ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହଣାକଟା। ୨ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ମାରଣାସ୍ତ୍ରରେ ଛାତ୍ରଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ ଛାତ୍ର ଜଣକ ଗୁରୁତର ହୋଇ ପଡିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ MKCGକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଫଉଲିସ ପହଞ୍ଚି ୨ ଛାତ୍ରଙ୍କୁ ଥାନାରେ ଅଟକ ରଖିଛି। ପୂର୍ବରୁ ୨ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା।
ଢେଙ୍କାନାଳ (ରାଜଶ୍ରୀ ଶତପଥୀ ) : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲଙ୍କାକାଣ୍ଡ। ଜିଲ୍ଲାପାଳ ଓକିଲଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଭଙ୍ଗାରୁଜା ସହ ଉତ୍ତେଜନା ଦେଖାଦେଇଛି। ଅତିରିକ୍ତ ଜିଲ୍ଲାପାଳଙ୍କୁ ଓକିଲମାନେ ଠେଲାପେଲା କରିଥିବା ସୂଚନା ମିଳିଛି। ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଘଟଣାକୁ ନେଇ ତାତିଥିଲେ ଓକିଲ। ସଂଘବଦ୍ଧ ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଘେରାଉ କରିଥିଲେ। ସୂଚନା ମୁତାବକ, ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ମାମଲା ବିଚାର ହେବାର ଥିଲା। ଓକିଲମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ […]
ପଟ୍ଟାମୁଣ୍ଡାଇ : ପୁଲିସ ହେପାଜତରେ ମୃତ୍ୟୁ ଆଶଙ୍କାକୁ ନେଇ ଉତ୍ତେଜନା । ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ। ଅରଡପଲ୍ଲୀ ଗାଁର ଜଣେ ବ୍ୟକ୍ତିଙ୍କୁ ପୁଲିସ ପିଟିପିଟି ମାରିଦେଇଥିବା ଆଶଙ୍କା କରିଛନ୍ତି ପରିବାର ଲୋକେ। ତାସହ ଗ୍ରାମବାସୀଙ୍କ ସହ ମିଶି ପଟ୍ଟାମୁଣ୍ଡାଇ ଥାନା ଘେରାଉ କରିଛନ୍ତି। ସୁଶାନ୍ତ ବେହେରା ଓରଫ୍ ମଙ୍ଗୁଳିକୁ ପୁଲିସ ଚୋରାମଦ କାରବାର ଅଭିଯୋଗରେ ଧରି ଆଣିଥିଲା। ତାପରଠୁ କୌଣସି ଖୋଜ ଖବର ମିଳୁନି ମଙ୍ଗୁଳିର। ପୁଲିସର କହିବା କଥା, ଅସୁସ୍ଥ ହେବାରୁ […]
ଭୁବନେଶ୍ୱର : ଏଣିକି କେବଳ ଗରିବ ପରିବାରର ନୁହେଁ, ସବୁ ବର୍ଗର ପିଲାଙ୍କୁ ସ୍କୁଲରେ ମିଳିବ ଜୋତା ଓ ଡ୍ରେସ୍। ସବୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ସହ ଜୋତା ପ୍ରଦାନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ବିପିଏଲ୍ ପରିବାରର ପିଲାଙ୍କୁ ଜୋତା ଓ ଡ୍ରେସ୍ ମିଳୁଥିଲା। ହେଲେ ଏଣିକି ସବୁ ସରକାରୀ ସ୍କୁଲ୍ ପିଲାଙ୍କୁ ଜୋତା ଓ ଡ୍ରେସ୍ ସହ […]
