ : ଜଗାର ହେବ ଖପୁରି ପ୍ରତ୍ୟାରୋପଣ। SCBରେ ଜଗା କାଳିଆଙ୍କୁ ଭେଟି ଏହି ସୂଚନା ଦେଇଛନ୍ତି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା। ଜଗାର ଅବସ୍ଥା ଭଲ ଅଛି, ମାତ୍ର ସ୍କୁଲ ଯାଇପାରିବ ନାହିଁ। ମୁଣ୍ଡରେ ଖପୁରି ନଥିବାରୁ ସ୍କୁଲ ଯାଇ ପାରିବ ନାହିଁ ଜଗା। ଖପୁରି ଟ୍ରାନ୍ସପ୍ଲାଣ୍ଟ ପରେ ହିଁ ସ୍କୁଲ ଯିବା ସମ୍ଭବ ବୋଲି ସେ କହିଛନ୍ତି। ସେପଟେ କାଳିଆର ଅବସ୍ଥା ଭଲ ନାହିଁ। ଦିଲ୍ଲୀରୁ ହିଁ କାଳିଆର ଅବସ୍ଥା ଭଲ ନଥିବା ସେ […]
ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ନିକଟସ୍ଥ କେନାଲରେ ବୁଡ଼ି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ। ମୃତକ ହେଲେ ମଧୁସୁଦନପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ରାଜା। ଘଟଣା ଅନୁଯାୟୀ, ସାଙ୍ଗସାଥୀଙ୍କ ସହ କେନାଲରେ ଗାଧୋଉଥିବା ସମୟରେ ରାଜାଙ୍କ ଗୋଡ଼ ଖସି ଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ ପିଲାମାନେ ଚେଷ୍ଟା କରି ଏଥିରେ ବିଫଳ ହେବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ […]
କଣ୍ଟାବାଞ୍ଜି (ସୁରଦାସ ବାଗ): ବାଇକ୍କୁ ୨୨୫୦୦ ଟଙ୍କା ଜୋରିମାନା ହୋଇଛି। ଏପରି ସୂଚନା ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରୁ। ୫ଟି ନିୟମ ଉଲ୍ଲଂଘନ କରିଥିବାରୁ ବାଇକ୍ ଚାଳକକୁ ଏହି ଜୋରିମାନା ହୋଇଛି। ଅନ୍ୟପକ୍ଷରେ ମଦ୍ୟପାନକୁ ବାଇକ୍ ଚାଳକ ଖଣ୍ଡନ କରିଛନ୍ତି। ବେଲ୍ପଡ଼ା ଗାଁର ସୁଶାନ୍ତ କୁମାର ମେହେର ଆଜି କଣ୍ଟାବାଞ୍ଜିରୁ ଘରକୁ ଫେରୁଥିଲେ। କୁର୍ଲି ଛକରେ ପରିବହନ କର୍ମଚାରୀମାନେ ତାଙ୍କ ବାଇକ୍କୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ମାତ୍ର ସେ ପରିବହନ କର୍ମଚାରୀଙ୍କୁ ଦୁର୍ବ୍ୟବହାର […]
ମାଲକାନଗିରି( ଜିତେନ୍ଦ୍ର ବେଉରା) : ବିଦ୍ୟୁତ୍ ତାର ଲାଗି ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ମୃତ ଯବାନଙ୍କ ନାଁ ରାହୁଲ କୁମାର ବେହେରା। ଆହତ ହୋଇଥିବା ଯବାନ ହେଲେ ଗଙ୍ଗା ଶବର। ମାଲକାନଗିରି ଜିଲ୍ଲା ମାଥିଲିରେ ଥିବା ଆଇଆରବି କ୍ୟାମ୍ପରେ ଲାଇଟ୍ ସଜାଡ଼ିବାବେଳେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସକାଳେ କ୍ୟାମ୍ପ ପାଖରେ ଥିବା ଏକ ଗଛରେ ଲାଇଟ୍ ଲଗାଇବାବେଳେ ରାହୁଲ ୧୧କେଭି ତାରରେ ଲାଗି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ […]
