କଟକ : କଟକର ସମ୍ମୁ ବିଓ୍ୱି । ପରିବାର ପ୍ରତିପୋଷଣ କରି ସ୍ୱାବଲମ୍ବୀ ହେବା ସହ ସମାଜ ପାଇଁ ପାଲଟିଛନ୍ତି ଉଦାହରଣ । କେବଳ ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ତା ନୁହଁ, ଅନ୍ୟ ଦୁଇଜଣଙ୍କୁ ରୋଜଗାରର ରାସ୍ତା ମଧ୍ୟ ଦେଖାଇଛନ୍ତି। ଦୃଢ ଇଚ୍ଛାଶକ୍ତି ବଳରେ ପାଇଛନ୍ତି ବଞ୍ଚିବାର ରାହା । କାର ଧୋଉଥିବା ଏହି ମହିଳା ଜଣକ ହେଉଛନ୍ତି କଟକର ସମ୍ମୁ ବିଓ୍ୱି। ରାଣୀହାଟ ତାଳଦଣ୍ଡା କେନାଲ କଡ଼ରେ ନିଜର ଏକ ସର୍ଭିସ ସେଣ୍ଟର କରି ଦୀର୍ଘ […]
ଉଦଳା( ମାନସ ପାଣି) : ପ୍ରିନ୍ସିପାଲଙ୍କ ଚ୍ୟାମ୍ବର୍ ପାଲଟିଲା ରେସ୍ଲିଂ ରିଙ୍ଗ୍। ଆକାଉଣ୍ଟାଣ୍ଟ୍ ଓ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କ, ହାତାହାତି ଓ ଠେଲାପେଲାରୁ କଥା ପୁରାପୁରି ମାରପିଟ୍ ଯାଏଁ ଗଲା । ଶେଷରେ ପ୍ରିନ୍ସିପାଲ୍ ବି ଏଥିରେ ସାମିଲ ହୋଇ ଛାତ୍ରଙ୍କ ମୋବାଇଲ୍ ଛଡ଼ାଇ ଆଣି ତଳେ ଫୋପାଡ଼ି ଭାଙ୍ଗି ପକାଇଲେ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ ପୁରୁଣା କଟକ ଡ଼ିଗ୍ରୀ କଲେଜର ପ୍ରିନ୍ସିପାଲଙ୍କ ଚ୍ୟାମ୍ବର୍ରେ ଗତକାଲି ଘଟିଥିବା ଏ ତମାମ୍ ଘଟଣାର ଦୃଶ୍ୟ କଏଦ ହୋଇଛି […]
ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାର ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତ ସାମଗ୍ରୀକୁ ହ୍ୟାଣ୍ଡଲୁମ୍ ମାର୍କ ମିଳିଛି। ଏହା ଫଳରେ ଜେଲର ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ସାମଗ୍ରୀକୁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହୋଇପାରିବ। ପୂର୍ବରୁ ଜେଲ ପରିସରରେ ଜେଲ ଅନ୍ତେବାସୀଙ୍କ ନିର୍ମିତ ସାମଗ୍ରୀ ବିକ୍ରି ହେଉଥିବା ବେଳେ ଏବେ ଏହାର ବଜାର ଆହୁରି ବ୍ୟାପକ ହେବ। ଓରମାସ ସହାୟତାରେ ଏହାକୁ ବାହାରକୁ ପଠାଯିବ। ଏହାଦ୍ୱାରା ଅନ୍ତେବାସୀ ମାନେ କିଛି ଅର୍ଥ ରୋଜଗାର କରିବା ସହ […]
ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରିବ। ଏଥିଲାଗି ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରାଣପଣେ ଲାଗି ପଡ଼ିଛନ୍ତି। ଆଜି ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲି ଏନଏସି ଅଞ୍ଚଳରେ ପ୍ରଚାର କରିବେ। ତାଙ୍କ ସହ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ପ୍ରଚାରରେ ସାମିଲ ହେବେ। ବିଜେପି ପ୍ରାର୍ଥୀ ସନତ ଗଡତିଆ ଗାଇସିଲେଟ ବ୍ଲକର ବିଭିନ୍ନ […]