ଭୁବନେଶ୍ୱର : ଜେଲ ଅନ୍ତେବାସୀ ହେବେ ରେଡ଼ିଓ ଜକି (ଆର୍ଜେ)। ସ୍ୱତନ୍ତ୍ର ଷ୍ଟୁଡିଓରୁ କହିବେ ମନର କଥା ଓ ନିଜ ପଶ୍ଚାତାପର କାହାଣୀ। ଏପରିକି ଗୀତ, ଭଜନ, ଜୀବନଧର୍ମୀ ଆଲୋଚନା ଓ ମନୋରଞ୍ଜନ ପରି ସବୁ ଶୁଣିବାକୁ ମିଳିବ। ଠିକ୍ ଯେମିତି ବଲିଉଡ୍ର ଫିଲ୍ମ “ଲଗେ ରହୋ ମୁନ୍ନାଭାଇ”ର ଅଭିନେତା ସଂଜୟ ଦତ୍ତଙ୍କ ଜେଲ୍ ଜୀବନର ଆର୍ଜେ ଭଳି। ପୁନେ ଏରଓ୍ୱାଡ଼ା ସେଣ୍ଟ୍ରାଲ୍ ଜେଲ୍ରେ ବନ୍ଦୀ ଜୀବନ ବିତାଉଥିବା ବେଳେ ସଂଜୟ ଯେଉଁଭଳି ଆର୍ଜେ ସାଜି କଏଦୀଙ୍କ […]
କେନ୍ଦୁଝର (ପ୍ରଣୟ ପାଣି): ସହରାଇ ଓରାମ୍ । ଆଜି ଯେମିତି ଏ ନାଁ ଅଜଣାଅଶୁଣା। ଦିନେ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ରାଜ୍ୟ ଶାସନରେ ତାଙ୍କର ଥିଲା ଅଖଣ୍ଡ ପତିଆରା। ତିନି ତିନି ଥରର କ୍ୟାବିନେଟ୍ ମନ୍ତ୍ରୀ, ୫ ଥରର ବିଧାୟକ ଥିଲେ । ହେଲେ ଆଜି ସେ ନିଃସ୍ୱ। ୧୦ ବର୍ଷ ଧରି ଶଯ୍ୟାଶାୟୀ। ସ୍ଥିତି ଏମିତି ଯେ ଔଷଧ କିଣିବାକୁ ବି ସାମର୍ଥ୍ୟ ନାହିଁ। ଏକଦା କେନ୍ଦୁଝରରେ ଜନତା ଦଳର ମୂଳଦୁଆ ପକାଇଥିଲେ ଏବଂ […]
ଫୁଲବାଣୀ (ତ୍ରିନାଥ ସାହୁ) : ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଓ ୫୦,୦୦୦ ଟଙ୍କା ଜୋରିମାନା ହୋଇଛି। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ନାବାଳିକା ଦୁଷ୍କର୍ମ ମାମଲାକୁ ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପକ୍ସୋକୋର୍ଟ ଉପରୋକ୍ତ ରାୟ ଶୁଣାଇଛନ୍ତି। ୨୦୧୫ ମସିହାର ଘଟଣା। ରାତିରେ ନାବାଳିକା ଜଣକ ପାଖ ନାଳକୁ ଶୌଚ ପାଇଁ ଯାଇଥିଲା। ଏହି ସମୟରେ ଦଶରଥ ସେଠୀ ଓ ଅନ୍ୟ ଜଣେ ତାକୁ […]
ବାଙ୍କୀ (ସଞ୍ଜିବ କୁମାର ନାୟକ) : ଭାଇ ଭଉଣୀ ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ଯେଉଁ ଭଉଣୀ ନିଜର ସୁରକ୍ଷା ପାଇଁ ରକ୍ଷା ବନ୍ଧନରେ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲେ, ସିଏ ସାଜିଲା ଯୌନ ରାକ୍ଷସ। ଦାଦା ଓ ଖୁଡ଼ିଙ୍କ ଅନୁପସ୍ଥିତିରେ ସାନ ଭଉଣୀକୁ ବଡ଼ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏବେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅଟି ୭ ମାସର ଗର୍ଭବତୀ। ଏପରି ଅଭିଯୋଗ କଟକ ଜିଲ୍ଲା ବୈଦେଶ୍ୱର ଥାନା ଅଞ୍ଚଳରୁ ଆସିଛି। ଅଷ୍ଟମ […]
ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ ବେଳେ ବାଲିପାଟଣା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଖାଁ ଖାଁ। ଆଜି ସକାଳ ୧୦ଟା ୪୦ ମିନିଟରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ। କେବଳ ୨ଜଣ କର୍ମଚାରୀଙ୍କୁ ଛାଡ଼ିଦେଲେ ଅଫିସରେ କୌଣସି ଅଧିକାରୀ ଉପସ୍ଥିତ ନଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ। ଅନୁପସ୍ଥିତ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ ଦିନକର ଦରମା କାଟ ନିର୍ଦ୍ଦେଶ ଦିଆଯାଇଛି। […]
କଟକ : ଜଗତସିଂହପୁର ନର୍ସ ନିହାରିକା ପାତ୍ର ହତ୍ୟା ଘଟଣାରେ ମିଳିଛି ନୂଆ ସୁରାକ୍। ହତ୍ୟା ପଛରେ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ୍ ରାଜାର ହାତ ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ଏହି ଘଟଣାରେ କିଶୋରର ବାପା, ଭାଇ ଓ ୪ ଜଣ ସାଙ୍ଗଙ୍କୁ ବିରିଡ଼ି ଥାନାରେ ପଚରା ଉଚରା କରୁଛି ପୁଲିସ। ଅନ୍ୟପଟେ ମୃତ ନିହାରିକାଙ୍କ ଭିଣୋଇ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ କିଶୋର ଚନ୍ଦ୍ର ଅଞ୍ଚଳ ହିଁ ହତ୍ୟାକାରୀ। ନିହାରିକା ନିଖୋଜ ପରେ […]
ଝାରସୁଗୁଡ଼ା(ଭାଗିରଥୀ ସାହୁ) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ। ଏହି ଅବସରରେ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ‘ସେବା ସପ୍ତାହ’ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଝାରସୁଗୁଡ଼ା ରେଳ ଷ୍ଟେସନରେ ପହଞ୍ଚି ଷ୍ଟେସନ ପରିସରକୁ ଝାଡ଼ୁ ମାରିଥିଲେ। ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲା ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ଝାରସୁଗୁଡ଼ା ବିଜେପିର ବହୁ ଦଳୀୟ କର୍ମୀ […]
ବିନିକା (ଦିଲୀପ କୁମାର ସାହୁ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଏସ୍. ରାମପୁର ଗାଁରେ ଦେଖା ଦେଇଛି ଜଣ୍ଡିସ ଆତଙ୍କ। ଗାଁର ଆଠଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରାନ୍ତ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ତିନି ଜଣ ଏସ୍. ରାମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଅନ୍ୟମାନେ ଘରେ ଚିକିତ୍ସିତ ହେଉଛନ୍ତି। ଏସ୍, […]