କେନ୍ଦୁଝର : କଅଁଳ ବୟସରେ ପେଟ ଚିନ୍ତା। ଯେଉଁ ବୟସରେ ବହି ବସ୍ତାନି ଧରିବା କଥା, ସେହି ବୟସରେ ପରିବାରର ବୋଝ। ଏହା ହେଉଛି, କେନ୍ଦୁଝର ସଦର ବ୍ଲକ ରାମଚନ୍ଦ୍ରପୁର ମୁଣ୍ଡାସାହିର ଗୁରୁବାରୀ ମୁଣ୍ଡାଙ୍କ କଥା। ଗୁରୁବାରିଙ୍କ ବୟସ ୧୨ ବର୍ଷ, ହେଲେ ଏହି ବୟସରେ ସେ ଓ ତାଙ୍କ ୫ ଭାଇ-ଭଉଣୀ ଦିଓଳା ଖାଇବା ସଂଗ୍ରହ କରୁଛନ୍ତି। ୨ ବର୍ଷ ତଳେ ମା’ ମୁକ୍ତାମଣି ମୁଣ୍ଡାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବାପା ଚୈତନ୍ୟ ଦ୍ୱିତୀୟ ବିବାହ […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଲୁଣିଆଯୋଡ଼ି ବ୍ରିଜ୍ ମୁକେଶ୍ୱରଦ୍ୱାର ନିକଟରୁ ଗତକାଲି ସହଦେବଖୁଣ୍ଟା ପୁଲିସ୍ ୩୦୦ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରିଛି। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ବ୍ରାଉନସୁଗର ବେପାରୀଙ୍କ ଠାରୁ ୯ ଲକ୍ଷ ୪୪ ହଜାର ଟଙ୍କା ପୁଲିସ୍ ଜବତ କରିଛି। ୩ ଜଣଙ୍କ ଭିତରୁ ୨ଜଣ ଖୋର୍ଦ୍ଧା ଅଞ୍ଚଳର। ଏହି ଘଟଣାର କିଙ୍ଗପିନ୍ ହାଇଦର […]
ମାଲକାନଗିରି (ଜିତେନ୍ଦ୍ର ବେଉରା) : ମାଲକାନଗିରିରେ ପୁଣି ପ୍ଲାଷ୍ଟିକ୍ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଗତକାଲି ସଦର ମହକୁମାର ବସ୍ଷ୍ଟାଣ୍ଡ ନିକଟରେ ଥିବା ଦୋକାନରୁ ଗଙ୍ଗାଧର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ୪ଟି ଅଣ୍ଡା କିଣିଥିଲେ। ହେଲେ ସେ ଘରେ ଆସି ଅଣ୍ଡା ଭାଙ୍ଗିବା ପରେ ସେଥିରୁ ପ୍ଲାଷ୍ଟିକ୍ ସଦୃଶ ଆବରଣ ଦେଖିଥିଲେ। ପରେ ସେ ସେ କେଶରକୁ ଧରିବାରୁ ତାହା ଭାଙ୍ଗି ନଥିଲା। ବଲ୍ ଭଳି ହାତରେ ଗଡ଼ିଥିଲା। ଏଥିସହ ଏହି ପ୍ଲାଷ୍ଟିକ୍ ଆବରଣକୁ […]
ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଦୁଃଖର ବାଦଲ ମାଡ଼ି ଆସିଲେ କ୍ଷଣକରେ ଚୁନା ହୋଇଯାଏ ସୁନାର ସଂସାର। ନିଜ ଭାଗ୍ୟକୁ ଦୋଷ ଦେବା ଛଡ଼ା ହାତରେ ଆଉ କିଛି ନ ଥାଏ। ଏପରି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଏକ ପରିବାର। ଗୋଟିଏ ଦିନରେ ଗୋଟିଏ ଘରୁ ଉଠିଛି ୩ ଜଣଙ୍କ ଶବ। ଏହା ପରିବାରର ସମସ୍ତ ସଦସ୍ୟଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଆଖିରୁ ଶୁଖିଯାଇଛି ଲୁହ। ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ପ୍ରଧାନପାଲି ଗାଁରେ ଗୋଟିଏ ଦିନରେ ଓ […]
ଭୁବନେଶ୍ୱର : ଅକ୍ଟୋବର ଦୁଇ ତାରିଖରୁ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ଥାନା ଓ ହସ୍ପିଟାଲ୍ରୁ ନିଆଯିବ ଫିଡବ୍ୟାକ୍। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟର ବିଭିନ୍ନ ଥାନାର ବରିଷ୍ଠ ପୁଲିସ୍ ଅଧିକାରୀ, ଆଇଆଇସିଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେସିଂରେ ଆଲୋଚନା କରିଛନ୍ତି। ଅଭିଯୋଗ ନେଇ ଥାନାକୁ ଆସୁଥିବା ଲୋକଙ୍କୁ କିଭଳି ବ୍ୟବହାର କରାଯିବ ? ମାମଲାର ଅନୁଧ୍ୟାନ କିପରି ହେବ ? ଏହାସହ ତଦନ୍ତ […]
ଚିତ୍ରକୋଣ୍ଡା /ମାହାଙ୍ଗା : ଯେଉଁ ଲକ୍ଷ୍ୟ ନେଇ ସରକାର ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଥିଲେ, ତାହା ଏବେ ବାଟବଣା। କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ହଷ୍ଟେଲ ସମସ୍ୟା। କେଉଁଠି ଭିତ୍ତିଭୂମି ନାହିଁ। ଏଭଳି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟ। ଫଳରେ ଅଭିଭାବକମାନେ ଆଦର୍ଶ ବିଦ୍ୟାଳୟରେ ସେମାନଙ୍କ ପିଲାଙ୍କୁ ପଢାଇବାକୁ ମନ ବଳାଉ ନାହାନ୍ତି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଓ ଉପଦ୍ରୁତ ସ୍ୱାଭିମାନ ଅଞ୍ଚଳ ପିଲାଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ପାଇଁ […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ କଟୁପାଲି ଗ୍ରାମରୁ ଉଦ୍ଧାର ହୋଇଛି ପ୍ରାୟ ଦଶ ଫୁଟ ଲମ୍ବର ଏକ ଅଜଗର। ଖାଦ୍ୟ ଅନ୍ୱେଷଣରେ ଆସି ଜଣଙ୍କ ବାଡ଼ିରେ ଲାଗିଥିବା ଜାଲରେ ଅଜଗରଟି ଫସି ଯାଇଥିଲା। ଏହାକୁ ଦେଖି ବ୍ୟକ୍ତି ଜଣକ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ରେଞ୍ଜ ଅଧୀନସ୍ଥ ବାମବାରୀ ସେକ୍ସନର କର୍ମଚାରୀ ଆସି ଅଜଗର ସାପଟିକୁ ଗ୍ରାମରୁ ଉଦ୍ଧାର କରିବା ସହ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି । ଅଜଗର ସାପଟିର ଲମ୍ବ […]