କଟକ : କଟକ ଜଗତପୁର ଥାନା ତ୍ରିଲୋଚନପୁର ମହାଜନପୁର ଗାଁରେ ବେଆଇନ ବାଣ କାରଖାନା ଉପରେ ପୁଲିସ ଚଢ଼ଉ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ବାଣ ଜବତ ହୋଇଛି। ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ସହ ବିସ୍ଫୋରକ ଜବତ ହୋଇଛି। ଥାନାରେ ୮ ବେପାରୀଙ୍କୁ ଅଟକ ରଖିଛି ପୁଲିସ୍। ବେଆଇନ ବାଣ କାରଖାନା ସମ୍ପର୍କରେ ସୂଚନା ପାଇବା ୪ ପ୍ଲାଟୁନ୍ ଫୋର୍ସ ସହ ୧୦ ଅଫିସର ରାତି ଅଧରେ ଚଢ଼ଉ କରିଥିଲେ।
ଭୁବନେଶ୍ୱର : ଆସନ୍ତାବର୍ଷ ୨୦୨୦ ଅକ୍ଟୋବର ୨ ସୁଦ୍ଧା ରାଜ୍ୟରେ ପ୍ଲାଷ୍ଟିକ ପୂରା ବ୍ୟାନ୍ ହେବ। ବର୍ତ୍ତମାନ ରାଜ୍ୟର ସବୁ ପୌରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ୍ କରାଯାଇଛି। ହେଲେ ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର କମ୍ କରାଯିବା ସହ ଉପଯୁକ୍ତ ଡିସ୍ପୋଜ ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ ଜିଲ୍ଲାରେ ପ୍ଲାଷ୍ଟିକ ୱେଷ୍ଟ ପ୍ରୋସେସିଂ ସେଣ୍ଟର ନିର୍ମାଣ କରାଯିବ। ଏଥିସହ ପ୍ଲାଷ୍ଟିକ ଉତ୍ପାଦନ ବନ୍ଦ […]
ମାଲକାନଗିରି : ଓଟିଭି ପ୍ରଭାବ। ୧୩ବର୍ଷ ଧରି ଶଯ୍ୟାଶାୟୀ ହୋଇ ପଡିରହିବା ଏବଂ ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଘଟଣାରେ ପଦକ୍ଷେପ। ଓଟିଭିରେ ଏହି ଖବର ପ୍ରସାରଣ ହେବା ପରେ ଆଜି ଏକ ଡାକ୍ତରୀ ଟିମ୍ ସର୍ଗିଗୁଡ଼ା ଯାଇ ଚମ୍ପା କାଲାକୁରାଙ୍କୁ ମାଲକାନଗିରି ସଦର ଡାକ୍ତରଖାନାକୁ ନେଇଛନ୍ତି। ସେଠାରେ ଚମ୍ପାଙ୍କ ଅଧିକ ଚିକିତ୍ସା କରାଯିବ। ପରିବାର ଲୋକଙ୍କ କହିବା ଅନୁସାରେ, ୨୦୦୬ ମସିହାରେ ସପ୍ତମ ଶ୍ରେଣୀ ପାଠ ପଢୁଥିବାବେଳେ ହଠାତ ଚମ୍ପାଙ୍କ ଗୋଡହାତ ଝିମା […]
ରାଉରକେଲା : ଟିକଟକ୍ ଭିଡିଓ ନିଶାରେ ଆହତ ହେବା ପରେ ବି ଛାଡୁନି ଟିକଟକ୍ ଭିଡିଓ ମୋହ। ଗୁରୁତର ଆହତ ହୋଇ ହସ୍ପିଟାଲରେ ଆଡମିଶନ୍ ହେବା ପରେ ମେଡିକାଲ ବେଡ୍ରେ ବି ସୁଟିଂ କଲେ ଟିକ୍ଟକ୍ ଭିଡିଓ। ସୋଶାଲ୍ ମିଡିଆରେ ଭାଇରାଲ୍ ପରେ ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି ରାଉରକେଲା ଗୋଲଘର ଅଞ୍ଚଳର ଅଲିନ୍ ଗୋଚ୍ଛାୟତ୍। କିଛି ଦିନ ତଳେ ଟିକ୍ଟକ୍ରେ ଭିଡିଓ ପାଇଁ ସେ ଛାତରୁ ଖସି ଆହତ ହୋଇଥିଲେ। ଏକ ପରିତ୍ୟକ୍ତ ଘରର ଛାତ […]