ମାଲକାନଗିରି(ଜିତେନ୍ଦ୍ର ବେଉରା): କୁହାଯାଏ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଇଶ୍ୱର । ଯିଏ ନିଜର ସେବା ଦ୍ୱାରା ମଣିଷଙ୍କୁ ନୂଆ ଜୀବନ ଦେଇଥା’ନ୍ତି। ଏମିତି ଏକ ଘଟଣା ସାମନାକୁ ଆସିଛି। ମାଲକାନଗିରି ଜିଲ୍ଲା ଖଇରୀପୁଟ ବ୍ଲକ ନୂଆଗୁଡ଼ାରେ ଡାକ୍ତରଙ୍କ ମହନୀୟତା ଦେଖିବାକୁ ମିଳିଛି। ଯାହାକୁ ଜାଣିଲେ ଆପଣ କହିବେ ଡାକ୍ତର ହେବତ ଏମିତି। ଖରାପ ରାସ୍ତା ଯୋଗୁଁ ଜଣେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ଓ ଡାକ୍ତର କାନ୍ଧରେ ବୋହି ବୋହି ୫ କିଲୋମିଟର ଯାଏ ନେଇଥିଲେ। ଗତକାଲି […]
କେନ୍ଦୁଝର ( ପ୍ରଣୟ ପାଣି) : ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏ ଗୁରୁତର ଅଭିଯୋଗ। ସୂଚନା ମୁତାବକ ,ସୋମବାର ରାତିରେ ସହର ଉପକଣ୍ଠ ନରଣପୁରରୁ ଜଣେ ରୋଗୀ ରକ୍ତଚାପ ଜନିତ ରୋଗରେ ପ୍ରଭାବିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ରାତିରେ ସାଲାଇନ ଲଗାଯାଇଥିଲା। ତେବେ ଆଜି ଭୋରରୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। ଚିକିତ୍ସା ଲାଗି ଆଟେଣ୍ଡାଣ୍ଟଙ୍କୁ ଡାକିବାରୁ ସେ ସହଯୋଗ କରିନଥିବା ଅଭିଯୋଗ କରିଛନ୍ତି […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ବାଲିମେଳା ଜଳଭଣ୍ଡାରରେ ଏକ ଡଙ୍ଗା ଓଲଟିବା ଘଟଣାରେ ନିଖୋଜ ୩ଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତୋଟାଗୁଡ଼ା ନିକଟରୁ ସମସ୍ତ ୩ଟି ଯାକ ମୃତଦେହ ଗତକାଲି ଉଦ୍ଧାର ହେବା ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଗତ ଶୁକ୍ରବାର ଏହି ଅଘଟଣ ଘଟିଥିଲା । ଗତ ଶୁକ୍ରବାର ବାଲିମେଳା ଜଳ ଭଣ୍ଡାର ଦେଇ ୫ ଜଣ ନାକାମାମୁଡିରୁ ଦେଶୀ ଡଙ୍ଗାରେ ତୋଟାଗୁଡ଼ା ଯାଉଥିଲେ। ଆମ୍ବିଳିବେଢା ନିକଟରେ ପ୍ରବଳ ବର୍ଷା […]
ଭଦ୍ରକ : ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ପାଇଛି। ଆଜି ସକାଳୁ ପୁରୁଣା ବଜାରରେ ସ୍ୱାଭାବିକ ସ୍ଥିତି ଦେଖିବାକୁ ମିଳିଛି। ବୁଢ଼ା ଗଣେଶ ଓ ଟୋକା ଗଣେଶ ଭସାଣ ଥିବାରୁ ପୁଲିସ ମୁତୟନ ଅଛନ୍ତି। ଦାୟିତ୍ୱରେ ଅବହେଳା ପାଇଁ ପୁରୁଣା ବଜାର ଥାନା IIC ପ୍ରଜ୍ଞା ମହାନ୍ତିଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରି ଦିଆଯାଇଛି। ତାଙ୍କ ସ୍ଥାନରେ ବାସୁଦେବପୁର ଆଇଆଇସି ରତିକାନ୍ତ ଗିରିଙ୍କୁ ଏଠାରେ ନିଯୁକ୍ତ କରାଯାଇଛି। ଉତ୍ତରାଞ୍ଚଳ ଆଇଜି ଦୀପ୍ତେଶ […]
ଅନୁଗୋଳ/ ପାରାଦୀପ : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ। କଳସ ବୁଡ଼ା ଶୋଭାଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପୂଜାକୁ ସୁରୁଖୁରରେ ସଂପନ୍ନ ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଡିଜାଇନ୍ ତୋରଣ ଏବଂ ରଙ୍ଗୀନ୍ ଆଲୋକମାଳାରେ ସୁସଜ୍ଜିତ ହୋଇଛି ପୂଜା ପେଣ୍ଡାଲ । ଅନୁଗୋଳ, ରାଉରକେଲା ଏବଂ ବନ୍ଦର ନଗରୀ ପାରାଦୀପରେ ଧୁମାଧାମରେ ପାଳନ ହେଉଛି […]
ଭୁବନେଶ୍ୱର : ଆସନ୍ତାମାସ ୨ତାରିଖ ବା ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ଫାଇଭ୍-ଟି ଅନ୍ତର୍ଗତ ‘ମୋ ସରକାର’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ‘ମୋ ସରକାର’ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଫିସ୍ ଓକାକ୍ ଟାୱାରରେ ହେବ। ପ୍ରଥମ ପର୍ଯ୍ୟାୟରେ ‘ମୋ ସରକାର’ କାର୍ଯ୍ୟକ୍ରମରେ ଥାନା ଓ ଡାକ୍ତରଖାନାକୁ ସାମିଲ କରାଯାଇ ଥିବାବେଳେ ଏହାର କଣ୍ଟ୍ରୋଲରୁମ୍ ଓକାକ୍ ଟାୱାରରେ ରହିବ। ଟେକ୍ନୋଲୋଜି ମାଧ୍ୟମରେ […]
ଭୁବନେଶ୍ୱର : ବର୍ଷ ବର୍ଷ ଧରି ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୧୯ ଲକ୍ଷ ହିତାଧିକାରୀ ବେଆଇନ ଭାବେ ନେଉଥିଲେ ଚାଉଳ। ରାସନକାର୍ଡ- ଆଧାର ଲିଙ୍କ୍ ପରେ ଏହି ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି। ସେପଟେ ନିରାଶ୍ରୟ, ବୃଦ୍ଧ ଅକର୍ମଣ୍ୟଙ୍କୁ ଚିହ୍ନଟ କରି ଚାଉଳ ଯୋଗାଣ ଜାରି ରଖିବାକୁ ମାର୍କେଟ ଇଣ୍ଟେଲିଜେନ୍ସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟେ ଆଧାର ଲିଙ୍କ ପରେ ରାଜ୍ୟ ସରକାର ନିଜ ସ୍କିମ୍ରେ ପ୍ରାୟ ୯-୧୦ ଲକ୍ଷ ହିତାଧିକାରିଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା […]
ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଗିରଫ ହେଲେଣି ୪୨୬ ମଦୁଆ ଚାଳକ। ବିଭିନ୍ନ ସମୟରେ ମଦ ପିଇ ଗାଡ଼ି ଚଳାଉଥିବା ବେଳେ ଏମାନଙ୍କୁ ଗିରଫ କରିଛି ପୁଲିସ। ଏ ସମ୍ପର୍କରେ ପୁଲିସ ଡିଜିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରୁ ମଦ ପିଇ ଗାଡ଼ି ଚଳାଉଥିବା ଅବସ୍ଥାରେ ୧୪୧ ଜଣ ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୬, ଯାଜପୁରରେ ୨୦ ଓ ସମ୍ବଲପୁରରୁ ୧୮ […]
ଭୁବନେଶ୍ୱର : ବେଆଇନ ଭାବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୫ ଜଣ ସାଂସଦଙ୍କ ସମେତ ମୋଟ ୨୬ ଜଣ ନେତାଙ୍କୁ ବିଧାନସଭା ପକ୍ଷରୁ ପୁଣିଥରେ ନୋଟିସ୍ ଜାରି ହୋଇଛି। ୩ ମାସ ମଧ୍ୟରେ ଦ୍ୱିତୀୟ ଥର ନିମନ୍ତେ ବିଧାନସଭା ପକ୍ଷରୁ ଏହି ନୋଟିସ୍ କରାଯାଇଥିବାବେଳେ ସମ୍ପୃକ୍ତ କ୍ୱାର୍ଟରଗୁଡ଼ିକୁ ବିଦ୍ୟୁତ୍ ଓ ପାଣି ସଂଯୋଗ ତୁରନ୍ତ ଛିନ୍ନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକମାନଙ୍କ ବାସଗୃହ ଅଭାବ ଦୂର ପାଇଁ ବହୁତଳ […]