ଭୁବନେଶ୍ୱର : ରାଜ୍ୟରେ ଖୁବ୍ ଶୀଘ୍ର ନୂଆ ସଂସ୍କୃତି ଓ ଐତିହ୍ୟ ନୀତି କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ଏକ ବୈଠକ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ହୋଇଯାଇଛି। ନୀତିରେ ବିଶେଷ କରି ଭବିଷ୍ୟତ ଦୃଷ୍ଟି, ଆଭିମୁଖ୍ୟ, କଳା ଓ ସାଂସ୍କୃତିକ ପର୍ଯ୍ୟଟନ ସମ୍ପର୍କିତ ଗବେଷଣା, ପ୍ରତ୍ନତତ୍ତ୍ୱ, ଭାଷା ଓ ସାହିତ୍ୟର ଗବେଷଣା, ଶିଳ୍ପୀ ତଥା କଳାକାରଙ୍କ ପାଇଁ କଲ୍ୟାଣକାରୀ କାର୍ଯ୍ୟକ୍ରମ, ସଙ୍ଗୀତ ଓ ନୃତ୍ୟର ବିକାଶ ବାବଦରେ ବିସ୍ତୃତ ଭାବେ ଉଲ୍ଲେଖ ରହିବ । ଓଡ଼ିଆ ଭାଷା, […]
ଭୁବନେଶ୍ୱର : ଆଜି ହେଉଛି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି। ଆଜିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଧରି ପିତୃପକ୍ଷ ପାଳନ କରାଯିବ। ଯେଉଁ ତିଥିରେ ଯାହାଙ୍କର ପିତୃପୁରୁଷ ମୃତ୍ୟୁବରଣ କରିଥାନ୍ତି, ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି। ତେଣୁ ପ୍ରତ୍ୟେକ ଗୃହସ୍ଥ ନିଜର ପିତୃ ପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି। ପିତୃପକ୍ଷରେ ପୁଅମାନଙ୍କ ହାତରୁ ପାଣି ଟିକେ ପାଇ ତୃପ୍ତ ହେବାକୁ ପିତୃପୁରୁଷ ଚାହିଁ ରହିଥାନ୍ତି। ଏହି ପିତୃପକ୍ଷରେ ତୀର୍ଥ ପୁଷ୍କରିଣୀରେ ତର୍ପଣ […]
ସମ୍ବଲପୁର (ସଂଜୟ ଜେନା) : ପୁରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ପରେ ସବୁ ଛକ ଓ ଟ୍ରାଫିକ୍ ପୋଷ୍ଟରେ ନିୟମ କଡ଼ାକଡ଼ି ଲାଗୁ ହୋଇଛି। ମୋଟା ରକମର ଫାଇନ୍ ମଧ୍ୟ ଆଦାୟ ହେଉଛି । ସ୍କୁଟି ଠାରୁ ନେଇ ଅଟୋ ଓ ଟ୍ରକ୍ ଚାଳକ ସମସ୍ତେ ଜରିମାନା ଜାଲରେ ପଡିଛନ୍ତି । ଏବେ ଆଉ ଏକ ଖବର ଆସିଛି ଏହି ଜରିମାନା ଆଦାୟକୁ ନେଇ। ଟ୍ରାଫିକ୍ ପରିବହନ ନିୟମ ଉଲ୍ଲଂଘନରେ କଟିଛି ସର୍ବାଧିକ ଚାଲାଣ। […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା) : ଗଞ୍ଜାମ ଜିଲ୍ଲା ଜୟଶ୍ରୀ କେମିକାଲ ରାସ୍ତାରେ ପୁଲିସ୍ ଏନକାଉଣ୍ଟରେ ଅପରାଧୀ ସୁଶାନ୍ତ ବେହେରା ଓରଫ୍ କୋକୋ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇଛି। କୋକୋର ଘର ବ୍ରହ୍ମପୁରର ଗୋଷାଣୀନୂଆଗାଁ ଅଞ୍ଚଳରେ। ପୁଲିସ୍ ତା’ଠାରୁ ଗୋଟିଏ ପିସ୍ତଲ, ଗୋଟିଏ ଗୁଳି ଓ ଗୋଟିଏ ବାଇକ୍ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜୟଶ୍ରୀ କେମିକାଲ ରାସ୍ତାରେ କୋକୋ ଓ ତାର ସହଯୋଗୀ ଥିବା ପୁଲିସ୍ […]
ବଣାଇ : ହିଂସ୍ର ହୋଇପଡ଼ିଥିଲେ ଗାଁ ଲୋକ! ହେଲେ ଅସହାୟ ଥିଲେ ବିଶା। ରାତିର ଅନ୍ଧକାରରେ ସବୁ ଦିଶୁଥିଲା ଜଳଜଳ। କିନ୍ତୁ ପ୍ରତିବାଦ କରିବାର ଚାରା ନ ଥିଲା ତାଙ୍କ ପାଖରେ। ହିଂସ୍ର ହାଇପଡିଥିବା ଗାଁ ଲୋକେ ପଶୁ ଭଳି ଝୁଣି ମାରିବାକୁ ବସିଥିଲ ସ୍ତ୍ରୀ ଗାଙ୍ଗୀ ଓ ଝିଅ ଶିବାନୀଙ୍କୁ। ଦେଖୁ ଦେଖୁ ସବୁ ସରିଗଲା। ବିଶାଙ୍କ ଆଖି ସାମ୍ନାର ଆଖି ମୁଦିଲେ ଝିଅ ଆଉ ସ୍ତ୍ରୀ। ଆଉ ଏହି ନୃସଂଶ କାଣ୍ଡର ମୁକ ସାକ୍ଷୀ […]
ବାଲେଶ୍ୱର : ୭ ଦିନର ଛୁଆକୁ ୨୦ ହଜାର ଟଙ୍କାରେ ବିକ୍ରି କରିଦେଲା ମାଆ। ଆଜି ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଟାଉନ୍ ଥାନା ଅଞ୍ଚଳରୁ ଆସିଛି। ନିଜର ଗରିବୀ ପାଇଁ ମାଆ ନିଜର ଛୁଆକୁ ବିକ୍ରି କରିଥିବା ଗଣମାଧ୍ୟମ ଆଗରେ ସ୍ୱୀକାର କରିଛି। ବାଲେଶ୍ୱର ଟାଉନ୍ ଦର୍ଘା ମଇଦାନରେ ରୁହନ୍ତି ପାପା(ଛଦ୍ମନାମ)। ତାଙ୍କ ପରିବାର କହିଲେ ପାପା, ତାଙ୍କ ସ୍ତ୍ରୀ ଓ ୭ ପିଲା। କାମ-ଦାମ କରି ଚଳନ୍ତି ପୂରା ପରିବାର। ୭ ଦିନ ତଳେ […]
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି କସରତ। ଅକ୍ଟୋବର ଶେଷ ଆଡ଼କୁ ଏଠାରେ ଉପନିର୍ବାଚନ ହେବ। ଏ ଚର୍ଚ୍ଚା ଭିତରେ ଏବେ ସବୁ ଦଳର ଫୋକସରେ ପଶ୍ଚିମ ଓଡ଼ିଶାର ଏହି ହାଇ ପ୍ରୋଫାଇଲ ଆସନ। ବିଜେଡିରୁ ପୂର୍ବତନ ବିଧାୟିକା ରୀତା ସାହୁ ଫ୍ରଣ୍ଟ ରନର ବୋଲି କୁହାଯାଉଛି। ଏପଟେ କଂଗ୍ରେସ ଓ ବିଜେପି ବି ବିଜେପୁର ବିଜୟ ଲାଗି କମରକଷା ଆରମ୍ଭ କରିଛନ୍ତି । କଂଗ୍ରେସର ଏକ କମିଟି ବିଜେପୁର ଯାଇ ତଥ୍ୟ ସଂଗ୍ରହ […]
ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର। ଭୁବନେଶ୍ୱରରେ ୪ଟି ଓ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ଆର୍ଟିଓ-୧, ଆରଟିଓ-୨ ବାଦ୍ ମୋଟ ୫ଟି ଅତିରିକ୍ତ କେନ୍ଦ୍ର ଖୁବ୍ ଶୀଘ୍ର ଖୋଲିବ। ଖୋଲିବାକୁ ଥିବା ଅତିରିକ୍ତ କେନ୍ଦ୍ରରେ କେବଳ ଲର୍ଣ୍ଣିଙ୍ଗ ଲାଇସେନ୍ସ ଦିଆଯିବ। ଭିଡ଼ ଦୃଷ୍ଟିରୁ ପ୍ରଥମେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଅତିରିକ୍ତ କେନ୍ଦ୍ର ଖୋଲିବ। ପରେ ଅନ୍ୟ ସହରରେ […]
ଭୁବନେଶ୍ୱର :ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ରାଜ୍ୟରେ ଏବେ ବି ବେଧଡ଼କ ଚାଲିଛି ଚିଟ୍ଫଣ୍ଡ କାରବାର। ସାହାରା କ୍ରେଡିଟ୍ କୋଅପରେଟିଭ ସୋସାଇଟି ଓ ତାର ଅନ୍ୟ ଦୁଇ ଶାଖା ଲୋକଙ୍କୁ ଠକୁଥିବା ନେଇ ଖୋଦ୍ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । ଏନେଇ କେନ୍ଦ୍ରର ଖୋଳତାଡ଼ ପରେ ସମବାୟ ବିଭାଗ ପକ୍ଷରୁ ୭ଟି ଜିଲ୍ଲାରୁ ତଥ୍ୟ ମାଗିଛନ୍ତି । ଏମିତିକି ବାରମ୍ବାର ଚିଠି ପରେ ବି ତଥ୍ୟ ଦେଉନଥିବା ୭ ଜିଲ୍ଲାର ସମବାୟ ଅଧିକାରୀଙ୍କ ଦରମା ବନ୍ଦ […]
ଭୁବନେଶ୍ୱର : ଆସୁଛି ପାର୍ବଣ। ତାପୂର୍ବରୁ ଟୁଇନ ସିଟି ସମେତ ରାଜ୍ୟବ୍ୟାପୀ ପୋଲିସ ରାଡାରରେ ଅପରାଧୀ। ଅପରେସନ୍ କ୍ଲିନ୍ ଜରିଆରେ ଅପରାଧିଙ୍କ ଅପରାଧ ପଞ୍ଜିକା ଖୋଲିବା ସହ ପୋଲିସ ତିଆରି କରିଛି ବ୍ଲୁ ପ୍ରିଣ୍ଟ। ଗତ ୧୫ ଦିନ ଭିତରେ ସାତ ସାତଟି ଏନକାଉଣ୍ଟର କରି ଆକ୍ସନ ମୋଡକୁ ଆସିଛି ପୋଲିସ । ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରି ଆଗକୁ ଅପରେସନକୁ ଜୋରଦାର କରାଯିବ ବୋଲି ଡିଜିପି କହିଛନ୍ତି । ଟୁଇନସିଟି ସମେତ ରାଜ୍ୟରେ ସକ୍ରିୟ ଥିବା […]
ପୁରୀ : ଅମାପ ଧନ ସମ୍ପତ୍ତିର ମାଲିକ ତଥା କୋଟି ଓଡିଆଙ୍କ ପ୍ରାଣ ପ୍ରଭୁ ଜଗନ୍ନାଥଙ୍କୁ ପିତ୍ତଳ ଥାଳିରେ ଲାଗି ହେଉଛି କୋଠ ଭୋଗ । ଏକଥା ଶୁଣି କ୍ଷୁବ୍ଧ ହୋଇଛନ୍ତି ଭକ୍ତ ଓ ଗବେଷକ। ରତ୍ନଭଣ୍ଡାରରେ ସୁନା ଓ ରୂପା ଥାଳି ରହିଥିବା କୁହାଯାଉଥିଲେ ବି କାହିଁକି ସାମାନ୍ୟ ପିତ୍ତଳ ଥାଳିରେ ଦିଆଯାଉଛି ନୈବେଦ୍ୟ ତାକୁ ନେଇ ସୃଷ୍ଟି ହୋଇଛି ଶଙ୍କା ଓ ସନ୍ଦେହ। ରତ୍ନଭଣ୍ଡାରରେ ମହଣ ମହଣ ଧନରତ୍ନ ଥାଇ ସାମାନ୍ୟ ପିତ୍ତଳ ଥାଳିରେ […]