ସୋନପୁର(ରବୀନ୍ଦ୍ର ହୋତା): ବାରହା ଫାଶରେ ଫସି ପ୍ରାଣ ହରାଇଲେ ବାପ-ପୁଅ। ଅନ୍ୟଜଣେ ପୁଅ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ପିତାମହୁଲ ଗାଁରେ। ସୁବର୍ଣ୍ଣପୁର ଥାନା ସୁବଳୟା ଥାନା ପିତାମହୁଲ ବାଉରିଜୋର ଜଙ୍ଗଲକୁ ଗତକାଲି ରାତିରେ ନିଜ ଦୁଇ ପୁଅ ସହ ଯାଇଥିଲେ ୫୫ ବର୍ଷୀୟ ସହଦେବ ସାହୁ। ତେବେ ସେଠାରେ ବାର୍ହା ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସିବାରୁ ଘଟଣା ସ୍ଥଳରେ ବାପ ସହଦେବ ଓ ପୁଅ ଦେବାନନ୍ଦଙ୍କ(୩୧) ମୃତ୍ୟୁ […]
ସମ୍ବଲପୁର : ସମ୍ବଲପୁର ଭୀମସାରରେ ଅଗ୍ନିକାଣ୍ଡ। କାର୍ଡିଓଲୋଜି ବିଭାଗ ପାଖରେ ଥିବା ଜେନେରେଟର ରୁମ୍ରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ। ସୁରକ୍ଷା କର୍ମୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଜେନେରେଟର ଖରାପ ହୋଇଯାଇଥିବାରୁ ମେଡିକାଲର ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରାଂଶ ଚାଲୁ କରିବାରେ ବାଧା ସୃଷ୍ଟି ହୋଇଛି। ଏଥିସହ ମେଡିକାଲ ଏକପ୍ରକାର ଅନ୍ଧାରରେ ରହିଛି।
ବାଲେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ତେବେ ତାଙ୍କ ବାସଭବନ ସମେତ ୭ଟି ଜାଗାରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି । ବାଲେଶ୍ୱର ଜିଲ୍ଲାର ଶରିଷା ଗାଁ, ଶ୍ୱଶୁର ଓ ପୈତୃକଘର ସମେତ ଭୁବନେଶ୍ୱରରେ ଥିବା ତାଙ୍କର ଏକ ଫ୍ଲାଟ୍ରେ ମଧ୍ୟ ଚଢ଼ଉ ହୋଇଛି।
ମୋହନା(ମିହିର ଜତି): ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ବଡ଼ବଦା ଗାଁ ନିକଟରେ ଥିବା ଘାଟିରେ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ଭୋର୍ରେ ଏହି ଦୁର୍ଘଟଣା ଘଟିଛି। ‘ଇସ୍ପାତ’ ନାମକ ଏକ ବସ୍ କଟକରୁ ପାରଳାଖେମୁଣ୍ଡି ଆସୁଥିବା ବେଳେ ବଡ଼ପଦା ଘାଟିରେ ଭାରସାମ୍ୟ ହରାଇ ରାସ୍ତାର ବାମପଟକୁ […]
ବରଗଡ଼(ଦୀପକ ଶର୍ମା): ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ସରିବ। ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛନ୍ତି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଗାଇସିଲଟ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। ଗତକାଲି ମୁଖ୍ୟମନ୍ତ୍ରୀ ବିଜେପୁର ଓ ବରପାଲି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚାର କରି ବରଗଡ଼ରେ ରାତ୍ରିଯାପନ କରିଥିଲେ। ବିଜେପି ପକ୍ଷରୁ ଆଜି […]