କଟକ : ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍ । ବାରଙ୍ଗ ନିକଟରେ ଚେକିଂ ବେଳେ କଟକ ଆର୍ଟିଓ ପକ୍ଷରୁ ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍ କରାଯାଇଛି। ବିନା ନମ୍ବର ପ୍ଲେଟରେ ଗାଡ଼ି ଚଳାଉଥିବାରୁ ଏହି ଫାଇନ କରିଛନ୍ତି କଟକ ଆଞ୍ଚଳିକ ପରିବହନ ଅଧିକାରୀ। ଗତ ୨୮ ତାରିଖରେ ଭୁବନେଶ୍ୱରରୁ ଏହି ଆକ୍ଟିଭା କିଣିଥିଲେ କବିତା ପଣ୍ଡା। ତେବେ ବିନା ରେଜିଷ୍ଟ୍ରେସନରେ ସଂପୃକ୍ତ ସୋରୁମ ଗାଡ଼ି ବିକିଥିବା ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ […]
ତେଲକୋଇ( ଚିନ୍ମୟ ସାହୁ) : ଡାକ୍ତର ନୁହେଁ, ବରଂ ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ଚିକିତ୍ସା। କେବଳ ବଡ଼ ଲୋକ ନୁହନ୍ତି, ଛୋଟ ଶିଶୁଙ୍କୁ ମଧ୍ୟ କରାଯାଉଛି ଚିକିତ୍ସା। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଜଗମୋହନପୁର ଅଂଚଳରେ ଏଭଳି ଦୃଶ୍ୟ ସାମନାକୁ ଆସିଛି। ସମ୍ମୁଖରେ ଔଷଧ ଦୋକାନ କିନ୍ତୁ ପଛରେ କ୍ଲିନିକ୍ ଏବଂ ଚିକିତ୍ସା କରୁଛନ୍ତି ଔଷଧ ଦୋକାନୀ। କେବଳ ଏହି ଗୋଟିଏ ଦୋକାନ ନୁହେଁ, ବଜାରରେ ଥିବା ପ୍ରାୟ ସବୁ ଔଷଧ ଦୋକାନରେ ଦେଖିବାକୁ ମିଳେ […]
ଭୁବନେଶ୍ୱର : ବିଜେଡି ଭିତରେ ଦୀର୍ଘଦିନ କୁହୁଳୁଥିବା ଅନ୍ତଃକନ୍ଦଳ ଦିନକୁ ଦିନ ଆହୁରି ତୀବ୍ର ହେବାରେ ଲାଗିଛି। ନିର୍ବାଚନ ପରେ ପୁଣି ଜଣେ ବିଜେଡିର ହେବିୱେଟ ନେତା ନିଜ ଅସନ୍ତୋଷ ଝାଡ଼ିଛନ୍ତି। ଏଥର ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। କ୍ୱାର୍ଟର ଛାଡ଼ିବା ନୋଟିସକୁ ନେଇ ନିଜ ଦଳ ବିରୋଧରେ ବିଷ ଓଗାଳିଛନ୍ତି ଦେବାଶିଷ। ସେ କହିଛନ୍ତି ଯେ, କ୍ୱାର୍ଟର ଛାଡ଼ିବା ନେଇ ନୋଟିସ କରିବା ଶୋଭନୀୟ ନୁହେଁ । ନୋଟିସ ପଠାଇବା, କେସ୍ କରିବା […]
ଭୁବନେଶ୍ୱର : ଆରଟିଓ ଅଫିସ୍ରେ ଦଲାଲ ରାଜ୍ ନେଇ ଖୁଲାସା ହେବା ପରେ ନିଜର ମତ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗାଡ଼ିର କାଗଜପତ୍ର ପାଇଁ ଆରଟିଓ ଅଫିସ୍ରେ ଦଲାଲି ଚାଲିଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦଲାଲିଗିରି ବହୁ ଦିନରୁ ଚାଲିଛି। ଆମେ ଦଲାଲିଗିରି ହଟାଇବାକୁ ଚେଷ୍ଟା କରୁଛୁ। ଦଲାଲମାନଙ୍କ ଠାରୁ କିଛି କାମ ଗ୍ରହଣ ନକରିବାକୁ RTOଙ୍କୁ କହିଛୁ। ସିଧାସଳଖ ଲୋକଙ୍କ କାମ କରନ୍ତୁ, ଦଲାଲଙ୍କ କାମ କରନ୍ତୁନି ବୋଲି […]