ଖୋର୍ଦ୍ଧା : ସାବାଡ଼ ହେଉଛନ୍ତି ଦୁର୍ନୀତିଖୋର୍ ସରକାରୀ ଅଧିକାରୀ। ନିଜ ନାଁରେ ୨ଟି ଭିଜିଲାନ୍ସ ମାମଲା ଥିବାରୁ ଖୋର୍ଦ୍ଧା SPଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ SI ବନମାଳୀ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଚାକିରି ଆହୁରି ୪ ବର୍ଷ ବାକି ଥିବା ସତ୍ତ୍ୱେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଖୋର୍ଦ୍ଧା ଏସ୍ପି ସୂଚନା ଦେଇଛନ୍ତି। ସବ୍ଇନ୍ସପେକ୍ଟର ବନମାଳୀ ପୁରୀ ଓ ଖୋର୍ଦ୍ଧାରେ କାର୍ଯ୍ୟରତ ଥିବା ବେଳେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ତାଙ୍କ ନାଁରେ ମାମଲା […]
ପୁରୀ : ପିପିଲି ନିମାପଡ଼ା ତାରକାଜ ଛକ ନିକଟରେ ଏନକାଉଣ୍ଟର। ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଭାଗିରଥୀ ପ୍ରଧାନ ଓରଫ ଭାଗୁ ଗୁରୁତର ଆହତ ହୋଇଛି। ତା ଗୋଡ଼ରେ ଗୁଳି ବାଜିଛି। ଭାଗୁକୁ ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲକୁ ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ଭାଗୁ ନାଁରେ ଅନେକ ଅପରାଧିକ ମାମଲା ରହିଛି। ତାଠାରୁ ଗୋଟିଏ ମଟର ସାଇକେଲ, ପିସ୍ତଲ ଓ ଗୁଳି ଜବତ ହୋଇଛି।
ଆସିକା (ମନୋଜ ମୁନୀ): ନିଶାର୍ଦ୍ଧ ରାତିରେ ଶୂନ୍ଶାନ୍ ଥିଲା ଶ୍ମଶାନ। ଆଉ ଏହି ରାତିର ନୀରବତାକୁ ଭାଙ୍ଗୁଥିଲା ଏକ ଛୋଟ ଶିଶୁର କୁଆଁ କୁଆଁ ରାବ। ଏତିକି ବେଳେ ଜଣେ ମୃତକଙ୍କୁ ଖାଦ୍ୟ ଅର୍ପଣ କରିବା ପାଇଁ ସେହି ଶ୍ମଶାନକୁ ଯାଇଥିଲେ ଜଣେ ବିଧବା ମହିଳା ସୁଚି (ଛଦ୍ମନାମ)। ସେଠାରେ ଶୁଣିବାକୁ ପାଇଲେ ଏକ ଛୋଟ ଶିଶୁର ବିକଳ କାନ୍ଦ। କିଛି ଦୂରରେ ପଡ଼ିଥିଲା ଏକ ମୁହଁ ବନ୍ଧା ଅଖା। ତା’ଭିତରୁ ଉଦ୍ଧାର କରିଥିଲେ କ୍ରନ୍ଦନରତ ଶିଶୁକୁ। […]
ନିବେଶକୁ ଫଳାଫଳରେ ରୂପାନ୍ତରିତ କରିବାରେ କେତେ ସଫଳ ହୋଇଛି ଓଡ଼ିଶା ? ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଭାରତ ନବୋନ୍ମେଷ ସୂଚକାଙ୍କରେ ଓଡ଼ିଶା ଦ୍ୱାଦଶ ସ୍ଥାନ ଅଧିକାର କରିଛି। ମାନବ ସମ୍ବଳ, ନିବେଶ, ଟେକ୍ନୋଲୋଜି ଓ ବ୍ୟବସାୟିକ ସ୍ଥିତିକୁ ନେଇ ପ୍ରସ୍ତୁତ ଏହି ନବୋନ୍ମେଷ ମାନ୍ୟତାରେ କର୍ଣ୍ଣାଟକ ଶୀର୍ଷରେ ଥିବା ବେଳେ, ପଛକୁ ତାମିଲନାଡୁ, ମହାରାଷ୍ଟ୍ର ଓ ଦିଲ୍ଲୀ ରହିଛି। ଶୀର୍ଷ ୧୦ଟି ନବୋନ୍ମେଷୀ ରାଜ୍ୟ ମଧ୍ୟରେ ଅଧିକ ଦକ୍ଷିଣ ଓ ପଶ୍ଚିମ ଭାରତୀୟ ରାଜ୍ୟ ରହିଛନ୍ତି। […]
ଯାଜପୁର (ଗୁଲାମ ଗସ୍ ) : ଯାଜପୁର ହରିଦାସପୁରରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ପଛର ରହସ୍ୟ କ’ଣ ? ୨୪ ଘଣ୍ଟା ପରେ ବି ସୁରାଗ୍ ପାଇପାରୁନି ପୋଲିସ। କିନ୍ତୁ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇରହିଛି ସରପଞ୍ଚଙ୍କ ସ୍ୱାମୀଙ୍କ ସେହି ବ୍ୟକ୍ତିଗତ ଗେଷ୍ଟହାଉସ୍ ଉପରେ । ଯେଉଁଠିକୁ ଦିନ ଦ୍ୱିପହରରେ ଯାଇଥିଲେ ପିଇଓ ଏବଂ ଝୁଲନ୍ତା ଅବସ୍ଥାରେ ମିଳିଥିଲା ତାଙ୍କ ମୃତଦେହ । ସେପଟେ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ନେଇ ପିଇଓଙ୍କ […]
ଭୁବନେଶ୍ୱର : ନୂଆ ଘୋଷଣା ପାଇଁ ଋଣ ଭରସା। ‘ମୋ ସରକାର’ରେ ମୁଖ୍ୟମନ୍ତ୍ରୀ ବଡ଼ ବଡ଼ ଘୋଷଣା କରିଥିବା ବେଳେ ଗତକାଲି ସରକାର ଖୋଲା ବଜାରରୁ ପୁଣି ୫୦୦ କୋଟି ଟଙ୍କା ଋଣ କରିଛନ୍ତି। ଏଥର ଅତିରିକ୍ତ ବଜେଟ୍ରେ ଅଧିକ ଟଙ୍କା ନ ମାଗିବାକୁ ସବୁ ବିଭାଗକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେବା ପରେ ନୂଆ ଘୋଷଣା ପାଇଁ ଅର୍ଥ ଯୋଗାଡ଼, ଆର୍ଥିକ ଶୃଙ୍ଖଳାକୁ ଗଡ଼ବଡ଼ କରିବାର ଆଶଙ୍କାକୁ ବଢ଼ାଇ ଦେଇଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି […]
ଜଳେଶ୍ୱର(ଅଜିତ ଦାସ) : ଲଭ, ସେକ୍ସ, ଧୋକା। ବିବାହ ପ୍ରତିଶ୍ରୁତି ଦେଇ ସଂପର୍କ ରଖିବା ପରେ ଏବେ ବିବାହ କରିବାକୁ ମନା କରିଦେଇଛି ପ୍ରେମିକ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ତାଳସାରୀ ଥାନା ଅନ୍ତର୍ଗତ ଚନ୍ଦନେଶ୍ୱର ଅଂଚଳରୁ । ଅଭିଯୋଗ ଅନୁଯାଇ ଚନ୍ଦନେଶ୍ୱର ଅଂଚଳର ଜନୈକ ଯୁବକ ବିଗତ ୪ ବର୍ଷ ଧରି ସେହି ଅଂଚଳର ଜଣେ ଯୁବତୀଙ୍କୁ ଭଲ ପାଇ ତାଙ୍କ ସହ ସଂପର୍କ ରଖିଥିଲେ । ଯୁବତୀ ଜଣଙ୍କ ଗର୍ଭବତୀ ହେବା ଜାଣିବା […]
ବାରିପଦା (ମାଣିକ ଲାଲ୍ ପାଣି) : ପାଠ ପଢ଼ାଇବା ବାହାନାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ଜଣେ ଲମ୍ପଟ ଶିକ୍ଷକ! ଏହାକୁ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଶିକ୍ଷକଙ୍କୁ ଶ୍ରେଣୀ ଗୃହରେ ପୂରାଇ ତାଲା ପକାଇ ଦେଇଛନ୍ତି। ଆଜି ଏପରି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ସୁରକ୍ଷା ଦୃଷ୍ଟିରୁ ସ୍କୁଲ ଓ ଆଖପାଖ ଅଞ୍ଚଳରେ ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗତକାଲି ସ୍କୁଲର ସହକାରୀ ଶିକ୍ଷକ […]
କଟକ : ଅସରାଏ ବର୍ଷାରେ ଉବୁଟୁବୁ କଟକ ଏସ୍ସିବି ମେଡିକାଲ୍। ୱାର୍ଡଭିତରେ ପଶିଲା ବର୍ଷା ପାଣି। ରଞ୍ଜନ ରଶ୍ମୀ ଓ ସର୍ଜରୀ ୱାର୍ଡରେ ବର୍ଷା ପାଣି ପସିଯାଇଛି । ଫଳରେ ଏକ୍ସରେ ବାଧାପ୍ରାପ୍ତ ହୋଇଛି । ବହୁ ସଂଖ୍ୟାରେ ରୋଗୀ ହସ୍ପିଟାଲ୍ରେ ରହିଛନ୍ତି। ଏହି ୱାର୍ଡ ଗୁଡ଼ିକରେ ପାଣି ପଶିଯିବା ଫଳରେ ରୋଗୀ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପୂର୍ବରୁ ମଧ୍ୟ ଏହା ଜଣାଅଛି ଯେ ଅସରାଏ ବର୍ଷାରେ କଟକ ସହର ଜଳମଗ୍ନ ହୋଇଯାଏ । କିନ୍ତୁ […]
ଭୁବନେଶ୍ୱର : ସରକାରଙ୍କ 5-T କାର୍ଯ୍ୟକ୍ରମ ଭାଣ୍ଡାମୀ ଓ ଲୋକଙ୍କ ସହ ଛଳନା। ମୋ ସରକାର ଓ 5T କାର୍ଯ୍ୟକ୍ରମକୁ କଟାକ୍ଷ କରି ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ମନ୍ତ୍ରୀ କହିଛନ୍ତି, ବସ୍ତା ଡାକ୍ତରଖାନା ଯାଇଥିଲି ହେଲେ ସେଠାରେ ଡାକ୍ତର ନାହାନ୍ତି। ଆଉ ସେଠାରେ ରୋଗୀଙ୍କୁ ମାଗଣା ଔଷଧ ମଧ୍ୟ ଦିଆଯାଉନି। ରାଜ୍ୟରେ ଆର୍ଥିକ ସ୍ଥିତି ବିପଦଜନକ ରହିଛି। ଏଥିସହ କ୍ଷମତା ପାଇଁ ଲୋକ ଦେଖାଣିଆ କାର୍ଯ୍ୟକ୍ରମ କରି ଭୋଟ୍ କିଣୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। […]
ଭୁବନେଶ୍ୱର : ଚଳିତ ବର୍ଷ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀଙ୍କ ଓଡ଼ିଶା ଲିଙ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ୮୦ ଦଶକରେ ଅଭିଜିତ୍ ଜେଏନୟୁରେ ପାଠ ପଢ଼ୁଥିବା ବେଳେ ନିଜ ଓଡ଼ିଆ ବନ୍ଧୁଙ୍କ ସମର୍ଥନରେ ତିହାର ଜେଲ୍ ଯିବାକୁ ପଛାଇ ନଥିଲେ। କେବଳ ଏତିକି ନୁହେଁ, ଦାରିଦ୍ର୍ୟ ଦୂରୀକରଣ ଉପରେ ଗବେଷଣା ବେଳେ ବି ସେ ନିଜ ପତ୍ନୀ ତଥା ସହ-ନୋବେଲ୍ ବିଜେତା ଏଷ୍ଟାର ଡୁପ୍ଲୋଙ୍କ ସହ ଅନେକ […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍ ଓ ଆପାର୍ଟମେଣ୍ଟ ଆଦିରେ ଆଦାୟ ହେଉଥିବା ପାର୍କିଂ ଫି’କୁ ତୁରନ୍ତ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ନିର୍ଦ୍ଦେଶ ଦେଇଛି। ବିଡିଏ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ, ବିଭିନ୍ନ ସପିଂ ମଲ୍ , ମଲଟିପ୍ଲେକ୍ସ, ଆପାର୍ଟମେଣ୍ଟ୍ ଓ ହସ୍ପିଟାଲରେ ସାଧାରଣ ଲୋକଙ୍କଠୁ ଗାଡ଼ି ପାର୍କିଂ ଫି’ ଆଦାୟ କରାଯାଉଥିବା ବିଡିଏ ଦୃଷ୍ଟିକୁ ଆସିଛି। ବିଡିଏ ଦ୍ୱାରା ଅନୁମୋଦିତ ହେଉଥିବା ବିଲିଡିଂ […]